ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 500 ଟପିଛି। ଆଜି ରାଜ୍ୟରୁ କରୋନା ଯୋଗୁଁ 11 କରୋନାଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରୁ ସର୍ବାଧିକ 2ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ,ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧାର 55 ବର୍ଷୀୟ ଓ 73 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀରୁ ଦୁଇ ମୃତକ ପୁରୁଷ ହୋଇଥିବାବେଳେ ବୟସ ଯଥାକ୍ରମେ 40 ଓ 85 ବର୍ଷ । ସେହିପରି ମୟୂରଭଞ୍ଜରୁ 80 ବର୍ଷୀୟ ବୃଦ୍ଧ ଓ 60 ବର୍ଷୀୟ ମହିଳାଙ୍କରମୃତ୍ୟୁ ହୋଇଛି ।ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ, କନ୍ଧମାଳର 40ବର୍ଷ ଓ ଗଞ୍ଜାମର 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁରୁର ମୃତ ଆକ୍ରାନ୍ତଙ୍କ ବୟସ 35 ବର୍ଷ ଓ କଟକର 74ବର୍ଷୀୟ…
Author: Samikhsya Bureau
ମୁମ୍ବାଇ : ଭାରତୀୟ ପ୍ରମୁଖ ଇକ୍ୱିଟି ସୂଚକାଙ୍କ ମଙ୍ଗଳବାର ଦିନ ଏକ ଭଲ କାରାବାରରେ ଖୋଲିଛି। ସେନ୍ସେକ୍ସ ୧୪୦ ପଏଣ୍ଟରୁ ଅଧିକ କାରବାର କରିଛି। ମୁଖ୍ୟତଃ ଟେଲିକମ୍ ଏବଂ ଅଟୋ ଷ୍ଟକରେ ଭଲ କ୍ରୟ ଦେଖିବାକୁ ମିଳିଛି AGR ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଆସିବାକୁ ଥିବା ବେଳେ ଟେଲିକମ୍ ଷ୍ଟକ୍ ବୃଦ୍ଧି ପାଇଛି। ଦିନ ପ୍ରାୟ ୧୦.୨୭ ରେ, ସେନ୍ସେକ୍ସ ୩୮,୭୭୫.୯୯ ରେ କାରବାର କରିଥିଲା, ଯାହାକି ୧୪୭.୭୦ ପଏଣ୍ଟ କିମ୍ବା ୩୮,୬୨୮.୨୯ ର ପୂର୍ବଦିନ ଠାରୁ ୦.୩୮ ପ୍ରତିଶତ ଅଧିକ ଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟ ୫୦ ୧୧,୪୩୨.୯୫ ରେ କାରବାର କରିଥିଲା, ଯାହା ପୂର୍ବ ବନ୍ଦ ଠାରୁ ୪୫.୪୫ ପଏଣ୍ଟ କିମ୍ବା ୦.୪ ପ୍ରତିଶତ ଅଧିକ ଥିଲା।
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 3 ହଜାର 25ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 666 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 312, ଗଞ୍ଜାମରୁ 207, ମୟୂରଭଞ୍ଜରୁ 215, କୋରାପୁଟରୁ 139, ପୁରୀରୁ 136, ଢେଙ୍କାନାଳରୁ 132, କେନ୍ଦ୍ରାପଡାରୁ 128, ଭଦ୍ରକରୁ 94, ଯାଜପୁରରୁ 85, କଳାହାଣ୍ଡିରୁ 82, ନୂଆପଡାରୁ 79, ଜଗତସିଂହପୁରରୁ 78, ନୟାଗଡ଼ରୁ 67, ବରଗଡରୁ 61, ଝାରସୁଗୁଡ଼ାରୁ 59, ଅନୁଗୁଳରୁ 58, ସୁନ୍ଦରଗଡରୁ 56, କେଉଁଝରରୁ 50, ନବରଙ୍ଗପୁରରୁ 46, ବାଲେଶ୍ବରରୁ 40, ମାଲକାନଗିରିରୁ 32, ଗଜପତିରୁ 29, ବଲାଙ୍ଗିରରୁ 24, କନ୍ଧମାଳ ଓ ସୋନପୁରରୁ 22ଜଣ ଲେଖାଏଁ , ରାୟଗଡାରୁ 13, ବୌଦ୍ଧରୁ 9, ଦେବଗଡ଼ରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 25 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1844ଜଣ ଚିହ୍ନଟ ହୋଇଥିବାବେଳେ 1181ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 65 ହଜାର561 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 719ଜଣ । ସେହିପରି ସୁସ୍ଥ ହୋଇଛନ୍ତି 77 ହଜାର 286ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 492ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଖୋର୍ଦ୍ଧା : ଚଳିତ ବର୍ଷ ଖୋର୍ଦ୍ଧା ପୌରପରିଷଦ ତରଫରୁ ନିରାଡ଼ମ୍ବର ଭାବେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଶ୍ରୀ ସନତ କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିନ୍ଦ୍ରନାଥ ମିତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ମହୋଦୟ ଜନସାଧାରଣ ଙ୍କ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ବିଧାୟକ ମହୋଦୟ ଆଗାମୀ ଦିନରେ ମ୍ୟୁନିସିପାଲିଟି ମଧ୍ୟରେ ହେବାକୁ ଥିବା ସମସ୍ତ ପ୍ରୋଜେକ୍ଟ ଗୁଡିକର କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ । ପୌର ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶ୍ୱେତପଦ୍ମା ଶତପଥୀ ଜଜାରସିଂହ ମୌଜାରେ ଥିବା ଶ୍ମଶାନର ନବୀକରଣ, ପର୍ଯ୍ୟଟନ କ୍ଷେତ୍ର ବରୁଣେଇର ଉନ୍ନତିକରଣ, ଟାଉନହଲ ପୁନଃରୁଦ୍ଧାର, ଜରିପୋଖରୀ ଉନ୍ନତିକରଣ, ମୁକୁନ୍ଦପ୍ରସାଦ ବଡ଼ ପୋଖରୀ ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାର ଅର୍ଥ…
ନୂଆଦିଲ୍ଲୀ, 2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗୃହୀତ ହୋଇଛି। ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟିର ପରିମାଣ 15906 କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ପରିମାଣ 21064 କୋଟି ଟଙ୍କା। ସେହିଭଳି ଏହି ମାସରେ ସମନ୍ୱିତ ଜିଏସ୍ଟି ବାବଦରେ 42246 କୋଟି ଟଙ୍କା ଆଦାୟ ହୋଇଛି ଏବଂ ସେଥିରେ ଆମଦାନୀ ସାମଗ୍ରୀ ଉପରେ ସଂଗୃହୀତ ରାଜସ୍ୱ ପରିମାଣ 19179 କୋଟି ଟଙ୍କା। ଏହାଛଡା ସେସ୍ ବା ଉପକର ବାବଦରେ ଏହି ମାସରେ ମୋଟ 7215 କୋଟି ଟଙ୍କା ସଂଗୃହୀତ ହୋଇଛି। ଏଥିରେ ଆମଦାନୀ ହେଉଥିବା ସାମଗ୍ରୀ ଉପରୁ ମିଳିଥିବା ଟିକସ ପରିମାଣ 673 କୋଟି ଟଙ୍କା ଅନ୍ତର୍ଭୁକ୍ତ। ନିୟମିତ ପରିଶୋଧ ଅନୁସାରେ କେନ୍ଦ୍ର ସରକାର ସିଜିଏସ୍ଟି ବାବଦରେ 18216 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଛଡା ସମନ୍ୱିତ ଜିଏସ୍ଟିରୁ ରାଜ୍ୟ ଜିଏସ୍ଟି ବାବଦକୁ 14650 କୋଟି ଟଙ୍କା ଦିଆଯାଇଛି। ନିୟମିତ ପରିଶୋଧ ପରେ ଉଭୟ…
