ଫରିଦାବାଦ : ଜଣେ 12 ବର୍ଷୀୟା ନାବାଳିକା ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ନାବାଳିକା ଜଣକ ପ୍ରେମରେ ନିରାଶ ହୋଇ ଏପରି କାଣ୍ଡ କରିଥିବାର ସୂଚନା ରହିଛି। ପ୍ରେମରେ ଧୋକ୍କା ଖାଇବା ପରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ସୁଇସାଇଟ୍ ନୋଟ୍ ମିଳିବା ପରେ ପୋଲିସ୍ ଏହି ମାମଲାର ଯାଞ୍ଚ କରୁଛି । ଫରିଦାବାଦର ବଲ୍ଲଭଗଡ ଅଞ୍ଚଳରେ ଜଣେ ନାବାଳିକା ନିଜ ବାପାମା’ଙ୍କ ସହିତ ରହୁଥିଲେ । ପଡୋଶୀରେ ରହୁଥିବା ଜଣେ ନାବାଳକକୁ ନାବାଳିକା ଜଣକ ପ୍ରେମ କରୁଥିବାବେଳେ ନାବାଳକ ଜଣକ ଅନ୍ୟ ଜଣଙ୍କୁ ପ୍ରେମ କରୁଥିଲେ । ଏହା ସମ୍ପର୍କରେ ଜାଣିବା ପରେ ନାବାଳିକା ନାରାଜ ହୋଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ନାବାଳିକାଙ୍କ ପିତାଙ୍କ କହିବାନୁସାରେ ସୁଇସାଇଡ୍ ନୋଟ୍ରୁ ନାବାଳିକା ଜଣକ ଏଥିପାଇଁ ଈଶ୍ବରଙ୍କୁ ଦାୟୀ କରିଛି । ଏହି ଘଟଣାରେ ପୋଲିସ୍ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି । (ଏଜେନ୍ସି)
Author: Samikhsya Bureau
ରାୟଗଡା : ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ ଓଲଟିଲା । ରାୟଗଡା ଗୁମ୍ମା ଘାଟିରେ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟିଛି । ବସ୍ ଦୁର୍ଘଟଣାରେ ଚାରି ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ବୌଦ୍ଧ, ବଲାଙ୍ଗିରରୁ ଶ୍ରମିକମାନେ ତାମିଲନାଡୁ ଯାଉଥିବାବେଳେ ବସ୍ଟି ଦୁର୍ଘଟଣାଗସ୍ତ ହୋଇଛି । ସୂଚନାଯୋଗ୍ୟ, ଗତ ଶନିବାର ଦିନ ଛତିଶଗଡ଼ର ରାୟପୁର ନିକଟରେ ବସ୍ ଦୁର୍ଘଟଣାରେ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ବସ୍ଟି ସୁରତ ଯାଉଥିଲା ବେଳେ ଶନିବାର ଭୋରରୁ ରାୟପୁର ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ପରେ ଏହ ଦୁର୍ଘଟଣା ଘଟିଥିଲା।
ପିଣ୍ଟୁ ବିଷୋୟୀ ବେଗୁନିଆପଡା: କଥାରେ ଅଛି ଚାଷ ଅଛି ଯାହାର କେଡେ ସୁଖ ତାହାର କିନ୍ତୁ ଏଠି ଓଲଟା ଚାଷ ଅଛି ଯାହାର ସବୁ ଦୁଃଖ ତାହାର। କାହିଁକି ଖରା ଅଧିକ ହେଉ କି ବର୍ଷା ଅଧିକ ହେଉ, ସବୁ କ୍ଷେତ୍ରରେ ଚାଷୀଟିଏ ହିଁ ଦୁଃଖ ଭୋଗ କରୁଛି । ଅଧିକ ଖରାରେ କ୍ଷେତ ପୋଡି ଯାଉଥିବାବେଳେ ଅଧିକ ବର୍ଷା ହେଲେ କ୍ଷେତ ଭାସିଯିବ । ଚାଷୀଟିଏ ସବୁବେଳେ ହାଡଭଙ୍ଗା ପରିଶ୍ରମ କରି ଅନ୍ନ ଉପୁଜାଏ, କିନ୍ତୁ ସେହି ଧାନକୁ ଘରକୁ ନେଇପାରିବ କି ନାହିଁ, ତାହା ମଧ୍ୟ ସେ ଜାଣିପାରିବ ନାହିଁ । ଅଧିକାଂଶ ସମୟରେ ଚାଷୀଙ୍କ କ୍ଷେତକୁ ପାଣି ନ ମିଳିବା ଯୋଗୁଁ ଚାଷୀଟିଏ ନାନା ହଇରାଣ ହୋଇଥାଏ । ଚାଷୀଙ୍କ କ୍ଷେତକୁ ପାଣି ଦେବା ପାଇଁ ଡ୍ୟାମ୍ ନିର୍ମାଣ ହୋଇଥାଏ । ସେହି ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ଶାଳିଆ ଡ୍ୟାମ। ପାଣି ଥାଇବି ଜମିକୁ ମାଡୁନି ପାଣି…
