ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ଦୋକାନଘର ଉପରେ ଘନଘନ ବୋମାମାଡ଼ କରାଯାଇଥିଲା। ସୂଚନାଥାଉକି ସେହି ଦୋକାନଘରଟି ବାଲାଜିପେଣ୍ଠ ସାହିରେ ରହୁଥିବା ରାଜେନ୍ଦ୍ର ସାହୁଙ୍କର। ଯିଏକି ସଦରଥାନା ଅନ୍ତର୍ଗତ ଭାବିନିପୁର ଯିବା ରାସ୍ତା ବ୍ୟାଙ୍କ କଲୋନୀ ୫ମ ଗଳିରେ ଦୋକାନ କରିଛନ୍ତି। ଦେଖଣାହାରୀଠାରୁ ପ୍ରକାଶ ଯେ, ଗତକାଲି ଝିପ୍ ଝିପ୍ ବର୍ଷା ହେଉଥିବା ସମୟରେ ଦୁଇଜଣ ଯୁବକ ସେହି ରାସ୍ତା ଦେଇ ଚାଲି ଚାଲି ଯାଇ ସେହି ଦୋକାନଘର ଉପକରୁ ବୋମାମାଡ଼ କରିଥିଲେ। ଯାହାଫଳରେ ଦୁଇଟି ବୋମା ଫୁଟିଥିବାବେଳେ ଅନ୍ୟ ଦୁଇଟି ଅଫୁଟା ରହିଥିଲା। ଯାହାକି ପୋଲିସ୍ ଜବତ କରିଛି। ଏଠାରେ ଅନୁମାନ କରାଯାଉଛି ଯେ, କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହିପରି ବୋମାମାଡ଼ ହୋଇଥାଇପାରେ। କିନ୍ତୁ ଏହି ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଏହି ଦୋକାନର ମଧ୍ୟ କୌଣସି କ୍ଷତି ହୋଇନାହିଁ। ଘଟଣା ଶୁଣିବା ସଂଗେ ସଂଗେ ସଦରଥାନା ପୋଲିସ୍, ବୈଦ୍ୟନାଥପୁର ପୋଲିସ୍ ଘଟଣାସ୍ଥଳରେ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଗଂଜାମରେ ପୁଣି ୨୨୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ସଂକ୍ରମିତ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁହାର କମୁନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କରେ ସଂକମ୍ରିତ ଅଧିକ ଚିହ୍ନଟ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମ୍ ରହିଛି। ଗଂଜାମରେ ମୃତ୍ୟୁସଂଖ୍ୟା ସାରା ରାଜ୍ୟ ତୁଳନାରେ ପ୍ରାୟ ଅଧା କହିଲେ କିଛି ଭୁଲ୍ ହେବନି। ଆଜି ଜଣେ ୫୭ ବର୍ଷ ବୟସ୍କା ମହିଳା, ୪୮ ବର୍ଷୀୟ ବ୍ୟକ୍ତି, ୮୨ ବର୍ଷୀୟ ବୃଦ୍ଧ ଏବଂ ୬୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନୂତନ ସଂକ୍ରମିତ ମଧ୍ୟରେ ଭଂଜନଗରରୁ ୬, ଜଗନ୍ନାଥପ୍ରସାଦରୁ ୮, ବେଲଗୁଣ୍ଠାରୁ ୯, ବୁଗୁଡ଼ାରୁ ୩, ସୋରଡ଼ାରୁ ୪, ଆସିକାରୁ ୧୩, ପୋଲସରାରୁ ୮, ବେଗୁନିଆପଡ଼ାରୁ ୧୨, ଖଲିକୋଟରୁ ୭, ଗଂଜାମରୁ ୯, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୧୧, କୁକୁଡ଼ାଖଣ୍ଡିରୁ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରର ଶକ୍ତିପୀଠ ମା’ ଉଗ୍ରତାରାଙ୍କ ପୀଠକୁ ସୌରଚାଳିତ ବିଦ୍ୟୁତ ଆଲୋକିକରଣର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଛନ୍ତି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ। ଜାତୀୟ ରାଜପଥ ଠାରୁ ମା ଉଗ୍ରତାରା ପୀଠ ରାସ୍ତାର ଦୁଇ ପାର୍ଶ୍ଵରେ ୧୦୦ଟି ସୌର ଚାଳିତ ଷ୍ଟ୍ରିଟ ଲାଇଟ ଲାଗିଥିବା ବେଳେ ଦୁଇଟି ବଡ ହାଇମାକ୍ସ ଲାଇଟ ମନ୍ଦିର ପରସରରେ ଲାଗିଛି। ଏଜିଏମ ଗ୍ରୀନ ଏନର୍ଜି ସହଯୋଗ ରେ ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ସାସଂଦ ପାଣ୍ଠି ଅନୁଦାନରେ ୨୫ଲକ୍ଷ ଟଙ୍କା ବ୍ୟୟବରାଦରେ ଆଲୋକିକରଣର ବ୍ୟବସ୍ଥା ହୋଇଛି। ଏହା ସହିତ ମା ଉଗ୍ରତାରାଙ୍କ ପୀଠରେ ଥିବା ପୋଖରୀର ପୁନ୍ଃରୁଦ୍ଧାର କରିବା ପାଇଁ ମଧ୍ୟ ସାସଂଦଙ୍କ ପାଣ୍ଠିରୁ ବ୍ୟୟବରାଦ କରାଯାଇଥିବା ସାସଂଦ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ସାଂସଦ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜୁ ଜନତା ଦଳର ସାଙ୍ଗଠନିକ ମଜବୁତ୍ କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ଜନତାଙ୍କ ନିକଟରେ ତ୍ୱରାନ୍ୱିତ ପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ନେତୃବର୍ଗଙ୍କୁ ସଂପାଦକ ଏବଂ ଯୁଗ୍ମ ସଂପାଦକ ଭାବେ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ୪ ଜଣ ଗଂଜାମର ବରିଷ୍ଠ ନେତା/ନେତ୍ରୀଙ୍କୁ ସୁଯୋଗ ମିଳିଛି। ପୂର୍ବତନ ବିଡ଼ିଏ ଚେୟାରମ୍ୟାନ ସୁବାଷ ମହାରଣା, ଗଂଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଘମିତ୍ରା ଦଳେଇ, କୁକୁଡ଼ାଖଣ୍ଡି ବ୍ଲକ୍ର କୈଳାସ ରଣା, ତୁମ୍ବନାଥ ପଣ୍ଡାଙ୍କୁ ବିଭିନ୍ନ ଦାୟିତ୍ୱ ମିଳିଛି। ସଂପାଦକ ଭାବେ ଏସ୍ସି ମଙ୍ଗଳ ଭାବେ ସଂଘମିତ୍ରା ଦଳେଇ, ସଶକ୍ତ ଓଡ଼ିଶାର ସଂପାଦକ ରୂପେ ସୁବାସ ମହାରଣା, ସଶକ୍ତ ଓଡ଼ିଶାର ଯୁଗ୍ମ ସଂପାଦକ ରୂପେ କୈଳାସ ରଣା, ଆଞ୍ଚଳିକ ବିକାଶର ଯୁଗ୍ମ ସଂପାଦକ ରୂପେ ତୁମ୍ବନାଥ ପଣ୍ଡାଙ୍କୁ ପଦବୀ ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତ…
ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତରଫରୁ ସାଂଗଠନିକ କ୍ଷେତ୍ରରେ ଏକ ବଡ ଅଦଳ ବଦଳ କରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ବିରଞ୍ଚି ନାରାୟଣ ସୂପକାରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ଫେବୃୟାରୀ ମାସରେ ଦଳର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରେ ଅନନ୍ତ ନାରାୟଣ ଜେନା ଭୁବନେଶ୍ବରର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଅନନ୍ତ ବର୍ତ୍ତମାନ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଇଣ୍ଡିଆନ୍ ହାଉସିଂ ଏବଂ ଅର୍ବାନ୍ ଡ଼େଭଲପ୍ମେଣ୍ଟ ତରଫରୁ ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ଘୋଷିତ ହୋଇଛି। ଏହି ବର୍ଗରେ ବ୍ରହ୍ମପୁର ମହାନଗର ନିଗମ ସାରା ଦେଶର ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବେଷ୍ଟ ମିଡ଼ିୟମ ସିଟି ଇନ୍ ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସ୍ ବର୍ଗରେ ୮୯ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ଏହାର ସ୍ଥାନ ପ୍ରଥମ ରହିଛି। ସାରା ଭାରତର ପ୍ରାୟ ୪୦୦୦ ସହର ଏଥିରେ ଭାଗ ନେଇଥିବାବେଳେ ଓଡ଼ିଶାର ୧୦ଟି ସହର ଯଥା ବ୍ରହ୍ମପୁର, ରାଉରକେଲା, ବାରିପଦା, କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର ଭାଗ ନେଇଥିଲେ। ଦେଶରେ ସମୁଦାୟ ୧୦୦ ଟି ସହରକୁ ବଛାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ଏପରିକି ଭୁବନେଶ୍ୱରକୁ ପଛରେ ପକାଇ ବ୍ରହ୍ମପୁର ଏକନମ୍ବର ସ୍ଥାନ ଅଧିକାର କରିଛି। ଆଜି ଅନ୍ଲାଇନ୍ ପୁରସ୍କାର ପ୍ରଦାନ…
ପାଇକମାଲ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଅନ୍ତର୍ଗତ ନୃସିଂହନାଥ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଝରଣା ଉପରୁ ଫଟୋ ଉଠାଉଥିବା ସମୟରେ ଦୁଇଜଣ ଯୁବକ ଖସି ପଡିଥିବାର ସୂଚନା ମିଳିଛି। ଉକ୍ତ ଦୁଇ ଜଣ ଯୁବକ ପାଇକମାଲ ଥାନା ଅନ୍ତର୍ଗତ ଝିଟିକି ଗ୍ରାମର ବୋଲି ଶୁଣିବାକୁ ମିଳିଛି। ଉଭୟ ଝରଣା ଉପରେ ଫଟୋ ଉଠାଉଥିବାବେଳେ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ। ତେବେ ଘଟଣା ସ୍ଥଳରୁ ମୃତ ଦେହ ମିଳିଥିବାବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।
ଭୁବନେଶ୍ବର, ଭାରତୀୟ ରେଳବାଇ କରୋନା ମହାମାରୀ ଆହ୍ୱାନ ସତ୍ତ୍ୱେ ଗତବର୍ଷର ଏହି ସମୟ ସୁଦ୍ଧା ମାଲ ପରିବହନ ଓ ତତ୍ଜନିତ ଆୟଠାରୁ ଅଧିକ ଅଧିକ ସଫଳତା ହାସଳ କରିଛି। 2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ 3.11 ନିୟୁତ ଟନ ମାଲ ପରିବହନ କରିଥିଲା। ଏହା ଗତବର୍ଷର ଏହି ସମୟ ସୁଦ୍ଧା ହୋଇଥିବା ମାଲ ପରିବହନ ଠାରୁ ଅଧିକ। ଗତବର୍ଷ ଏହି ସମୟ ସୁଦ୍ଧା ମାଲ ପରିବହନ ପରିମାଣ ଥିଲା 2.97 ନିୟୁତ ଟନ। 2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ ମାଲ ପରିବହନରୁ 306.1 କୋଟି ଟଙ୍କା ଆୟ କରିଛି। ଗତବର୍ଷର ଏହି ସମୟ ସୁଦ୍ଧା ଆୟଠାରୁ ଏହା 5.28 କୋଟି ଟଙ୍କା ଅଧିକ। ଗତବର୍ଷ ଏହି ସମୟରେ ଆୟ ଥିଲା 300 କୋଟି 28 ଲକ୍ଷ ଟଙ୍କା। 2020 ଅଗଷ୍ଟ 19 ତାରିଖ ସୁଦ୍ଧା ମାତ୍ର 19 ଦିନ ମଧ୍ୟରେ ମୋଟ ମାଲ ପରିବହନ ପରିମାଣ…
ନୂଆଦିଲ୍ଲୀ, ଦୈନିକ ନମୁନା ପରୀକ୍ଷଣରେ ଭାରତ ଆଜି ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ 9 ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ 9,18,470 ନମୁନା ପରୀକ୍ଷା କରାଯିବା ଯୋଗୁଁ ଦେଶ ଖୁବଶୀଘ୍ର ଦିନକୁ 10 ଲକ୍ଷ ନମୁନା ପରିକ୍ଷଣର ନିକଟତର ହୋଇପାରିଛି। ଏଥିପାଇଁ ମୋଟ ନମୁନା ପରୀକ୍ଷା ସଂଖ୍ୟା 3.25 କୋଟିରୁ ଊର୍ଦ୍ଧ୍ଵ ଅର୍ଥାତ 3,26,61,252 ରେ ପହଞ୍ଚିଛି। ରୋଗ ନିରୂପଣ ପାଇଁ ଅଧିକ ନମୁନା ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଫଳତଃ 1 ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ 23,668ରେ ପହଞ୍ଚିଛି ଏହି ଧାରା କ୍ରମଶଃ ଅଧିକରୁ ଅଧିକ ହେବାରେ ଲାଗିଛି। ଅଧିକରୁ ଅଧିକ ପରୀକ୍ଷା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଯଦିଓ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ଆରମ୍ଭରୁ ବୃଦ୍ଧି ପାଉଛି, ତେବେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଏନ.ଏ.ସି ର ସରଳାପଦର ଗ୍ରାମ (ୱାର୍ଡ ନମ୍ବର ୧୧)ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଉକ୍ତ ୱାର୍ଡ ରେ ତିନି ଜଣ ନୂତନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରଳାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୮୩୯/୨୦.୦୮.୨୦୨୦ ରେ ଏକ ଚିଠି ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଜିଲ୍ଲା ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ। ଏହାକୁ ଗମ୍ଭୀରତାର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଉକ୍ତ ଚିଠିକୁ ଅନୁମୋଦନ ଦେଇ ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୨୦.୦୮.୨୦(ଗୁରୁବାର ) ସନ୍ଧ୍ୟା ୭ ଘଟିକାରୁ ତା ୨୩.୦୮.୨୦(ରବିବାର ) ସଂଧ୍ୟା ୭ ଘଟିକା ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି…
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶସ୍ୱରୂପ ଆପାତକାଳୀନ ନିଶ୍ଚିତ ଋଣ ଯୋଜନା (ECLGS) କାଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ପକ୍ଷରୁ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାକୁ ଏଥିରୁ ୧,୬୧୭.୬୦ କୋଟି ଟଙ୍କା ମିଳିଛି। ରାଜ୍ୟ ପାଇଁ ଏହି ସ୍କିମରେ ୨,୧୫୧.୮୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଋଣ ଅର୍ଥ ଦ୍ୱାରା ଓଡ଼ିଶାର ଏମଏସଏମଇ ସମେତ ଅନ୍ୟ ଲକଡାଉନ ପ୍ରଭାବିତ କ୍ଷେତ୍ର ଉପକୃତ ହେବେ । ସେମାନେ ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରିବେ। ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ସ୍କିମରେ ମହାରାଷ୍ଟ୍ର ପାଇଁ ସର୍ବାଧିକ ୭,୭୫୬.୨୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିରୁ ରାଜ୍ୟକୁ ୬,୦୦୭.