Author: Samikhsya Bureau

କେଦାର ମିଶ୍ର   “ଆଃ, କି ଚମତ୍କାର ସେ ମୁହଁ ସବୁ”, ଗୋଟେ ପରେ ଗୋଟେ ହସ ହସ ଆଦିବାସୀ ମୁହଁ ସବୁକୁ ଦେଖି କେମିତି ଗୋଟେ ବିଭୋର ହୋଇଯାଉଥିବାର ନିର୍ମଳ ଆନନ୍ଦ ରିକ ସିଗଲଙ୍କ ଆଖିରେ  ବାରି ହୋଇ ପଡୁଥିଲା। ସେ ମୁହଁ ସବୁକୁ ଦେଖି ସେ ଖାଲି ବିଭୋର ହେଉନଥିଲେ, ଭାବୁକ ମଧ୍ୟ ହେଉଥିଲେ। ରିକ ସିଗଲ ଓ କୋର୍ବିନ ମାଇଲ୍ସ, ପୃଥିବୀର ସଙ୍ଗୀତ ଓ ନୃତ୍ୟକୁ ନେଇ କାମ କରନ୍ତି। ସହଜ ଏବଂ ସରଳ ଭାବରେ ଯେ କୌଣସି ୟୁଟ୍ୟୁବ ଭିଡିଓର ସମୀକ୍ଷା କରିବାରେ ତାଙ୍କର ପ୍ରସିଦ୍ଧି ରହିଛି। ହଠାତ ସେମାନଙ୍କ କାର୍ଯ୍ୟକ୍ରମରେ ଉଚ୍ଚ ପ୍ରଶଂସା ପାଇଛି  ନୀଳମାଧବ ପଣ୍ଡାଙ୍କର “ଆଦିବାସୀ ସଙ୍ଗୀତ”। ନୀଳମାଧବଙ୍କର ଏହି ପାଞ୍ଚ ମିନିଟର ଭିଡିଓରେ ଓଡିଶାର ସଙ୍ଗୀତ, ନୃତ୍ୟ, ଆଦିବାସୀ ଜୀବନ ଧାରା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଧୁନିକ ବିକାଶର ଏକ ସାଙ୍ଗୀତିକ ମିଶ୍ରଣ ରହିଛି। ଆଦିବାସୀ ଜୀବନର ଉଦ୍ଦାମ ଆନନ୍ଦ…

Read More

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାକାଶ କ୍ଷେତ୍ରରେ ମୋଦୀ ସରକାରଙ୍କ ସଂସ୍କାର ପ୍ରସଙ୍ଗରେ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ମାର୍ଗରେ ଆଗକୁ ବଢୁଛନ୍ତି । ଭାରତ’ର ମହାକାଶ କ୍ଷେତ୍ରରେ ଉଦାରୀକରଣ ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଦେଶର ବିକାଶରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବଡ଼ ଭୂମିକା ଗ୍ରହଣ କରିବ। ମନ୍ତ୍ରୀ କହିଛନ୍ତି ନୂଆ ମହାକାଶ ବୋର୍ଡ…

Read More

ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ସଚିବ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଆଜି ଭିଡିଓ କନଫ୍ରେନେସିଂ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର। ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ମହାନିର୍ଦ୍ଦେଶକ ଓ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ମଧ୍ୟ ଯୋଗଦେଇଥିଲେ। ଏହି ରାଜ୍ୟଗୁଡ଼ିକର କୋଭିଡ-୧୯ ସମ୍ପର୍କିତ ସ୍ଥିତି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋକପାତ କରିଥିଲେ। ସେସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନମୁନା ପରିକ୍ଷାକୁ ଜୋରଦାର କରାଯିବା ସହ ଘରୋଇ ଏକାନ୍ତବାସ, ନିରୀକ୍ଷଣ, ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ, ଆମ୍ବୁଲାନ୍ସର ଉପଲବ୍ଧତା, ହସ୍ପିଟାଲ ଶଯ୍ୟା ଓ ଉପଚାର ନିୟମାବଳୀ ଅନୁପାଳନ କରାଯାଉଥିବା ଉପରେ ସୂଚନା ଦେଇଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ଶତକଡା…