ରମେଶ ମହାନ୍ତି ଜଗତସିଂହପୁର : ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ପ୍ରକୋପରେ ଦେଶରେ ହାହାକାର ପଡିଥିବା ବେଳେ ଜଗତସିଂହପୁର ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡିନାହିଁ। କରୋନା କଟକଣାକୁ ସରକାର କିଛିଟା କୋହଳ କରିଥିବା ବେଳେ ସାମାଜିକ ଦୂରତାକୁ ପାଳନ କରିବାକୁ କଡା ନିର୍ଦ୍ଦେଶ ରହିଛି।କିନ୍ତୁ ନିଜେ ତିର୍ତ୍ତୋଲ ବ୍ଳକ ପ୍ରଶାସନ ଏଠି ସାମାଜିକ ଦୂରତାକୁ ନମାନି କରୋନା ମହାମାରୀକୁ ଉପହାସ କଲାପରି ଲାଗୁଛି। ବୁଧବାର ଦିନ ବ୍ଲକ ସଭାଗୃହରେ ୧୧ତମ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ସାମାଜିକ ଦୂରତାକୁ ଜଳାଞ୍ଜଳି ଦେଇ ସାଂସଦ, ବିଧାୟକଙ୍କ ସହିତ ମଞ୍ଚାସୀନ ହୋଇଛନ୍ତି ବିଡିଓ ମହାଶୟ। ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପରି ନିୟମ ଗୁଡିକୁ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଏଠି କିନ୍ତୁ ନିଜେ ବ୍ଲକ ପ୍ରଶାସନ ବ୍ଲକ ସଭାଗୃହରେ ଏତେ…
ଭୁବନେଶ୍ବର : ଭୁବନେଶ୍ବରରେ କରୋନା ନିୟନ୍ତ୍ରଣ ନେଇ ବିଏମ୍ସି ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି । ସହରରେ ବ୍ୟାପକ ହେଲ୍ଥ ସ୍କ୍ରିନିଂ ପାଇଁ 565ଟି ରାପିଡ୍ ରେସ୍ପନ୍ସ ଟିମ୍ କାର୍ଯ୍ୟ କରିବେ। ସେହିପରି ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍ଥ ସ୍କ୍ରିନିଂ କରିବ ରାପିଡ୍ ରେସପନ୍ସ ଟିମ୍ । ହୋମ୍ ଆଇସୋଲେସନ୍ରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମ୍ସି । ଆକ୍ରାନ୍ତମାନେ କରୋନା ନିୟମ ମାନୁଛନ୍ତି କି ନାହିଁ, ତାହା ଉପରେ କଡା ନଜର ରହିବ । କରୋନାକୁ ନେଇ ସନ୍ଦେହ ହେଲେ 1929କୁ କଲ୍ କରି ତଥ୍ୟ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି କୋଭିଡ୍ ଦାୟିତ୍ବରେ ଥିବା ଆଇଏଏସ୍ ପାରୁଲ୍ ପଟ୍ଓ୍ବାରୀ । ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଭୁବନେଶ୍ବର ମହାନଗରରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କ୍ବାରେଣ୍ଟାଇନ୍ କେସଠାରୁ…
ଭୁବନେଶ୍ବର : ପାର୍ବଣ ସମୟ ଉପସ୍ଥିତ । ପାର୍ବଣରେ ମା’ ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ । ଆଶ୍ବିନର ପ୍ରଥମଭାଗରେ ମା’ ଜଗଜ୍ଜନନୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହେବ । କେବଳ ଦୁର୍ଗା ପୂଜା ନୁହେଁ କାଳୀ ପୂଜା, ଲକ୍ଷ୍ମୀ ପୂଜା ଆଦି ଉତ୍ସବ ଅନୁଷ୍ଠିତ ହେବ । କିନ୍ତୁ ଚଳିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ସମସ୍ତ ପୂଜାଗୁଡିକୁ କଟକଣା ଭିତରେ ସମ୍ପନ୍ନ କରାଯିବ । ଚଳିତ ଥର ପୂଜା ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ।ଜିଲ୍ଲାମାନଙ୍କର ଜିଲ୍ଲାପାଳ, ଟ୍ବିନିସିଟିରେ ପୋଲିସ୍ କମିଶନରଙ୍କ ଅନୁମତି ଆବଶ୍ୟକ ବୋଲି ଏହି ଗାଇଡଲାଇନ୍ରେ ସୂଚନା ରହିଛି । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯିବ । ଚଳିତ ପୂଜାରେ ସାଧାରଣ…
