ଭୁବନେଶ୍ବର : କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଦ୍ବୈତନଗରୀରେ କୋଭିଡ କଟକଣା ଭିତରେ ପୂଜା କରାଯିବ ବୋଲି ସୂଚନା ରହିଛି । ଭୁବନେଶ୍ବରରେ ଆଡମ୍ବରଶୂନ୍ୟ ପୂଜା କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ପୂଜା କମିଟି ସହ ପୋଲିସ୍ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି, ମାଇକ୍ବାଜିବନି । କେବଳ ମନ୍ତ୍ରପାଠ ଲାଗି ମାଇକ୍ ବାଜିବ କି ନାହିଁ ବିଚାର କରାଯିବ । ସେହିପରି ପୂଜା କମିଟିର ମାତ୍ର 10ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ । ଘର ଘର ବୁଲି ଚାନ୍ଦା ଆଦାୟ କରାଯିବନି, ସ୍ବଇଚ୍ଛାରେ ଯିଏ ଯାହା ଦେବ ବୋଲି ସୂଚନା ରହିଛି । ଲୋକେ ମଣ୍ଡପକୁ ନ ଆସି, ଘରେ ରହି ପୂଜା ପାଳନ କରିବେ । ମୂର୍ତ୍ତିର ଉଚ୍ଚତା 4ରୁ 5 ଫୁଟ ମଧ୍ୟରେ ରହିବ, ନିର୍ଦ୍ଦିଷ୍ଟ ଉଚ୍ଚତା ହେବ…
Author: Samikhsya Bureau
ବିହାର : ବିହାରର ଗୋପାଳଗଞ୍ଜରେ ଜଣେ ଯୁବକଙ୍କୁ ନିଜ ପ୍ରେମିକାକୁ ସାକ୍ଷାତ କରିବା ବେଶ୍ ମହଙ୍ଗା ପଡିଛି । ଯୁବକ ଜଣକ ବିବାହିତା ପ୍ରେମିକାକୁ ସହ ଯୁବତୀଙ୍କ ବେଡରୁମ୍ରୁ ଧରାପଡିବା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ଯୁବକ ଜଣକୁ ସଡକ ଉପରେ ଘୋଷାରି ଘୋଷାରି ଆଣିବା ସହିତ ଏପରି ମାଡ ହୋଇଥିଲା ଯେ, ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୋପାଳଗଞ୍ଜର ମୁର୍ଗିଆ ଗ୍ରାମରେ ରାତ୍ରିର ଅନ୍ଧାରରେ ଜଣେ ଯୁବକ ବିବାହିତା ପ୍ରେମିକାକୁ ସାକ୍ଷାତ କରିବା ପାଇଁ ପ୍ରେମିକାଙ୍କ ଶାଶୁଘରେ ପହଞ୍ଚିଥିଲେ । ମହିଳାଙ୍କ ଶାଶୁଘର ଲୋକଙ୍କୁ ଏହାର ଆଭାସ ମିଳିବା ପରେ ମହିଳାଙ୍କ ବେଡରୁମ୍ରୁ ପ୍ରେମିକଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହା ପରେ ମହିଳାଙ୍କ ଶାଶୁଘର ଲୋକେ ତାଙ୍କୁ ଘୋଷାଡି ଘୋଷାଡି ଘରୁ ଆଣି ନିବସ୍ତ୍ର କରି ପ୍ରବଳ ମାଡ ମାରିଥିଲେ । ଘଟଣାଟି ପ୍ରଘଟ ହେବା…
ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାର ଗୋଟିଏ ପରିବାରର ତିନିଜଣଙ୍କର ହତ୍ୟା ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି ଘଟଣା ଏତ୍ମାଦୋଲ୍ଲାର ନଗଲା କିଶନଲାଲ ଅଞ୍ଚଳରେ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ପୁଅ ରହିଛନ୍ତି । ତିନି ଜଣଙ୍କର ଜଳନ୍ତା ଶବ ଘରୁ ମିଳିଥିବାବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ମଧ୍ୟରେ 55 ବର୍ଷୀୟ ରଘୁବୀର, ସ୍ତ୍ରୀ ମୀରା ଓ 22 ବର୍ଷୀୟ ପୁଅ ବବୁଲ୍ ରହିଛନ୍ତି । ମୃତ ବ୍ୟକ୍ତି ଜଣଙ୍କର ଅର୍ଥାତ ଘରର ମାଲିକ ହାତ ଓ ଗୋଡ଼କୁ ସେଲୋଟେପରେ ବନ୍ଧା ଯାଇଥିଲା। ଘଟଣାଟି ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ତିନିଜଣଙ୍କୁ ହତ୍ୟା କରାଯିବା ପରେ ଜଳାଇ ଦିଆଯାଇଥିବାର ସନ୍ଦେହ ହୋଇଛି । ତେବେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କର କିଏ କିପରି କାହିଁକି ହତ୍ୟା…
