ନୂଆଦିଲ୍ଲୀ : ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠୁ ବିଳାସ ବ୍ୟସନ ଓ ମହଙ୍ଗା ଟ୍ରେନ ଯାତ୍ରା ରୂପେ ମନାଯାଇଥାଏ । ଏହି ଟ୍ରେନ୍ର ଭବ୍ୟତା ଆଗରେ ପାଞ୍ଚତାରକା ହୋଟେଲର ଚମକ ମଧ୍ୟ ଫିକା ପଡିଯିବ । ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରାଜା-ମହାରାଜାଙ୍କ ପରି ସୁବିଧା ଦିଆଯାଇଥାଏ । ଏହି ଯାତ୍ରାରେ ଜଣେ ଯାତ୍ରୀ ଶାହୀ ଯାତ୍ରାର ଆନନ୍ଦ ଉଠାଇପାରିବେ । ଏହି ଟ୍ରେନ୍ ବହୁବାର ଓ୍ବାଲ୍ଡ ଟ୍ରାଭେଲ୍ ଆଓ୍ବାର୍ଡର ସମ୍ମାନ ଜିତି ସାରିଛି । ଏହି ଟ୍ରେନ୍ରେ ଯାତ୍ରା କରିବା ପାଇଁ ଏକ ଟିକେଟ୍ରେ ମୂଲ୍ୟ 18 ଲକ୍ଷ ପର୍ଯ୍ୟନ୍ତ ରହିଛି । ତେବେ ଟିକେଟ୍ରେ ମୂଲ୍ୟରେ ଉତ୍ଥାନ ପତନ ରହିଥାଏ । ଆସନ୍ତୁଜାଣିବା ଏହି ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରା ସମ୍ପର୍କରେ… 2010 ମସିହାରେ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରାର ଆନନ୍ଦ ଦେବା ପାଇଁ ମହାରାଜା ଏକ୍ସପ୍ରେସ୍ ଆରମ୍ଭ କରାଯାଇଥିଲା । ଏକ କିଲୋମିଟର ଲମ୍ବ ଏହି…
Author: Samikhsya Bureau
ଭୁବନେଶ୍ବର : କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ – 19 ସହାୟତା ପ୍ୟାକେଜ୍କୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଜୀବିକା ବିକାଶ ପାଇଁ 4ଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ବ୍ୟବସ୍ଥା ହୋଇଛି । ଏହି କ୍ରମରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ 50ହଜାର ଋଣର ବ୍ୟବସ୍ଥା ହୋଇଛି । ଏହି ପ୍ୟାକେଜ୍ରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାର ସଦସ୍ୟ କୃଷି ଓ ଅଣକୃଷି ଉଦ୍ୟୋଗର ବିକାଶ ପାଇଁ ଋଣ ନେଇପାରିବେ । ସେହିପରି କୃଷି, ଅଣକୃଷି କ୍ଷେତ୍ରରେ ଗଠିତ ଗୋଷ୍ଠୀଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଯୋଗାଇ ଦିଆଯିବାର ସୂଚନା ରହିଛି । ଏହି ପ୍ୟାକେଜ୍ ଜରିଆରେ 6…
ଶ୍ରୀନଗର : 2019ରେ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆକ୍ରମଣ ଘଟଣାରେ 5 ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ । ଆଜି ଜମ୍ମୁକାଶ୍ମୀରର ବିଶେଷ କୋର୍ଟରେ ଆଜି ଦ୍ବିପ୍ରହରରେ ଏହି ଚାର୍ଜସିଟ୍ ଦାଖଲ ହେବ। ଏହି ଚାର୍ଜସିଟରେ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତିକୁ ନେଇ ବିଭିନ୍ନ ତଥ୍ୟ ଉଲ୍ଲେଖ କରାଯାଇଛି । ଆକ୍ରମଣରେ ଜୈସ-ଏ- ମହମ୍ମଦ, ମୌଲାନା ମଙ୍କସରଦ ଆଝାର ଏବଂ ରୌଫ ଅସଘରଙ୍କ ସମ୍ପୃକ୍ତିକୁ ନେଇ ସମସ୍ତ ତଥ୍ୟ ଉଲ୍ଲେଖ ରହିବ । ଏହି ଆକ୍ରମଣର ଯୋଜନ ସହିତ ସମସ୍ତ ଆକ୍ରମଣର ରୂପରେଖ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରାଯିବ । 2019ରେ ସଙ୍ଗଠିତ ଏହି ଆକ୍ରମଣରେ ପ୍ରାୟ 20 କିଗ୍ରା ଆରଡିଏକ୍ସ ବ୍ୟବହୃତ ହୋଇଥିବା ବେଳେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । (ଏଜେନ୍ସି)
