Author: Samikhsya Bureau

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଏବେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ରହିଛି । ଦୈନିକ 500 ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜଧାନୀର କରୋନା ସ୍ଥିତିକୁ ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି କରିଛି ବିଏମ୍‌ସି । ଭୁବନେଶ୍ୱର ମହାନଗର ନିଗମରେ ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ହୋଇଛି ନୂଆ ଏସ୍ଓପି । ହୋମ୍ ଓ ପେଡ୍ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ଉପରେ ଏଣିକି ବିଏମ୍‌ସି ପକ୍ଷରୁ ରଖାଯିବ କଡ଼ା ନଜର । 24 ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା ହୋଇଛି । ହୋମ୍ ଆଇସୋଲେସନ୍‌ରେ ଥିବା ଲକ୍ଷଣବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା ଯୋଗାଯିବ ।  ଏହାସହ ପ୍ରତ୍ୟେକ ଜୋନ୍‌ରେ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମହଜୁଦ୍ ରଖିବା…

Read More

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ 86 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ 86 ହଜାର 432ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1089ଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 40 ଲକ୍ଷ 23 ହଜାର 179ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 69 ହଜାର 561ରେ ପହଞ୍ଚିଛି ।  ସେହିପରି ଦେଶରେ ଏବେ ସୁଦ୍ଧା ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 46ହଜାର  ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 31 ଲକ୍ଷ 7 ହଜାର ରହିଛି । ଦେଶରେ ମୃତ୍ୟୁ ହାର ଓ ସକ୍ରିୟ ଆକ୍ରାନ୍ତଙ୍କ ହାରରେ ହ୍ରାସ ହେବାରେ ଲାଗିଛି । ଏବେ ମୃତ୍ୟୁ ହାର 1.73% ରହିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ହାର 21% ରହିଛି । ସେହିପରି ଦେଶରେ ସୁସ୍ଥ ହାର 77 % ରହିଛି ।

Read More

କେଦାର ମିଶ୍ର କରୋନା ର ଖବର ଓ କରୋନାର ଅନୁଭବ ଦୁଇଟି ଭିନ୍ନ କଥା। ଆଗରୁ ଆମେ କରୋନାକୁ ଖବର ଭାବରେ ଶୁଣୁଥିଲୁ। ଏବେ ନିଜ ପରିବାର ଲୋକ ଓ ବନ୍ଧୁ ବାନ୍ଧବ ସେଥିରେ କଷ୍ଟ ପାଉଥିବାର ଦେଖୁଛୁ। ଯେତେବେଳେ ଏହା ଖବର ଥିଲା, ସେତେବେଳେ ଲାଗୁଥିଲା, ସରକାରଙ୍କ ପାଖରେ ସବୁକିଛି ସୁବିଧା ମହଜୁଦ ଅଛି। ଲୋକଙ୍କ ଜୀବନ ବଞ୍ଚାଇବାକୁ ଓଡିଶା ସରକାର ନିଜକୁ ପ୍ରସ୍ତୁତ ରଖି ଥିବାର ଆଶ୍ଵାସନା ଆମ ପାଖରେ ଥିଲା। ତେବେ ଆଜି ହଠାତ ଖୁର୍ଦ୍ଧା ଜିଲାରେ ଏବଂ ବିଶେଷ କରି ରାଜଧାନୀରେ ଯେତେବେଳେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସେତେବେଳେ ଆକ୍ରାନ୍ତଙ୍କ ଅସହାୟତା ମଧ୍ୟ ବଢୁଛି। ଅଗଷ୍ଟ ମାସ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର ଯେଉଁ ତତ୍ପରତା ଥିଲା, ଏବେ ତାହା ଆଉ ଦେଖିବାକୁ ମିଳୁନି। ସରକାରଙ୍କ ସ୍ଵଘୋଷିତ “ହେଲ୍ପ ଲାଇନ” କୁ ଆଗରୁ ଫୋନ କଲା କ୍ଷଣି ତୁରନ୍ତ ସାହାଯ୍ୟ ମିଳୁଥିଲା। ଏବେ ଲକ୍ଷଣ…

