ରମେଶ ମହାନ୍ତି ଜଗତସିଂହପୁର: ଆଜି ଜେପିଭିଟି ଆସୋସିଏସନ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ଓ ବାର୍ଷିକ ଉତ୍ସବ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଓ ସଂପାଦକ ଶ୍ରୀ ଯୁକ୍ତ ଶୂଭଙ୍କର ଜେନାଙ୍କ ସହିତ କର୍ମକର୍ତ୍ତାମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଏସ୍.ପି. ଶ୍ରୀଯୁକ୍ତ ପ୍ରକାଶ ଆର୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିମଳ କୁମାର ଲେଙ୍କା ଓ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ମିଶ୍ରଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବାଲିକୁଦା ବ୍ଲକ ବୋରିକିନାର ଅସୁସ୍ଥ ଫଟୋଗ୍ରାଫର ଅଶୋକ ଦାସଙ୍କ ବାସସ୍ଥଳୀରେ ପହଂଚି ସମସ୍ତ କର୍ମକର୍ତ୍ତା ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଆର୍ଥିକ ସହାୟତା ପ୍ରଦାନ…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ କମଳାକାନ୍ତ ରାଉତ ଏବଂ ସ୍ୱେଚ୍ଛାସେବୀ ବୃନ୍ଦ ଉପସ୍ଥିତ ରହି ଅନଲାଇନ୍ ମାଧ୍ୟମରେ ଅଂଶ ଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ସଚେତନ କରାଯାଇଥିଲା। ଏଥିସହିତ ଯେପରି ମାଗଣା ଆଇନସେବା ,ମଧ୍ୟସ୍ଥତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, କିଶୋର ନ୍ୟାୟ (ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା) ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ , କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ)…
ଭୁବନେଶ୍ବର: ଆଜି ରାଜ୍ୟରେ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସେହିପରି ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତି ଜିଲ୍ଲାରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, ନ୍ଧମାଳରୁ ୫୦, ରାୟଗଡାରୁ ୪୨, ନୟାଗଡରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗୀରିରୁ୩୫, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୩୩, ବାଲେଶ୍ବରରୁ ୩୧, କେଉଁଝରରୁ ୨୯, ବରଗଡରୁ ୨୫, ଭଦ୍ରକରୁ ୨୪, ଝାରସୁଗୁଡାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୧୬, ନବରଙ୍ଗପୁରରୁ ୧୧, ଦେବଗଡରୁ ୨, ଅନୁଗୁଳ ଏବଂ ବୌଦ୍ଧରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୪୮,୫୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥର କନ୍ଧ ନୟାଗଡ ଛକ ନିକଟରେ ଆଜି ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଚାଳକଙ୍କର ମ୍ରୁତ୍ୟୁ ଘଟିଥିବା ବେଳେ ଟ୍ରକ୍ ର ହେଲ୍ପର ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନସ ପହଂଚି ଆହତ ହେଲ୍ପର ଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗୁରତର ଭାବରେ ଆହତ ହୋଇଥିବା ହେଲପର୍ ଵସୀର ଖାଁ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଅଂଚଳର ହୋଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି । ମୃତ ଟ୍ରକ୍ ଚାଳକର ନାମ ରାଜେଶ ମଲିକ୍ । ୩୨ ବର୍ଷୀୟ ରାଜେଶଙ୍କ ଘର ପଶ୍ଚିମବଙ୍ଗରବର୍ଦ୍ଧମାନ ଅଂଚଳରେ ବୋଲି ଜଣା ପଡିଛି । (WB 41J…
ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରିପ୍ରସାଦର ପଞ୍ଚାୟତ ର ଜଣେ ବରିଷ୍ଠ ବିଜେପି ନେତା ନିଖୋଜ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ଶତ୍ରୁଘ୍ନ ସାହୁ। ଶତ୍ରୁଘ୍ନ ନିଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଭାଲିଆପଡା ଗ୍ରାମ ଛକରେ ଏକ ଛୋଟ ଭେରାଇଟି ଷ୍ଟୋର କରିଥିବାବେଳେ ସେଠାରେ ସେ ରହୁଥିଲେ । କିନ୍ତୁ ଆଜି ସକାଳୁ ଯେତେବେଳେ ତାଙ୍କ ଦୋକାନ ଖୋଲା ନଥିଲା ସେତେବେଳେ ଲୋକେ ଘରର କବାଟ ବାଡେଇଥିଲେ । କିନ୍ତୁ କେହି ଉତ୍ତର ନ ଦେବା ପରେ ଲୋକେ ଘରର ବାରିପଟକୁ ଆସି ଦେଖିଲାପରେ ବାରି ଦ୍ବାରା ଖୋଲା ରହିଥିଲା । ଏହାପରେ ସଙ୍ଗେ ସଙ୍ଗେ ଏନେଇ ସମ୍ପୃକ୍ତ ନିଖୋଜ ବ୍ୟକ୍ତିଙ୍କ ପୁତ୍ରଙ୍କୁ ଖବର ଦିଆଯାଇଥିଲା । ଏହା ପରେ ସେ ଆସି ଘର ଭିତରକୁ ଯାଇ ଦେଖିଲା ବେଳକୁ ଘରର ଜିନିଷପତ୍ର କିଛି ନାହିଁ । ଜିନିଷ ପତ୍ର…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ବ୍ଲକରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ।ବିଧାୟିକା ନିଜସ୍ୱ ଆଞ୍ଚଳିକ ଉର୍ଣ୍ଣୟନ ପାଣ୍ଠିରୁ 15ଟି ପ୍ରକଳ୍ପ ପାଇଁ 31ଲକ୍ଷ ଟଙ୍କା , ସ୍ୱତନ୍ତ୍ର ଉର୍ଣ୍ଣୟନ ପାଣ୍ଠିରୁ 3ଟି ପ୍ରକଳ୍ପ ପାଇଁ 7.5 ଲକ୍ଷ ଓ କ୍ରିଟିକାଲ ଗେଭରୁ 3ଲକ୍ଷ ଟଙ୍କାରେ ଗୋଟିଏ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।