Read More

ନୂଆଦିଲ୍ଲୀ, ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍ ନାଗରିକ’ ବା ଉଡାନ୍ କାର୍ଯ୍ୟକ୍ରମର ଚତୁର୍ଥ ପଯ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ ମିଳିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ହୋଇଥିବା ୩ ପଯ୍ୟାୟର ସଫଳ ନିଲାମ ପରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଏହା ଫଳରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳକୁ ବିମାନ ସେବା ଯୋଗାଣ ତ୍ୱରାନ୍ୱିତ ହେବ। ଏହି ପଯ୍ୟାୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଏବଂ ଦ୍ୱୀପାଞ୍ଚଳଗୁଡିକୁ ବିମାନ ସଂଯୋଗ ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଇଛି। ଏହି ପଯ୍ୟାୟରେ ଯେଉଁ ବିମାନପଥଗୁଡିକ ଅନୁମୋଦିତ ହୋଇଛି ସେଥିମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ରୁଟ୍ ରହିଛି। ଏହି ରୁଟ୍‌ଗୁଡିକ ମଧ୍ୟରେ ରହିଛି ଗୌହାଟୀରୁ ତେଜୁ, ରୁପ୍‌ସୀ, ତେଜପୁର, ପାସିଘାଟ, ମିସା ଓ ସିଲଂ। ସେହିଭଳି ଏହି ନୂଆ ସଂଯୋଗ ବ୍ୟବସ୍ଥାରେ ଲୋକେ ହିସାରରୁ ଚଣ୍ଡୀଗଡ, ଡେରାଡୁନ ଏବଂ ଧର୍ମଶାଳାକୁ ବିମାନ…

Read More

ଭୁବନେଶ୍ବର: ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାକୁ ଆଧାରକରି ଅଧିକ ପରୀକ୍ଷା ଯୋଗୁଁ ଶୀଘ୍ର ରୋଗ ନିରୂପଣ ସମ୍ଭବ ହୋଇଛି। ରୋଗ ଶୀଘ୍ର ନିରୂପିତ ହେଉଥିବାରୁ ସଂକ୍ରମିତ ରୋଗୀଙ୍କୁ ଅଲଗା କରାଯାଇ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ଏହାଫଳରେ ତୁରନ୍ତ ଆରୋଗ୍ୟ ହେବା ସହ ମୃତ୍ୟୁ ହାର ହ୍ରାସ ପାଇଛି । ଏସବୁ ଦୃଷ୍ଟିରୁ ଦେଖିଲେ ଦେଶର ମୋଟ ନମୁନା ପରୀକ୍ଷା ସଂଖ୍ୟା ଆଜି ପାଖାପାଖି ୩.୯ କୋଟିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯,୨୪,୯୯୮ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା ୩,୮୫,୭୬,୫୧୦ରେ ପହଞ୍ଚିଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ଆଜି ୨୫ ଲକ୍ଷରେ ପହଞ୍ଚିଛି। କୋଭିଡ ପରିଚାଳନା ପାଇଁ ଉପଯୁକ୍ତ ରଣନୀତି ଓ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମନ୍ଵିତ ପଦକ୍ଷେପ ଯୋଗୁଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଚିକିଟି ମହାବିଦ୍ୟାଳୟ ଏବଂ ଚିକିଟି ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ କୋଭିଡ଼୍‌-୧୯ ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜି ଚିକିଟି କଲେଜର କର୍ମକର୍ତ୍ତାମାନେ ଏକାଠି କରିଥିବା ୮୦ ହଜାର ଟଙ୍କାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ିଡ଼ି ଆକାରରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ। ସେହିପରି ଚିକିଟି ତହସିଲ୍‌ର ତହସିଲ୍‌ଦାର ଏବଂ କର୍ମଚାରୀମାନେ ଏକତ୍ରିତ କରି ଜମା କରିଥିବା ୩୫ହଜାର ୫ଶହ ଟଙ୍କା ଡ଼ିଡ଼ିକୁ ତହସିଲ୍‌ଦାର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