ନୂଆଦିଲ୍ଳୀ : ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବରୁ ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷିତ କରାଯାଇଥିବା ବେଳେ ଆଜି ଦଣ୍ଡ ଘୋଷଣା କରାଯାଇଛି । ଦଣ୍ଡ ସ୍ୱରୂପ ପ୍ରଶାନ୍ତ ଭୂଷଣଙ୍କୁ 1 ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଯଦି ଜରିମାନା ଅର୍ଥ ପୈଠ ନକରାଯାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜରିମାନା ଅର୍ଥ ପ୍ରଦାନ ନକରନ୍ତି ତେବେ ତିନି ମାସର ଜେଲ ଦଣ୍ଡାଦେଶ ସହିତ ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କର ବାର ଲାଇସେନ୍ସ ରଦ୍ଧ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ବିଜାପୁର : ଛତିଶଗଡ ବିଜାପୁର ଜିଲ୍ଲାରେ ଏଏସ୍ଆଇ ନଗେୟା କର୍ସାଙ୍କୁ ମାଓବାଦୀମାନେ ଅପହରଣ କରିବା ପରେ ହତ୍ୟା କରିଥିବାର ସୂଚନା ରହିଛି । ବିଜାପୁର ଜିଲ୍ଲା ତେନ୍ତୁଲନା ଗାଁ ପାଖରେ ଗୁଳି ହତ୍ୟା କରିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏଏସ୍ଆଇ ଜଣକ ନିଜର ଛୁଟି ସାରି ଡ୍ୟୁଟିରେ ଯୋଗଦେବାକୁ ଯାଉଥିବାବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିବାବେଳେ ତାଙ୍କୁ ଗୁଳି କରି ହତ୍ୟାକରିଛନ୍ତି । ସୋମବାର ଦିନ ସକାଳୁ ସକାଳୁ କୁଟରୁ-ବିଜାପୁର ରାସ୍ତା ନିକଟରେ ତାଙ୍କ ମୃତଦେହ ପଡିଥିବାର ଦେଖାଯାଇଥିଲା । ରବିବାର ସନ୍ଧ୍ୟାରେ ମାଓବାଦୀମାନେ ତାଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିବାର ଆଶଙ୍କା କରାଯାଇଛି । ନଗେୟା କୁଟରୁ ଥାନାରେ କାର୍ଯ୍ୟରତ ଥିବାବେଳେ ସେ ସବୁଦିନ ପରି ରବିବାର ସନ୍ଧ୍ୟାରେ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ । ମଙ୍ଗାପେଟ୍ଟା ନିକଟରେ ତାଙ୍କର ବାଇକ୍ ପଡିଥିବାର ସୂଚନା ରହିଛି । ପୋଲିସ୍ ସୂଚନା ଅନୁସାରେ ଏଏସ୍ଆଇଙ୍କ…
ନୂଆଦିଲ୍ଳୀ: ପୁଣି ଥରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୯ -୨୯ ତାରିଖ ରାତିରେ ପେଙ୍ଗାଙ୍ଗତ୍ସୋ ଝିଲ୍ ନିକଟରେ ଉଭୟ ସେନା ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ଚୀନ୍ ସେନାର ଉଦ୍ୟମକୁ ବିଫଳ କରିଦେଇଛନ୍ତି। ଆଲୋଚନା ସତ୍ତ୍ବେ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାବେଳେ ଏହାକୁ ଜବାବ ଦେଇଛି ଭାରତୀୟ ସେନା। ତେବେ ଦୁଇ ସେନା ମୁହାମୁହିଁ ହେବା ସତ୍ତ୍ବେ କୌଣସି ମୃତାହତ ହୋଇନଥିବାର ସୂଚନା ମିଳିଛି। ଭାରତୀୟ ସେନାର ପିଆରଓ କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ‘ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ଯବାନମାନେ ଅଗଷ୍ଟ ୨୯ ଓ ୨୯ ତାରିଖ ରାତ୍ରିରେ ପୂର୍ବ ଲଦାଖରେ ଚାଲିଥିବା ବିବାଦ ସମୟରେ ସାମରିକ ତଥା କୂଟନୈତିକ ସହମତିର ଉଲ୍ଲଂଘନ କରିବା ସହିତ ଏହାର ଯଥାସ୍ଥିତି ବଦଳାଇବା ପାଇଁ ପ୍ରଚେଷ୍ଟା ପୂର୍ବକ ଅନୁପ୍ରବେଶ କରିଥିଲେ। ପିଆରଓ ଆହୁରି ମଧ୍ୟ କହିଛନ୍ତି…
ଭୁବନେଶ୍ବର : କରୋନା ଯୋଗୁଁ ଆଜି ରାଜ୍ୟର 10 ଜଣଙ୍କ ଜୀବନ ଯାଇଛି । କନ୍ଧମାଳ ଓ ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧାରୁ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ 2ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବରରୁ 56 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଦୁଇ ମୃତକଙ୍କ ମହିଳା ହୋଇଥିବାବେଳେ ଦୁହିଁ ଜଣଙ୍କ ବୟସ 60 ବର୍ଷ ବୋଲଇ ସୂଚନା ରହିଛି । କନ୍ଧମାଳର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 43, 58 ଓ 42 ବର୍ଷ । ସେହିପରି ଗଞ୍ଜାମର 48 ବର୍ଷୀୟ ପୁରୁଷ, ରାୟଗଡାରୁ 54ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 71 ବର୍ଷୀୟ ପୁରୁଷ, ନୟାଗଡରୁ…
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 2 ହଜାର 602 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 616 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 236, ଗଞ୍ଜାମରୁ 190, କେନ୍ଦ୍ରାପଡାରୁ 128, କୋରାପୁଟରୁ 127, ଯାଜପୁର ଓ ବାଲେଶ୍ବରରୁ 103 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ନୟାଗଡରୁ 91, କେଉଁଝରରୁ 86, ବରଗଡରୁ 82, ଝାରସୁଗୁଡାରୁ 85. ଜଗତସିଂହପୁରରୁ 82, ମାଲକାନଗିରିରୁ 80, ସମ୍ବଲପୁରରୁ 78, ମୟୂରଭଞ୍ଜରୁ 72, ଢେଙ୍କାନାଳରୁ 67, କଳାହାଣ୍ଡିରୁ 63, ରାୟଗଡାରୁ54, ଭଦକ୍ରରୁ 47, ପୁରୀରୁ 46, ବରଗଡରୁ 42, ସୋନପୁରରୁ 21, ସୁନ୍ଦରଗଡରୁ 19, ନବରଙ୍ଗପୁରରୁ 18, କନ୍ଧମାଳରୁ 17, ନୂଆପଡାରୁ 16, ଅନୁଗୁଳରୁ 14, ବୌଦ୍ଧରୁ 9, ଗଜପତିରୁ 7, ଦେବଗଡରୁ 3 ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 602 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1561ଜଣ ଚିହ୍ନଟ ହୋଇଥିବାବେଳେ 1041ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 35 ହଜାର36 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 29 ହଜାର 758ଜଣ । ସେହିପରି ସୁସ୍ଥ ହୋଇଛନ୍ତି 73 ହଜାର 233ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 482ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆସିକା : ମର୍ଣ୍ଣିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାରେ ମାଉସୀ-ଝିଆରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଗଞ୍ଜାମ ଜିଲ୍ଲା କୋଟିନଡା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ନିକଟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଦୁଇଜଣ ମାଉସୀ-ଝିଆରୀ ବୋଲି ସୂଚନା ରହିଛି । ସୂଚନା ଅନୁସାରେ ଦୁହେଁ ଆଜି ସକାଳ 7ଟା ସମୟରେ ମର୍ଣ୍ଣିଂ ଓ୍ବାକ୍ରେ ଆସିଥିବାବେଳେ କେ.ଲଛମନପଲ୍ଲୀ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାପରେ ଗାଡି ସହ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଚାନ୍ଦବାଲି : ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା । ଏନେଇ ସୋସିଆଲ ମିଡିଆରେ ବିଧାୟକ ଜଣକ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ବହୁ ବିଧାୟକ, ମନ୍ତ୍ରୀ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତକାଲି ମନ୍ତ୍ରୀ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ଦେଇଥିଲେ । ଏହା ପୂର୍ବରୁ ଭୁବନେଶ୍ବରର ମଧ୍ୟ ବିଧାୟକ, ଖଣ୍ଡପଡା ବିଧାୟକ, ପାଟଙ୍ଗୀ ବିଧାୟକ, ସାଲେପୁର ବିଧାୟକ, ନୀଳଗିରି ବିଧାୟକଙ୍କୁ କରୋନା ହୋଇଥିଲା । ତେବେ ବିଧାୟକମାନେ କରୋନାରୁ ସୁସ୍ଥହୋଇ ସାରିଛନ୍ତି। କରୋନା ସଂକ୍ରମଣରେ କେବଳ ବିଧାୟକ ନୁହଁନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ସୁସ୍ଥ ହୋଇଥିବାବେଳେ ଆଜି ଘରକୁ ଫେରିବେ ବୋଲି ସୂଚନା ରହିଛି ।
ନିଗମ କୁମାର ବେହେରା ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକପ୍ରିୟତାର ଶୀର୍ଷରେ ଏବଂ କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ରାଜ୍ୟ ସରକାର ମମତା ଯୋଜନା ମାଧ୍ୟମରେ ମା ପେଟରେ ଥିବା ଶିଶୁର ଯତ୍ନ ନେବା ଠାରୁ ଆରମ୍ଭ କରି ଜୀବନର ଶେଷରେ ମୃତ ବ୍ୟକ୍ତିକୁ ଚାରି ଖପରାରୁ ଉଦ୍ଧାର କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି। ବିଗତ ୨୦ ବର୍ଷ ସମୟସୀମା ମଧ୍ୟରେ ଓଡ଼ିଶାର ସାମଗ୍ରିକ ବିକାଶ କରିବା ଦିଗରେ ରାଜ୍ୟ ସରକାର ସଫଳ ହୋଇଛନ୍ତି ଏବଂ ଆଜି ଏକ ନୂତନ ଓଡ଼ିଶାର ଅଭ୍ୟୁଦୟ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ କିନ୍ତୁ ଆଜି ମଧ୍ୟ ନିର୍ଦ୍ଧିଷ୍ଟ କେତେକ କ୍ଷେତ୍ରରେ ରାଜ୍ୟ ସରକାରକୁ ଅଧିକ ଧ୍ୟାନ ଦେବାକୁ ହେବ। ମୁଖ୍ୟତଃ ରାଜ୍ୟ ସରକାରଙ୍କୁ ୪ଟି ପ୍ରମୁଖ ବିଭାଗ ତଥା ‘୪ନ’ ପ୍ରତି ଗୁରୁତ୍ୱାରୋପ କରିବା ପଡ଼ିବ; ଏହି ‘୪ନ’ ହେଲା…
