Author: Samikhsya Bureau

ନୂଆଦିଲ୍ଲୀ: ସୁନା ଅଳଙ୍କାର ପିନ୍ଧିବା ବହୁ ଲୋକଙ୍କର ବେଶ ବଡ ଆକର୍ଷଣ ରହିଛି। ହେଲେ ମନ୍ଦିର ଦର୍ଶନ କରିବାକୁ ଗଲା ବେଳେ ସୁନା ଜିନିଷ ନ ପିନ୍ଧିବା ପାଇଁ ବାରଣ କରାଯାଇଥାଏ। ତେବେ ଏସବୁ ଭିତରେ ତିରୂପତିସ୍ଥିତ ଶ୍ରୀ ଭେଙ୍କେଟଶ୍ବର ମନ୍ଦିରକୁ ଆସିଥିବା ତିନିଜଣ ଭକ୍ତ ବେଶ ଚର୍ଚ୍ଚାରେ ଅଛନ୍ତି। ପୁନେରୁ ଆସିଥିବା ଏହି ତିନିଜଣ ଭକ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଥିବା ବେଳେ ଜଣ ମହିଳା ଅଛନ୍ତି। ସେମାନେ ଗତକାଲି ତିରୂପତି ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ତେବେ ସେମାନେ ଦେହରେ ବିଭିନ୍ନ ଅଳଙ୍କାର ଲଗାଇ ଦର୍ଶନକୁ ଆସିଥିଲେ। ଏହି ସୁନା ଅଳଙ୍କାରର ଓଜନ ପ୍ରାୟ 25 କେଜି ହେବ ବୋଲି ଜଣାପଡିଛି। ସେମାନଙ୍କୁ ଦେଖିବା ପାଇଁ ସେଠାରେ ଭିଡ ଜମିଥିଲା। ତେବେ ଏହି ଧନି ଭକ୍ତ ପୁନେରୁ ଆସିଥିଲେ ମଧ୍ୟ ତାଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ।

Read More

ଭୁବନେଶ୍ୱର: ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟର ଆହ୍ୱାନ ଦେଇଛି ଦେଶର ବୃହତ୍ ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏଆଇବିଇଏ। ଏହି ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ହେବ ବୋଲି ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ ଜଣାଇଛନ୍ତି। ଏହି ଧର୍ମଘଟକୁ ବ୍ୟାଙ୍କ ଶିଳ୍ପରେ ଥିବା ଅନ୍ୟାନ୍ୟ ଅଫିସର ଓ କର୍ମଚାରୀ ସଙ୍ଗଠନ ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ସମର୍ଥନ ଜଣାଇଛନ୍ତି। ସେହି ଅନୁସାରେ ଆସନ୍ତା ଅଗଷ୍ଟ ୨୮ ତାରିଖ ବୁଧବାରରେ ଏହି ବନ୍ଦ କରାଯିବ। ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ ମୂଳକ ଚାର୍ଜସିଟ୍‌ର ପ୍ରତ୍ୟାହାର, ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ଓ ମନଗଢ଼ା ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ପ୍ରାକ୍ତନ ୩ଜଣ କାର୍ଗିଲ ଯୋଦ୍ଧାଙ୍କୁ ହଇରାଣ ହରକତ ବନ୍ଦ କରିବା, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମ୍ମାନ…

Read More

ଭୁବନେଶ୍ୱର: ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍‌, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍‌ଲାଇନ ଡେଷ୍ଟିନେଶନରେ ସପିଙ୍ଗ୍ କରିଛନ୍ତି। ଏହି ଅଂଚଳରେ କ୍ରୀଡ଼ା ଓ କ୍ରୀଡ଼ା ଉପକରଣର ଚାହିଦା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ଏକ ପ୍ରିୟ ଖେଳ ହୋଇ ରହିଥିବା ବେଳେ କ୍ରିକେଟ୍ ଗିୟରରେ ବାର୍ଷିକ ୮୦% ରୁ ଅଧିକ ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ବ୍ୟାଡମିଂଟନ, ଟେନିସ ଓ ଟେବୁଲ ଟେନିସ ସମେତ ରାକେଟ୍ ସ୍ପୋର୍ଟରେ ବାର୍ଷିକ ଆଧାରରେ ପ୍ରାୟ ୧୫୦% ବୃଦ୍ଧି ଘଟିଛି, ଯାହା ଆଉଟଡୋର ସ୍ପୋର୍ଟସ ଉପରେ ଅଧିକ ଧ୍ୟାନକୁ ଦର୍ଶାଉଛି। ଏହି ଅବସରରେ ଆମାଜନ ଇଣ୍ଡିଆର ହୋମ, କିଚେନ୍ ଆଣ୍ଡ ଆଉଟଡୋର ବିଭାଗର ନିର୍ଦ୍ଦେଶକ କେ ଏନ୍…

