Author: Samikhsya Bureau

ନୂଆଦିଲ୍ଲୀ : ଆଜି ବସିଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉତକ୍ଷିପ୍ତ ହୋଇଥିବା ଦେଖାଯାଇଛି। କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଗି ଯାଇ ଟ୍ବିଟ୍ କରିଛନ୍ତି। ସିବଲ ଟ୍ୱିଟ କରି ଲେଖିଛନ୍ତି ଯେ, ରାହୁଲ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଛୁ। ରାଜସ୍ଥାନ ହାଇକୋର୍ଟରେ ଦଳକୁ ସଫଳତା ଦେଲୁ । ମଣିପୁରରେ ବିଜେପି ବିରୋଧୀରେ ଲଢି ଦଳକୁ ବଞ୍ଚାଇଲୁ । ଗତ 30 ବର୍ଷ ଧରି ବିଜେପି ପକ୍ଷରେ ଗୋଟିଏ ବି ବୟାନ ଦେଇନଥିବାର କହିଛନ୍ତି ସିବଲ୍‌ । ଏତେ ପରେ ବି ଆମ ଉପରେ ବିଜେପି ସହିତ ମିଶିଥିବାର ଅଭିଯୋଗ ଲଗାଯାଉଛି । ରାହୁଲଙ୍କ ଏପରି…

Read More

ନୂଆଦିଲ୍ଲୀ : ଦିଲ୍ଲୀର ଢିଚାଉ ନିକଟ ଏକ କୂଅରୁ ଶୁକ୍ରବାର ସନ୍ଧ୍ୟାରେ ଏକ 45 ବର୍ଷୀୟ ବ୍ୟକ୍ତିଙ୍କର ଶବ ମିଳିଥିଲା । ପୋଲିସ୍‌ ଏହି ଘଟଣାର ତଦନ୍ତ କରି ଏହି ଘଟଣାର ଅଭିଯୁକ୍ତଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ଓମ୍‌ ପ୍ରକାଶ ସିଂଙ୍କୁ ହତ୍ୟା ମାମଲାରେ ପୋଲିସ୍‌ ତାଙ୍କ ଚାକରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କହିଛନ୍ତି ଯେ, ତାଙ୍କ ଦରମା ନ ବଢାଇବାରୁ ଚାକର ଜଣକ ରାଗରେ ଏପରି କାଣ୍ଡ ଘଟାଇଛନ୍ତି । ଅଗଷ୍ଟ 22 ତାରିଖରେ ବାବା ହରିଦାସ ନଗର ଥାନା ପୋଲିସ୍‌କୁ କୂଅରୁ ଦୁର୍ଗନ୍ଧ ଆସୁଥିବାର ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଏକ ବସ୍ତା ଉଦ୍ଧାର କରିଥିଲା । ଏହି ବସ୍ତା ଭିତରେ ଜଣେ ଯୁବକର ମୃତଦେହ ରହିଥିଲା । ମୃତଦେହର ହାତ ଗୋଡ ବନ୍ଧା ହୋଇଥିଲା । ଏହା ପରେ ପୋଲିସ୍‌…

Read More

ଭୁବନେଶ୍ବର : ଆଜି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମତି କ୍ରମେ ଏକ ତାଲିକା ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ଟିମରେ 27ଜଣ ପରାମର୍ଶଦାତା, , 23 ଜଣ ସାଧାରଣ ସମ୍ପାଦକ, 24 ଜଣ ଉପ-ସଭାପତି, 79ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ସେହିଭଳି  41 ନମ୍ୱର ଓ୍ୱାର୍ଡର ଅଖିଳ ମହାପାତ୍ରଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି ।

