Author: Samikhsya Bureau

ଭୁବନେଶ୍ୱର: ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧ ରେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୁଦ୍ର କୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅନେକ ଜାଗା ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ…

Read More

ଭୁବନେଶ୍ବର: ଆପଣମାନେ ଜାଣିଥିବେ ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ କରିବାର ୧୦୦ ଦିନ ପୂରଣ ହେବାକୁ ଯାଉଥିଲାବେଳେ ଏକାଧିକ ପ୍ରତିଶ୍ରୁତି ପାଣିର ଗାର ସଦୃଶ ପ୍ରତୀୟମାନ ହେଉଛି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରଚାର ଓ ଭାଷଣ ମାଧ୍ୟମରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହୁଥିଲେ ଯେ ବିଜେପି ସରକାରକୁ ଆସିଲେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ଯାହା ସଂପ୍ରତି ଜନତାଙ୍କ ପ୍ରତି ମହା ଛଳନାରେ ପରିଣତ ହୋଇଛି। ଅନୁରୂପ ଭାବେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କା ଦେବାର ନିର୍ବାଚନୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲାବେଳେ ବର୍ତ୍ତମାନ ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବୃଦ୍ଧ ଲୋକଙ୍କୁ ଉକ୍ତ ଅର୍ଥରାଶି ମିଳିବାର ସର୍ତ୍ତ ରଖିବା ନିଶ୍ଚୟ ଓଡ଼ିଶାର ହଜାର ହଜାର ବୟୋବୃଦ୍ଧଙ୍କ ପ୍ରତି ସରକାରଙ୍କର ଏକ ବିକୃତ ପରିହାସ । ଭାଜପା ତାର ନିର୍ବାଚନୀ…

Read More

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀ, ଭୁବନେଶ୍ବର ସାଂସଦ। ଏଥର ନିର୍ବାଚନ ପରେ ତାଙ୍କର ରାଜନୈତିକ ହାବଭାବରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହେଲା ନାହିଁ। ତାଙ୍କର ସେହି ପୁରୁଣା ରୋଗ ଏକଲା ଚଲୋ ନୀତିକୁ ପୁଣି ସେ ଆପଣେଇ ନେଲେଣି। ଫଳରେ ସେ ବର୍ତ୍ତମାନ ନା ଦଳକୁ ଖାତିର କରୁଛନ୍ତି ନା ସଭାପତିଙ୍କୁ ନିର୍ଦ୍ଦେଶକୁ  ମାନୁଛନ୍ତି। ତାଙ୍କର ଏପରି ନୀତି ଦେଖି ଦଳ ଭିତରେ ଗୁଂଜରଣ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। ନିକଟରେ ଭୁବନେଶ୍ବରରେ ସୁଭଦ୍ରା ପ୍ରଚାର ରଥ ଗଡିବା ପାଇଁ ବିରାଟ ଆୟୋଜନ କରାଯାଇଥିଲା। ତାହାକୁ ଖୋଦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ହେଲେ ଆଶ୍ଚର୍ଯ୍ୟର କଥା, ସେଠାକୁ ଖୋଦ ଭୁବନେଶ୍ବର ସାଂସଦଙ୍କୁ ଦେଖା ମିଳିଲା ନାହିଁ। ଶୁଣିବାକୁ ମିଳିଲା ଯେ, କୁଆଡେ ମ୍ୟାଡମ ରାଗିଛନ୍ତି। ସେଥିପାଇଁ ସଭାକୁ ଆସିଲେ ନାହିଁ। ରାଗିବାର କାରଣ ହେଲା…

