ନ୍ୟୁୟର୍କ : ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ୟୁଏସ ଓପନରେ ଇତିହାସ ରଚିଛନ୍ତି । 2013ପରଠାରୁ ପ୍ରଥମ ଭାରତୀୟ ଖେଳାଳି ଭାବରେ ୟୁଏସ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ନାଗଲ । ପ୍ରଥମ ରାଉଣ୍ଡରେ ଆମେରିକାର ବ୍ରାଡଲି କ୍ଲାନଙ୍କୁ 6-1, 6-3, 3-6 ଏବଂ 6-1 ସେଟରେ ପରାସ୍ତ କରିବା ସହିତ ନାଗଲ ଇତିହାସ ରଚିଛନ୍ତି । 2013ରେ ସୋମଦେବ ଦେବବର୍ମନ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ ଏବଂ ୟୁଏସ ଓପନର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ପ୍ରଥମ ଦୁଇ ରାଉଣ୍ଡକୁ ଅନାୟାସରେ ଜିତିଥିବା ନାଗଲ ପରବର୍ତ୍ତୀ ରାଉଣ୍ଡରେ ପରାଜିତ ହୋଇଥିଲେ ହେଁ ସହଜରେ ମ୍ୟାଚରେ ବିଜୟୀ ହୋଇଥିଲେ। ବିଶ୍ୱ ମାନ୍ୟତାରେ 122 ନମ୍ବର ମାନ୍ୟତାରେ ରହିଥିବା ନାଗଲ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ଅଷ୍ଟ୍ରିଆର ଡୋମିନିକ ଥିମ ଏବଂ ସ୍ପେନର ଜାଉମେ ମୁନେର ମ୍ୟାଚର ବିଜୟୀ ଖେଳାଳିଙ୍କୁ ଭେଟିବେ । https://twitter.com/usopen/status/1300868151895154688?s=20 ହରିୟାଣାର ଇଜ୍ଜୋର…
Author: Samikhsya Bureau
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 78 ହଜାର 357ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1045ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା 37 ଲକ୍ଷ 69ହଜାର 524କୁ ବୃଦ୍ଧି ପାଇଛି। ସେହିପରି ଦେଶର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 66 ହଜାର 333ରେ ପହଞ୍ଚିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦେଶରେ 29ଲକ୍ଷ 1909 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି ବର୍ତ୍ତମାନ ସୁଦ୍ଧା 8ଲକ୍ଷ 1282ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଇସିଏମ୍ଆରର ସୂଚନା ଅନୁସାରେ ଦେଶରେ କରୋନା ଭାଇରସର 54 ପ୍ରତିଶତ ମାମଲା 18 ବର୍ଷରୁ 44 ବର୍ଷଙ୍କ ମଧ୍ୟରେ ରହିଥିବାବେଳେ 51 ପ୍ରତିଶତ ମାମଲା 60 ବର୍ଷ ବା ତତୁର୍ଦ୍ଦ୍ୟ ରହିଛନ୍ତି । ଦେଶର ମୃତ୍ୟୁଦର ହ୍ରାସ ହୋଇ 1.76%ରେ ରହିଥିବାବେଳେ ଆକ୍ଟିଭ୍ କେସ୍ ହାର…
ପାନଜୀ : ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଫେସବୁକ ପୋଷ୍ଟରେ ସେ କହିଛନ୍ତି ଯେ କରୋନା ଭାଇରସ୍ ପରୀକ୍ଷା କରିଥିଲି, ରିପୋର୍ଟ ପଜିଟିଭ୍ ଆସିଛି। ଫଳରେ ମୁଁ ବର୍ତ୍ତମାନ ହୋମ ଆସୋଲେସନରେ ରହିଛି। ତାଙ୍କ ପୋଷ୍ଟରେ ସେ ଆହୁରି କହିଛନ୍ତି, “ମୁଁ ଘରୁ କାର୍ଯ୍ୟ କରି ମୋର କର୍ତ୍ତବ୍ୟ ପାଳନ କରିବା ଜାରି ରଖିବି। ଯେଉଁମାନେ ମୋର ଘନିଷ୍ଠ ସମ୍ପର୍କରେ ଆସିଛନ୍ତି ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗୋଆରେ ଏପର୍ଯ୍ୟନ୍ତ ମୋଟ ୧୮,୦୦୬ କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯୪ ଜଣ ମୃତ୍ୟୁ ଘଟିଛି।
