Author: Samikhsya Bureau

ଭୁବନେଶ୍ବର : ପ୍ରବଳ ବର୍ଷା ସମ୍ଭାବନା ନେଇ 10 ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି । ସେହି ସମସ୍ତ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି । ପାଣି ଜମିବା ସହ କିଛି ଯାଗାରେ ଆକସ୍ମିକ ବନ୍ୟା ନେଇ ଓ୍ବାର୍ଣ୍ଣିଂ ଦିଆଯାଇଛି । କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା ମଧ୍ୟ ସତର୍କ ସୂଚନା ରହିଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବା ନେଇ ମଧ୍ୟ ସତର୍କସୂଚନା ଜାରି ହୋଇଛି ।

Read More

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିଲା ବେଳେ ଆସନ୍ତା 23 ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏବେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା 21ରେ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ 23ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ 10 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ 13 ଜିଲ୍ଲାରେ ଝଡ଼ତୋଫାନ ସହ ସ୍ୱଳ୍ପ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲାର ବାଣପୁର ବର୍ତ୍ତମାନ କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବାବେଳେ ଲକ ଡ଼ାଉନ ଅବ୍ୟାହତ ରହିଛି । ଏହାକୁ ଭ୍ରୂକ୍ଷେପ ନକରି  ସକ୍ରିୟ ହୋଇ ଉଠିଛନ୍ତି କେତେକ ଚୋରା ଶାଗୁଆନ କାଠ ବେପାରୀ ।  ନିକଟରେ ଦୁଇ ଚୋରା ଶାଗୁଆନ କାଠ ବେପାରୀ ଗିରଫ ହୋଇଥିବାବେଳେ  ଗତକାଲି ସକାଳେ ପୁଣି ଦୁଇ ଜଣ ଶାଗୁଆନ କାଠ ଚୋରକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ବାଲୁଗାଁ ବନବିଭାଗ । ମିଳିଥିବା ସୂଚନା ଅନୁଯାୟୀ  ଗତକାଲି ସକାଳେ ଦୁଇ ଦୁର୍ବୁତ୍ତ  ବାଣପୁର  ଦାମିଆ ବରବରା ଧୂଆଁନଳି ସେକ୍ସନ ଅନ୍ତର୍ଗତ ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ବହୁମୂଲ୍ୟ ଶାଗୁଆନ ଗଛ ଚୋରି କରି ସେଗୁଡିକର କାଠଗୁଡିକ  କାଟି  ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବାବେଳେ ବରକୋଳି ଗ୍ରାମ ପାଖରେ ବାଲୁଗାଁ ବନପାଳ ଉତ୍ତମ ଗଡ଼ନାୟକ ଏବଂ ଟିମ ଦ୍ୱାରା ଧରା ପଡ଼ି ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ…

Read More

ନୂଆଦିଲ୍ଲୀ :ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇଛି । ବ୍ରେନ୍‌ ସର୍ଜରୀ ଓ କରୋନାରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ଥିବା ପ୍ରଣବ ମୁଖାର୍ଜୀଙ୍କର ଏବେ ଫୁସ୍‌ଫୁସ୍‌ ସଂକ୍ରମଣ ହେବା ଆରମ୍ଭ କରିଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । 84 ବର୍ଷୀୟ ପ୍ରଣବ ମୁଖାର୍ଜୀ ଅଗଷ୍ଟ 10ତାରିଖରେ ନିଜର ବ୍ରେନ୍‌ ସର୍ଜରୀ ପାଇଁ ଦିଲ୍ଲୀସ୍ଥିତି ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ସେବେଠାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଭେଣ୍ଟିଲେଟରରେ  ରଖାଯାଇଛି । ଏକ ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କର ନିରୀକ୍ଷଣ କରୁଥିବାର ସୂଚନା ରହିଛି । (ଏଜେନ୍ସି)

Read More

ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ଶଙ୍କର ଦୟାଲ ଶର୍ମାଙ୍କ ଜନ୍ମଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରଦ୍ଧାଞ୍ଜଳି