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ୨୫.୪ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟ ୮ ଲକ୍ଷ ୪୯ ହଜାରରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୫୪ ଲକ୍ଷ ୫ ହଜାର ୫୫୬ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୪୯ ହଜାର ୩୦୩ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି। ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତ୍ୟୁ ଯଥାକ୍ରମେ ୬୦ ଲକ୍ଷ ୨୮ ହଜାର ୬୧୭ ଏବଂ ୧ ଲକ୍ଷ ୮୩ ହଜାର ୫୭୯ ରେ ରହିଥିଲା। ସେହିପରି ବ୍ରାଜିଲରେ ୩,୯୦୮,୨୭୨ ସଂକ୍ରମଣ ଏବଂ ୧୨୧,୩୮୧ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୬୨୧,୨୪୫), ଏବଂ ପରେ ଋଷିଆ (୯୯୨,୪୦୨), ପେରୁ…
ନୂଆଦିଲ୍ଲୀ, ସୋମବାର ସକାଳେ ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଂଗର ହିମାଳୟ ଉପାନ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିଭଳି ମଧ୍ୟମହାରାଷ୍ଟ୍ର ଆସାମ, କୋଙ୍କଣ ଓ ଗୋଆର କେତେକ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ପୂର୍ବ ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ଉପକୂଳବର୍ତ୍ତୀ କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି । ଦେଶର 20ଟି ସ୍ଥାନରେ ବନ୍ୟା ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେଥିମଧ୍ୟରେ ବିହାରରୁ 7, ଉତ୍ତର ପ୍ରଦେଶର 4, ଓଡିଶା ଓ ମହାରାଷ୍ଟ୍ରରେ 2 ଏବଂ ଆସାମ, ଗୁଜରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ ଓ ପଶ୍ଚିମବଂଗରେ ବନ୍ୟା ପରିସ୍ଥିତି ମଧ୍ୟ ଗୁରୁତର ଅଛି । ଏହି 20ଟି ସ୍ଥାନରେ ନଦୀଗୁଡିକ ବିପଦ ସଂକେତଠାରୁ ବହୁ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ଅତି…
ନୂଆଦିଲ୍ଲୀ, ଭାରତ ସୀମାରେ ଚୀନର ନିୟମ ଉଲ୍ଲଘଂନ କାର୍ଯ୍ୟକଳାପ ସଂପର୍କରେ ଭାରତ ତାହାର ସ୍ପଷ୍ଟୀକରଣ ରଖିଛି। ଏଥିରେ କୁହାଯାଇଛି ଯେ, ପୂର୍ବ ଲଦାଖରେ ଜାରି ରହିଥିବା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଏକାଧିକ ସେନା ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା। ସ୍ଥିତି ସ୍ୱାଭାବିକ କରିବା ଲାଗି ସହମତି ପ୍ରକାଶ ପାଇଥିଲା। କିନ୍ତୁ ଚୀନର ପିଏଲଏ ସେନା ସ୍ଥିତି ବିଗାଡ଼ିବା ପାଇଁ ଅହରହ ପ୍ରୟାସ ଚଳାଇଛି। ସେମାନେ ସମସ୍ତ ପୂର୍ବ ସହମତିକୁ ଉଲ୍ଲଂଘନ କରି ଅଗଷ୍ଟ ୨୯-୩୦ ରାତ୍ରିରେ ସୀମା ଅଞ୍ଚଳରେ ଉତ୍ତେଜକ ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ । କିନ୍ତୁ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ପିଏଲଏର ଏଭଳି କାର୍ଯ୍ୟକଳାପ ନିଷ୍କ୍ରିୟ କରିଦେଇଛି। ଚୀନ ସେନା ଯେଉଁ ଉଦ୍ଦେଶ୍ୟ ରଖି ଏଭଳି ଏକତରଫା କାର୍ଯ୍ୟକଳାପ ଚଳାଇଥିଲା, ଭାରତୀୟ ସେନା ତାହାକୁ ପଣ୍ଡ କରିଦେଇଛି। ଆଲୋଚନା ମାଧ୍ୟମରେ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା…
