ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁଣି ଖାକିରେ ଲାଗିଛି କଳାଦାଗ। ସାରଙ୍ଗଗଡ଼ ଥାନରେ କାର୍ଯ୍ୟକରୁଥିବା ଜନୈକ ମହିଳା ଏସ୍ଆଇ ଖଲିକୋଟ ଥାନା ଏସ୍ଆଇଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ନେଇ ଆଜି ଭୁବନେଶ୍ୱରେ ଡ଼ିଜିଙ୍କୁ ଭେଟି ମହିଳା ଏସ୍ଆଇ ଜଣକ ଅଭିଯୋଗ କରିଛନ୍ତି। ପୁରୁଷ ଏସ୍ଆଇ ବର୍ତ୍ତମାନ ଫେରାର୍ ହୋଇଯାଇଥିବାବେଳେ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ ଯେ ଖଲିକୋଟ ଥାନାରେ କାର୍ଯ୍ୟରତ ଥିବା ପୁରୁଷ ଏସ୍ଆଇ ଜଣଙ୍କ ସହ ସାରଙ୍ଗଗଡ଼ ଥାନାରେ ଥିବା ମହିଳା ଏସ୍ଆଇଙ୍କ ଗତ ତିନିବର୍ଷ ହେଲା ପ୍ରେମସଂପର୍କ ଥିଲା। ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ ମଧ୍ୟ ବିବାହ କରିବାକୁ ଅମଙ୍ଗ ହେଉଥିଲେ। କିନ୍ତୁ ମହିଳା ଏସ୍ଆଇ ଜଣଙ୍କ ବାରମ୍ବାର ଜିଦ୍ କରିବାରୁ ସଂପୃକ୍ତ ଏସ୍ଆଇ ତାଙ୍କ ସହ ଏକ ମିଛ ବିବାହ କରିଥିଲେ। କିନ୍ତୁ ପରେ ତାଙ୍କୁ…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ବରରୁ ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୩୭, କଟକରୁ ୧୫୨, ରାୟଗଡାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡରୁ ୯୬, ବଲାଙ୍ଗିରିରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡରୁ ୫୩, ଜଗତସିଂହପୁରରୁ ୫୩, ମାଲକାନଗିରିରୁ ୫୨, ଯାଜପୁରରୁ ୪୨, ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡାରୁ ୨୨, ଦେବଗଡରୁ ୧୯, କେନ୍ଦୁଝରରୁ ୧୯, ଝାରସୁଗୁଡାରୁ ୧୮, ଅନୁଗୁଳରୁ ୩ ଏବଂ ବୌଦ୍ଧରୁ ଜଣେ ଆକ୍ରାନ୍ତ ଉସ୍ତ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୬, ୯୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ…
ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଚାଲିଥିବା ଡ୍ରାମାରେ ଯବନିକା ପଡିଛି । ଆଜି ସିଡବ୍ଲ୍ୟୁସିର ସାତ ଘଣ୍ଟାର ମାରଥାନ୍ ବୈଠକ ଶେଷରେ ସୋନିଆ ଗାନ୍ଧି ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ହିଁ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି । ତେବେ ଆସନ୍ତା ଛଅ ମାସ ମଧ୍ୟରେ ନୂତନ ଅଧ୍ୟକ୍ଷ ଚୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନୂତନ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏଁ ସୋନିଆ ଏହି ପଦବୀରେ ରହିବେ । ସୂଚନାଯୋଗ୍ୟ ଯେ, ଦଳର ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି 23 ଜଣବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ପାଇଁ ଆଜି କଂଗ୍ରେସର ଓ୍ବାର୍କିଂ କମିଟିରେ ଝଡ ସୃଷ୍ଟି ହୋଇଥିଲା । ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଥିଲେ । ଯାହାକୁ ନେଇ କଂଗ୍ରେସର ଅନେକ ବରିଷ୍ଠ…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ବ୍ୟକ୍ତି ଜଣକ ୫୦ ବର୍ଷୀୟ ସଂଗ୍ରାମ କେଶରୀ ଦାସ ବୋଲି ସୂଚନା ରହିଥିବାବେଳେ ସେ ତାଙ୍କ ପୁତ୍ର ପ୍ରତ୍ୟୁଶ ଦାଶଙ୍କ ସହ ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ରହିଛି । କନ୍ଧ ନୟାଗଡ ଗ୍ରାମର ଚାନ୍ଦପୁର ଥାନା ଅଞ୍ଚଳରୁ ବାପ ପୁଅ ବାଇକ୍ରେ ଘରକୁ ଫେରୁଥିବାବେଳେ ରାସ୍ତା ଡିଭାଇଡରରେ ହଠାତ୍ ଏକ ଗାଈ ପଶି ଆସିବାରୁ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ । ହେଲେ ଏଠାରେ ବାପର ମ୍ରୁତ୍ୟୁ ହୋଇଯାଇଥିଲା । ପୁଅର ଅବସ୍ଥା ଭଲ ଥିବା ଜଣା ପଡିଛି।ଚାନ୍ଦପୁର ପୋଲିସ୍ ଶବ ସହ ବାଇକ୍ ଜବତ କରି ତଦନ୍ତ…
ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗରରୁ 267ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ 267 ଆକ୍ରାନ୍ତଙ୍କ ମଧ୍ୟରୁ 153 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 114 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 153ଜଣଙ୍କ ମଧ୍ୟରେ ଜାଗମରା ଆଇଟିଆର କ୍ୟାମ୍ପସ୍ରୁ 10 ଜଣ, ଗୌତମନଗର, ବିଏମ୍ସି ଅଫିସ୍ ନିକଟରୁ 4 ଜଣ, ଜୟଦେବ ବିହାରରୁ 3ଜଣ, ବିଏମ୍ସି ହସ୍ପିଟାଲ ନିକଟରୁ 3 ଜଣ, ଝାରପଡ଼ାରୁ 4 ଜଣ, ପ୍ରାଇଭେଟ ହସ୍ପିଟାଲର 3ଜଣ କର୍ମଚାରୀ ରହଥିବାବେଳେ କିମସ୍ରୁ 3 ଜଣ,କୋଳଥିଆରୁ 3 ଜଣ, ସତ୍ୟବିହାରରୁ 4 ଜଣ, ଶୈଳଶ୍ରୀ ବିହାରରୁ 4 ଜଣ ରହିଛନ୍ତି । ଲୋକାଲ କଣ୍ଟାକ୍ସ କେସ୍ 114ଜଣଙ୍କ ମଧ୍ୟରେ ଝାରପଡ଼ାରୁ 8 ଜଣ, ସିଆର୍ଏଫ କ୍ୟାମ୍ପସ୍ରୁ 5 ଜଣ, ଶ୍ରୀବିହାରରୁ 3 ଜଣ ରହିଛନ୍ତି । ସେହିପରି ଆଜି ଭୁବନେଶ୍ବର ମହାନଗର ନିଗମରେ 174 ଜଣ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡକର ସିକୋ କଲେଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମିନି ଟ୍ରକ୍ ଧକ୍କାରେ ବାଇକରେ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗୋଡିମଡା ଗ୍ରାମର ଉଭୟ ସ୍ବାମୀ ଓ ସ୍ତ୍ରୀ ବାଇକ ଯୋଗେ ଭୁବନେଶ୍ବରରୁ ନିଜ ପୈତୃକ ଗ୍ରାମକୁ ଯାଉଥିଲେ। ସେହି ସମୟରେ ଏକ ମିନି ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ମିନି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଯାନବାହନର ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି । ମୋଟର ଭାଇକେଲ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ଡ଼ିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମୋଟର ଭାଇକେଲ କାଗଜପତ୍ର ଯଥା ଡିଏଲ୍, ଆର୍ସି, ଫିଟ୍ନେସ୍ ଓ ପଲ୍ୟୁସନ୍ ସାର୍ଟିଫିକେଟ ଆଦିର ଅବଧିକୁ ଡିସେମ୍ବର 31 ଯାଏ ବୃଦ୍ଧି କରାଯାଇଛି। ଏନେଇ ସୋମବାର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଚତୁର୍ଥ ଥର ପାଇଁ କେନ୍ଦ୍ର ସରକାର ଗାଡ କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ସେପ୍ଟେମ୍ବର 30 ଯାଏ ବୃଦ୍ଧି କରାଯାଇଥିଲା ।
ଲିସବନ : ଚାମ୍ପିୟନ୍ସ ଲିଗ୍ ଫାଇନାଲ ପରାଜୟ ପରେ ପିଏସଜି ସମର୍ଥକଙ୍କ ପକ୍ଷରୁ ହିଂସାକାଣ୍ଡ ଘଟାଯାଇଛି । ଏକାଧିକ କାରକୁ ନିଆଁ ଲଗାଇ ଦିଆଯାଇଥିବା ବେଳେ ପୋଲିସ 148 ଜଣଙ୍କୁ ଗିରଫ କରିଛି । ଫ୍ରାନ୍ସର ଚାମ୍ପସ-ଏଲିସରେ ଏହି ହିଂସାକାଣ୍ଡ ଘଟିଛି। ଲିସବନରେ ଅନୁଷ୍ଠିତ ଫାଇନାଲରେ ରବିବାର ଦିନ ବାୟେର୍ନ ମ୍ୟୁନିକ୍ 1-0 ରେ ପିଏସଜିକୁ ପରାସ୍ତ କରିଥିଲା । ପରାଜୟ ପରେ ଷ୍ଟାଡିୟମରେ ସଂଘର୍ଷ ହୋଇଥିଲା ଏବଂ ଚାମ୍ପସ-ଏଲିସରେ ଏହା ହିଂସାକାଣ୍ଡର ରୂପ ନେଇଥିଲା । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହିଂସାକାଣ୍ଡ ବନ୍ଦ ହୋଇନଥିଲା । ପରେ ପୋଲିସ 148 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
ଖଲ୍ଲିକୋଟ : ସାଧାରଣ ଜନତାଙ୍କୁ ପୋଲିସ ସୁରକ୍ଷା ଯୋଗାଇଥାଏ ମାତ୍ର ପୁଲିସ ଯେତେବେଳେ ନିଜେ ଅସୁରକ୍ଷିତ ସେଠି କଣ କୁହାଯାଇପାରିବ । ଜଣେ ମହିଳା ଏସଆଇ ସହକର୍ମୀ ପୁରୁଷ ଏସଆଇଙ୍କ ବିରୋଧରେ ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଏସ୍ଆଇ ଜଣଙ୍କ ଅଭିଯୋଗ କରିଛନ୍ତି । ଖଲ୍ଲିକୋଟ ଏସଆଇଙ୍କ ବିରୋଧରେ ଏଭଳି ସଙ୍ଗୀନ ଆଣିବା ସହିତ ମହିଳା ଏସ୍ଆଇ ଜଣକ ଡିଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଖଲ୍ଲିକୋଟ ଏସ୍ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ଜଣାଇଛନ୍ତି ।
ଭୁବନେଶ୍ବର : ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଦେଢ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାରୁ ପରଦା ହଟିପାରିନି । ହତ୍ୟା ନା ଆତ୍ମହତ୍ୟାକୁ ନେଇ ସନ୍ଦେହ ରହିଥିବାବେଳେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାର ବର୍ତ୍ତମାନ ତଦନ୍ତଭାର ସମ୍ଭାଳିଥିବା କ୍ରାଇମବ୍ରାଞ୍ଚ ଏହି ମାମଲାରେ ଚାରିଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ ବୋଲି ଜଣାପଡିଛି । ଏହି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛି ରାଜ୍ୟ ଫରେନସିକ ଲାବ୍ରୋଟୋରୀ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବା ସଦସ୍ୟ ପପୁ, ବିକାଶ ଓ ଅନ୍ୟ ଜଣଙ୍କର ଲାଏ ଡିଟେକସନ ଟେଷ୍ଟ ହେବ ବୋଲି ଜଣାପଡିଛି। ତେବେ ଏହି ଲାଏ ଡିଟେକ୍ସନ୍ କେତେବେଳେ ଓ କେଉଁଠି ହେବ ତାହା ସ୍ପଷ୍ଟ ହୋଇନାହିଁ ।
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସଓ୍ବାନ୍ ଦିଲ୍ଲୀ ଫର୍ଟିସ୍ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କର ଫୁସ୍ଫୁସ୍ ଏବଂ କୀଡ୍ନି ଜନିତ ସମସ୍ୟା ଦେଖାଦେବାରୁ ପାସଓ୍ବାନଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ହୋଇଛି । ସୂଚନାଥାଉ, ତାଙ୍କର ଆରମ୍ଭରୁ ହାର୍ଟ ସମସ୍ୟା ଥିଲା । 2017ରେ ହାର୍ଟ ଟ୍ରିଟମେଣ୍ଟ ପାଇଁ ଲଣ୍ଡନ ଯାଇଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ରାମ ବିଲାସ ପାସଓ୍ବାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି । ତାଙ୍କର ହାର୍ଟ ଠିକ୍ ଭାବେ କାମ କରୁନଥିବାବେଳେ ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ନୂଆଦିଲ୍ଲୀ : ଆଜି ବସିଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକରେ ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉତକ୍ଷିପ୍ତ ହୋଇଥିବା ଦେଖାଯାଇଛି। କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଗି ଯାଇ ଟ୍ବିଟ୍ କରିଛନ୍ତି। ସିବଲ ଟ୍ୱିଟ କରି ଲେଖିଛନ୍ତି ଯେ, ରାହୁଲ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଛୁ। ରାଜସ୍ଥାନ ହାଇକୋର୍ଟରେ ଦଳକୁ ସଫଳତା ଦେଲୁ । ମଣିପୁରରେ ବିଜେପି ବିରୋଧୀରେ ଲଢି ଦଳକୁ ବଞ୍ଚାଇଲୁ । ଗତ 30 ବର୍ଷ ଧରି ବିଜେପି ପକ୍ଷରେ ଗୋଟିଏ ବି ବୟାନ ଦେଇନଥିବାର କହିଛନ୍ତି ସିବଲ୍ । ଏତେ ପରେ ବି ଆମ ଉପରେ ବିଜେପି ସହିତ ମିଶିଥିବାର ଅଭିଯୋଗ ଲଗାଯାଉଛି । ରାହୁଲଙ୍କ ଏପରି…
ନୂଆଦିଲ୍ଲୀ : ଦିଲ୍ଲୀର ଢିଚାଉ ନିକଟ ଏକ କୂଅରୁ ଶୁକ୍ରବାର ସନ୍ଧ୍ୟାରେ ଏକ 45 ବର୍ଷୀୟ ବ୍ୟକ୍ତିଙ୍କର ଶବ ମିଳିଥିଲା । ପୋଲିସ୍ ଏହି ଘଟଣାର ତଦନ୍ତ କରି ଏହି ଘଟଣାର ଅଭିଯୁକ୍ତଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ଓମ୍ ପ୍ରକାଶ ସିଂଙ୍କୁ ହତ୍ୟା ମାମଲାରେ ପୋଲିସ୍ ତାଙ୍କ ଚାକରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କହିଛନ୍ତି ଯେ, ତାଙ୍କ ଦରମା ନ ବଢାଇବାରୁ ଚାକର ଜଣକ ରାଗରେ ଏପରି କାଣ୍ଡ ଘଟାଇଛନ୍ତି । ଅଗଷ୍ଟ 22 ତାରିଖରେ ବାବା ହରିଦାସ ନଗର ଥାନା ପୋଲିସ୍କୁ କୂଅରୁ ଦୁର୍ଗନ୍ଧ ଆସୁଥିବାର ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଏକ ବସ୍ତା ଉଦ୍ଧାର କରିଥିଲା । ଏହି ବସ୍ତା ଭିତରେ ଜଣେ ଯୁବକର ମୃତଦେହ ରହିଥିଲା । ମୃତଦେହର ହାତ ଗୋଡ ବନ୍ଧା ହୋଇଥିଲା । ଏହା ପରେ ପୋଲିସ୍…