Read More

ଇସଲାମ୍‌ବାଦ : ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପ୍ରମୁଖ ସଚିବ ଆଜମ୍‌ ଖାନ୍‌ଙ୍କୁ ଚାପୁଡା ମାରି ସେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ବୋଲ ନ୍ୟୁଜ୍‌’ ଅନୁସାରେ ପ୍ରଧାନମନ୍ତ୍ରୀ ସଚିବାଳୟରେ କ୍ୟୁରୈସୀ ଓ ଆଜମ ଖାନ୍‌ଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହା ପରେ ରାଗରେ କ୍ୟୁରୈସୀ ଆଜମ୍‌ ଖାନ୍‌କୁ ଚାପୁଡା ମାରିଥିଲେ । ମିଳିଥିବା ସୂଚନା ଅନୁସାରେ କ୍ୟୁରୈସୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ  କିନ୍ତୁ ଆଜମ୍‌ ଖାନ୍‌ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଅଟକାଇ ଦେଇଥିଲେ । ଏହାକୁ ନେଇ ରାଗିଯାଇଥିଲେ କ୍ୟୁରୈସୀ । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଖାନ୍‌ ଏକ ଜରୁରୀ ବୈଠକରେ ଥିବାରୁ ଆଜମ୍‌ କ୍ୟୁରୈସୀଙ୍କୁ ପରେ ସାକ୍ଷାତ କରିବାକୁ କହିଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ରାଗରେ କ୍ୟୁରୈସୀ…

Read More

ନୂଆଦିଲ୍ଲୀ :  ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ହୃଷିକେଶ ରାୟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଥିଲେ । ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ  ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ମାମଲାକୁ ନେଇ ଦାୟର କରାଯାଇଥିବା ଅନ୍ୟ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାମଲାରେ ବିହାର ପୋଲିସର ହସ୍ତକ୍ଷେପକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ସଠିକ୍ ବୋଲି ଦର୍ଶାଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସ୍‌କୁ ସହଯୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ଏହି ରାୟ ପ୍ରକାଶ ପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଓ ସୁଶାନ୍ତଙ୍କ ଭଉଣୀ  ଏହା ସତ୍ୟର…

Read More

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି 10 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 372କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ଏହା 162, ଖୋର୍ଦ୍ଧାରେ 51, ସୁନ୍ଦରଗଡରେ 24, ବରଗଡରେ 5 ଓ ଭଦ୍ରକରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଚଳିତ ଥର ପାସ୍‌ ହାର 74 . 95 ପ୍ରତିଶତ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଚଳିତ ଥର ମୋଟ୍‌ 25 ହଜାର 772 ପରୀକ୍ଷା ଦେଇଥିବାବେଳେ ପାସ୍‌ କରିଛନ୍ତି 19 ହଜାର 318ଜଣ । ପାସ୍‌ କରିଥିବାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ 12 ହଜାର 215 ଜଣ ଛାତ୍ର ରହିଥିବାବେଳେ 7 ହଜାର 103ଜଣ ଛାତ୍ରୀ ରହିଛନ୍ତି । ସେହିପରି ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି 6ହଜାର 610 ଜଣ । ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି 4ହଜାର 259ଜଣ  । ତୃତୀୟ ଶ୍ରେଣୀରେ 8361ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । 29ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍‌ କରିଥିବାବେଳେ 2ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଫଳାଫଳ ଶୂନ୍ୟ ରହିଛି ।

