Author: Samikhsya Bureau

ଭୁବନେଶ୍ୱର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମଙ୍କ ଧର୍ମପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀମତୀ ପରିଡା କହିଛନ୍ତି ଯେ, ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ଅକାଳ ବିୟୋଗ ତାଙ୍କ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି।ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ। ଶ୍ରୀମତୀ ଝିଙ୍ଗିଆ ଓରାମ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ। ଶ୍ରୀମତୀ ପରିଡା ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Read More

ଭୁବନେଶ୍ୱର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମଙ୍କ ଧର୍ମପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ଝିଙ୍ଗିଆ ଓରାମ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Read More

ଭୁବନେଶ୍ବର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ସେ କିଛିଦିନ ଧରି ଭୁବନେଶ୍ବର ଆପୋଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଶନିବାର ବିଳମ୍ବିତ ରାତିରେ ସେ ଶେଷ ନିଃସ୍ବାଶ ତ୍ୟାଗ କରିଛନ୍ତି। ତାଙ୍କର ମରଶରୀରର ଭୁବନେଶ୍ବରସ୍ଥିତ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଛି। ଝିଙ୍ଗିଆଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରେ ପହଞ୍ଚି ସ୍ବର୍ଗତ ଝିଙ୍ଗିଆ ଓରାମ ଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ସଭାପତି ତଥା ବିରୋଧ‍ୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଆଜି ନବୀନ ନିବାସ ଲୋକାରଣ୍ୟ ହୋଇଯାଇଥ‍ିଲା। ପାଲଲହଡା, ବୋଲଗଡ଼ ବେଗୁନିଆ ବିଧାନସଭା ନିବର୍ଚନମଣ୍ଡଳୀର ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସଭ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଯୁବ, ଛାତ୍ର ଛାତ୍ରୀ, ମହିଳା ନେତୃବୃନ୍ଦ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ସଂଙ୍କଳ୍ପବଦ୍ଧଭାବେ କାମ କରିବାକୁ ଘୋଷଣା କରିଥ‍ିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ । ଏହି ସାକ୍ଷାତ ସମୟରେ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରୟଣ…

Read More

ଭୁବନେଶ୍ବର: ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ। ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଦମନ ଚଳଚିତ୍ରର ମୁଖ୍ୟ କଳାକାର ଶ୍ରୀ ବାବୁ ସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ।

Read More

ଭୁବନେଶ୍ବର: ପୂର୍ବତନ ମୁଖ୍ୟଶାସନ ସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ତାହାକୁ ସରକାର ତୁରନ୍ତ ଗ୍ରହଣ କରି ତାଙ୍କ ପଦବୀରୁ ଅବ୍ୟାହିତ ଦେଇଛନ୍ତି। ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ପଦବୀରୁ ଅବସର ନେବା ପରେ 2020 ମସିହାରେ ତାଙ୍କୁ ବିଜେଡି ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଇଥିଲେ। ଏଥିସହିତ ସେ ତତକାଳିନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା।

Read More

ଭୁବନେଶ୍ବର: ଆରମ୍ଭ ହେଲା ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଓଡିଶା ବିଧାନସଭା ପରିସରରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ। ଆଜି ଏହାକୁ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ନିଜର ସାଂସଦୀୟ ଅନୁଭୂତିକୁ ବିଧାୟକଙ୍କ ଆଗରେ ଉପସ୍ଥାପିତ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହ ବହୁ ମନ୍ତ୍ରୀ ଯୋଗଦେଇଛନ୍ତି। ନୂଆକରି ନିର୍ବାଚିତ ହୋଇ ଆସିଥିବା ବିଧାୟକଙ୍କୁ ପ୍ରଶ୍ନକାଳ, ବିଧାନସଭାର ନିତି ନିୟମ କଣ ରହିଛି. କିପରି ପ୍ରଶ୍ନ ପଚରାଯାଏ ସେ ନେଇ ଅଭିଜ୍ଞମାନେ ନୂତନ ବିଧାୟକଙ୍କୁ ବୁଝାଇବେ। ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ନୂଆ ବିଧାୟକମାନେ ଯୋଗଦେବା ପାଇଁ କୁହାଯାଇଥିଲେ ମଧ୍ୟ ବିଜେଡି କଂଗ୍ରେସର କେହି ଆସିଲେ ନାହିଁ। ଏହି ସରକାରୀ କାର୍ଯ୍ୟକ୍ରମ ଏକ ଦଳୀୟ କାର୍ଯ୍ୟକ୍ରମ ହେଉଛି କହି ଉଭୟ କଂଗ୍ରେସ ବିଜେଡି ଶିବିରକୁ…