ଇନ୍ଦୋର: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତି କରାଇବା ନାଁରେ ଦୁଷ୍କର୍ମ କରାଯାଇଛି । ପରେ ପୋଲିସରେ ଅଭିଯୋଗ କରାଯିବା ପରେ ଉକ୍ତ ଭଣ୍ଡ ବାବାକୁ ଗିରଫ କରାଯାଇଛି । ଏହା ସହିତ ଉକ୍ତ ମହିଳାଙ୍କ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ମହିଳାଙ୍କର ସନ୍ତାନ ସନ୍ତତି ନ ହେବାରୁ ଡାକ୍ତରଙ୍କୁ ଦେଖାଇବା ପରିବର୍ତ୍ତେ ଉକ୍ତ ବାବାଙ୍କ ନିକଟକୁ ଶାଶୁ ଘର ଲୋକ ନେଇଥିଲେ । ଏପରିକି ଦୁଷ୍କର୍ମ ପରେ ମଧ୍ୟ ସେମାନେ ଚୁପ ରହିଥିଲେ । ପରେ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଶାଶୁ ଘର ଲୋକଙ୍କ ସହିତ ଭଣ୍ଡବାବାକୁ ଗିରଫ କରିଛି। ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଛି । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ପୋଲିସ ଗତ ଦୁଇ ଦିନ ମଧ୍ୟରେ ବାଣପୁର ଥାନା ଅନ୍ତର୍ଗତ ବିଭିନ୍ନ ଜାଗାରେ ଚଢ଼ାଉ କରି ୨୯୦ ଲିଟର ଦେଶୀ ମଦ ଜବତ ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଲକ ଡ଼ାଉନ ଉଠିବାପରେ ଦେଶୀ ଚୋରା ମଦ ବେପାରୀମାନେ ଖୁଲମଖୁଲା ମଦ ବିକୁଥିବାର ଅଭିଯୋଗ ପାଇଥଲା ବାଣପୁର ପୋଲିସ। ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏସ.ଆଇ ପ୍ରସନ୍ନ ଜେନା ଏବଂ ଏସ.ଆଇ ରାଜକିଶୋର ବେହେରା ଦୁଇ ଗୋଟି ଟିମ ନେଇ ଗତ ଦୁଇ ଦିନ ହେଲା ବାଣପୁରର କୋଷରଡା, ସାନ ହନ୍ତୁଆଡ଼, ପୋଡା ସାହି ଆଦି ବିଭିନ୍ନ ଅଞ୍ଚଳରେ ଦିନ ରାତି ଚଢ଼ାଉ ଜାରି ରଖିଥିଲେ। ଉକ୍ତ ଦୁଇ ଦିନ ମଧ୍ୟରେ ୫ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ସମସ୍ତଙ୍କ ଠାରୁ ସର୍ବମୋଟ ୨୯୦ ଲିଟର ଦେଶୀ ମଦ ଜବତ କରିଛି…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଥା ହୋଇଛନ୍ତି । ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଥିବା ଜଣାଯାଇଛି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମର୍ଥନ ଲୋଡ଼ିଛନ୍ତି । ଗତ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କୁ ବିଜେଡି ସମର୍ଥନ କରିଥିଲା । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ମତାମତ ଜଣାପଡ଼ିନାହିଁ । ପ୍ରକାଶ ଯେ, ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ 14 ତାରିଖରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏହି ପଦ ଲାଗି ଏନଡିଏର ପ୍ରାର୍ଥୀ ଭାବେ ଜେଡି (ୟୁ) ସାଂସଦ ହରିବଂଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରପକ୍ଷେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପକ୍ଷରୁ…
ବାଗପତ୍ : ଉତ୍ତରପ୍ରଦେଶର ବାଗପତ୍ଠାରେ ବିଷାକ୍ତ ମଦ ପିଇ ଗତ 24 ଘଣ୍ଟା ମଧ୍ୟରେ 5ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଚାନ୍ଦିନଗର ଥାନା ଅଞ୍ଚଳର ଚରମାଓ୍ବଲ ଗ୍ରାମରେ କିଛି ଗ୍ରାମବାସୀ ସରକାରୀ ଚୁକ୍ତିପ୍ରାପ୍ତ ଏକ ମଦ ଦୋକାନରୁ ମଦ ପିଇଥିଲଷ । ଏହି ବିଷାକ୍ତ ମଦ ପିଇ ଆଜି ସକାଳୁ ଜଣେ ଯୁବକର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ପାଞ୍ଚଜଣଙ୍କର ଜୀବନ ଯାଇଥିବାର ସୂଚନାରହିଛି । ଗୁରୁବାର ସକାଳୁ ଚମରାଓ୍ବଲ ଗ୍ରାମର ଶ୍ୟାମଲାଲ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଗତକାଲି ଗ୍ରାମର 4 ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍ ଏହି ଘଟଣାରେ କେତେଜଣଙ୍କୁ ହେପାଜତରେ ନେଇଥିବାର ସୂଚନା ରହିଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବର, କଟକ, ପୁରୀରୁ 2 ଜଣ ଲେଖାଏଁ ରହିଥିବାବେଳେ ରାୟଗଡା, ନୟାଗଡ, ଗଞ୍ଜାମ, କୋରାପୁଟ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଭଦ୍ରକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 51 ବର୍ଷ ହୋଇଥିବାବେଳେ ଭୁବନେଶ୍ବରର ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତ ଆକ୍ରାନ୍ତ ଦ୍ବୟଙ୍କ ବୟସ ଯଥାକ୍ରମେ 70 ବର୍ଷ ଓ 57 ବର୍ଷ । ସେହିପରି କଟକରୁ ଜଣେ 80 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ଥିବାବେଳେ ଗଞ୍ଜାମରୁ 75 ବର୍ଷୀୟ ପୁରୁଷ ରହିଛନ୍ତି । କୋରାପୁଟରୁ 71 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 68 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀରୁ ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ…
ଅଯୋଧ୍ୟା, ଅଯୋଧ୍ୟାରେ ଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ଅଯୋଧ୍ୟା କତୱାଲି ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଛି। ପୋଲିସ ସାଇବର ବିଶେଷଜ୍ଞଙ୍କ ଏକ ଟିମକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଅନୁଯାୟୀ, ଚେକ୍ କ୍ଲୋନିଂ କରି ଲୌକ୍ଷ୍ମର ଦୁଇଟି ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର କରାଯାଇଛି। ଯେତେବେଳେ ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ୯ ଲକ୍ଷ ୮୬ ହଜାର ଟଙ୍କା ପ୍ରତ୍ୟାହାର କରିବାକୁ ତୃତୀୟ ଉଦ୍ୟମ ହେଲା ସେତେବେଳେ ଏହି ଠକେଇ ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୋଲିସ ଏହା ଉପରେ ଖୋଳତାଡ ଆରମ୍ଭ କରିଛି।
ଅମ୍ବାଲା : ବାୟୁସେନାରେ ପାଞ୍ଚୋଟି ଶକ୍ତିଶାଳୀ ଫାଇଟର୍ ଜେଟ୍ ‘ରାଫେଲ୍’ ସାମିଲ୍ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସିଡିଏସ୍ ବିପିନ ରାୱତଙ୍କ ଉପସ୍ଥିତିରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏକ ସର୍ବଧର୍ମ ପୂଜା ପରେ ଏହି ଲଢୁଆ ବିମାନକୁ ଅମ୍ବାଲା ସ୍ଥିତ ବାୟୁସେନା ବେସର ଗୋଲଡେନଏରୋ ସ୍କ୍ୱାଡନରେ ସାମିଲ କରାଯାଇଥିଲା । ଏହା ବ୍ୟତୀତ ବାୟୁସେନା ମୁଖ୍ୟ ଆର କେ ଭଦୋରିଆ ଏବଂ ଫ୍ରାନ୍ସ ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଲଢୁଆ ଯୁଦ୍ଧବିମାନ ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହେବା ନେଇ ହରିୟାଣା ଏୟାରବେସ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ୍ ଭାରତକୁ ଆସିଥିବାବେଳେ ଅକ୍ଟୋବରରେ ଆଉ 3/4ଟି ରାଫେଲ୍ ଭାରତକୁ ଆସିବାର ସୂଚନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ଜୁନ 29 ତାରିଖରେ ଫ୍ରାନ୍ସରୁ 5ଟି ରାଫେଲ ଯୁଦ୍ଧବିମାନ ଅଣାଯାଇଥିଲା ।…