Read More

ଝାରସୁଗୁଡା: ଶ୍ରୀଗଣେଷଙ୍କୁ ପୂଜା କଲେ ସବୁ ବିଘ୍ନକୁ ନାସ କରନ୍ତି। ସେଥିପାଇଁ ସମସ୍ତେ ଗଣେଷ ଚତୁର୍ଥୀରେ ପ୍ରଭୃ ଶ୍ରୀ ଗଣେଷଙ୍କୁ ଆବାହନ କରିଥାନ୍ତି। ଠିକ ସେହିପରି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ବିନାୟକଙ୍କୁ ପୂଜା କରିଛନ୍ତି। ଝାରସୁଗୁଡାର ସରବାହାଲ ସ୍ଥିତ ବାସଭବନରେ ସେ ଗଣେଷ ଚତୁର୍ଥୀରେ ବିଘ୍ନ ବିନାସନଙ୍କୁ ପୂଜା କରିଥିଲେ। ଏହି ଉତ୍ସବରେ ବହୁ ଲୋକ ଏକାଠି ହୋଇଥିଲେ। ଏହାପରେ ଦୀପାଳି ନିଜ ଅଞ୍ଚଳରେ ଥିବା ବିଭିନ୍ନ ପୂଜା ମଣ୍ଡପ ବୁଲି ଶ୍ରୀ ଗଣେଷଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ସୋମବାର ଦିନ ସେ ଝାରସୁଗୁଡ଼ା କୋଲାବିରା ବ୍ଲକ ସମାସିଂହାରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ଯୋଗଦେଇ ଥିଲେ। ସେଠାରେ ସେ ବିଘ୍ନ ବିନାଶକଙ୍କ କୃପାରୁ ସମସ୍ତଙ୍କ ଜୀବନରୁ ବାଧା ବିଘ୍ନ ଦୂର ହୋଇ ସୁଖ ଶାନ୍ତିର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି ପ୍ରାର୍ଥନା କରିଥିଲେ। ତାଙ୍କର ଉପସ୍ଥିତି ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି କରିଥିଲା।

Read More

ଭୁବନେଶ୍ବର: ଦେଶର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଏବେ ୟୁଟ୍ୟୁବ ଚ୍ୟାନେଲରେ ଆସିବେ। ସେଥିପାଇଁ ସେ ନିଜେ କରିଛନ୍ତି ଏକ ୟୁଟ୍ୟୁବ ଚ୍ୟାନେଲ ଯାହାର ନାମ ରହିଛି ‘ମୁଁ ରୁବେନ କହୁଛି।’ ଓଡିଆରେ ପ୍ରସାରଣ ହେବାକୁ ଥିବା ଏହି ଚ୍ୟାନେଲରେ ଓଡିଶା ରାଜନୀତି ଉପରେ ବିଶେଷ ଭାବେ ପ୍ରସାରଣ କରାଯିବ। ପୂର୍ବରୁ ବିଭିନ୍ନ ପ୍ରସଂଗରେ ଓଡିଶା ରାଜନୀତି ଉପରେ ନିଜର ମତ ଦେଇ ରୁବେନ ଚର୍ଚ୍ଚାରେ ଅଛନ୍ତି। ନୂଆଦିଲ୍ଲୀରେ ରହୁଥିବା ରୁବେନ ଓଡିଶାରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଛନ୍ତି। ସେ ଏକଦା ନବୀନ ପଟ୍ଟନାୟକଙ୍କ ସହିତ ବେଶ ଘନିଷ୍ଠ ଥିଲେ। ସେହି ସମୟର ସଂପର୍କକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ବହୁ ବର୍ଷ ତଳେ ସେ ଓଡିଶାରେ ଇଣ୍ଡିଆ ଟୁଡେର ରିପୋର୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ‘ଅଲ ଜରଜିରା’, ‘ହିନ୍ଦୁସ୍ଥାନ ଟାଇମସ’ ଏବଂ ଶେଷରେ…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଣପୁର ଓ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜନସେବା କେନ୍ଦ୍ର ତଦାରଖ କରିଥିଲେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ  “ସୁଭଦ୍ରା ଯୋଜନା” ର ଅନଲାଇନ୍ ପଞ୍ଜୀକରଣ ଆବେଦନ କିପରି ଚ଼ାଲିଛି ବୁଝିବା ସହ ଆବେଦନକାରୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ କେନ୍ଦ୍ର ଗୁଡିକରେ ସେ ମହିଳାମାନଙ୍କର ଆବେଦନ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ପରଖିଥିଲେ। ତତସହିତ ସରକାରଙ୍କ ନିୟମ ମୁତାବକ ନିଃଶୁଳ୍କ ଆବେଦନ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ କୌଣସି ହିତାଧିକାରୀଙ୍କଠାରୁ ଆବେଦନ ପାଇଁ ଯେପରି କେହିବି ଅର୍ଥ ଆଦାୟ ନ କରନ୍ତି ସେଥିପ୍ରତି କଡ଼ା ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ତେବେ ବିଭିନ୍ନ କେନ୍ଦ୍ରରେ ସର୍ଭର ସ୍ଲୋ ଥିବା ଅଭିଯୋଗ ପାଇ ସଙ୍ଗେସଙ୍ଗେ ଏହାର ନିରାକରଣ ଦିଗରେ ପଦକ୍ଷେପ ନେଇଥିଲେ। ଯଦି କୌଣସି ଜନ ସେବା କେନ୍ଦ୍ର ମହିଳାମାନଙ୍କ ଠାରୁ ଆବେଦନ…

