କଟକ, କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସବୁକ ମାଧ୍ୟମରେ ଜନସାଧାରଣ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇ ପୋଷ୍ଟ କରିଥିବାର ଜଣାପଡିଛି। ଏହାକୁ ନେଇ କଟକରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ପୋଲିସ ଏହି ପୋଷ୍ଟିଂକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୋଲିସ ଅପମାନ ଜନକ ପୋଷ୍ଟକୁ ଗଭୀରତାର ସହ ନେଇ କ୍ୟାଣ୍ଟନମେଣ୍ଟ ଥାନା କେସ ନମ୍ବର-୧୧୦ ତା-୧୯.୦୯.୨୦୨୦,୧୫୩(ଏ)/୨୯୨(ଏ)/୨୯୫(ଏ)/୫୦୫/୧୨୦(ବି) ଆଇ.ପି.ସି/୬୭ ଆଇ.ଟି.ଆକ୍ଟ ରୁଜୁ କରାଯାଇ ତଦନ୍ତ କରାଯାଉଅଛି। ଏହାକୁ ପୋଷ୍ଟ କରିଥିବା ଅପରାଧୀ ଓ ଉକ୍ତ ପୋଷ୍ଟକୁ ଲାଇକ ଓ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ତେବେ ପୋଲିସ ଜନସାଧାରଣଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଅନୁରୋଧ କରିଛି।
Author: Samikhsya Bureau
ଭୁବନେଶ୍ବର, କଟକ ଭୁବନେଶ୍ବରରେ କୋଭିଡ19 ନିୟମ ଉଲ୍ଲଂଘନ ହେଉଛି। ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ କଟକ ଭୁବନେଶ୍ବର କମିଶନରେଟ ପୋଲିସ ବେଶ ତତ୍ପରତା ପ୍ରକାଶ କରିଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରି କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିଛି। ସେହି ଅନୁସାରେ ଆଜି ପୋଲିସ ଭୁବନେଶ୍ବରର ବିଭିନ୍ନ ଦୋକାନ ବଜାର ଏପରିକି ଉଠା ଦୋକାନ ଉପରେ ମଧ୍ୟ ଚଢାଉ କରିଛି। ଆଜି ପୋଲିସ ପ୍ରାୟ 34ଟି ବ୍ୟବସାୟୀକ ସଂସ୍ଥା ଉପରେ ଏହି ଚଢାଉ କରାଯାଇ ଥିଲା। ଏଥିରେ ସାମାଜିକ ଦୂରତା ବଜାଇ ନ ରଖିଥିବାରୁ 7 ହଜାର 9 ଶହ 57 ଜଣଙ୍କ ନାମରେ ମାମଲା ରୁଜ କରାଯାଇଛି।
ନୂଆଦିଲ୍ଲୀ, ଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍ ଫର୍ କନଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର।
କଟକ: ଆକାଶବାଣୀ କଟକ ସମାଚାର ବିଭାଗ ଦୈନିକ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମକୁ ଏକ ନୂତନ ଶୈଳୀରେ ଆରମ୍ଭ କରିଛି। ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି କାର୍ଯ୍ୟକ୍ରମରେ କେବଳ କୋଭିଡ-୧୯ ସମ୍ପର୍କିତ ସୂଚନା ଉପରେ ଗୁରୁତ୍ୱାରୋପ କରାଯିବ। ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ଜିଲ୍ଲାର କୋଭିଡ ସଂକ୍ରମଣ, ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ, କୋଭିଡ ଯୋଦ୍ଧାଙ୍କ ପ୍ରଶଂସନୀୟ ଉଦ୍ୟମ ଏବଂ କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା କାର୍ଯ୍ୟକ୍ରମରେ ସ୍ଥାନ ପାଇବ। ଏଥିସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ମଧ୍ୟ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମଟି ପ୍ରତ୍ୟେକ ଦିନ ସନ୍ଧ୍ୟା ୭.