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 3 ହଜାର 991 ପଜିଟିଭ୍ ଚିହ୍ନଟ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ 687 ରହିଥିବାବେଳେ ଅନୁଗୁଳୁରୁ 114, ବାଲେଶ୍ବରରୁ 74, ବରଗଡରୁ 169, ଭଦ୍ରକରୁ 82, ବଲାଙ୍ଗିରରୁ 180, ବୌଦ୍ଧରୁ 41, କଟକରୁ 392, ଦେବଗଡରୁ 18,ଢେଙ୍କାନାଳରୁ 101, ଗଜପତିରୁ 18, ଗଞ୍ଜାମରୁ 95, ଜଗତସିଂହପୁରରୁ 109, ଯାଜପୁରରୁ 148, ଝାରସୁଗୁଡାରୁ 49, କଳାହାଣ୍ଡିରୁ 74, କନ୍ଧମାଳରୁ 57, କେନ୍ଦ୍ରାପଡାରୁ 147, କେଉଁଝରରୁ 81,, କୋରାପୁଟରୁ 127, ମାଲକାନଗିରିରୁ 19, ମୟୂରଭଞ୍ଜରୁ 160, ନବରଙ୍ଗପୁରରୁ 125, ନୟାଗଡରୁ 48, ନୂଆପଡାରୁ 96, ପୁରୀରୁ 332, ରାୟଗଡାରୁ 58, ସମ୍ବଲପୁରୁର 104, ସୋନପୁରରୁ 74, ସୁନ୍ଦରଗଡରୁ 98 ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍ରୁ 114 ଜଣ ରହିଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 991କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2315ଜଣ ଚିହ୍ନଟ ହୋଇଥିବାବେଳେ 1676ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 52ହଜାର295 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 33 ହଜାର182ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ5 ହଜାର 295ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 580ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନା ସଂକ୍ରମିତ ଦେଶଙ୍କ ତାଲିକାରେ ଭାରତ ଦ୍ବିତୀୟ ସ୍ଥାନରେ ପହଞ୍ଚିଲାଣି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 95 ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1172ଜଣଙ୍କର ମୃତ୍ୟୁ ଘଟିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 44.65 ଲକ୍ଷରେ ପହଞ୍ଚିଛି । ଏହା ସହିତ ବିଗତ 24 ଘଣ୍ଟା ମଧ୍ୟରେ1172 ଜଣଙ୍କ ମୃତ୍ୟୁ ଘଟଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା 34ଲକ୍ଷ 71 ହଜାର 783 ରହିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 9.19 ଲକ୍ଷ ରହିଛି ।
ମଥୁରା, ଭାରତୀୟ ଜନତା ପାର୍ଟି ସାଂସଦ ହେମା ମାଳିନୀ ମଥୁରାକୁ ଜାତୀୟ ରାଜଧାନୀ ଅଞ୍ଚଳ ବା ଏନସିଆର ରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛନ୍ତି। ଏହା ଦ୍ବାରା ଏହି ପବିତ୍ର ସହର ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ବ ବୃଦ୍ଧି ପାଇବ ବୋଲି ହେମା କହିଛନ୍ତି। ବୁଧବାର ଏକ ଭିର୍ଚୁଆଲ୍ ମିଟିଂରେ ସାମ୍ବାଦିକମାନଙ୍କ ଏକ ଗୋଷ୍ଠୀ ସହିତ ଯୋଗାଯୋଗ କରୁଥିବାବେଳେ ହେମା ମାଳିନୀ କହିଛନ୍ତି, ମଥୁରା ଆନ୍ତାର୍ଜାତୀୟ ପର୍ଯ୍ୟଟନର ଯଥେଷ୍ଠ ଭିତ୍ତିଭୂମି ରହିଛି। ଯାହାର ବିନିଯୋଗ କରିବା ନିହାତି ଆବଶ୍ୟକ।ଏହାଦ୍ବାରା ବେକାରୀ ସମସ୍ୟା ସମାଧାନ ସହିତ ମଥୁରାର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ। ହେମା କହିଛନ୍ତି ଯେ ଛଅ ବର୍ଷ ପୂର୍ବେ ସେ ଏହି ମନ୍ଦିର ସହରକୁ ଏନସିଆରରେ ଅନ୍ତର୍ଭୁକ୍ତ କରିବା ପାଇଁ ଏନସିଆର ଯୋଜନା ବୋର୍ଡକୁ ଏକ ପ୍ରସ୍ତାବ ପଠାଇଥିଲେ। ଏଥିସହିତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେବେ…