Read More

ଭୁବନେଶ୍ବର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ। ସକାଳୁ ଭିଜିଲାନ୍ସର ଏକ ବଡ ଟିମ ତାଙ୍କର ସାତଟି ସ୍ଥାନରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ଓଏସଆରଟିସି ର ଆର୍ଥିକ ଉପଦେଷ୍ଠା ତଥା ମୁଖ୍ୟ ଆକାଉଣ୍ଟାଣ୍ଟ ବିଜୟ କୁମାର ମଙ୍ଗରାଜ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଚଢାଉ ଜାରୀ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ଭୁବନେଶ୍ବରର ଜେଡ୍ ଇଷ୍ଟେରେ ଥିବା ଗୋଟିଏ ଫ୍ଲାଟ ସହିତ ପଲାଶୁଣୀରେ ଦୁଇଟି ତିନି ତାଲା କୋଠା। ଏଥିସହିତ ତାଙ୍କର ଭୁବନେଶ୍ବର ଫ୍ଲାଟରୁ ବିପୁଳ ପରିମାଣର ସୁନା ଅଳଙ୍କାର ମିଳିଥିବାର ଜଣାପଡିଛି।

Read More

ଭୁବନେଶ୍ବର: ଆଜି ଚିକିଟି ମଦମୃତ୍ୟୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ଘଟିଯାଇଛି। ଦୁଇ ବିରୋଧ ବିଜେଡି ଓ କଂଗ୍ରେସ ଗୃହମଧ୍ୟରେ ହାଙ୍ଗାମା କରିଛନ୍ତି। ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଇସ୍ତପା ଦାବୀ କରି ଦୁଇ ବିରୋଧୀ ଏହି ହଟ୍ଟଗୋଳ କରିଛନ୍ତି। ସଦସ୍ୟମାନେ ବାଚସ୍ପତି ଟେବୁଲ ଉପରକୁ ଚଢି ମାଇକ ଭାଙ୍ଗିବାକୁ ଚେଷ୍ଠା କରିଛନ୍ତି। ଫଳରେ ବିଧାନସଭା ମାର୍ସଲ ଏବଂ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ମଦମୃତ୍ୟୁ ନେଇ ନାରାବାଜି ଆରମ୍ଭ କରିଦେଇଥିଲେ। ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହି ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ଏହା ମଧ୍ୟରେ ବାଚସ୍ପତି ଗୃହକାର୍ଯ୍ୟ ଚାଲୁ ରଖିଥିବା ବେଳେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ମାଇକ ଭାଙ୍ଗିବା ପାଇଁ ଚେଷ୍ଠା କରିଥିଲେ। ପରିଶେଷରେ ବାଚସ୍ପତି ଗୃହକାର୍ଯ୍ୟକୁ ମୁଲତବି ଘୋଷଣା କରିଥିଲେ।

Read More

ଭୁବନେଶ୍ବର: ଆଜି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ। ଅପରାହ୍ନ ପ୍ରାୟ ଦୁଇଟା ବେଳକୁ ବାହର ରତ୍ନଭଣ୍ଡାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯିବ। ଏ ନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଆଲମିରା ଓ ସିନ୍ଧୁକକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ରତ୍ନଭଣ୍ଡାରର ସ୍ଥିତି ଏଏସଆଇର ଏକ ଟିମ ଯାଞ୍ଚ କରିବେ। ଏହି ସ୍ଥାନାନ୍ତରିତ ପାଇଁ ଏକ 12 ଜଣିଆ ଟିମ ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ପ୍ରମୁଖ ରହିଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ପୁରୀ ଏସପି ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡିବେ। ଆଇନ ବିଭାଗ ଚିଠି ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଜାରରେ ଥିବା କାଠ ଓ ଲୁହା ଆଲମିରା ସିନ୍ଧୁକ ବାହାର କରାଯିବ। ସେଗୁଡିକ ଶ୍ରୀମନ୍ଦିର ଭିତରେ…

