Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିଶ୍ୱର ଛୋଟ କାଠ ଓ ପଥରରେ ଗଣେଶ ମହାପ୍ରଭୁଙ୍କ ମୂର୍ତ୍ତି ତିଆରି କରିଛନ୍ତି। କାଠରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ୬ଏମ୍‌ଏମ୍‌, ୧ ସିଏମ୍‌, ପଥରରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ୩ ଏମ୍‌ଏମ୍‌, ୫ ଏମ୍‌ଏମ୍ ଓ ୧ ସିଏମ୍। ଏହା ବ୍ୟତୀତ ଜଳ ପ୍ରଦୂଷଣ ରୋକିବା ନେଇ ସଚେତନ କରିବାକୁ ସ୍ପଟିକ୍‌ରେ ଦୁଇଟଇ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ପୂର୍ବରୁ ୟୁନିଭରସାଲ୍ କଲମ ବୁକ୍ ଅଫ୍ ରେକର୍ଡ଼ସରେ ୧.୯ ଇଞ୍ଚ କାଠରେ ନିର୍ମିତ ଗଣେଶ ମୂର୍ତ୍ତି ରହିଥିଲା। ସେ ବର୍ତ୍ତମାନ ନିଜ ରେକର୍ଡ଼କୁ ନିଜେ ଭାଙ୍ଗିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାରିବାରିକ କହଳ ଯେ କେତେ ଭୟଙ୍କର ହୋଇପାରେ ଆଜି ଭାବିନିପୁର ଅଂଚଳର ଏକ ଘଟଣାକୁ ଦେଖିଲା ପରେ ଜଣାପଡ଼ୁଛି। ପାରବାରିକ କଳହରୁ ଜନୈକ ମା’ ନିଜର ୭ ମାସର ଶିଶୁକନ୍ୟାର ତଣ୍ଟି ଚିପିଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛି। ଘଟଣାରୁ ପ୍ରକାଶ ଯେ ସଦରଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମ ମହାନ୍ତି ସାହିରେ କୁଳମଣି ଗୌଡ଼ ଏବଂ ସାବିତ୍ରୀ ଗୌଡ଼ ତିନିବର୍ଷ ହେଲା ବିବାହ କରି ରହୁଛନ୍ତି। ବିବାହର କିଛି ଦିନ ପରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। କୁଳମଣିକୁ ପୁଅ ଇଚ୍ଛାଥିବାବେଳେ ଝିଅଟି ଜନ୍ମ ହେବାରୁ ଏନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗୁ ରହୁଥିଲା। କିନ୍ତୁ ଆଜି ଅତ୍ୟଧିକ ଗଣ୍ଡଗୋଳ ହେବାରୁ ସ୍ତ୍ରୀ ସାବିତ୍ରୀ ଉତ୍ତେଜିତ ହୋଇ ନିଜ ୭ ମାସ ଝିଅର ତଣ୍ଟି ଚିପି ଦେଇ ହତ୍ୟା କରିଥିଲା। ପରେ ନିଜ ହାତକୁ ବ୍ଲେଡ଼୍‌ରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଭଳି ଏକ ଅଭିଯୋଗ ଗୋଳନ୍ଥରା ଥାନାରେ ହୋଇଛି। ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଗୁପେଶ୍ୱର ପ୍ରଧାନଙ୍କୁ ଗତ ୭.୬.୨୦୨୦ରେ ଏକ ଫୋନ୍ କଲ୍ ଆସିଥିଲା। ଯେଉଁଥିରେ ରୋହିତ କୁମାର ଶର୍ମା କହୁଥିବା ଜଣେ ବ୍ୟକ୍ତି ନିଜକୁ ଏୟାର ଇଣ୍ଡିଆର ମ୍ୟାନେଜର ବୋଲି ପରିଚୟ ଦେଇ ଗୁପେଶ୍ୱଣଙ୍କ ସହ ଯୋଗାଯୋଗ ରକ୍ଷା କରି ତୁମେ ଅନ୍‌ଲାଇନ୍‌ରେ ଏୟାର ଇଣ୍ଡିଆ ପାଇଁ ଫର୍ମ ପକାଇଛ ତେଣୁ ତୁମର ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ସାର୍ଟିଫିକେଟ୍‌ର ଜେରେକ୍ସ ପଠାଇ ତୁମର ଚାକିରି ହେବ ବୋଲି କହିଥିଲେ। ଗୁପ୍ତେଶ୍ୱର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ଫୋନ୍ କରି ତୁମର ସିଲେକସନ ହୋଇଛି ତୁମେ ୨୫୦୦ ଟଙ୍କା ଡ଼କ୍ୟୁମେଣ୍ଟ ଭେରିଫିକେସନ ଚାର୍ଜ ପଠାଅ ବୋଲି କହିଥିଲେ। ସେ…