ନୂଆଦିଲ୍ଲୀ, କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ରବିବାର ଦିନ ଜେଇଇ ଏବଂ ନିଟ୍ ପରୀକ୍ଷା ଉପରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ନିଟ୍ ଏବଂ ଜେଇଇ ପରୀକ୍ଷା ବିଷୟରେ ଉଲ୍ଲେଖ ନ କରି ଖେଳନା ଉପରେ ଆଲୋଚନା କରିଛନ୍ତି। ଯାହା ବର୍ତ୍ତମାନ ପରିସ୍ଥିତି ପାଇଁ ସେ ଆଲୋଚନାର କୌଣସି ଅର୍ଥ ନାହିଁ। ସେ ଏକ ଟୁଇଟ୍ରେ କହିଛନ୍ତି ଯେ, ନିଟ୍ ଏବଂ ଜେଇଇ ପରୀକ୍ଷାର୍ଥୀ ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା ‘ କରନ୍ତୁ ବୋଲି ଚାହୁଁଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ‘ଖିଲୋନ୍ ପେ ଚର୍ଚ୍ଚା’ କରିଥିଲେ।
ନୂଆଦିଲ୍ଲୀ : ଏହି ସପ୍ତାହରେ ଅବସର ନେବାକୁ ଯାଉଥିବା ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର କୋଭିଡ -19 ମହାମାରୀ କାରଣରୁ ବିଭିନ୍ନ ବାର ତରଫରୁ ଆସିଥିବା ବିଦାୟ ସମ୍ବର୍ଦ୍ଧନା ଆମନ୍ତ୍ରଣକୁ ମନା କରି ଦେଇଛନ୍ତି। ଜଷ୍ଟିସ ଅରୁଣ ସେପ୍ଟମ୍ବର 2 ତାରିଖରେ ଅବସର ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ବାର୍ ର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଜଷ୍ଟିସ୍ ମିଶ୍ର କହିଛନ୍ତି ଯେ ମୋର ଅବସର ପୂର୍ବରୁ ପ୍ରସ୍ତାବିତ ବିଦାୟ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। “ମୁଁ ବାରକୁ ନ୍ୟାୟପାଳିକାର ମାତା ଭାବରେ ବିବେଚନା କରିଆସୁଛି ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ତଥାପି, କୋଭିଡ -19 ମହାମାରୀ ହେତୁ ସାରା ବିଶ୍ୱରେ ଗୁରୁତର ପରିସ୍ଥିତି ପାଇଁ ମୋର ବିବେକ ମୋତେ କୈଣସି ବିଦାୟ କାର୍ଯ୍ୟରେ ଭାଗ ନେବାକୁ ଅନୁମତି ଦେଉ ନାହିଁ। ବାର୍ ଆସୋସିଏସନକୁ…
କେଦାର ମିଶ୍ର ଜଣେ ଚିତ୍ର ତାରକାଙ୍କ ଆତ୍ମହତ୍ୟା ପରେ ଦେଶରେ ସତୀପ୍ରଥା ପୁଣିଥରେ ଲେଉଟି ଆସିଛି। ଜୁନ ୧୪ ତାରିଖ ଦିନ ବଲିଉଡର ସଫଳ ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ପୂରା ଭାରତୀୟ ଗଣମାଧ୍ୟମର ମାନସିକ ସନ୍ତୁଳନ ନଷ୍ଟ ହୋଇଯାଇଛି ଓ ସେମାନେ ଏବେ ସମ୍ମିଳିତ ଆତ୍ମହତ୍ୟାର ରାସ୍ତାରେ ଚାଲିଛନ୍ତି। ଏ କଥା ଭାବ ପ୍ରବଣ ହୋଇ କିମ୍ବା କ୍ରୋଧର ବଶବର୍ତ୍ତୀ ହୋଇ ମୁଁ କହୁନାହିଁ। ଏହା ଆଜିର ଭୟଙ୍କର ସତ୍ୟ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଆତ୍ମାକୁ ନ୍ୟାୟ ଦେବାର ତଥାକଥିତ ଲଢେଇରେ ଆମର ଗଣମାଧ୍ୟମ, ବିଶେଷ କରି ଟିଭି ଚ୍ୟାନେଲ ଗୁଡିକ ପାଗଳ ଭଳି ବ୍ୟବହାର ଆରମ୍ଭ କରିଛନ୍ତି। ସେମାନଙ୍କ ପାଗଳାମୀକୁ କିଛି ଦର୍ଶକ ନ୍ୟାୟ ପାଇଁ ଲଢେଇ ବୋଲି କହି, ସୋସିଆଲ ମିଡିଆରେ ତାଙ୍କର ପାଗଳାମୀକୁ ବଢାଇ ଚାଲିଛନ୍ତି। ଏହି ପାଗଳାମୀର ସ୍ତର ଏତେ ନିମ୍ନଗାମୀ ହୋଇଛି ଯେ, ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରିଦର୍ଶନ କରିବେ। ରାଜ୍ୟରେ ତିନୋଟି ଲଘୁଚାପ ସୃଷ୍ଟି ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଦେଖିବା ପରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କିଛି ଘୋଷଣା କରିପାରନ୍ତି ବୋଲି ଜଣାପଡିଛି।