ନୂଆଦିଲ୍ଲୀ, କୋଭିଡ-୧୯ ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିଓ୍ବାଇ ୫୦ ବିଲିୟନ ବା ଆନୁମାନିକ ୩୫୦୦ କୋଟି ଟଙ୍କାର ସରକାରୀ ବିକାଶମୂଳକ ଋଣ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂକ୍ରାନ୍ତ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ଭାରତରେ ଅବସ୍ଥାପିତ ଜାପାନୀ ରାଷ୍ଟ୍ର ଦୂତ ମିଃ ସୁଜୁକି ସାତୋଶୀଙ୍କ ମଧ୍ୟରେ ଚୁକ୍ତି ହୋଇଛି। କୋଭିଡ-୧୯ ସଂକଟର ମୁକାବିଲା ଲାଗି ସ୍ବାସ୍ଥ୍ୟ କ୍ଷେତ୍ରର ଋଣ ସହାୟତା କାର୍ଯ୍ୟକ୍ରମ ସ୍ବରୂପ ଏହି ସହଯୋଗ ଜାପାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ଜେଆଇସିଏର ମୁଖ୍ୟ ପ୍ରତିନିଧି ମିଃ କାତସୁଓ ମାତସୁମୋତୋ ଉଭୟ ପକ୍ଷରୁ ଋଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ଋଣ ସହାୟତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭାରତର କୋଭିଡ-୧୯…
ନୂଆଦିଲ୍ଲୀ,ଖୁବ୍ ଶିଘ୍ର ଓଡିଶା ଆସିବେ କେନ୍ଦ୍ରୀୟ ଟିମ। ଓଡିଶା ସହିତ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିଷ୍ପତ୍ତି ନେଇଛି । ଏସବୁ ରାଜ୍ୟରେ ହଠାତ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ମୃତ୍ୟୁହାର ଅଧିକ ରହିଛି। ଏହି କେନ୍ଦ୍ରୀୟ ଦଳ ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ କୋଭିଡ ପଜିଟିଭ ମାମଲାଗୁଡ଼ିକର ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକ ପକ୍ଷରୁ ହେଉଥିବା ପ୍ରୟାସରେ ସହାୟତା କରିବେ। ଠିକଣା ସମୟରେ ରୋଗର ନିଦାନ ଓ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତୀୟ ଆହ୍ବାନଗୁଡ଼ିକର ଦକ୍ଷତାପୂର୍ବକ ମୁକାବିଲା କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଦଳ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବେ। ପ୍ରତ୍ୟେକ ବହୁକ୍ଷେତ୍ରୀୟ କେନ୍ଦ୍ରୀୟ ଦଳରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଏବଂ ଅନ୍ୟ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ରହିବେ। ଏହି…
ମୂମ୍ବାଇ/ଭୁବନେଶ୍ୱର: ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍’ ବା ନୟେ ଇଣ୍ଡିଆ କା ନୟା ଜୋଶ୍ କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମନ୍ତେ ଜିଓ ଫାଇବର୍ ପକ୍ଷରୁ ନୂଆ ଟାରିଫ୍ ପ୍ଲାନ୍ଗୁଡିକର ଘୋଷଣା କରାଯାଇଛି। ଜିଓ ଫାଇବର ୩୦-ଦିନ ମାଗଣା ପରୀକ୍ଷଣ ସେବାରେ କଣ ରହିଛି ୧. ହାଇ ସ୍ପିଡ୍ ଇଣ୍ଟରନେଟ୍: ଘରେ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଇଣ୍ଟରନେଟ୍ ଓ ୱାଇ-ଫାଇ ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ସପିଙ୍ଗ୍ର ଅନୁଭୂତି ପ୍ରଦାନ କରିବ। ୨. ମନୋରଞ୍ଜନ: ଅନ୍-ଡିମାଣ୍ଡ୍ ଭିଡିଓ, ଲାଇଭ୍ ଟିଭି, ସିନେମା ଓ ଆହୁରି ବହୁତ କିଛି ସହ ମନୋରଂଜନ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ। ନେଟଫ୍ଲିକ୍ସ, ଆମାଜନ, ଡିଜନି+ ହଟ୍ଷ୍ଟାର୍ ଇତ୍ୟାଦି ୧୨ଟି ପେଡ୍ ଓଟିଟି ଆପ୍ ବିନା ଅତିରିକ୍ତ ଖର୍ଚ୍ଚରେ ମିଳିବ । ଟିଭିରେ ୟୁଟ୍ୟୁବ୍ ଠାରୁ ଆରମ୍ଭ କରି…