Read More

ଭୁବନେଶ୍ବର: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ। ୯ ସେପ୍ଟେମ୍ବର, ୨୦୨୪ରେ ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍ ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହି ଏରୋଇଞ୍ଜିନ୍ ଗୁଡ଼ିକ ହାଲ୍ ର କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ଏସ୍‌ୟୁ-୩୦ ଫ୍ଲିଟ୍ ର ପରିଚାଳନା କ୍ଷମତା ବଜାୟ ରଖିବା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବ ବୋଲି ଆଶା କରାଯାଉଛି। ଚୁକ୍ତିଭିତ୍ତିକ ହସ୍ତାନ୍ତର କାର୍ଯ୍ୟସୂଚୀ ଅନୁଯାୟୀ ହାଲ୍ ବାର୍ଷିକ ୩୦ଟି ଏରୋ ଇଞ୍ଜିନ୍…

Read More

ନୂଆଦିଲ୍ଲୀ: ବାଙ୍ଗାଲୁରୁ ହେଉଛି କନ୍ନଡିଗାସଙ୍କର, ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ସେତିକି ନୁହେଁ ଏହାକୁ ନେଇ ଚାଲିଛି ଏକ ବଡ ବିତର୍କ। ଏଥିରେ ଆଇଟି ବୃତ୍ତିଧାରୀ, ବ୍ୟବସାୟୀ, ଟେକ୍ନୋଲୋଜିଷ୍ଟ, ଏପରିକି ସାଧାରଣ ଜନତା ମଧ୍ୟ ସେମାନଙ୍କ ମତ ରଖି ଏହି ବିତର୍କକୁ ବଢାଇବାରେ ଲାଗିଛନ୍ତି। ଜଣାପଡିଛି ଯେ, ମଞ୍ଜୁ ନାମକ ଜଣେ ବ୍ୟକ୍ତି ତାଙ୍କର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ତାହା ଇଂରାଜୀରେ କରାଯାଇଛି। ତାହା ହେଲା https://twitter.com/ManjuKBye/status/1831926183438774774?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1831926183438774774%7Ctwgr%5E6ca092674217d82ad282789844ee6a6cf5cef790%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Fenglish%2Fhindustantimes-epaper-dh6a1e8229c99f4403a520ea1f381dcb4f%2Fbengalurubelongstokannadigasviralxpostcallseverynonkannadaspeakeranoutsidersparksheateddebate-newsid-n630115741 ଏହାର ଅର୍ଥ ହେଲା ଯେ, ଯେଉଁମାନେ ବାଙ୍ଗାଲୁରୁ ଆସୁଛନ୍ତି ସେମାନେ କନ୍ନଡ ଭାଷା କହନ୍ତି ନାହିଁ କି ଚେଷ୍ଠା ମଧ୍ୟ କରନ୍ତି ନାହିଁ ସେମାନଙ୍କୁ ବାହାରି ଭାବେ ବ୍ୟବହାର କରାଯିବ। ଏହାକୁ ଲେଖ ଏବଂ ସେୟାର କର ବୋଲି ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଏହା କୌଣସି ଖେଳ ଘର ନୁହେଁ। ବାଙ୍ଗାଲୁରୁ କେବଳ କନ୍ନଡିଗାସଙ୍କର। ଆଉ କାହାର ନୁହେଁ। ଏହାକୁ ନେଇ…