Read More

ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍‌ 2ହଜାର 589 ପଜିଟିଭ୍‌ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 466 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ 242, ପୁରୀରୁ 235, କଟକରୁ 222, ରାୟଗଡାରୁ 211, ସୁନ୍ଦରଗଡରୁ 155, ବାଲେଶ୍ବରରୁ 150, ମୟୂରଭଞ୍ଜରୁ 117, ଯାଜପୁରରୁ 95, କୋରାପୁଟରୁ 92, ମାଲକାନଗିରିରୁ 73, ବରଗଡରୁ 67, ସମ୍ବଲପୁରରୁ 66,  କେଉଁଝରରୁ 53, ଭଦ୍ରକରୁ 47,  କଳାହାଣ୍ଡିରୁ 42, ନବରଙ୍ଗପୁର ଓ ଗଜପତିରୁ 36ଜଣ ଲେଖାଏ ରହିଥବାବେଳେ, କନ୍ଧମାଳରୁ 30, ସୋନପୁରରୁ 26, ଢେଙ୍କାନାଳରୁ 25, ଜଗତସିଂହପୁରର 21,  ଅନୁଗୁଳରୁ 20, ଝାରସୁଗୁଡାରୁ 18, ବୌଦ୍ଧରୁ 16,  ନୟାଗଡରୁ 11, କେନ୍ଦ୍ରାପଡାରୁ 10,ନୂଆପଡାରୁ 6,  ବଲାଙ୍ଗିରରୁ 1ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 589 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1574ଜଣ ଚିହ୍ନଟ ହୋଇଥିବାବେଳେ 1015ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  67ହଜାର122କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 21 ହଜାର 383ଜଣ । ସେହିପରି ସୁସ୍ଥ ହୋଇଛନ୍ତି 45 ହଜାର 314ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 362ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନାଗପୁର : ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ କୋରାଡିରେ ମଙ୍ଗଳବାର ଦିନ ଏହି ଛାତିଥରା ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ଓ ଦୁଇ ଶିଶୁଙ୍କ ହତ୍ୟା କରିବା ପରେ ଜଣେ ଡାକ୍ତରାଣୀ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ପୋଲିସ୍‌ ସୂଚନାନୁସାରେ ଏପରି ଏକ ଅଭାବନୀୟ ଘଟଣା କୋରାଡି ଅଞ୍ଚଳର ଓମ୍‌ ନଗରଠାରେ ଏହି ଘଟଣା ଘଟିଛି । ନିଜ ବାସଭବନରେ ଡ. ସୁଷମା ରାଣେ, ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିବା ଡାକ୍ତରାଣୀଙ୍କ ସ୍ବାମୀ ଧୀରଜ, ଓ  ଦୁଇ ଶିଶଉଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ସନ୍ତାନଙ୍କ ବୟସ ଯଥାକ୍ରମେ 11 ଓ 5 ବର୍ଷ ବୋଲି ସୂଚନା ରହିଛି । ବେଡରୁମ୍‌ରୁ ସ୍ବାମୀ ଓ ଦୁଇ ଶିଶୁଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଡାକ୍ତରାଣୀଙ୍କ ଶବକୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇଛି। ଉକ୍ତ ଘରୁ ମିଳିଥିବା ସୁଇସାଇଡ ନୋଟରେ ସୁଷମା ଅସୁଖୀ ବୈବାହିକ ଜୀବନ କାରଣରୁ ଏଭଳି…

Read More

ଭୁବନେଶ୍ବର : ରାଜ୍ୟରେ ଗତ 24 ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ ହୋଇଛି। ଦିନକରେ ରାଜ୍ୟରୁ 53 ହଜାର 15ଟି କରୋନା ନମୁନା ପରୀକ୍ଷା କରାଯାଇଥିବାର ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ 24 ଘଣ୍ଟା ମଧ୍ୟରେ 47, 843ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବା ବେଳେ 5068ଟି ଆରଟିପିସିଆର୍‌ ଓ 113ଟି ଟ୍ରୁନାଟ ଟେଷ୍ଟ ହୋଇଛି। ତେବେ 30ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 5354 କରୋନା ଟେଷ୍ଟ ହୋଇଥିବା ସୂଚନା ରହିଛି । ସେହିପରି ରାଜ୍ୟ ସରକାର ରାଜ୍ୟରୁ କରୋନା ସଂକ୍ରମଣ କମାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଆଗାମୀ ଦିନରେ କୋରାପୁଟରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ କରାଯିବର ସୂଚନା ରହିଛି ।