Read More

ରମେଶ ମହାନ୍ତି ଜଗତସିଂହପୁର: କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ। ଆଜି ଜଗତସିଂହପୁରର ବିଲୁଆଖାଇ ନଦୀ ଉପରେ ଏକ ବୃହତ ସେତୁର ଉଦ୍‌ଘାଟନ ସହିତ ଜିଲ୍ଲାରେ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କହିଛନ୍ତି। ସୂଚନାଯୋଗ୍ୟ ଜଗତସିଂହପୁରର ଶଂଖାରୀ ସାହି ନିକଟରେ ଥିବା ବିଲୁଆଖାଇ ନଦୀ ଉପରେ ୬୧.୪୨ କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି। ୨୦୧୬ ଅକ୍ଟୋବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ସେତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ କଟକ ବାଇଶ ମୌଜା ସହିତ ସିଧାସଳଖ ଯୋଡିବା ସହିତ ଜଗତସିଂହପୁରରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଲାଞ୍ଚ ନେବା ସମୟରେ ଦୁଇଜଣ ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯାଇଥିଲା। ପ୍ରଥମଘଟଣା କ୍ରମରେ ଫୁଲବାଣୀ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଅରୁପ କୁମାର ମିଶ୍ରଙ୍କୁ ଧରାଯାଇଥିବାବେଳେ ଦ୍ୱିତୀୟ ଘଟଣାକ୍ରମେ କନ୍ଧମାଳ ଦାରିଙ୍ଗିବାଡ଼ି ସିମନାବାଡ଼ି ଗ୍ରାମପଞ୍ଚାୟତର ଜିଆର୍‌ଏସ୍ ଦିଲିପ କୁମାର ସାହୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ପ୍ରଥମ ଘଟଣା କ୍ରମେ ଫୁଲବାଣୀ ମତ୍ସ୍ୟଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀ ଯିଏକି ଅବସର ନେଇସାରିଛନ୍ତି ତାଙ୍କର ଏରିୟର୍ ବିଲ୍ କରିଦେବାକୁ ଟ୍ରେଜେରୀ ଅଧିକାରୀ ଅରୁପଙ୍କ ସହ ଯୋଗାଯୋଗ କରିଥିଲେ। ଏହା କରିଦେବା ପାଇଁ ଲାଞ୍ଚୁଆ ଅଧିକାରୀ ଅରୁପ ତାଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି ପୂର୍ବ ଯୋଜନା ମୁତାବକ ପ୍ରମୋଦ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲା କରୋନା ସଂକ୍ରମଣରେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଦୈନିକ ୮ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ ହେଉଥିଲେ ମଧ୍ୟ ଆଉ ସଂକ୍ରମଣ ଚିହ୍ନଟ ହେଉନାହିଁ। ଗତ ୪ ଦିନର ହିସାବକୁ ଦେଖିଲେ ୨୪୩, ୨୪୬, ୨୪୨ ଏଭଳି ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ଗତ ମାସର ସର୍ବନିମ୍ନ ସ୍ତରରେ ୧୬୨ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ହୋଇଛି। ସୋମବାରଠାରୁ ୫ ମାସ ପରେ ପ୍ରଥମ ଥର ପାଇଁ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାବାସୀଙ୍କ ସଂଯମତା ଏବଂ ଅଧିକାରୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏଭଳି ଗ୍ରାଫ୍ ହ୍ରାସ ପାଇଛି। ତେଣୁ ଆଗକୁ ମଧ୍ୟ ଲୋକେ…

Read More

ବିହାର :  ନିର୍ବାଚନ ଆୟୋଗ  ନିର୍ବାଚନ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଅନଲାଇନରେ ଦାଖଲ କରାଯିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ସିକ୍ୟୁରିଟି ମନି ଜମା କରିପାରିବେ ବୋଲି ବିହାର ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସୂଚନା ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ଦାଖଲ କରିବାକୁ ପଡିବ।ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବାଧିକ ପାଞ୍ଚ ଜଣ ଲୋକ ଦ୍ୱାରରୁ ଦ୍ୱାର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହ ରହିପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ସମୟରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି।ନିର୍ବାଚନ ପ୍ରକ୍ରିୟା ସମୟରେ ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ୍ ସ୍କାନର୍, ଗ୍ଲୋଭସ୍, ପିପିଏ କିଟ୍ ବ୍ୟବହାର କରାଯିବ ଏବଂ…

Read More

ଭୁବନେଶ୍ୱର: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ତରଫରୁ ଏନେଇ ଘୋଷଣା କରାଯାଇଛି ।  ଚଳିତ ବର୍ଷ 27 ଜଣ ଖେଳାଳିଙ୍କୁ ଏହି ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଏହାବାଦ ପାଞ୍ଚ ଜଣଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ ।  ଦୂତୀଙ୍କ ସହ କ୍ରିକେଟର ଈଶାନ୍ତ ଶର୍ମା, ତୀରନ୍ଦାଜ ଅତନୁ ଦାସ, ବନ୍ଧୁକଚାଳକ ମନୁଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମା ପ୍ରମୁଖ ରହିଛନ୍ତି । ସେହିପରି ଉତ୍କଷ୍ଠ କୋଚିଂ ପାଇଁ 8ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ ବୋଲଇ ସୂଚନା ରହିଛି । ସେହିପରି 15 ଜଣ କ୍ରୀଡାବିତ୍‌ଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

Read More

ଭୁବନେଶ୍ବର: କରୋନା ଟେଷ୍ଟରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ‌୍ଥାନରେ ରହିଛି। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡିଶା ଦ୍ବିତୀୟରେ ରହିଛି।  ପ୍ରତି 10ଲକ୍ଷରେ ନମୁନା ପରୀକ୍ଷାରେ ଗୋଆ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଏକ ନିୟୁତରେ ଓଡ଼ିଶା 1265 ଜଣଙ୍କ ଟେଷ୍ଟ କରୁଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଓଡ଼ିଶାରେ ଏବେ ଦୈନିକ ହାରାହାରି 50ହଜାର ଟେଷ୍ଟ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ରାଜ୍ୟରେ ରେକର୍ଡ ଟେଷ୍ଟ ହେଉଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ 10ଲକ୍ଷ ଟପିଯାଇଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) 5ରୁ ତଳକୁ ଖସି ଆସିଛି।