ଭୁବନେଶ୍ବର, ଶନିବାର ଓ ରବିବାର ବ୍ୟତୀତ ସପ୍ତାହରେ ପାଞ୍ଚଦିନ ଚଳାଚଳ କରୁଥିବା ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସେବାକୁ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ୦୨୮୬୧ ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ରାଉରକେଲା ଠାରୁ ଭୋର ୫ଘ.୧୦ ମି.ରେ ଛାଡି ଭୁବନେଶ୍ୱର ଠାରେ ଅପରାହ୍ନ ୧୨ଘ.୩୦ମି.ରେ ପହଁଚୁଥିବାବେଳେ ଫେରିବା ପଥରେ ୦୨୮୬୨ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଅପରାହ୍ନ ୨ଘ.୧୦ମି.ରେ ଛାଡି ରାଉରକେଲା ଠାରେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ।
ନୂଆଦିଲ୍ଲୀ, ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦେଶରେ ପାଳନ ହେବ ସାତ ଦିନିଆ ରାଷ୍ଟ୍ରୀୟ ଶୋକ। ଏ ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫଳରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ତାରିଖ ଯାଏଁ ସରକାରୀ ସ୍ତରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ। ଏହି ରାଷ୍ଟ୍ରୀୟ ଶୋକ ଦିବସରେ ଭାରତର ଯେଉଁଠାରେ ଜାତୀୟ ପତାକା ଲାଗିଛି, ତାହା ଅର୍ଦ୍ଧ ନମିତ ହେବ। ରାଷ୍ଟ୍ରପତି ଭବନରେ ଜାତୀୟ ପତାକାକୁ ଆଜି ଅର୍ଦ୍ଧ ନମିତ କରାଯାଇ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନ ଦିଆ ଯାଇଛି। ଆସନ୍ତାକାଲି ଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବ ଦା’ଙ୍କ ଅନ୍ତିମ ସଂସ୍କାର କରାଯିବ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାଗୃତି ଆର୍ଟ ଏବଂ କଲଚର ଅନୁଷ୍ଠାନ ତରଫରୁ ସୋମବାର ଦିନ ଜାଗୃତି ଜୁମ୍ବା ଓ ଫିଟ୍ନେସ ପଏଣ୍ଟ ଉଦ୍ଘାଟିତ ହୋଇଯାଇଛି। ଦୁର୍ନୀତି ନିବାରଣ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ଏବଂ ଆନ୍ତର୍ଜାତିକ ଭାରତ୍ତୋଳକ କେ. ରବି କୁମାର ଯୋଗଦେଇ ଉଦ୍ଘାଟନ କରିଥିଲେ। ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ୫ମ ଗଳି (ଟାୱାର ଲାଇନ୍)ରେ ଏକବଡ଼ଧରଣର କୋଠାରେ ଶୀତତାପ ନିୟନ୍ତ୍ରଣ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଫିଟ୍ନେସ ପଏଣ୍ଟ ଖୋଲିଛି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ହିଁ ସଂପଦ। ନିଜକୁ ଫିଟ୍ ରଖିପାରିଲେ ହିଁ ନିଜର ଇମ୍ୟୁନିଟି ବଢ଼ିବା ସହ ଆଗକୁ ରୋଗ ସହିତ ଲଢ଼ିବାର ଶକ୍ତି ମିଳିବ। ଏହି ପଏଣ୍ଟରେ ଅତ୍ୟାଧୁନିକ ମେସିନ୍ ଲଗାଯାଇଛି। ଯାହାଦ୍ୱାରା ନିଜର ଫିଟ୍ନେସ୍ ଅତିଶୀଘ୍ର ଏବଂ ଆରାମରେ ବଢ଼ାଇ ଯାଇପାରିବ। କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବି ନିୟମଗୁଡ଼ିକ ପାଳନ ନକରିଲେ ଆଗକୁ ପୁଣିଥରେ ସଂକ୍ରମଣ ବଢ଼ିପାରେ। ତେଣୁ ସେପ୍ଟେମ୍ବର ମାସରେ ମଧ୍ୟ ଜନସାଧାରଣ କରୋନା କଟକଣାଗୁଡ଼ିକୁ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଆଜି ନୂତନ ଭାବେ ୧୯୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣର ମୃତ୍ୟୁ ଘଟିଛି। ୯ ଜଣ କରୋନା ଯୋଦ୍ଧା ରହିଥିବାବେଳେ ଜଣକର ଟ୍ରାଭେଲ୍ ହିଷ୍ଟି ଏବଂ ୧୮୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆସିକା ବ୍ଳକ୍ରୁ ୬, ବେଗୁନିଆପଡ଼ାରୁ ୧୦, ବେଲଗୁଣ୍ଠାରୁ ୩, ବିଏମ୍ସିରୁ ୨୧, ଭଂଜନଗରରୁ ୧, ବୁଗୁଡ଼ାରୁ ୬, ଛତ୍ରପୁରରୁ ୧୦, ଚିକିଟିରୁ ୩, ଧରାକୋଟରୁ ୮, ଦିଗପହଣ୍ଡିରୁ ୬, ଗଂଜାମରୁ ୭, ହିଂଜିଳିକାଟୁରୁ ୯, ଜଗନ୍ନାଥପ୍ରସାଦରୁ ୭, କବିସୂର୍ଯ୍ୟନଗରରୁ ୪, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୮, ପାତ୍ରପୁରରୁ ୨୮, ପୋଲସରାରୁ ୬, ପୁରୁଷୋତ୍ତମପୁରରୁ ୮, ରଙ୍ଗେଇଲୁଣ୍ଡାରୁ ୧୬ ଅନ୍ୟାନ୍ୟ ୪ ରହିଛନ୍ତି। ଗତକାଲି ସମୁଦାୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କୋଭିଡ଼୍ ପରିଚାଳନାଗତ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରେ ଆର୍ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା, ଗ୍ରାମ୍ୟପଂଚାୟତ ଓ ୱାର୍ଡ଼ସ୍ତରୀୟ କୋଭିଡ଼୍ ପରିଚାଳନା, ପରିଚାଳନାରେ ସଂଘଗୁଡ଼ିକର ସଂପୃକ୍ତି କରାଇବା, ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ, ଗର୍ଭବତୀ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ପରୀକ୍ଷା, ମିନି କଣ୍ଟନମେଣ୍ଟ ଜୋନ୍ର ପରିଚାଳନା, ସାମାଜିକ ଦୂରତ୍ୱ, ସମସ୍ତ ଏନ୍ଏସି ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଅଣ୍ଡା ବଣ୍ଟନ, ଆଡ଼ମିଶନ, ଡ଼ିସଚାର୍ଜ ଓ ମୃତ୍ୟୁଜନୀତ ପଂଜିକରଣ ଇତ୍ୟାଦି ବିଷୟରେ ସବିସ୍ତୃତ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ମାସ ମଧ୍ୟ ଗଂଜାମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଂଜାମରୁ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୁଲ୍। ତେଣୁ ଜିଲ୍ଲାବାସୀ ସତର୍କ ରହିବା ନିହାତି ଆବଶ୍ୟକ। ଆର୍ଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟଧାର୍ଯ୍ୟ ହୋଇଛି ତାହା ଯେମିତି ପୂରଣ ହେବ ସେଥିପାଇଁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ଭୟାବହତା ଯୋଗୁଁ ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ମାର୍ଚ୍ଚ ମାସ ୨୦ ତାରିଖଠାରୁ ବନ୍ଦ କରାଯାଇ ପଂଜିକରଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଏଥିଯୋଗଁ ଅନେକ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତୁରନ୍ତ ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ବ୍ଲକ୍, ଏନ୍ଏସିରେ ରହିଥିବା ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ସଠିକ୍ ସାନିଟାଇଜ୍ ଓ ସାମାଜିକ ଦୂରତ୍ୱ ବଜାୟ ରଖି ପଂଜିକରଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
