ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହରର ଗୋଷାଣିନୂଆଗାଁ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ ଦୋକାନ ମଧ୍ୟକୁ ପ୍ରବେଶ କରିବାରୁ ଦୋକାନଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୋକାନଟି ବନ୍ଦ ଥିବାରୁ କାହାର କିଛି କ୍ଷତି ହୋଇନାହିଁ। ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଗୋଷାଣିନୂଆଗାଁକୁ ସଂଯୋଗ କରୁଥବା ଓଭର ବ୍ରିଜ୍ ଦେଇ ଦ୍ରୁତଗତିରେ ଆସୁଥିବା ସାର ବୋଝେଇ ଟ୍ରକ (ଓଆର୍ ୦୭ ଏସ୍ ୧୨୫୬) ଟିର ବ୍ରେକ ଫେଲ୍ ହୋଇଯାଇଥିଲା। ଫଳରେ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ପ୍ରହ୍ଲାଦ ପାଣିଗ୍ରାହୀଙ୍କ ତ୍ରିବେଣୀ ସେଲ୍ସ ପଏଣ୍ଟ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲା। ଗାଡ଼ି ଡ଼୍ରାଇଭର କାଳୁ ଚରଣ ଦାଶ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ରାସ୍ତାଟି ଜାମ୍ ହୋଇଯାଇଥିବାରୁ ଟ୍ରାଫିକ୍ ଆଇଆଇସି ସୁନିଲ ବେହେରାଙ୍କ ତତ୍ତ୍ୱାବଧାନରେ ଟ୍ରକଟିକୁ ବାହାର କରାଯାଇଥିଲା। ଫଳରେ ଯାନାବାହାନ ଚଳାଚଳ ସ୍ୱାଭାବିକ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ହେଲା ଗଂଜାମରେ ଦୁଇଶହରୁ କମ୍ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇ ଏହି ସଂଖ୍ୟା ୨୭୧ରେ ପହଞ୍ଚିଛି। ଗଂଜାମରେ ଅଧିକ ପରିମାଣରେ ଟେଷ୍ଟ ହେଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରଶାସନ କହିଛି। ଆଜି ଗଂଜାମରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଜଣେ ୬୦ ବର୍ଷୀୟ ବୃଦ୍ଧ, ଜଣେ ୬୧ ବର୍ଷୀୟ ବୃଦ୍ଧ ଏବଂ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨୭୧ ସଂକ୍ରମିତ ମଧ୍ୟରୁ ଭଂଜନଗର ବ୍ଲକ୍ରୁ ୮, ଜଗନ୍ନାଥପ୍ରସାଦରୁ ୭, ବେଲଗୁଣ୍ଠାରୁ ୫, ବୁଗୁଡ଼ାରୁ ୧୨, ସୋରଡ଼ାରୁ ୪, ପୋଲସରାରୁ ୧, ବେଗୁନିଆପଡ଼ାରୁ ୨୪, କବିସୂର୍ଯ୍ୟନଗରରୁ ୫, ଆସିକାରୁ ୬, ଧରକୋଟରୁ ୨, ସାନଖେମୁଣ୍ଡିରୁ ୮, ହିଂଜିଳିକାଟୁରୁ ୧୧, ପୁରୁଷୋତ୍ତମପୁରରୁ ୮, ଖଲିକୋଟରୁ ୧୧, ଗଂଜାମରୁ ୭, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୨୪, କୁକୁଡ଼ାଖଣ୍ଡିରୁ ୮, ଚିକିଟିରୁ ୧୩,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଗତ ପାଞ୍ଚମାସ ହେଲା ଗଂଜାମ ଜିଲ୍ଲାରେ ଲଗାତାର ଲକ୍ଡ଼ାଉନ୍, ସଟ୍ଡ଼ାଉନ୍ ଚାଲିଥିବାରୁ ବ୍ୟବସାୟ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା। ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ କଟକଣା ଲଗାଯାଇ ଅତି ଅଳ୍ପ ସମୟ ପାଇଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯଉଥିଲା। କିଛି ସ୍ଥାନରେ ମଲ୍ ଏବଂ ବଡ଼ ବଡ଼ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଫଳରେ ବ୍ୟବସାୟୀମାନେ ନାହିଁନଥିବା କ୍ଷତି ସହୁଥିଲେ। କିଛି ଦିନ ହେଲା ଗଂଜାମରେ କରୋନା ସଂକ୍ରମଣ ସଂଖ୍ୟା କମ୍ ରହୁଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ସମୟ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛି। ଯାହାଫଳରେ ଆଜିଠାରୁ ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାଯାଇପାରିବ। ଦୋକାନଗୁଡ଼ିକରେ ଜିଲ୍ଲାପାଳଙ୍କ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ, ଡ଼ବଲ୍ ବ୍ୟାରିକେଡ଼୍ ନିର୍ମାଣ, ଗ୍ଲୋବସ୍ ପରିଧାନ, କଣ୍ଟ୍ରାକ୍ଟ ଡ଼ାଇରି ଇତ୍ୟାଦି ରଖାଯାଇ ଦୋକାନଗୁଡ଼ିକ…
ଭୁବନେଶ୍ବର ଆଜି ରାଜ୍ୟରେ ସର୍ବାଧିକ ୨୧୨୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭାଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ବରରୁ ୯୦, ପୁରୀରୁ ୮୪, , ମାଲକାନଗିରିରୁ ୮୦, ସମ୍ବଲପୁରରୁ ୬୮, ରାୟଗଡାରୁ ୬୮, ମୟୂରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢେଙ୍କାନାଳରୁ ୨୩, କେନ୍ଦୁଝରରୁ ୨୩, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରିରୁ ୧୪, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୪, ୪୦୫ ଜଣ କରୋନା…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ପ୍ରତାପ ଗ୍ରାମରେ ମହିଳା ଗ୍ରୁପ ପଇସାକୁ ନେଇ ଆକ୍ରମଣ ଅଭିଯୋଗ। ପ୍ରତାପ ଗ୍ରାମର କୃଷ୍ଣ ନାୟକଙ୍କୁ ଆଜି ସକାଳେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ଏ ବାବଦକୁ ନେଇ କୃଷ୍ଣ ବାଣପୁର ଥାନାରେ ଏତଲା ଦେଇଥିଲେ। ଦେଇଥିବା ଏତଲା ଏବଂ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିବା ୧୦ ଘଟିକାରେ ପ୍ରତାପ ଗ୍ରାମର କୃଷ୍ଣ ନାୟକ(୬୦) ଘରେ ଖାଇବସିଥିବାବେଳେ ଗ୍ରୁପ ପଇସାକୁ ନେଇ ତାଙ୍କ ଦୁଇ ପୁତ୍ରଙ୍କ ସହିତ ଗାଁ ର କିଛି ଲୋକମାନମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ଲୋକମାନେ ତାଙ୍କ ଦୁଇ ପୁତ୍ରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହା ଦେଖି କୃଷ୍ଣ ଘଟଣାସ୍ଥଳରେ ପହଂଚି ଏହାର ବିରୋଧ କରିବାରୁ ଗାଁ ର ଜଣେ ବ୍ୟକ୍ତି କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ କୃଷ୍ଣ ତଳେ ପଡିଯାଇଥିବା ବେଳେ…
