Author: Samikhsya Bureau

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଦେବରିଆ ସଦରର ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଗୁରୁବାର ବିଳମ୍ବିତ ରାତ୍ରିରେ ରାମ ମନୋହର ଲୋହିଆ ହସ୍ପିଟାଲରେ ହାର୍ଟ ଆର୍ଟାକ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଗତକିଛି ମାସ ଧରି ରୋଗରେ ପୀଡ଼ିତ ଥିଲେ ଜନ୍ମେଜୟ ସିଂହ । ଜନ୍ମେଜୟଙ୍କ ନିଧନରେ ଶୋକ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ପ୍ରମୁଖ ଅଖିଳେଶ ଯାଦବ । 1945 ମସିହା ଜୁଲାଇ 7 ତାରିଖରେ ଜନ୍ମେଜୟ ତ୍ରିଲୋକୀନାଥସିଂହଙ୍କ ଘରେ ଜନ୍ମ ହୋଇଥିଲେ । ଜନ୍ମେଜୟଙ୍କ ସ୍ତ୍ରୀଙ୍କ ନାମ ଗୁଜୁରାତୀ ଦେବୀଓ ତାଙ୍କର ତିନି ପୁଅ ଓ ଚାରି ଝିଅ ଅଛନ୍ତି । 2012ରେ ବସପା ପ୍ରାର୍ଥୀ ପ୍ରମୋଦ ସିଂଙ୍କୁ ହରାଇ ଜନ୍ମେଜୟ ବିଧାୟକ ହୋଇଥିଲେ । ଏହାପରେ 2017ରେ ସପା ପ୍ରାର୍ଥୀ ଜେପି ଜେୟସଓ୍ବାଲଙ୍କୁ ବହୁ ବ୍ୟବଧାନରେ ଭୋଟରେ ହରାଇ ନିଜ ରାଜନୈତିକ ଶକ୍ତିର ପରିଚୟ ପ୍ରଦାନ କରିଥିଲେ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 10ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ2 ଜଣ ରହିଥବାବେଳେ ଅନୁଗୁଳ, କୋରାପୁଟ, ନୟାଗଡ ଓ ସୋନପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2ଜଣ ମହିଳା ଓ 2 ଜଣ ପୁରୁଷ ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42 ବର୍ଷୀୟ ପୁରୁଷ , 50 ବର୍ଷୀୟ ମହିଳା, ସତୁରୀ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 59 ବର୍ଷୀୟ ମହିଳା ରହିଛନ୍ତି । ସେହିପରି ଖୋର୍ଦ୍ଧାଜିଲ୍ଲା ଭୁବନେଶ୍ବରରୁ 2 ମୃତକଙ୍କ ପୁରୁଷହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 70 ଓ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ଅନୁଗୁଳୁର 55 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁହୋଇଥିବାବେଳେ କୋରାପୁଟର ଆକ୍ରାନ୍ତ ଜଣକ 35 ବର୍ଷୀୟ ମହିଳା…