Read More

ମୁମ୍ବାଇ : ଦେଶର ସବୁଠୁ ମହଙ୍ଗା ଖାଦ୍ୟ (ପନିପରିବା) ମଧ୍ୟରେ ଏହା ଅନ୍ୟତମ । କେବଳ ଏହା ଶ୍ରାବଣ ମାସରେ ବିକ୍ରି ହୋଇଥାଏ । ଏହା ଦେଶର କେବଳ ଦୁଇଟି ରାଜ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଏହି ଦୁଇ ଜାଗାରେ ଏହାର ନାମ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଏହି ସବ୍‌ଜିରନାମ ଖୁଖାଡି । ଏହାର ମୂଲ୍ୟ ପ୍ରତି କିଲୋ 1200ଟଙ୍କା । କିନ୍ତୁ ବଜାରକୁ ଆସିବା ମାତ୍ରେ ହିଁ ଏହି ସବ୍‌ଜୀ ବିକ୍ରି ହୋଇଥାଏ । ଏହି ସବ୍‌ଜୀରେ ମାତ୍ରାଧିକ ପ୍ରୋଟିନ୍‌ ରହିଥାଏ । ଛତିଶଗଡରେ ଏହାକୁ ଖୁଖାଡୀ କୁହାଯାଉଥିବାବେଳ ଝାରଖଣ୍ଡରେ ଏହାକୁ ରୁଗ୍‌ଡା କୁହାଯାଏ । ଏହି ଖାଦ୍ୟ ପଦାର୍ଥଟି ମସରୁମ୍‌ ପ୍ରଜାତିର ବୋଲି ସୂଚନା ରହିଛି । ଏହାକୁ ଦୁଇ ଦିନ ମଧ୍ୟରେ ରୋଷେଇ କରି ଖାଇବାକୁ ହୋଇଥାଏ । ନହେଲେ ଏହା ନଷ୍ଟ ହୋଇଯାଇଥାଏ । ଏହା ଛତିଶଗଡର ବଳରାମପୁର, ସୁରଜପୁର, ସରଗୁଜା ସମେତ…

Read More

କେଦାର ମିଶ୍ର ଅଦାଲତ ଅବମାନନା ଅଭିଯୋଗକୁ ନେଇ ଏବେ ସାରା ଦେଶରେ ବିତର୍କ ଚାଲିଛି। ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କର ଦୁଇଟି ଟୁଇଟ ଲାଗି ଅଦାଲତ ଅବମାନନା ଦୋଷରେ ମାନ୍ୟବର ସୁପ୍ରିମ କୋର୍ଟ ଦୋଷୀ ଘୋଷଣା କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ନେଇ ଦେଶରେ ଏବଂ ପୃଥିବୀର ବିଭିନ୍ନ ବୈଧାନିକ ମହଲରେ ବ୍ୟାପକ ବିତର୍କ ଚାଲିଛି। ଭାରତୀୟ ସାମ୍ବିଧାନିକ ଆଇନକୁ ଦୀର୍ଘ ବର୍ଷ ଧରି ତର୍ଜମା କରି ଆସୁଥିବା ସଲି ସରାବଜି, ଦେଶର ପୂର୍ବତନ ୧୨ ଜଣ ବରିଷ୍ଠ ବିଚାରପତି, ଶହ ଶହ ଆଇନଜୀବୀ ଓ ମାନବାଧିକାର ସଂଗଠନ, ଖୋଦ ଭାରତ ସରକାରଙ୍କର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପ୍ରମୁଖ ଏହି ରାୟକୁ ବିରୋଧ କରିଛନ୍ତି। ନିଜେ ପ୍ରଶାନ୍ତ ଭୂଷଣ ନିଜ ବକ୍ତବ୍ୟରେ ଅଟଳ ସହିବା ସହିତ ଏଥିଲାଗି ଅଦାଲତ ଯାହା ଦଣ୍ଡ ଦେବେ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ଲିଖିତ ଭାବରେ କହିଛନ୍ତି। ଆଜି ଏ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଦଶ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମ ଜିଲାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୨ ଜଣ, କଟକ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ ହୋଇଛନ୍ତି। ଗଞ୍ଜାମ ରୁ ୪ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୩, ୬୦, ୬୦ ଏବଂ ୬୮ ବର୍ଷ ବୋଲି ଜଣାପଡିଛି। ସୁନ୍ଦରଗଡର ଦୁଇ ଜଣ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୬୫ ଏବଂ ୬୭। ସେହିପରି ରାୟଗଡାରୁ ଜଣେ ୫୫ ବର୍ଷୀୟ ପୁରୁଷ, ନଯାଗଡର ଜଣେ ୬୫ ବର୍ଷୀୟ ପୁରୁଷ ଏବଂ କଟକରୁ ଜଣେ ୬୫ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ…