Read More

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି ଏନସିସି) ମୋବାଇଲ ଟ୍ରେନିଂ ଆପର ଆଜି ଶୁଭାରମ୍ଭ କରିଛନ୍ତି । ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇ ପାରିବ । କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ କଟକଣା ଜାରି ଯୋଗୁଁ ଏନସିସି ତାଲିମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ନିକଟ ଭବିଷ୍ୟତରେ ଖୋଲା ହେବା ସମ୍ଭାବନା ଖୁବ କମ ଥିବାରୁ ଏନସିସି କ୍ୟାଡେଟମାନଙ୍କୁ ଅନଲାଇନ ଯୋଗେ ତାଲିମ ପ୍ରଦାନ କରିବା ଆବଶ୍ୟକତା ଉପୁଜିଛି। ଏହି ଅବସରରେ ରକ୍ଷାମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କଥାବାର୍ତ୍ତା ହେବା ସହ ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଇଥିଲେ। ସମର ଶିକ୍ଷାର୍ଥୀମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ନେଇ ସେ କାମନା କରିଥିଲେ। ଆପର ଉଦ୍ଘାଟନ କାଳରେ ଉଦବୋଧନ ଦେଇ ସେ କହିଲେ ଯେ, କୋଭିଡ-୧୯…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ନଦୀପଠାଗୁଡ଼ିକରୁ ବହୁଦିନ ହେଲା ଚୋରାରେ ବାଲିଚାଲଣ ହେଉଛି। ଏଥିଯୋଗ୍ୟୁ ରାଜ୍ୟ ସରାକର ବିପୁଳ ପରିମାଣରେ ରାଜସ୍ୱ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଚୋରା ବାଲିଚାଲାଣ ରୋକିବା ଏବଂ ନଦୀପଠାଗୁଡ଼ିକର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଗଂଜାମ ଜିଲ୍ଲାର ବିଭିନ୍ନ ନଦୀତଟରୁ ପ୍ରତିଦିନ ଶହଶହ ଟ୍ରକ, ଟ୍ରାକ୍ଟ, ଟିପ୍ପର ଯୋଗେ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ବାଲି ଚାଲାଣ ହେଉଛି। ରାଜ୍ୟ ବାହାରକୁ ଏବଂ ବାହାର ଦେଶକୁ ମଧ୍ୟ ଜାହାଜ ଯୋଗେ ସମୁଦ୍ର ପଥରେ ଚାଲାଣ ହେଉଛି। ଏ ବିଷୟ ସରକାର ଓ ପ୍ରଶାସନ ଜାଣିଥିଲେ ମଧ୍ୟ ନୀରବ ଦ୍ରଷ୍ଟା। ବୋଲି ଚୋରି ଘଟଣାକୁ କେନ୍ଦ୍ରକରି ବିଭିନ୍ନ ସମୟରେ ଜିଲ୍ଲାର ଅନେକ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ଯାହାର ସଦ୍ୟ ଉଦାହରଣ ହିଂଜିଳିକାଟୁ ଘଟଣା। ବାଲି ବାବଦରେ ସରକାର…