Read More

ଭୁବନେଶ୍ବର: ଆଜି 30ଟି ଜିଲ୍ଲାରୁ ମୋଟ୍‌ 2ହଜାର 698 ପଜିଟିଭ୍‌ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 475 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 207, ଗଞ୍ଜାମରୁ 162,  ରାୟଗଡାରୁ 154, କୋରାପୁଟରୁ 146, ମୟୂରଭଞ୍ଜରୁ 128, ସୁନ୍ଦରଗଡରୁ 103,ବାଲେଶ୍ବରରୁ 102,  ନୟାଗଡରୁ 94, ନବରଙ୍ଗପୁରରୁ 91, ଭଦ୍ରକ ଓ କେନ୍ଦ୍ରାପଡାରୁ 89ଜଣ ଲେଖାଏଁ ରହିଛନ୍ତ । ପୁରୀରୁ 87, କନ୍ଧମାଳ ଓ ମାଲକାନଗିରିରୁ 81 ଜଣ ଲେଖାଏଁ ଥିବାବେଳେ ଯାଜପୁରରୁ 80, ସମ୍ବଲପୁରରୁ 78, ଝାରସୁଗୁଡାରୁ 72,  ବଲାଙ୍ଗିରରୁ 71, ଗଜପତିରୁ 58, ବରଗଡରୁ 56, କଳାହାଣ୍ଡିରୁ 49, ସୋନପୁରରୁ 31, ଅନୁଗୁଳରୁ 29, ଢେଙ୍କାନାଳରୁ 27,  କେଉଁଝର ଓ ଜଗତସିଂହପୁରର 21 ଜଣ ଲେଖାଏଁ ଥିବାବେଳେ, ବୌଦ୍ଧରୁ 11, ନୂଆପଡା3, ଦେବଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 2 ହଜାର 698 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1675ଜଣ ଚିହ୍ନଟ ହୋଇଥିବାବେଳେ 1023ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  72ହଜାର718କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 23 ହଜାର 699ଜଣ । ସେହିପରି ସୁସ୍ଥ ହୋଇଛନ୍ତି 48 ହଜାର 576ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 380ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ୱର : ବେପରୁଆ ଭାବରେ ଗାଡି ଚଳାଉଥିବା ବ୍ୟକ୍ତିମାନେ ସାବଧାନ ହୋଇଯାଆନ୍ତୁ । ଆହୁରି କଡାକଡି କରାଯାଇଛି ଟ୍ରାଫିକ୍‌‌ ନିୟମ । ନିୟମ ଉଲ୍ଲଂଘନ କରି ଗାଡି ଚଲାଇଲ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଡିଏଲ୍‌ ବାତିଲ୍‌ ହେବ ବୋଲି ସୂଚନା ରହିଛି । ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ୍ ଅନୁଯାୟୀ ଯଦି କେହି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଳାନ୍ତି ଅଥବା ଟ୍ରାଫିକ ସିଗ୍ନାଲ ଭଙ୍ଗ କରନ୍ତି ତାଙ୍କର ଲାଇସେନ୍ସ ତିନି ମାସ ପାଇଁ ବାତିଲ କରାଯିବ । ସେହିପରି ଗାଡି ଚଳାଇଲେ କିମ୍ବା ଗାଡି ଚଲାଉଥିବା ସମୟରେ ଫୋନରେ କଥା ହେଲେ ସମାନ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମ ନ ମାନିଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ହେବ ଧାର୍ଯ୍ୟ ନିୟମରୁ ଅଧିକ…

Read More

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ 56 ହଜାର 479 ନମୁନା ପରୀକ୍ଷା କରାଯାଇଛି । ମୋଟ୍‌ ପରୀକ୍ଷା ମଧ୍ୟରୁ 44 ହଜାର 950ଟି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିବାବେଳେ ଆର୍‌ଟିପିସିଆର ମାଧ୍ୟମରେ 11 ହଜାର 358ଓ ଟ୍ରୁନାଟ୍‌ ମାଧ୍ୟମରେ 17ଟି ସାମ୍ପଲ୍‌ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ 11 ଲକ୍ଷ 72 ହଜାର 426 ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ 24  ଘଣ୍ଟା ମଧ୍ୟରେ 68 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 29 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ 68 ହଜାର 898 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ 983ଜଣଙ୍କ ପ୍ରାଣହାନି ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 29 ଲକ୍ଷ 5 ହଜାର 824ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା 54 ହଜାର 849ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 21 ଲକ୍ଷ 58 ହଜାର 946 ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 6 ଲକ୍ଷ 92 ହଜାର 28 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟାନୁସାରେ ଦେଶରେ ମୃତ୍ୟୁ 1.98 ପ୍ରତିଶତ ରହିଛି ।…

