Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗଣମାଧ୍ୟମର କାର୍ଯ୍ୟକ୍ରମ ପ୍ରସ୍ତୁତି ସଂକ୍ରାନ୍ତ ଏସଓପି ଜାରିକଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଜାତୀୟ ଖବର

ଗଣମାଧ୍ୟମର କାର୍ଯ୍ୟକ୍ରମ ପ୍ରସ୍ତୁତି ସଂକ୍ରାନ୍ତ ଏସଓପି ଜାରିକଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

August 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ministry of I&B releases SOP for Media Production

ନୂଆଦିଲ୍ଲୀ, ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟକଳାପ ଭାବେ ବିବେଚନା କରାଯାଇଥାଏ। ଏହା ଦେଶରେ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ। କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ଗଣମାଧ୍ୟମ ପାଇଁ ପ୍ରସ୍ତୁତ କରୁଥିବା କାର୍ଯ୍ୟକ୍ରମର ଅଂଶୀଦାରମାନେ ଏଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକ। ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ସମ୍ପର୍କ କରି ଏନେଇ ଏକ ଏସଓପି ଜାରି କରିଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଏସଓପି ଜାରି କରିଛନ୍ତି। ଏହାର ମୁଖ୍ୟ ନିୟମାବଳୀଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅଦରକାରୀ କାର୍ଯ୍ୟକଳାପକୁ ଆବଦ୍ଧାଞ୍ଚଳରେ ଅନୁମତି ପ୍ରଦାନ କରାଯିବ ନାହିଁ। ସେଗୁଡିକ ହେଲା କୋଭିଡ-୧୯ ଲକ୍ଷଣ ଥିବା କର୍ମଚାରୀମାନଙ୍କୁ ଅଧିକ ସାବଧାନତା ରକ୍ଷା କରିବାକୁ ପଡିବ। ମାସ୍କ କିମ୍ବା ମୁହଁ ଘୋଡାଇବା ସହ ବାରମ୍ବାର ହାତ ଧୋଇବା, କାର୍ଯ୍ୟସ୍ଥଳୀରେ ହ୍ୟାଣ୍ଡ ସାନିଟାଇଜର ରଖିବା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କାଳରେ ଶ୍ଵାସକ୍ରିୟା ଜନିତ ସମସ୍ୟା ଉପରେ ଅଧିକ ଧ୍ୟାନଦେବା ଅନ୍ତର୍ଭୁକ୍ତ।

ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପିତ ହୋଇଥିବା ଆନ୍ତର୍ଜାତିକ ନିୟମାବଳୀକୁ ବିଚାରକୁ ନେଇ ଏକ ସାଧାରଣ ଏସଓପି ମଧ୍ୟ ଜାରି କରାଯାଇଛି । ଏଥିରେ ସାମାଜିକ ଦୂରତ୍ଵ, ସୁଟିଙ୍ଗ ହେଉଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ କଟକଣା, ସାନିଟାଇଜେସନ, କର୍ମଚାରୀ ସୁରକ୍ଷା, କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଆବଦ୍ଧାଞ୍ଚଳ ଓ ଏକାନ୍ତବାସ ନିୟମାବଳୀର ପାଳନ ଅନ୍ତର୍ଭୁକ୍ତ।

ବିଶେଷ କରି ଆନ୍ତର୍ଜାତିକ ନିୟମାବଳୀ ଅନୁସାରେ ମୁହଁରେ ମାସ୍କ ଲଗାଇବା, ଫଟୋ ଉତ୍ତୋଳନକାରୀ ଓ ତତଜନିତ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ କ୍ୟାମେରାକୁ ସାମନା କରୁଥିବା ଅଭିନେତାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଗଣମାଧ୍ୟମ ପାଇଁ କାର‌୍ୟ୍ୟକ୍ରମ ପ୍ରସ୍ତୁତ କରିବା ବେଳେ ଏହି ନିୟମାବଳୀ ଓ ଏସଓପିକୁ ସମସ୍ତ ରାଜ୍ୟ ଓ କାର‌୍ୟ୍ୟକ୍ରମ ପ୍ରସ୍ତୁତକାରୀ ଅବଲମ୍ବନ କରିବେ।

ଏହି ନିୟମାବଳୀକୁ ଜାରି କରି ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ, ଏହି ଏସଓପି ଆନ୍ତର୍ଜାତିକ ନିୟମ ଢାଞ୍ଚାରେ ପ୍ରସ୍ତୁତୁ କରାଯାଇଛି। ଗତ ୬ ମାସ ଧରି କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଏହି ଶିଳ୍ପ ଏହାଦ୍ଵାରା ବିଶେଷ ଉପକୃତ ହେବ। ଏହା ଟେଲିଭିଜନ କ୍ଷେତ୍ରରେ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ସହ ଅର୍ଥନିତୀକୁ ମଧ୍ୟ ସୁଦୃଢ କରିପାରିବ। ସମସ୍ତ ରାଜ୍ୟ ଏହି ଏସଓପିକୁ ଗ୍ରହଣ କରିବା ସହ ଲାଗୁ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏସଓପି ସମ୍ପର୍କିତ ସବିଶେଷ ତଥ୍ୟ ନିମ୍ନ ଲିଙ୍କରେ ପାଇପାରିବେ।

https://mib.gov.in/sites/default/files/SOP%20on%20Media%20Production%2021%20Aug%202020%20%281%29.pdf

Share. Facebook Twitter LinkedIn Email WhatsApp Copy Link

Related Posts

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ

August 28, 2026

ବାଲ୍ମିକି ଦୁର୍ନୀତି: କର୍ଣ୍ଣାଟକ କ୍ୟାବିନେଟରୁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର

August 28, 2026

ଜାଭେଲିନ୍ କ୍ଷେପଣାସ୍ତ୍ର କିଣିବ ଭାରତ: ସର୍ଜିଓ ଗୋର୍ ଙ୍କ ବଡ଼ ଘୋଷଣା

August 28, 2026

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.