ଭୁବନେଶ୍ବର, ଆଜି ପବିତ୍ର ନୁଆଖାଇ ଉପଲକ୍ଷେ ଚାରିଆଡେ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ଏହି ପବିତ୍ର ଉତ୍ସବ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ନବୀନ ଏଥର ସମ୍ବଲପୁରୀ ଭାଷାରେ ନିଜର ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ନୂଆଖାଇ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଜୁହାର। ନୂଆଖାଇ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ ମା ସମଲେଶ୍ବରୀଙ୍କ ନିକଟରେ ପ୍ରାର୍ଥନା। ଏଥିସହିତ କରୋନା କଟକଣା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖି ଏହି ପର୍ବ ପାଳନ କରିବାକୁ ମଧ୍ୟ ନବୀନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ଆଜି ଦେଶରେ ୬୯, ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦ଲକ୍ଷ ୪୪ ହଜାର ୯୪୧ରେ ପହଞ୍ଚିଥିବାବେଳେ ୭ ଲକ୍ଷ ୭ ହଜାର ୬୬୮ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୮୦ହଜାର ୫୬୭ରେ ପହଞ୍ଚିଛି। ସେହିପରି ଦେଶରେ ଆଜି କରୋନାରେ ୯୧୨ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଦେଶରେ କୋରୋନଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୬,୭୦୬ କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ର ସର୍ବାଧିକ ୨୧ ହଜାର ୯୯୫ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ତାମିଲନାଡୁରେ ୬୪୨୦, କର୍ଣ୍ଣାଟକରେ ୪୬୧୫, ଦିଲ୍ଲୀରେ ୪୨୮୪ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। (ଏଜେନ୍ସି)
କେଦାର ମିଶ୍ର ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି। ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି। ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ। ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ। ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ। ନୁଆଁ ଖାଇ ସକାଳୁ…
ସମ୍ବଲପୁର, ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ। ହେଲେ କରୋନା ପାଇଁ ନୂଆଖାଇର ଉତ୍ସାହ ଫିକା ପଡିଯାଇଛି। ମୁଖ୍ୟତଃ ପଶ୍ଚିମ ଓଡିଶାବାସୀ ମା ସମଲେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି କରିଥାନ୍ତି। ହେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କରୋନା ପାଇଁ ଭକ୍ତଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ପୂଜା କରିବା ପାଇଁ କୁହାଯାଇଛି। ଫଳରେ ଏହି ଗଣପର୍ବକୁ ଚଳିତ ବର୍ଷ ଜଣପର୍ବ ଭାବେ ପାଳିତ ହେଉଛି। ଏହି ମହାନ ପର୍ବ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳାରେ ସମସ୍ତଙ୍କୁ ଅଭିନନ୍ଦନ କରିଛନ୍ତି। ଲୋକପ୍ରିୟ ଅଭିନନ୍ଦନ ବାର୍ତ୍ତା ନୂଆଖାଇ ଜୁହାରକୁ ସେ ନିଜ କଳା ମାଧ୍ୟମରେ ପ୍ରତିପାଦନ କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୫ ଜଣ। ଏଥିସହିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୮୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୩୫୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୫ଜଣ, ନାଉଗାଁ ବ୍ଲକରୁ ୭ଜଣ, ରଘୁନାଥପୁର ବ୍ଲକରୁ ୬ଜଣ, କୁଜଙ୍ଗ ବ୍ଲକରୁ ୧୪ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ, ପାରାଦ୍ଵୀପରୁ ୨ଜଣ ଏବଂ ବିରିଡ଼ି ଓ ଜଗତସିଂହପୁର ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ: ଚଳିତ ବର୍ଷ ମେଡ୍-ଇନ୍-ଚାଇନା ଗଣପତି ମୂର୍ତ୍ତିଗୁଡ଼ିକର ଆମଦାନୀ ହୋଇନାହିଁ। ଏନେଇ ଆଜି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଘୋଷଣା କରାଯାଇଛି। ସିଏଆଇଟି ସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ପ୍ରତିବର୍ଷ ସାରା ଦେଶରେ ପ୍ରାୟ ୩୦ କୋଟି ପ୍ରତିମା କିଣାଯାଏ। ଗଣେଶ ଚତୁର୍ଥୀ ଅବସରରେ ଚାଇନା ପ୍ରତିବର୍ଷ ପ୍ରାୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ରପ୍ତାନି କରୁଥିଲା। କିନ୍ତୁ ଚଳିତ ବର୍ଷ ଗଣେଶ ପ୍ରତିମା ଆମଦାନୀ କରାଯାଇ ନାହିଁ। ଏହାପୂର୍ବରୁ, ଭାରତୀୟ ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଚାଇନାର ସାମଗ୍ରୀକୁ ବର୍ଜ୍ଜନ କରିବାକୁ ଆହ୍ଵାନ ଦିଆଯାଇଥିଲା। ଖଣ୍ଡେଲୱାଲଙ୍କ ଅନୁଯାୟୀ, ଚଳିତ ବର୍ଷ ଛୋଟ ପ୍ରତିମାକୁ ଅଧିକ ପସନ୍ଦ କରାଯାଉଛି ଏବଂ ଲୋକମାନେ ମନ୍ଦିରକୁ ଆସିବା ପରିବର୍ତ୍ତେ ନିଜ ଘରେ ପ୍ରଭୁ ଗଣେଶଙ୍କ ପ୍ରତିମା ସ୍ଥାପନ କରି ପ୍ରାର୍ଥନା କରିବାକୁ ପସନ୍ଦ କରିଛନ୍ତି। (ଏଜେନ୍ସି)
ଭୁବନେଶ୍ୱର : ରାଜ୍ୟରେ ସବୁଆଡ଼େ କରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜାନିରାଡ଼ମ୍ବର ଭାବେ ପାଳିତ ହୋଇଅଛି। ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟବିଧି ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ବିନାୟକ। କିନ୍ତୁ ମହାବିଦ୍ୟାଳୟ ନିକଟରେରହୁଥିବା ଛାତ୍ର ପଙ୍କଜ କୁମାର ବେହେରା ନିଆରାଢଙ୍ଗ ଓ ଖୁବ୍ କମ୍ ସମୟରେ ଗଢିଛନ୍ତି ଗଣେଶଙ୍କ ମୂର୍ତ୍ତି । ଓଡ଼ିଶାର ପାରମ୍ପରିକ ଟେରାକୋଟା ଶୈଳୀରେ ଏହି ମୂର୍ତ୍ତି ଗଠନ କରିବାକୁ ପଙ୍କଜକୁ ମାତ୍ର ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ଶୈଳୀରେ ମୂର୍ତ୍ତିଗଠନ କରି ପଙ୍କଜ ଆମ ପରମ୍ପରାକୁ ରୁଦ୍ଧିମନ୍ତକରିବା ପାଇଁ ବାର୍ତ୍ତା ଦେଇଛନ୍ତି । ଦୁଇ ଫୁଟର ଏହି ଟେରାକୋଟା ଶୈଳୀର ମୂର୍ତ୍ତିରେ ସ୍ଥାନେ ସ୍ଥାନେ ହାଲୁକା ରଙ୍ଗର ପ୍ରୟୋଗ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସହ ୨ଜଣ ଅଧ୍ୟାପକସାମାଜିକ ଦୂରତା ରକ୍ଷା କରି ଗଣେଶଙ୍କୁ ଆରାଧନା କରିଥିଲେ।