Read More

ଭୁବନେଶ୍ୱର : ଛତିଶଗଡର ରାୟପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 8ଜଣ ଓଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମରୁ ସୁରତ ଅଭିମୁଖେ ଯାଉଥିବା ଏହି ବସରେ ପ୍ରାୟ ଷାଠିଏରୁ ଅଧିକ ଯାତ୍ରୀ ରହିଥିଲେ । ବସଟି ଏକ ଟ୍ରକକୁ ଓଭରଟେକ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ରାତି ପ୍ରାୟ 3.30ସମୟରେ ଏହି ଦୁ୍ର୍ଘଟଣା ଘଟିଥିବାର ସୂଚନା ରହିଛି । ଦୁର୍ଘଟଣାରେ ଗୁରୁତର ସାତଜଣଙ୍କୁ ହସ୍ପିଟାଲ ନିଆଯାଇଛି । ଦୁ୍ର୍ଘଟଣା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଦୁଇ ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୁରନ୍ତ ରାୟପୁର ଗସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡିଶା ଡିଜିପି ଅଭୟଙ୍କୁ ଛତିଶଗଡ ଡିଜିଙ୍କ ସହ ନିୟମିତ ସମ୍ପର୍କ…

Read More

ସୀତାରାମ ଅଗ୍ରୱାଲ  ଚିଲିକା: ଆଜି ସକାଳେ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଅଛି। ଯେଉଁଥିରେ ଜଣେ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପାଖାପାଖି ୬ ଘଟିକା ସମୟରେ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏକ ବନ୍ଧାକୋବି ବୋଝେଇ ପରିବା ଟ୍ରକ(ଏ.ପି ୧୬ ଟି.ଏଚ.୧୩୯୮) ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଗତି ଧୀର କରି ରହିବା ପାଇଁ ତତ୍ପର ହେଉଥୁବା ବେଳେ ସେହି ସମୟରେ ଅନୁରୂପ ଭାବେ ବିଶାଖାପାଟଣାରୁ ଝାରଖଣ୍ଡ ଯାଉଥିବା ଏକ କୋଇଲା ବୋଝେଇ କଣ୍ଟେନର(ବି.ଆର.୨୪ ଜି.ବି.୪୦୫୩) ଦ୍ରୁତ ଗତିରେ ଆସି ବନ୍ଧା କୋବି ବୋଝେଇ ଟ୍ରକକୁ ପଛପଟୁ ଧକା ଦେଇଥିଲା। ଫଳରେ ଘଟଣାସ୍ଥଳରେ କୋଇଲା ବୋଝେଇ କଣ୍ଟେନରର କ୍ୟାବିନରେ ନିଆଁ ଲାଗିଯାଇଥିଲା ଏବଂ ଗାଡି ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ…

Read More

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ। ଚଳିତବର୍ଷ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଏବଂ  ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଫଳ ଘୋଷଣା ପରେ ନିମ୍ନ ଲିଙ୍କ କ୍ଲିକ କଲେ ସେମାନେ ପରୀକ୍ଷା ଫଳ ଜାଣିପାରିବେ। ତାହା ହେଲା http://orissaresults.nic.in/ ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା

Read More

ନୂଆଦିଲ୍ଲୀ, ଗତକାଲି ଡ୍ରଗ କାରାବାର ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ପରିଚାଳକ ସାମୁଏଲ ମିରିଣ୍ଡାଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ତେବେ ଏମାନେ ଗଂଜେଇ କାରାବାରରେ ସଂପୃକ୍ତ ଅଛନ୍ତି ବୋଲି ଏନସିବି ବଳିଷ୍ଠ ପ୍ରମାଣ ପାଇଛି। ଏଥିସହିତ ଏହି ଗଂଜେଇ ଓଡିଶାରୁ ପଠାଯାଉଥିଲା ବୋଲି ସୁରାକ ମିଳିଛି ବୋଲି ଜଣାପ଼ଡିଛି। ଏପରିକି ରିୟା ତାଙ୍କ ହ୍ବାଟସପ ଚାର୍ଟରେ ଭୁବନେଶ୍ବର ଗଂଜେଇ ଭଲ ବୋଲି ଉଲ୍ଲେଖ କରିଥିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଫଳରେ ନାର୍କୋଟିକ୍ସ ଟିମ ଖୁବ ଶିଘ୍ର ଏହାର ଖିଅ ଖୋଳିବା ପାଇଁ ଓଡିଶା ଆସିବେ ବୋଲି ଜଣାପଡିଛି। ଗତକାଲି ରାତିରେ ସୌଭିକ ଏବଂ ମିରିଣ୍ଡାଙ୍କୁ ଗିରଫ ପରେ ଏହି ଗଂଜେଇ ମାମଲରା ଖିଅ ଧିରେ ଧିରେ ଖୋଲିବାରେ ଲାଗିଛି। କାରଣ ଗତକାଲି ଏହି ଦୁଇଜଣଙ୍କୁ ୧୦ ଘଣ୍ଟା ପଚରାଉଚରା ପରେ ଏବଂ ଡ୍ରଗ୍ ମାମଲାରେ…