କିଶୋର ପଟ୍ଟନାୟକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ନୂତନ ଓ ସଂଶୋଧନ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବାକୁ ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ତର ‘ପଞ୍ଚମ ଏ’ ରୁ ‘ପଞ୍ଚମ ବି’ ଏବଂ ସ୍ତର ଚତୁର୍ଥ ରୁ ତୃତୀୟ କର୍ମଚାରୀ ପାଇଁ ପଦୋନ୍ନତି କରିବାକୁ ନିର୍ଦ୍ଦେଶ ଆସିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ଶିକ୍ଷା ବିଭାଗକୁ ବିଜ୍ଞପ୍ତି ଜାରି କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟକୁ ଆଧାର କରି ପଦୋନ୍ନତି ଦିଆଯିବା ବ୍ୟବସ୍ଥା କରିଛି। କିନ୍ତୁ, ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନଥିପତ୍ର ପ୍ରସ୍ତୁତି କରିବାରେ ତ୍ରୁଟି ରହିଥିବା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଗାମୀ ବର୍ଷ ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିନିଯୋଗ ଯୋଜନା ଏବଂ ପ୍ରକଳ୍ପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ଗୋପାଳପୁର ବନ୍ଦରର ଉନ୍ନତିମୂଳକ କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଂଗକୁ ନେଇ ଅନୁଷ୍ଠିତ ଏକ ବୈଂକରେ ଅଧ୍ୟକ୍ଷତା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, କାର୍ଯ୍ୟବିଭାଗର ସଚିବ କୃଷ୍ଣକୁମାର, ମତ୍ସ୍ୟ ଓ ଏଆର୍ଡ଼ି ବିଭାଗର ସଚିବ ଆର୍. ରଘୁ କୁମାର, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ଗଂଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭି.ସି. ମାଧ୍ୟମରେ ଆୟୋଜିତ…
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର ମାସ ପାଇଁ ଅନଲକ ୪.୦ ର ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସପ୍ତାହନ୍ତ ସଟଡାଉନକୁ ହଟାଯାଇଥିବା ବେଳେ ରାତ୍ରୀକାଳୀନ କର୍ଫ୍ୟୁ କଟକଣାକୁ ମଧ୍ୟ କୋହଳ କରାଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଲାଗୁ ରହିବ। ତେବେ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ ଅନ୍ୟ ସବୁ ଅଞ୍ଚଳରେ ଲକଡାଉନ କଟକଣା ରହିବ ନାହିଁ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ। ସେହିପରି ସିନେମା ହଲ, ସୁଇମିଙ୍ଗ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବା ପାଇଁ ଗାଇଡଲାଇନ ଜାରି ହୋଇଥିବା ବେଳେ ସେପ୍ଟେମ୍ବର ୨୧ ତାରିଖ ଠାରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିଛି। ସାମାଜିକ, ରାଜନୈତିକ,…