Read More

ଭୁବନେଶ୍ବର: ଇଡିର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଗୁରୁବାର ଦିନ ଓଡିଶା ପ୍ରଦେଶ କଂଗ୍ରେସ ବିଶାଲ ରାଲିର ଆୟୋଜନ କରିଥିଲା। ଏଥିରେ ଦଳର କର୍ମିମାନେ ଭୁବନେଶ୍ବର ଇଡି ଅଫିସ ଘେରାଉ କରିବା ସହିତ ଗର୍ଜନ ସଭାର ଆୟୋଜନ କରିଥିଲେ। ମୁଖ୍ୟତଃ ହିଡେନବର୍ଗ ରିପୋର୍ଟରେ ଥିବା ସେବିର ମୁଖ୍ୟ ଏବଂ ଆଦାନୀଙ୍କ ମଧୁଚନ୍ଦ୍ରିକାକୁ ନେଇ କଂଗ୍ରେସ ଏହି ବିକ୍ଷୋଭ କରିଛି। କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ନେତୃତ୍ବରେ କଂଗ୍ରେସ କର୍ମିମାନେ ଏକ ରାଲିରେ ବାହାରିଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଆଗକୁ ଯିବାକୁ ଦେଇ ନ ଥିଲା। ଫଳରେ ପୋଲିସ ଏବଂ କଂଗ୍ରେସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ବିକ୍ଷୋଭରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟକୁମାର ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗଦେଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାର୍ସଠାରେ ପୋଲାଣ୍ଡ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିଛନ୍ତି । ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ସୀମିତ ଏବଂ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ। ଭାରତ-ପୋଲାଣ୍ଡ ସମ୍ପର୍କର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନେତାମାନେ ଏହି ସମ୍ପର୍କକୁ ‘ରଣନୈତିକ ଭାଗିଦାରୀ’ ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ନିରାପତ୍ତା, ସାଂସ୍କୃତିକ ସହଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ, ସହରାଞ୍ଚଳ ଭିତ୍ତିଭୂମି, ଜଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବୈଦ୍ୟୁତିକ ଯାନ, ସବୁଜ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଏଆଇ, ଖଣି ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅର୍ଥନୈତିକ ଏବଂ ବ୍ୟବସାୟିକ ସହଯୋଗ…

Read More

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ । ଆଜି ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦର ଅଧ୍ୟକ୍ଷା ଭାବେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଶ୍ରୀମତି ଲିଲିତା ଦାସ, ନବୀନ ନିବାସକୁ ଆସି ବିଜୁ ଜନତା ଦଳ ସଭାପତି ତଥା ବିରୋଧିଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ.ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲ୍ଲାପରିଷଦ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ଅନୁଷ୍ଠିତ ନିର୍ବାଚନରେ ଶ୍ରୀମତୀ ଲିଲିତା ଦାସ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଜିଲ୍ଲାପରିଷଦର ୩୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨୯ଜଣ ହେଉଛନ୍ତି ବିଜୁ ଜନତା ଦଳର । ଏହି ଅବସରରେ ବିରୋଧିଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ଲୋକଙ୍କ ପାଇଁ କାମ କରୁଛି ଓ କରିଚାଲିବ । ଆପଣମାନେ ଲୋକଙ୍କ…

