Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯ ତାରିଖ ଦିନଟି ଦେଶର କ୍ରୀଡାବିତ୍‌ମାନଙ୍କ ପାଇଁ ଉତ୍ସର୍ଗୀକୃତ କ୍ରୀଡା ଦିବସ ଭାବରେ ନାମିତ । କ୍ରୀଡା ଭାରତୀ ବାଣପୁର ଶାଖା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏହା ପାଳିତ ହୋଇଯାଇଛି । ଏ ଉପଲେକ୍ଷ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ କ୍ରୀଡା ଭାରତୀ ବାଣପୁର ଶାଖାର ସଂଯୋଜକ ଶ୍ରୀ ବୈରାଗୀ ଚରଣ ବଳ ମେଜର ଧ୍ୟାନ ଚାନ୍ଦଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ କରି କ୍ରୀଡାର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । କ୍ରୀଡା ପ୍ରଶିକ୍ଷକ ଶ୍ରୀ ବିଭୁଦେନ୍ଦୁ ମାନସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ରୀଡା ଭାରତୀର ସଦସ୍ୟ ଶ୍ରୀ କୈଳାସ ଚନ୍ଦ୍ର ଖୁଣ୍ଟିଆ, ପ୍ରଫୁଲ୍ଲ ପାତ୍ର, କଳ୍ପଶ୍ରୀ ପ୍ରଧାନ ପ୍ରମୁ୍ଖ ଏଥିରେ ଯୋଗ ଦେଇଥିଲେ ।

Read More

ପ୍ରମୋଦ କୁମାର ମାହାକୁଡ କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୭ ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ବେଳେ ୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି କୁହାଯାଇଛି । ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ୪୭ ଜଣଙ୍କ ମଧ୍ୟରେ ଅନନ୍ଦପୁର ବ୍ଲକର ମନହୋରପୁର ପଞ୍ଚାୟତରୁ ଜଣେ , ଘଟଗାଁ ବ୍ଲକ ପାଟିଲୋ ପଞ୍ଚାୟତ ରୁ ୬ ଜଣ , ହାଟଡ଼ିହି ବ୍ଲକ ଢେଙ୍କା ପଞ୍ଚାୟତ ରୁ ସର୍ବାଧିକ ୨୪ ଜଣ, ଅକରୁଆ ଓ ସୁଲଣ ପଞ୍ଚାୟତରୁ ଜଣେ ଲେଖାଏଁ, ଝୁମ୍ପୁରା ବ୍ଲକ କୁଟୁଗାଁ ପଞ୍ଚାୟତ ରୁ ଜଣେ, ଯୋଡ଼ା ମ୍ୟୁନିସିପାଲଟି ୧୦ ନମ୍ବର ଏବଂ ୧୧ ନମ୍ବର ୱାର୍ଡ ରୁ ଜଣେ ଲେଖାଏଁ, କେନ୍ଦୁଝର ମ୍ୟୁନିସିପାଲଟି ୧୫ ୱାର୍ଡ ରୁ ଜଣେ । କେନ୍ଦୁଝର ସଦର ବ୍ଲକ ପର୍ଜନପୁର ଓ…

Read More

ନୂଆଦିଲ୍ଲୀ : ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଏମସ ତରଫରୁ ସୂଚନା ଦିଆଯାଇଛି। ଖୁବ ଶୀଘ୍ର ସେ ନିଜ ଘରକୁ ଫେରିବେ ବୋଲି ଏମସ ତରଫରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ 18 ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶ୍ରୀ ଶାହଙ୍କୁ ରାତି ଅଧରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ତେବେ  ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ। ଏଣୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଅମିତ ଶାହା ନିଜେ ଟ୍ଵିଟ୍‌ କରି ଏନେଇ ସୂଚନା ଦେଇଥିଲେ। ଏଥିସହ ସେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବି ଧନ୍ୟବାଦ ଜଣାଇଥିଲେ। (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ସଫଳ ରୂପାୟନ କରିବା ପାଇଁ ପାୱାର ଡଙ୍ଗା ସହିତ ଓଡ଼ିଶା ଅଗ୍ନିଶମ ସେବାର 7ଟି ଉଦ୍ଧାରକାରୀ ଦଳ ଯାଜପୁର ଜିଲ୍ଲାରେ ନିୟୋଜିତ ହୋଇଛନ୍ତି। ଏତଦ୍ ବ୍ୟତୀତ ଏକ ଜରୁରୀକାଳୀନ ପରିସ୍ଥିତିକୁ ଦେଖି କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ପାୱାର ଡଙ୍ଗା ସହିତ 7 ଟି ଦଳ ନିୟୋଜିତ ହୋଇଛନ୍ତି । ସେହିପରି ପାୱାର ଡଙ୍ଗା ସହିତ ଆଉ ଦୁଇଟି ଦଳ ମଧ୍ୟ କେନ୍ଦ୍ରାପଡାକୁ ପଠାଯାଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ତରଫରୁ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ 334 ଜଣ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ସେହିପରି କଟକ ଜିଲ୍ଲାର ଚାଉଳିଆଗଞ୍ଜ ଏଫଏସ୍‌ର ଏକ ଟିମ୍ ପାୱାର ଡଙ୍ଗା ବ୍ୟବହାର କରି କଟକ ସହରର କାନାହିପୁରର ଅଞ୍ଚଳରୁ 13ଜଣଙ୍କୁ ଉଦ୍ଧାର କରିଛନ୍ତି। ଭଦ୍ରକ ଜିଲ୍ଲାର ଧାମନଗର ଏଫଏସର ଏକ ଟିମ୍ ପାୱାର ଡଙ୍ଗା ବ୍ୟବହାର…

