ଭୁବନେଶ୍ବର, କୋଭିଡ ମହାମାରି ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରେ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡିଲେଣି। ଏପରକି ଏହାକୁ ମୁକାବିଲା କରିବାରେ ସରକାରଙ୍କ ପାଣ୍ଠିର ଅଭାବ ମଧ୍ୟ ପରିଲକ୍ଷିତ ହେଲାଣି। ଏପରି ପରିସ୍ଥିତିରେ ଦେଶ ତଥା ରାଜ୍ୟର ବିଭିନ୍ନ ସଂସ୍ଥା ମୁକ୍ତ ହସ୍ତରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସାହାର୍ଯ୍ୟ ପ୍ରଦାନ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶାର ଏକ ସଂସ୍ଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 250 କୋଟି ଟଙ୍କା ସାହାର୍ଯ୍ୟ ପ୍ରଦାନ କରିଛି। ସେହି ସଂସ୍ଥା ହେଉଛି ଓଡିଶା ଖଣି ନିଗମ। ମୁଖ୍ୟତଃ ନିଗମ, ବିଭିନ୍ନ ସିଏସଆର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାହାର୍ଯ୍ୟ ପ୍ରଦାନ କରିଆସୁଛି। ଗତ ମାର୍ଚ୍ଚ ମାସରେ ଏହି କୋଭିଡ ମୁକାବିଲା ପାଇଁ ନିଗମ ରିଲିଫ ଫଣ୍ଡକୁ 5ଶହ କୋଟି ଟଙ୍କା ପ୍ରଦାନ କରିଥିଲା। ଆଜି ନିଗମର ଅଧ୍ୟକ୍ଷ ସଂଜୀବ ଚୋପ୍ରା ଏବଂ ପରିଚାଳନା ନିର୍ଦ୍ଦେଶକ ଭିନୀଲ୍ କ୍ରିଷ୍ଣା 250 କୋଟି ଟଙ୍କାର ଚେକ୍…
Author: Samikhsya Bureau
ନୂଆଦିଲ୍ଲୀ, ବିଶ୍ଵ ବାଣିଜ୍ୟ ସଂଗଠନର ଏକ ପରିସଂଖ୍ୟାନ ଅନୁସାରେ ଭାରତର କୃଷିଜାତ ସାମଗ୍ରୀ ରପ୍ତାନୀ ୨୦୧୭ରେ ୨.୨୭ ପ୍ରତିଶତ ଥିବା ବେଳେ ଆମଦାନୀ ୧.୯୦ ପ୍ରତିଶତ ଥିଲା। ଏପରିକି ବୈଶ୍ଵିକ ମହାମାରୀର ଲକଡାଉନ କାଳରେ ଏଥିରେ କୌଣସି ବ୍ୟତିକ୍ରମ ନଘଟି ଦେଶ ତାହାର ରପ୍ତାନୀ ଧାରା ଅବ୍ୟାହତ ରଖିଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ୨୫ ହଜାର ୫୫୨କୋଟି ୭0 ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ୨୦ ହଜାର ୭୩୪ କୋଟି ୮0 ଲକ୍ଷ ଟଙ୍କା ଆୟ ହୋଇଥିଲା। ସେଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷର ରପ୍ତାନୀରେ ୨୩.୨୪ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୭-୧୮ ଆର୍ଥିକ ବର୍ଷରେ କୃଷି ରପ୍ତାନୀ ବାବଦରୁ ଭାରତର କୃଷି ଜିଡିପି ୯.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୯.୯କୁ ବୃଦ୍ଧି ପାଇଥିଲା। କୃଷିଜାତ ସାମଗ୍ରୀର ରପ୍ତାନୀ ଏହି ସମୟ ମଧ୍ୟରେ…
Amritsar: An illuminated Golden Temple on the eve of 416th Prakash Utsav of Sri Guru Granth Sahib, in Amritsar, on Aug 18, 2020. (Photo: IANS)
ନୂଆଦିଲ୍ଲୀ, ଗୋଆର ରାଜ୍ୟପାଳ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି। ଆଜି ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଛି। ତେବେ ଗୋଆର ରାଜ୍ୟପାଳ ଭାବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏହି ଆଦେଶ ଉଭୟ ନିଜ ନିଜର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy) ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ positivity rate ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଆଜି ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି । ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ତଥା…