Read More

ନୂଆଦିଲ୍ଲୀ: ଆଜି ଆର. ଜି କର ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟା ଘଟଣା ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥବା ବେଳେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।ସିବିଆଇର ତରଫରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ପଶ୍ଚିମବଙ୍ଗର ସରକାରୀ ପରାମର୍ଶଦାତା କପିଲ ସିବଲଙ୍କ ମଧ୍ୟରେ ଏହି ଘଟଣା ଘଟିଛି। ମାମଲାର ଶୁଣାଣି ଚାଲିଥିବା ବେଳେ କପିଲ ସିବଲ କୌଣସି କଥାରେ ହସିଥିଲେ। ସିବଲ ହସୁଥିବାର ଦେଖି ଏସଜେ ତୁଷାର ମେହେଟ୍ଟା ଅସନ୍ତୋଷ ପ୍ରକାଶ କରିଥିଲେ। ସେ ସିବଲଙ୍କୁ କହିଥିଲେ ଯେ, “କେହି ଜଣେ ପ୍ରାଣ ହରାଇଛନ୍ତି, ଅତି କମରେ ହସନ୍ତୁ ନାହିଁ।” ଗୁରୁବାର ଦିନ ଏହି ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ମେହେଟ୍ଟା କିପଲ ସିବଲଙ୍କୁ ତାଗିଦ କରିଛନ୍ତି। ଯାହାକୁ ନେଇ ସେଠାରେ ଉପସ୍ଥିତ ଅନ୍ୟ ଓକିଲ ତାଜୁବ ହୋଇପଡିଥିଲେ। https://twitter.com/ShivAroor/status/1826522690905145509 ଦୁଇ ବରିଷ୍ଠ ଓକିଲଙ୍କ ମଧ୍ୟରେ ପୋଲିସ ଦ୍ୱାରା ଏଫଆଇଆର ପଞ୍ଜିକରଣ…

Read More

ଭୁବନେଶ୍ବର: ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚର ଶେଷଦିନ ଥିଲା। ଗତକାଲି ପ୍ରାର୍ଥପତ୍ର ଦାଖଲ ଶେଷ ତାରିଖରେ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ସେମାନେ ହେଲେ ବିଜେପିରୁ ମମତା ମହାନ୍ତ ଏବଂ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ତେବେ ଆଜି ପ୍ରାର୍ଥପତ୍ର ଯାଞ୍ଚ ପରେ ଉଭୟଙ୍କ ନାମାଙ୍କନ କାୟମ ରହିଛି। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ୨୭ ତାରିଖ। ଏହି ଶେଷ ତାରିଖ ସୁଦ୍ଧା ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାକ କରିବେ ନା ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯଦି କୌଣସି କାରଣରୁ ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ଭୋଟିଂ ହେବା ନିଶ୍ଚିତ। ବର୍ତ୍ତମାନ ଏହାକୁ ନେଇ ଓଡିଶା ରାଜନୀତି ବେଶ ସରଗରମ ହୋଇଉଠିଛି।

Read More

ଭୁବନେଶ୍ୱର: ବେଆଇନ ମଦ କାରବାର କାରବାର ଘଟଣାରେ ମାନ୍ୟବର ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଆଜି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଅବକାରୀ ଅଧୀକ୍ଷକ, ବ୍ରହ୍ମପୁରଙ୍କୁ ତାଙ୍କ ସ୍ଥାନରୁ ଅପସାରଣ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସରକାରୀ କାର୍ଯ୍ୟରେ ଅବହେଳା, ଓଡ଼ିଶା ସରକାରଙ୍କ କର୍ମଚାରୀ ଆଚରଣବିଧି ନିୟମ ୧୯୫୯ ଧାରା-୩ର ଉଲ୍ଲଂଘନ କରିବା ଅଭିଯୋଗରେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ କାର୍ଯ୍ୟରତ ଅବକାରୀ ଇନ୍ସପେକଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍‌-ଇନ୍ସପେକଟର ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବିତ କରାଯାଇଛି । ଏଥି ନେଇ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିଲମ୍ବନ ସମୟ ଅବଧି ମଧ୍ୟରେ ଉଭୟଙ୍କ ମୁଖ୍ୟାଳୟ ଅବକାରୀ ଡେପୁଟି କମିଶନର (ଦକ୍ଷିଣାଞ୍ଚଳ ଜୋନ୍‌) ସ୍ଥିର କରାଯିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସେହିପରି ବ୍ରହ୍ମପୁରର…

Read More

ଭୁବନେଶ୍ୱର: ଅଲିମ୍ପିକ ରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରିଥିଲେ. ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ…

