ସମ୍ବଲପୁର, ରାତି ପାହିଲେ ନୂଆଖାଇ। ହେଲେ ପଶ୍ଚିମ ଓଡିଶାର ଏହି ଗଣ ପର୍ବ ଏଥର କରୋନା ଭାଇରସ ପାଇଁ ଜାକଜକମରେ ପାଳନ ହୋଇପାରୁ ନାହିଁ। କରୋନା ପାଇଁ ପ୍ରସିଦ୍ଧ ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନେ ଯାଇପାରିବେ ନାହିଁ। ଆଜି ଏହି ଘୋଷଣା ମନ୍ଦିର ଟ୍ରଷ୍ଟ ସଭାପତି ସଂଜୟ ବାବୁ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ 19 କଟକଣା ଅନୁଯାୟୀ ମା ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ବିଧି ପାଳନ ପାଇଁ ମନ୍ଦିର ଭିତରେ ସେବକମାନେ କାର୍ଯ୍ୟ କରିବେ। ତେବେ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ମନ୍ଦିର ତରଫରୁ ସୋସିଆଲ ମିଡିଆର ପୂଜାନିତି ସିଧାପ୍ରସାରଣ କରାଯିବ ବୋଲି ସଂଜୟ କହିଛନ୍ତି।
Author: Samikhsya Bureau
ଭୁବନେଶ୍ବର, କରୋନା ଭାଇରସ ଯୋଗୁଁ ଆଜି ରାଜ୍ୟରେ ୯ ଜଣଙ୍କ ପ୍ରାଣହାନୀ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଞ୍ଚିଛି । ନଅ ଜଣଙ୍କ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ରୁ ୨ଜଣ, ବଲାଙ୍ଗୀର, ଗଞ୍ଜାମ, ମାଲକାନିଗିରି ଓ ରାୟଗଡାରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି । ବର୍ତ୍ତମାନ ଗଞ୍ଜାମରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୧ କୁ ବୃଦ୍ଧି ପାଇଛି । କଟକ ଜିଲ୍ଲା- ତିନିଜଣ ମୃତ- ଦୁଇଜଣ ୭୦ ଓ ୫୧ ବର୍ଷୀୟା ମହିଳା ,ଜଣେ ୫୦ ବର୍ଷୀୟ ପୁରୁଷ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲା- ଦୁଇ ଜଣ ମୃତକ- ୫୪ ଓ ୬୦ ବର୍ଷୀୟ ଦୁଇଜଣ ପୁରୁଷ ଅଛନ୍ତି । ବଲାଙ୍ଗୀର ଜିଲ୍ଲା- ମୃତକ ଜଣେ- ୨୮ ବର୍ଷୀୟ ପୁରୁଷ ଗଞ୍ଜାମ ଜିଲ୍ଲାର- ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ରାୟଗଡା ଜିଲ୍ଲା-ଜଣେ- ମୃତକଙ୍କ ବୟସ ୫୧ବର୍ଷ ପୁରୁଷ ମାଲାକାନାଗିରି ଜିଲ୍ଲା-ଜଣେ-…
କେଦାର ମିଶ୍ର ନିଜ ସରକାରର ଭାବମୂର୍ତ୍ତି ବଢାଇବାକୁ ଏକ ବିରାଟ “ମିଡିଆ ପ୍ଯାକେଜ” ଏବେ ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ବୋଲି ଏବେ ଖବର ମିଳିଛି। ପ୍ରତିଦିନ ହାରାହାରି ହଜାରେ ଲୋକ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଉଥିବା ବେଳେ, ଏ ପ୍ରକାର ପ୍ରଚାରର ଆବଶ୍ୟକତାକୁ ନେଇ ଅନେକ ପ୍ରଶ୍ନବାଚୀ ଅବଶ୍ୟ ଉଠିବ। ତେବେ କୌଣସି ପ୍ରଶ୍ନବାଚୀ ବା ସମାଲୋଚନାକୁ ଖାତିର କରିବା ଭଳି ଅବସ୍ଥା ମୋଦୀ ସରକାରଙ୍କର ନାହିଁ। ମୋଦୀ ସରକାରର ଗୋଟେ ବିଶିଷ୍ଟ ଗୁଣ ହେଉଛି, ସମାଲୋଚନା କୁ ଆଦୌ ଗୁରୁତ୍ଵ ନଦେବା। ସରକାର ଯାହା କରୁଛନ୍ତି ତାହା ହିଁ ଠିକ ଓ ତାକୁ ଗ୍ରହଣ କରିବାକୁ ଜନତା ବାଧ୍ୟ- ଏମିତି ଏକ ଧାରଣା ଉପରେ ମୋଦୀ ସରକାରର ଅସ୍ତିତ୍ଵ ଗଢା ହୋଇଛି। ଏହା ଏକ ପ୍ରକାର ପ୍ରଚଣ୍ଡ ଆତ୍ମବିଶ୍ଵାସ ବୋଲି କୁହାଯାଇ ପାରିବ। ତେବେ କରୋନା ସମୟରେ କି ପ୍ରକାର ପ୍ରଚାର ବା ସରକାରୀ ଭାବମୂର୍ତ୍ତିର…