Read More

 ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏଥିପାଇଁ 7ଟି ମେଡ଼ିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ ମଲ୍ଟି ଡିସିପ୍ଲସନାରୀ ଟେକ୍ନିକାଲ କମିଟି ଗଠନ କରାଯାଇଛି ।  ଡାଇରେକ୍ଟର ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ ଟ୍ରେନିଂ ଦ୍ବାରା ଏହି କମିଟି ଗଠନ କରାଯାଇଛି । ଟେକ୍ନିକାଲ କମିଟିରେ ଥିବା ପ୍ରଫେସାରମାନଙ୍କୁ 30 ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଏହି ସମସ୍ତ ପ୍ରଫେସରମାନେ ସମସ୍ତ ଜିଲ୍ଲା ପରିଦର୍ଶଡ଼ ସହ କୋଭିଡ୍‌ ସ୍ଥିତିର ତଦାରଖ କରାଯିବ ।  ସେହିପରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ଏହି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଲାଗି ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ନୀତି ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 64 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 64 ହଜାର 531 ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 67 ହଜାର 274ରେ ପହଞ୍ଚିଛି । ଏହା ସହିତ ବିଗତ 24 ଘଣ୍ଟା ମଧ୍ୟରେ 1092 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା 52ହଜାର 889ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 67 ହଜାର 274 ରହିଥିବା ବେଳେ ଏହା ମଧ୍ୟରୁ 20 ଲକ୍ଷ 37 ହଜାର 870 ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ଏବେ ସୁଦ୍ଧା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 76 ହଜାର 514 ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 9 ଲକ୍ଷ…

Read More

ନୂଆଦିଲ୍ଲୀ, ଭାରତ ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି। ପାଖାପାଖି ୯ ଲକ୍ଷ (୮,୯୯,୮୬୪) ନମୁନା ଗୋଟିଏ ଦିନରେ ପରୀକ୍ଷା କରାଯାଇଛି ଯାହାକି ଏପର‌୍ୟ୍ୟନ୍ତ ସର୍ବକାଳିନ ଦିନିକିଆ ରେକର୍ଡ। ଏପର‌୍ୟ୍ୟନ୍ତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୦୯,୪୧,୨୬୪ରେ ପହଞ୍ଚିଛି । ଏତେ ସଂଖ୍ୟକ ପରୀକ୍ଷା ସତ୍ଵେ ପଜିଟିଭ ହାର ୮.୮୧ ପ୍ରତିଶତରେ ରହିଛି। ଗତ ସପ୍ତାହରେ ଜାତୀୟ ପଜିଟିଭ ହାର ୮.୮୪ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ରେକର୍ଡ ସଂଖ୍ୟକ ୫୭,୯୩୭ ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ ଏହି ସଂଖ୍ୟା ଆକ୍ରାନ୍ତଙ୍କ ଠାରୁ ୫୫,୦୭୯ ଅଧିକ । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ବାହାରୁଥିବା ଯୋଗୁଁ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ (୧୯,୭୭,୭୭୯)ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦକ୍ଷତା ବୃଦ୍ଧି ତଥା ସମୟୋଚିତ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ ୧୯ଟି ସମନ୍ଵିତ କ୍ଷେତ୍ରୀୟ କାର‌୍ୟ୍ୟାଳୟ ଗୋଟିଏ ସ୍ଥାନରୁ କାର‌୍ୟ୍ୟ କରିବା ପାଇଁ ଅନୁମୋଦନ କରିଛି । ଏହି ସମନ୍ଵିତ ଆଞ୍ଚଳିକ କାର୍ଯ୍ୟାଳୟ (ଆଇଆରଓ)ଅକ୍ଟୋବର ପହିଲାରୁ କାର‌୍ୟ୍ୟ ଆରମ୍ଭ କରିବ । ଏହି ଆଇଆରଓ ଯେଉଁ ମାନବ ଓ ଅର୍ଥ ସମ୍ବଳକୁ ନେଇ କାର୍ଯ୍ୟ କରିବ ସେଗୁଡିକ ହେଲା ୧୦ଟି ଆଞ୍ଚଳିକ କାର‌୍ୟ୍ୟାଳୟ(ଆରଓଏଚକ୍ୟୁ ଡିଭିଜନ), ଭାରତୀୟ ଜଙ୍ଗଲ ସର୍ଭେର ୪ଟି ଆଞ୍ଚଳିକ କାର‌୍ୟ୍ୟାଳୟ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ୩ଟି ଆଞ୍ଚଳିକ କେନ୍ଦ୍ର, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ୪ଟି ଆଞ୍ଚଳିକ କାର୍ଯ୍ୟାଳୟ, ବନ୍ୟାପ୍ରାଣୀ ଅପରାଧ ବ୍ୟୁରୋର ୫ଟି ଆଞ୍ଚଳିକ ଓ ୩ଟି ଉପଆଞ୍ଚଳିକ କାର୍ଯ୍ୟାଳୟ । କ୍ରମିକ ସଂଖ୍ୟା ଆଇଆରଓ ମୁଖ୍ୟାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ଷେତ୍ର (i) ଶିଲଂ ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା (ii) ରାଞ୍ଚି ଝାଡଖଣ୍ଡ, ବିହାର…