Read More

ତେଲେଙ୍ଗାନା : ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ 9 ଜଣ କର୍ମଚାରୀ ଫସି ରହିଥିଲେ । ସେହି 9 ଜଣଙ୍କ ମଧ୍ୟରୁ6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3 ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ନିଆଁ ଲାଗିବା ସମୟରେ 19 ଜଣ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସମୟରେ 10 ଜଣ ଲୋକ ଜୀବନ ବଞ୍ଚାଇ ପଳାଇ ଆସିଥିବା ବେଳେ ଅନ୍ୟ 9 ଜଣ ଫସି ରହିଥିଲେ । ଫସି ରହିଥିବା 9ଜଣଙ୍କ ମଧ୍ୟରେ ଜଣେ ଡିଭିଜନ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ର ନିଖୋଜ ବିଜେପି ନେତା ଶତ୍ରୁଘ୍ନ ସାହୁ ଙ୍କ ଆଜି ପତ୍ତା ମିଳିଛି । ତାଙ୍କୁ ସିଂହାସିନୀ ଜଙ୍ଗଲ ନିକଟରୁ ଆଜି ଉଦ୍ଧାର କରିଛି ବାଣପୁର ପୋଲିସ । ଶତ୍ରୁଘ୍ନ ଦେଇଥିବା ବୟାନ ଅନୁଯାୟୀ ଦୁଇ ଦିନ ତଳେ ରାତିରେ ପାଖାପାଖି ଦୁଇଗୋଟି ମଟରସାଇକେଲରେ ଚାରି ଜଣ ଦୁର୍ବୁତ୍ତ ଶତ୍ରୁଘ୍ନ ଙ୍କ ଦୋକାନ ଲୁଟ କରି ତାଙ୍କ ଆଖିରେ କଳା ପଟି ଗୁଡ଼ାଇ, ହାତ ବାନ୍ଧି ମଟରସାଇକେଲ ରେ ବସାଇ ଅପହରଣ କରି ଗଞ୍ଜାମ ଜିଲ୍ଲାର ଏକ ପାହାଡ଼ରେ ନେଇ ଲୁଚାଇ ରଖିଥିଲେ । ସେଠାରେ ଦୁର୍ବୁତ୍ତ ମାନେ ଦୁଇ ଦିନ ଧରି ଶତ୍ରୁଘ୍ନ ଙ୍କୁ ନାନା ନିର୍ଯ୍ୟାତନା ଦେବା ସହ ମୁକୁଳିବା ପାଇଁ ବାରମ୍ବାର ଦଶ ଲକ୍ଷ ଟଙ୍କା ମାଗିଥିଲେ । ଶତ୍ରୁଘ୍ନ ପ୍ରତିଥର ଏହି ଦାବିରେ ଅମଙ୍ଗ ହେବାରୁ ଆଜି ସକାଳ ପ୍ରାୟ ଦଶ ଘଟିକା…

Read More

ମୁମ୍ବାଇ : ରିଲାଏନ୍ସ ଜିଓର ଆଗାମୀ ପ୍ରକଳ୍ପ ଜିଓ ଫାଇବରରେ ନିବେଶ କରିବାକୁ ଯାଉଛି ପିଆଇଏଫ୍ । ଜିଓ ଫାଇବରରେ ପିଆଇଏଫ୍ ପକ୍ଷରୁ ପ୍ରାୟ 1ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 7500 କୋଟିର ନିବେଶ କରାଯିବ । ଏହି ନିବେଶ ପାଇଁ ପିଆଇଏଫ୍ ପକ୍ଷରୁ ରିଲାଏନ୍ସ ସହିତ ଆଲୋଚନା ଜାରି ରହିଥିବା ଜଣାପଡିଛି। ପୂର୍ବରୁ ପିଆଇଏଫ୍ ପକ୍ଷରୁ ମଧ୍ୟ ରିଲାଏନ୍ସ ଜିଓରେ 11ହଜାର 367 କୋଟି ଟଙ୍କାର ନିବେଶ କରାଯାଇଥିଲା । ତେବେ ପିଆଇଏଫର ପ୍ରତିଦ୍ୱନ୍ଦୀ କମ୍ପାନୀ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟୀ ୧ ବିଲିୟନର ନିବେଶ ପ୍ରସ୍ତାବ ଦେବା ପରେ ପିଆଇଏଫ୍ ପୁନର୍ବାର ନିବେଶ କରିବା ନେଇ ଆଲୋଚନା ଜାରି ରହିଛି । ଏହି ନିବେଶ କରିବା ପାଇଁ ପିଆଇଏଫ୍ ପକ୍ଷରୁ ନିଜର ଅନ୍ୟ ନିବେଶ ଗୁଡିକରେ ପରିବର୍ତ୍ତନ କରିବାକୁ ପଡୁଛି । ଏପରିକି ପିଆଇଏଫ୍ ସିଲିକନ୍ ଭ୍ୟାଲି, ବିଗ୍ ଅଏଲ, ଆଭିଏସନ୍ ବେଟସ୍ ଏବଂ ଇଂଲିଶ ପ୍ରିମିୟର ଲିଗରୁ…