ପାଟନା, ଜଣେ ୬୫ ବର୍ଷିୟା ମହିଳା କଣ ଜନ୍ମ କରିପାରେ ? ପୁଣି ଆଉ ଏକ ପ୍ରଶ୍ନ ଉଠିପାରେ ସେହି ମହିଳା କଣ ୮ଟି ଛୁଆ ଜନ୍ମ କରିପାରିବ ? ସେହିପରି ସେହି ମହିଳା କଣ ୧୪ ମାସରେ ୮ଟି ଛୁଆ ଜନ୍ମ ଦେଇପାରି ? ଯେ କେହି ଏହା ଶୁଣିବ ସେ ନିଶ୍ଚିତ ମନା କରିବ। କାରଣ ଏପରି ଘଟଣା କେବେ ବି ଏହି ବିଜ୍ଞାନ ଯୁଗରେ ସମ୍ଭବ ହୋଇପାରିବ ନାହିଁ। ହେଲେ ଏହି ଅସମ୍ଭବ ଘଟଣା ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି। ଆଉ ଯେ ଏପରି ସିରିଜ ଛୁଆ ଜନ୍ମ କରିଛନ୍ତି ତାଙ୍କ ନାମ ହେଉଛି ଲିଳାବତି ଦେବୀ। ଆଉ ତାଙ୍କ ଘର ହେଉଛି ବିହାର ମୁଜାଫରପୁର ଜିଲ୍ଲା ମୁସାରୀ ବ୍ଲକ ଅଞ୍ଚଳରେ। ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ହେଉଛି ଏହି ମହିଳା ପ୍ରକୃତରେ ଜନ୍ମ ଦେଇ ନାହାଁନ୍ତି। ରାଜ୍ୟ ସରକାରଙ୍କ କାଗଜପତ୍ରରେ ଏହା…
ବିଧାନସଭାର ଗେଟ ନଂ 1 ନିକଟରେ ଥିବା ଲିଲି ପୁଲ ପାଖରୁ ଏକ 6 ଫୁଟ ଲମ୍ବାର ଢ଼ମଣା ସାପ ଉଦ୍ଧାର
ନୂଆଦିଲ୍ଲୀ, ଆସନ୍ତାକାଲି ସୋମବାର ଦିନ 11 ଟା ବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟର ବୈଠକ ଅନୁଷ୍ଠିତ ହେବ। ଏ ନେଇ ଗତ ଶନିବାରଠାରୁ ଦଳର ସଂଗଠକ ସଂପାଦକ କେ.ସି ଭେନୁଗୋପାଳ ସମସ୍ତଙ୍କୁ ଅବଗତ କରାଇଛନ୍ତି। ତେବେ ଏହି ବୈଠକକୁ ନେଇ ସମସ୍ତଙ୍କର ତୀକ୍ଷ୍ମ ନଜର ରହିଛି। କାରଣ ହେଲା ଏଥିରେ କଂଗ୍ରେସ ଦଳର ମୁଖ୍ୟ ନେତାଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ଯେପରି ହେବାରେ ଲାଗିଛି ସେଥିରେ ଅନେକ କଂଗ୍ରେସ ନେତା ଚିନ୍ତାରେ ଅଛନ୍ତି। ନିକଟରେ କଂଗ୍ରେସର କେତେକ ସଂସାଦ ଏବଂ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ନେତୃତ୍ବ ପରିବର୍ତ୍ତନ ପାଇଁ ଅନୁରୋଧ କରି ଚିଠି ଲେଖିଛନ୍ତି। ଏପରି ଏକ ବିବାଦ ଦଳ ଭିତରେ ଚାଲିଥିବା ବେଳେ ସିଡବ୍ଲୁସି ବୈଠକ ନିଶ୍ଚିତ ଭାବେ ଗୁରତ୍ବ ବହନ କରୁଛି। କଂଗ୍ରେସରୁ ବହିସ୍କୃତ ହୋଇଥିବା ନେତା ସଂଜୟ ଝା କହିଛନ୍ତି ଯେ, କଂଗ୍ରେସର ପ୍ରମୁଖ ଶହେ ଜଣ ନେତା ସୋନିଆ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି। ତାହା ହେଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ମୟୁରମାନଙ୍କୁ ନେଇ। ନୂଆଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବହୁ ଆଗରୁ ମୟୁର ରହିଆସୁଛନ୍ତି। ହେଲେ ତାହା ସେହିଠାରେ ଥିବା ଲୋକମାନେ ଜାଣିଥିଲେ। ଆଜି ବିଭିନ୍ନ ସୋସିଆଲ ମିଡିଆରେ ମୋଦିଙ୍କ ବାସଭବନ ଭିତରେ ଥିବା ମୟୁର ଭିଜୁୟାଲ ଆସିବା ପରେ ତାହା ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଛି। ଏହି ମୟୁରମାନେ ପ୍ରଧାନମନ୍ତ୍ରୀ ମର୍ଣ୍ଣିଂ ୱାକ କରୁଥିବା ବେଳେ ତାଙ୍କ ପାଖେ ପାଖେ ରହି ଆସୁଛନ୍ତି। ସାଧାରଣତଃ ମଣିଷ ଦେଖିଲେ ପକ୍ଷୀମାନେ ପଳାଇଯାଆନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ବାସଭବନର ମୟୁର ମୋଦିଙ୍କୁ ଦେଖିଲେ ମଧ୍ୟ ଡରୁ ନାହାଁନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ, ପ୍ରଧାନମନ୍ତ୍ରୀ ଏହି ମୟୁରମାନଙ୍କୁ ଭଲ ପାଉଥିବାରୁ ତାହା ସେମାନଙ୍କ ପାଇଁ ନୂଆ ହୋଇ ନାହିଁ। ସେହିପରି ମୋଦି ବଗିଚାରେ ବସି ପଢୁଥିବା ବେଳେ ମଧ୍ୟ ଏହି…
ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇଥିବାରୁ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ଟୁଇଟ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟୁଇଟ୍ରେ ଲେଖିଛନ୍ତି ଯେ “ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମନୋନୀତ ହୋଇଥିବାରୁ ମୁଁ ଗର୍ବିତ। ପ୍ରତ୍ୟେକ କ୍ରୀଡ଼ାବିତ୍ ସମସ୍ତ ପୁରସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି। ଜଣେ କ୍ରୀଡ଼ାବିତ୍ ତାଙ୍କ ଜୀବନକୁ ବାଜି ଲଗାଇ ଖେଳ ପ୍ରଦର୍ଶନ କରିଥାଏ। ମୁଁ ଅର୍ଜୁନ ପୁରସ୍କାର ପାଇବା ପାଇଁ ମଧ୍ୟ ସ୍ଵପ୍ନ ଦେଖୁଛି।” ସେହିପରି ରେସଲର ସାକ୍ଷୀ ମୋଦୀ ଏବଂ ରିଜିଜୁଙ୍କୁ ସ୍କ୍ରିନସଟ ଟ୍ୟାଗ କରି ଏକ ବାର୍ତ୍ତାରେ ଲେଖିଛନ୍ତି ଯେ, “ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପାଇଁ ମୁଁ ଅନ୍ୟ କେଉଁ ପଦକ ପାଇବା ଉଚିତ୍? କିମ୍ବା ଏହି କୁସ୍ତି ଜୀବନରେ ମୁଁ ଏହି ପୁରସ୍କାର ଜିତିବାର…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ମୟୁରମାନଙ୍କ ଚରା ଭୂମି ପାଲଟିଛି। ମୋଦି ମର୍ଣ୍ଣିଂ ୱାକ କରୁଥିବା ବେଳେ ଏହି ମୟୁରମାନେ ପୁଚ୍ଛ ଟେକି ରହିଥାନ୍ତି।
ମୁଜାଫରନଗର: ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗର ଦେଖିବାକୁ ମିଳିଛି। ଜଣେ ଦଶ ବର୍ଷର ବାଳିକାକୁ ତାଙ୍କ ଦୁଷ୍କର୍ମକାରୀ ବିବାହ କରିଥିଲେ। ପରେ ଦୁଷ୍କର୍ମକାରୀ ତାଙ୍କୁ ଟ୍ରିପଲ ତଲାକ ଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ ଘଟଣା ବୁଦ୍ଧାନା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗ୍ରାମରେ ଘଟିଛି। ଶିଶୁ ଯତ୍ନ ହେଲ୍ପଲାଇନର ଏକ ଟିମ୍ ପୀଡ଼ିତାଙ୍କ ପାଖରେ ପହଞ୍ଚି ଘଟଣାର ସତ୍ୟତା ବୁଝିବାକୁ ଚେଷ୍ଟା କରିଛି। ହେଲ୍ପଲାଇନ ଇନଚାର୍ଜ ପୁନମ ଶର୍ମାଙ୍କ ଅନୁଯାୟୀ ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କ ଦିଅର ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଫେବୃଆରୀ ୧୬ରେ ସେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ଅଭିଯୁକ୍ତ ବିବାହର କିଛି ଦିନ ପରେ ତାଙ୍କୁ ତଲାକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଶ୍ୟାମଲି ଜିଲ୍ଲାର ବାସିନ୍ଦା। ତେବେ ସେ ଝିଅଟିକୁ ତାଙ୍କ ପରିବାର ଘରେ ଛାଡିଦେଇଥିଲେ। ପରିବାର ଲୋକ ଏନେଇ ଶିଶୁ ଯତ୍ନ ହେଲ୍ପଲାଇନକୁ ଦୃଷ୍ଟି ଆକର୍ଷଣ…