୨୫ ରୁ ୭.୩୦ ମଧ୍ୟରେ ପ୍ରସାରିତ ହେବ। ଆଜି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଇଲେକ୍ଟ୍ରିକାଲ ଡିଭିଜନ (ଟି.ପି.ସି.ଓ.ଡ଼ି.ଏଲ) କାର୍ଯ୍ୟାଳୟ ସମ୍ମୁଖରେ ନଅ ଦଫା ଦାବି ନେଇ ଇଲେକ୍ଟ୍ରିକାଲ କର୍ମଚାରୀ ସଂଘ (ମିଟର ରିଡିଙ୍ଗ ଓ କଲେକ୍ସନ ) କରୋନା କଟକଣାର ସମସ୍ତ ସତର୍କତା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘଦିନ ଧରି ବାଲୁଗାଁ, ବାଣପୁର ସମେତ ଟାଙ୍ଗୀ ଅଞ୍ଚଳର କାର୍ଯ୍ୟରତ କର୍ମଚାରୀମାନେ ସ୍ୱଳ୍ପ ଆଧାରରେ ବେତନ ପାଉଥିବାରୁ ବର୍ତ୍ତମାନ ସୁଦ୍ଧା ସେଥିରେ କୌଣସି ପରିବର୍ତ୍ତନ ନଆଣିବା ତଥା କାର୍ଯ୍ୟ ସମ୍ବନ୍ଧୀୟ ସରକାରୀ ସ୍ତରରେ କୌଣସି ସୁବିଧା ନମିଳିବା ଯାହାକି ପ୍ରତ୍ୟେକ ମାସରେ ଦରମା ନମିଳିବା, ପ୍ରୋଭିଡେଣ୍ଟ ଫଣ୍ଡରେ ଅନ୍ତର୍ଭୁକ୍ତ ନକରିବା, ମାସିକ ବେତନ ପ୍ରଣାମପତ୍ର ନମିଳିବା, କୁଶଳୀ କର୍ମଚାରୀ ହିସାବରେ ପରିଗଣିତ ନହେବା, ଠିକା କର୍ମଚାରୀ ପୂର୍ବରୁ ପ୍ରତ୍ୟେକ୍ଷ ଭାବେ ଟି.ପି.ସି.ଓ.ଡ଼ି.ଏଲର ସ୍ଥାୟୀ କର୍ମଚାରୀ ନିଯୁକ୍ତି, ବିନା କାରଣରେ କାର୍ଯ୍ୟରୁ ନିଲମ୍ବନ କରିବାର ଧମକ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ବଦଳରେ ଯୁବ ପିଢ଼ିର…
ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କଟକରୁ ୩୭୧, ବରଗଡରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡରୁ ୧୫୬, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୪୫, ଯାଜପୁରରୁ ୧୩୯, ବଲାଙ୍ଗିରିରୁ ୧୨୩, ଜଗତସିଂହପୁରରୁ ୧୨୧, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୧୧୫, ସୋନପୁରରୁ ୧୧୦, ଭଦ୍ରକରୁ ୧୦୪, ସମ୍ବଲପୁରରୁ ୯୯, ଝାରସୁଗୁଡାରୁ ୯୩, କେନ୍ଦୁଝରରୁ ୯୨, ବାଲେଶ୍ବରରୁ ୯୧, ନୟାଗଡରୁ ୮୩, ନୂଆପଡାରୁ ୭୮, ଅନୁଗୁଳରୁ ୬୬, ଗଞ୍ଜାମରୁ ୫୬, ଢେଙ୍କାନାଳରୁ ୫୦, କଳାହାଣ୍ଡିରୁ ୪୪, ମାଲକାନଗିରିରୁ ୪୪, କନ୍ଧମାଳରୁ ୩୮, ବୌଦ୍ଧରୁ ୧୮, ଗଜପତିରୁ ୧୮, ଦେବଗଡରୁ ୧୪, ଷ୍ଟେଟ ପୁଲରୁ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର…
ଭୁବନେଶ୍ବର : କରୋନା ଲକ୍ଷଣ ନେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ ସୂଚନା ଦେଇ କହିଛନ୍ତି ଯେ, କରୋନାରୁ ଥରେ ଆରୋଗ୍ୟ ହେବା ପରେ ବି ପୁଣି ସଂକ୍ରମଣ ହୋଇପାରେ ।