Read More

ଭୁବନେଶ୍ୱର, ରାଜ୍ୟର ୧୫ଟି ଷ୍ଟାର୍ଟ ଅପ୍‌ ଓ ଗୋଟିଏ ଇନକ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ eସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ଏହା ଘୋଷଣା କରାଯାଇଛି । ଏହି ଅର୍ଥ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ୱୀକୃତି ଓ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଇଛି । ମିରାକୁ୍ୟଲେସ୍‌ ମେଡ୍‌ ସଲୁ୍ୟସନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନନ୍ୟ ରକ୍ତ ଜମାଟକାରୀ ପାଉଡର। ପ୍ରସ୍ତୁତକାରୀଙ୍କ ଦାବି ଯେ ଏହି ପାଉଡର ଆଘାତ ପ୍ରାପ୍ତ ବ୍ୟକ୍ତିଙ୍କ ରକ୍ତ ଜମାଟ ୪୦ ସେକେଣ୍ଡ ମଧ୍ୟରେ ହୋଇପାରିବ। ଏହି ବିକଶିତ ବୈଷୟିକ ଜ୍ଞାନକୌଶଳ ଉପରେ ଟାସ୍କ ଫୋର୍ସ କମିଟର ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଷ୍ଟାର୍ଟ ଅପ୍‌ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନ୍ୟାୟ ଦାବି ନେଇ ଜଣେ ମହିଳା ଆଜି ନିଜର ଭିନ୍ନକ୍ଷମ ପୁଅଙ୍କୁ ଧରି ଏସ୍‌ପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି। ସୂଚନାଥାଉକି ମହିଳା ଜଣକ ହେଲେ ବ୍ରହ୍ମପୁର ବ୍ରିଟ କଲୋନୀରେ ରହୁଥିବା ସ୍ୱର୍ଗତ ନକୁଳ ବେହେରାଙ୍କ ସ୍ତ୍ରୀ ରଂଜୁ ବେହେରା। ଘଟଣାରୁ ପ୍ରକାଶ ଯେ ଗତ ୧୯୯୬ରେ ରଂଜୁ, ନକୁଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମହୁରୀ ପଥର ଚିପ୍ ଫେକ୍ଟ୍ରିର ମାଲିକ। ସେମାନଙ୍କ ଗର୍ଭରୁ ଏକ ଭିନ୍ନକ୍ଷମ ସନ୍ତାନ ମଧ୍ୟ ରହିଛି। ଦୁହେଁ ୨୨ ବର୍ଷ ହେଲା ଲକ୍ଷ୍ମଣ ନଗର ଘରେ ଭଡ଼ା ରହୁଥିଲେ। ତେବେ ସୂଚନାଯୋଗ୍ୟ ଚାରିବର୍ଷ ପୂର୍ବରୁ ନକୁଳଙ୍କ ପୂର୍ବରୁ ଲକ୍ଷ୍ମୀ ବେହେରା ନାମକ ଜଣେ ସ୍ତ୍ରୀକୁ ପ୍ରଥମ ବିବାହ କରିଥିବା ନେଇ ଲକ୍ଷ୍ମୀ ବେହେରା, ଶଙ୍କର ବେହେରା, ମନୋଜ ବେହେରା ନାମକ ବ୍ୟକ୍ତିମାନେ ତାଙ୍କ ଘରେ ପଶି ମାଡ଼ ମାରିଥିଲେ। ସାହି ବାସି ଘଟଣାର ସମାଧାନ କରିଥିଲେ। ଏନେଇ ମହିଳା ଥାନାରେ ମଧ୍ୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସନ୍ନିକଟ ଲାଠି ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଲକ୍ଷାଧିକ ଟଙ୍କାର କାଠପଟା ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ଲାଠି ନିକଟସ୍ଥ ଏକ ନିର୍ମାଣାଧୀନ ଘର ପାଖରେ ଶାଳ, ଶାଗୁଆଣି କାଠପଟା ଥିବା ଖବରପାଇ ଡ଼ିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବନବିଭାଗ ମୋବାଇଲ ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ଚଢ଼ାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ, ଶାଗୁଆଣି କାଠ ଜବତ ହୋଇଛି। ତେବେ ଏନେଇ କାହାରିକୁ ଧରାଯାଇନାହିଁ। ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏହି କାଠପଟା ଆଣି ରଖିଥିବା ତାହା ଜଣାପଡ଼ିନାହିଁ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ରହୁଥିବା ଜନୈକ ମହିଳାଙ୍କୁ ଘରେ ପଶି ମାଡ଼ ମାରିବା ସହ ସୁନା ଅଳଙ୍କାର ଲୁଟ୍ ଘଟଣାରେ ବଡ଼ବଜାର ପୋଲିସ୍ ଅନୁସନ୍ଧାନ କରି ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତକୁ ଗିରଫ କରି ସଫଳତା ହାସଲ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଉତ୍ତରମୁଖୀ ସାହିର ଶିବ ପଟ୍ଟନାୟକ (୨୮) ଏବଂ ମାର୍ଥା ସାହିର ନରସିଂହ ବାଡ଼ତ୍ୟା (୨୩)। ଅଭିଯୁକ୍ତଙ୍କଠାରୁ ଲୁଟ୍ ସୁନା ଚେନ୍‌, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ୍‌କୁ ପୋଲିସ୍ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ରଘୁପତି ନଗରରେ ରହୁଥିବା ମୀନତି ଦାସ (୫୩) ଘରେ ଏକୁଟିଆ ଥିବା ସମୟରେ ଦୁଇ ଅଭିଯୁକ୍ତ ଶିବ ପଟ୍ଟନାୟକ ଏବଂ ନରସିଂହ ବାଡ଼ତ୍ୟା ତାଙ୍କ ଘରେ କବାଟ ଭାଙ୍ଗି ଜବରଦସ୍ତ ପଶିଥିଲେ। ସେମାନେ ଖଣ୍ଡା ଦ୍ୱାରାଂ ମହିଳାଙ୍କୁ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କ ଆଗୁଆ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବେଗୁନିଆପଡା ବ୍ଲକ ଓଏଲମ କକ୍ଷରେ ସୋସାଇଟ ସମ୍ପାଦକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ ସେମାନଙ୍କ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତିରେ କେଉଁଭଳି ଭାବେ ପଞ୍ଜିକରଣ କରିବେ ସେଥିପାଇଁ ସମ୍ପାଦକମାନେ ଚାଷୀଙ୍କୁ ସହଯୋଗ କରିବେ। ସେମାନଙ୍କ ଠାରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରି ଏହାକୁ ତୁରନ୍ତ ପଞ୍ଜିକରଣ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ବିଗତ ବର୍ଷ ବେଗୁନିଆପଡା ବ୍ଲକରେ ୬୦୦୩ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା ୩୦୦୦ ଚାଷୀ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ କହିଥିଲେ। ଏଥିସହ ବ୍ଲକରେ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ସମବାୟ ସମିତିର ସମ୍ପାଦକ ମାନଙ୍କୁ କହିଥିଲେ ଯୋଗାଣ ଅଧିକାରୀ। ପଞ୍ଜିକରଣ ପାଇଁ ଚାଷୀଙ୍କ ଠାରୁ ଗ୍ରହଣ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ୨ ହଜାର ୫୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ବରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗିରିରୁ ୫୧, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡାରୁ ୪୨, ସୋନପୁରରୁ ୩୮, ବରଗଡରୁ ୩୬, ନୟାଗଡରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳରୁ ୩୦, କେନ୍ଦୁଝରରୁ ୩୦, କେନ୍ଦ୍ରାପଡାରୁ ୨୫, ରାୟଗଡାରୁ ୨୫, ଜଗତସିଂହପୁରରୁ ୧୭, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୫, ଦେବଗଡରୁ  ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି। ତେବେ ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରହିଥିବା ବେଳେ ୨୫, ୧୬୨ ଜଣ ଚିକିତ୍ସାଧୀନ…