ଭୁବନେଶ୍ୱର: ଆଜି ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ୧.୩୦ କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ବାଲେଶ୍ଵର ଜିଲ୍ଲାର ଜଣେ ଏମବିଏ ଛାତ୍ରଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଥିବା ପୋଲିସ ପ୍ରକାଶ କରିଛି। ଏସଟିଏଫ ୧.୩୨୫ କିଲୋଗ୍ରାମ ଓଜନର ନିଶା ସାମଗ୍ରୀ ଜବତ କରିବା ସହ ବାଲେଶ୍ଵର ସହରର ବସ ଷ୍ଟାଣ୍ଡ ଅଞ୍ଚଳରୁ ଏମବିଏ ଛାତ୍ର ଶେଖ ରିଆଜୁଦ୍ଦିନଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭୁବନେଶ୍ୱରରେ ଅଧ୍ୟୟନ କରୁଛି ବୋଲି ଜଣେ ଏସଟିଏଫ ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ସେମାନେ ବ୍ରାଉନ ସୁଗାରର ଉତ୍ସ ଏବଂ ରାକେଟର କିଙ୍ଗପିନ୍ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଏସଟିଏଫ ୧୬.୭୧୧ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଏବଂ ଚଳିତ ବର୍ଷ ୪୧ ଟି ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି। (ଏଜେନ୍ସି)
ଭୁବନେଶ୍ବରରୁ: ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୩୫ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୮୭, ସୁନ୍ଦରଗଡରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡରୁ ୭୦, ନୟାଗଡରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ବରରୁ ୫୨, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୨, ଯାଜପୁରରୁ ୩୯, ଗଜପତିରୁ ୨୭, କେନ୍ଦ୍ରାପଡାରୁ ୨୦, ସମ୍ବଲପୁରରୁ ୨୦, ଝାରୁସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୭, କେଉଁଝରରୁ ୧୭, ଢେଙ୍କାନାଳରୁ ୧୫, ରାୟଗଡା ରୁ ୧୪, ନବରଙ୍ଗପୁରରୁ ୧୩, ବୌଦ୍ଧ ଓ ବଲାଙ୍ଗୀରିରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୬, ନୂଆପଡାରୁ ୨, ସୋନପୁରରୁ ଜଣେ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୫,୩୧୪ ରେ ପହଞ୍ଚିଛି।
ଭୁବନେଶ୍ୱର: ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ) ଠାରେ ନିକଟରେ ୭ ଦିନ ଧରି ଏକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଭାରତ ତଥା ଭାରତ ବାହାରୁ ୨୦ ଜଣ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମନ୍ତବ୍ୟ ରଖିଥିଲେ। ରିସର୍ଚ୍ଚ ମେଥଡୋଲଜି ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ଗୁଡିକ ପର୍ଯ୍ୟବେସିତ ହୋଇଥିଲା। ଏଥିରେ ଦେଶ ମଧ୍ୟରୁ ଓ ବିଦେଶରୁ ୬୫ ଟି ଅନୁଷ୍ଠାନର ୧୨୦ ଜଣ ଫ୍ୟାକଲ୍ଟି ଯୋଗ ଦେଇଥିଲେ। ଯୋଗ ଦେଇଥିବା ଅନୁଷ୍ଠାନ ଗୁଡିକ ମଧ୍ୟରେ ବଙ୍ଗଳାଦେଶର ନ୍ୟାସନାଲ ୟୁନିଭର୍ସିଟି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ, ଆଇଆଇଟିଟିଏମ, ସିପେଟ, ଇଗନୋଉ, ଓଡ଼ିଶା ସରକାରଙ୍କ ଷ୍ଟେଟ କାଉନସିଲ ଫର ଟେକନିକାଲ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ, ବିହାର ରୁରାଲ ଲାଇଭଲିହୁଡ ପ୍ରମୋସନ ସୋସାଇଟି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ। ଏସଏଚଏମର ଆଡଭାଇଜର ତଥା ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ…
ଭୁବନେଶ୍ବର, ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ପଶ୍ଚିମବଙ୍ଗରେ ଅଗଷ୍ଟ ୨୦, ୨୧, ଓ ୨୭ ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ – ବାତିଲ ହେଉଥିବା ଟ୍ରେନ : ୧- ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ ୨୧ ଅଗଷ୍ଟ , ୨୦୨୦ ତାରିଖ ଦିନ ବାତିଲ କରାଯିବ। ୨- ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ୨୦ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ। ୩- ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୨୧, ୨୮ ଓ ୩୧ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ। ୪-ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୨,…