ନ୍ୟୁୟର୍କ, ଋଷ ଏବଂ ଚୀନ୍ ପରେ ଆମେରିକାର ଡ୍ରଗ୍ ରେଗୁଲେଟର ବର୍ତ୍ତମାନ କୋଭିଡ୍ -୧୯ ଟିକାକୁ ଜରୁରୀକାଳୀନ ସ୍ବୀକୃତି ପ୍ରଦାନ କରିବାକୁ ଯାଉଛି। ଏହା କହିଛନ୍ତି ଆମେରିକାର ଖାଦ୍ୟ ଓ ଡ୍ରଗ୍ ନିୟନ୍ତ୍ରଣ ପ୍ରଶାସନର କମିଶନର ଷ୍ଟିଫେନ ହାନ୍। ରବିବାର ପ୍ରକାଶିତ ଫାଇନାନ୍ସିଆଲ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କମିଶନର ଷ୍ଟିଫେନ୍ ହାନ୍ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍ -୧୯ ଭ୍ୟାକସିନର ଜରୁରୀକାଳୀନ ସ୍ବୀକୃତି ନିହାତି ଆବଶ୍ୟକତା ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକା ଏବଂ ଔଷଧ ପରୀକ୍ଷା ପାଇଁ ଔଷଧ ନିର୍ମାତାମାନଙ୍କୁ ଅନୁମୋଦନ ଦେବା ପରେ ଏହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ତେବେ ଭ୍ୟାକସିନ ବାହାର କରିବାରେ ଆମେରିକାର ବିଳମ୍ବକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ଆସନ୍ତା ନଭେମ୍ବର ଆମେରିକାର ନିର୍ବାଚନ ଅଛି। ଟ୍ରମ୍ପ କୁଆଡେ ଏହି ଅନୁମୋଦନ ପ୍ରକ୍ରିୟାକୁ ବିଳମ୍ବ କରି ଠିକ ନିର୍ବାଚନ ପୂର୍ବରୁ ବାହାର କରିବେ ବୋଲି ଆମେରକୀୟ ଗଣମାଧ୍ୟମ କହିଛି।…
ନୂଆଦିଲ୍ଲୀ, ଜାନୁୟାରୀ ୧, ୨୦୨୦ ରେ କିମ୍ବା ପରେ UPI କାରବାରରେ ସଂଗୃହିତ ଟ୍ରାଜାକ୍ସନ ଫି ବ୍ୟାଙ୍କଗୁଡିକ ଫେରସ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଘୋଷଣା କରିଥିଲା ଯେ RuPay ଏବଂ BHIM-UPI କାରବାର ଉପରେ କୈଣସି ଶୁଳ୍କ ଲାଗୁ ହେବ ନାହିଁ। ହେଲେ କେତେକ ବ୍ୟାଙ୍କ ଏହି ଦେୟ ନେଇଥିବାରୁ ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଦିନ ଏକ ସର୍କୁଲାରରେ ଅର୍ଥ ମନ୍ତ୍ରଣାଳୟର ଅଧୀନସ୍ଥା କେନ୍ଦ୍ରୀୟ ଟିକସ ବୋର୍ଡ କହିଛି ଯେ କେତେକ ବ୍ୟାଙ୍କ ୟୁପିଇ ମାଧ୍ୟମରେ ହୋଇଥିବା କାରବାର ଉପରେ ଚାର୍ଜ ଆଦାୟ କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କାରବାରକୁ ମାଗଣାରେ ଅନୁମତି ଦିଆଯାଇଥାଏ। ହେଲେ ତାହାଠାରୁ ଅଧିକ ହେଲେ ପ୍ରତ୍ୟେକ କାରବାର ଏକ ଚାର୍ଜ ନିଆଯାଏ। ହେଲେ କେତକ ବ୍ୟାଙ୍କ ସବୁ ଟ୍ରାନଜକସନରେ ଏହି ଦେୟ ନେଇଥିବାର…