ଭୁବନେଶ୍ବର : ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରି ଚିଠି ଲେଖିଛନ୍ତ ନବୀନ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କକୁ ଚିଠି ଲେଖିଛନ୍ତି ନବୀନ । କରୋନା ଯୋଗୁଁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ସେହିପରି ଦୁର୍ଗମ ଅଞ୍ଚଳରୁ ଯାଇ ଦୂରରେ ପରୀକ୍ଷା ଦେବା ଅସୁବିଧା ହେବ । ଅପରପକ୍ଷରେ ବିଭିନ୍ନସ୍ଥାନରେ ସଟ୍ଡାଉନ୍ ଓ ଲକ୍ ଡାଉନ୍ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ନିଟ୍ ଓ ଜେଇଇ ପରୀକ୍ଷାକୁ ଘୁଞ୍ଚାଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ଆଦିତ୍ୟ ଠାକ୍ରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ସହସ୍ରାଂଶୁ ମହାପାତ୍ର ଜାତୀୟ ନିଯୁକ୍ତି ଏଜେନ୍ସି ପ୍ରତିଷ୍ଠା ପ୍ରସ୍ତାବକୁ ଅଗଷ୍ଟ ୧୯ ରେ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ ମିଳିସାରିଛି ଓ ଏହା ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀ ପାଇଁ ମୋଦି ସରକାର ଦ୍ୱାରା ଏକ ଐତିହାସିକ ପଦକ୍ଷେପ ବୋଲି ବିଚାର କରା ଯାଉଛି। ଏହି କେନ୍ଦ୍ରୀୟ ଏଜେନସି ଏକକ ଯୋଗ୍ୟତା ପରୀକ୍ଷା ପରିଚାଳନା କରିବ ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ଗୃପ ବି ଏବଂ ସି (ଅଣ-ବୈଷୟିକ) ପଦବୀ ପାଇଁ ପ୍ରାର୍ଥୀଙ୍କୁ ଅନେକ ସୁବିଧା ମିଳି ପାରିବ। ଜାତୀୟ ନିଯୁକ୍ତି ଏଜେନ୍ସି ପାଇଁ ତିନି ବର୍ଷ ର ବ୍ୟୟ ଅଟକଳ ୧୫୧୭.୫୭ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଜାତୀୟ ନିଯୁକ୍ତି ଏଜେନସି କୁ ଯେଉଁଭଳି ଭାବରେ କେନ୍ଦ୍ରୀୟ ସରକାରୀ ଚାକିରୀ ଅନ୍ଵେଷୁଙ୍କ ପାଇଁ ସଞ୍ଜିବନୀ ରୂପେ ଚିତ୍ରଣ କରା ଯାଉଛି ତାହା କେତେଦୂର ସଫଳ ହେବ ତାହା ଏବେଠାରୁ ଆକଳନ କରିବା ହୁଏତ ଅପରିପକ୍ଵ ଲାଗିପାରେ! ଜାତୀୟ ନିଯୁକ୍ତି ଏଜେନସି -…
ଲୁଧିଆନା : ଗତ 22 ତାରିଖରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ସାରା ଭାରତ ବର୍ଷରେ ଅଗ୍ରପୂଜ୍ୟଙ୍କର ପୂଜା ସମ୍ପନ୍ନ ହୋଇଛି । ଲୋକେ ଘରେ ଘରେ ଗଣପତିଙ୍କୁ ଆବାହନ କରିଛନ୍ତି । ଚଳିତ ଗଣେଶ ପୂଜା ଅବସରରେ ବିଭିନ୍ନ ପ୍ରକାରର ଗଣେଶ ପ୍ରତିମାମାନ ଦେଖିବାକୁ ମିଳିଥିଲା । କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର କରୋନା ଥିମ୍ରେ ଗଣେଶ ମୂର୍ତ୍ତିମାନ ଶୋଭା ପାଇଥିଲା । ଭିନ୍ନ ଭିନ୍ନ ଗଣେଶ ପ୍ରତିମା ମଧ୍ୟରେ ଚାଳିଶ କିଲୋର ଚକୋଲେଟ୍ ଗଣପତି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲୁଧିଆନା ସ୍ଥିତ ଶିଖ ରେସ୍ତୋରାଁ ମାଲିକ ହଜିନ୍ଦର ସିଂହ କୁକ୍ରେଜା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଗଣେଶ ମୂର୍ତ୍ତି ସେୟାର କରିଛନ୍ତି । ଏହି ଗଣପତିଙ୍କ ପ୍ରତିମା ନିର୍ମାଣ ପାଇଁ 10 ଜଣ ରୋଷେୟା ପ୍ରାୟ 10 ଦିନ ପରିଶ୍ରମ କରି ଏହି ପ୍ରତିମା ନିର୍ମାଣ…
ବୁନ୍ଦି : ଟଙ୍କା ଆଗରେ ନିଜ ରକ୍ତ ସମ୍ପର୍କ ତୁଚ୍ଛ । ସାମାନ୍ୟ କେଇଟା ଟଙ୍କା ପାଇଁ ଜଣେ ନାତି ନିଜ ଜେଜେମା’ର ଜୀବନ ନେଇଛି । ମାତ୍ର କୋଡିଏ ହଜାର ଟଙ୍କାପାଇଁ ଜଣେ ନାତି ଜେଜେମା’ର ହତ୍ୟାକରିଛି । ଏପରି ଏକ ଲଜ୍ୟାଜନକ ଘଟଣା ରାଜସ୍ଥାନର ବୁନ୍ଦର ଅଞ୍ଚଳରେ ଘଟିଛି । ମାତ୍ର କୋଡିଏ ହଜାର ଟଙ୍କା ପାଇଁ ନିଜ ଜେଜେମା’ଙ୍କୁ ପିଟି ପିଟି ହତ୍ୟା କରିଛି ନାତି । 80 ବର୍ଷୀ୍ର ଜେ ବୃଦ୍ଧଶ ଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ୍ କରିବାକୁ ପଠାଇଛି । ତେବେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବୁନ୍ଦୀଜିଲ୍ଲା ସଦର ଥାନା ଅଞ୍ଚଳରେ ଉମରାଥୁନା ଗ୍ରାମର ଦୀପକ ଓ ତାଙ୍କ ଜେଜେମାଙ୍କ ମଧ୍ୟରେ ପଇସାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଜେଜେମା 20…
ବିହାର : ବିହାରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ସେଠାକାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି । ଡାକ୍ତରଖାନାକୁ ଚିକିତ୍ସା କରିବାକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତି ଲାଇନ୍ରେ ଠିଆ ହୋଇ ଚିଠା ନେବାବେଳେ ହଠାତ୍ ଟଳି ପଡିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା କରିବାକୁ ଆସି ହସ୍ପିଟାଲରେ ମୃତ୍ୟୁବରଣ କରିବା ଘଟଣା ବିହାରର ସ୍ବାସ୍ଥ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ମିଳିଥିବା ସୂଚନା ଅନୁସାରେ ବିହାରରେ ଜଣେ ବୃଦ୍ଧ ବ୍ୟକ୍ତି ନିଜର ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ । ସେଠାରେ ସେ ଧାଡିରେ ଠିଆ ହୋଇ ନାମ ପଞ୍ଜୀକରଣ ତଥା ଚିଠା କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ମୁଜାଫରନଗର ଜିଲ୍ଲାର ସଦର ହସ୍ପିଟାଲରେ ଘଟିଛି । ମୃତକ ଜଣକ ମୋତିଝିଲ ନିବାସୀ ପ୍ରେମ ବାହାଦୂର ରୂପରେ ଜଣାପଡିଛନ୍ତି । ଭୀଷଣ ଗରମ ଓ…