Read More

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ ମମତା ମହାନ୍ତ ପୁଣି ଥରେ ରାଜ୍ୟସଭା ଯିବେ। ଏହି ସୂଚନା ବିଜେପି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଦେଇଛନ୍ତି ବୋଲି କୁହାଯାଇଛି। ସେ କହିଛନ୍ତି ଯେ, ଆଉ ଦିନେ ଦୁଇ ଦିନ ଭିତରେ ତାଙ୍କର ନାମ ଘୋଷଣା ହେବ। ତେବେ ଏଥିରୁ ସ୍ପଷ୍ଟ ହେଲା ଯେ, ମମତା ମହାନ୍ତଙ୍କୁ ନେଇ ବିଜେପି ବଡ ଖେଳ କରିଦେଲା। କାରଣ ମମତାଙ୍କୁ ବିଜେପି ପ୍ରାର୍ଥୀ କଲେ ତାଙ୍କର ସେହି ସଦସ୍ୟତା ବଜାଇ ରହିବା ସହିତ ସରକାରୀ ଦଳରେ ସାମିଲ ହେଲେ। ଏପରିକି ତାଙ୍କୁ ଭବିଷ୍ୟତରେ କୌଣସି ଗୁରୁ ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିପାରନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେପିରୁ ଯେ କେହି ଛିଡା ହେଲେ ସେ ଜିତିବା ନିଷ୍ଚିତ।…

Read More

ଭୁବନେଶ୍ୱର: କଲକତାର ରାଧା ଗୋବିନ୍ଦ କର(ଆର ଜି କର)ମେଡ଼ିକାଲ କଲେଜ ରେ ଜଣେ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀ ଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦେଶ ବ୍ୟାପି ଆନ୍ଦୋଳନ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ ଯଥା ଭୁବନେଶ୍ୱର ସ୍ଥିତ ଡା ଅଭିନ୍ୟ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ରାଉଲକେଲା ସ୍ଥିତ ଉତ୍କଳମଣୀ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ଓଡ଼ିଶା ମେଡ଼ିକାଲ କଲେଜ ଅଫ ହୋମିଓପ୍ୟାଥିକ ଓ ରିସର୍ଚ୍ଚ ଏବଂ ତିନି ଆୟୁର୍ବେଦିକ କଲେଜ ଯଥା ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବଲାଙ୍ଗୀର ସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ ରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି…

Read More

ଭୁବନେଶ୍ୱର: କଲିକତାର ଆରଜିକର ମେଡିକାଲ କଲେଜ ଆଣ୍ଡ ହସପିଟାଲ ର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ସତ୍ୟନଗର କାଳି ମନ୍ଦିର ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ରାମ ମନ୍ଦିର ଠାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ ପଶ୍ଚମବଙ୍ଗ ପ୍ରଶାସନ ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦିଅନ୍ତୁ । ପଶ୍ଚିମବଙ୍ଗରେ ମହିଳା ଅସୁରକ୍ଷିତ ରହିଥିବାର ଏହା ଜ୍ୱଳନ୍ତ ଉଦାହରଣ । ଛାତ୍ର କଂଗ୍ରେସ ପକ୍ଷରୁ ମୃତକଙ୍କ ପରିବାରକୁ ନ୍ୟାୟ ଏବଂ ଅପରାଧିକୁ ତୁରନ୍ତ ଦଣ୍ଡବିଧାନ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ରଣଜିତ ପାତ୍ର, ସନ୍ତୋଷ ଜେନା, କିରଣ ସାହୁ, ସୁଦୀପ ସାମଲ, ନିହାର ବେହେରା, ମହମ୍ମଦ ପରଭେଜ,…