ଭୁବନେଶ୍ବର : ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 3ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଳାରୁ 2ଜଣ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଦୁଇଜଣ ପୁରୁଷ। 63 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଙଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 35ଓ 56 ବର୍ଷ ବୋଲଇ ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 57 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 62 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସମ୍ବଲପୁରର ମୃତ୍ୟୁ ଆକ୍ରାନ୍ତ ଜଣକ 58 ବର୍ଷୀୟା ମହିଳା ହୋଇଥିବାବେଳେ ରାୟଗଡାରୁ 64 ବର୍ଷୀୟ ପୁରୁଷ…
ଭୁବନେଶ୍ବର : ଆଜି ରାଜ୍ୟର 29ଟି ଜିଲ୍ଲାରୁ ମୋଟ୍ 3 ହଜାର 219ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 731ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 400, ପୁରୀରୁ 217, ବାଲେଶ୍ବରରୁ 194, ବରଗଡରୁ 185, ଗଞ୍ଜାମରୁ 169, ମୟୂରଭଞ୍ଜରୁ 137, ଯାଜପୁରରୁ 117, କେଉଁଝରରୁ 102, କୋରାପୁଟରୁ 90, ଭଦ୍ରକରୁ 87, ସମ୍ବଲପୁରରୁ78. ଅନୁଗୁଳରୁ 66,ନୟାଗଡରୁ 62, ସୁନ୍ଦରଗଡ, ଜଗତସିଂହପୁର ଓ ଝାରସୁଗୁଡାରୁ 60ଜଣ ଲେଖାଏଁ ରହିଥିବାବେଳେ କେନ୍ଦ୍ରାପଡାରୁ 57, ନବରଙ୍ଗପୁରରୁ 55, ନୂଆପଡାରୁ 49, ଢେଙ୍କାନାଳ ଓ କଳାହାଣ୍ଡିରୁ 37 ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧରୁ 36, କନ୍ଧମାଳରୁ 32, ଗଜପତିରୁ 27, ସୋନପୁରରୁ 26, ରାୟଗଡାରୁ 25, ମାଲକାନଗିରିରୁ 13, ବଲାଙ୍ଗିରରୁ 10 ଜଣ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 219 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1931ଜଣ ଚିହ୍ନଟ ହୋଇଥିବାବେଳେ 1288ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 9 ହଜାର780 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 443ଜଣ । ସେହିପରି ସୁସ୍ଥ ହୋଇଛନ୍ତି 80 ହଜାର 770ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 514ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କେଦାର