ସାମାଜିକ ଦୂରତ୍ୱ ଅବଲମ୍ବନ କରି କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟିକା। କାର୍ଯ୍ୟାଦେଶ ବଣ୍ଟନ ସମୟରେ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷ। ପ୍ରତିନିଧି ଵିଜୟ କୁମାର ଦୋରା, ପୂର୍ବତନ ଜିଲାପରିସଦ ସଦସ୍ୟ ତ୍ରିନାଥ ଭୂୟାଁ, ନିର୍ବାହି ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଖୋର୍ଦ୍ଧା : ସାର୍ବଜନନୀ ସ୍ଥାନରେ ଗଣେଶ ପୂଜା ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଏନେଇ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଥିବାବେଳେ ଏନେଇ ପ୍ରଶାସନ କଟକଣାକୁ ଅଧିକ କଡାକଡି କରୁଛନ୍ତି । ସେହିପରି ଟ୍ବିନ୍ ସିଟିରେ ଗଣେଶପୂଜା ଉପରେ କଟକଣା ଜାରି କରାଯାଇଛି।ଅପରପକ୍ଷରେ ଗଣେଶ ପୂଜାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ପୂଜା ସମ୍ପର୍କରେ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ । ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ପ୍ରଶାସନ ଅଧିକାରୀ ଏନେଇ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସୂଚନା ଦେଇଛନ୍ତି । ଟୁଇନ୍ ସିଟିରେ କରୋନା ମାମଲା ବୃଦ୍ଧି ହୋଇଥିବା ଦେଖି ଗଣେଶ ପୂଜା ଉପରେ କଟକଣା ଲଗାଯାଇଛି ।
ଭୁବନେଶ୍ବର, ପ୍ରତି ବୁଧବାର ସଂଧ୍ୟା ୫ ଟା ସମୟରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରୁ ଅଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୁଣ୍ଡେଚା ବନ୍ଧୁ ଏବଂ ପଣ୍ଡିତ ଅରୁଣ କଶଲକର ଗତ ଦୁଇ ସପ୍ତାହ ପୁର୍ବରୁ ନିଜର ପ୍ରସ୍ତୁତି ଦେଇ ଥିଲେ ଏବଂ ଫେସ୍ ବୂକ୍ ରେ ହଜାର ହଜାର ସଂଗୀତ ରସିକ ମାନେ ସମଗ୍ର ବିଶ୍ଵରୁ ଅନ ଲାଇନରେ କାର୍ଯ୍ୟକ୍ରମର ଆନନ୍ଦ ନେଇ ଥିଲେ। ଫାଉଣ୍ଡେସନ ଦ୍ୱାରା “ଏକ ରାଗ” ସିରିଜ-୩ କାର୍ଯ୍ୟକ୍ରମରେ ଦିଲ୍ଲୀର ସୁପରିଚିତ ଉପ ଶାସ୍ତ୍ରୀୟ ସଂଗୀତ ଗାୟିକା ବିଦୁଷି ଶାଶ୍ଵତୀ ମଣ୍ଡଲ ଟପ୍ପା ଗାୟନ କରିବା ସହିତ ଉପ-ଶାସ୍ତ୍ରୀୟ ସଂଗୀତରେ “ଏକ ରାଗ”ର ମହତ୍ତ୍ୱ ବିଷୟରେ ଅନେକ ତଥ୍ୟ ଉନ୍ମଚନ କରିଥିଲେ। ତାଙ୍କ ସହିତ ମୁଖ୍ୟ ଚର୍ଚାରେ ଓଡିଶାର ଏକ ମାତ୍ର ଧ୍ରୁପଦ ଗାୟକ ମୁକୁନ୍ଦ ଦେବ ସହୁ ଏବଂ ମଧ୍ୟ ପ୍ରଦେଶର ବିଶିଷ୍ଟ ମନ ବିଜ୍ଞାନୀ ଡକ୍ଟର ଶ୍ରେୟା ପହବା…
ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ନୂଆ ସଂପାଦକ ସହିତ ଯୁଗ୍ନ ସଂପାଦକ ତାଲିକା ମଧ୍ୟ ପ୍ରକାଶ କରିଛି। ଏଥିରେ 41 ଜଣ ନେତାଙ୍କୁ ବିଭିନ୍ନ ଦଳୀୟ ସଂଗଠନ ଦାୟିତ୍ବ ଦିଆଯାଇଛି। ଯେଉଁମାନଙ୍କୁ ଏହି ଦାୟିତ୍ବ ମିଳିଲା ସେମାନେ ହେଲେ