Read More

ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ନିହାତି ଆବଶ୍ୟକ ରହିଛି। ଏଥିପାଇଁ ଡାକ୍ତରମାନେ ଶରୀରରେ ଏହି ଶକ୍ତି ବା ଇମ୍ୟୁନିଟି ବୃଦ୍ଧି ପାଇଁ ସବୁବେଳେ ପରାମର୍ଶ ଦେଇଥାଆନ୍ତି। ଏହିପରି ଏକ ପରିସ୍ଥିତିରେ ଭାରତୀୟ କୃଷି ଗବେଷଣା ପରିଷଦ ଏକ ଭିନ୍ନ ପ୍ରକାରର ଖିର ବାହାର କରିଛନ୍ତି। ଯାହାକୁ କୁହାଯାଏ ମସଲା ଖିର। ଏହି ଭିନ୍ନ ପ୍ରକାରର ଖିରର ନାମ ରଖାଯାଇଛି ଗୋଲଡେନ ମିଲ୍କ। ଏହା ଦୁଇ ପ୍ରକାରର ଉପଲ୍ବଧ ହେବ। ଗୋଟିଏ କେବଳ ଗୋଲଡେନ ମିଲ୍କ ହୋଇଥିବା ବେଳେ ଅନ୍ୟଟି ହେଉଛି ଗୋଲଡେନ ମିକ୍ସ। ଏହି ସ୍ବତନ୍ତ୍ର ଖିରରେ ହଳଦୀ, ଅଦା ଏବଂ ଡାଲଚିନ ପ୍ରଭୃତି ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଛି। ପରିଷଦର କୃଷି ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଏହା ଉପରେ ଗବେଷଣା କରି ଶେଷରେ ଏହା ବାହାର କରିବାରେ ସଫଳ ହୋଇଛନ୍ତି। ଖୁବ ଶିଘ୍ର ଏହାକୁ ବଜାରରେ ଉପଲବଧ୍ କରାଇବା ପାଇଁ ପ୍ରସ୍ତୁତି…

Read More

ନୂଆଦିଲ୍ଲୀ, ଚଳିତ ଖରିଫ ଋତୁ ୨୦୨୦ରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜମିରେ ଫସଲ ଚାଷ ହୋଇଛି । ଡାଲି, ମୋଟା ଦାନ ଶସ୍ୟ, ମାଣ୍ତିଆ ଏବଂ ତୈଳବୀଜ ଫସଲ ବୁଣା ପ୍ରାୟ ଶେଷ ହୋଇଥିବା ବେଳେ, ଧାନ ବୁଣା ଓ ରୁଆ ଜାରି ରହିଛି । ଆଜି ପର‌୍ୟ୍ୟନ୍ତ ଖରିଫ ଫସଲ ଚାଷ ଏବଂ ଏହାର ପରିବ୍ୟାପ୍ତ ଓ ‌ଅଗ୍ରଗତି ଉପରେ କୋଭିଡ-୧୯ର କୌଣସି ପ୍ରଭାବ ପଡି ନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ମଞ୍ଜି, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଭଳି ଇନପୁଟଗୁଡିକ ଠିକ୍ ସମୟରେ ଯୋଗାଇ ଦେବା ଦ୍ଵାରା ମହାମାରୀ ଯୋଗୁଁ ଲକଡାଉନ କାଳରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଖରିଫ ଚାଷ କାର‌୍ୟ୍ୟ ସମ୍ଭବ ହୋଇପାରିଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ…