ଏଥିପାଇଁ ଯଥାସମ୍ଭବ ସତର୍କ ରହିବା ନିତାନ୍ତ ଆବଶ୍ୟକ । ଯାହା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବେଶୀ ଥିବ, ଲକ୍ଷଣ ପ୍ରକାଶ ପାଇବନି । ଯାହାର ଅନ୍ୟ କିଛି ରୋଗ ଥିବ, ସେମାନଙ୍କଠାରେ ଲକ୍ଷଣ ଦେଖାଯିବ । ରୋଗାକ୍ରାନ୍ତ ଓ ସ୍ବାସ୍ଥ୍ୟ କର୍ମୀଙ୍କ ସାମାନ୍ୟ ଲକ୍ଷଣ ଦେଖାଗଲା ଟେଷ୍ଟ ଜରୁରୀ ବୋଲି କହିଛନ୍ତି ଡାକ୍ତର ରାଉତରାୟ। ଅନ୍ୟମାନଙ୍କର ଯଦି ସାମାନ୍ୟ ଲକ୍ଷଣ ଥିବ, କ୍ବାରେଣ୍ଟିନ୍ରେ ରହି ଚିକିତ୍ସା କରିହେବ । ସେହିପରି ହୋମ୍ ଆଇସୋଲେସନ୍ଣେ ରହୁଥିବା ଆକ୍ରାନ୍ତ ମାସ୍କ ପିନ୍ଧି ଜରୁରୀ ବୋଲି କହିଛନ୍ତି ଡାକ୍ତର ରାଉତରାୟ । ନିଜ ଲୁଗାପଟା, ବାସନ ନିୟମିତ ସାବୁନ ପାଣିରେ ଧୋଇବା ଦରକାର । ନଚେତ୍ ନିଜ ପାଖରେ ଥିବା ଭାଇରସ୍ ପରିବାର ଲୋକଙ୍କୁ…
ଭୁବନେଶ୍ବର : ଦୂରାରୋଗ୍ୟ ପୀଡ଼ିତଙ୍କୁ ହୋମ ଆଇସୋଲେସନରେ ରହିପାରିବେନି ବୋଲି ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । କରୋନା ଚିକିତ୍ସା ନେଇ ଡାକ୍ତର ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି । ସେହିପରି ଗର୍ଭବତୀ, ଶିଶୁମାନେ ଯଦି ଆକ୍ରାନ୍ତ ହେଉଛନ୍ତି ତେବେ ସେମାନେ ମଧ୍ୟ ହୋମ୍ ଆଇସୋଲେସନ୍ରେ ରହନ୍ତୁନି । ସେମାନେ ହୋମ୍ ଆଇସୋଲେସନ୍ରେ ନ ରହି କୋଭିଡ୍ ହସ୍ପିଟାଲରେ ରହିବେ । ସେହିପରି ହୋମ୍ ଆଇସୋଲେସନ୍ରେ ରହୁଥିବା ଆକ୍ରାନ୍ତମାନେ ମାସ୍କ, ଗ୍ଲୋଭସ୍ ପିନ୍ଧିବେ । ତାଙ୍କ ଯତ୍ନ ନେଉଥିବା ଲୋକମାନେ ମଧ୍ୟ କମ୍ ସମୟ ତାଙ୍କ ସଂସ୍ପର୍ଶରେ ଆସିବା ଉଚିତ୍ ବୋଲି କହିଛନ୍ତି ଡାକ୍ତର ପଣ୍ଡା । ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେମିତି ଶିଶୁ, ବୟସ୍କ ନଆସିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଅନ୍ୟ ରୋଗ ପାଇଁ ଔଷଧ ଖାଉଥିବା ରୋଗୀ ପୂର୍ବ ଔଷଧ ଖାଇପାରିବେ । ନିୟମିତ ଔଷଧ ଖାଇ 17 ଦିନ…
ଭୁବନେଶ୍ୱର: ମୂର୍ତ୍ତିର ଉଚ୍ଚତାକୁ ନେଇ ଚାଲିଥିବା ବିବାଦ ପ୍ରସଙ୍ଗରେ ପୋଲିସ କମିଶନର ପ୍ରତିକ୍ରିୟା ଦେଇଛନ୍ତି । ଆବେଦନ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କମିଶନରଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ ପକ୍ଷର ତଥ୍ୟ ଦେଖି ପୋଲିସ କମିଶନର ନିଷ୍ପତ୍ତି ନେଇଛନ୍ତି । ପୂଜା ସଂପର୍କରେ ଯାହା ନିଷ୍ପତ୍ତି ଦେବା କଥା ସେ ଦେଇସାରିଛନ୍ତି ବୋଲି କହିଛନ୍ତି କମିଶନର । ତେଣୁ ତାଙ୍କ ନିର୍ଦ୍ଦେଶକୁ ଯିଏ ଗ୍ରହଣ ନ କରିବେ, ସେମାନେ ହାଇକୋର୍ଟ ଯିବେ । ତା ପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ପୂଜାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ପୂଜା ଗାଇଡଲାଇନ୍ ଜାରି ହୋଇଥିଲା । ଏହି ଗାଇଡଲାଇନ୍ ଅନୁଯାୟୀ ମୂର୍ତ୍ତିର ଉଚ୍ଚତାକୁ 4 ଫୁଟ୍ ରଖିବା ସହ ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ…
ଭୁବନେଶ୍ବର :ବଙ୍ଗୋପସାଗର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ସାତଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି, ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ 10ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ । ଏହି ସମୟ ଭିତରେ ସମୁଦ୍ର ଭିତରକୁ ମାଛ ଧରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।