Read More

କେଦାର ମିଶ୍ର  ଦେଖୁ ଦେଖୁ ପାଞ୍ଚମାସ ସମୟ ବିତିଗଲାଣି। ମାର୍ଚ୍ଚ ମାସର ତୃତୀୟ ସପ୍ତାହ ବେଳକୁ ଆମେ କରୋନା ଭୂତାଣୁକୁ ନୂଆ କରି ଜାଣୁଥିଲୁ। ସେତେବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦୈନିକ ବୁଲେଟିନ ବାହାର କରୁଥିଲେ ସେଇଠି ଆମେ ଦେଖୁଥିଲୁ କରୋନାକୁ ନେଇ ତିନୋଟି ଦେଶ ବେଶୀ ଆକ୍ରାନ୍ତ- ଚୀନ, ଦକ୍ଷିଣ କୋରିଆ ଓ ଇରାନ। ଏହି ତିନୋଟି ଦେଶରେ ଯେତିକି ସଂଖ୍ୟକ ଆକ୍ରାନ୍ତ ସେତେବେଳେ ବାହାରୁଥିଲେ,ଏବେ ଗୋଟିଏ ଦିନରେ ତାଠୁ ଢେର ଗୁଣ ଅଧିକ ଆକ୍ରାନ୍ତ ଆମ ଦେଶରେ ବାହାରୁଛନ୍ତି। ଚୀନରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ସେଠାରେ ମାତ୍ର ୮୪,୮୭୧ ଲୋକଙ୍କ୍ଜୁ ଆକ୍ରାନ୍ତ କରିଥିଲ।। ଆମ ଦେଶରେ ଏବେ ଦିନକୁ ୫୫ ରୁ ୬୫ ହଜାର ଆକ୍ରାନ୍ତ ବାହାରୁଛନ୍ତି। ମାର୍ଚ୍ଚ ମାସରେଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଏକ ନମ୍ବର ଥିବା ଚୀନ ଅଗଷ୍ଟ ମାସ ବେଳକୁ ୩୪ ନମ୍ବର ସ୍ଥାନକୁ ଖସି ଆସିଛି। ସେହିପରି ଦକ୍ଷିଣ କୋରିଆ…

Read More

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ସ୍ଥାନରରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଏନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ସୋନପୁର ଓ କେନ୍ଦୁଝର । ସେହିପରି ଅନୁଗୁଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ମୟୂରଭଞ୍ଜ, ବାଲେଶ୍ବର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାରେ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି…

Read More

ଭୁବନେଶ୍ୱର : ଆଜି ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରେସ୍ ମିଟ୍ କରି ଏହି ସୂଚନା ଦେଇଥିଲେ। ଆଜି ଦିନ 11.30 ମିନିଟ ସମୟରେ ଏହି ଫଳାଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା ଅଗଷ୍ଟ 31 ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି।  ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି 3 ଲକ୍ଷ 50 ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି। ବାଣିଜ୍ୟ ପରୀକ୍ଷା ଫଳ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ http://orissaresults.nic.in/CHSE

Read More