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ମୋଟ ସଂଖ୍ୟା ୨୭.୭ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ୯୦୧,୦୦୦ କୁ ବୃଦ୍ଧି ପାଇଛି। ଗୁରୁବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୭୭ ଲକ୍ଷ ୧୯ ହଜାର ୯୫୨ ରେ ପହଞ୍ଚିଛି। ସେହିପରି ମୃତ୍ୟୁହାର ୯ ଲକ୍ଷ ୧ ହଜାର ୫୦ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୩୫୯,୩୧୩ ଏବଂ ୧୯୦,୭୯୬ ରେ ରହିଥିଲା। ୪,୩୭୦,୧୨୮ ମାମଲାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୩,୮୯୦ ରହିଛି। ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୧୬୨,୦୭୩), ଏବଂ ପରେ ଋଷିଆ (୧,୦୩୭,୫୨୬), ପେରୁ (୬୯୬,୧୯୦), କଲମ୍ବିଆ (୬୭୯,୫୧୩), ମେକ୍ସିକୋ (୬୪୭,୩୨୧),…
ଭୁବନେଶ୍ୱର : ପୁଣି ଆସନ୍ତା ୧୩ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୭ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି କହିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ୭ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ ଓ ଗଂଜାମ ଜିଲ୍ଲା। ସେହିପରି ୧୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସଆରସି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି।
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍ର ଶୁଭାରମ୍ଭ କରାଯିବ। ଏହି ଆପ୍ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ। ଏହାଛଡା ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର ପଶୁ ସଂପଦ ଓ ମତ୍ସ୍ୟ ଚାଷ ବିକାଶ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ତଥା ଡେରି ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା କଣ ? ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଦେଶର ମତ୍ସ୍ୟ ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ସାଧନ ପାଇଁ ଉଦ୍ଦିଷ୍ଟ ଏକ ଧ୍ୱଜାଧାରୀ କେନ୍ଦ୍ରୀୟ କାର୍ଯ୍ୟକ୍ରମ । ଚଳିତ ଆର୍ଥିକ ବର୍ଷରୁ…
ଭୁବନେଶ୍ବର, ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇଙ୍କୁ ସୂଚନା କମିଶନର ଭାବେ ଶପଥ କରାଇଛନ୍ତି। ଏଥିସହିତ ବରିଷ୍ଠ ଓକିଲ ବିକ୍ରମ ସେନାପତିଙ୍କୁ ମଧ୍ୟ ରାଜ୍ୟପାଳ ଅନ୍ୟତମ ସୂଚନା କମିଶନର ଭାବେ ଶପଥ କରାଇଛନ୍ତି। ବର୍ତ୍ତମାନ ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟ ସୂଚନା କମିଶନ ରେ ତିନି ଜଣ ସୂଚନା କମିଶନର ହେଲେ। ପୂର୍ବରୁ ଏକମାତ୍ର କମିଶନର ଭାବେ ବାଳକୃଷ୍ଣ ମହାପାତ୍ର କାର୍ଯ୍ୟ କରୁଛନ୍ତି। ସେହିପରି ମୁଖ୍ୟ ସୂଚନା କମିଶନର ଭାବେ ସୁନୀଲ ମିଶ୍ର କାର୍ଯ୍ୟ କରୁଛନ୍ତି।