ଭୁବନେଶ୍ବର : ବିଶିଷ୍ଟ ଗୀତିକାର, ପ୍ରଯୋଜକ ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ’ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତି କବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାରକୁ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ କରାଯିବ ସହ ପୁରସ୍କାର ରାଶିକୁ 2.4 ଲକ୍ଷକୁ ବୃଦ୍ଧି କରାଯାଇଛି । ଶାରଦା ପ୍ରସନ୍ନ ନାୟକ ଓଡ଼ିଆ ସାରସ୍ବତ ଜଗତର ଅମିଳନ ପ୍ରତିଭା । ଜଣେ ଗୀତିକାର, ପ୍ରଯୋଜକ, ସଂଗୀତ ନିର୍ଦ୍ଦେଶକ ଭାବରେ ଓଡ଼ିଆ ସାଂସ୍କୃତିକ ଜଗତରେ ତାଙ୍କ ଅଲିଭା ସ୍ମୃତି ଛାଡି ଯାଇଛନ୍ତି । ଏହି ମହାନ୍ ସ୍ରଷ୍ଟା ଅନବଦ୍ୟ ଅବଦାନକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ…
ସୀତାରାମ ଅଗ୍ରଓ୍ବାଲ ଚିଲିକା: ସମ୍ପ୍ରତି ରାଜ୍ୟରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି। ଖୋର୍ଦ୍ଧା ଜିଲ୍ଲା ପ୍ରତି ମଧ୍ୟ ବିଶେଷ ଭାବରେ ଦୃଷ୍ଟି ଦିଆଯାଉଛି। ଅମାନିଆଙ୍କୁ ସାବାଡ କରିବା ପାଇଁ ମୋଟା ରକମର ଅର୍ଥ ଦଣ୍ଡ ମଧ୍ୟ ଆଦାୟ କରାଯାଉଛି। ମାସ୍କ ଓ ସାମାଜିକ ଦୂରତ୍ବକୁ ବିଶେଷ ଭାବରେ ଅଗ୍ରାଧିକାର ଦିଆଯାଉଥିବାବେଳେ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କଠାରୁ କଡା ଜରିମାନା ଆଦାୟ କରାଯାଉଛି। ଚିଲିକା ଅଞ୍ଚଳରେ ମଧ୍ୟ କୋଭିଡ୍ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ତେବେ ଏହି ଜରିମାନା ଆଦାୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗତକାଲି ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ଘୋଡାଦୌଡ ପେଣ୍ଠ ଅଞ୍ଚଳରେ ସାମାଜିକ ଦୂରତ୍ବ ନିୟମ ଖିଲାଫ ଅଭିଯୋଗରେ ଆଦାୟ କରାଯାଇଥିବା ଜରିମାନାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଗତକାଲି ଚିଲିକା ବ୍ଲକ ପ୍ରଶାସନ ତରଫରୁ ଦିନ ଦ୍ବିପହର…
ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଜମ୍ମୁ କାଶ୍ମୀର ପାଇଁ 1350 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ପାଇଁ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ରାଜ୍ୟର ବ୍ୟବସାୟୀଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ବ୍ୟବସାୟୀମାନଙ୍କ କାରବାରକୁ ସୁଗମ କରିବା ପାଇଁ ଏହା ଆତ୍ମନିର୍ଭର ଭାରତର ଏବଂ ଆମେ ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲ୍ ଉପରେ 50 ପ୍ରତିଶତ ଛାଡ ନେଇ ଉପରାଜ୍ୟପାଳ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍ ଏବଂ ଜଳ ବିଲରେ 50 ପ୍ରତିଶତ ରିଆତି ଦିଆଯିବ। ଋଣ ନେଇଥିବା ସମସ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟିରେ ଛାଡକୁ ମାର୍ଚ୍ଚ…