Read More

କେଦାର ମିଶ୍ର ଜୁନ ମାସରେ ଯେତେବେଳେ ଭାରତ ଓ ଚୀନ ଭିତରେ ସୀମା ବିବାଦ ଉଗ୍ର ଅବସ୍ଥାକୁ ଆସିଥିଲା, ସେତେବେଳେ ଏହା ତୃତୀୟ ବିଶ୍ଵଯୁଦ୍ଧର କାରଣ ହୋଇପାରେ ବୋଲି ପୃଥିବୀର ବହୁ ବଡ ବଡ ଖବର କାଗଜ ଲେଖିଥିଲେ। ଭାରତୀୟ ଗଣମାଧ୍ୟମରେ ଏହାକୁ ଜାତୀୟତାବାଦର ପରିଚୟ ଭିତରେ ବିଶ୍ଳେଷଣ ଚାଲିଥିବା ବେଳେ, ବିବିସି, ଦି ଫରେନ ଆଫେୟାର୍ସ, ଦି ସନ ଭଳି ସଂସ୍ଥା ଏହାକୁ ସମ୍ଭାବ୍ୟ ବିଶ୍ଵ ସଙ୍କଟ ଭାବେ ବିଶ୍ଳେଷଣ କରୁଥିଲେ। ସମ୍ପ୍ରତି ଚୀନ ଓ ଆମେରିକା ଭିତରେ ସମ୍ପର୍କ ଏତେ ଅଧିକ ତିକ୍ତ ଅବସ୍ଥାରେ ରହିଛି ଯେ, ଏହା କୌଣସି ବି ଘଟଣାରୁ ବହୁ ଭୟଙ୍କର ଦିଗକୁ ଗତି କରିପାରେ। ସେହି ସମୟରେ ଚୀନ-ଭାରତ ସୀମା ବିବାଦ, ପରିସ୍ଥିତିକୁ ଅଧିକ ଅଣାୟତ୍ତ କରିବା ସ୍ଵାଭାବିକ। ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ…

Read More

ରମେଶ ମହାନ୍ତି ଜଗତସିଂହପୁର: ପୁରୀ ଶ୍ରୀ ଜଗନ୍ନାଥଙ୍କ ସମ୍ପତି ବଗଲା ଧର୍ମଶାଳାକୁ ପୁରୀ ଜିଲ୍ଲାପାଳ ବେଆଇନ ଭାବରେ ବିକ୍ରି କରିବା ପ୍ରତିବାଦରେ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସଂଯୋଜକ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଅନୁଯାୟୀ ୧୯୦୫ ମସିହାରେ କହ୍ନେଇଲାଲ୍ ବଗଲା ଏହାକୁ ନିର୍ମାଣ କରି ଶ୍ରୀ ଜଗନ୍ନାଥ ମହାପ୍ରଭଙ୍କୁୁ ଦାନ କରିଥିଲେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନଙ୍କୁ ସ୍ୱଳ୍ପ ମୁଲ୍ୟରେ ରହିବା ସୁବିଧା ଯୋଗାଇଦେବା ପାଇଁ ଏହାକୁ ଶ୍ରୀ କହ୍ନେଇଲାଲ୍ ନିର୍ମାଣ କରିଥିଲେ। ଭକ୍ତମାନେ ମଧ୍ୟ ଏକଶହ ବର୍ଷ ହେଲା ସ୍ୱଳ୍ପ ମୁଲ୍ୟରେ ରହିଆସୁଥିଲେ। ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲାପାଳ ଏହାର ପରିଚାଳନା ଦାୟିତ୍ବ ନେଇଥିଲେ। କିନ୍ତୁ ଦୁଃଖରେ ବିଷୟ ପୁରୀ ଜିଲ୍ଲାପାଳ ଅଗଷ୍ଟ ୫ରୁ ୧୨ତାରିଖ ମଧ୍ୟରେ ଏହି ଜମିର କିଛି ଅଂଶ ୬ଭାଗକରି ବିକ୍ରି…