Read More

ରମେଶ ମହାନ୍ତି ଜଗତସିଂହପୁର: ସରକାରଙ୍କ (ଏନ୍.ଡି.ପି.ଏସ୍) ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରାଯିବାର ଏକମାସ ଟପିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ ଏମିତିକି ଉକ୍ତ ଘଟଣାର କୌଣସି ତଦନ୍ତ ହୋଇନାହିଁ ବୋଲି ଶୁଣିବାକୁ ମିଳୁଛି। ଚୋରା ବେପାରୀଙ୍କ ଠାରୁ ତିର୍ତ୍ତୋଲରୁ ଅଧିକ ବେଆଇନ୍ କଲେକ୍ସନ୍ ଜିଲ୍ଲାଅଫିସକୁ ଦିଆଯାଉ ଥିବାରୁ ଜିଲ୍ଲାର ଜନୈକ ଅସାଧୁ ଅଫିସର ଉକ୍ତ ଘଟଣାକୁ ଘଣ୍ଟଘୋଡାଉଥିବା ଚର୍ଚ୍ଚା ହେଉଛି। ସୂଚନାନୁଯାୟୀ ଗତମାସ ୨୩.୦୭.୨୦୨୦ରିଖ ସଂନ୍ଧ୍ଯାରେ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଶଙ୍ଖେଶ୍ୱର ଅଞ୍ଚଳର ଏକ ଚୋରା ଗଞ୍ଜେଇ ବେପାରୀ ଉପରେ ରେଡ୍ କରାଯାଇ ୧କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯିବା ସହିତ ଆସାମୀକୁ ଗିରଫ୍ କରି ଜବତ ହୋଇଥିବା ଉକ୍ତ ଗଞ୍ଜେଇ ସହିତ ଆସାମୀକୁ ରାତିସାରା ତିର୍ତ୍ତୋଲ ଅବକାରୀ କାର୍ଯ୍ୟାଳୟରେ ରଖି ସକାଳୁ କୋର୍ଟ ଚାଲାଣ କରାଯାଇଥିଲା ବୋଲି ତିର୍ତ୍ତୋଲ ଅବକାରୀ ଅଫିସର ଜଣକ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ…

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର :  ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷଠାରୁ ମାର୍ଚ୍ଚ ୩୧ ମଧ୍ୟରେ ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ । ଏହାକୁ ଦୃଷ୍ଟିରେ ରଖି ଚାଷୀ ଯେପରି ସଂଘର୍ଷମୁକ୍ତ ହୋଇ ଧାନ ବିକ୍ରୟ କରିପାରିବେ ସେ ଦିଗରେ ସମସ୍ତ ଚୂଡାନ୍ତ ପ୍ରକ୍ରିୟା କରିବାକୁ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ଯେପରି କୌଣସି ତୃଟି ରହିବନି ଏବଂ କୌଣସି ସମସ୍ୟା ଦେଖାଯିବ ନାହିଁ ସେ ଦିଗରେ ସଜାଗ ହେବାକୁ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ପଞ୍ଜିକରଣ କାର‌୍ୟ୍ୟକୁ ତ୍ବରାନ୍ବୀତ କରିବାକୁ କହିଥିଲେ । ବିଗତ ବର୍ଷ ଖରିଫ୍ ଧାନ ନିମନ୍ତେ ଜିଲ୍ଲାର ୧ଲକ୍ଷ ୩୪ ହଜାର…