Read More

ଭୁବନେଶ୍ବର: ଗତକାଲି ସମ୍ବଲପୁରରେ ଆୟୋଜିତ ସିଏମ କିଶାନ ଯୋଜନା ଉଦଘାଟନ ବୈଠକରେ ଏକ ଅଦଭୂତ ସ୍ଥିତି ଦେଖିବାକୁ ମିଳିଥିଲା। ତାହା ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମଧ୍ୟରେ କଥା କଟାକଟି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି। ଗୋଟିଏ ଦଳର ନେତାଙ୍କ ମଧ୍ୟରେ ସଭା ମଞ୍ଚରେ ମୁହାଁମୁହିଁ ହେବାକୁ ନେଇ ଅନେକ ନାପସନ୍ଦ କରିଛନ୍ତି। ଘଟଣାଟି ହେଲା ଯେ, ଗତ ପାଞ୍ଚ ତାରିଖରେ ହୀରାକୂଦ କେନାଲ ନବୀକରଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଂଜୁରୀ କରିଛନ୍ତି। ତାହାକୁ ନେଇ ରାଜସ୍ବ ମନ୍ତ୍ରୀ ସଭାମଞ୍ଚରେ କହିଥିଲେ ଯେ, ଏହି କେନାଲ ନବୀକରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ନ ଥାଇପାରେ ହେଲେ ମୋର ଏହା ଉପରେ ଅଧିକ ଅନୁଭବ ରହିଛି। ଏହାପରେ ଧର୍ମେନ୍ଦ୍ରଙ୍କ କହିବା ପାଳିରେ ସେ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, ସୁରେଶ ଭାଇଙ୍କ କଥାରେ ମୁଁ ଏକମତ ନୁହେଁ।…

Read More

ଭୁବନେଶ୍ବର: ଖୁବ ଶିଘ୍ର ଭଙ୍ଗା ଯିବା ବହୁ ଲୋକଙ୍କ ଗୁରୁତ୍ବ ବହନ କରୁଥିବା ଦିଲ୍ଲୀସ୍ଥିତ ଓଡିଶା ଭବନ। ଏ ନେଇ ରାଜ୍ୟ ସରକାର ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଦୁଇ ବର୍ଷ ତଳେ ଏହି ଭବନ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା। ଏହାକୁ ତିନି ବର୍ଷ ମଧ୍ୟରେ ଭଙ୍ଗାଯିବା ଆବଶ୍ୟକ ବୋଲି କୁହାଯାଇଥିଲା। ସେହି ଅନୁସାରେ ଏହି ଭବନକୁ ଭଙ୍ଗା ଯାଇ ସେଠାରେ ନୂଆ ଢାଞ୍ଚାରେ ନିର୍ମାଣ କରାଯିବ ବୋଲି ଜଣାପଡିଛି। ୧୯୮୦ ମସିହାରେ ନିର୍ମିତ ହୋଇଥିବା ଓଡ଼ିଶା ଭବନ ସହ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ସୁରକ୍ଷା ଅଡିଟ୍‌ ୨୦୨୨ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅନୁଧ୍ୟାନ କରାଯାଇଥିଲା। ୨୦୨୨ ଏପ୍ରିଲ୍‌ ୧୯ ତାରିଖରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଓଏସଡି ଓଡ଼ିଶା ଭବନଟି ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ…

Read More

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର–ପଶ୍ଚିମ ବଙ୍ଗୋପସାଗର ରେ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ଏହା ଉତ୍ତର ଓଡିଶା, ପଶ୍ଚିମ ବଙ୍ଗ ଉପକୂଳରେ ଗତିଶୀଳ ହୋଇ ଆଗାମୀ ୨୪ଘଣ୍ଟାରେ ଗଭୀର ଅବପାତର ରୂପ ନେଇପାରେ। ଏହା ପୁରୀ ଏବଂ ଦିଘା ମଧ୍ୟରେ ଆସନ୍ତା କାଲି ୯ ତାରିଖ ରାତି ସୁଦ୍ଧା ଅତିକ୍ରମ କରିପାରେ। ଏହି ପରିପ୍ରେକ୍ଷୀରେ ଓଡିଶା ଉପକୂଳରେ ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ପୁରୀ , ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲାକୁ ପ୍ରସ୍ତୁତି ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡା,…

Read More

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏହି ପର୍ବ ପାଇଁ ଆଜି ସାରା ପଶ୍ଚିମ ଓଡିଶା ଦୁଲୁକିବାରେ ଲାଗିଛି। କାରଣ ଆଜି ଚାଷିପୁଅ ତାହାର ପ୍ରଥମ ଫସଲ ଅମଳ କରି ସେବାନ କରିବ। ତା ପୂର୍ବରୁ ମା ସମେଲଶ୍ବରୀଙ୍କ ନିକଟରେ ଲାଗି କରାଯିବ। ପରିବାରର ସମସ୍ତେ ଏକାଠି ବସି ଏହା ସେବନ କରିବେ। ନୂଆଖାଇ ବା ନବାହ୍ମ ହେଉଛି ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହି ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାବାସୀ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ବିଭିନ୍ନ ପୂଜା ସାମଗ୍ରୀ ସହିତ ଲୁଗାପଟା ମଧ୍ୟ କିଣାଯାଇଥାଏ। ଏହାର ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଏହାର ପୂଜା କରାଯାଇଥାଏ।