ନୋଇଡା, ଗ୍ରେଟର ନୋଏଡା ହାଉସିଂ ସୋସାଇଟି ନିକଟରେ ଏକ ରେଭ୍ ପାର୍ଟି ଆୟୋଜନ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଏହି ଚଢାଉ ସମୟରେ ବିପୁଳ ପରିମାଣର ବିୟର ମିଳିବା ସହିତ ମୋଟ 11 ଜଣ ବିଦେଶୀ ନାଗରିକଙ୍କୁ ପୋଲିସ ଅଟକ ରଖିଛି। ଲକଡାଉନ ସମୟରେ ଗ୍ରେଟର ନୋଇଡାସ୍ଥିତ ପାରାମାଉଣ୍ଟ ଗଲ୍ଫ ଫରେଷ୍ଟ ହାଉସିଂ ନିକଟରେ କିଛି ବିଦେଶୀ ଏକ ପାର୍ଟିର ଆୟୋଜନ କରିଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୋଲିସ ସେହି ରାତିରେ ଚଢାଉ କରିଥିଲା। ନୋଇଢାର କେନ୍ଦ୍ରୀୟ ଡିସିପି ହରିଶ ଚନ୍ଦ୍ର କହିଛନ୍ତି ଯେ ଆଫ୍ରିକୀୟ ଦେଶରୁ ସାତ ଜଣ ପୁରୁଷ ଏବଂ ଚାରିଜଣ ମହିଳାଙ୍କୁ ଅଟକ ରଖାଯାଇଛି। ଘଟଣାସ୍ଥଳରୁ 288 ବିୟର ବୋତଲ ଏବଂ ତିନୋଟି ମଦ ବୋତଲ ମିଳିଥିବାବେଳେ 7 ଟି ବିଳାସପୂର୍ଣ୍ଣ କାର ମଧ୍ୟ ଜବତ କରାଯାଇଛି।
ନୂଆଦିଲ୍ଲୀ, କୋଭିଡ-୧୯ର ମୁକାବିଲା ଦିଗରେ ଦେଶ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଦିନକରେ ୧୦.୫ ଲକ୍ଷରୁ ଅଧିକ କରୋନା ପରୀକ୍ଷା ପ୍ରଥମ ଥର ପାଇଁ କରାଯାଇ ଏକ ରେକର୍ଡ ସୃଷ୍ଟି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୫,୦୨୭ଟି ନମୁନା ପରୀକ୍ଷା କରାଯାଇଛି, ଯାହାଫଳରେ ପ୍ରତ୍ୟେକ ଦିନ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର ଲକ୍ଷ୍ୟ ପୂରଣ ହୋଇପାରିଛି। ଏହି ସଫଳତା ସହ ଦେଶରେ ମୋଟ ନମୁନା ପରୀକ୍ଷା ୪.୧୪ (୪,୧୪,୬୧,୬୩୬) କୋଟିରୁ ଅଧିକକୁ ଅତିକ୍ରମ କରିଛି। କେନ୍ଦ୍ର ସରକାର ବିଶ୍ଵର କୋଭିଡ-୧୯ ରଣନୀତି ପରୀକ୍ଷା, ଚିହ୍ନଟ ଓ ଉପଚାରକୁ ତ୍ୱରାନ୍ୱିତ କରିଛି। ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କେନ୍ଦ୍ର ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ବ୍ୟାପକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିଛି। ଏହାଫଳରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କମ ସମୟ ମଧ୍ୟରେ ଠାବ କରାଯାଇପାରିଛି। ଏଥିଯୋଗୁଁ ମାମୁଲି ଲକ୍ଷଣ ଥିବା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ ୩୦ ମନ୍କୀ ବାତ୍ କାର୍ୟ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ଇନୋଭେସନ ଚାଲେଞ୍ଜ କାର୍ୟ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ ଆଗ୍ରହର ସହିତ ଅଂଶଗ୍ରହଣ କରିଛନ୍ତି। ଏଥିରେ ସ୍ଥାନ ପାଇଥିବା ପ୍ରାୟ ଦୁଇ ତୃତୀୟାଂଶ ଆପ୍ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରସ୍ତୁତ ହୋଇଛି । ବିଭିନ୍ନ ବର୍ଗରେ ପ୍ରାୟ ଦୁଇ ଡଜନ ଆପ୍କୁ ପୁରସ୍କୃତ କରାଯାଇଛି। ଶ୍ରୋତାମାନେ ଏସବୁ ଆପ୍ ସହିତ ପରିଚିତ ହେବା ସହ ସେଥିସହ ସଂଯୁକ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏଭଳି କେତେକ ଆପ୍ ସଂପର୍କରେ ଆଲୋଚନା କରିଥିଲେ ଯେଉଁଥିରେ କୁଟୁକୀ କିଟ୍ସ ଲର୍ଣ୍ଣିଂ ଆପ୍, ଶିଶୁମାନଙ୍କ ପାଇଁ ଏକ ଇଣ୍ଟରାକ୍ଟିଭ ଆପ୍, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ପାଇଁ ଉଦ୍ଦିଷ୍ଟ ଏକ ଆପ୍ କୁ କୂ କୁ, ଯୁବସମାଜ ପାଇଁ…