Read More

ଦୁବାଇ : ଚେନ୍ନାଇ ସୁପର କିଙ୍ଗସକୁ ଶକ୍ତ ଧକ୍କା । ଆଇପିଏଲରୁ ଓହରିଛନ୍ତି ବ୍ୟାଟ୍ସମ୍ୟାନ ସୁରେଶ ରାଇନା । ବ୍ୟକ୍ତିଗତ କାରଣରୁ ରାଇନା ଭାରତ ଫେରି ଆସିଥିବା ଜଣାପଡିଛି । ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏହାର ସିଇଓ କେ.ଭି . ବିଶ୍ବନାଥନ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଆଇପିଏଲର ଚଳିତ ସଂସ୍କରଣରେ ସିଏସକେର ଅଡୁଆ ବଢିବାରେ ଲାଗିଛି । ଗତକାଲି ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ 12 ଜଣ ସପୋର୍ଟ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ରାଇନାଙ୍କ ବାଦ ପଡିବା ଦଳକୁ ଦୁର୍ବଳ କରିଛି । ସିଏସକେ ଟିମରେ ଧୋନୀଙ୍କ ପରେ ଦ୍ୱିତୀୟ ଲୋକପ୍ରିୟ ଖେଳାଳି ରାଇନାଙ୍କୁ ଚିନ୍ନା ଥାଲା ଭାବରେ ସମ୍ବୋଧିତ କରାଯାଇଥାଏ । ସୂଚନାଯୋଗ୍ୟ, ଚଳିତ ମାସ 15 ତାରିଖରେ ଧୋନୀଙ୍କ ସହ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । (ଏଜେନ୍ସି)

Read More

ରୁଦ୍ରପୁର : ଉତ୍ତରାଖଣ୍ଡର ରୁଦ୍ରପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଜମି  ଓ ସମ୍ପତ୍ତି ହଡପ ଉଦ୍ଦେଶ୍ୟରେ ଜଣେ ଜ୍ବାଇଁ ନିଜ ଶାଶୁ –ଶଶୁର ଓ ଦୁଇ ଶାଳୀଙ୍କୁ ହତ୍ୟା କରି ଘରେ ଗାତ ଖୋଳି ପୋତି ଦେଇଛନ୍ତି । ଏପରିକି ଘର ଭିତରେ ପୋତି ନୂଆ ଚଟାଣ ପ୍ରସ୍ତୁତ କରିଛନ୍ତି । ଜ୍ବାଇଁଙ୍କର ଏହି କୁକର୍ମରେ ତାଙ୍କ ସାଥ୍‌ ଦେଇଛନ୍ତି ତାଙ୍କ ସ୍ତ୍ରୀ ଅର୍ଥାତ୍‌ ନିଜ ଝିଅ । ଜଣେ ସମ୍ପତ୍ତି ପାଇଁ ନିଜ ରକ୍ତର ସମ୍ପର୍କଙ୍କ ସହ ଏପରି କାର୍ଯ୍ୟ କରିବା ସତରେ ଅମାନବୀୟ । ଏହି ମାମଲାର ପର୍ଦ୍ଦାଫାସ ପ୍ରାୟ 16 ମାସରେ ଜଣାପଡିଛି । ହତ୍ୟାର 16 ମାସ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଝିଅ ଓ ଜ୍ବାଇଁ ୟୁପିର ବରେଲୀ ଜନପଦର ମୀରାଗଞ୍ଜର ମୃତ ହୀରାଲାଲଙ୍କ ମୃତ୍ୟୁ ପ୍ରମାଣପତ୍ର କରିବା ପାଇଁ ଯିବା ସହ ସମ୍ପତ୍ତିକୁ ନିଜ ନାମରେ…