ଗୌହାଟି: ଆସାମ ସରକାର ଛାତ୍ରୀମାନଙ୍କୁ ମାଗଣାରେ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି । ଆସାମର ପ୍ରାୟ ବାଇଶି ହଜାର ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ମିଳିବ । ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଯେଉଁ ଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେହି ସମସ୍ତ ଛାତ୍ରୀମାନଙ୍କୁ ଏହି ସ୍କୁଟି ଦିଆଯିବ । ସେହିପରି ରାଜ୍ୟର 4000 ସ୍କୁଲ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ନିମୟିତ କରିଛନ୍ତି । ଆଉ 14 ହଜାର ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ୍ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ନିର୍ବାଚନକୁ ଆଖି ଆଗରେ ରାଜ୍ୟ ସରକାର ଏପରି ସବୁ ପଦକ୍ଷେପ ନେଉଥିବାର ଅନୁମାନ କରାଯାଉଛି ।(ଏଜେନ୍ସି)
ଭୁବନେଶ୍ବର, ବିଜୁ ଜନତା ଦଳ ଆଜି 45 ଜଣ ସଂପାଦକଙ୍କ ନାମ ଘୋଷଣା କରିଛି। ଏଥିସହିତ ଏହି ନେତାମାନେ କେଉଁ କେଉଁ ଦାୟିତ୍ବରେ ରହିବେ ତାହା ମଧ୍ୟ ପ୍ରକାଶ ପାଇଛି। ଜାଣନ୍ତୁ କେଉଁ ନେତାଙ୍କୁ କେଉଁ ଦାୟିତ୍ବ ଦିଆଯାଇଛି।
ଇନ୍ଦୋର୍ : ଲଗାତାର ଚତୁର୍ଥ ଥର ପାଇଁ ଇନ୍ଦୋର ସହର ଦେଶର ସବୁଠୁ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି । କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟ ସ୍ବଚ୍ଛତା ସର୍ଭେ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ ମଧ୍ୟପ୍ରଦେଶର ଇନ୍ଦୋରସହର ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ସ୍ବଚ୍ଛ ସହରର ଦ୍ବିତୀୟ ସ୍ଥାନରେ ରହିଛି ଗୁଜୁରାଟର ସୁରତ୍ ଓ ତୃତୀୟ ସ୍ଥାନରେ ରହିଛି ନଭୀ ମୁମ୍ବାଇ । କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେବାସହ ଇନ୍ଦୋର ଜନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇନ୍ଦୋର ସହ ସ୍ବଚ୍ଛତାରେ ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ମଧ୍ୟପ୍ରଦେଶରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସହରର ଲୋକ, ରାଜନୈତିକ ନେତୃତ୍ବ ଓ ନଗର ନିଗମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାକୁ ମଧ୍ୟ 2ଟି ଜାତୀୟ ପୁରସ୍କାର ମିଳିଛି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେ. ନୂଆଗାଁ ଥାନା ପକ୍ଷରୁ ଜଣେ ନାବାଳକ ସହ ୨ ଜଣ ବାଲିମାଫିଆଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ଏକ ଜୀବନ୍ତ ବୋମା, ମୋବାଇଲ୍ ଏବଂ ନଗର ୨୮୦୦ ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼କେଲଝୁରି ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ୍ ଜିତୁ ଏବଂ ଚିନ୍ମୟ ପ୍ରଧାନ । ଅନ୍ୟ ଜଣେ ନାବାଳକ । ସୂଚନାଯୋଗ୍ୟ ଏହି ସମସ୍ତ ଅଭିଯୁକ୍ତ ଗୋଟିଏ ଗ୍ୟାଙ୍ଗର । ଏଥିପୂର୍ବରୁ ଗ୍ୟାଙ୍ଗର ଅନ୍ୟ କିଛି ସଦସ୍ୟକୁ ପୋଲିସ୍ ଗିରଫ ମଧ୍ୟ କରିଛି । ଏ ସମସ୍ତେ ଏକ ଗ୍ୟାଙ୍ଗ କରି ପ୍ରତିଦିନ ଅଂଚଳରୁ ଟ୍ରକଟ୍ରକ ବାଲି ବେଆଇନ ଭାବେ ଡ଼ରାଇ ଧମକାଇ ବାହାରକୁ ପଠାଇଥାନ୍ତି । ଫଳରେ ସରକାର ବହୁ ଟଙ୍କା ରାଜସ୍ୱ ହରାଉଥିଲା ।