ଭୁବନେଶ୍ବର ଆଜି ରାଜ୍ୟରେ ୧୭୭୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡରୁ ୬୮, ବାଲେଶ୍ବରରୁ ୫୮, ନୟାଗଡରୁ ୫୧, କଳାହାଣ୍ଡିରୁ ୩୮, କେଉଁଝରରୁ ୩୮, ବରଗଡରୁ ୩୨, ଗଜପତିରୁ ୩୦, ବଲାଙ୍ଗୀରିରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩, କେନ୍ଦ୍ରାପଡାରୁ ୨୨, ଢେଙ୍କାନାଳରୁ ୨୦, ଝାରସୁଗୁଡାରୁ ୧୫, ଅନୁଗୁଳରୁ ୭, ନୂଆପଡା ଏବଂ ସୋନପୁରରୁ ୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୨, ୨୭୬ ଜଣ କରୋନା ଆକ୍ରାନ୍ତ…
ଭୁବନେଶ୍ବର, ବର୍ତ୍ତମାନ ନୂଆ ପଦ୍ଧତିରେ ଯେଉଁମାନେ ମାଛ ଚାଷ କରିବେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏ ନେଇ ମତ୍ସ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ହୋଇଛି। ମୁଖ୍ୟତଃ ପୋଖରୀ ନ ଖୋଳି ଏକ ବିଶେଷ ଧରଣର କୁଣ୍ଡରେ ମାଛଚାଷ କରିବା ପାଇଁ ପ୍ରତ୍ସାହିତ କରାଯିବ। ଏହି ପଦ୍ଧତି ମାଛଚାଷକୁ ‘ବାଓଫ୍ଲକ’ ବୋଲି କୁହାଯାଇଥାଏ। ଏହି ପଦ୍ଧତିରେ ଯେଉଁମାନେ ଚାଷ କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ରାଜ୍ୟ ସରକାର 40 ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେବେ। ତେବେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ 60 ପ୍ରତିଶତ ସହାୟତା ଯୋଗାଇ ଦିଆଯିବ। (ଏହି ମାଛଚାଷ ସଂପର୍କରେ ଖୁବ ଶିଘ୍ର ଏକ ବିସ୍ତୁତ ଗବେଷଣାତ୍ମକ ରିପୋର୍ଟ ସମୀକ୍ଷାରେ ପ୍ରକାଶ ପାଇବାକୁ ଯାଉଛି।)
ଭୁବନେଶ୍ୱର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବ। ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ଏସବୁ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ୭୦ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଚାରା ରୋପଣ, ଚାରା ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଚାରା ଉତ୍ପାଦନ, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ଚତୁଃପାଶ୍ୱର୍ରେ ଟ୍ରେଞ୍ଚ ଖନନ, ମୂଲ୍ୟବାନ କାଠ ଉଦ୍ଧାର, ଜଙ୍ଗଲ ରାସ୍ତା ନିର୍ମାଣ ଆଦି ବନ ପ୍ରକଳ୍ପଗୁଡ଼ିକୁ ନରେଗା କମିଟି ମଞ୍ଜୁରୀ ପ୍ରଦାନ କରିଥାଏ । ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଜଙ୍ଗଲ ରାସ୍ତା ମରାମତି କାର୍ଯ୍ୟ ହାତକୁ ନିଆଯାଉଛି । ଚଳିତ ବର୍ଷ ଏହି ଯୋଜନାରେ ରାଜ୍ୟର ୪୦…
ଭୁବନେଶ୍ୱର: ବଗଳା ଧର୍ମଶାଳା ଜମି ବିକ୍ରି ସଂପର୍କରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମାଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟି କରଣ ରଖିଛି। ଏଥିରେ କୁହାଯାଇଛି ଯେ, ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମିଛକଥା। ଏହାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମି ଛାଡ଼ିଥିବା ଲୋକଙ୍କୁ ଆବଣ୍ଟନ କରାଯାଇଛି। ପ୍ଲଟ କରି ଖଣ୍ଡ ଖଣ୍ଡ ବିକ୍ରୀ କରିବା ଅଭିଯୋଗ ସଂପୂର୍ଣ୍ଣ ମିଛ। ସେହିପରି ବଗଳା ଧର୍ମଶାଳା ପରିସରରେ ଯେଉଁମାନଙ୍କୁ ଥଇଥାନ କରାଯାଇଛି, ସେମାନେ ମୁଖ୍ୟତଃ ମନ୍ଦିର ସେବାୟତ। ପୂର୍ବ କାଳରୁ ସେମାନେ ମନ୍ଦିର ନିକଟରେ ରହି ଆସୁଥିଲେ। ହେଲେ ମହାପ୍ରଭୁଙ୍କ ପାଇଁ ସେମାନେ ତାଙ୍କର ଭିଟାମାଟି ତ୍ୟାଗ କରି ମନ୍ଦିର କରିଡର ପ୍ରକଳ୍ପକୁ ସହଯୋଗ କରିଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ସରକାରଙ୍କ ଅନୁମୋଦିତ ଥଇଥାନ ପ୍ୟାକେଜ ଅନୁସାରେ ରାଜସ୍ୱ ଜମିରେ ଥଇଥାନ କରାଯାଇଛି। ତେବେ ପୁରୀରେ ଧର୍ମଶାଳାର କ୍ଷମତା ବୃଦ୍ଧି ପାଇଁ ଯୋଜନା କରାଯାଇଛି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୫୩ ଜଣ ଥିବାବେଳେ ୧୪୨ ଜଣ ସ୍ଥାନୀୟ କେସ। ପୋଲିସ ସିକ୍ଯୁରିଟି ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ଜଣ, ପଟିଆ କିଟ କ୍ୟାମ୍ପସରୁ ୧୧ଜଣ , ରିଜର୍ଭ ପୋଲିସ କଲୋନୀରୁ ୮, ଚନ୍ଦ୍ରଶେଖରପୁର ଏଚ ବି କଲୋନୀରୁ ୪, ରସୁଲଗଡରୁ ୪, ବିଜେବି ନଗରରୁ ୩, ବଦଗଡ କେନାଲ ରୋଡରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ ଅନଲ-3 ରେ ଅନ୍ତଃ ରାଜ୍ୟ ଏବଂ ରାଜ୍ୟ ଭିତରେ ଲୋକ ଓ ସାମଗ୍ରୀ ପରିବହନରେ କୌଣସି କଟକଣା କରାଯାଇ ନାହିଁ। ହେଲେ କେତେକ ରାଜ୍ୟରେ ଏହାକୁ ନ ମାନି ପରିବହନକୁ ପୁରା କଟକଣା କରି ଦେଇଛନ୍ତି। ତାହାକୁ ତୁରନ୍ତ ହଟାଯାଉ ବୋଲି କେନ୍ଦ୍ର ଗୃହ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଲକ ଡାଉନ ଯୋଗୁଁ ସାରା ଦେଶର ଅର୍ଥନିତି ଭୂଷୁଡି ପଡିବାର ସମ୍ଭାବନା ରହିଛି। ହେଲେ କୋଭିଡ ସଂକ୍ରାମଣ ଭୟରେ କେତେକ ରାଜ୍ୟ ପରିବହନ ବ୍ୟବସ୍ଥାକୁ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଅନ୍ୟ ରାଜ୍ୟକୁ ଆସିବାକୁ ଥିବା ବିଭିନ୍ନ ଜିନିଷ ମିଳିବାରେ ବାଧା ସୃଷ୍ଟି ହେଉଛି। ତୁରନ୍ତ ରାଜ୍ୟମାନେ ଏହା ଉପରେ ଧ୍ୟାନ ଦେବାକୁ ଗୃହ ବିଭାଗ ତାଗିଦ କରିଛି।