Read More

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନସ ଟିମ ଜଣେ ରେଞ୍ଜରଙ୍କ ଘରେ ଚଢାଉ କରିଛନ୍ତି। ଏକକାଳିନ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଆଠଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉ ବେଳେ ତାଙ୍କ ଅଫିସ ଟଏଲେଟର ଫ୍ଲାସ ଭିତରୁ ମିଳିଲା ଦୁଇବିଡା ଟଙ୍କା। ଫଳରେ ଭିଜିଲାନ୍ସ ଟିମ ଯେଉଁ ସ୍ଥାନରେ ଜିନିଷ ଲୁଚାଇବାର ସମ୍ଭାବନା ଥାଏ ତାହା ଯାଞ୍ଚ କରିବାରେ ଲାଗିଛନ୍ତି। ତେବେ ଭିଜିଲାନ୍ସ ଯେଉଁ ରେଞ୍ଜରଙ୍କ ଘରେ ଚଢାଉ କରୁଛନ୍ତି ସେ ହେଉଛନ୍ତି ଢେଙ୍କାନାଳ ରେଞ୍ଜ ର ରେଞ୍ଜର ବିଭୂଦାନନ୍ଦ ମିଶ୍ର। ବର୍ତ୍ତମାନ ସୁଦ୍ଧା ଚଢାଉରେ ତାଙ୍କର ଆଠଗଡରେ ଏକ ବିରାଟ କୁକୁଡା ଫାର୍ମ, ଢେଙ୍କାନାଳ ରତ୍ନବଜାରରେ ତିନିତାଲା କୋଠା, ରସୁଲଗଡରେ ଏକ ଫ୍ଲାଟ ଥିବା ଜଣାପଡିଛି। ଏହି ସ୍ଥାନଗୁଡିକରେ ମଧ୍ୟ ଚଢାଉ ଜାରୀ ରହିଛି। ଏଥିସହିତ ତାଙ୍କର ଅଫିସ, ସରକାରୀ ବାସଭବନ, ଆଠଗଡର ପୌତୃିକ ଘରେ ମଧ୍ୟ ଚଢାଉ ଚାଲିଛି।

Read More

ଭୁବନେଶ୍ୱର: ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍‌ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଓଡିଆ ଖେଳାଳୀ ଅମିତ୍‌ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଟିମ୍‌ର ଗୋଲକିପର ଶ୍ରୀ ପି.ଆର. ଶ୍ରୀଜେସ୍‌ଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍‌ ପ୍ରତ୍ୟେକଙ୍କୁ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଦେଖନ୍ତୁ ପୁରା ତାଲିକା ସତ୍ୟବ୍ରତ ସାହୁ- ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ବ ଦେଓ ରଞ୍ଜନ ସିଂହ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସୁରେନ୍ଦ୍ର କୁମାର- ପର୍ଯ୍ୟଟନ ବିଭାଗ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା- ଶକ୍ତି ବିଭାଗର ପ୍ରମୁଖ୍ୟ ସଚିବ ସହ ପୂର୍ବର ଶିଳ୍ପ ଏବଂ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ରହିବେ ବିଷ୍ଣୁପଦ ସେଠୀ- ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ପ୍ରମୁଖ୍ୟ ସଚିବ ଉଷା ପାଢ଼ୀ- ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ, ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିଶାଳ ଗଗନ-ନୂଆଦିଲ୍ଲୀରେ ଆବାସିକ କମିଶନର ଏନବିଏସ ରାଜପୁତ- ରାଜ୍ୟପାଳଙ୍କ ପ୍ରମୁଖ ସଚିବ…

Read More

ଭୁବନେଶ୍ବର: ଆଜି ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତିରେ ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ଏବଂ ଅପରାହ୍ନରେ ଜଗନ୍ନାଥ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ସସପେନସ ଲାଗିରହିଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଯେ, ଜଗନ୍ନାଥଙ୍କ ପ୍ରାର୍ଥୀ ପତ୍ରରେ 10 ଜଣ ବିଜେପି ବିଧାୟକ ପ୍ରସ୍ତାବକ ଅଛନ୍ତି। ସୂଚନା ଅନୁସାରେ ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ତାହା ହେଲା କଣ ମମତା ମହାନ୍ତଙ୍କୁ ବଳି ପକାଯିବ କି? ଟିକେଟ ଦେବା କହି ତାଙ୍କୁ ବଳି ପକାଇଦେ କି? ଅନ୍ୟ ଏକ ପ୍ରଶ୍ନ ଉଠିଛି ଯେ, ବିଜେପି କଣ ଦୁଇ ଭାଗ ହୋଇଯାଇଛି…