Read More

ମୁମ୍ବାଇ : କରୋନା ମହାମାରୀ କାରଣରୁ ସିନେମା ହଲଗୁଡ଼ିକ ବନ୍ଦ ଥିବାରୁ ଚଳିତ ବର୍ଷର ଅନେକ ଚର୍ଚ୍ଚିତ ଫିଲ୍ମ ଓଟିଟିରେ ରିଲିଜ ହେବା ସ୍ଥିର ହୋଇଛି । ନିକଟରେ ସୁଶାନ୍ତଙ୍କ ସିଂହଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓ ବିଦ୍ୟା ବଲାନ୍‌ଙ୍କ ‘ଶକୁନ୍ତଳା ଦେବୀ’ ଓଟିଟିରେ ରିଲିଜ୍‌ ହେବା ପରେ  ଡେଭିଡ ଧୱନଙ୍କ ‘କୁଲି ନଂ ୱାନ’ ସେହି ତାଲିକାରେ ସାମିଲ ହେବାକୁ ଯାଉଛି । ଦୀପାବଳି ଅବସରରେ ଆମାଜନ ପ୍ରାଇମ ଭିଡିଓରେ ତାହା ରିଲିଜ ହୋଇପାରେ । ଏ ସମ୍ପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଫିଲ୍ମଟିକୁ ଥିଏଟରରେ ରିଲିଜ କରିବାକୁ ଯୋଜନା ଥିଲା । ତେଣୁ ଓଟିଟି କଥା ଚିନ୍ତା କରାଯାଉନଥିଲା । ବର୍ତ୍ତମାନ ପରିସ୍ଥିତିରେ ସିନେମା ହଲ ପୁଣି ଖୋଲାଯିବା ନେଇ କିଛି ସ୍ପଷ୍ଟ ଭାବେ ଜଣାପଡୁନଥିବାରୁ ନିର୍ମାତାମାନେ ଓଟିଟି ବିକଳ୍ପକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।’ ଏହା 1995 ରେ…

Read More

ଖୋର୍ଦ୍ଧା, ଜିଲ୍ଲା ଏସପି ଅଜୟ ପ୍ରତାପ ସ୍ବାଇଁ କୋଭିଡ ନେଗେଟିଭ ଆସିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଜୟ କୋଭିଡ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କ ସହିତ 5 ଜଣ ଅସୁସ୍ଥ ହୋଇପଡିଥିଲେ। ପରବର୍ତ୍ତି ସମୟରେ ସେ କୋଭିଡ ପଜେଟିଭ ବୋଲି ଚିହ୍ନଟ ହେବା ପରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟ ଠିକ୍ ହେବା ପରେ ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା। ନଗେଟିଭି ଆସିବା ପରେ କୋଭିଡ ଯୋଦ୍ଧା ଭାବେ ବର୍ତ୍ତମାନ କାମରେ ଯୋଗ ଦେଇଛନ୍ତି। ତାଙ୍କୁ ଆଜି କର୍ମଚାରୀଙ୍କ ତରଫରୁ ସ୍ବାଗତ ଦିଆଯାଇଥିଲା।

Read More

ସମ୍ଭଲ : ସାଧାରଣତଃ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେବା କାରଣରୁ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥାଏ । କିନ୍ତୁ ଏଠାରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ନହେବା କାରଣରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ମହିଳା ଜଣ । ଏପରି ଏକ ଘଟଣା ଉତ୍ତରପ୍ରଦେଶ ସମ୍ଭଲ୍‌ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହ କେବେ ଝଗଡା କରିନଥିବା କାରଣରୁ ସ୍ତ୍ରୀଜଣକ ଏଥିରେ ବ୍ୟତିବ୍ୟସ୍ତ ହୋଇ ଛାଡପତ୍ର ପାଇଁ ଦାବି କରିଛନ୍ତି । ଆହୁରି ମଧ୍ୟ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ବିବାହ 18 ମାସ ହୋଇଥିବାବେଳେ ଗୋଟିଏ ଥର ହେଲେ ବି ତାଙ୍କ ସ୍ବାମୀ ତାଙ୍କଉପରେ ରାଗି ନାହାନ୍ତି । ଏମିତି କି ଯୁକ୍ତି ମଧ୍ୟ କରିନାହାନ୍ତି । ଯେଉଁ ସ୍ବାମୀ ସବୁବେଳେ ସ୍ତ୍ରୀ କଥାରେ ହଁ କରୁଛନ୍ତି । କେବେ ଝଗଡା କି ରାଗୁ ନାହାନ୍ତ ସେପରି ସ୍ବାମୀ ତାଙ୍କର ଦରକାର ନାହିଁ…