କୋରାପୁଟ ପୋଲିସ ଦୁଇ ହଜାର ଲିଟର ମହୁଲି ମଦ ଜବତ କରିବା ସହିତ ସେଗୁଡିକ ନଷ୍ଟ କରୁଛନ୍ତି
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ରେଡ୍କୁ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ସିବିଆଇ ବିଜେପିର କଣ୍ଢେଇ ବୋଲି କହିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି । 7 ବର୍ଷ ହେଲା ସିବିଆଇ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ତାରା । ସିବିଆଇ ଇନ୍କ୍ବାରୀ, ରେଡ୍ ସବୁ ଲୋକ ଦେଖାଣିଆ । ରେଡ୍ ହେଉ, କିନ୍ତୁ ନବୀନ ନିବାସର ଅଫିସ୍ରଙ୍କୁ କାହିଁକି ରେଡ୍ କରୁନି ସିବିଆଇ ବୋଲି କହିଛନ୍ତି ତାରା । ରାଜ୍ୟସରକାରଙ୍କ ଉପରେ ବି ତଦନ୍ତ ହେବା ଦରକାର ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀ ପତି । ବିଜେପି, ବିଜେଡି ଗୋଟିଏ । କେବଳ ନିର୍ବାଚନବେଳେ ଅଲଗା ଦେଖେଇ ହୁଅନ୍ତି ବୋଲି କହିଛନ୍ତି ତାରା । ଏବେ କେବଳ ଚିଟ୍ଫଣ୍ଡ ଉପରେ ରାଜନୀତି ହେଉଛି, କିଛି ଫାଇଦା ନାହିଁ ବୋଲି କହିଛନ୍ତି ତାରା ।…
ନୂଆଦିଲ୍ଲୀ, ଆଜି ଓଡିଶା ପାଇଁ ଏହା ଏକ ଗର୍ବର ଦିନ ଥିଲା। କାରଣ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଥିଲେ। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ଗୃହ ପରିଚାଳନା କରିଛନ୍ତି। ମହାମାରୀ ରୋଗ (ସଂଶୋଧନ) ଅର୍ଡିନାନ୍ସ, ୨୦୨୦ ବିଲ୍ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିଲେ । ପୂର୍ବରୁ ସସ୍ମିତ ଅନ୍ୟ ପାଞ୍ଚ ଜଣ ସହ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିଲେ। ସେ ଉପାଧ୍ୟକ୍ଷ ଭାବେ ଚେୟାର ଗ୍ରହଣ କରିବା ସମୟରେ ଅନ୍ୟ ସାଂସଦମାନେ ଡକ୍ଟର ପାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦିନିକିଆ ଅଧିବେଶନ ବନ୍ଦ ହେବା ପରେ ଅନେକ ରାଜ୍ୟସଭା ସାଂସଦ ତାଙ୍କ ନିକକୁ ଆସି ଶୁଭେଚ୍ଛା ଜଣାଇଥିଲେ। ସେମାନେ କହିଥିଲେ ଯେ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ତାଙ୍କର ଭଦ୍ର ଆଚରଣ ଏବଂ ଧର୍ୟ୍ୟର ସହିତ…
ଭୁବନେଶ୍ୱର: ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ 8ଟି ସ୍ଥାନରେ ଗତକାଲି ଚଢଉ ପରେ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ଏହା ଏକ ସ୍ୱାଧୀନ ସଂସ୍ଥା । କେବଳ ଦେବୀ ମିଶ୍ର ନୁହନ୍ତି, ବହୁ ନେତା ଓ ଅଫିସର ଏଥିରେ ସମ୍ପୃକ୍ତ । ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ସମସ୍ତେ ଦଣ୍ଡ ପାଇବେ । ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି । ସିବିଆଇ ଏକ ସ୍ୱାଧୀନ ସଂସ୍ଥା । କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ତାହା ସେମାନଙ୍କ ନିଷ୍ପତ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ କାମ କରୁଛି । ତଦନ୍ତ ନିଷ୍କର୍ଷରେ ପହଞ୍ଚିବା ନେଇ ଆଶା ରହିଛି ବୋଲି…