ଭୁବନେଶ୍ବର, ଆଜି ପବିତ୍ର ନୂଆଖାଇ ଅବସରରେ କେନ୍ଦ୍ର ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁର ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରୀ କରି ବଡମାନଙ୍କ ଯତ୍ନ ନେବାକୁ ସେ ଅନୁରୋଧ କରିଛନ୍ତି। ବର୍ତ୍ତମାନ କରୋନା ମାହାମାରୀ ପରିସ୍ଥିତିରେ ଏଥର ନୂଆଖାଇ ଭିନ୍ନ ପ୍ରକାରର ହୋଇପଡିଛି। ତେବେ ସମସ୍ତଙ୍କୁ ମା ସମଲେଶ୍ବରୀ ସୁଖ ଓ ଶାନ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଏହି ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର ପ୍ରଥମେ ପଶ୍ଚିମ ଓଡିଶାର ସମସ୍ତ ଠାକୁରାଣୀଙ୍କୁ ପ୍ରାର୍ଥନା କରି ଅଭିନନ୍ଦନ ଜଣାଇଛନ୍ତି।
ଭୁବନେଶ୍ବର, ବର୍ତ୍ତମାନ ଦୁଇ ସପ୍ତାହ ପାଇଁ ହୋମ କ୍ବାରଣ୍ଟାଇନରେ ଅଛନ୍ତି ରାଜ୍ୟ ସରକାରଙ୍କ କୋଭିଡ19 ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ତେବେ କାରଣ ହେଲା ଯେ ଓଡିଶା ଦକ୍ଷତା ବିକାଶ କାର୍ଯ୍ୟାଳୟର କେତେକ ଅଧିକାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେହି କାର୍ଯ୍ୟାଳୟର ସେ ଅଧ୍ୟକ୍ଷ ଅଛନ୍ତି ଏବଂ ସେହି ଅଧିକାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ଫଳରେ ତାଙ୍କୁ ଡାକ୍ତର ଅଫିସ ନ ଆସି ହୋମ କ୍ବାରଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ବାଗଚୀ ନିଜ ଅଫିସକୁ ଆସିବା ବନ୍ଦ କରିବା ସହିତ ବାହାରକୁ ମଧ୍ୟ ବାହାରୁ ନାହାଁନ୍ତି। ତେବେ ତାଙ୍କ ଦେହରେ କୌଣସି କରୋନା ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ବର୍ତ୍ତମାନ ସେ ସଂପୂର୍ଣ୍ମ ସୁସ୍ଥ ଏବଂ ଫିଟ୍ ଅଛନ୍ତି ବୋଲି ଜଣାପଡିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କାଳୁପଡା ଅଞ୍ଚଳର ଜରିପଡା ପଞ୍ଚାୟତ ଦାଣ୍ଡ ସାହିରେ ଘଟିଛି ଏକ ଅଘଟଣ। ପୋଖରୀ ରେ ବୁଡି ଚନ୍ଦ୍ରକାନ୍ତ ସାହୁ(୧୮) ଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସି ପୋଖରୀରେ ବୁଡି ଯାଇଥିବା ସୂଚନା। ଖବର ପାଇ ଟାଙ୍ଗି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ଗାଁ ଲୋକଙ୍କ ସାହାଯ୍ୟର ଉଦ୍ଧାର ହେଲା ଚନ୍ଦ୍ରକାନ୍ତଙ୍କ ମୃତ ଦେହ। ଉଦ୍ଧାର ପରେ ପରିବାର ଲୋକେ ଯୁବକଙ୍କୁ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଙ୍ଗି ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ସମ୍ବଲପୁର, ଆଜି ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହି ପୂଜାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା। ଲୋକମାନେ ଏହା ଦେଖିବା ପରେ ନିଜଘରେ ପୂଜା ଆରମ୍ଭ କରିଛନ୍ତି। ତେବେ ଚଳିତ ବର୍ଷ ମା ସମଲେଶ୍ବରୀଙ୍କ ନବାନ୍ନ ବାହାରିବ ନାହିଁ। ସେଥିପାଇଁ ମନ୍ଦିର ଟ୍ରଷ୍ଟ ଲୋକମାନଙ୍କୁ ନିଜ ଘରେ ନବାନ୍ନ କରି ସାରିବା ପାଇଁ କୁହାଯାଇଛି। ପୂର୍ବରୁ ଭକ୍ତମାନେ ମାଙ୍କ ନିକଟରେ ନବାନ୍ନ ଲାଗି କରିବା ପାଇଁ ଆସିଥାନ୍ତି। ହେଲେ କରୋନା ପାଇଁ ଭକ୍ତମାନେ ମନ୍ଦିରକୁ ନ ଆସିବା ପାଇଁ ନିବେଦନ କରାଯାଇଥିଲା। ମା ଙ୍କ ନିକଟରେ ନବାହ୍ନରେ ପୂଜା କେବଳ ସେବକମାନେ ଯଥା ରିତିରେ କରିବେ ବୋଲି ନିଷ୍ପତି ହୋଇଥିଲା। ସେହି ଅନୁସାରେ ଆଜି ନିର୍ଦ୍ଧାରିତ ସମୟରେ ମାଙ୍କ ନିକଟରେ ଏହି ନବାହ୍ନ ପୂଜା କରାଯାଇଛି।