Read More

ବିକ୍ରମ ସ୍ଵାଇଁ ଗଣତନ୍ତ୍ର। ଏହି ଶବ୍ଦର ସଂଜ୍ଞା ବା ବ୍ୟାଖ୍ୟା ଦେବା ଅନାବଶ୍ୟକ, ଯାହାର ଶାବ୍ଦିକ ଅର୍ଥ ହିଁ ଅତ୍ୟନ୍ତ ବିଶାଳ। ମାତ୍ର ଗଣତନ୍ତ୍ରକୁ ସୁରକ୍ଷା ଓ ସୁଦୃଢ଼ କରିବାପାଇଁ ଏହାର ୪ଟି ସ୍ତମ୍ଭର ଭୂମିକା ସଂପର୍କରେ ଅବଗତ ହେବା ଆବଶ୍ୟକ । Legislative, Executive, Judiciary, Media । ଆଇନ୍ ପ୍ରଣୟନ ଓ ଜନସ୍ୱାର୍ଥ ସମ୍ବନ୍ଧିତ କାର‌୍ୟ୍ୟ ଦିଗରେ ଗଣତନ୍ତ୍ରର ପ୍ରଥମ ୩ ସ୍ତମ୍ଭର କାର‌୍ୟ୍ୟପନ୍ଥାକୁ ବାଦ୍ ଦେଇ, ଜନମତ ଜାଗରଣ ଓ ଜନତାର ସ୍ୱରକୁ ସୁଦୃଢ଼ କରିବାରେ ଗଣମାଧ୍ୟମ ବା ମିଡ଼ିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଶ୍ରମିକଠୁ ଆରମ୍ଭ କରି କୃଷକ, ଡ଼ାକ୍ତର ,ସୈନିକ, ଶାସକ ଓ ଆଇନପ୍ରଣେତାଙ୍କ ପର‌୍ୟ୍ୟନ୍ତ ସମସ୍ତେ ରାଷ୍ଟ୍ରନିର୍ମାଣରେ ନିଜର ଶ୍ରେଷ୍ଠ ଓ ଗୁଣାତ୍ମକ ଅବଦାନ ଦେଉଥିବା ବେଳେ, ଆମ ସଭିଙ୍କୁ ଗୋଟିଏ ବ୍ୟବସ୍ଥା ଭିତରେ ସୁରକ୍ଷା ଦେଉଥିବା ଗଣତନ୍ତ୍ରର ସୁରକ୍ଷା ଓ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନର ମର‌୍ୟ୍ୟାଦା ଓ ସୁରକ୍ଷାକୁ…

Read More

କୋଲକତା : ମାନସିକ ଚାପ ଯୋଗୁଁ ମଣିଷ ନିଜ ଜୀବନ ନେବାକୁ ପଛାଉନାହିଁ । ଏହିପରି ଏକ ଅଭାବନୀୟ କାଣ୍ଡ ପଶ୍ଚିମବଙ୍ଗ ହାଓ୍ବାଡାରେ ଘଟିଥିବାର ସୂଚନା ରହିଛି। ଏଠାରେ ଜଣେ ଲାଇସେନ୍ସ ବନ୍ଧୁକଧାରୀ ନିଜ ବନ୍ଧୁକ ରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ମୃତ ସୁଟରଙ୍କ ନାମ ଅମିତ୍‌ଧର ବୋଲି ସୂଚନା ରହିଛି । ସେ ଗତ ତିନି ବର୍ଷ ହେବ ଶାରିରୀକ ଅସୁସ୍ଥତାରେ ପୀଡ଼ିତ ରହିଥିଲେ । ତିନି ବର୍ଷ ଧରି ଶାରିରୀକ ଅସୁସ୍ଥତା କାରଣରୁ ସୁଟର୍‌ ଜଣକ ଡିପ୍ରେସନ୍‌ରେ ରହିଥିଲେ । ମାନସିକ ଚାପ କାରଣରୁ ସୁଟର ଜଣକ ନିଜ ଶୁଟିଂ ଅଭ୍ୟାସ କରୁଥିବା ଲାଇସେନ୍ସ ବନ୍ଧୁକ ଜରିଆରେ ନିଜ ଜୀବନ ନେଇଛନ୍ତି । ତେବେ ଘଟଣା ସ୍ଥଲରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ  ମାମଲା ଯାଞ୍ଚ ଆରମ୍ଭ କରିଛି ।