ଭୁବନେଶ୍ବର : ରାଜ୍ୟରୁ ଆଜି ପୁଣି 9ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଓ ସୁନ୍ଦରଗଡ଼ରୁ 2 ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବଲାଙ୍ଗିର, କଟକ, ଗଜପତି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା 428କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଗଞ୍ଜାମରେ 181ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ ଖୋର୍ଦ୍ଧାରୁ 55, କଟକରେ 26ଜଣ, ସୁନ୍ଦରଗଡରେ 30 ଜଣ, ବଲାଙ୍ଗିରରେ 4ଜଣ ଗଜପତିରେ 18 ଜଣ, ବାଲେଶ୍ବରରେ 9ଜଣ, ସୁନ୍ଦରଗଡରେ 29 ଜଣଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଛି ।
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 2 ହଜାର 752 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପୁଣି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ 423 ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 247, ଯାଜପୁରରୁ 217, ଗଞ୍ଜାମରୁ 212, ରାୟଗଡାରୁ 177, କୋରାପୁଟରୁ 174, ପୁରୀରୁ 144, ମୟୂରଭଞ୍ଜରୁ 137, ବାଲେଶ୍ବରରୁ 129, ନୟାଗଡରୁ 103, ମାଲକାନଗିରି ଓ ଜଗତସିଂହପୁରରୁ 101ଜଣ ଲେଖାଏଁ, , କେନ୍ଦ୍ରାପଡାରୁ 97, କନ୍ଧମାଳରୁ 95, ଗଜପତିରୁ 60, ଭଦ୍ରକରୁ 58, ସମ୍ବଲପୁରରୁ 55, ସୁନ୍ଦରଗଡରୁ 44, କେଉଁଝର ଓ ବରଗଡରୁ 28 ଜଣ ଲେଖାଏଁ, ନବରଙ୍ଗପୁରରୁ 27, ଅନୁଗୁଳରୁ 23, କଳାହାଣ୍ଡିରୁ 16, ଝାରସୁଗୁଡାରୁ 15, ବଲାଙ୍ଗିରରୁ 14, ବୌଦ୍ଧରୁ 11, , ନୂଆପଡାରୁ 8, ଦେବଗଡରୁ 6, ସୋନପୁର ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 2 ହଜାର 752 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1708ଜଣ ଚିହ୍ନଟ ହୋଇଥିବାବେଳେ 1044ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 84ହଜାର231କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 26 ହଜାର 924ଜଣ । ସେହିପରି ସୁସ୍ଥ ହୋଇଛନ୍ତି 56 ହଜାର 924ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 419ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୯୭୫ ଜଣ କରୋନାରେ ସଂକ୍ରମଣ ହୋଇଛନ୍ତି। ଏହି ସଂକ୍ରମଣ ସଂଖ୍ୟାକୁ ମିଶାଇ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୩୧,୬୭,୩୨୩ କୁ ବୃଦ୍ଧି ପାଇଛି। ତେବେ ଦେଶରେ ସକ୍ରିୟ ମାମଲା ବର୍ତ୍ତମାନ ୭,୦୪,୩୪୮ ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୬,୫୫୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୪,୫୮୫ କୁ ବୃଦ୍ଧି ପାଇଛି। ଆଜି କରୋନାରେ ୮୪୮ ଜଣ ମୃତ୍ୟୁବରଣ କରିଥିବାବେଳେ ମୃତ୍ୟୁ ସଂଖ୍ୟା ମୋଟ ୫୮, ୩୯୦କୁ ବୃଦ୍ଧି ହୋଇଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେଧିରେ ଘନିଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହିତ ବଜ୍ରପାତର ସମ୍ଭାବନା ରହିଥିବାରୁ ଏସଆରସି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ତିନୋଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା। ସେହିପରି 6ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ଜଗତସିଂହପୁର, କଟକ, ଢ଼େଙ୍କାନାଳ, ପୁରୀ, ସୁନ୍ଦରଗଡ ଓ ଦେବଗଡ଼।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୪ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୫ଜଣ, କୁଜଙ୍ଗ ବ୍ଲକରୁ ୬ଜଣ, ତିର୍ତ୍ତୋଲ ବ୍ଲକରୁ ୯ଜଣ, ପାରାଦ୍ଵୀପରୁ ୧୬ଜଣ ଓ ନୂଆଗାଁ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୩୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬୫ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହେବା ସହିତ ବର୍ତ୍ତମାନ ୪୧୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ/ଭୁବନେଶ୍ୱର, ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ସ୍ୱର୍ଗତ ଜେଟଲୀ ଅନେକଙ୍କ ପାଇଁ ଜଣେ ଭଲ ବନ୍ଧୁ, ପଥପ୍ରଦର୍ଶକ ଏବଂ ଭଲ ଅଭିଭାବକ ଥିଲେ । ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ । ସ୍ୱାଧୀନତୋର ଭାରତରେ ତାଙ୍କ ଦ୍ୱାରା ଅଣାଯାଇଥିବା ବଡ ବଡ ସଂସ୍କାର କାରଣରୁ ସେ ଚିରସ୍ମରଣୀୟ ହୋଇରହିବେ ବୋଲି ପ୍ରଧାନ କହିଛନ୍ତି । ସ୍ୱର୍ଗତ ଅରୁଣ ଜେଟଲୀ ଓଡିଶାର ଜଣେ ବନ୍ଧୁ ଥିଲେ । ସେ ଓଡିଆ ଜାତିକୁ ଠିକ୍ ଭାବେ ଜାଣିଥିଲେ । ସର୍ବଦା କୁହନ୍ତି ଓଡିଆ ଜାତି ଏକ ବୁଦ୍ଧିଜୀବୀ ଲୋକଙ୍କର ଜାତି ।…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଦୁର୍ଗା ଓ ହରପାର୍ବତୀ ମେଢର ସ୍ୱଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଦୁର୍ଗାପୂଜା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଦୁର୍ଗାପୂଜା ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତାଙ୍କ ପରାମର୍ଶ ଲୋଡିଥିଲେ। ଜଗତସିଂହପୁର ସହରରେ କରୋନା ସ୍ଥିତି ଭଲଥିବା ବେଳେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ବେଶି ସମସ୍ୟା ଅଛି। ଏହି ପରିସ୍ଥିତିରେ ସହରର ସମସ୍ତ ଦୋକାନୀ ଭାଇ, ବୁଦ୍ଧିଜୀବୀ ନାଗରିକମାନେ ପ୍ରଶାସନକୁ ସହଯୋଗ କରୁଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କରୋନା ମହାମାରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା ହେବନାହିଁ କିମ୍ବା ମୁର୍ତ୍ତି ନିର୍ମାଣ କରାଯିବ ନାହିଁ। କେବଳ ମାଟି ଉଠାଯାଇ ଘଟପୂଜା କରାଯାଇପାରିବ ।