Read More

କିଶୋର ପଟ୍ଟନାୟକ ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗତକାଲି ନବରଙ୍ଗପୁର ପୋଲିସ ୧୫୨ କିଲୋ ଗଞ୍ଜେଇ, ୯୦ହଜାର ଟଙ୍କା ସହ ୩ ଟି ଗାଡି ଜବତ ଓ ୬ ଜଣକୁ ଗିରଫ କରିଥିଲା। ଆଜି ପୁଣି ଏକ କଣ୍ଟେନରରେ ଜୟପୁରରୁ ଉତ୍ତର ପ୍ରଦେଶକୁ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ପୋଲିସ ଚଢ଼ାଉ କରି ଡ୍ରାଇଭର ସମେତ ତାର ସହଯୋଗୀକୁ ଅଟକ ରଖିଛି। ନବରଙ୍ଗପୁର ଏସ.ପି ନିତିନ କୁଶଳକରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କୌଣସି ସୂତ୍ରରୁ ଖବର ପାଇଁ ନବରଙ୍ଗପୁର ପୋଲିସ ଇନ୍ଦ୍ରାବତୀ ନଦୀ ନିକଟରୁ କଣ୍ଟେନର କୁ ପିଛା କରି ନବରଙ୍ଗପୁର ଥାନା ପାଖରେ ଅଟକାଇ ତଦନ୍ତ କରିଥିଲେ। କଣ୍ଟେନର ର ବିଭିନ୍ନ ଜାଗାରେ ଗଞ୍ଜେଇ ଲୁଚାଇ ରଖିଥିବା ଦେଖିବା ପରେ ତୁରନ୍ତ କଣ୍ଟେନର ଓ ଗଞ୍ଜେଇକୁ ସିଜ କରିବା ସହ ଡ୍ରାଇଭର ଓ…

Read More

ଭୁବନେଶ୍ବର: ରାଜ୍ୟରେ ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ ଲାଗୁ କରାଯିବ ନାହିଁ। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ର ହୋଇଥିବା ସହରଗୁଡିକରେ କାଲିଠୁ 7ତାରିଖ ଯାଏଁ ଲାଗୁ ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଲାଗୁ ହେବନି। ସେହିପରି ସେପ୍ଟେମ୍ବର 12ରୁ 14 ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା। ଜେଇଇ ମେନ୍ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି। ଇଚ୍ଛୁକ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ସଦରମହକୁମାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯିବା ଏବଂ ଫେରିବା ତଥା ରହଣିର ବ୍ଯବସ୍ଥା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନୋଡାଲ୍ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ହେବ। ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଥର୍ମାଲ ସ୍କ୍ରିନିଂ। ଭୁବନେଶ୍ବରର…

Read More

ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଆସନ୍ତା ସେପ୍ଟେମ୍ବର 15 ଯା‌ଏ ମନୋରମା ଉପଜିଲ୍ଲାପାଳ ଦାୟିତ୍ବ ତୁଲାଇବେ । ଆଜି ଭଦ୍ରକରୁ 76 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଭଦ୍ରକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 545 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1ହଜାର 775 । ସେହିପରି ଜିଲ୍ଲାରେ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 758ଜଣ ।

Read More

ବେଙ୍ଗାଲୁରୁ : ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାରର ସମ୍ମାନିତ ହେବାର କିଛି ଘଣ୍ଟା ପୂର୍ବରୁ ବେଙ୍ଗାଲୁରୁରେ ଜଣେ ଅନୁଭବୀ ଆଥଲେଟ୍‌ କୋଚ୍‌ ପୁରୁଷୋତ୍ତମ ରାୟଙ୍କର ମୃତ୍ୟୁ ହୋଇଯାଇଛି । ଶୁକ୍ରବାର ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ତାଙ୍କ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହରେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥା‘ନ୍ତା । 79 ବର୍ଷୀୟ ପୁରୁଷୋତ୍ତମ ରାୟ 2001ରେ ଭାରତୀୟ ଖେଳ ପ୍ରାଧିକରଣ (ସାଇ)ରୁ କୋଚ ପଦରୁ ସେବାନିବୃତ୍ତ ହୋଇଥିଲ । ପୁରୁଷୋତ୍ତମ ରାୟ ବନ୍ଦନା ରାଓ, ଅଶ୍ବିନୀ ନାଚପ୍ପା, ପ୍ରମିଳା ଆୟପ୍ପା, ରେଜା କୁଟ୍ଟୀ, ଏମ୍‌କେ ଆଶା, ବି ଶାୟଲା, ମୁରଲୀ କୁଟ୍ଟନଙ୍କ ପରି ଶୀର୍ଷ ଆଥଲେଟ୍‌ଙ୍କୁ କୋଚିଂ ଦେଇଛନ୍ତି । 1974 ମସିହାରେ ନେତାଜୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍ସରୁ ଡିପ୍ଲୋମା ହାସଲ କରିବା ପରେ ରାୟ ନିଜ କୋଚିଂ କ୍ୟାରିଅରର ଆରମ୍ଭ କରିଥିଲେ । ରାୟ 1987 ବିଶ୍ବ ଏଥଲେଟିକ୍ସ ଚାମ୍ପିଅନ୍‌ସିପ୍‌, 1988 ଏସିଆନ୍‌ ଟ୍ରାକ…