Read More

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ। ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ପ୍ରଥମେ ପୁରୁଣା ଭୁବନେଶ୍ୱର ର ବଢେଇବାଙ୍କ ଛକ ସ୍ଥିତ ଏକାମ୍ର ରାଜା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କରିଥିଲେ। ପରେ ପରେ ତିନିମୁଣ୍ଡିଆ ଛକ ରେ ପୂଜିତ ଚାଳିଶ ଫୁଟ ଉଚ୍ଚ ଗଣେଶ ଙ୍କ ପୂଜା କରି ଆଠ ନମ୍ବର ଆଖଣ୍ଡଳମଣି ପୂଜା କମିଟି ମୁଣ୍ଡପ ଓ ଗଜପତି ନଗର ପୂଜା ମଣ୍ଡପ ବୁଲି ଦେଖିବା ସହ ଗଣେଶ ଭଗବାନ ଙ୍କ ପୂଜା କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।…

Read More

ଭୁବନେଶ୍ବର: ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ଭଳି ଭୂମିକା ନେଇପାରିବେ ବୋଲି କଟକ ଜିଲ୍ଲା ବାରଙ୍ଗଠାରେ ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପ ଉଭୟ ଆମ ସରକାରଙ୍କ ପ୍ରାଥମିକତା। ଶିଳ୍ପ ଜରିଆରେ ଅର୍ଥନୈତିକ ବିକାଶ ଓ କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାର ପ୍ରୟାସ କରୁଛନ୍ତି । ମାତ୍ର ୪୦୦ ଟଙ୍କା ମୂଳ ପୁଞ୍ଜିରୁ ଆରମ୍ଭ କରି ୬୦୦ କୋଟିରେ ପହଞ୍ଚିଥିବା…

Read More

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସି.ଏଚ.ଏସ.ଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ (Police Recruitment Board)ର ଅଧ୍ୟକ୍ଷ ତଥା ଅଗ୍ନିଶମ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସରକାରୀ ବିଦ୍ୟାଳୟରେ ଅଧିକରୁ ଅଧିକ ନାମ ଲେଖାଇବା ପାଇଁ ଉତ୍ସାହିତ କରିଥିଲେ। ଏଥିସହ ନୈତିକ ଶିକ୍ଷାକୁ ଗୁରୁତ୍ବ ଦେଇ ସୃଜନଶୀଳ କାର୍ଯ୍ୟକଳାପ ଯଥା ପରିବେଶ ସୁରକ୍ଷା, କ୍ରୀଡ଼ା, ସଙ୍ଗୀତ, ବ୍ୟାୟାମ ଆଦିକୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟ ଅତିଥି। ଅନ୍ୟପକ୍ଷେ ସମାରୋହରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଓ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ କୁମାର ତରାଇ ଯୋଗ ଦେଇଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ ସମ୍ପର୍କରେ ଆଲୋଚନା…

Read More

ଭୁବନେଶ୍ବର: ଆଜିଠାରୁ ଗଡିବା ଆରମ୍ଭ ହୋଇଛି ସୁଭଦ୍ରା ରଥ। ଅର୍ଥାତ ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ସଂପର୍କରେ ସଚେତନତା କରିବା ପାଇଁ ଏହି ରଥ ବୁଲିବ। ଆଜି ଭୁବନେଶ୍ବରର ଗାନ୍ଧୀମାର୍ଗରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି। ଏହି ରଥ ଲୋକମାନଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ଯୋଗାଇଦେବ। ଏହି ରଥ ଓଡିଆ ଅସ୍ମିତାର ଏକ ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବି କରିବ। ହେଲେ ଏହି ଉତ୍ସବରେ ଯୋଗଦେଇଥିବା ଭୁବନେଶ୍ବର ମେୟର ସୁଲୋଚନା ଦାସ ସୁଭଦ୍ରା ଯୋଜନା ବିଫଳତା ସଂପର୍କରେ କହିଥିଲେ। ସେ କହିଥିଲେ ଯେ, ବିଜେପି ନିର୍ବାଚନ ପ୍ରଚାରରେ ଯେତିକି ଦେବ ବୋଲି କହିଥିଲା ତାହା ହେଲା ନାହିଁ। ଏତିକି ଟଙ୍କାରେ ଜଣେ ମହିଳ କଣ କରିପାରିବ ବୋଲି ମେୟର କହିଥିଲେ। ଏହି ରଥ ପ୍ରଥମେ…