Read More

ଭୁବନେଶ୍ୱର : ଶିକ୍ଷାର ବିକାଶ ପାଇଁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ସେମାନେ ଉତ୍ସାହିତ ହେବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥାଏ। ସେମାନେ ଅଧିକ ଉତ୍ସାହିତ ହୋଇ ଅଧ୍ୟୟନ କରିବା ସହ ରାଜ୍ୟର ସୁନାମ ରଖିବେ। ନିକଟରେ ଯୁକ୍ତ ୨ ବାଣିଜ୍ୟର ଫଳ ପ୍ରକାଶ ପାଇଥିବା ବେଳେ ଉତ୍କଳ ଶିକ୍ଷା ପରିଷଦ ଓ ଆଇସିପିଏସ୍ ପକ୍ଷରୁ ବିଭିନ୍ନ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ରମାଦେବୀ କଲେଜ ସମ୍ମୁଖ ଆଇସିପିଏସ୍ ସଂସ୍ଥାର ହଲରେ ଏହି ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ସାମଜସେବୀ ନୀଲ କମଲ ବଙ୍ଗାନୀ, ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସମ୍ପାଦକ ତଥା ଆଇସିପିଏସ୍‌ର ମୁଖ୍ୟ ରାଜେଶ ମହାକୁଡ଼ ପ୍ରମୁଖ ଯୋଗଦେଇ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ। ଆଇସିପିଏସ୍ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ଚଳିତ ବର୍ଷ କୃତୀତ୍ୱ ହାସଲ କରିଥିବାରୁ ତାଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ।

Read More

ହାଇଦ୍ରାବାଦ : ତେଲେଙ୍ଗାନାରେ ରହିଥିବା ଏକ ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଗତରାତିରେ ଅଗ୍ନିକାଣ୍ଡ ଘଟିବା ସହିତ ବ୍ୟାପକ କ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଅଗ୍ନିକାଣ୍ଡରେ 9 ଜଣ କର୍ମଚାରୀ ଫସି ରହିଥିବା ଜଣାପଡିଛି । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ନିଆଁ ଲାଗିବା ସମୟରେ 19 ଜଣ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସମୟରେ 10 ଜଣ ଲୋକ ଜୀବନ ବଞ୍ଚାଇ ପଳାଇ ଆସିଥିବା ବେଳେ ଅନ୍ୟ 9 ଜଣ ଫସି ରହିଥିଲେ ।  ଫସି ରହିଥିବା 9ଜଣଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ଚାରି ଜଣ ସହକାରୀ ଇଞ୍ଜିନିୟର, ଦୁଇ ଜଣ ଅଫିସ କର୍ମଚାରୀ ଏବଂ ଅମର ରାଜା ବ୍ୟାଟେରୀର ଦୁଇ ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ । ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶକ୍ତିମନ୍ତ୍ରୀ…

Read More

New Delhi: Vice President M. Venkaiah Naidu releases the two reports titled ‘Status of Sex Ratio at Birth in India’ and ‘Elderly Population in India: Status and Support Systems’, brought out by the Indian Association of Parliamentarians for Population and Development (IAPPD), in New Delhi on Aug 20, 2020. (Photo: IANS/PIB)

Read More