Read More

ଭୁବନେଶ୍ବର, କେନ୍ଦ୍ରାପଡା ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ଭାବରେ ସେବା କରୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ ଜଣାଇଥିଲେ। ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା ଅବସରରେ ବିଜୁ ବାବୁଙ୍କ କଥା ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ବିଜୁବାବୁ ଆଜି ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କରୋନା ବିରୁଦ୍ଧରେ ଚାଲିଥିବା ଏହି ଲମ୍ବା ଲଢେଇରେ ଆଗକୁ ସତର୍କ ରହି କାମ କରିବାପାଇଁ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ କେନ୍ଦ୍ରାପଡା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ଦୋକାନଘର ଉପରେ ଘନଘନ ବୋମାମାଡ଼ କରାଯାଇଥିଲା। ସୂଚନାଥାଉକି ସେହି ଦୋକାନଘରଟି ବାଲାଜିପେଣ୍ଠ ସାହିରେ ରହୁଥିବା ରାଜେନ୍ଦ୍ର ସାହୁଙ୍କର। ଯିଏକି ସଦରଥାନା ଅନ୍ତର୍ଗତ ଭାବିନିପୁର ଯିବା ରାସ୍ତା ବ୍ୟାଙ୍କ କଲୋନୀ ୫ମ ଗଳିରେ ଦୋକାନ କରିଛନ୍ତି। ଦେଖଣାହାରୀଠାରୁ ପ୍ରକାଶ ଯେ, ଗତକାଲି ଝିପ୍ ଝିପ୍ ବର୍ଷା ହେଉଥିବା ସମୟରେ ଦୁଇଜଣ ଯୁବକ ସେହି ରାସ୍ତା ଦେଇ ଚାଲି ଚାଲି ଯାଇ ସେହି ଦୋକାନଘର ଉପକରୁ ବୋମାମାଡ଼ କରିଥିଲେ। ଯାହାଫଳରେ ଦୁଇଟି ବୋମା ଫୁଟିଥିବାବେଳେ ଅନ୍ୟ ଦୁଇଟି ଅଫୁଟା ରହିଥିଲା। ଯାହାକି ପୋଲିସ୍ ଜବତ କରିଛି। ଏଠାରେ ଅନୁମାନ କରାଯାଉଛି ଯେ, କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହିପରି ବୋମାମାଡ଼ ହୋଇଥାଇପାରେ। କିନ୍ତୁ ଏହି ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଏହି ଦୋକାନର ମଧ୍ୟ କୌଣସି କ୍ଷତି ହୋଇନାହିଁ। ଘଟଣା ଶୁଣିବା ସଂଗେ ସଂଗେ ସଦରଥାନା ପୋଲିସ୍‌, ବୈଦ୍ୟନାଥପୁର ପୋଲିସ୍ ଘଟଣାସ୍ଥଳରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଗଂଜାମରେ ପୁଣି ୨୨୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ସଂକ୍ରମିତ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁହାର କମୁନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କରେ ସଂକମ୍ରିତ ଅଧିକ ଚିହ୍ନଟ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମ୍ ରହିଛି। ଗଂଜାମରେ ମୃତ୍ୟୁସଂଖ୍ୟା ସାରା ରାଜ୍ୟ ତୁଳନାରେ ପ୍ରାୟ ଅଧା କହିଲେ କିଛି ଭୁଲ୍ ହେବନି। ଆଜି ଜଣେ ୫୭ ବର୍ଷ ବୟସ୍କା ମହିଳା, ୪୮ ବର୍ଷୀୟ ବ୍ୟକ୍ତି, ୮୨ ବର୍ଷୀୟ ବୃଦ୍ଧ ଏବଂ ୬୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନୂତନ ସଂକ୍ରମିତ ମଧ୍ୟରେ ଭଂଜନଗରରୁ ୬, ଜଗନ୍ନାଥପ୍ରସାଦରୁ ୮, ବେଲଗୁଣ୍ଠାରୁ ୯, ବୁଗୁଡ଼ାରୁ ୩, ସୋରଡ଼ାରୁ ୪, ଆସିକାରୁ ୧୩, ପୋଲସରାରୁ ୮, ବେଗୁନିଆପଡ଼ାରୁ ୧୨, ଖଲିକୋଟରୁ ୭, ଗଂଜାମରୁ ୯, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୧୧, କୁକୁଡ଼ାଖଣ୍ଡିରୁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରର ଶକ୍ତିପୀଠ ମା’ ଉଗ୍ରତାରାଙ୍କ ପୀଠକୁ ସୌରଚାଳିତ ବିଦ୍ୟୁତ ଆଲୋକିକରଣର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଛନ୍ତି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ। ଜାତୀୟ ରାଜପଥ ଠାରୁ ମା ଉଗ୍ରତାରା ପୀଠ ରାସ୍ତାର ଦୁଇ ପାର୍ଶ୍ଵରେ ୧୦୦ଟି ସୌର ଚାଳିତ ଷ୍ଟ୍ରିଟ ଲାଇଟ ଲାଗିଥିବା ବେଳେ ଦୁଇଟି ବଡ ହାଇମାକ୍ସ ଲାଇଟ ମନ୍ଦିର ପରସରରେ ଲାଗିଛି। ଏଜିଏମ ଗ୍ରୀନ ଏନର୍ଜି ସହଯୋଗ ରେ ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ସାସଂଦ ପାଣ୍ଠି ଅନୁଦାନରେ ୨୫ଲକ୍ଷ ଟଙ୍କା ବ୍ୟୟବରାଦରେ ଆଲୋକିକରଣର ବ୍ୟବସ୍ଥା ହୋଇଛି। ଏହା ସହିତ ମା ଉଗ୍ରତାରାଙ୍କ ପୀଠରେ ଥିବା ପୋଖରୀର ପୁନ୍ଃରୁଦ୍ଧାର କରିବା ପାଇଁ ମଧ୍ୟ ସାସଂଦଙ୍କ ପାଣ୍ଠିରୁ ବ୍ୟୟବରାଦ କରାଯାଇଥିବା ସାସଂଦ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ସାଂସଦ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜୁ ଜନତା ଦଳର ସାଙ୍ଗଠନିକ ମଜବୁତ୍ କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ଜନତାଙ୍କ ନିକଟରେ ତ୍ୱରାନ୍ୱିତ ପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ନେତୃବର୍ଗଙ୍କୁ ସଂପାଦକ ଏବଂ ଯୁଗ୍ମ ସଂପାଦକ ଭାବେ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ୪ ଜଣ ଗଂଜାମର ବରିଷ୍ଠ ନେତା/ନେତ୍ରୀଙ୍କୁ ସୁଯୋଗ ମିଳିଛି। ପୂର୍ବତନ ବିଡ଼ିଏ ଚେୟାରମ୍ୟାନ ସୁବାଷ ମହାରଣା, ଗଂଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଘମିତ୍ରା ଦଳେଇ, କୁକୁଡ଼ାଖଣ୍ଡି ବ୍ଲକ୍‌ର କୈଳାସ ରଣା, ତୁମ୍ବନାଥ ପଣ୍ଡାଙ୍କୁ ବିଭିନ୍ନ ଦାୟିତ୍ୱ ମିଳିଛି। ସଂପାଦକ ଭାବେ ଏସ୍‌ସି ମଙ୍ଗଳ ଭାବେ ସଂଘମିତ୍ରା ଦଳେଇ, ସଶକ୍ତ ଓଡ଼ିଶାର ସଂପାଦକ ରୂପେ ସୁବାସ ମହାରଣା, ସଶକ୍ତ ଓଡ଼ିଶାର ଯୁଗ୍ମ ସଂପାଦକ ରୂପେ କୈଳାସ ରଣା, ଆଞ୍ଚଳିକ ବିକାଶର ଯୁଗ୍ମ ସଂପାଦକ ରୂପେ ତୁମ୍ବନାଥ ପଣ୍ଡାଙ୍କୁ ପଦବୀ ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତ…