ଭୁବନେଶ୍ବର : ଆଜି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମତି କ୍ରମେ ଏକ ତାଲିକା ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ଟିମରେ 27ଜଣ ପରାମର୍ଶଦାତା, , 23 ଜଣ ସାଧାରଣ ସମ୍ପାଦକ, 24 ଜଣ ଉପ-ସଭାପତି, 79ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ସେହିଭଳି 41 ନମ୍ୱର ଓ୍ୱାର୍ଡର ଅଖିଳ ମହାପାତ୍ରଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି ।
ମୁମ୍ବାଇ : ଦେଶର ସବୁଠୁ ମହଙ୍ଗା ଖାଦ୍ୟ (ପନିପରିବା) ମଧ୍ୟରେ ଏହା ଅନ୍ୟତମ । କେବଳ ଏହା ଶ୍ରାବଣ ମାସରେ ବିକ୍ରି ହୋଇଥାଏ । ଏହା ଦେଶର କେବଳ ଦୁଇଟି ରାଜ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଏହି ଦୁଇ ଜାଗାରେ ଏହାର ନାମ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଏହି ସବ୍ଜିରନାମ ଖୁଖାଡି । ଏହାର ମୂଲ୍ୟ ପ୍ରତି କିଲୋ 1200ଟଙ୍କା । କିନ୍ତୁ ବଜାରକୁ ଆସିବା ମାତ୍ରେ ହିଁ ଏହି ସବ୍ଜୀ ବିକ୍ରି ହୋଇଥାଏ । ଏହି ସବ୍ଜୀରେ ମାତ୍ରାଧିକ ପ୍ରୋଟିନ୍ ରହିଥାଏ । ଛତିଶଗଡରେ ଏହାକୁ ଖୁଖାଡୀ କୁହାଯାଉଥିବାବେଳ ଝାରଖଣ୍ଡରେ ଏହାକୁ ରୁଗ୍ଡା କୁହାଯାଏ । ଏହି ଖାଦ୍ୟ ପଦାର୍ଥଟି ମସରୁମ୍ ପ୍ରଜାତିର ବୋଲି ସୂଚନା ରହିଛି । ଏହାକୁ ଦୁଇ ଦିନ ମଧ୍ୟରେ ରୋଷେଇ କରି ଖାଇବାକୁ ହୋଇଥାଏ । ନହେଲେ ଏହା ନଷ୍ଟ ହୋଇଯାଇଥାଏ । ଏହା ଛତିଶଗଡର ବଳରାମପୁର, ସୁରଜପୁର, ସରଗୁଜା ସମେତ…
କେଦାର ମିଶ୍ର ଅଦାଲତ ଅବମାନନା ଅଭିଯୋଗକୁ ନେଇ ଏବେ ସାରା ଦେଶରେ ବିତର୍କ ଚାଲିଛି। ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କର ଦୁଇଟି ଟୁଇଟ ଲାଗି ଅଦାଲତ ଅବମାନନା ଦୋଷରେ ମାନ୍ୟବର ସୁପ୍ରିମ କୋର୍ଟ ଦୋଷୀ ଘୋଷଣା କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ନେଇ ଦେଶରେ ଏବଂ ପୃଥିବୀର ବିଭିନ୍ନ ବୈଧାନିକ ମହଲରେ ବ୍ୟାପକ ବିତର୍କ ଚାଲିଛି। ଭାରତୀୟ ସାମ୍ବିଧାନିକ ଆଇନକୁ ଦୀର୍ଘ ବର୍ଷ ଧରି ତର୍ଜମା କରି ଆସୁଥିବା ସଲି ସରାବଜି, ଦେଶର ପୂର୍ବତନ ୧୨ ଜଣ ବରିଷ୍ଠ ବିଚାରପତି, ଶହ ଶହ ଆଇନଜୀବୀ ଓ ମାନବାଧିକାର ସଂଗଠନ, ଖୋଦ ଭାରତ ସରକାରଙ୍କର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପ୍ରମୁଖ ଏହି ରାୟକୁ ବିରୋଧ କରିଛନ୍ତି। ନିଜେ ପ୍ରଶାନ୍ତ ଭୂଷଣ ନିଜ ବକ୍ତବ୍ୟରେ ଅଟଳ ସହିବା ସହିତ ଏଥିଲାଗି ଅଦାଲତ ଯାହା ଦଣ୍ଡ ଦେବେ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ଲିଖିତ ଭାବରେ କହିଛନ୍ତି। ଆଜି ଏ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଦଶ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମ ଜିଲାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୨ ଜଣ, କଟକ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ ହୋଇଛନ୍ତି। ଗଞ୍ଜାମ ରୁ ୪ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୩, ୬୦, ୬୦ ଏବଂ ୬୮ ବର୍ଷ ବୋଲି ଜଣାପଡିଛି। ସୁନ୍ଦରଗଡର ଦୁଇ ଜଣ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୬୫ ଏବଂ ୬୭। ସେହିପରି ରାୟଗଡାରୁ ଜଣେ ୫୫ ବର୍ଷୀୟ ପୁରୁଷ, ନଯାଗଡର ଜଣେ ୬୫ ବର୍ଷୀୟ ପୁରୁଷ ଏବଂ କଟକରୁ ଜଣେ ୬୫ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ…
ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି। କଟକରୁ ସର୍ବାଧିକ ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୭୪ ଜଣ ଚିହ୍ନ ହୋଇଛନ୍ତି। ସେହିପରି ଯାଜପୁରରୁ ୨୧୫, କୋରାପୁଟରୁ ୧୮୧, ଗଞ୍ଜାମରୁ ୧୭୯, ମୟୂରଭଞ୍ଜରୁ ୧୫୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪, ନୟାଗଡରୁ ୯୩, ବାଲେଶ୍ବରରୁ ୮୮, ପୁରୀରୁ ୮୬, ସୁନ୍ଦରଗଡରୁ ୮୧, ମାଲକାନଗିରିରୁ ୭୮, ଭଦ୍ରକରୁ ୬୬, ବରଗଡରୁ ୬୨, ବଲାଙ୍ଗିରିରୁ ୫୭, କେନ୍ଦ୍ରାପଡାରୁ ୫୬, ଜଗତସିଂହପୁରରୁ ୫୧, କନ୍ଧମାଳରୁ ୩୪, କଳହାଣ୍ଡିରୁ ୩୦, କେନ୍ଦୁଝରରୁ ୩୦, ନବରଙ୍ଗପୁରରୁ ୨୬, ସୋନପୁରରୁ ୨୬, ଝାରସୁଗୁଡାରୁ ୨୦, ଢେଙ୍କାନାଳରୁ ୧୩, ବୌଦ୍ଧରୁ…
ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି।
ନୂଆଦିଲ୍ଲୀ: ଆଜି ଦେଶରେ ୬୧,୪୦୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩୬ ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୯ କୁ ବୃଦ୍ଧି ପାଇଛି। ତେବେ ସୁସ୍ଥ ହୋଇ ୨୩,୩୮,୦୩୫ ଜଣ ଘରକୁ ଫେରିଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୭,୧୦୭୭୧ ଜଣ ଏବଂ କରୋନା ରେ ୫୭,୫୪୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରେ ସର୍ବାଧିକ ୨୨,୨୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ତାମିଲନାଡୁରେ ୬୫୧୭, କର୍ଣ୍ଣାଟକରେ ୪୬୮୩, ଦିଲ୍ଲୀରେ ୪୩୦୦ ଜଣ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛନ୍ତି ମନ୍ତ୍ରୀ ଅନୁରାଗ ଠାକୁର