Read More

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଜାହାଜ ନିର୍ମାଣ ଓ ଏହାର ପୁନଃଚକ୍ରଣ ବିଷୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ କଲ୍ୟାଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ଼କୋ ଏମଡି ଶ୍ରୀ ଭୁପିନ୍ଦର ସିଂ ପୁନିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ଓ ଏହାର ବିସ୍ତୀର୍ଣ୍ଣ ବେଳାଭୂମି, ସମୁଦ୍ର ତଟ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ନେପଚୁନସ୍ ଜାହାଜ ନିର୍ମାଣକାରୀ ସଂସ୍ଥା ଓଡ଼ିଶାରେ ଏକ ଇଣ୍ଟିଗ୍ରେଟେଡ ଗ୍ରୀନ ସିପ୍ ରିସାଇକ୍ଲିଂ ଇଣ୍ଡଷ୍ଟ୍ରି ପାର୍କ ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ଅଛନ୍ତି। ଯେଉଁଠାରେ ଅବ୍ୟବହୃତ ଜାହାଜ ଗୁଡ଼ିକୁ…

Read More

ଭୁବନେଶ୍ବର: ଭୁବନେଶ୍ୱର ମହାନିଗର ନିଗମର କର୍ପୋରେଟର୍ ତଥା ବିଜେଡି ନେତ୍ରୀ ଶ୍ରୀମତୀ ବନ୍ଦିତା ପାଲ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଏଥିସହିତ ରାୟଗଡା ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଶ୍ରୀ ୟାଲା ଭେଙ୍କେଟେଶ୍ୱର ରାଓ ମଧ୍ୟ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଶ୍ରୀ ରାଓଙ୍କ ନେତୃତ୍ୱରେ ଆଦିବାସୀ ସମାଜ ସଭାପତି ଓ ଲ୍ୟାମ୍ପ ସଭାପତି ଚକ୍ରଧର ବିଡିକା, ଡମ୍ବ ସମାଜ ସଭାପତି ତଥା ଟ୍ରକ୍ ୟୁନିଅନ୍ ସଭାପତି ଧନିରାମ ନାଏକ, ଡମ୍ବ ସମାଜ ପୂର୍ବତନ ସଭାପତି ନରେନ୍ଦ୍ର ନାଏକ, ବାର୍ ଆସୋସିଏସନ୍ ପୂର୍ବତନ ସଭାପତି ବିରଜା ପ୍ରସାଦ ପାତ୍ର, ବରିଷ୍ଠ ବିଜେଡି ନେତା କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଯୁବ ନେତା ଡି. ପୃଥ୍ୱୀରାଜ, ଏମ୍‌. ନିର୍ମଳ…

Read More

ପୁରୀ: ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟରେ ଥିବା କୋଣାର୍କ ନାଟ୍ୟ ମଣ୍ଡପରେ ଗତ ଗୁରୁବାର ସଂଧ୍ୟାରୁ ଆରମ୍ଭ ହୋଇଛି ଚାରିଦିନିଆ ଝୁଲଣ ଉତ୍ସବ। ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ଭୁବନେଶ୍ବରର ଶୁଭଲକ୍ଷ୍ମୀ ନନ୍ଦୀ। ଏଥିରେ ସେ ରାଧାକୃଷ୍ଣ ପ୍ରେମ ଲୀଳାକୁ ନୃତ୍ୟ ରୂପ ଦେଇଥିଲେ। ଏହାପରେ ଚେନ୍ନାଇର ଗୋପୁକିରଣ ସଦାଶିବନ ଏବଂ ଶ୍ରୀମତୀ ଆଶିଷ କିରଣ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ଆସନ୍ତା ରବିବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବରେ ଓଡିଶୀ ସହିତ ଭାରତନାଟ୍ୟମ, ମୋହିନୀଆଟ୍ଟମ, କୁଚୁପୁଡି ନୃତ୍ୟ ସହିତ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯିବ। ପ୍ରଥମ ସଂଧ୍ୟାରେ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପିକା ସ୍ନେହପ୍ରଭା ସାମନ୍ତରାୟ, ସମାଜସେବୀ ଶତରୂପା ଦାସ, ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସୁଲୋଚନା ପ୍ରଧାନ, ରମଣୀ ରଂଜନ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ନାଟ୍ୟମଣ୍ଡପର ପ୍ରତିଷ୍ଠାତା ଗୁରୁ ଗଂଗାଧର…