Read More

ମୁମ୍ବାଇ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋୟିକ୍ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଆଜି ରାତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ କାରାବାର ମାମଲାରେ ଏହି ଗିରଫ କରାଯାଇଛି ବୋଲି ଜଣାପଡିଛି। ଏନସିବି ଅଧିକାରୀଙ୍କ ଅନୁଯାୟୀ, ୧୦ ଘଣ୍ଟା ପଚରାଉଚରା ପରେ ଏବଂ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଗିରଫ କରାଯାଇଛି। ଏହାପୂର୍ବରୁ ଏନସିବି ସୌଭିକ୍ ଏବଂ ମିରାଣ୍ଡାଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ କରିଥିଲା। ସେମାନେ ବ୍ୟବହାର କରୁଥିବା ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଏନସିବି ଏକ କୋର୍ଟକୁ ମଧ୍ୟ କହିଛି ଯେ ସୌଭିକ୍ ଡ୍ରଗ୍ସ ବେପାରୀ ଅବଦୁଲ ବସିତ୍ ପ୍ୟାରୀହରଙ୍କଠାରୁ ଗଞ୍ଜେଇ ଅର୍ଡର କରୁଥିଲେ ଏବଂ ଗୁଗୁଲ ପେ ମାଧ୍ୟମରେ ତାଙ୍କୁ ଦେୟ ପ୍ରଦାନ କରିଥିଲେ। ସୌଭିକ୍ ଏବଂ ମିରାଣ୍ଡାଙ୍କୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବହୁ ଦିନ ପରେ ଆଜି କରୋନା ସଂକମ୍ରଣ ଶହେ ତଳକୁ ଖସିଛି। ଫଳରେ ଗଂଜାମବାସୀ ଟିକେ ଅଶ୍ୱସ୍ତି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଅଶ୍ୱସ୍ତିକୁ ନିୟମ ମାନିବାରେ ଅବହେଳାରେ ପରିଣତ କରିଲେ ପୁନର୍ବାର ସଂକ୍ରମଣ ବ୍ୟାପିବାର ଭୟ ରହିଛି। ଅନେକ ଦେଶରେ ତଥା ଆମ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଯେ, ସଂକ୍ରମଣ ସଂଖ୍ୟା କମିଯାଇଥିଲେ ମଧ୍ୟ ଲୋକଙ୍କ ନିୟମ ନ ମାନିବା ଯୋଗୁଁ ପୁଣିଥରେ ଦ୍ୱିତୀୟ ୱେଭ୍ ଆସିଛି। ଫଳରେ ସଂକ୍ରମଣ ସଂଖ୍ୟା ପୁନର୍ବାର ବଢ଼ିଛି। ତେଣୁ ଜିଲ୍ଲା ପ୍ରଶାସନ ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବା ଜରୁରୀ ବୋଲି କହିଛି। ତେଣୁ ଦୋକାନୀଙ୍କୁ ପଞ୍ଚସୂତ୍ର ମାନିବାକୁ କହିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେନି ସେମାନଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ମନା କରିବା, ମାସ୍କଗୁଡ଼ିକ ସଠିକ୍ ଢ଼ଂଗରେ ପିନ୍ଧିବା ନାକ ଏବଂ ପାଟିକୁ ଘୋଡ଼ାଇ ରଖିବାକୁ ହେବ। ଗଂଜାମରେ ମୁଖ୍ୟତଃ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାର ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପୋଲିସ୍ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବେ ନାମିତ କରିଥିବାବେଳେ ବିଭିନ୍ନ ସ୍ଥାନରେ ତଳସ୍ତରର କରୋନା ଯୋଦ୍ଧାମାନେ ଲୋକଙ୍କ ଆକ୍ରୋଶର ଶିକାର ହେବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ଗୋଳନ୍ଥରା ଥାନା ଅଂଚଳରେ। କରୋନା ପଜିଟିଭ୍ ଲୋକଙ୍କ ବାସଗୃହ ଆଗରେ ପୋଷ୍ଟର ମାରିବାରୁ ଆକ୍ରାନ୍ତଙ୍କ ପୁଅଙ୍କଠାରୁ ମାଡ଼ ଖାଇଛନ୍ତି ଅଙ୍ଗନୱାଡ଼ି କର୍ମୀ। ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ସମନ୍ୱିତ ଶିଶୁବିକାଶ ଯୋଜନା ଅଧିନସ୍ଥ ଜୁଗୁଡ଼ି ଅଂଚଳ ଏକନମ୍ବର କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ବସନ୍ତୀ ରାଉଳ ଜନୈକ କରୋନା ପଜିଟିଭ୍ ମହିଳାଙ୍କ ଘର ଆଗରେ ପୋଷ୍ଟର ଟିଏ ମାରିବାକୁ ଯାଇଥିଲେ। ଏହି ସମୟରେ ଆକ୍ରାନ୍ତଙ୍କ ପୁଅ କୃଷ୍ଣ ଗୌଡ଼ ତାଙ୍କ ଘର ସାମ୍ନାରେ କାହିଁକି ପୋଷ୍ଟର ମାରୁଛ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବିଚ ରାସ୍ତାରେ ଅଙ୍ଗନୱାଡ଼ି କର୍ମୀଙ୍କ ଚୁଟି…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଗତସିଂହପୁର ଜିଲ୍ଲା ପିସି.ପି.ଏନ୍. ଡି.ଟି ପରାମର୍ଶଦାତା କମିଟିର ଏକ ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ସମୀକ୍ଷା କରାଯାଇଥିଲା। ୫ ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ନବୀକରଣ କରାଯିବା ପାଇଁ ଅନୁମତି ଦିଆଯାଇଥିଲା। ସରକାରଙ୍କ ତରଫରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଲଟ୍ରାସାଉଣ୍ଡ କ୍ଲିନିକ୍ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ଇନିସ୍ପେକ୍ସନ୍ ରିପୋର୍ଟକୁ ସମୀକ୍ଷା କରିଥିଲେ ଏବଂ ଏହାକୁ କଡାକଡି ଭାବରେ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଭୃଣହତ୍ୟା ଏକ ଗୁରୁତର ବିଷୟ ହୋଇଥିବାରୁ ଏବଂ ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ଏଥିରେ ବିଶେଷ ଭୂମିକା ରହୁଥିବାରୁ ଏହି ସେଣ୍ଟର ଗୁଡିକର ଠିକ୍ ଭାବରେ ଅନୁଧ୍ୟାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସଭାରେ ସି.ଡି.ଏମ୍.ଓ ଡଃ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଜଣେ ଦୋକାନ ମାଲିକ କୋଭିଡ ହୋମ ଆଇସୋଲେସନ ନିୟମ ଉଲଂଘନ କରିବାରୁ ସ୍ଥାନୀୟ ପ୍ରଶାସନ ବଡ କାର୍ଯ୍ଯାନୁଷ୍ଠାନ ନେଇଛି। ସ୍ଥାନୀୟ ପ୍ରଶାସନ ଦୋକାନ ସିଲ କରିବା ସହ ଦୋକାନ ମାଲିକଙ୍କୁ ଦେବାକୁ ପଡିଲା ପାଞ୍ଚ ହଜାର ଟଙ୍କା ଜରିମାନା ଏବଂ ତାଙ୍କ ନାମରେ ଥାନାରେ ଏତଲା ରୁଜୁ ହୋଇଥିବା ସୂଚନା ରହିଛି। ଏମିତି ଏକ ଘଟଣା ଘଟିଛି ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ଅଞ୍ଚଳରେ। ଏନ.ଏ.ସି ଅନ୍ତର୍ଗତ ପଲଟନ ପଡ଼ିଆର ଜଣେ ମିଠା ଦୋକାନୀ ଗତ ମାସ ୨୯ ତାରିଖରେ ସ୍ଥାନୀୟ ଗୋଦାବରୀଶ ବିଦ୍ୟାପୀଠରେ ନିଜ ସ୍ୱାବ ଟେଷ୍ଟ କରାଇଥିଲେ। ୩୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଏନ.ଏ.ସି ପ୍ରଶାସନ ତରଫରୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ମଧ୍ୟାହ୍ନ ରେ ଏନ.ଏ.ସି ସ୍କ୍ୱାର୍ଡ ଟିମ ହୋମ ଆଇସୋଲେସନରେ ରହୁଥିବା ପଜିଟିଭ ବ୍ୟକ୍ତି ମାନଙ୍କ ଗୃହ ପରିଦର୍ଶନ କରୁଥିବା ବେଳେ…