ମିଶ୍ର ଆମ ଲୋକ ରାଜନୀତିରେ ସବୁ କଥା ସହଜରେ ଭୁଲି ଯାଆନ୍ତି। ଆଜି ଯେତେବେଳେ ଐତିହାସିକ ଭାବରେ ଦେଶର ଆର୍ଥିକ ଅଭିବୃଦ୍ଧି ସବୁଠୁ କମ ରହିଛି, ସେତେବେଳେ ଦେଶକୁ ପରିଚାଳନା କରୁଥିବା ସରକାର କହୁଛନ୍ତି- ଏଥିଲାଗି ଆମେ କଣ କରିପାରିବା, ଏହା ତ ସାରା ପୃଥିବୀର ସମସ୍ଯା। ପୃଥିବୀରେ ଏକ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସ୍ଵାଭାବିକ ଭାବରେ ତାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ପୃଥିବୀର ସବୁ ବଡ ବଡ ଦେଶର ଅର୍ଥନୀତି ଆଜି ତଳମୁହାଁ ହୋଇଛନ୍ତି। ତେବେ ଏକଥା କହିଲା ବେଳେ ଆମ ଲୋକ ଭୁଲିଯାଉଛନ୍ତି ଯେ, ୨୦୦୭-୦୮ ବେଳେ ଯେତେବେଳେ ପୃଥିବୀ ର ଅର୍ଥନୀତିରେ ଏକ ଭୟଙ୍କର ମାନ୍ଦାବସ୍ଥା ଆସିଥିଲା, ସେତେବେଳେ ଭାରତ ତାକୁ ଅତ୍ୟନ୍ତ ସାହସିକତାର ସହ ସାମ୍ନା କରିଥିଲା। ୨୦୦୮ ବର୍ଷରେ ଆମର ଅଭିବୃଦ୍ଧି ହାର ୩.୯% କୁ ଖସିଥିବା ବେଳେ ତା ପରବର୍ତ୍ତୀ ବର୍ଷ ୨୦୦୯ ରେ ଆମର ଅଭିବୃଦ୍ଧି ୨…
ନୂଆଦିଲ୍ଲୀ : ବିଶ୍ବର କରୋନା ମହାମାରୀ କବଳରୁ ବର୍ତ୍ତିବା ପାଇଁ ଆମେ ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର କରିବାକୁ ଗୁରୁତ୍ବ ଦେଉଛନ୍ତି। ବଜାରରେ କରୋନା ପ୍ରକୋପ ପୂର୍ବରୁ ମଧ୍ୟ ସାନିଟାଇଜର୍ ବିକ୍ରି ହେଉଥିଲା। ଏବେ କିନ୍ତୁ ଲୋକେ ଅଧିକ ସଂଖ୍ୟାରେ ଏଇ ସାନିଟାଇଜର୍ କିଣୁଥିବାର ଦେଖାଯାଉଛି। କଞ୍ଜ୍ୟୁମର ଗାଇଡାନ୍ସ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ସାନିଟାଇଜରର ମାତ୍ରାଧିକ ବ୍ୟବହାର କାରଣରୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ସୂଚନା ଅନୁସାରେ ସାନିଟାଇଜର ବ୍ୟବହାର ସମୟରେ ମଧ୍ୟ ସାବଧାନ ରହିବା ନିତାନ୍ତ ଆବଶ୍ୟକ । ଆମେ ଜୀବାଣୁକୁ ମାରିବା ପାଇଁ ସାନିଟାଇଜରର ବ୍ୟବହାର କରୁଛେ, କିନ୍ତୁ ସେହି ସାନିଟାଇଜର୍ ବ୍ୟବହାର ପାଇଁ ଉଚିତ୍ କି ନୁହେଁ, ତାହା ଜାଣିବା ନିତାନ୍ତ ଆବଶ୍ୟକ । କାରଣ ମିଳିଥିବା ସୂଚନା ଅନୁସାରେ ଆମେ ବ୍ୟବହାର କରୁଥିବା କିଛି ସାନିଟାଇଜ୍ରରେ ଟକ୍ସିକ୍ ମିଥାନେଲ୍ର ପ୍ରଚୁର ମାତ୍ରା ରହୁଛି, ଯାହାର…
ଭୁବନେଶ୍ବର, ସେପ୍ଟେମ୍ବର ମାସରେ ପ୍ରତି ଶନିବାର ଦିନ ରାଜ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅତ୍ୟାବଶ୍ୟକ ସେବା ଯେପରିକି ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କାର୍ଯ୍ୟାଳୟ, ପୋଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ସେବା କାର୍ଯ୍ୟାଳୟକୁ ବାଦ ଦିଆଯାଇଛି। ନୋଭେଲ କରୋନା ଭାଇରସକୁ ରୋକିବା ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବିଭାଗ ଏବଂ କର୍ମଚାରୀମାନେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ୍ କର୍ମଚାରୀଙ୍କ ମଧ୍ୟରେ ଯେଦି ପଜେଟିଭ କେସ୍ ଚିହ୍ନଟ ହେଲେ, ସମ୍ପୃକ୍ତ କାର୍ଯ୍ୟାଳୟ ପ୍ରୋଟୋକଲ୍ ଅନୁସରଣ କରିବାକୁ କୁହାଯାଇଛି।
ମୁମ୍ବାଇ : ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏନ୍ସିବି । ଅବଦୁଲ୍ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରାଙ୍କୁ ମୁମ୍ବାଇ ଓ ବାନ୍ଦାରୁ ଗିରଫ କରାଯାଇଛି । ରିୟାଙ୍କ ସହଯୋଗୀ ସାମୁଏଲ୍ ମିରଣ୍ଡାଙ୍କ ଲିଙ୍କ୍ରେ ଦୁହେଁ ଗିରଫ ହୋଇଥିବାର ସୂଚନା ରହିଛି । ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କଠାରୁ ଡ୍ରଗ୍ସ ଆଣୁଥିଲେ । ସୂଚନାଯୋଗ୍ୟ, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି । ସୁଶାନ୍ତଙ୍କ ମାମଲାରେ ରିୟାଙ୍କ ଡ୍ରଗ୍ସ ଚାଟ୍ ଭାଇରାଲ୍ ହେବା ପରେ ଏନ୍ସିବି ଏବେ ଏହି ମାମଲାର ଯାଞ୍ଚ କରୁଛି । (ଏଜେନ୍ସି)
କେନ୍ଦ୍ରାପଡା : ଦୁର୍ଘଟଣାପରେ ବସ୍କୁ ଜାଳିଦେଲେ ଲୋକେ । ଏକ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାଗରେ ବସ୍କୁ ଜାଳି ଦେଇଥିବାର ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲା ଏନଏଚ୍-5 (କ) ହଳଦିଆପଡା ରାଧାଭାଟି ନିକଟରେ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହିଦୁର୍ଘଟଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏହାପରେ ଲୋକେ ରାଗରେ ବସ୍କୁ ପୋଡି ଦେଇଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ, କେନ୍ଦ୍ରର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ସହ ତାଳ ଦେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବ୍ୟାପକ ନମୁନା ପରୀକ୍ଷା କରାଯାଉଛି । ଅଧିକ ପରୀକ୍ଷା ଯୋଗୁଁ ସଅଳ ସଂକ୍ରମଣ ନିରୂପଣ ସମ୍ଭବ ହେବା ସହ ଅଧିକରୁ ଅଧିକ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ରଣନୀତି ଯୋଗୁଁ ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା ୪.୩୦ କୋଟିରୁ ଅଧିକ (୪,୩୩,୨୪,୮୩୪) ହୋଇଥିବା ବେଳେ ଗତ ୨ ସପ୍ତାହ ମଧ୍ୟରେ ୧,୨୨,୬୬,୫୧୪ ନମୁନା ପରୀକ୍ଷା ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କ୍ରମାଗତ ଭାବେ ସେମାନଙ୍କ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି କରିଚାଲିଛନ୍ତି । ସବୁଠାରୁ ଆଗରେ ତାମିଲନାଡୁ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ରହିଥିବା ବେଳେ ମୋଟ ପରୀକ୍ଷାର ଶତକଡା ୩୪ ଭାଗ ଏହି ରାଜ୍ୟଗୁଡିକରେ ସଂଗଠିତ ହୋଇଛି । ଦେଶରେ ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟ ୧୦ ଲକ୍ଷ ଅତିକ୍ରମ କରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ…