ମାଟି ଉଠାଯିବା ସମୟରେ ବାଜା, ବାଣ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଜନସାଧାରଣଙ୍କ ଗମନାଗମନ ଓ ମାଲ୍ ପରିବହନ ସଂପୂର୍ଣ୍ଣ କଟକଣା ମୁକ୍ତ ହୋଇଥିବାବେଳେ ଓଡ଼ିଶା ରାଜ୍ୟ ସରକାର ଏହାକୁ ପାଳନ କରିବାରେ ଅବହେଳା କରିଥିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍ବେଗ ପ୍ରକାଶ କରିଛି। କେନ୍ଦ୍ରର ଚିଠିକୁ ରାଜ୍ୟ ସରକାର ଚାପି ଦେଇ ନିଜ ଇଚ୍ଛାରେ ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ ଡ଼ାଉନ୍ ନିତି ଆପଣେଇ ସାଧାରଣ ଜନତାଙ୍କୁ ହଇରାଣ ହରକତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି। ଅନ୍ଲକ୍-୩ ନିୟମକୁ ଗଂଜାମ ଜିଲ୍ଲା ପ୍ରଶାସନ ଧ୍ୟାନ ନଦେଇ ସ୍ଥାନୀୟ ସ୍ଥିତାବସ୍ଥା ଆଳ ଦେଖାଇ ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ ମାସ ମାସ ଧରି ଜାରି ରଖିବା ଦ୍ୱାରା ସାଧାରଣ ଜନତା ଜୀବନ ଜୀବିକା ଦୁର୍ବିଶହ ହୋଇପଡ଼ିଛି। ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ ନାମରେ ସାଧାରଣ ଚାଷୀ, ଖଟିଖିଆ, ଶ୍ରମିକ ଓ କ୍ଷୁଦ୍ର ବେପାରୀଙ୍କୁ ପ୍ରଶାସନ ଜୁଲମର ଶିକାର…
ନୂଆଦିଲ୍ଲୀ, ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅଧୀନରେ ଫିଟନେସ୍, ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ଡକ୍ୟୁମେଣ୍ଟର ବୈଧତାକୁ ୨୦୨୦ ଡିସେମ୍ବର ୩୧ ଯାଏଁ ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ସହ ଜଡ଼ିତ ଡକ୍ୟୁମେଣ୍ଟର ବୈଧତା ସମ୍ପ୍ରସାରଣ ନେଇ ମନ୍ତ୍ରଣାଳୟ ମାର୍ଚ୍ଚ ୩୦ ଓ ଜୁନ୍ ୯ରେ ଆଦେଶନାମା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଫିଟନେସ୍, ପରମିଟ୍ (ସମସ୍ତ ପ୍ରକାର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏହାସହ ଜଡ଼ିତ ଅନ୍ୟ ଡକ୍ୟୁମେଣ୍ଟକୁ ୨୦୨୦ ସେପ୍ଟେମ୍ବର ୩୦ ଯାଏଁ ବୈଧ ଭାବେ ବିବେଚନା କରାଯିବ । ସାରା ଦେଶରେ କୋଭିଡ୍-୧୯ ସଂକ୍ରମଣ ଜାରି ରହିଥିବାରୁ ଏହାର ମୁକାବିଲା ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ତ ଡକ୍ୟୁମେଣ୍ଟର ବୈଧତାକୁ ପୁନଶ୍ଚ ସମ୍ପ୍ରସାରଣ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜିଠାରୁ ଗଂଜାମ ଜିଲ୍ଲାରେ ଜୀବନଜୀବିକା ପାଇଁ କଟକଣାକୁ କୋହଳ କରାଯାଇଛି। ଦୋକାନ ଖୋଲିବା ସମୟ ସୀମା ସକାଳ ୫ ଘଣ୍ଟରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବର୍ତ୍ତମାନ ମଧ୍ୟ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ରହିଛି। ତେଣୁ ସତର୍କତା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ୍ ଅବଲମ୍ବନ କରି ଜୀବନ ଜୀବିକା