Read More

ନୂଆଦିଲ୍ଲୀ : ଜାତୀୟ କ୍ରୀଡା ଦିବସ ଅବସରରେ ବିଭିନ୍ନ ବର୍ଗରେ କ୍ରୀଡାବିତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଭର୍ଚୁଆଲ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସାଇର ବିଭିନ୍ନ ସଂସ୍ଥାନରେ ଖେଳାଳି ମାନେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଖେଳରତ୍ନ ପୁରସ୍କାରରେ  ମରିୟାପ୍ପନ ଥାଙ୍ଗାଭେଲୁ (ପାରା ସ୍ପୋର୍ଟସ),ରୋହିତ ଶର୍ମା (କ୍ରିକେଟ, ବିନେଶ ଫୋଗତ (ରେସଲିଂ) ,ମାନିକା ବାତ୍ରା (ଟେବୁଲ ଟେନିସ, ରାଣୀ ରାମପାଲ (ହକି) ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଦୂତୀ ଚାନ୍ଦଙ୍କ ସମେତ ୨୯ ଖେଳାଳିଙ୍କୁ ଅର୍ଜୁନ ଏବଂ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।  ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ ମଧ୍ୟ ଉପସ୍ଥିତ ରହିଥିଲେ ।

Read More

ଭୁବନେଶ୍ବର : ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲା ପାଇଁ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ 6 ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରପଡା ଜିଲ୍ଲାର ଦାୟିତ୍ବ ଦିଆଯାଇଥିବାବେଳେ ଡିକେ ସିଂହଙ୍କୁ କଟକ, ବିଶାଲ ଦେବଙ୍କୁ ବାଲେଶ୍ବର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭିଭି ଯାଦବଙ୍କୁ ଯାଜପୁର,ସତ୍ୟବ୍ରତ ସାହୁଙ୍କ ଜଗତସିଂହପୁର ଜିଲ୍ଲାର ଦାୟିତ୍ବ ଦିଆଯାଇଛି ।

Read More

ନୂଆଦିଲ୍ଲୀ: ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 76 ହଜାର 472 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ 1021ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 34 ଲକ୍ଷ ଅତିକ୍ରମ କରିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 34 ଲକ୍ଷ 63 ହଜାର 973ରେ ପହଞ୍ଚିଛି। ସେହିପର ଦେଶରେ ମୃତ୍ୟୁ ସଂଖ୍ୟା 62ହଜାର ଅତିକ୍ରମ କରିଛି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 62 ହଜାର 550ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 26 ଲକ୍ଷ 48 ହଜାର 998 ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 7 ଲକ୍ଷ 52ହଜାର 424 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଦେଶରେ ଆରୋଗ୍ୟ ହାର 77 ପ୍ରତିଶତ ଛୁଇଁଛି। ସେହିପରି ଦେଶରେ ମୃତ୍ୟୁ ହାର ଓ ଆକ୍ଟିଭ୍‌ କେସ୍‌ ରେଟ୍‌ ଲଗାତାର ଭାବରେ ହ୍ରାସ ପାଉଛି। ମୃତ୍ୟୁ ହାର 1.81%ରେ ପହଞ୍ଚିଥିବାବେଳେ ଆକ୍ଟିଭ୍‌ କେସ୍‌ ରେଟ୍‌ 22 % ରହିଛି। ତେବେ ଦେଶରେ…