Read More

ଜଗତସିଂହପୁର :  ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରେନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍‌ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ବିଧାୟକ । ପଜିଟିଭ୍ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନ୍‌ରେ ରହିଥିବାର କହିଛନ୍ତି ବିଧାୟକ । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି । କରୋନା ରାଜ୍ୟରେ ବେଶ ଦ୍ରୁତଗତିରେ ବଢିଚାଲିଥିବାବେଳେ ଅନେକ ନେତା ରାଜନେତାମାନେ ଏହାର କବଳରେ ପଡିଛନ୍ତି । ନିକଟରେ କୃଷିମନ୍ତ୍ରୀ ଅରୁଣ ସାହୁ, ବୟନ ମନ୍ତ୍ରୀ ପଦ୍ମିନିୀ ଦିଆନ୍‌, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ପରି ବହୁ ନେତା, ସାଂସଦ ଓ ବିଧାୟକମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଜି ସାଂସଦ ରମେଶ ମାଝୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 16 ହଜାର678ରେ…

Read More

କନ୍ଦର୍ପ ବେହେରା ରେଢାଖୋଲ :  ଆଜି କିସିଣ୍ଡା ପୋଲିସ ଥାନା ସାମ୍ନାରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶ, ଯେ ଗଞେଇ ଚୋରା ଚାଲାଣ ହେଉଥିବା କଥା କିସିଣ୍ଡା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ନାକଟିଦେଉଳ ପଟୁ ଆସୁଥିବା ଏକ ମାରୁତି ସୁଜୁକି ଡିଜାର(ଗାଡି ନଂ ଓଡି ୦୨ ବିଏ-୬୫୬୨) ଗାଡିକୁ ଅଟକାଇଥିଲା । ଗାଡି ଭିତରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ୯୭ ହଜାର ୫୦୦ଟଙ୍କା ମଧ୍ୟ ଜବତ କରିଥିବା କିସିଣ୍ଡା ଥାନାଧିକାରୀ ଚିତରଞନ ନାଏକ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ଥାନାଧିକାରୀଙ୍କ କହିବା ଅନୁଯାୟୀ ବୌଦ୍ଧ ପଟୁ ଏହି ଚୋରା ବେପାରୀ ଗଞ୍ଜେଇ ଧରି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଅଂଚଳକୁ ଯାଉଥିଲା । ବାଟରେ କୌଣସି ଅଂଚଳରେ ଅସୁବିଧା ଯୋଗୁଁ କିସିଣ୍ଡା ଦେଇ ସମ୍ବଲପୁର ପଟେ ପଳାଇବାକୁ ଉଦ୍ୟମ କରୁଥିଲା…

Read More

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ବିଏମସି କମିଶନର ପ୍ରେମ କୁମାର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି 16ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଉରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ ରେଜଲ୍ଟ ମିଳିସାରିଛି । ଭୁବନେଶ୍ୱରରେ ଆଣ୍ଟିବଡି ପ୍ରିଭେଲାନ୍ସ 5.15 ପ୍ରତିଶତ ରହିଛି । ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ 5.15 ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍ । ଭୁବନେଶ୍ୱରର ସ୍ଥିତି ଭଲ ରହିଛି, କିନ୍ତୁ ପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି । ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ୍ ଯୋଗୁଁ ଆଗକୁ ସଂଖ୍ୟା ବଢିପାରେ। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି କମିଶନର କହିଛନ୍ତି । ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସାମାଜିକ ଦୂରତା ଓ…

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଅଞ୍ଚଳରେ ଦିନକୁ ଦିନ ଗୁଣ୍ଡାଗର୍ଦ୍ଦି ବଢୁଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଜଗତସିଂହପୁରର ମାର୍କଣ୍ଡପୁର ଗ୍ରାମରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ ମାର୍କଣ୍ଡପୁର ଗ୍ରାମର କାଳନ୍ଦୀ ସିଂହ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କର ପତ୍ନୀ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଦୁଇଜଣ ଯୁବକ ସ୍ୱାମୀକୁ ଖୋଜିବା ବାହାନା କରି କବାଟ ବାଡେଇଥିଲେ। ତାଙ୍କର ପତ୍ନୀ କବାଟ ଖୋଲିବା ମାତ୍ରେ ତାଙ୍କୁ ମାଡିବସି ଅସଦାଚରଣ କରିବା ସହ ତାଙ୍କୁ ମାଡମାରୁଥିବା ବେଳେ ସେ ଚିତ୍କାର କରିବାରୁ ଉକ୍ତ ଦୁଇ ଯୁବକ ଦୌଡ଼ି ପଳାଇଥିଲେ। ସ୍ୱାମୀ ଘରକୁ ଫେରିବା ପରେ ଆହତ ପତ୍ନୀଙ୍କୁ ନେଇ ଚିକିତ୍ସା କରିବା ସହିତ ଜଗତସିଂହପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏମିତିକି ଉକ୍ତ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ…