ଚଳାଇବାକୁ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଆଜି ସକାଳେ ଛତ୍ରପୁରଠାରେ ଭିଡ଼ିଓ କନ୍ଫେରେନସିଂ ଜରିଆରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲ୍ଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ସ୍ୱାସ୍ଥ୍ୟଧିକାରୀଙ୍କ ସହିତ କୋଭିଡ଼୍ ପରିଚାଳନାଗତ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାରେ ଆକ୍ଟିଭ୍ କେସ ଶୂନ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତା, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅଂଚଳର ତଥା ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ସପ୍ଲାଇ ଇନିସ୍ପେକ୍ଟ ଭାବେ କାର୍ଯ୍ୟରତ ସବ୍ୟସାଚୀ ମହାପାତ୍ର। ଜନୈକ ବ୍ୟକ୍ତିଙ୍କ ପିଡ଼ିଏସ୍ ଚାଉଳ ଗମନାଗମନ ବିଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନସ ହାତରେ ପଡ଼ିଛନ୍ତି। ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ା ଗ୍ରାମର ଶବ ପୋଲାଇ ପିଡ଼ିଏସ୍ ଚାଉଳ ନିଜ ଗାଡ଼ିରେ ଯୋଗାଉଥିବାବେଳେ ଏହା ବାବଦକୁ ବହୁ ଟଙ୍କା ବକେୟା ଥିଲା। ଏହି ବିଲ୍ ପାସ୍ ପାଇଁ ସେ ସପ୍ଲାଇ ଇନିସ୍ପେକ୍ଟର ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିବାବେଳେ ସବ୍ୟସାଚୀ ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଶିବ ପୋଲାଇ ବ୍ରହ୍ମପୁର ଭିଜିଲାନସ ବିଭାଗରେ ଅଭିଯୋଗ କରିବା ପରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନସ ବିଭାଗ ଜାଲ ବିଛାଇଥିଲା। ଆଜି ଦାବି ମୁତାବକ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ପୂର୍ବବତ୍ତ ଉଚ୍ଚ ରହିଛି। କାହିଁକି ଏହି ମୃତ୍ୟୁଦର କମୁନାହିଁ ତାହା ନେଇ କୌଣସି ସଠିକ୍ ଉତ୍ତର ମଧ୍ୟ ମିଳୁନାହିଁ। ସେପଟେ ଯେତିକି ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ପ୍ରାୟ ସମସ୍ତେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରହିଛନ୍ତି। ତେବେ କ’ଣ ମେଡ଼ିକାଲ୍ରେ କରୋନା ସହ ଏହି ରୋଗଗୁଡ଼ିକର ଚିକିତ୍ସାରେ ଅବହେଳା କରାଯାଉଛି କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ତେବେ କରୋନା ପାଇଁ ପ୍ଲାଜମା ରାମବାଣ ହୋଇଥିବା ପ୍ରଶାସନ କହୁଥିବାବେଳେ ଗତ ଜୁଲାଇ ୨୧ ତାରିଖରୁ ପ୍ଲାଜମା ପ୍ରଦାନ ଆରମ୍ଭ ହୋଇଥିଲା। ସେହିଦିନ ପର୍ଯ୍ୟନ୍ତ ଗଂଜାମରେ ମୃତ୍ୟୁସଂଖ୍ୟା ୫୯ ଥିବାବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୧୭୯ ଜଣଙ୍କ ମୃତ୍ୟୁ ଘଟିଲାଣି। ତେବେ ପ୍ଲାଜମା ଥେରାପୀ କୌଣସି କାମ କରୁଛି କି ନାହିଁ ବୋଲି ବି ଲୋକେ ପ୍ରଶ୍ନ ଉଠାଇଲେଣି। ପ୍ରଶାସନ…