Read More

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି।   କଟକରୁ ସର୍ବାଧିକ ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୭୪ ଜଣ ଚିହ୍ନ ହୋଇଛନ୍ତି। ସେହିପରି ଯାଜପୁରରୁ ୨୧୫, କୋରାପୁଟରୁ ୧୮୧, ଗଞ୍ଜାମରୁ ୧୭୯, ମୟୂରଭଞ୍ଜରୁ ୧୫୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪, ନୟାଗଡରୁ ୯୩, ବାଲେଶ୍ବରରୁ ୮୮, ପୁରୀରୁ ୮୬, ସୁନ୍ଦରଗଡରୁ ୮୧, ମାଲକାନଗିରିରୁ ୭୮, ଭଦ୍ରକରୁ ୬୬, ବରଗଡରୁ ୬୨, ବଲାଙ୍ଗିରିରୁ ୫୭, କେନ୍ଦ୍ରାପଡାରୁ ୫୬, ଜଗତସିଂହପୁରରୁ ୫୧, କନ୍ଧମାଳରୁ ୩୪, କଳହାଣ୍ଡିରୁ ୩୦, କେନ୍ଦୁଝରରୁ ୩୦, ନବରଙ୍ଗପୁରରୁ ୨୬, ସୋନପୁରରୁ ୨୬, ଝାରସୁଗୁଡାରୁ ୨୦, ଢେଙ୍କାନାଳରୁ ୧୩, ବୌଦ୍ଧରୁ…

Read More

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି।  

Read More

ନୂଆଦିଲ୍ଲୀ: ଆଜି ଦେଶରେ ୬୧,୪୦୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩୬ ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୩୧ ଲକ୍ଷ ୬ ହଜାର ୩୪୯ କୁ ବୃଦ୍ଧି ପାଇଛି। ତେବେ ସୁସ୍ଥ ହୋଇ ୨୩,୩୮,୦୩୫ ଜଣ ଘରକୁ ଫେରିଥିବା  ବେଳେ ଚିକିତ୍ସାଧୀନ ଅଛନ୍ତି ୭,୧୦୭୭୧ ଜଣ ଏବଂ କରୋନା ରେ ୫୭,୫୪୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରେ ସର୍ବାଧିକ ୨୨,୨୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ତାମିଲନାଡୁରେ ୬୫୧୭, କର୍ଣ୍ଣାଟକରେ ୪୬୮୩, ଦିଲ୍ଲୀରେ ୪୩୦୦ ଜଣ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛନ୍ତି ମନ୍ତ୍ରୀ ଅନୁରାଗ ଠାକୁର

Read More

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଆଜିଠୁ ୨୭ ତାରିଖ ଯାଏ ବର୍ଷ ହେବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୃବାନୁମାନ କରାଯାଇଛି।  ସମ୍ଭାବ୍ୟ ଲଘୁଚାପ ଯୋଗୁ ଆସନ୍ତା ୨୪ ତାରିଖ ରାତିରୁ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ପୁରୀ ଏବଂ ଅନୁଗୋଳ ଜିଲାରେ ପ୍ରବଳ ବର୍ଷିବ। ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ସେହିପରି ୨୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ଅନୁଗୋଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ୨୭ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ,…

Read More

ପୁରୀ, ଆଜି ମହାନ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟିଲଙ୍କ ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଜେଟଲି ଏଏମସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଗମନ କରିଥିଲେ।  ଏହି ପରିପ୍ରେକ୍ଷୀରେ ଆଜି ଦେଶର ବିଭିନ୍ନ ନେତା ତାଙ୍କୁ ସ୍ମରଣ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅରୁଣ ଜେଟିଲଙ୍କୁ ମନେ ପକାଇଛନ୍ତି। ସେ କରିଥିବା ବାଲୁକା କଳାକୁ ଆଜି ତାଙ୍କ ଟୁଇଟରରେ ଛାଡି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି।

Read More

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ୩୪୩ କିଲୋମିଟର ଦୂର ତଥା ଟିକମଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି । ଏଠାରେ ଏକ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି।  ମୃତକମାନେ ହେଲେ ଖଡ଼ଗପୁର ସହରର ୬୨ ବର୍ଷୀୟ ଧରମଦାସ ସୋନି, ୫୫ ବର୍ଷୀୟ ପୋନି ସୋନି, ୨୭ ବର୍ଷୀୟ ମନୋହର ସୋନି, ୨୫ ବର୍ଷୀୟା ବୋହୁ ସୋନମ ସୋନି ଓ ୪ବର୍ଷୀୟ ନାତି ସାନିଧ୍ୟ। ସମ୍ପୃକ୍ତ ପରିବାରଙ୍କ ଘର ଭିତର ପଟୁ ବହୁ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ପଡୋଶୀ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଘର ଭିତରକୁ ପ୍ରବେଶ କରିଥିଲା । ପୋଲିସ ଟିମ ପ୍ରଥମେ ମନୋହରଙ୍କ ମୃତଦେହ ଏକ ପଂଙ୍ଖାରେ ଝୁଲୁଥିବା ଦେଖିଥିଲେ । ପରେ ପୋଲିସ ଟିମ ଅନ୍ୟ ଏକ ରୁମରୁ ପରିବାରର ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର…

Read More

ନୂଆଦିଲ୍ଲୀ, ଆଜି ହେଉଛି ଭାରତର ଜଣେ ପ୍ରତିଷ୍ଠିତ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ୍ ଆଜିର ଦିନରେ ଜେଟିଲ ଏମଏସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଗମନ କଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, ମୋ ବନ୍ଧୁଙ୍କଠାରୁ ବହୁତ କିଛି ହରାଇଲି। ସେ ଭାରତର ନିଃସ୍ବାର୍ଥ ଭାବେ ସେବା କରି ଆସୁଥିଲେ। ସେହିପରି ତାଙ୍କ ଝିଅ ସୋନାଲୀ ଜେଟିଲ ମଧ୍ୟ କହିଛନ୍ତି ଯେ, ସେ କେବଳ ମୋ ବାପା ନ ଥିଲେ , ସେ ଭାରତର ସନ୍ତାନ ଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଜେଟିଲଙ୍କୁ ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଜେଟିଲ ଜଣେ ଉଚ୍ଚକୋଟିର ରାଜନେତା,ବକ୍ତା ଏବଂ ଜଣେ ଭଲ ମଣିଷ ଥିଲେ।

Read More

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁଟନ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୪୯୦ ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୫୩ ହଜାର ୨୯୫ ଓ ଟ୍ରୁନଟ ଟେଷ୍ଟ ୧୨୪ଟି ହୋଇଛି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୯ ହଜାର ୨୧୯ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ, ବର୍ତ୍ତମାନ ସାରା ବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସାରା ବିଶ୍ବରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ କୋଟି ପାଖରେ ପହଁଞ୍ଚିଲାଣି। ହିସାବ ଅନୁସାରେ ବର୍ତ୍ତମାନ ସାରା ବିଶ୍ବରେ ୨ କୋଟି ୩୫ ଲକ୍ଷ ୮୩ ହଜାର ୬୧୬ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମୃତ୍ୟୁ ସଂଖ୍ୟା ହେଉଛି ୮ ଲକ୍ଷ ୧୨ହଜାର ୫୧୩ ଜଣ। ତେବେ ବିଶ୍ବରେ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହିସାବ ଅନୁସାରେ ବର୍ତ୍ତମାନ ୧ କୋଟି ୬୦ ଲକ୍ଷ ୮ ହଜାର ୫୭୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହିସାବ ଅନୁସାରେ ଆମେରିକା-  ୫,୮୭୪,୧୪୬ ଜଣ ବ୍ରାଜିଲ-୩,୬୦୫,୭୮୩ ଭାରତ-୩,୧୦୫,୧୮୫ ରୁଷିଆ-୯୫୬,୭୪୯

Read More

ନୂଆଦିଲ୍ଲୀ, ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟକଳାପ ଭାବେ ବିବେଚନା କରାଯାଇଥାଏ। ଏହା ଦେଶରେ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ। କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ଗଣମାଧ୍ୟମ ପାଇଁ ପ୍ରସ୍ତୁତ କରୁଥିବା କାର୍ଯ୍ୟକ୍ରମର ଅଂଶୀଦାରମାନେ ଏଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକ। ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ସମ୍ପର୍କ କରି ଏନେଇ ଏକ ଏସଓପି ଜାରି କରିଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଏସଓପି ଜାରି କରିଛନ୍ତି। ଏହାର ମୁଖ୍ୟ ନିୟମାବଳୀଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅଦରକାରୀ କାର୍ଯ୍ୟକଳାପକୁ ଆବଦ୍ଧାଞ୍ଚଳରେ ଅନୁମତି ପ୍ରଦାନ କରାଯିବ…

Read More

ନୂଆଦିଲ୍ଲୀ, ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି। ଗତ ୬ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧,୧୪୭ ନମୁନା ପରୀକ୍ଷା କରାଯାଇ ପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୫୨,୯୨,୨୨୦ରେ ପହଞ୍ଚିଛି। ବ୍ୟାପକ ନମୁନା ପରୀକ୍ଷଣ କାର‌୍ୟ୍ୟକ୍ରମକୁ ଦକ୍ଷତାର ସହିତ କାର‌୍ୟ୍ୟକାରୀ କରାଯାଉଛି। ଗତ ୩ ସପ୍ତାହ ମଧ୍ୟରେ ହୋଇଥିବା ହାରାହାରି ନମୁନା ପରିକ୍ଷଣକୁ ଅନୁଧ୍ୟାନ କଲେ ଏହା କିପରି ଅଗ୍ରଗତି କରିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ଦକ୍ଷତାର ସହିତ କାର‌୍ୟ୍ୟକାରୀ କରାଯିବା ଦ୍ଵାରା ନିୟୁତ ପିଛା ଏହି ହାର ଆଜି…

Read More

ନୂଆଦିଲ୍ଲୀ, ଅଧିକରୁ ଅଧିକ କରୋନା ସଂକ୍ରମିତ ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ଲାଭ କରୁଥିବାରୁ ଦେଶରେ ସୁସ୍ଥତା ହାର ପାଖାପାଖି ୭୫ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୯ ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ଆଜି ୨୨,୮୦,୫୬୬ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ (୭,୦୭,୬୬୮) ପାଖାପାଖି ୧୬ ଲକ୍ଷ (୧୫,୭୨,୮୯୮) ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଜୁଲାଇ ପହିଲାରୁ ୭ ତାରିଖ ମଧ୍ୟରେ ଏହା ୧୫,୦୧୮ ଥିବାବେଳେ ଅଗଷ୍ଟ ୧୩ରୁ ୧୯ ତାରିଖ ମଧ୍ୟରେ ଏହା ୬୦,୫୫୭କୁ ବୃଦ୍ଧି ପାଇଛି । ନୀରବଚ୍ଛିନ୍ନ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂଖ୍ୟାର ମାତ୍ର ୨୩.୨୪ ପ୍ରତିଶତ ବୋଲି ଜଣାପଡିଛି । ଏଥିସହିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ବର୍ତ୍ତମାନ ୧.୮୬ ପ୍ରତିଶତରେ ପହଞ୍ଚିଛି। ଏହାକୁ ବିଶ୍ଵର ସର୍ବନିମ୍ନ ବୋଲି ବିବେଚନା କରାଯାଉଛି । ବ୍ୟାପକ…

Read More

ଭୁବନେଶ୍ୱର, କୋଭିଡ୍‌-୧୯ ନିୟମାବଳୀ ଏବଂ କଟକଣାର ପାଳନ ମଧ୍ୟରେ ଆଜି ରାଜ୍ୟର ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନ୍‌ରେ ଛତୁଆ ଏକ ପ୍ରମୁଖ ଉ ପାଦାନ। ବୟସ ଅନୁପାତରେ ଶିଶୁ ଓ ମହିଳା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ୧ ତାରିଖରେ ଟେକ୍‌ ହୋମ୍‌ ରାସନ ଭାବେ ଛତୁଆ, ଚିକି, ବାଦାମ ଲଡୁ, ଅଣ୍ଡା ଆଦି ଯୋଗାଇ ଦିଆଯାଉଛି । ଛତୁଆ ମିଶ୍ରଣର ଗୁଣାତ୍ମକ ଅଭିବୃଦ୍ଧି ଏବଂ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗ ପକ୍ଷରୁ ୨୦୧୯ ମସିହା ଅଗଷ୍ଟ ମାସରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଟ୍‌ଡ଼ାଉନ୍ ସମୟରେ ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଏବଂ ପେଟ୍ରୋଲିଂ କଡ଼ାକଡ଼ି କରି ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ବ୍ରହ୍ମପୁର ପୋଲିସ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ୧୩୪ ଟି ଗାଡ଼ି ସମ୍ବନ୍ଧୀୟ ଅମାନିଆଙ୍କୁ ୬୭ହଜାର ଟଙ୍କା ଜୋରିମାନା ପକାଯାଇଥିବାବେଳେ ମାସ୍କ ପିନ୍ଧିନଥିବା ୧୩୭ ଜଣ ଅମାନିଆଙ୍କଠାରୁ ୨୭ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସାମାଜିକ ଦୂରତା ଉଲ୍ଲଂଘନରେ ୨୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହିପରି ଗଂଜାମ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ଗୋଟିଏ ଜୁଆଆଡ୍ଡା ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୬୫୮୦ ଟଙ୍କା ଜବତ ହୋଇଛି। ୭ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୭ ଜଣକୁ ଗିରଫ କରାଯାଇଥିବାବେଳେ ୧୦୮୪ ଲିଟର ମଦ ଜବତ…

Read More