ଭଦ୍ରକ, ଆଜି ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କର କରୋନା ଲକ୍ଷଣ କିଛି ଦେଖାଦେବାରୁ ସେ ସନ୍ଦେହରେ ପରୀକ୍ଷା କରାଇଥିଲେ। ଏହି ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି ବୋଲି ମଂଜୁଲତା କହିଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ତାଙ୍କ ସଂପର୍କର ଯେଉଁମାନେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଗତକାଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ।
Beautiful Photos of Angul Sukinda new Railway Line Construction .
ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ବରରୁ ୧୦୫, ଢେଙ୍କାନାଳରୁ ୧୦୦, ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡରୁ ୬୪, ଝାରସୁଗୁଡାରୁ ୬୩, କେନ୍ଦ୍ରାପଡା ଓ ଗଜପତିରୁ ୬୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୫୭, ବଲାଙ୍ଗୀରିରୁ ୫୬, କଳାହାଣ୍ଡିରୁ ୫୫, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ଅନୁଗୁଳରୁ…
ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦,୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪,୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୬୧ ହଜାର ୩୭୯ ନମୁନା ପରୀକ୍ଷା କରାଯାଇଛି । ମୋଟ୍ ପରୀକ୍ଷା ମଧ୍ୟରୁ ୫୪ ହଜାର ୨୪୩ଟି ଆଣ୍ଟିଜେନ୍ ପରୀକ୍ଷା ହୋଇଥିବାବେଳେ ଆର୍ଟିପିସିଆର ମାଧ୍ୟମରେ ୭ ହଜାର ୫୪ଓ ଟ୍ରୁନାଟ୍ ମାଧ୍ୟମରେ ୮୨ଟି ସାମ୍ପଲ୍ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୬୦୩ ଜଣ ଙ୍କ ପରୀକ୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨ ଲକ୍ଷ ୩୩ ହଜାର ୮୦୫ ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି।
ନୂଆଦିଲ୍ଲୀ: ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୭୦ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ ୬୯ ହଜାର ୮୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୪୫ ଜଣଙ୍କ ପ୍ରାଣହାନି ହୋଇଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଲକ୍ଷ ୨୨ ହଜାର ୫୭୮ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬ଲକ୍ଷ ୯୭ ହଜାର ୩୩୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟାନୁସାରେ ଦେଶରେ ମୃତ୍ୟୁ ୧.୯୮ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର ୭୪ ପ୍ରତିଶତ ରହିଛି। (ଏଜେନ୍ସି)
ଭୁବନେଶ୍ବର, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଭୁବନେଶ୍ବରରେ ପହଁଛି ବଗଲା ଧର୍ମଶାଳା ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସମ୍ବିତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବଗଲା ଧର୍ମଶାଳା ବିକ୍ରୀ ବେଆଇନି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବୀ କରିଛନ୍ତି। ସମ୍ବିତ ଭୁବନେଶ୍ବର ପହଁଚିବା ପରେ ପୁରୀ ଯାଇଛନ୍ତି। ସେଠାରେ ସେ ପରିସ୍ଥିତି ଅନୁଧ୍ୟାନ କରିବେ। ଏ ନେଇ ଆଜି ଅପରାହ୍ନରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।