Read More

ଭୁବନେଶ୍ବର: ଲାଞ୍ଚ ଟଙ୍କା ସବୁ ଏକାଠି କରି ଏକ ଗାଡିରେ ଭୁବନେଶ୍ବର ଆସୁଥିଲେ। ହେଲେ ସେ ଜାଣି ନ ଥିଲେ ବାଟରେ ଛକି ରହିଛି ଭିଜିଲାନ୍ସ। ହଠାତ ସେ ବୁଝିବା ପୂର୍ବରୁ ଗାଡି ଚାରିପଟୁ ବେଢି ଗଲେ ଭିଜିଲାନ୍ସ ଟିମ। ଗାଡି ତଲାସିବା ବେଳେ ମିଳିଲା ଲକ୍ଷେ 32 ହଜାର ନଗଦ ଟଙ୍କା। ସେ ହେଉଛନ୍ତି ନୂଆପଡା ଏମଭିଆଇ ବିଜୟ କୁମାର ବେଉରିଆ। ଏକ ବିଶେଷ ସୁତ୍ରରୁ ଖବର ପାଇ ଭିଜିଲାନ୍ସ ତାଙ୍କୁ ଧରିବ ବୋଲି ଛକି ରହିଥିଲା। ସେ ଆଜି ନୂଆପଡାରୁ ଭୁବନେଶ୍ବର ଆସୁଥିବା ବେଳେ ଅପରାହ୍ନରେ ଖୋର୍ଦ୍ଧା ମେଡିକାଲ ଛକରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଆଉ ଗାଡିରେ ମିଳିଥିବା ନଗଦ ଟଙ୍କା ସଂପର୍କରେ କିଛି କହିପାରି ନ ଥିଲେ। ସେଠାରେ ଭିଜିଲାନ୍ସ ତାଙ୍କୁ ଅଫିସ ଆଣି ପଚରାଉଚୁରା କରିଥିଲେ ମଧ୍ୟ ସେ କିଛି କହିପାରି ନ ଥିଲେ। ଫଳରେ ଭିଜିଲାନ୍ସ ତାଙ୍କଠାରୁ ମିଳିଥିବା ଟଙ୍କା ଏବଂ କାରକୁ ଜବତ…

Read More

Dead Butt Syndrome: ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାମ କରନ୍ତି ସେମାନେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ଧାରାବାହିକ ଭାବେ ବସି ରହି କାମ କଲେ ବହୁ ସାଂଘାତିକ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ Dead Butt Syndrome ବା ଡେଡ୍ ବୁଟ ସିନଡ୍ରୋମ କୁହାଯାଇଥାଏ। ଆଜିକାଲି ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରାୟତଃ ବସିବା କାର୍ଯ୍ୟ ମିଳିଥାଏ। ଏପରି ପରିସ୍ଥିତିରେ ୯-୧୦ ଘଣ୍ଟା ପାଇଁ ନିରନ୍ତର କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣ କରୁଛି। ଲାମ୍ବା ସମୟ କାର୍ଯ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହା ଅନେକ ସମସ୍ୟା ସୃଷ୍ଟି କରୁଛି। ଏହିପରି ଲୋକଙ୍କ ଶରୀରରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧାର ସମସ୍ୟା ବଢିବାରେ ଲାଗିଛି। ଚାପରେ ଲାମ୍ବା ସମୟ ଧରି କାମ କରିବା ଦ୍ଵାରା ହୃଦୟ ଏବଂ କର୍କଟ ଭଳି ରୋଗ ବଢିବାରେ ଲାଗିଛି। ଯଦି ଆପଣ ମଧ୍ୟ ଦୀର୍ଘ…