ହାଇଦ୍ରାବାଦ : ବାହୁବଳୀ ଅଭିନେତା ପ୍ରଭାସ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ଆଦିପୁରୁଷ’ରେ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ‘ତାନାଜୀ’ ଫିଲ୍ମର ନିର୍ଦ୍ଦେଶ ଓମ୍ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିବା ସହିତ ପ୍ରଭାସ ଲେଖିଛନ୍ତି, ‘ଧର୍ମ ଉପରେ ଅଧର୍ମର ବିଜୟ’ ପାଳନର ଏକ ଅନନ୍ୟ କାହାଣୀ ଆଦି ପୁରୁଷ । ଏହି ଥ୍ରିଡି ଫିଲ୍ମଟି ଭାରତୀୟ ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ । ଏହି ଫିଲ୍ମର ସୁଟିଂ ୨୦୨୧ରେ ଆରମ୍ଭ ହେବା ସହିତ ୨୦୨୨ରେ ଏହି ଫିଲ୍ମଟି ରିଲିଜ ହେବ । ଏହି ଫିଲ୍କର ପୋଷ୍ଟର ପାଇଁ ପ୍ରଭାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମହାନାଟୀ ନିର୍ଦ୍ଦେଶକ ନାଗ ଅଶ୍ୱିନ। ଏହି ଫିଲ୍ମ ବ୍ୟତୀତ ପ୍ରଭାସ ’ରାଧେ ଶ୍ୟାମ’ ଏବଂ ନାଗ ଅଶ୍ୱିନଙ୍କ ଅପକମିଙ୍ଗ ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନାଗ ଅଶ୍ୱିନଙ୍କ ଫିଲ୍ମରେ ଦୀପିକା ପାଦୁକୋନ୍…
ରମେଶ ମହାନ୍ତି ଜଗତସିଂହପୁର :ଆଜି ଜଗତସିଂହପୁର ଜିଲ୍ଲାରୁ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ୯ଜଣ, କୁଜଙ୍ଗ ବ୍ଲକରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ଜଣେ, ରଘୁନାଥପୁର ବ୍ଲକରୁ ୪ଜଣ, ତିର୍ତ୍ତୋଲ ବ୍ଲକରୁ ୫ଜଣ ଓ ପାରାଦ୍ବୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ୧୧୦୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୮ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୨୫୭ଜଣ ଆକ୍ରାନ୍ତ ଆକ୍ଟିଭ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 220 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍ରୁ 134ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ରୁ 84 ଜଣ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍ସି ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ 136ଜଣ ଚିହ୍ନଟଙ୍କ ମଧ୍ୟରୁ ନୟାପଲ୍ଲୀ ଗୋବିନ୍ଦ ନଗର ବସ୍ତିରୁ 15 ଜଣ, ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନ୍ରୁ 8ଜଣ, ରିଜର୍ଭ ପୋଲିସ୍ କଲୋନୀରୁ 7ଜଣ, ଲକ୍ଷ୍ମୀସାଗରରୁ 5ଜଣ, ବରମୁଣ୍ଡା ଜଗନ୍ନାଥ ବିହାରରୁ 5 ଜଣ, ଜୟଦେବ ବିହାର ଦୂରଦର୍ଶନ କଲୋନୀରୁ 5ଜଣ, ଝାରପଡା ଜଗନ୍ନାଥ ବିହାରରୁ 3 ଜଣ, 4ଜଣ ପୋଲିସ୍ ଷ୍ଟାଫ୍, 3 ଜଣ ଟ୍ରାଫିକ୍ ଷ୍ଟାଫ୍ ରହିଛନ୍ତି । ସେହିପରି 84 ଜଣ ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ ବରଗଡ ବ୍ରିଟ୍ କଲୋନୀରୁ 6ଜଣ, ଶହୀଦନଗରରୁ 2 ଜଣ,ବାଣୀବିହାରରୁ 3 ଜଣ, ଗଜପତି ନଗରରୁ 4 ଜଣ, ଆଚାର୍ଯ୍ୟବିହାର, ସୁବାସ ନଗର ବସ୍ତି, ସତ୍ୟସାଇ ଏନକ୍ଲେଭ୍, ଶ୍ରୀଖରଚଣ୍ଡୀ ନଗର, ପଟିଆ ଫେଜ୍-1,…