Read More

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ଲକ୍ଷ ସତାଅଶୀ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହି ସଫଳତା ଏହି ଦୃଷ୍ଟିରୁ ଅଧିକ ଗୁରୁତ୍ୱ ବହନ କରୁଛି କାରଣ ଚଳିତ ସପ୍ତାହରେ ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ଆର୍ଥିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓର ଓଡିଶାରେ ଟେଲିକମ୍ କ୍ଷେତ୍ରରେ ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତ ଅତିକ୍ରମ କରିଛି। ମଧ୍ୟ ପ୍ରଦେଶ ସହିତ ଓଡ଼ିଶା ହେଉଛି ଦେଶର ଅନ୍ୟତମ ରାଜ୍ୟ ଯେଉଁଠାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଚଳିତ ସପ୍ତାହରେ ଟ୍ରାଇ ପ୍ରକାଶ କରିଥିବା ଆର୍ଥିକ ରିପୋର୍ଟରେ ଆଲୋଚ୍ୟ ତ୍ରୟମାସ ପାଇଁ…

Read More

ଭୁବନେଶ୍ବର :  ଭୁବନେଶ୍ୱରରେ ସଂକ୍ରମଣ ଦିନକୁ ଦିନ ବଢୁଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ 386 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ 183ଜଣ ଚିହ୍ନଟ ହୋଇଥିବାବେଳେ 203 ଜଣ ଲୋକାଲ୍‌ କେସ୍‌ ରହିଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଚିହ୍ନଟ ହୋଇଥିବା 183 ଆକ୍ରାନ୍ତଙ୍କ ମଧ୍ୟରେ ଗଙ୍ଗନଗର ଏସ୍‌ୟୁଏଚ୍‌ରୁ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ ଆଇଡି ମାର୍କେଟରୁ 15ଜଣ ଚିହ୍ନଟ ହୋଇଛନ୍ତି । ସପ୍ତମ ବାଟାଲିଅନ୍‌ରୁ 11ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲରୁ 12 ଜଣ, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ5ଜଣ, ବରଗଡ କେନାଲ୍‌ ରୋଡରୁ 5ଜଣ ରହିଛନ୍ତି । ଆଜି 203 ଲୋକାଲ୍‌ କେସ୍‌ ମଧ୍ୟରୁ ସରକାରୀ ସେଣ୍ଟ୍ରାଲ୍‌ ହସ୍ପିଟାଲରୁ 3 ଜଣ କର୍ମଚାରୀ ଥିବାବେଳେ ବିଶ୍ବେଶ୍ବର ବସ୍ତିରୁ 5…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ : ଅନ୍ ଲାଇନ୍ କ୍ଲାସ ହେଲା କାଳ। ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଲେ ୭ ମ ଶ୍ରେଣୀର ଛାତ୍ର ବ୍ଲେସନ ପ୍ରଭୁ ଦାସ। ଘଟଣା ଘଟିଛି ଖୋରଧା ଜିଲା ଟାଙ୍ଗୀ ଥାନା ପାରି ଓରଡ ଗ୍ରାମରେ। କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ସ୍କୁଲ୍ କଲେଜ୍ ବନ୍ଦ ରହିଛି । ତେଣୁ ପିଲାଙ୍କୁ ଶିକ୍ଷା ଦେବା ଲାଗି ସ୍କୁଲ୍ ଏବଂ କଲେଜ୍ ପକ୍ଷରୁ ଅନ ଲାଇନ୍ କ୍ଲାସ ଚାଲିଛି । ପିଲାମାନେ ମୋବାଇଲ ଓ କମ୍ପ୍ୟୁଟର ମାଧ୍ୟ୍ୟମରେ ଅନ ଲାଇନ କ୍ଲାସରେ ପାଠ ପଢୁଛନ୍ତି, ତେବେ ଆଜି ଟାଙ୍ଗୀ ଥାନା ଟାଙ୍ଗୀ ବ୍ଲକ ର ପାରିଓରଡ଼ ଗ୍ରାମର ପ୍ରସନ ପ୍ରଭୁ ଦାସଙ୍କ ୧୪ ବର୍ଷ ବୟସ୍କ ପୁତ୍ର ବ୍ଲେସନ ପ୍ରଭୁ ଦାସ ମୋବାଇଲ୍ ମାଧ୍ୟ୍ୟମରେ ଅନ ଲାଇନ କ୍ଲାସ ରେ ପାଠ ପଢୁଥିଲେ। ପାଠ ପଢି ସାରିବା ପରେ ମୋବାଇଲରେ ଚାର୍ଜ ସରି ଯିବାରୁ ସେ ମୋବାଇଲ୍…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ପ୍ଲାଜମା ଥେରାପିକୁ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ପୁଣି ଦୁଇଟି ପ୍ଲାଜମା ବ୍ୟାଙ୍କ ଆରମ୍ଭ ଯାଇଛି। କୋରାପୁଟରେ ଉଦ୍‌ଘାଟନ ହେଲା ରାଜ୍ୟର ଷଷ୍ଠ ପ୍ଲାଜ୍‌ମା ବ୍ୟାଙ୍କ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି । କୋରାପୁଟ ମେଡ଼ିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ । ଏହା ପୂର୍ବରୁ ରାଜ୍ୟରେ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ବୁର୍ଲାର ଭୀମାସର ଆଦିରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରରୁ ଆନ୍ଧ୍ରକୁ ରୂପା ଚାଲାଣ ବେଳେ ପୋଲି ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ ୬୧ କେଜିର ରୂପା ଇଟା ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ୍‌ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ୍‌ ଚେକ୍‌ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା ।ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାର୍‌କୁ ଅଟକାଇଥିଲା ପୋଲିସ । ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୂପା ଇଟା ଜବତ ହୋଇଥିଲା । ଗାଡ଼ିରେ ବସିଥିବା ଅଭିଯୁକ୍ତ ମାନେ ରୂପାଇଟାର କୌଣସି କାଗଜପତ୍ର କି ବିଲ୍ ପୋଲିସକୁ ଦେଖାଇପାରିନଥିଲେ । ଯାହାଫଳରେ ସନ୍ଦେହ ଜାତ ହେବା ସହିତ ଅଧିକ ଜେରା କରିବା ପରେ ସେହି ତିନି ଜଣ ଯୁବକ ବ୍ରହ୍ମପୁରରୁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋରଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଗ୍ରାମର ଏକ କ୍ରସରରେ କାମ କରୁଥିବା ଜଣେ ଶ୍ରମିକଙ୍କର ସନ୍ଦେହଜନକ ମୃତ୍ୟୁ  ହୋଇଛି। ମୃତ ଶ୍ରମିକର ନାମ ମନୋଜ ସାହୁ(୩୦)। ତାଙ୍କ ଘର ଗଂଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କେଶ ଶ୍ରଦ୍ଧାପୁର ଗ୍ରାମ ବୋଲି ଜଣା ପଡିଛି। ମୃତ ମନୋଜ ଦୀର୍ଘ ଦିନ ହେଲା କୟଥପଲାର ଏକ କ୍ରସରରେ ରହି ଶ୍ରମିକ ଭାବେ କାମ କରି ଆସୁଥିଲେ। ଗତ କାଲି ରାତିରେ କେତେକ ଲୋକ ମନୋଜ କୁ ଟାଙ୍ଗୀ ମେଡିକାଲକୁ ଆଣିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଗଞ୍ଜାମରୁ ମନୋଜର ପରିବାର ଲୋକେ ମେଡିକାଲରେ ଆସି ପହଞ୍ଚିଥିଲେ। ତଦନ୍ତକାରୀ ଅଧିକାରୀ ତଥା କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବର୍ଷା ଲାଗି ମନୋଜ କାମ କୁ ନଯାଇ ଘରେ ଥିଲେ। ସଂଧ୍ୟା ସମୟରେ…