ଯାଜପୁର, ଲଗାତର ବର୍ଷାରେ ଯାଜପୁର ଜିଲ୍ଲାର ବରୀ ବ୍ଲକରେ ଅନେକ ଗାଁ ପାଣି ଘେରରେ ରହିଛି। ଜଣେ ଗର୍ଭବତୀ ମହିଳା ପାଣି ଘେରରେ ଫସି ଯାଇଥିବାରୁ ତାଙ୍କୁ କୋରାପୁଟରୁ ଯାଇଥିବା ଓଡ୍ରାଫ ଟିମ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ପୁରୀ, ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦୁଇମାସ ଧରି ଚାଲିଥିବା ଚାତୁର୍ମାସ ବ୍ରତ ଉଦଜାପିତ ହୋଇଛି। ଏହି ବ୍ରତ ଆଷାଢ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ କରାଯାଇଥାଏ। ଏହି ସମୟରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ଅନ୍ୟ ସାଧୁସନ୍ଥଙ୍କ ସହିତ ମଠ ଭିତରେ ରହିବା ବାଧ୍ୟ ହୋଇଥାଏ। ଏହି ବ୍ରତରେ କେହି ମଠ ସୀମା ପାର ହୋଇ ଯାଇପାରିବେ ନାହିଁ। ମଠ ଭିତରେ ଦିନ ତମାମ ଭକ୍ତି ପୂଜା ଅର୍ଚ୍ଚନା ସହିତ ପୁରାଣ ପାଠ କରାଯାଇଥାଏ। ସେହି ଅନୁସାରେ ପୀଠରେ ପ୍ରତିଦିନ ସକାଳ 10 ଟାରୁ 12 ଟା ପର୍ଯ୍ୟନ୍ତ ବୃହଦାରଣ୍ୟକୋପନିଷଦ ପାଠ , ଅପରାହ୍ନ 5 ଟାରୁ 6 ଟା 30 ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ ପ୍ରବଚନ, ରାତ୍ର 8 ଟାରୁ 9 ଟା ପର୍ଯ୍ୟନ୍ତ ବ୍ରହ୍ମସୁତ୍ର ଶଙ୍କରଭାସ୍ୟ ଟୀକା ପାଠ କରାଯାଉଥିଲା। ଏହି ବ୍ରତ ଉଦଜାପନ ପରେ ଶଙ୍କରାଚାର୍ଯ୍ୟ ମଠ ସୀମା ପାର ହେବାର…
ରମେଶ ମହାନ୍ତି ଜଗତସିଂହପୁର: ଆଜି ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଦେବୀ ନଦୀର ସମ୍ବେଦନଶୀଳ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରି ବନ୍ୟାସ୍ଥିତି ଅନୁଧ୍ୟାନ କରିଥିଲେ।ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଜଗତସିଂହପୁର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ଦାସ ଦେବୀ ନଦୀର ଆଳିପିଙ୍ଗଳ ନଦୀବନ୍ଧ ପରିଦର୍ଶନ କରି ଜଳସମ୍ପଦ ବିଭାଗର ଯନ୍ତ୍ରୀ ମାନଙ୍କ ସହିତ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଗ୍ରସ୍ତ ସମୟରେ ସୁପରିଣ୍ଟେଣ୍ଡିଙ୍ଗ୍ ଇଂଜିନିୟର ବେଲେଶ୍ୱର ନାଥ ସାହୁ ଓ ଜଗତସିଂହପୁର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀଙ୍କ ସହ ଜଳସମ୍ପଦ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ରମେଶ ମହାନ୍ତି ଜଗତସିଂହପୁର: ବନ୍ୟାଜଳରେ ପ୍ରଭାବିତ ହୋଇ ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତିର୍ତ୍ତୋଲ ତାରତୋଲ ରାସ୍ତାର