Read More

କେଦାର ମିଶ୍ର ପରିଶେଷରେ ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସ୍ଵୀକାର କରିଛନ୍ତି ଯେ ଦେଶର ଅର୍ଥନୀତି ଚଳିତ ବର୍ଷ ନକରାତ୍ମକ ହେବାକୁ ଯାଉଛି। ଅର୍ଥାତ ପୂର୍ବରୁ ପୃଥିବୀର ବିଭିନ୍ନ ସଂସ୍ଥା ଭାରତର ଅର୍ଥନୀତିର ଦୁରବସ୍ଥା ବିଷୟରେଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସତ୍ୟ ବୋଲି ପ୍ରଥମ ସରକାରୀ ସ୍ଵୀକାରୋକ୍ତି ଆମକୁ ମିଳିଛି। ତେବେ ଏଥିଲାଗି ଭଗବାନଙ୍କୁ ଦାୟୀ କରିଛନ୍ତି ଆମର ଅର୍ଥମନ୍ତ୍ରୀ। କରୋନା ଭୂତାଣୁ ଦୈବୀ କୃତ ଓ ସେଥିଲାଗି ଅର୍ଥନୀତି ଋଣାତ୍ମକ ଦିଗକୁ ଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କରୋନା ଭୂତାଣୁ ଭଗବାନଙ୍କ ଦାନ ହୋଇଥାଇପାରେ ହେଲେ ଏହି ଭୂତାଣୁ ର ମୁକାବିଲା କରିବାକୁ ଯାଇ ଦେଶର ଅର୍ଥନୀତି ତାଳି ତଳାନ୍ତ କରିବାରେ ଭଗବାନଙ୍କୁ ଦାୟୀ କରିବା, ଏକ ହାସ୍ୟାସ୍ପଦ ଯୁକ୍ତି। ପୃଥିବୀର ବହୁ ଦେଶ କରୋନା ମୁକାବିଲା ସହିତ ଅର୍ଥନୀତିକୁ ଚଳାଇ ରଖିବାର ସମାନ୍ତରାଳ ରଣନୀତି ତିଆରି କରିଛନ୍ତି। ଆମର ପଡିଶା ବାଂଲାଦେଶ ଓ ପାକିସ୍ତାନ “ଲକ ଡାଉନ” କୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ 14ଜଣଙ୍କ କରୋନା ଯୋଗୁଁ ମୃତ୍ୟୁହୋଇଛି। ବାଲେଶ୍ବର, କଟକ ଓ ଜଗତସିଂହପୁର, ଖୋର୍ଦ୍ଧା, ମାଲକାନଗିରିରୁ 2ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ବରଗଡ, ଯାଜପୁର, ପୁରୀ, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 470କୁ ବୃଦ୍ଧି ହୋଇଛି। ବାଲେଶ୍ବରରୁ ଜଣେ 50 ବର୍ଷୀୟ ପୁରୁଷ,48 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାର ଦୁଇ ମୃତକଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 77 ବର୍ଷୀୟ ମହିଳା ରହିଛନ୍ତି। ସେହିପରି କଟକର ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 58 ବର୍ଷୀୟ ମହିଳା ରହିଛନ୍ତି। ଜଗତସିଂହପୁରର ଦୁଇ ମୃତକଙ୍କ ମଧ୍ୟରେ ଜଣେ 56 ବର୍ଷୀୟ ଓ ଅନ୍ୟ ଜଣେ 30 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି। ମାଲକାନଗିରି ଜିଲ୍ଲାରୁ…

Read More

ଭୁବନେଶ୍ବର: ଆଜି 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 252 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ 762 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ 450, କଟକରୁ 323,  ଗଞ୍ଜାମରୁ 169, ବରଗଡରୁ 146, ପୁରୀରୁ 135, ମୟୂରଭଞ୍ଜରୁ 123, ନୟାଗଡରୁ 120,  ସୁନ୍ଦରଗଡ ଓ ଢେଙ୍କାନାଳରୁ 94 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ 83,  ବାଲେଶ୍ବରରୁ 78, କେନ୍ଦ୍ରାପଡାରୁ 77, ଭଦ୍ରକରୁ 76, ବଲାଙ୍ଗିରରୁ 64, ସମ୍ବଲପୁରରୁ 63, ଝାରସୁଗୁଡାରୁ 55, କେଉଁଝରରୁ 50, ନବରଙ୍ଗପୁରରୁ 41, ବୌଦ୍ଧ ଓ ସୋନପୁରରୁ 38 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ  ଜଗତସିଂହପୁରରୁ 36,  କନ୍ଧମାଳରୁ 26ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟ ଓ ନୂଆପଡାରୁ 25 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ 20, ଗଜପତିରୁ 20, ଅନୁଗୁଳରୁ 11, ଦେବଗଡରୁ 7 ଓ କଳାହାଣ୍ଡିରୁ 2 ଜଣ ଚିହ୍ନଟ ହୋଇଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 252 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1987ଜଣ ଚିହ୍ନଟ ହୋଇଥିବାବେଳେ 1265ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  97ହଜାର920 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 29 ହଜାର 571ଜଣ । ସେହିପରି ସୁସ୍ଥ ହୋଇଛନ୍ତି 67 ହଜାର 826ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 456ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More