ରମେଶ ମହାନ୍ତି ଜଗତସିଂହପୁର : ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଗରାମ ପଞ୍ଚାୟତ ସ୍ଥିତ ଡେଙ୍ଗାପୋଲ ଠାରେ ଆଜି ପ୍ରୟାସ ଯୁବସଂଗଠନ ତରଫରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୧୦ଟା ବେଳେ ଡେଙ୍ଗାପୋଲ ବଜାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କରୋନା ମହାମାରୀ କବଳରୁ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖିବେ ଏନେଇ ସଚେତନ କରାଯାଇଥିଲା। ଘରୁ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧି ବାହାରିବେ,ବାରମ୍ବାର ହାତ ଧୋଇବା ସହ ସାମାଜିକ ଦୂରତ୍ୱ ରକ୍ଷାକରି ଚଳପ୍ରଚଳ ହେଲେ ନିଜେ ସୁରକ୍ଷିତ ରହିପାରିବେ ବୋଲି ପରାମର୍ଶ ଦିଆଯିବା ସହିତ ସାଧାରଣ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ଏଥିସହିତ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କର ତ୍ୟାଗ ଓ ସେବାକୁ ପ୍ରଶଂସା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରୟାସ ଯୁବ ସଂଗଠନର ଆବାହକ ମହେନ୍ଦ୍ର ଲାଲ୍ ଜେନାଙ୍କ ସମେତ ଅଭିମନ୍ୟୁ ଓଝା, ବାବୁ ନାଥ, ଶିବ ପ୍ରସାଦ ରାଉତ, ହରେକୃଷ୍ଣ ବାରିକ,…
ମୁମ୍ବାଇ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଆରଆଇଏଲର ଅଂଶଧନ ମୂଲ୍ୟରେ ଲଗାତାର ହ୍ରାସ କାରଣରୁ ମୁକେଶ ଅମ୍ବାନୀ ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଏଲନ ମସ୍କଙ୍କ ଟେସଲାର ଅଂଶଧନ ମୂଲ୍ୟ ଏବଂ ବର୍ଣ୍ଣାର୍ଡ ଅଣ୍ଣଲ୍ଟଙ୍କ ଲୁଇ ଭେଟନର ଅଂଶଦନ ମୂଲ୍ୟରେ ବୃଦ୍ଧି ଘଟିବାରୁ ଉଭୟ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହା ସହିତ ଅମ୍ବାନୀ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ବର୍ତ୍ତମାନ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ 78.3 ବିଲିୟନ୍ ଡଲାର ରହିଛି । 63 ବର୍ଷୀୟ ଅମ୍ବାନୀ ଏକମାତ୍ର ଭାରତୀୟ ତଥା ଏସୀୟ ବ୍ୟକ୍ତି ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । (ଏଜେନ୍ସି)
କଟକ : ଆଜି କଟକ ସହରରୁ 79ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ମୋଟ୍ 79ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟରୁ 56 ଜଣ ଓ 23ଟି ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି। କଣ୍ଟେନମେଣ୍ଟ ଜୋନ୍ରୁ 31 ଜଣ ଚିହ୍ନଟ ହୋଇଥିବାବେଳେ ସରକାରୀ କ୍ବାରେଣ୍ଟାଇନ୍ରୁ 12 ଜଣ,ହୋମ୍ କ୍ବାରେଣ୍ଟାଇନ୍ରୁ 13 ଜଣ ଚିହ୍ନଟ ହୋଇଛନ୍ତି । ନୂଆ ନିମ୍ବା ସାହି, ଚାଉଳିଆ ଗଞ୍ଜରୁ କଣ୍ଟେନମେଣ୍ଟ ଜୋନ୍ରୁ 31 ଜଣ ଚିହ୍ନଟ ହୋଇଛନ୍ତି । ଏହି 31 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 15ଜଣ ପୁରୁଷ ଓ 16 ଜଣମହିଳା ରହିଛନ୍ତି । ପିଲିଗ୍ରିମ୍ ରୋଡ୍ରୁ 10 ଜଣ ଚିହ୍ନଟ ହୋଇଛି । ଆଜି ଚିହ୍ନଟ 23 ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ ମହାନଦୀ ବିହାରରୁଜଣେ, ବକ୍ସି ବଜାରରୁ ଜଣେ କୋଭିଡ୍ ଯୋଦ୍ଧା, ରାଜେନ୍ଦ୍ର ନଗରରୁ କୋଭିଡ୍ ଯୋଦ୍ଧା ରହିଛନ୍ତି । ପୁରୀଘାଟରୁ ଜଣେ ମହିଳା, ସିଡିଏ ସେକ୍ଟର-6ରେ ଜଣେ ମହିଳା, ସିଡିଏ ସେକ୍ଟର-6ରୁ ଜଣେ…
ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଆଜି ଚାରି ଖେଳାଳିଙ୍କ ନାମ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି। ଭାରତୀୟ ଷ୍ଟାର କ୍ରିକେଟର ରୋହିତ ଶର୍ମା, ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ହାସଲକାରୀ ବିନେଶ ଫୋଗଟ, ଟେବୁଲ ଟେନିସ୍ ଷ୍ଟାର ମଣିକା ବାତ୍ରା ଏବଂ ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ହାଇ ଜମ୍ପର ମରିୟାପ୍ପାନ ଥଙ୍ଗାଭେଲୁଙ୍କୁ କମିଟି ପକ୍ଷରୁ ମନୋନୀତ କରାଯାଇଛି । କେନ୍ଦ୍ରୀୟ କମିଟିର 12 ଜଣ ସଦସ୍ୟ ଏହି ଖେଳାଳିଙ୍କୁ ମନୋନୀତ କରିଛନ୍ତି ।
ନୂଆଦିଲ୍ଲୀ : ଭିଭୋ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକରୁ ଓହରିବା ପରେ ