ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର ରାଜ୍ୟର ୩ୟ ର୍ୟାଙ୍କ ସହ ରେକର୍ଡ଼ ସଫଳତା ହାସଲ କରିଛି। ଆଜି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ମହାବିଦ୍ୟାଳୟର ୧୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୫ ପ୍ରଥମ ଶ୍ରେଣୀରେ, ୬ ଜଣ ଦ୍ୱିତୀୟ ଶ୍ରେଣୀରେ, ଏବଂ ୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ରାହୁଲ ପ୍ରସନ୍ନ ସାହୁ ୫୬୧ (୯୩.୫%), ଏସ୍. ସାଇକ୍ରିଷ୍ଣା ପାତ୍ର ୫୫୪, ତୃତୀୟ ସ୍ଥାନରେ ବି. ସ୍ନେହା ରାଣୀ ପାତ୍ର ୫୫୦, ଚତୁର୍ଥ ସ୍ଥାନରେ ଏ. ସନ୍ଧ୍ୟାରାଣୀ ୫୪୮ ନମ୍ବର ରଖିଛନ୍ତି। ସ୍କୁଲର ପ୍ରଥମ ସ୍ଥାନ ହାସଲ କରିଥିବା ରାହୁଲ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ଅନୁଷ୍ଠାନ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି। ଛାତ୍ରଛାତ୍ରୀଙ୍କ ରାଜ୍ୟସ୍ତରୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରିକୃଷ୍ଣ ନାୟକ, ସଂପାଦକ…
Author: Samikhsya Bureau
ମୈନପୁରୀ : ଉତ୍ତରପ୍ରଦେଶର ମୈନପୁରୀଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ସନ୍ଦେହ କରି କୋଦାଳରେ ନିଜ ସ୍ତ୍ରୀର ବେକ କାଟି ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଘିରୋରା ଥାନା ଅଞ୍ଚଳର ଦାରାପୁର ଗ୍ରାମରେ ଏହି ଘଟଣା ଘଟିଛି । ଗ୍ରାମରେ ରଣବୀର ସିଂହ ନିଜ ସ୍ତ୍ରୀ ଗୁଡ୍ଡି ଓରଫ ମୀନା ଦେବୀ ଓ ସନ୍ତାନଙ୍କ ସହିତ ରହୁଥିଲେ । ପ୍ରାୟ ଦ୍ବିପ୍ରହର ଦୁଇଟା ସମୟରେ ଗୁଡ୍ଡୀ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ । ଗୁଡ୍ଡୀ ଘରଠାରୁ ଟିକେ ଆଗକୁ ଯାଇଥିବାବେଳେ ରଣବୀର ଏକ କୋଦାଳ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ରଣବୀର କୋଦାଳ ସାହାଯ୍ୟରେ ଗୁଡ୍ଡିଙ୍କ ବେକ କାଟି ଦେଇଥିବାବେଳେ ଘଟଣାସ୍ଥଳରେ ଚିତ୍କାର କରି ଗୁଡ୍ଡି ତଳେ ପଡିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀମାନେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ୍ ବିଟ ହାଉସ ଅଧିକାରୀ ମୁରଲୀଧର ବଳିଆରସିଂହଙ୍କ ଗତ ଅଗଷ୍ଟ ୯ ତାରିଖ ଦିନ ମୃତ୍ୟୁ ଘଟିଥିଲା। ଆଜି ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ ଉପଲକ୍ଷେ ବାଣପୁର ଥାନା ପରିସରରେ ବାଣପୁର ପୋଲିସ୍ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ଅବସରରେ ସବ୍ ଇନ୍ସପେକ୍ଟର ପ୍ରସନ୍ନ କୁମାର ଜେନା, ଏଏସ୍ଆଇ ଶ୍ରୀନିବାସ ପ୍ରଧାନ, ଏଏସ୍ଆଇ ବସନ୍ତ ପଟ୍ଟନାୟକ, ଏଏସ୍ଆଇ ମହେନ୍ଦ୍ର କୁମାର ସେଠୀ, ଏଏସ୍ଆଇ ନମିତା ନାୟକ ଓ ଅନ୍ୟ ଷ୍ଟାଫ୍ମାନେ ସ୍ବର୍ଗତ ବଳିଆରସିଂହଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସୂଚନାଯୋଗ୍ୟ, ସ୍ୱର୍ଗତ ବଳିଆରସିଂହଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର…
ମସ୍କୋ : ମରିଯିବା ପରେ ପୁଣି ଜୀବିତ ହେଲେ ମହିଳା । ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କୁ ଶବ ଗୃହରେ ରଖାଯାଇଥିଲା । ତେବେ ଶବଗୃହରେ ଗୋଟିଏ ରାତି ରହିବା ପରେ ମହିଳା ଜଣକ ପୁଣି ଥରେ ଜୀବିତ ହୋଇ ଉଠିଛନ୍ତି । ଏହି ମହିଳାଙ୍କ ନାମ ଜିନୋଦା କନୋନୋଭା । 81 ବର୍ଷୀୟ ଏହି ମହିଳା ଜଣକ ଗୋଟିଏ ରାତି ଶବାଗାରରେ ରହିବା ପରେ ସକାଳୁ ଜୀବିତ ଅବସ୍ଥାରେ ସେଠାରୁ ବାହାରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ 14 ତାରିଖରେ ରୁଷ୍ର ଏକ ହସ୍ପିଟାଲରେ ସର୍ଜରୀ ପରେ ସମ୍ପୃକ୍ତା ମହିଳାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ସମ୍ପୃକ୍ତା ମହିଳାଙ୍କୁ ରାତ୍ରି 1.10 ସମୟରେ ଶବଗାରରେ ରଖାଯାଇଥିଲା । ପ୍ରାୟ 7 ଘଣ୍ଟାପରେ ସକାଳ 8ଟା ସମୟରେ ଶବ ଗୃହରୁ ଜିନୋଦା ଜୀବିତ ଦେଖି ହସ୍ପିଟାଲ କର୍ମଚାରୀ ମାନେ ଚକିତ ହୋଇଯାଇଥିଲେ । ସାଙ୍ଗେ…
ଭୁବନେଶ୍ବର : ସେହିପରି ଆଜି ରାଜ୍ୟରୁ କରୋନା ଯୋଗୁଁ ଆଜି 8 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 166ରେ ପହଞ୍ଚିଥିବାବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା 52କୁ ବୃଦ୍ଧି ହୋଇଥିବାବେଳେ କଟକରେ 19, ପୁରୀରେ 10 ଓ ଢେଙ୍କାନାଳରେ 2 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ।
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 2ହଜାର 898 ପଜିଟିଭ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 524 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 241, ନୟାଗଡରୁ 232, ଗଞ୍ଜାମରେ 226, ବଲାଙ୍ଗିରରୁ 173, ବାଲେଶ୍ବରରୁ 140, କୋରାପୁଟରୁ 132, ଭଦକ୍ରରୁ 107, ରାୟଗଡାରୁ 105, ପୁରୀରୁ 104, ସୁନ୍ଦରଗଡରୁ 101, ଜଗତସିଂହପୁରରୁ 84, ସମ୍ବଲପୁରରୁ 77, କଳାହାଣ୍ଡିରୁ 76, ଯାଜପୁରରୁ 69, କନ୍ଧମାଳରୁ 63, କେନ୍ଦ୍ରାପଡାରୁ 57, ମାଲକାନଗିରିରୁ 56, ମୟୂରଭଞ୍ଜ ଓ ଗଜପତିରୁ 53ଜଣ ଲେଖାଏଁ ରହିଥିବାବେଳେ ଝାରସୁଗୁଡାରୁ 49, ଢେଙ୍କାନାଳରୁ 44, ନବରଙ୍ଗପୁରରୁ 37, କେଉଁଝରରୁ 35, ସୋନପୁରରୁ 23, ଅନୁଗୁଳରୁ 16, ବରଗଡରୁ 9, ନୂଆପଡାରୁ 8, ଦେବଗଡରୁ 3 ଓ ବୌଦ୍ଧରୁ ଜଣେ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଜି 2 ହଜାର 898 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1792ଜଣ ଚିହ୍ନଟ ହୋଇଥିବାବେଳେ 1106ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 70ହଜାର20କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 22 ହଜାର 651ଜଣ । ସେହିପରି ସୁସ୍ଥ ହୋଇଛନ୍ତି 46 ହଜାର 935ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 372ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ୱର: ବିଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ 17.83 ମିଟର ରହିଛି । ଆଜି ସକାଳ 7ଟା ସୁଦ୍ଧା ଏଠାରେ 17.56 ମିଟର ଥିଲା । ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଥିବାରୁ ବିଭିନ୍ନ ବ୍ଲକର ତଳିଆ ଅଂଚଳର ଚାଷ ଜମି ଜଳମଗ୍ନ ହୋଇଛି । ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ମଥାନିରେ ଜଳକାରେ ବିପଦ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଂକେତ 5.5 ମିଟର ଥିବା ବେଳେ ଜଳସ୍ତର 6.6 ମିଟର ରହିପାରିବ । ଫଳରେ ବନ୍ୟା ଆଶଙ୍କା ଯୋଗୁଁ ତଳିଆ ଅଂଚଳର ଲୋକେ ଆତଙ୍କିତ ହୋଇଛନ୍ତି । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ବଲାଙ୍ଗୀର, ନବରଙ୍ଗପରୁ, ନୂଆପଡ଼ା, କଳାହାଣ୍ଡି, କଟକ, ଖୋର୍ଦ୍ଧା ଜିଲ୍ଲା ସମତେ…
ଭୁବନେଶ୍ବର, ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ବର୍ତ୍ତମାନ ଉପକୂଳ ଓଡିଶାରେ ବର୍ଷାର ଭୟ ନାହିଁ। ହେଲେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ 14 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଦିଆଯାଇଛି। ଏହି ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ଅନୁଗୁଳ। ଏହି ଜିଲ୍ଲାଗୁଡିକରେ ସତର୍କ ରହିବା ପାଇଁ ଚେତାଇ ଦିଆଯାଇଛି। ସେହିପରି ୟେଲୋ ୱାର୍ଣ୍ଣି ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଂଜ, କେନ୍ଦ୍ରାପଡି ଏବଂ ବୈଦ୍ଧ ।
କେଦାର ମିଶ୍ର ଜୀବିକା ଉଜୁଡି ଗଲେ, ଲୋକେ ତାକୁ ଖବର ବୋଲି ଭାବନ୍ତି ନାହିଁ। ଚାଷୀ ଋଣ ଶୁଝି ନ ପାରି, ଆତ୍ମହତ୍ୟା କଲେ, ତାକୁ ବି ଆମେ ଖବର ବୋଲି ବିଚାର କରୁନା। ଆମ ପାଇଁ ସବୁଠୁ ବଡ ଖବର ହେଉଛି, ବଲିଉଡ, କ୍ରିକେଟ ଓ ରାଜନୈତିକ ତାମଶାବାଜି। ଗତ କାଲି, ଯେତେବେଳେ ସୁପ୍ରିମ କୋର୍ଟ କହିଲେ ଯେ ଆତ୍ମହତ୍ୟା କରିଥିବା ସିନେମା ତାରକା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରିବ, ବହୁ ଲୋକ କହିଲେ ଆମକୁ ନ୍ୟାୟ ମିଳିଗଲା। ଏହି ସମାନ ସମୟରେ ଚାକିରି ହରାଇ କେତେ ଲୋକ ଆତ୍ମହତ୍ୟା କରିଛନ୍ତି, ତାର ହିସାବ କାହା ପାଖରେ ଅଛି କି? ସେମାନଙ୍କ ପାଇଁ ନ୍ୟାୟ କିଏ ଦେବ? ମାର୍ଚ୍ଚ-ଏପ୍ରିଲ ମାସରେ ଲକ ଡାଉନର ବିପତ୍ତିକୁ ସାମ୍ନା କରିବାକୁ ଯାଇ ଲକ୍ଷ ଲକ୍ଷ ଲୋକ ରାସ୍ତାରେ ଚାଲି ଚାଲି ଗଲେ। ସେମାନଙ୍କ ଭିତରୁ ଅତି କମରେ…
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ 28 ଲକ୍ଷ 36 ହଜାର 926 ଜଣ ଲୋକ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇସାରିଲେଣି । ଗତ 24 ଘଣ୍ଟା ମଧ୍ୟରେ, ଦେଶରେ ରେକର୍ଡ ସଂଖ୍ୟକ 69 ହଜାର 652 ଜଣ ନୂତନ କରୋନା ରୋଗୀ ଦେଶରେ ଚିହ୍ନଟ ହୋଇଛନ୍ତି | ସେହିପରି 977 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା 53 ହଜାର 994କୁ ବୃଦ୍ଧି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସର୍ବଶେଷ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ 6 ଲକ୍ଷ 86 ହଜାର 395 ଜଣ ସକ୍ରିୟ ରୋଗୀ ରହିଛନ୍ତି । ଏବେ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା 20 ଲକ୍ଷ 96 ହଜାର 665 ରହିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 20.96 ଲକ୍ଷ ଲୋକ ସୁସ୍ଥ…
ଗଂଜାମ : ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଂଚାୟତ ପାତୁଲା ଗାଁରେ ଆଜି ତିନି ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୌଣସି କାରଣକୁ ନେଇ ତିନି ଜଣ ଯୁବକ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ଜଣଙ୍କର ଜୀବନ ଯାଇଥିବା ବେଳେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଅନ୍ୟ ଦୁଇ ଜଣଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ସୂଚନା ପାଇ ଗାଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଂଚି ଜଣଙ୍କର ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଛାନଭିନ ଆରମ୍ଭ କରିଦେଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୂର୍ବାନୁମାନ କରାଯାଉଛି ।
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜଧାନୀର ଅବସ୍ଥା ସଂଘାତିକ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଗତକାଲି ରାଜଧାନୀରେ ପ୍ରବଳ ବର୍ଷା ହୋଇ ନ ଥିଲେ ମଧ୍ୟ ଧାରାବାହିକ ଭାବେ ବର୍ଷା ଯୋଗୁଁ ଏପରି ପରିସ୍ଥିତି ହୋଇଛି। ଆଜି ବିଏମସି ତରଫରୁ ବିଭିନ୍ନ ସ୍ଥାନରେ ଜମି ରହିଥିବା ପାଣିକୁ ନିଷ୍କାସନ ଆରମ୍ଭ ହୋଇଛି। ଏହି ବର୍ଷାରେ ନୂଆପଲ୍ଲୀ ବେହେରା ସାହି, କଟକରୋଡ, ବମିଖାଲ, ପଞ୍ଚସଖା ନଗର, ଶତାବ୍ଦୀ ନଗର, ହଂସପାଳ ଭୋଇସାହି, ନୂଆପାଟଣା, ଶ୍ରୀରାମ ସିଟି, ଝାରପଡ଼ା ଶାନ୍ତି ନଗର, ଲକ୍ଷ୍ମୀସାଗରର, ଗଧିଆଖାଲ, ଅଢେଇ ଖାଲ, ପାଣ୍ଡବ ନଗର, ଗୌରୀନଗର, ପବିତ୍ର ଗେଷ୍ଟହାଉସ୍, ବୈରାଗୀ ନଗର, ଗାୟତ୍ରୀ ନଗର, ଜଗମୋହନ ନଗରରେ ପାଣି ଜମିଥିଲା।
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଇ-ସଞ୍ଜିବନୀ ଡିଜିଟାଲ ପ୍ଲାଟଫର୍ମ ଦ୍ଵାରା ୨ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି । ମାତ୍ର ୧୦ ଦିନ ମଧ୍ୟରେ ଏହି ସଫଳତା ହାସଲ ହୋଇପାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଗତ ୯ ତାରିଖ ଦିନ ୧.୫ ଲକ୍ଷ ଟେଲି ପରାମର୍ଶ ପୂର୍ତ୍ତି ଅବସରରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱରୂପ ଇ-ସଞ୍ଜିବନୀ ପ୍ଲାଟଫର୍ମ କରୋନା ବୈଶ୍ଵିକ ମହାମାରୀ କାଳରେ ଟେଲି ପରାମର୍ଶ ଜରିଆରେ ସମାଜର ଅଶେଷ ହିତ ସାଧନ କରିପାରିଛି । ଇ-ସଞ୍ଜିବନୀ ପ୍ଲାଟଫର୍ମ ୨ ପ୍ରକାରର ଟେଲି ମେଡ଼ିସିନ ସେବା ଯୋଗାଇଥାଏ । ଗୋଟିଏ ହେଲା ଡାକ୍ତର – ଡାକ୍ତର ଇ-ସଞ୍ଜିବନୀ ଓ ଦ୍ଵିତୀୟଟି ହେଲା ରୋଗୀ-ଡାକ୍ତର ଇ-ସଞ୍ଜିବନୀ ଓପିଡି ଟେଲି ପରାମର୍ଶ। ପ୍ରଥମଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର (ଏବିଏଚଡବ୍ଲୁସି)…
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଚାକିରି ଲାଗି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି। ବର୍ତ୍ତମାନ ସରକାରୀ ଚାକିରି ଲାଗି ଇଚ୍ଛୁକ ପ୍ରାର୍ଥୀଙ୍କ ଯୋଗ୍ୟତା ସର୍ତ୍ତ ସମାନ ହୋଇଥିଲେ ମଧ୍ୟ ଭିନ୍ନ ଭିନ୍ନ ପଦବୀ ନିମନ୍ତେ ପୃଥକ ନିଯୁକ୍ତି ସଂସ୍ଥାଗୁଡ଼ିକ ଦ୍ଵାରା ପରିଚାଳିତ ଭିନ୍ନ ଭିନ୍ନ ପରୀକ୍ଷା ସେମାନଙ୍କୁ ଦେବାକୁ ପଡ଼ୁଛି। ପ୍ରାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ନିଯୁକ୍ତି ସଂସ୍ଥାଗୁଡ଼ିକୁ ଶୁଳ୍କ ପରିଶୋଧ କରିବାକୁ ପଡ଼ୁଛି ଏବଂ ଏସବୁ ପରୀକ୍ଷାରେ ଭାଗ ନେବା ନିମନ୍ତେ ବହୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ୁଛି। ଏହି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କ ସହିତ ସମ୍ପୃକ୍ତ ନିଯୁକ୍ତି ଏଜେନ୍ସି ଉପରେ ମଧ୍ୟ ଚାପ ରହୁଛି। ଯେଉଁଥିରେ ବାରମ୍ବାର ହେଉଥିବା ଖର୍ଚ୍ଚ, ଆଇନ ଓ ଶୃଙ୍ଖଳା,ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗ ଏବଂ ପରୀକ୍ଷା କେନ୍ଦ୍ର ସମ୍ବନ୍ଧୀୟ ସମସ୍ୟା…
ନୂଆଦିଲ୍ଲୀ: ଜୟପୁର, ଗୌହାଟୀ ଏବଂ ତିରୁଅନନ୍ତପୁରମ୍ ବିମାନ ବନ୍ଦରକୁ ଘରୋଇ-ସରକାରୀ ସହଭାଗିତାରେ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏବେ ଏହି ୩ଟି ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଅଧୀନରେ କାର୍ଯ୍ୟ କରୁଛି। ନୂଆ ବ୍ୟବସ୍ଥାରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏହି ୩ଟିଯାକ ବିମାନ ବନ୍ଦରର ପରିଚାଳନା, ବିମାନ ଚଳାଚଳ ଓ ବିକାଶ କାର୍ଯ୍ୟ କରିବ। ଏଏଆଇ ଦ୍ୱାରା ଏଥିପାଇଁ ହୋଇଥିବା ଆନ୍ତର୍ଜାତିକ ନିଲାମରେ ଆଦାନୀ ଗୋଷ୍ଠୀ ସର୍ବାଗ୍ରେ ରହି ଏହି ଅଧିକାର ପାଇଛି। ଏହି କଂପାନୀ ୫୦ ବର୍ଷ ପର୍ଯ୍ୟନ୍ତ ଏହି ୩ଟି ବିମାନ ବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବୁଝିବ। ଏହି ଲିଜ୍ ବ୍ୟବସ୍ଥା ଦ୍ୱାରା ସଂପୃକ୍ତ ୩ ବିମାନ ବନ୍ଦରର ସେବା ପ୍ରଦାନରେ ଉନ୍ନତି, ବୃତ୍ତିଗତ ଉତ୍କର୍ଷ, ବିଶେଷଜ୍ଞତା ଏବଂ ପୁଞ୍ଜି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ୨୦୨୦-୨୧ ବର୍ଷ ପାଇଁ ଅର୍ଥାତ୍ ଆଗାମୀ ଅକ୍ଟୋବରରୁ ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଖୁ ଅମଳ ଋତୁପାଇଁ ଲାଗୁ ହେବ। ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷି ବ୍ୟୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ସରକାରଙ୍କୁ ସୁପାରିସ କରିଥିଲେ। ଏହି ଲାଭଦାୟକ ମୂଲ୍ୟ ଆଖୁ ଚାଷୀଙ୍କୁ ନିମ୍ନମତେ ପ୍ରଦାନ କରାଯିବ ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ବା ଏଫ୍ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରେ ବେସିକ୍ ରିକଭରି ରେଟ୍ ୧୦ ଶତାଂଶ ଧାର୍ୟ୍ୟ ହୋଇଛି । ବେସିକ୍ ରିକଭରି ରେଟର ଅର୍ଥ ଆଖୁରୁ କେତେ ପରିମାଣରେ ଚିନି ଉତ୍ପାଦିତ ହୋଇପାରିବ ସେହି ହିସାବ। ୧୦…
ଭୁବନେଶ୍ବର, ରାଜଧାନୀରେ ଯେଉଁମାନେ କରୋନା ପଜେଟିଭି ଚିହ୍ନଟ ହେଉଛନ୍ତି ସେମାନେ ଚାହିଁଲେ ହୋଟଲେ ରହି ଚିକିତ୍ସିତ ହୋଇପାରିବେ। ସେହିପରି ବ୍ୟବସ୍ଥା ଗ୍ରହଣ କରିଛି ଭୁବନେଶ୍ବର ମହାନଗର ନିଗମ। ଆଜି ଏକ ବିଜ୍ଞପ୍ତି ପ୍ରକାଶ କରି ବିଏମସି ତରଫରୁ କୁହାଯାଇଛି ଯେ, ରୋଗୀମାନେ ଦିନକୁ 12ଶହ 99 ଟଙ୍କା କିମ୍ବା 18ଶହ 99 ଟଙ୍କା ଦୈନିକ ପଇଠ କରି ଏହି ବ୍ୟବସ୍ଥା ଗ୍ରହଣ କରିପାରିବେ। ତେବେ ଏଥିପାଇଁ ବିଏମସି ତରଫରୁ କେତେକ ନିୟମ ମଧ୍ୟ ଜାରୀ କରାଯାଇଛି। ଭୁବନେଶ୍ବରରେ ଯେଉଁ ତିନୋଟି ହୋଟେଲରେ ଏହି ବ୍ୟବସ୍ଥା କରାଯାଇଛି ସେଗୁଡିକର ନାମ ଏବଂ ଯୋଗାଯୋଗ ଅଧିକାରୀଙ୍କ ନାମ ହେଲା
ଭୁବନେଶ୍ବର, ବିଜୁ ଜନତା ଦଳର ନେତ୍ରୀ ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହରେ ସେମିତି କିଛି ଲକ୍ଷଣ ନାହିଁ। ହେଲେ ସେ କରୋନା ଟେଷ୍ଟ କରିବା ପରେ ଡାକ୍ତର ତାଙ୍କୁ ପଜେଟିଭ ବୋଲି ଘୋଷଣା କରିଛନ୍ତି। ଫଳରେ ଶ୍ରୀମୟୀ ବର୍ତ୍ତମାନ ଆବାସିକ କ୍ବାରେଣ୍ଟାଇନରେ ରହିଛନ୍ତି। ଶ୍ରୀମୟୀ ଓଟିଡିସିର ଅଧ୍ୟକ୍ଷା ସହିତ ବିଜେଡିର ସାଧାରଣ ସଂପାଦକ ମଧ୍ୟ ଅଛନ୍ତି। ନିକଟରେ ସେ ବିଜେଡି ଯୁବ ସଂଗଠନ ତରଫରୁ ଆୟୋଜିତ ୱେବନାରରେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ଶ୍ରୀମୟୀ ଅନୁରୋଧ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ପଞ୍ଚାୟତର ବରୁଣାପଡା ଗ୍ରାମକୁ ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି। ଗତ ତିନି ଦିନ ମଧ୍ୟରେ ଏହି ଗ୍ରାମରୁ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିଲିକା ପ୍ରଶାସନ ଏହି ନିଷ୍ପତି ନେଇଛି। ଏହି ଗ୍ରାମରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଚିଲିକା ତହସିଲଦାର ପୁନମ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଷମା ବାରିକ, ସିଡିପିଓ ପ୍ରିୟଦର୍ଶିନୀ ମହାନ୍ତି, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ସରପଞ୍ଚ ସନାତନ ବେହେରା ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ସହ ଲୋକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ସଂକ୍ରମଣ ବ୍ୟକ୍ତି ହୋମ ଆଇସୋଲେସନରେ ରହିବା ସହ ଗ୍ରାମର କୌଣସି ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ କିମ୍ବା ତାସ ନଖେଳିବା ପାଇଁ ନିର୍ଦ୍ଦେଶ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୧୨୭, କଟକରୁ ୧୧୦, ପୁରୀରୁ ୮୫, କୋରାପୁଟରୁ ୬୯, ନୂଆପଡାରୁ ୬୮, ବାଲେଶ୍ବରରୁ ୬୬, ନୟାଗଡରୁ ୬୨, ବରଗଡରୁ ୫୪, କଳାହାଣ୍ଡିରୁ ୪୩, ସୁନ୍ଦରଗଡରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡାରୁ ୨୩, ଭଦ୍ରକରୁ ୨୨, ମୟୂରଭଞ୍ଜରୁ ୨୧, ଝାରସୁଗୁଡାରୁ ୨୦, ରାୟଗଡାରୁ ୧୮, କେଉଁଝରରୁ ୧୭, ସମ୍ବଲପୁରରୁ ୧୪, ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୨, ସୋନପୁରରୁ ୨ ଏବଂ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୪୬,୯୩୫ ଜଣ କରୋନା…