ପୁରୀ, ଆଜି ଗଣେଷ ପୂଜା। ହେଲେ କରୋନା ଯୋଗୁଁ ଯେପରି ଧୂମଧାମରେ ଏହି ପୂଜା ହେବା କଥା ତାହା ହୋଇପାରୁ ନାହିଁ। ତେବେ ଏପରି ପରିସ୍ଥିତରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଏକ ଭିନ୍ନ ବାର୍ତ୍ତା ଦେଉଛି। ଗଣେଷ ପୂଜା ଅବସରରେ ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ଗଣେଷ ବାଲୁକା କଳା। ସୁଦର୍ଶନ ଏହି ବିରାଟକାୟ ଗଣେଷ ସ୍ଥାପତ୍ୟ କରିବା ସହିତ କରୋନା ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ପ୍ରଭୃ ଗଜାନନଙ୍କୁ ସାରା ବିଶ୍ବକୁ କରୋନାରୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରିଛନ୍ତି। ଗଣେଷ ପ୍ରତିମୂର୍ତ୍ତିର ଶୁଣ୍ଢ ପାଖରେ ସୁଦର୍ଶନ ଏକ ଗୋଲାକାର ସ୍ଥାପତ୍ୟ କରି ସେଥିରେ ଏହି ବାର୍ତ୍ତା ଲେଖିଛନ୍ତି। ଇଂରାଜୀରେ ଲେଖିଥିବା ଏହି ବାର୍ତ୍ତାର ଓଡିଆରେ କୁହାଯାଇପାରେ ଯେ, କୋରନା ସହିତ ଯୁଦ୍ଧ କରିବା ପାଇଁ ପ୍ରଭୃ ଗଣେଷ ଆମକୁ ଶକ୍ତି ପ୍ରଦାନ କରନ୍ତୁ। ତେବେ ଏହି ବାଲୁକାକଳାକୁ ଅନୁଧ୍ୟାନ କଲେ ପ୍ରଭୃ…
ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧିରେ ଧିରେ ଦାନା ବାନ୍ଧିବାରେ ଲାଗିଛି। ଏହାର ପ୍ରଭାବରେ 22 ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହା 24 ତାରିଖ ବେଳକୁ ଭୀଷଣ ରୂପରେ ପରିବର୍ତ୍ତନ ହେବାର ସମ୍ଭାବନା ରହଛି। ଯାହା ଫଳରେ 25 ଏବଂ 26 ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ବିଶେଷ କରି ଉପକୂଳ ଓଡିଶା ଏବଂ ଉତ୍ତର ଓଡିଶାର ଏହି ବର୍ଷାର ପ୍ରଭାବ ବେଶୀ ପରିଲକ୍ଷିତ ହେବ।
ଭୁବନେଶ୍ବର, କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ । ଦେଶର ଅନ୍ୟାନ୍ୟ ଆଇଟିଆଇ ଓ ଏନଆଇଟିଗୁଡିକର ପଦାଙ୍କ ଅନୁସରଣ କରି ଆଇଟିଆଇ ବ୍ରହ୍ମପୁର ଦେଶର ଏହି ପ୍ୟାଟେଣ୍ଟ କ୍ଲବରେ ସାମିଲ ଦେଇଛି । ଯେଉଁ ୩ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି – 1-ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ – ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି। ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ। ସ୍ଵାବ ସଂଗ୍ରହକାରୀ ଟେକନିସିଆନକୁ କିଓସ୍କ ଭିତରେ ରହିବାକୁ ପଡେ । ସେଥିପାଇଁ ସଂକ୍ରମିତ…
ଭୁବନେଶ୍ୱର, କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅର୍ଜୁନ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ବଳରେ ସଫଳତାର ପାହାଚ ଚଢି ଚାଲିଥିବା ଦୂତୀ ଆଜି ଅର୍ଜୁନ ପୁରସ୍କାର ବିଜୟୀ ହୋଇ ସମଗ୍ର ଓଡିଶା ପାଇଁ ଯଥେଷ୍ଟ ଗୌରବ ଆଣି ପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଆଗାମୀ ଅଲମ୍ପିକ ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଦୂତୀ କ୍ରୀଡା କ୍ଷେତ୍ରରେ ଆହୁରି ସଫଳତା ଆଣି ଓଡିଶା ତଥା ଆମ ଦେଶ ଭାରତକୁ ଗୌରବାନ୍ୱିତ କରିବେ ବୋଲି ମନ୍ତ୍ରୀ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।