ଭୁବନେଶ୍ବର, ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ସଂଖ୍ୟାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା କେବଳ 4ଟି ସ୍ଥାନରୁ ହେଉଛି। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେଥିପାଇଁ ଏହି 4ଟି ସହର ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ସେହି 4ଟି ସହର ହେଲା ବାଲୁଗାଁ, ବାଣପୁର, ଟାଙ୍ଗୀ ଏବଂ ବୋଲଗଡ। ମୁଖ୍ୟତଃ ଯେଉଁ ପ୍ରବାସୀ ଶ୍ରମିକ ଖୋର୍ଦ୍ଧା ଆସିଥିଲେ, ସେମାନଙ୍କ ମଧ୍ୟରେ ଏହି ଚାରୋଟି ବ୍ଲକରେ ସଂଖ୍ୟା ଅଧିକ ଥିଲା। ସେଥିପାଇଁ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଜିଲ୍ଲାପାଳ କହିଛନ୍ତି। ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାକୁ 17 ହଜାର 4ଶହ 5 ଜଣ ପ୍ରବାସୀ ଶ୍ରମିକ ଆସିଥିଲେ। ସେମାନଙ୍କ ମଧ୍ୟ 77 ପ୍ରତିଶତ ପ୍ରବାସୀ ଏହି ଚାରୋଟି ବ୍ଲକର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାର ସୁସ୍ଥତା ହାର 59 ପ୍ରତିଶତ ଏବଂ ବର୍ତ୍ତମାନ…
ଭୁବନେଶ୍ବର, ରାଜଧାନୀରେ ବର୍ତ୍ତମାନ କୋଭିଡ19 ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ଆଗାମୀ ଏକ ମାସ ପାଇଁ ଆମକୁ ସତର୍କ ହୋଇ ରହିବାକୁ ପଡିବ। ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ। ତେବେ ବର୍ତ୍ତମାନ ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ ହୋଇଛି ବୋଲି କମିଶନର କହିଛନ୍ତି। ଏହାର କାରଣ ହେଲା ଅନ୍ୟାନ୍ୟ ସହର ତୁଳନାରେ ଭୁବନେଶ୍ବରରେ ସଂକ୍ରାମଣ ହାର କମ ରହିଛି। କମିଶନର ପ୍ରେମଚାନ୍ଦ ଦେଶର କେତେକ ବଡ ବଡ ସହରର ଆଣ୍ଟିବଡି ଗ୍ରାଫ୍ ପ୍ରଦାନ କରିଥିଲେ। ସେହି ଅନୁସାରେ ବିଭିନ୍ନ ସହରରେ ଆଣ୍ଟିବଡି ପ୍ରତିଶତ ହେଲା ବ୍ରହ୍ମପୁର-31% ପୁନେ-55 % ମୁମ୍ବାଇ-40% ଅହମ୍ମଦାବାଦ-20% ଆଣ୍ଟିବଡି ରହିଛି ବର୍ତ୍ତମାନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲେ ମଧ୍ୟ ସେଥିପାଇଁ କେହି ଭୟଭିତ ହେବାର ଆବଶ୍ୟକ ନାହିଁ। ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସପିଟାଲରେ ଯଥେଷ୍ଠ ସଂଖ୍ୟାରେ ବେଡ…
ଭୁବନେଶ୍ୱର: ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ। ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନେକ ବ୍ୟାଧିରୁ ମଣିଷକୁ ସୁସ୍ଥ କରାଇଥାଏ ତୁଳସୀ। ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଗବେଷକ। କରୋନାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ ତୁଳସୀର ଅନେକ ଉପକାରୀତା ରହିଛି ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ସୋଆର ସେଂଟର ଫର୍ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ ନେଇ ଗବେଷଣା ଆରମ୍ଭ କରାଯାଇଛି। କେନ୍ଦ୍ର ବିଜ୍ଞାନ ଏବଂ…