Read More

ଭୁବନେଶ୍ବର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟର ଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତ ଭାରତ@୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ କାର‌୍ୟ୍ୟଧାରା (ଭିଜନିଂ ଏକ୍ସରସାଇଜ) ହାତକୁ ନିଆଯାଉଛି । ବିକଶିତ ଓଡ଼ିଶା @ ୨୦୩୬ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏହି ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶିକା ବିକଶିତ ଭାରତ @ ୨୦୪୭ ର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବ ।…

Read More

ଭୁବନେଶ୍ବର: ସିପିଆଇ ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଂପାଦକ ଦିବାକର ନାୟକ ଗୁରୁତର ଅସୁସ୍ଥ ହୋଇ ଏଏମସରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ଇନଫେକ୍ସନ ଯୋଗୁଁ ସେ ଗୁରୁତର ହୋଇପଡିଛନ୍ତି। ଶ୍ରୀ ନାୟକ ପୂର୍ବରୁ କିଡନୀ ରୋଗରେ ପିଡିତ ହୋଇ ଭଲ ହୋଇଥିଲେ। ଦିବାକର ନାୟକ ସିପିଆଇର ଜଣେ ବରିଷ୍ଠ ନେତା ଭାବେ ବେଶ ଜଣାଶୁଣା। ବିଭିନ୍ନ ସମୟରେ ସେ ତୀକ୍ଷ୍ମ ସମାଲୋଚନା କରି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଦିଅନ୍ତି। ତାଙ୍କ ନେତୃତ୍ବରେ ସାରା ରାଜ୍ୟରେ ସିପିଆଇ ପକ୍ଷରୁ ବହୁ ଆନ୍ଦୋଳନ ତଥା ପ୍ରତିବାଦ ସଭା କରାଯାଇଛି। ସିପିଆଇର ଅନ୍ୟତମ ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା ଏବଂ ଅନ୍ୟ ସିପିଆଇ ସାଥୀଗଣ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More

ଭୁବନେଶ୍ବର: ଆଜି ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ପ୍ରାର୍ଥିପତ୍ର ଦାଖଲ ବେଳେ ତାଙ୍କ ସାଥିରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ମନ୍ତ୍ରୀଗଣ। ଗତକାଲି ମମତା ମହାନ୍ତ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁସାରେ ମମତା ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଏହାପରେ ଆସନ୍ତାକାଲି ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହା ସରିବା ପରେ ୨୭ ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି। ନିୟମ ଅନୁସାରେ ଯଦି ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରେ ଏବଂ ତାହା କାମୟ ରହେ ତେବେ ସେପ୍ଟମ୍ବର ୩ ତାରିଖରେ ଉପନିର୍ବାଚନ ହେବ। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ଜିତିବା ନିଶ୍ଚିତ। ଆସନ୍ତା ୨୭ ତାରିଖରେ ପ୍ରାର୍ଥୀ ପ୍ରତ୍ୟାହାର ସମୟ ଶେଷ…

Read More

ନୂଆଦିଲ୍ଲୀ: ମୁଁ ବର୍ତ୍ତମାନ ଭଲ ଅଛି. ଡେଙ୍ଗୁରୁ ଧିରେଧିରେ ଭଲ ହେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ହସପିଟାଲ ଅବଜରଭେସନରେ ଅଛି। ମୋର ସ୍ବାସ୍ଥ୍ୟ ନେଇ କୌଣସି ଭୁଲ ଖବର ଦିଅନ୍ତୁ ନାହିଁ। ଏହା ହେଉଛି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ନିବେଦନ। ମନ୍ତ୍ରୀ ଓରାମ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି। ହେଲେ କେତେକ ଗଣମାଧ୍ୟମର କିଛି ଭୁଲ ଖବର ପ୍ରକାଶ କରୁଛନ୍ତି। ସେଥିପାଇଁ ତାଙ୍କୁ ଏହିପରି କିଛି ସଫେଇ ତାଙ୍କର ସମାଜିକ ଗଣମାଧ୍ୟମରେ ଦେବାକୁ ବାଧ୍ୟ ହୋଇଛନ୍ତି। ନିକଟରେ ତାଙ୍କ ଧର୍ମପତ୍ନୀଙ୍କର ଡେଙ୍ଗୁରେ ଦେହାନ୍ତ ହୋଇଯାଇଛି।

Read More