Read More

ମାଲକାନଗିରି : ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ଦାଦା ଖୁଡୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା କୋପ୍ରା ଗାଁରେ ଏପରି ଏକ ଅଘଟଣ ଘଟିଛି ।  ପୂର୍ବ ଶତ୍ରୁତାରୁ ଏହି  ନୃଶଂସ କାଣ୍ଡ  ଘଟିଥିବାର ସୂଚନା ରହିଛି ।।  ମୃତଦେହ ଜବତ କରିବା ସହ ଦାଦା-ଖୁଡୀକୁ ଅଟକ ରଖି ପୋଲିସ୍‌ର ପଚରାଉଚୁରା ଜାରି ରଖିଛି । ପାରିବାରିକ କଳହ ଯୋଗୁଁ ଦାଦା ଖୁଡୀ  ସବୁ ସମ୍ପର୍କକୁ ଭୁଲି ଯାଇ ଦୁଇ ବର୍ଷର ପୁତୁରା ହତ୍ୟା କରିଛନ୍ତି ।

Read More

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ବେଳେ ହିଁ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର 29 ତାରିଖ ସୁଦ୍ଧା ବିହାର ନିର୍ବାଚନ ସାରିବାକୁ ଇସିଆଇ ଯୋଜନା କରିଛନ୍ତି । ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଜଣାଇ ଦିଆଯିବ ବୋଲି ସୂଚନା ରହିଛି ।  ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା  64ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ହେବ ଉପନିର୍ବାଚନ ହେବ । ବିହାର ବିଧାନସଭା ସହିତ ଏକାଠି ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।  ସୂଚନାଯୋଗ୍ୟ,  ଓଡ଼ିଶାର ଦୁଇଟି  ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବାଲେଶ୍ବର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ ।ବିଭିନ୍ନ ରାଜ୍ୟ ମୁଖ୍ୟ ସଚିବ, ନିର୍ବାଚନ ଅଧିକାରୀଙ୍କ ସହ ବୈଠକ ପରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

Read More

‌ଲଣ୍ଡନ : ହଲିଉଡର ଲୋକପ୍ରିୟ କଳାକାର ରବର୍ଟ ପ୍ୟାଟିନସନ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କର ଆଗାମୀ ଫିଲ୍ମ (ବ୍ୟାଟମ୍ୟାନ) ଶୁଟିଂ ବନ୍ଦ ରଖାଯାଇଛି । ବର୍ତ୍ତମାନ ସେ କ୍ୱାରେଂଟାଇନରେ ରହିଛନ୍ତି । କରୋନା ଯୋଗୁଁ ଫିଲ୍ମର ଶୁଟିଂ ଦୀର୍ଘ ଦିନ ଧରି ବନ୍ଦ ରହିଥିବାବେଳେ ପୁନର୍ବାର ଶୁଟିଂ ଆରମ୍ଭ ହୋଇଥିଲା । କିନ୍ତୁ ଫିଲ୍ମର ଲିଡ୍‌ ଆକ୍ଟର କରୋନା ସଂକ୍ରମଣରେ ସଂକ୍ରମିତ ହେବା ପରେ ଏବେ ଏହାର ଶୁଟିଂକୁ ବନ୍ଦ ରଖାଯାଇଛି । ରବର୍ଟ ପାଟିନ୍‌ସନ୍‌ ସୁପରହିରୋ ବ୍ୟାଟମାନ୍‌ର ଚରିତ୍ରର ନିଭାଉଥିବାବେଳେ ଫିଲ୍ମରେ ତାଙ୍କର ଲୁକ୍‌ଟି ମଧ୍ୟ ରିଲିଜ୍‌ ହୋଇଯାଇଛି । ଯାହାକୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । କରୋନାରେ ଆକ୍ରାନ୍ତ ହେବା ନେଇ ରବର୍ଟ କୌଣସି ଘୋଷଣା କରିନଥିବାବେଳେ  ଓ୍ବାର୍ଣ୍ଣର ବ୍ରଦର୍ସଙ୍କ ପ୍ରବକ୍ତା କହିଛନ୍ତି ଯେ, ତାଙ୍କ ଟିମ୍‌ର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେ ଆଇସୋଲେଟ୍‌ରେ ଅଛନ୍ତି…

Read More