ଭୁବନେଶ୍ବର, ପୁରୀ ପ୍ରଶାସନ ତୁରନ୍ତ ବଗଲା ଧର୍ମଶାଳାକୁ ପ୍ଲଟିଂ ବିକ୍ରୀ ଯୋଜନାରୁ ନିବୃତ ରୁହନ୍ତୁ। ତାହା ନ ହେଲେ ବିଜେପି ତରଫରୁ ତୀବ୍ର ବିରୋଧ କରାଯିବ। ଆଜି ଭୁବନେଶ୍ବରରେ ବିଜେପି କାର୍ଯ୍ୟାଳୟରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମ୍ବାଦିକ ସମ୍ମିଳନୀରେ ପାତ୍ର ଆହୁରି କହିଛନ୍ତି ଯେ, ଏହି ପ୍ଲଟିଂ ଯୋଜନା ପଛରେ ଏକ ବଡ ଷଢଯନ୍ତ୍ର ରହିଛି। ବର୍ତ୍ତମାନ ପୁରୀ ମ୍ୟୁନିସପାଲଟିରେ ନିର୍ବାଚିତ ପ୍ରତିନିଧି ନାହାଁନ୍ତି। ହେଲେ ସେମାନେ କିପରି ଏହି ଜମିକୁ ବିକ୍ରୀ କରିବାକୁ ଗଲେ ତାହା ପ୍ରଶ୍ନ ଉଠିଛି ବୋଲି ସମ୍ବିତ କହିଛନ୍ତି। ବଗଲା ଧର୍ମଶାଳାରେ ଗରୀବ ଶ୍ରେଣୀର ଭକ୍ତମାନେ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଜଣେ ବ୍ୟକ୍ତି ଏହି ଜମିକୁ ଦାନ କରିଛନ୍ତି। କୌଣସି ଦାନ ଜମିକୁ କେହି ବି ବିକ୍ରୀ କରିପାରିବେ ନାହିଁ। ତେଣୁ ସରକାର ତୁରନ୍ତ ଏହି ଜମି ବିକ୍ରୀ ପ୍ରକିୟାକୁ ବନ୍ଦ କରନ୍ତୁ ବୋଲି ସମ୍ବିତ କହିଛନ୍ତି।
ନୂଆଦିଲ୍ଲୀ, ଜଣେ ମହିଳାଙ୍କ ପେଟରୁ ବାହାରିଲା 50 କେଜି ଓଜନର ଏକ ଟ୍ୟୁମର। ଏହି ଘଟଣାଟି ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତକଥା। ଘଟଣଟି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ହସପିଟାଲରେ ଘଟିଛି। ପ୍ରାୟ 10 ଜଣିଆ ଡାକ୍ତରୀ ଦଳ ଜଣେ ମହିଳାଙ୍କ ପେଟକୁ ଅପରେସନ କରି ଏହି ବାରଟକାୟ ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଏହି ଡାକ୍ତରୀ ଦଳକୁ ଲାଗିଥିଲା ପ୍ରାୟ ସାଢେ ତିନିଘଣ୍ଟା ସମୟ। ବର୍ତ୍ତମାନ କରୋନା ପରିସ୍ଥିତିରେ ତାଙ୍କ ପେଟକୁ ଓପନ ସର୍ଜରୀ କରିବା ଏକ ବଡ ସଫଳତା ବୋଲି କୁହାଯାଉଛି। ନୂଆଦିଲ୍ଲୀରେ ରହୁଥିବା ଜଣେ ମହିଳା ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ସେମାନେ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଏହି ଟ୍ୟୁମର ଥିବାର ଜାଣିବାକୁ ପାଇଲେ। ତେବେ ସେହି ଟ୍ୟୁମର ଯେଉଁ ଆକାରର ପେଟ ଭିତରେ ଥିଲା ସେଥିରେ ଲାପ୍ରୋସ୍କୋପିକ ସର୍ଜରୀ କରିବା ସମ୍ଭବ ନ ଥିଲା। ଫଳରେ ପ୍ରାୟ…
ରାଉରକେଲା, ଆସନ୍ତାକାଲି ନୂଆଖାଇ ଉପଲକ୍ଷେ ରାଉରକେଲା ସହରକୁ ସପ୍ତାହଅନ୍ତ ସଟ ଡାଉନ ନିୟମରେ କୋହଳ କରାଯାଇଛି। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ କୋଭିଡ19 ନିୟମ ଅନୁସାରେ ରାଜ୍ୟ ସରକାର ପରିସ୍ଥିତିକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରିପାରିବେ। ବର୍ତ୍ତମାନ ରାଉରକେଲା ପରିସ୍ଥିତି ଅନ୍ୟ ସ୍ଥାନଠାରୁ ଭଲରେ ଅଛି। ସେଥିପାଇଁ କେବଳ ରାଉରକେଲା ମୁନିସପାଲଟି ଅଞ୍ଚଳରେ ରବିବାର ଦିନ ସର୍ଟ ଡାଉନକୁ ପ୍ରତ୍ୟାହାର କରାଯାଇଛି। ଏହାଦ୍ବାରା ଲୋକମାନେ ସେଠାରେ ନୂଆଖାଇ ପର୍ବ ଭଲରେ ପାଳନ କରିପାରିବେ। ତେବେ ଲୋକମାନେ ଯେପରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ପ୍ରଭୃତି ନିୟମ କଡାକଡି ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଏହାକୁ ନଜରରେ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି.
ନବରଂଗପୁର, ଦିନକୁ ଦିନ ନବରଂଗପୁର ଜିଲ୍ଲାରେ କରୋନା ସ୍ଥିତି ଅଣାୟତ ହେଉଥିବାରୁ ଜିଲ୍ଲାପାଳ ଦୁଇଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି। ଆସନ୍ତା 25 ଓ 26 ତାରିଖ ରେ ପୁରା ଜିଲ୍ଲା ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଗଣମାଧ୍ୟମକୁ ଏହି ନିୟମରେ କୋହଳ କରାଯାଇଛି। କୋଭିଡ19 ନିୟମ ଅନୁସାରେ ଜିଲ୍ଲାରେ ସ୍ବାସ୍ଥ୍ୟ କର୍ମିଙ୍କୁ ଅନୁମତି ପ୍ରଦାନ କରାଯିବ।
ରମେଶ ମହାନ୍ତି ଜଗତସିଂହପୁର : ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଚିତିରା ପଞ୍ଚାୟତରେ, ସେ ରାଜଧାନୀର ଏକାମ୍ର ମହାବିଦ୍ୟାଳୟରୁ ସମ୍ପାଦକ ଭାବେ ନିର୍ବାଚିତ ହୋଇ ରାଜନୀତି ଜୀବନ ଆରମ୍ଭ କରି ସମାଜ ସେବାକୁ ବ୍ରତ କରିଥିବା ନାରୀନେତ୍ରୀ ମନ୍ଦାକିନୀ କରଙ୍କ ଉପରେ ବିଜୁ ଜନତା ଦଳର ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ତାଙ୍କୁ ରାଜ୍ୟ ବିଜୁ ଜନତା ଦଳ ସମ୍ପାଦିକା ଏବଂ ଅତିରିକ୍ତ ରାଜ୍ୟ ଛାତ୍ର ସଙ୍ଗଠନ ଦାୟିତ୍ୱ ମିଳିଛି । ରାଜ୍ୟରେ ଛାତ୍ର,ଛାତ୍ରୀ ମାନଙ୍କ ସଙ୍ଗଠନକୁ ମଜଭୁତ କରିବାକୁ ମନ୍ଦାକିନୀ ଅଣ୍ଟା ଭିଡିବେ ।ଛାତ୍ର ଜୀବନରୁ ନେତୃତ୍ବ ନେବାର ଆଭାସ ବାରି ହେଉଥିଲା ତାଙ୍କର । ୨୦୦୬ରେ ଏକାମ୍ର ମହାବିଦ୍ୟାଳୟ ରେ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇ ମହାବିଦ୍ୟାଳୟର ଭଲମନ୍ଦ ଓ ଛାତ୍ର ଛାତ୍ରୀଙ୍କର ସୁବିଧା ଅସୁବିଧା ନେଇ ମହାବିଦ୍ୟାଳୟର କତୃପକ୍ଷଙ୍କ ନଜରକୁ ଆଣୁଥିଲେ ମନ୍ଦାକିନୀ । ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ…