Read More

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତରଫରୁ ସାଂଗଠନିକ କ୍ଷେତ୍ରରେ ଏକ ବଡ ଅଦଳ ବଦଳ କରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ବିରଞ୍ଚି ନାରାୟଣ ସୂପକାରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ଫେବୃୟାରୀ ମାସରେ ଦଳର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରେ ଅନନ୍ତ ନାରାୟଣ ଜେନା ଭୁବନେଶ୍ବରର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଅନନ୍ତ ବର୍ତ୍ତମାନ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଇଣ୍ଡିଆନ୍ ହାଉସିଂ ଏବଂ ଅର୍ବାନ୍ ଡ଼େଭଲପ୍‌ମେଣ୍ଟ ତରଫରୁ ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ଘୋଷିତ ହୋଇଛି। ଏହି ବର୍ଗରେ ବ୍ରହ୍ମପୁର ମହାନଗର ନିଗମ ସାରା ଦେଶର ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବେଷ୍ଟ ମିଡ଼ିୟମ ସିଟି ଇନ୍ ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସ୍ ବର୍ଗରେ ୮୯ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ଏହାର ସ୍ଥାନ ପ୍ରଥମ ରହିଛି। ସାରା ଭାରତର ପ୍ରାୟ ୪୦୦୦ ସହର ଏଥିରେ ଭାଗ ନେଇଥିବାବେଳେ ଓଡ଼ିଶାର ୧୦ଟି ସହର ଯଥା ବ୍ରହ୍ମପୁର, ରାଉରକେଲା, ବାରିପଦା, କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର ଭାଗ ନେଇଥିଲେ। ଦେଶରେ ସମୁଦାୟ ୧୦୦ ଟି ସହରକୁ ବଛାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ଏପରିକି ଭୁବନେଶ୍ୱରକୁ ପଛରେ ପକାଇ ବ୍ରହ୍ମପୁର ଏକନମ୍ବର ସ୍ଥାନ ଅଧିକାର କରିଛି। ଆଜି ଅନ୍‌ଲାଇନ୍ ପୁରସ୍କାର ପ୍ରଦାନ…

Read More

ପାଇକମାଲ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଅନ୍ତର୍ଗତ ନୃସିଂହନାଥ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଝରଣା ଉପରୁ ଫଟୋ ଉଠାଉଥିବା ସମୟରେ ଦୁଇଜଣ ଯୁବକ ଖସି ପଡିଥିବାର ସୂଚନା ମିଳିଛି। ଉକ୍ତ ଦୁଇ ଜଣ ଯୁବକ ପାଇକମାଲ ଥାନା ଅନ୍ତର୍ଗତ ଝିଟିକି ଗ୍ରାମର ବୋଲି ଶୁଣିବାକୁ ମିଳିଛି। ଉଭୟ ଝରଣା ଉପରେ ଫଟୋ ଉଠାଉଥିବାବେଳେ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ। ତେବେ ଘଟଣା ସ୍ଥଳରୁ ମୃତ ଦେହ ମିଳିଥିବାବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।

Read More

ଭୁବନେଶ୍ବର, ଭାରତୀୟ ରେଳବାଇ କରୋନା ମହାମାରୀ ଆହ୍ୱାନ ସତ୍ତ୍ୱେ ଗତବର୍ଷର ଏହି ସମୟ ସୁଦ୍ଧା ମାଲ ପରିବହନ ଓ ତତ୍‌ଜନିତ ଆୟଠାରୁ ଅଧିକ ଅଧିକ ସଫଳତା ହାସଳ କରିଛି।  2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ 3.11 ନିୟୁତ ଟନ ମାଲ ପରିବହନ କରିଥିଲା। ଏହା ଗତବର୍ଷର ଏହି ସମୟ ସୁଦ୍ଧା ହୋଇଥିବା ମାଲ ପରିବହନ ଠାରୁ ଅଧିକ। ଗତବର୍ଷ ଏହି ସମୟ ସୁଦ୍ଧା ମାଲ ପରିବହନ ପରିମାଣ ଥିଲା 2.97 ନିୟୁତ ଟନ। 2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ ମାଲ ପରିବହନରୁ 306.1 କୋଟି ଟଙ୍କା ଆୟ କରିଛି। ଗତବର୍ଷର ଏହି ସମୟ ସୁଦ୍ଧା ଆୟଠାରୁ ଏହା 5.28 କୋଟି ଟଙ୍କା ଅଧିକ। ଗତବର୍ଷ ଏହି ସମୟରେ ଆୟ ଥିଲା 300 କୋଟି 28 ଲକ୍ଷ ଟଙ୍କା। 2020 ଅଗଷ୍ଟ 19 ତାରିଖ ସୁଦ୍ଧା ମାତ୍ର 19 ଦିନ ମଧ୍ୟରେ ମୋଟ ମାଲ ପରିବହନ ପରିମାଣ…