ହାଇଦ୍ରାବାଦ : ଫିଲ୍ମ ଜଗତ ଉପରେ କରୋନା ସଂକଟ ପଡିଥିବାବେଳେ ସିନେମା ହଲ୍ ଖୋଲି ପାରୁନାହିଁ । ଏପରି ସ୍ଥିତିରେ ବହୁ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଉଛି । ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଅପକମିଙ୍ଗ ଫିଲ୍ମ ‘ନିଶବ୍ଦମ୍’ ମଧ୍ୟ ଓଟିଟିରେ ରିଲିଜ୍ ହେବ ବୋଲି ସୂଚନା ରହିଛି । ତେବେ କେଉଁ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଏହା ରିଲିଜ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଏହି ଫିଲ୍ମର ଓଟିଟି ରାଇଟ୍ 25 କୋଟି ଟଙ୍କାରେ ବିକ୍ରି ହୋଇଥିବା ନେଇ ପ୍ରଯୋଜକ କୋନା ଭେଙ୍କଟ ସୂଚନା ଦେଇଛନ୍ତି । ନିଶବ୍ଦମ ଏକ ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଫିଲ୍ମରେ ଅନୁଷ୍କା ଜଣେ ମୂକ ଓ ବଧିର ଚିତ୍ରକର ଭୂମିକାରେ ନଜର ଆସିବେ । ଅନୁଷ୍କାଙ୍କ ବିପକ୍ଷରେ ଆର. ମାଧବନ ନଜର ଆସିବାକୁ ଯାଉଥିବା ବେଳେ ଅର୍ଜୁନ ରେଡ୍ଡୀ ଫେମ ଶାଳିନୀ ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଗଂଜାମ-ଗଜପତି ସୀମାନ୍ତ ଜୁଆନପଲ୍ଲି, ବିଚାପେଟା, ଗୋଠକେଲି, ରଙ୍ଗିଆମ୍ବ ଗ୍ରାମରେ ସଦରରେଞ୍ଜ ଅବକାରୀ ବିଭାଗ, ବ୍ରହ୍ମପୁର ଏବଂ ପାଟପୁର ପୋଲିସ୍, ଦିଗପହଣ୍ଡି ଇଏସ୍ ଏବଂ ଡ଼ିଏସ୍ଏଫ୍ ବ୍ରହ୍ମପୁର ପକ୍ଷରୁ ଅବକାରୀ ଚଢ଼ାଉ ହୋଇଥିଲା। ପାଟପୁର ଥାନା ଅନ୍ତର୍ଗତ ଧରମପୁର ଗ୍ରାମର ଡ଼ି. ଚିତ୍ରସେନକୁ ଗିରଫ କରାଯିବା ସହ ଏକ ଟିଭିଏସ୍ ସ୍କୁଟି (ଓଡ଼ି ୦୭ ଏଡ଼ି ୧୭୭୨)କୁ ଜବତ କରାଯାଇଛି। ୧୨୦୦୦ ପୋଚ ନଷ୍ଟ କରାଯାଇଥିବାବେଳେ ୨୧୦ ଲିଟର ବେଆଇନ ମଦକୁ ଜବତ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ୱାରା ପରୀକ୍ଷା କରାଯାଉଥିବା କୌଣସି ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟର ନେଗେଟଭ୍ କିମ୍ବା ପଜିଟିଭ୍ ରିପୋର୍ଟ ପ୍ରଦାନ କରାଯାଉନାହିଁ। ନିୟମାନୁଯାୟୀ ସ୍ୱାବ୍ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବାର ବିଧି ଥିଲେ ମଧ୍ୟ ଲୋକଙ୍କୁ ଏହା ପ୍ରଦାନ ହେଉନି ଯାହାକି ବ୍ୟକ୍ତିର ସାମ୍ବିଧାନିକ ଅଧିକାର ଓ ନେଚୁରାଲ୍ ଲ ଅଫ୍ ଜଷ୍ଟିସ୍ର ଉଲ୍ଲଂଘନ ହେଉଛି। ସୂଚନାଯୋଗ୍ୟ ସ୍ୱାବ୍ ଟେଷ୍ଟର ୭ ରୁ ୧୨ ଦିନ ମଧ୍ୟରେ ପଜିଟିଭ୍ ଥିବା ବ୍ୟକ୍ତିଙ୍କୁ ଫୋନ୍ କରି ଜଣାଯାଉଛି ଯେ ଆପଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ତୁରନ୍ତ ପ୍ରସ୍ତୁତ ରୁହନ୍ତୁ ମେଡ଼ିକେଲ୍ ଯିବେ। ପ୍ରକୃତରେ ଆଣ୍ଟିଜେନ୍ ପରୀକ୍ଷାର କେବଳ ୧୫ ମିନିଟ୍ ମଧ୍ୟରେ ଏବଂ ଆର୍ଟି-ପିସିଆର୍ ପରୀକ୍ଷାର ୨ରୁ ୩ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ହେଉଛି। ତେଣୁ ଜାଣିଶୁଣି ରାଜ୍ୟ ସରକାର ପଜିଟିଭ୍ କିମ୍ବା ନେଗେଟିଭ୍ ରିପୋର୍ଟ ପ୍ରଦାନ କରୁନାହାନ୍ତି ବୋଲି…
ଭୁବନେଶ୍ବର : କରୋନା କବଳରେ ଆଉ ଜଣେ ବିଧାୟକ । ଭୁବନେଶ୍ବରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ବିଧାୟକ ଅନନ୍ତ ନାରାୟଣ ଜେନା । ଟୁଇଟ୍ ଯୋଗେ ଏନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକେ କରୋନା ଟେଷ୍ଟ କରିବା ସହ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ।କରୋନା ପଜିଟିଭ୍ ହେବା ପରେ ଏବେ ବିଧାୟକ ଅନନ୍ତ ନାରାୟଣ ଜେନା ହୋମ୍ କ୍ବାରେଣ୍ଟାଇନରେ ରହିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ନିକଟରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଜେଡି ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର ରାଜ୍ୟର ୩ୟ ର୍ୟାଙ୍କ ସହ ରେକର୍ଡ଼ ସଫଳତା ହାସଲ କରିଛି। ଆଜି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ମହାବିଦ୍ୟାଳୟର ୧୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୫ ପ୍ରଥମ ଶ୍ରେଣୀରେ, ୬ ଜଣ ଦ୍ୱିତୀୟ ଶ୍ରେଣୀରେ, ଏବଂ ୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ରାହୁଲ ପ୍ରସନ୍ନ ସାହୁ ୫୬୧ (୯୩.୫%), ଏସ୍. ସାଇକ୍ରିଷ୍ଣା ପାତ୍ର ୫୫୪, ତୃତୀୟ ସ୍ଥାନରେ ବି. ସ୍ନେହା ରାଣୀ ପାତ୍ର ୫୫୦, ଚତୁର୍ଥ ସ୍ଥାନରେ ଏ. ସନ୍ଧ୍ୟାରାଣୀ ୫୪୮ ନମ୍ବର ରଖିଛନ୍ତି। ସ୍କୁଲର ପ୍ରଥମ ସ୍ଥାନ ହାସଲ କରିଥିବା ରାହୁଲ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ଅନୁଷ୍ଠାନ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି। ଛାତ୍ରଛାତ୍ରୀଙ୍କ ରାଜ୍ୟସ୍ତରୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରିକୃଷ୍ଣ ନାୟକ, ସଂପାଦକ…