୩୨…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜେପିଭିଟି ଆସୋସିଏସନ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ଓ ବାର୍ଷିକ ଉତ୍ସବ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଓ ସଂପାଦକ ଶ୍ରୀ ଯୁକ୍ତ ଶୂଭଙ୍କର ଜେନାଙ୍କ ସହିତ କର୍ମକର୍ତ୍ତାମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଏସ୍.ପି. ଶ୍ରୀଯୁକ୍ତ ପ୍ରକାଶ ଆର୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିମଳ କୁମାର ଲେଙ୍କା ଓ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ମିଶ୍ରଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବାଲିକୁଦା ବ୍ଲକ ବୋରିକିନାର ଅସୁସ୍ଥ ଫଟୋଗ୍ରାଫର ଅଶୋକ ଦାସଙ୍କ ବାସସ୍ଥଳୀରେ ପହଂଚି ସମସ୍ତ କର୍ମକର୍ତ୍ତା ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଆର୍ଥିକ ସହାୟତା ପ୍ରଦାନ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ କମଳାକାନ୍ତ ରାଉତ ଏବଂ ସ୍ୱେଚ୍ଛାସେବୀ ବୃନ୍ଦ ଉପସ୍ଥିତ ରହି ଅନଲାଇନ୍ ମାଧ୍ୟମରେ ଅଂଶ ଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ସଚେତନ କରାଯାଇଥିଲା। ଏଥିସହିତ ଯେପରି ମାଗଣା ଆଇନସେବା ,ମଧ୍ୟସ୍ଥତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, କିଶୋର ନ୍ୟାୟ (ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା) ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ , କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ)…
ଭୁବନେଶ୍ବର: ଆଜି ରାଜ୍ୟରେ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସେହିପରି ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତି ଜିଲ୍ଲାରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, ନ୍ଧମାଳରୁ ୫୦, ରାୟଗଡାରୁ ୪୨, ନୟାଗଡରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗୀରିରୁ୩୫, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୩୩, ବାଲେଶ୍ବରରୁ ୩୧, କେଉଁଝରରୁ ୨୯, ବରଗଡରୁ ୨୫, ଭଦ୍ରକରୁ ୨୪, ଝାରସୁଗୁଡାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୧୬, ନବରଙ୍ଗପୁରରୁ ୧୧, ଦେବଗଡରୁ ୨, ଅନୁଗୁଳ ଏବଂ ବୌଦ୍ଧରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୪୮,୫୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥର କନ୍ଧ ନୟାଗଡ ଛକ ନିକଟରେ ଆଜି ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଚାଳକଙ୍କର ମ୍ରୁତ୍ୟୁ ଘଟିଥିବା ବେଳେ ଟ୍ରକ୍ ର ହେଲ୍ପର ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନସ ପହଂଚି ଆହତ ହେଲ୍ପର ଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗୁରତର ଭାବରେ ଆହତ ହୋଇଥିବା ହେଲପର୍ ଵସୀର ଖାଁ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଅଂଚଳର ହୋଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି । ମୃତ ଟ୍ରକ୍ ଚାଳକର ନାମ ରାଜେଶ ମଲିକ୍ । ୩୨ ବର୍ଷୀୟ ରାଜେଶଙ୍କ ଘର ପଶ୍ଚିମବଙ୍ଗରବର୍ଦ୍ଧମାନ ଅଂଚଳରେ ବୋଲି ଜଣା ପଡିଛି । (WB 41J…
ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରିପ୍ରସାଦର ପଞ୍ଚାୟତ ର ଜଣେ ବରିଷ୍ଠ ବିଜେପି ନେତା ନିଖୋଜ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ଶତ୍ରୁଘ୍ନ ସାହୁ। ଶତ୍ରୁଘ୍ନ ନିଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଭାଲିଆପଡା ଗ୍ରାମ ଛକରେ ଏକ ଛୋଟ ଭେରାଇଟି ଷ୍ଟୋର କରିଥିବାବେଳେ ସେଠାରେ ସେ ରହୁଥିଲେ । କିନ୍ତୁ ଆଜି ସକାଳୁ ଯେତେବେଳେ ତାଙ୍କ ଦୋକାନ ଖୋଲା ନଥିଲା ସେତେବେଳେ ଲୋକେ ଘରର କବାଟ ବାଡେଇଥିଲେ । କିନ୍ତୁ କେହି ଉତ୍ତର ନ ଦେବା ପରେ ଲୋକେ ଘରର ବାରିପଟକୁ ଆସି ଦେଖିଲାପରେ ବାରି ଦ୍ବାରା ଖୋଲା ରହିଥିଲା । ଏହାପରେ ସଙ୍ଗେ ସଙ୍ଗେ ଏନେଇ ସମ୍ପୃକ୍ତ ନିଖୋଜ ବ୍ୟକ୍ତିଙ୍କ ପୁତ୍ରଙ୍କୁ ଖବର ଦିଆଯାଇଥିଲା । ଏହା ପରେ ସେ ଆସି ଘର ଭିତରକୁ ଯାଇ ଦେଖିଲା ବେଳକୁ ଘରର ଜିନିଷପତ୍ର କିଛି ନାହିଁ । ଜିନିଷ ପତ୍ର…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ବ୍ଲକରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ।ବିଧାୟିକା ନିଜସ୍ୱ ଆଞ୍ଚଳିକ ଉର୍ଣ୍ଣୟନ ପାଣ୍ଠିରୁ 15ଟି ପ୍ରକଳ୍ପ ପାଇଁ 31ଲକ୍ଷ ଟଙ୍କା , ସ୍ୱତନ୍ତ୍ର ଉର୍ଣ୍ଣୟନ ପାଣ୍ଠିରୁ 3ଟି ପ୍ରକଳ୍ପ ପାଇଁ 7.5 ଲକ୍ଷ ଓ କ୍ରିଟିକାଲ ଗେଭରୁ 3ଲକ୍ଷ ଟଙ୍କାରେ ଗୋଟିଏ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।ସାମାଜିକ ଦୂରତ୍ୱ ଅବଲମ୍ବନ କରି କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟିକା। କାର୍ଯ୍ୟାଦେଶ ବଣ୍ଟନ ସମୟରେ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷ। ପ୍ରତିନିଧି ଵିଜୟ କୁମାର ଦୋରା, ପୂର୍ବତନ ଜିଲାପରିସଦ ସଦସ୍ୟ ତ୍ରିନାଥ ଭୂୟାଁ, ନିର୍ବାହି ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଖୋର୍ଦ୍ଧା : ସାର୍ବଜନନୀ ସ୍ଥାନରେ ଗଣେଶ ପୂଜା ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଏନେଇ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଥିବାବେଳେ ଏନେଇ ପ୍ରଶାସନ କଟକଣାକୁ ଅଧିକ କଡାକଡି କରୁଛନ୍ତି । ସେହିପରି ଟ୍ବିନ୍ ସିଟିରେ ଗଣେଶପୂଜା ଉପରେ କଟକଣା ଜାରି କରାଯାଇଛି।