Read More

ଗଣେଷ ଚତୁର୍ଥୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ସେଥିପାଇଁ ସାରା ଭାରତରେ ଏହି ପୂଜା ବେଶ ଭକ୍ତିପୂତ ଭାବେ ପାଳନ କରାଯାଉଛି। ତେବେ ଦେଶର ସବୁଠାରୁ ବେଶ ଆକର୍ଷଣୀୟ ଭାବେ ଗଣେଷଙ୍କ ପୂଜା ମୁମ୍ବାଇ ସହରରେ ହୋଇଥାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ମାସେ ଆଗରୁ କରାଯାଇଥାଏ। ତେବେ ଏଥର ଗଣେଷ ପୂଜାରେ ମୁମ୍ବାଇ ସହର ଚମକୁ ଥିବା ବେଳେ ଗୋଟିଏ ଘଟଣା ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଯେ, ଜଣେ ଭକ୍ତ ପ୍ରଭୃ ଗଣେଷଙ୍କୁ ୨୦ କେଜି ସୁନାରେ ତିଆରି ଏକ ମୁକୁଟ ଉପହାର ଦେଇଛନ୍ତି। ଏହି ମୁକୁଟଟି ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପୂଜା ସମିତର ଏଥର ଗଣେଷ ପୂଜାରେ ଏହି ମୁକୁଟ ଲଗାଯାଇଛି। ତେବେ ମୁକୁଟଟି ଚାରିଟି ଭାଗରେ ନିର୍ମାଣ କରାଯାଇଛି। ଯାହାକୁ ଶ୍ରୀଗଣେଷଙ୍କ ମୁଣ୍ଡରେ ଲଗାଇବେ…

Read More

ଭୁବନେଶ୍ବର: ଅକ୍ଟୋବର ୨ ତାରିଖରେ ଗାନ୍ଧି ଜୟନ୍ତୀରେ ପାଳନ ହେବ ସ୍ୱଚ୍ଛ ଭାରତ ଦିବସ।ଏହି ପରିପ୍ରେକ୍ଷାରେ  ଆଗାମୀ  ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ-୨୦୨୪  ସାରା ରାଜ୍ୟରେ ପାଳନ କରାଯିବ। ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ (ଥିମ୍‌) ରହିଛି ‘‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’’। ସ୍ୱଚ୍ଛତା ତଥା ପରିମଳ ରକ୍ଷା ପାଇଁ  ପ୍ରତ୍ୟେକ ଲୋକଙ୍କର  ଦାୟିତ୍ୱ ଓ କର୍ତ୍ତବ୍ୟ ରହିଥିବା ବେଳେ ଜନସାଧାରଣଙ୍କର ସହଭାଗିତା ଏବଂ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଗତକାଲି  ଗୁରୁବାର ସଂଧ୍ୟାରେ  ଲୋକସେବା ଭବନସ୍ଥିତ ସମ୍ମିଳନୀ  କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)  ଓ  ସ୍ୱଚ୍ଛ ଭାରତ ମିଶନ (ସହର ) ଏବଂ…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ଏହି ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ପ୍ରଭୃ ଗଣେଷଙ୍କ ପୂଜା ଚାଲିଛି। ହେଲେ ଏହି ପୂଜା ପୂର୍ବରୁ ଏକ ନୂଆ କଥା କରି ଦେଖାଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ଗଣେଷ ପୂଜାର ଗୋଟିଏ ଦିନ ପୂର୍ବରୁ ପରିବେଷ ସଚେତନତା ପାଇଁ ଆରମ୍ଭ କରିଛନ୍ତି କାମ। ଶ୍ରୀମୟୀ ବିଭିନ୍ନ ସ୍ଥାନରେ ଗଛ ଲଗାଇ ଲୋକଙ୍କୁ ଏ ନେଇ ସଚେତନତା ସୃଷ୍ଟି କରିବାକୁ ଚେଷ୍ଠା କରିଛନ୍ତି। ସେ ଏ ନେଇ ପ୍ରଖ୍ୟାତ ବ୍ୟକ୍ତିତ୍ବ ଇଭ୍ରେଟ ମାମୋଟଙ୍କ ଏକ ସ୍ଲୋଗାନକୁ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି। ତାହା ହେଲା “We can learn a lot from trees: they’re always grounded but never stop reaching heavenward.” – Everett Mamor. ଅର୍ଥାତ ଗଛ ଭୂମିରେ ନିଜର ସ୍ଥିତି ସୁଦୃଢ କରିଥିଲେ ମଧ୍ୟ ଆକାଶକୁ…

Read More