Read More

ନୂଆଦିଲ୍ଲୀ, ଦୈନିକ ନମୁନା ପରୀକ୍ଷଣରେ ଭାରତ ଆଜି ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ 9 ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ 9,18,470 ନମୁନା ପରୀକ୍ଷା କରାଯିବା ଯୋଗୁଁ ଦେଶ ଖୁବଶୀଘ୍ର ଦିନକୁ 10 ଲକ୍ଷ ନମୁନା ପରିକ୍ଷଣର ନିକଟତର ହୋଇପାରିଛି। ଏଥିପାଇଁ ମୋଟ ନମୁନା ପରୀକ୍ଷା ସଂଖ୍ୟା 3.25 କୋଟିରୁ ଊର୍ଦ୍ଧ୍ଵ ଅର୍ଥାତ 3,26,61,252 ରେ ପହଞ୍ଚିଛି। ରୋଗ ନିରୂପଣ ପାଇଁ ଅଧିକ ନମୁନା ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଫଳତଃ 1 ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ 23,668ରେ ପହଞ୍ଚିଛି ଏହି ଧାରା କ୍ରମଶଃ ଅଧିକରୁ ଅଧିକ ହେବାରେ ଲାଗିଛି। ଅଧିକରୁ ଅଧିକ ପରୀକ୍ଷା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଯଦିଓ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ଆରମ୍ଭରୁ ବୃଦ୍ଧି ପାଉଛି, ତେବେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର…

Read More

ସୀତାରାମ ଅଗ୍ରୱାଲ  ବାଲୁଗାଁ: ବାଲୁଗାଁ ଏନ.ଏ.ସି ର ସରଳାପଦର ଗ୍ରାମ (ୱାର୍ଡ ନମ୍ବର ୧୧)ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଉକ୍ତ ୱାର୍ଡ ରେ ତିନି ଜଣ ନୂତନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରଳାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୮୩୯/୨୦.୦୮.୨୦୨୦ ରେ ଏକ ଚିଠି ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଜିଲ୍ଲା ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ। ଏହାକୁ ଗମ୍ଭୀରତାର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଉକ୍ତ ଚିଠିକୁ ଅନୁମୋଦନ ଦେଇ ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୨୦.୦୮.୨୦(ଗୁରୁବାର ) ସନ୍ଧ୍ୟା ୭ ଘଟିକାରୁ ତା ୨୩.୦୮.୨୦(ରବିବାର ) ସଂଧ୍ୟା ୭ ଘଟିକା ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶସ୍ୱରୂପ ଆପାତକାଳୀନ ନିଶ୍ଚିତ ଋଣ ଯୋଜନା (ECLGS) କାଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ପକ୍ଷରୁ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାକୁ ଏଥିରୁ ୧,୬୧୭.୬୦ କୋଟି ଟଙ୍କା ମିଳିଛି। ରାଜ୍ୟ ପାଇଁ ଏହି ସ୍କିମରେ ୨,୧୫୧.୮୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଋଣ ଅର୍ଥ ଦ୍ୱାରା ଓଡ଼ିଶାର ଏମଏସଏମଇ ସମେତ ଅନ୍ୟ ଲକଡାଉନ ପ୍ରଭାବିତ କ୍ଷେତ୍ର ଉପକୃତ ହେବେ । ସେମାନେ ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରିବେ। ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ସ୍କିମରେ ମହାରାଷ୍ଟ୍ର ପାଇଁ ସର୍ବାଧିକ ୭,୭୫୬.୨୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିରୁ ରାଜ୍ୟକୁ ୬,୦୦୭.୩୨…

Read More