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  ଯୋଗେସ ବାହାଦୂର ଖୁରାନିଆ। ଆଜି କଟକସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ କାମଚଳା ଡିଜି ଥିବା ଅରୁଣ ଷଡଙ୍ଗୀଙ୍କଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ନେବା ପରେ ଖୁରାନିଆ ଭୁବନେଶ୍ବର ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମହୋନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। 1990 ବ୍ୟାଚର ଖୁରାନିଆ ପୂର୍ବରୁ ଭୁବନେଶ୍ବର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ବିଭିନ୍ନ ଜିଲ୍ଲାରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡିଜି ଦାୟିତ୍ବ ନେବା ପରେ ସେ କେନ୍ଦ୍ରରେ ବିଏସଏଫରେ ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁ ଥିଲେ।

Read More

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିକଟରେ ଚାରି ଦିନିଆ ଦିଲ୍ଲୀ ଗସ୍ତର ଶେଷ ଦିନରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂଆ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ସାଧାରଣ ବଣ୍ଟନ ନିମନ୍ତେ ଚାଉଳ ବାବଦକୁ ଥିବା ରାଜ୍ୟର ବକେୟା ଅର୍ଥକୁ ପ୍ରଦାନ କରିବାକୁ ଦାବି କରିଥିଲେ। ଶ୍ରୀ ଯୋଶୀ ଏହାକୁ ବିଚାରକୁ ନେଇ ଅଢେଇ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଚାଉଳର ୨୦ ପ୍ରତିଶତ ଗହମ ପ୍ରଦାନ ଓ ଚାଉଳ ସଂରକ୍ଷଣ ପାଇଁ ଗୋଦାମ ଗୃହ ପ୍ରତିଷ୍ଠାରେ ରାଜ୍ୟକୁ ସହଯୋଗ କରିବାକୁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏଥିସହ ମନ୍ତ୍ରୀ…

Read More

ଭୁବନେଶ୍ବର: ଶେଷରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ଏକ ମେଲ ଜରୀଆରେ ଏଆଇସିସି ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଦେଇଛନ୍ତି। ସେ ସମୀକ୍ଷାକୁ କହିଛନ୍ତି ଯେ, ମୋତେ ଦଳ କୈଣସି ଆବଶ୍ୟକତା ମନେ କରୁ ନାହିଁ। ତେଣୁ ଏପରି ଦଳରେ ରହିବା ମଧ୍ୟ କିଛି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ବିଜୟ ପଟ୍ଟନାୟକ ଗତ ବର୍ଷ ଫେବୃୟାରୀ 23 ତାରିଖରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ସେ କଂଗ୍ରେସର ପ୍ରଚାର କମିଟର ଅଧ୍ୟକ୍ଷ ରହିଥିଲେ। ହେଲେ ଏହାପରେ ତାଙ୍କୁ ବାହାର କରି ଦିଆଯାଇଥିଲା। ପରେ ସେ ପାରଳାଖେମୁଣ୍ଡିରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ ହାରିଯାଇଥିଲେ ମଧ୍ୟ ଭଲ ଟକ୍କର ଦେଇଥିଲେ। ସେହିପରି ନିକଟରେ ଏଆଇସିସି ସମସ୍ତ କମିଟ ଭାଙ୍ଗି ଦେଇ ଏକ ଷ୍ଟିୟରିଂ କମିଟ କରିଛି। ସେଥିରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ସଦସ୍ୟ ଭାବେ ଗ୍ରହଣ…

Read More

ଭୁବନେଶ୍ବର: ଭାରତୀୟ ହକି ଦଳ ର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସ ଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି।ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଅମିତଙ୍କୁ ଓଡିଶାର ଗର୍ବ ଭାବରେ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିବା ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି କହିଥିଲେ। ଓଡିଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଦଳ ଦୁଇ ଦୁଇଟି ବ୍ରୋଂଜ଼ ପଦକ ପାଇ ଦେଶର ଗୌରବ ବୃଦ୍ଧି କରିଥିବାରୁ ଶ୍ରୀ ପଟ୍ଟନାୟକ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇ ଥିଲେ। ଆଗାମୀ ଲସଏଞ୍ଜେଲସ ଅଲିମ୍ପିକ୍ସରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସୁନା ପଦକ ଜିତିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼…

Read More

ଭୁବନେଶ୍ବର: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଶ୍ରୀ ଅମିତ୍‌ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅମିତ୍‌ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରକୃତ ପରିଚୟ। ଆମ ଓଡିଆ ଅସ୍ମିତାକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଏକ ପବିତ୍ର ଦିନ। ଆଗାମୀ ଅଲମ୍ପିକ୍ସ ପାଇଁ ସଂକଳ୍ପର ଦିନ। ସାଢେ ଚାରି କୋଟି ଓଡିଶାବାସୀଙ୍କ ଶୁଭେଚ୍ଛା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୨୮ ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସରେ ଆମେ ସ୍ୱର୍ଣ୍ଣ ପଦକ ହାସଲ କରିବୁ ବୋଲି ଆଶାବ୍ୟକ୍ତ କରିଥିଲେ। ଭାରତୀୟ ହକି…

Read More

ଭୁବନେଶ୍ବର: ପଶ୍ଚିମବଙ୍ଗ କଲିକତା ସ୍ଥିତ ଆରଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଗତ୯ତାରିଖ ରାତ୍ରି ରେ କର୍ତ୍ତବ୍ୟ ରତ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀ ଡା ମୌମିତା ଦେବନାଥ ଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଡ଼ା ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ଅଧ୍ୟକ୍ଷ ପ୍ରଫେସର ଡ଼ା ଜ୍ଞାନରଞ୍ଜନ ମହାନ୍ତି ଙ୍କ ସହ ଅଧ୍ୟାପକ ଡା ପ୍ରିୟଙ୍କା ପତି,ଅଧ୍ୟାପକ ଡା ସୁଧୀର ଦାସ, ପିଜିଟି ଡା ପ୍ରିୟଙ୍କା ପ୍ରିୟଦର୍ଶିନୀ ,ଡା ଆଶିଷ କୁମାର ମହାନ୍ତି,ସମସ୍ତ କର୍ମଚାରୀ, ଛାତ୍ର ସଂସଦ ସଭାପତି ସମୃଧା ଦାସ, ରାଜ୍ୟ ଆୟୁଷ ଛାତ୍ର ସଂସଦ ସଭାପତି ଡ଼ା ଶୁଭେନ୍ଦୁ କୁମାର ସାହୁ, ଉପସଭାପତି ଡ଼ା ନଚିକେତା ଗୁପ୍ତା,ଡା ଚିନ୍ମୟୀ ସାହୁ, ଡା ମୌସୁମୀ ପ୍ରିୟଦର୍ଶିନୀ, ଡା ସୌମ୍ୟ ଦର୍ଶନ ସାହୁ ଏବଂ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନିରବ…

Read More

ଭୁବନେଶ୍ବର: ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହା ସତ ହେଲା। ଶେଷରେ ୱାଇ ବି ଖୁରାନିଆ ହେଲେ ଓଡିଶା ପୋଲିସ ଡିଜି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ନିକଟରେ ଖୁରାନିଆ କେନ୍ଦ୍ରୀୟ ଡେପୁଟେସନରୁ ଓଡିଶା ଫେରିଛନ୍ତି। ସେ ଓଡିଶା ଆସିବା ଖବର ପରେ ତାଙ୍କୁ ପୋଲିସ ଡିଜି କରାଯିବ ବୋଲି ଜଣାପଡିଥିଲା। 1990 ବ୍ୟାଚର ଖୁରାନିଆ ପୂର୍ବରୁ ଭୁବନେଶ୍ବର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ବିଭିନ୍ନ ଜିଲ୍ଲାରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ରରେ ବିଏସଏଫରେ ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ଓଡିଶାର ପୋଲିସ ଡିଜି ଭାବେ ଅରୁଣ ଷଡଙ୍ଗୀ ଦାୟିତ୍ବରେ ଅଛନ୍ତି।

Read More

ଭୁବନେଶ୍ବର: ଆସନ୍ତା ଦୁଇଟି ସୋମବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ଅଗଷ୍ଟ ୧୯ ଏବଂ ଅଗଷ୍ଟ ୨୬ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଗାମୀ ଅଗଷ୍ଟ ୧୯ ତାରିଖ (ସୋମବାର ) ଏବଂ ଅଗଷ୍ଟ ୨୬ତାରିଖ(ସୋମବାର)ରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସରକାରୀ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More