ଅପରପକ୍ଷରେ ଗଣେଶ ପୂଜାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ପୂଜା ସମ୍ପର୍କରେ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ । ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ପ୍ରଶାସନ ଅଧିକାରୀ ଏନେଇ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସୂଚନା ଦେଇଛନ୍ତି । ଟୁଇନ୍ ସିଟିରେ କରୋନା ମାମଲା ବୃଦ୍ଧି ହୋଇଥିବା ଦେଖି ଗଣେଶ ପୂଜା ଉପରେ କଟକଣା ଲଗାଯାଇଛି ।
ଭୁବନେଶ୍ବର, ପ୍ରତି ବୁଧବାର ସଂଧ୍ୟା ୫ ଟା ସମୟରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରୁ ଅଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୁଣ୍ଡେଚା ବନ୍ଧୁ ଏବଂ ପଣ୍ଡିତ ଅରୁଣ କଶଲକର ଗତ ଦୁଇ ସପ୍ତାହ ପୁର୍ବରୁ ନିଜର ପ୍ରସ୍ତୁତି ଦେଇ ଥିଲେ ଏବଂ ଫେସ୍ ବୂକ୍ ରେ ହଜାର ହଜାର ସଂଗୀତ ରସିକ ମାନେ ସମଗ୍ର ବିଶ୍ଵରୁ ଅନ ଲାଇନରେ କାର୍ଯ୍ୟକ୍ରମର ଆନନ୍ଦ ନେଇ ଥିଲେ। ଫାଉଣ୍ଡେସନ ଦ୍ୱାରା “ଏକ ରାଗ” ସିରିଜ-୩ କାର୍ଯ୍ୟକ୍ରମରେ ଦିଲ୍ଲୀର ସୁପରିଚିତ ଉପ ଶାସ୍ତ୍ରୀୟ ସଂଗୀତ ଗାୟିକା ବିଦୁଷି ଶାଶ୍ଵତୀ ମଣ୍ଡଲ ଟପ୍ପା ଗାୟନ କରିବା ସହିତ ଉପ-ଶାସ୍ତ୍ରୀୟ ସଂଗୀତରେ “ଏକ ରାଗ”ର ମହତ୍ତ୍ୱ ବିଷୟରେ ଅନେକ ତଥ୍ୟ ଉନ୍ମଚନ କରିଥିଲେ। ତାଙ୍କ ସହିତ ମୁଖ୍ୟ ଚର୍ଚାରେ ଓଡିଶାର ଏକ ମାତ୍ର ଧ୍ରୁପଦ ଗାୟକ ମୁକୁନ୍ଦ ଦେବ ସହୁ ଏବଂ ମଧ୍ୟ ପ୍ରଦେଶର ବିଶିଷ୍ଟ ମନ ବିଜ୍ଞାନୀ ଡକ୍ଟର ଶ୍ରେୟା ପହବା…
ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ନୂଆ ସଂପାଦକ ସହିତ ଯୁଗ୍ନ ସଂପାଦକ ତାଲିକା ମଧ୍ୟ ପ୍ରକାଶ କରିଛି। ଏଥିରେ 41 ଜଣ ନେତାଙ୍କୁ ବିଭିନ୍ନ ଦଳୀୟ ସଂଗଠନ ଦାୟିତ୍ବ ଦିଆଯାଇଛି। ଯେଉଁମାନଙ୍କୁ ଏହି ଦାୟିତ୍ବ ମିଳିଲା ସେମାନେ ହେଲେ
ଗୌହାଟି: ଆସାମ ସରକାର ଛାତ୍ରୀମାନଙ୍କୁ ମାଗଣାରେ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି । ଆସାମର ପ୍ରାୟ ବାଇଶି ହଜାର ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ମିଳିବ । ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଯେଉଁ ଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହି ସମସ୍ତ ଛାତ୍ରୀମାନଙ୍କୁ ଏହି ସ୍କୁଟି ଦିଆଯିବ । ସେହିପରି ରାଜ୍ୟର 4000 ସ୍କୁଲ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ନିମୟିତ କରିଛନ୍ତି । ଆଉ 14 ହଜାର ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ୍ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ନିର୍ବାଚନକୁ ଆଖି ଆଗରେ ରାଜ୍ୟ ସରକାର ଏପରି ସବୁ ପଦକ୍ଷେପ ନେଉଥିବାର ଅନୁମାନ କରାଯାଉଛି ।(ଏଜେନ୍ସି)