ନୂଆଦିଲ୍ଲୀ: ସାରା ଭାରତରେ ଏବେ କୋଭିଡ୍ ସ୍ଥିତି ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଓଡ଼ିଶାରେ ସ୍ଥିତି ମଧ୍ୟ ବେଶ୍ ସଙ୍ଗୀନ ରହିଛି । ତେବେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ 802 କୋଟି ଟଙ୍କା ମିଳିଛି । ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଛି । ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲିଖିତ ଉତ୍ତର ଦେଇଛନ୍ତି । ଏହି ଅବସରରେ ଶ୍ରୀ ଠାକୁର ଅଗଷ୍ଟ 31 ତାରିଖ ସୁଦ୍ଧା ଦିଆଯାଇଥିବା ଅନୁଦାନର ତଥ୍ୟ ଦେଇଛନ୍ତି । କରୋନା ମହାମାରୀ ପାଇଁ ଓଡ଼ିଶାକୁ 802 କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ମହାରାଷ୍ଟ୍ରକୁ ସର୍ବାଧିକ 1611 କୋଟିର ଅନୁଦାନ ମିଳିଛି ବୋଲି ଅନୁରାଗ ଠାକୁର୍ ସୂଚନା ଦେଇଛନ୍ତି । ସେହିପରି ଉତ୍ତରପ୍ରଦେଶକୁ 966କୋଟି ଟଙ୍କା ମିଳିଥିବାବେଳେ ମଧ୍ୟପ୍ରଦେଶକୁ 910 କୋଟି ମିଳିଛି । ସେହିପରି କର୍ଣ୍ଣାଟକ 791…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଇଏନଏସ୍ ଚିଲିକାରେ ପ୍ଲାଷ୍ଟିକ୍ ଓ ଜୈବିକ ବ୍ୟର୍ଜବସ୍ତୁର ମୁକ୍ତ ମିଶନ ନେଇ ଅନ୍ତର୍ଜାତୀୟ ତଟ ସଫା ଦିବସ ପାଳନ କରାଯାଇଛି । ସ୍ଥାନୀୟ ଅଧିବାସୀ ଏବଂ ପ୍ରଶିକ୍ଷଣ ନେଉଥିବା ନୌସେନା ଯବାନ ଦ୍ୱାରା ମିଶନ କୋଭିଡ୍ -19ର ସମସ୍ତ ସତର୍କତା ସହ ଚିଲିକା କୂଳରେ ଆୟୋଜନ କରାଯାଇଥିଲା ବର୍ଜ୍ୟବସ୍ତୁର ସଫେଇ କାର୍ଯ୍ୟକ୍ରମ । ପ୍ରତ୍ୟେକ ବିଭାଗ ଦ୍ବାରା ମଧ୍ୟ ସାମୁଦ୍ରିକ ପରିବେଶ ସୁରକ୍ଷା ସମ୍ବନ୍ଧରେ ଶିକ୍ଷାଗତ କାର୍ଯ୍ୟକ୍ରମର ଆୟୋଜଜନ କରାଯାଇଥିଲା । ପ୍ରଶିକ୍ଷାର୍ଥୀ ମାନେ ମଧ୍ୟ କୂଳ ଆଗରେ ଓ କାଳିଜାଇ ଦ୍ବୀପରେ ସେମାନଙ୍କର ଯୋଗଦାନ କରିଥିଲେ । ମହିଳା କଲ୍ୟାଣ ସଂସ୍ଥା ଚିଲିକା ଦ୍ବାରା ଅନ୍ଲାଇନ୍ ଚିତ୍ର ଓ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ଯୁବ ମନରେ ନିଆ ଲଗାଇ ସମୁଦ୍ର ଓ ତଟ ରକ୍ଷା ଆମର ଜୀବନ ରକ୍ଷାର କାର୍ଯ୍ୟକ୍ରମ କରିଥିଲେ ।
Kolkata: An idol of Lord Vishwakarma being immersed in the Ganga river, in Kolkata on Sep 18, 2020. (Photo: IANS)
Kolkata: Actor turned TMC MP Mimi Chakraborty visited Alipore court after she was allegedly harassed by a taxi driver; accused arrested in Kolkata on September 18, 2020. (Photo: IANS)