Read More

ରଙ୍ଗାଚରଣ ପ୍ରଧାନ ଇଣ୍ଡିଆନ୍ ଏକ୍ସପ୍ରେସରେ ନିରୁପମା ସୁବ୍ରମନିଆନ୍ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ଆମେରିକାରେ ଆସନ୍ନ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଳା ହ୍ୟାରିସ୍ ନାମକ ଜଣେ ମହିଳାଙ୍କର ଉପରାଷ୍ଟ୍ରପତି ପଦ ପାଇଁ ମନୋନୟନକୁ ନେଇ ସେ ଏହି ଲେଖା ଲେଖିଛନ୍ତି । ସେ ପଚାରିଛନ୍ତି ଭାରତ ହୋଇଥିଲେ କମଲା ହ୍ୟାରିସ୍ ଙ୍କ ଭଳି ଜଣେ ବ୍ୟକ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଦ୍ବିତୀୟ ଉଚ୍ଚ କ୍ଷମତାଶାଳୀ ପଦବୀ ପାଇଁ ମନୋନୀତ ପାରିଥାନ୍ତେ କି ? କମଳାଙ୍କ ମା’ ମୂଳତଃ ଜଣେ ତାମିଲ ମହିଳା । ତାଙ୍କ ଆମେରିକା ରହଣି କାଳରେ ସେ ଜଣେ ଅଶ୍ବେତ ଲୋକଙ୍କୁ ବିବାହ କରିଥିଲେ । କମଳାଙ୍କ ବାପା ବି ମୂଳତଃ ଜଣେ ଆମେରିକୀୟ ନୁହନ୍ତି । ତାଙ୍କ ଘର ଜାମାଇକାରେ । ମାତ୍ର ଏଭଳି ଦମ୍ପତିଙ୍କ କନ୍ୟା ଆମେରିକାରେ ନିର୍ବାଚନ ପୂର୍ବରୁ ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟ ଦଳ ପକ୍ଷରୁ ମନୋନୀତ ହୋଇଛନ୍ତି ।…

Read More