ଭୁବନେଶ୍ବର: ଆଜ୍ୟ ରାଜ୍ୟରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କୋରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୦୯କୁ ବୃଦ୍ଧି ହୋଇଛି। ଗଞ୍ଜାମରେ ତିନିଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୬୦, ୬୧ ଏବଂ ୭୦। ଗଞ୍ଜାମ ଜିଲ୍ଲାର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୪ ରେ ପହଞ୍ଚିଛି। ସେହିପରି କଟକରେ ଜଣେ ୭୫ ବର୍ଷୀୟ ପୁରୁଷ ଏବଂ ଜଣେ ୮୭ ବର୍ଷୀୟା ମହିଳା ମୃତ୍ୟୁ ବରଣ କରିଛନ୍ତି। ରାୟଗଡାରୁ ଦୁଇ ଜଣ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୬ ଏବଂ ୪୫। ବଲାଙ୍ଗିରିର ଜଣେ ୪୭ ବର୍ଷୀୟ ପୁରୁଷ, ନୟାଗଡର ଜଣେ ୫୮ ବର୍ଷୀୟ ପୁରୁଷ ଏବଂ ଗଜପତିର ଜଣେ ୪୫ ବର୍ଷୀୟ ପୁରୁଷ କରୋନାରେ ମୃତ୍ୟୁ ବରଣ କରିଛନ୍ତି।
ଭୁବନେଶ୍ବର, ନୂଆଖାଇ ଏକ ପଂରପରା ରହିଛି ବଡମାନଙ୍କର ଆର୍ଶିବାଦ ନେବା। ପୂଜା ସରିବା ପରେ ଏହି ଆର୍ଶିବାଦ ପିଲାମାନେ ନେଉଛନ୍ତି।
ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି ହୋଇଛି। କୋରୋନରୁ ୫୨,୨୭୬ ଜଣ ସୁସ୍ଥ ହୋଇଥିବାବେଳେ ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୨୭୧ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୫୮, ପୁରୀରୁ ୧୫୬, ନୟାଗଡରୁ ୧୫୩, ରାୟଗଡାରୁ ୧୩୭, ଯାଜପୁରରୁ ୧୨୧, ମୟୂରଭଞ୍ଜରୁ ୧୨୦, ବାଲେଶ୍ବରରୁ ୧୧୫, ସମ୍ବଲପୁରରୁ ୧୦୪, ବରଗଡରୁ ୯୮, କୋରାପୁଟରୁ ୯୫, ଭଦ୍ରକରୁ ୯୨, ମାଲକାନଗିରିରୁ ୮୫, ସୁନ୍ଦରଗଡରୁ ୭୦, ନବରଙ୍ଗପୁରରୁ ୬୮, କେନ୍ଦୁଝରରୁ ୬୩, ବଲାଙ୍ଗିରିରୁ ୬୨, ଢେଙ୍କାନାଳରୁ ୬୦, କନ୍ଧମାଳରୁ ୫୮, ଜଗତସିଂହପୁରରୁ ୪୬, ଝାରସୁଗୁଡା, ଗଜପତି ଓ କେନ୍ଦ୍ରାପଡାରୁ ୪୩ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୋନପୁରରୁ…
ନୂଆଦିଲ୍ଲୀ, ଆଜି ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଏହି ଅଭିନନ୍ଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତାରେ ଯାହା କହିଛନ୍ତି ତାହା ହେଲା, ” ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ। ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି। ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ନୂଆଁଖାଇ ଜୁହାର।
ଭୁବନେଶ୍ବର: ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି ହୋଇଛି। କୋରୋନରୁ ୫୨,୨୭୬ ଜଣ ସୁସ୍ଥ ହୋଇଥିବାବେଳେ ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି।