ନୂଆଦିଲ୍ଲୀ, ଭାରତର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର। ଏନେଇ ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଥିବା ଅଶୋକ ଲାଭାସା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରହିଛି। ଏହା ପୂର୍ବରୁ 1984 ବ୍ୟାଚ ଝାଡଖଣ୍ଡ କ୍ୟାଡର ରାଜୀବ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ଭୁବନେଶ୍ବର, ପୁଣି ଜଣେ ବିଧାୟକଙ୍କୁ କରୋନା ପଜେଟିଭ ଚିହ୍ନଟ ହୋଇଛି। ସେ ହେଉଛନ୍ତି ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକ। ସଂଜୀବ ଆଜି ଟୁଇଟ କରି ଏହି ଖବର ଦେଇଛନ୍ତି। ସେ ଅସୁସ୍ଥତା ଅନୁଭବ କରିବାରୁ କୋଭିଡ19 ପରୀକ୍ଷା କରାଇଥିଲେ। ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି ବୋଲି ସେ କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ19 ପରୀକ୍ଷା କରାଇ ନିଅନ୍ତୁ। ଟୁଇଟ ମାଧ୍ୟମରେ ଏହି ଅନୁରୋଧ କରିଛନ୍ତି ବିଧାୟକ ସଂଜୀବ।
ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୮୨ ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି। ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ଦୃଷ୍ଟିରୁ ମୋଟ ଆରୋଗ୍ୟ ସଂଖ୍ୟା ୨୧.୫ ଲକ୍ଷ ଅର୍ଥାତ ୨୧,୫୮,୯୪୬କୁ ଅତିକ୍ରମ କରିଛି। ଆଜି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୬୬,୯୧୮ ହୋଇଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ତଥା ଏହି ଧାରା ଅବ୍ୟାହତ ରହିବା ଫଳରେ ସକ୍ରିୟ ରୋଗୀଙ୍କ ହାରାହାରି ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଦେଶରେ ସୁସ୍ଥତା ହାର ଶତକଡା ୭୪ରୁ ବୃଦ୍ଧି ପାଇ ଆଜି ୭୪.୨୮ ପ୍ରତିଶତରେ ପହଞ୍ଚିଛି, ଯାହା ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ସୁନିଶ୍ଚିତ କରିଛି। ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଶତକଡା ୫୦ରୁ ଅଧିକ ହୋଇଛି। ବର୍ତ୍ତମାନ…
ଭୁବନେଶ୍ବର, ସ୍ୱାଧୀନତା ଦିବସ ୨୦୨୦ର ଏକ ଅଂଶ ଭାବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମ (ଏନଏଫଡିସି) ମିଳିତ ଭାବେ ଯୁବଗୋଷ୍ଠିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବା ପାଇଁ ଏକ ଲଘୁ ଫିଲ୍ମ ପ୍ରତିଯୋଗିତାର ଆୟୋଜନ କରିଥିଲେ । ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଅନଲାଇନରେ ୧୪ ଜୁଲାଇ, ୨୦୨୦ରୁ ୭ ଅଗଷ୍ଟ ପର୍ୟ୍ୟନ୍ତ MyGov ପୋର୍ଟାଲରେ ଏହି ଲଘୁ ଫିଲ୍ମର ଏକ ଲାଇଭ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । www.MyGov.in ୱେବସାଇଟରେ ଏହି ପ୍ରତିଯୋଗିତାର ବିସ୍ତୃତ ବିବରଣୀ ସହ ପଞ୍ଜିକରଣ କରାଯାଇଥିଲା । ଏହାର ବିଷୟବସ୍ତୁ “ରାଷ୍ଟ୍ରର ପ୍ରଗତିରେ ଦେଶାତ୍ମବୋଧ ଓ ଆତ୍ମନିର୍ଭରତାର ନୂତନ ମନ୍ତ୍ର” ରଖାଯାଇଥିଲା । ଏହି ପ୍ରତିଯୋଗିତାର ବିଜେତାମାନଙ୍କ ନାମ ମନ୍ତ୍ରଣାଳୟ ଦ୍ୱାରା ଆଜି ଘୋଷଣା କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ଟୁଇଟ କରି ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୪୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୧୫୧, ରାୟଗଡାରୁ ୧୪୬, ସୁନ୍ଦରଗଡରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗୀରିରୁ ୭୫, ଯାଜପୁରରୁ ୭୪, ବାଲେଶ୍ବରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ୩୦, ଭଦ୍ରକରୁ ୨୮, ନୂଆପଡାରୁ ୨୭, କଳାହାଣ୍ଡିରୁ ୨୧, କେନ୍ଦ୍ରାପଡାରୁ ୧୯, କେଉଁଝରରୁ ୧୮, ଦେବଗଡରୁ ୧୭, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬, ଅନୁଗୁଳରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୦, ୫୦୩ ଜଣ କରୋନା ଆକ୍ରାନ୍ତ…
ଭୁବନେଶ୍ବର, ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ହରିତ ପଥ ନାମକ ଏକ ମୋବାଇଲ ଆପ ବିକଶିତ ହୋଇଛି। ଏହି ଆପ ଜରିଆରେ ଏହାର ବିଭିନ୍ନ କ୍ଷେତ୍ରୀୟ ସଂସ୍ଥା ଅଧୀନରେ ଥିବା ବୃକ୍ଷ ପ୍ରକଳ୍ପ, ଏହାର ଲକ୍ଷ୍ୟ, ପ୍ରଗତି ଓ ରକ୍ଷଣାବେକ୍ଷଣ ଇତ୍ୟାଦି ଉପରେ ନଜର ରଖାଯିବ। ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ ଆଜି ଏହି ଆପର ଉଦଘାଟନ କରିଛନ୍ତି। ଦେଶରେ ୨୫ ବର୍ଷ ଧରି ସେବା ଯୋଗାଉଥିବା ଏନଏଚଏଆଇ ହରିତ ଭାରତ ସଂକଳ୍ପ ଯୋଜନା ହାତକୁ ନେଇଛି । ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା କରାଯିବ ବୋଲି ଏନଏଚଏଆଇ ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଅଧୀନରେ ଏନଏଚଏଆଇ ୨୫ ଦିନରେ ୨୫ ଲକ୍ଷ ଚାରା ରୋପଣ କରିଛି। ଦେଶର ବିଭିନ୍ନ ରାଜପଥର କଡେ କଡେ ଜୁଲାଇ ୨୧ରୁ ଅଗଷ୍ଟ ୧୫ ମଧ୍ୟରେ ଏହି ଚାରା ରୋପଣ କାର୍ଯ୍ୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ପ୍ରଶାସନର ନିୟନ୍ତ୍ରଣରେ ରହିଛି। ପ୍ରାୟ ଏକମାସ ପରେ ଆଜି ସଂକ୍ରମିତ ସଂଖ୍ୟା ଦୁଇଶହ ତଳକୁ ଖସି ୧୬୨ ଚିହ୍ନଟ ହୋଇଛି। ସମୁଦାୟ ୮୦୭୩ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିପାରୁନାହିଁ। ଆଜି ମଧ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୪୨ ବର୍ଷୀୟ ଯୁବକ, ଜଣେ ୫୦ ବର୍ଷୀୟ ମହିଳା, ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ ଜଣେ ୫୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ନୂତନ ସଂକମ୍ରିତ ମଧ୍ୟରେ ଜଗନ୍ନାଥପ୍ରସାଦରୁ ୩, ଭଂଜନଗରରୁ ୩, ବେଲଗୁଣ୍ଠାରୁ ୩, ବୁଗୁଡ଼ାରୁ ୧, ସୋରଡ଼ାରୁ ୧, ଆସିକାରୁ ୧୬, ପୋଲସରାରୁ ୬, ଖଲିକୋଟରୁ ୯, ସାନଖେମୁଣ୍ଡିରୁ ୩, କବିସୂର୍ଯ୍ୟନଗରରୁ ୯, ପୁରୁଷୋତ୍ତମପୁରୁର ୪, ହିଂଜିଳିକାଟୁରୁ ୧୦, ଗଂଜାମରୁ ୭, ଛତ୍ରପୁରୁରୁ ୧୫, ରଙ୍ଗେଇଲୁଣ୍ଡାରୁ ୧୫, କୁକୁଡ଼ାଖଣ୍ଡିରୁ ୬, ଚକିଟିରୁ ୫, ଦିଗପହଣ୍ଡିରୁ ୩, ପାତ୍ରପୁରରୁ…