ମୈନପୁରୀ : ଉତ୍ତରପ୍ରଦେଶର ମୈନପୁରୀଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ସନ୍ଦେହ କରି କୋଦାଳରେ ନିଜ ସ୍ତ୍ରୀର ବେକ କାଟି ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଘିରୋରା ଥାନା ଅଞ୍ଚଳର ଦାରାପୁର ଗ୍ରାମରେ ଏହି ଘଟଣା ଘଟିଛି । ଗ୍ରାମରେ ରଣବୀର ସିଂହ ନିଜ ସ୍ତ୍ରୀ ଗୁଡ୍ଡି ଓରଫ ମୀନା ଦେବୀ ଓ ସନ୍ତାନଙ୍କ ସହିତ ରହୁଥିଲେ । ପ୍ରାୟ ଦ୍ବିପ୍ରହର ଦୁଇଟା ସମୟରେ ଗୁଡ୍ଡୀ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ । ଗୁଡ୍ଡୀ ଘରଠାରୁ ଟିକେ ଆଗକୁ ଯାଇଥିବାବେଳେ ରଣବୀର ଏକ କୋଦାଳ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ରଣବୀର କୋଦାଳ ସାହାଯ୍ୟରେ ଗୁଡ୍ଡିଙ୍କ ବେକ କାଟି ଦେଇଥିବାବେଳେ ଘଟଣାସ୍ଥଳରେ ଚିତ୍କାର କରି ଗୁଡ୍ଡି ତଳେ ପଡିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀମାନେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ୍ ବିଟ ହାଉସ ଅଧିକାରୀ ମୁରଲୀଧର ବଳିଆରସିଂହଙ୍କ ଗତ ଅଗଷ୍ଟ ୯ ତାରିଖ ଦିନ ମୃତ୍ୟୁ ଘଟିଥିଲା। ଆଜି ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ ଉପଲକ୍ଷେ ବାଣପୁର ଥାନା ପରିସରରେ ବାଣପୁର ପୋଲିସ୍ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ଅବସରରେ ସବ୍ ଇନ୍ସପେକ୍ଟର ପ୍ରସନ୍ନ କୁମାର ଜେନା, ଏଏସ୍ଆଇ ଶ୍ରୀନିବାସ ପ୍ରଧାନ, ଏଏସ୍ଆଇ ବସନ୍ତ ପଟ୍ଟନାୟକ, ଏଏସ୍ଆଇ ମହେନ୍ଦ୍ର କୁମାର ସେଠୀ, ଏଏସ୍ଆଇ ନମିତା ନାୟକ ଓ ଅନ୍ୟ ଷ୍ଟାଫ୍ମାନେ ସ୍ବର୍ଗତ ବଳିଆରସିଂହଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସୂଚନାଯୋଗ୍ୟ, ସ୍ୱର୍ଗତ ବଳିଆରସିଂହଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର…
ମସ୍କୋ : ମରିଯିବା ପରେ ପୁଣି ଜୀବିତ ହେଲେ ମହିଳା । ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କୁ ଶବ ଗୃହରେ ରଖାଯାଇଥିଲା । ତେବେ ଶବଗୃହରେ ଗୋଟିଏ ରାତି ରହିବା ପରେ ମହିଳା ଜଣକ ପୁଣି ଥରେ ଜୀବିତ ହୋଇ ଉଠିଛନ୍ତି । ଏହି ମହିଳାଙ୍କ ନାମ ଜିନୋଦା କନୋନୋଭା । 81 ବର୍ଷୀୟ ଏହି ମହିଳା ଜଣକ ଗୋଟିଏ ରାତି ଶବାଗାରରେ ରହିବା ପରେ ସକାଳୁ ଜୀବିତ ଅବସ୍ଥାରେ ସେଠାରୁ ବାହାରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ 14 ତାରିଖରେ ରୁଷ୍ର ଏକ ହସ୍ପିଟାଲରେ ସର୍ଜରୀ ପରେ ସମ୍ପୃକ୍ତା ମହିଳାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ସମ୍ପୃକ୍ତା ମହିଳାଙ୍କୁ ରାତ୍ରି 1.10 ସମୟରେ ଶବଗାରରେ ରଖାଯାଇଥିଲା । ପ୍ରାୟ 7 ଘଣ୍ଟାପରେ ସକାଳ 8ଟା ସମୟରେ ଶବ ଗୃହରୁ ଜିନୋଦା ଜୀବିତ ଦେଖି ହସ୍ପିଟାଲ କର୍ମଚାରୀ ମାନେ ଚକିତ ହୋଇଯାଇଥିଲେ । ସାଙ୍ଗେ…