ଆଦିବାସୀ ପଡା ନିକଟ ରାସ୍ତାରେ ଏକ ଘାଇସୃଷ୍ଟି ହେବା ସହିତ ରାସ୍ତା ଉପରେ ପାଣି ଚାଲୁଛି। ଏହି ସ୍ଥାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଲୋକମାନଙ୍କ ସୁରକ୍ଷା ପାଇଁ ଘାଇ ସୃଷ୍ଟି ହୋଇଥିବା ବାଟଦେଇ ଗାଡି ମଟର ଚଳାଚଳ ଓ ସାଧାରଣ ଲୋକେ ଯାତାୟତ ନକରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ବାଉଁଶ ବନ୍ଧାଯିବା ସହିତ ଗତକାଲି ଠାରୁ ଉକ୍ତ ସ୍ଥାନରେ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ ଷ୍ଟାଫ୍ ଜଗାରଖା କରୁଛନ୍ତି। ତିର୍ତ୍ତୋଲ ଆଦିବାସୀ ପଡା ଓ ଗୋପିଆକୁଦ ବନ୍ୟାଜଳରେ ଭାସୁଥିବା ବେଳେ ସେଠାରେ ରହୁଥିବା ଲୋକମାନେ ଘରଦ୍ବାର ଛାଡି ୧୨ନଂ ତାଳଦଣ୍ଡା କେନାଲ ବନ୍ଧ ଉପରେ ପାଲଟାଣି ରହିବା ସହ ଗୋପିଆକୁଦ ଗେଷ୍ଟହାଉସ ଓ ତିର୍ତ୍ତୋଲ ବଜାର ସ୍ଥିତ…
ନୂଆଦିଲ୍ଲୀ, ଗତ ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮,୩୯,୮୮୨ରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ଶତକଡା ୭୭ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ ୩.୫ ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ୭,୮୫,୯୯୬ ସକ୍ରିୟ ରୋଗୀ ଥିବାବେଳେ ୨୦.୫୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହରେ ସଂକ୍ରମିତଙ୍କ ତୁଳନାର ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ରାଜ୍ୟରେ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ୧୧,୮୫୨, ଆନ୍ଧ୍ରପ୍ରଦେଶ ୧୦,୦୦୪, କର୍ଣ୍ଣାଟକ ୬,୪୯୫, ତାମିଲନାଡୁ ୫,୯୫୬ ଏବଂ ଉତ୍ତରପ୍ରଦେଶ ୪,୭୮୨…
ନୂଆଦିଲ୍ଲୀ, ଆଗାମୀ ୨୦୨୩-୨୪ ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି । କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ କରି ୫୦୦ଟି ପ୍ରକଳ୍ପ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ। ସିଆଇଏଲ ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ଏହାର ଅଂଶୀଦାରମାନଙ୍କୁ ସମ୍ବୋଧନ କରି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା କହିଛନ୍ତି। ଅଂଶୀଦାରମାନଙ୍କର କମ୍ପାନୀ ବ୍ୟାପାରରେ ପ୍ରତ୍ୟକ୍ଷ ସହଯୋଗ ଯୋଗୁଁ ପ୍ରକଳ୍ପ ବିକାଶ ପାଇଁ ଥିବା ବାଧାବିଘ୍ନ ଦୂର ହୋଇପାରିବ । ଉଭୟଙ୍କ ସହଯୋଗ ଯୋଗୁଁ ନୂତନ ଚିନ୍ତାଧାରାର ଉପଯୋଗ ହୋଇପାରିବ ବୋଲି ଯୋଶୀ କହିଛନ୍ତି । ଅଂଶୀଦାରମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଲେ ଯେ, କୋଲ ଇଣ୍ଡିଆ ସହିତ ବ୍ୟବସାୟ ପାଇଁ ବିଶେଷ ସୁଯୋଗ ରହିଛି । ୨୦୨୩-୨୪…
ନୂଆଦିଲ୍ଲୀ, ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମହାକାଶ ଏବଂ ପରମାଣୁ ଶକ୍ତି ବିଭାଗ ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ। ସେ କହିଛନ୍ତି ଯେ ଭାରତର ମଲ୍ଟି ୱେବଲେନ୍ଥ ସ୍ପେସ ଅବଜରବେଟରି ଆଷ୍ଟ୍ରୋସାଟ୍ ପୃଥିବୀଠାରୁ ୯.୩ ବିଲିୟନ ଆଲୋକବର୍ଷ ଦୂରରେ ଥିବା ଏକ ତାରକାପୁଞ୍ଜର ଏକ୍ସଷ୍ଟ୍ରିମ୍-ୟୁଭି ଲାଇଟ ବା ଅଲ୍ଟ୍ରା ଭାୟୋଲେଟ ଆଲୋକ ଠାବ କରିବାରେ ସଫଳ ହୋଇଛି । ଏହି ତାରକାପୁଞ୍ଜର ନାମ ଏୟୁଡିଏଫ୍ଏସ୍୦୧ ରଖାଯାଇଛି। ପୁଣେସ୍ଥିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ କେନ୍ଦ୍ରର ଦଳେ ଜ୍ୟୋର୍ତିବିଜ୍ଞାନୀ ଡ. କନକ ଶାହାଙ୍କ ନେତୃତ୍ୱରେ ଏହି ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି । ଏ ସଂକ୍ରାନ୍ତ ତଥ୍ୟ ବ୍ରିଟେନରୁ ପ୍ରକାଶ ପାଉଥିବା ପ୍ରମୁଖ ଆନ୍ତର୍ଜାତିକ ପତ୍ରିକା…
ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପାଣି ଜମି ରହିଛି। ଆଜି ମାସର ପହିଲା ହୋଇଥିବାରୁ ଆଇସିଡିଏସର ଟେକ ହୋମ ରାସନ ବଣ୍ଟା ଯିବା କଥା। ହେଲେ ଏହି ବନ୍ୟା ପ୍ଲାବିତ ଅଞ୍ଚଳରେ ମଧ୍ୟ ଅଙ୍ଗନବାଡି କର୍ମିମାନେ ଘରକୁ ଘର ବୁଲି ବଣ୍ଟନ କରିଛନ୍ତି ଟେକ ହୋମ ରାସନ। ରାଜ୍ୟର ଶିଶୁମାନଙ୍କୁ ପୃଷ୍ଟିସାର ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆଇସିଡିଏସ ବା ସମନ୍ବତ ଶିଶୁ ବିକାଶ ସେବା ପ୍ରଚଳନ ହୋଇଆସୁଛି। ଏଥିରେ ଆଶା କର୍ମି ଏବଂ ଅଙ୍ଗନବାଡି କର୍ମିମାନେ ଘରକୁ ଘର ବୁଲି ପୃଷ୍ଟିକର ଖାଦ୍ୟ ପ୍ରତି ମାସ ପହିଲାରେ ବାଣ୍ଟି ଥାଆନ୍ତି। ବନ୍ୟା ସମୟରେ ମଧ୍ୟ ସେମାନେ ପାଣିରେ ପଶି ରାସନ ବାଣ୍ଟି ଥିବାରୁ ସେମାନଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଦିଆଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୩୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪, ରାୟଗଡାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡାରୁ ୧୬୨, କଟକରୁ ୧୪୩, ମୟୂରଭଞ୍ଜରୁ ୧୩୧, କୋରାପୁଟରୁ ୧୩୦, ନୟାଗଡରୁ ୧୨୬, ବାଲେଶ୍ବରରୁ ୧୦୫, ମାଲକାନଗିରିରୁ ୮୭, ସୁନ୍ଦରଗଡରୁ ୮୬, ସମ୍ବଲପୁରରୁ ୮୪, ପୁରୀରୁ ୮୨, ଭଦ୍ରକରୁ ୬୩, ଜଗତସିଂହପୁରରୁ ୬୨, ଝାରସୁଗୁଡାରୁ ୫୯, ବରଗଡରୁ ୫୭, ବଲାଙ୍ଗିରିରୁ ୫୪, କନ୍ଧମାଳରୁ ୫୨, ଅନୁଗୁଳରୁ ୫୧, କେନ୍ଦୁଝରରୁ ୪୬, ସୋନପୁରରୁ ୩୫, ନବରଙ୍ଗପୁରରୁ ୨୫, ଢେଙ୍କାନାଳରୁ ୨୩, ଗଜପତିରୁ ୨୩, କଳାହାଣ୍ଡିରୁ ୧୬, ବୌଦ୍ଧରୁ ୧୨, ଦେବଗଡରୁ ୭,ଏବଂ ନୂଆପଡ଼ାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ…

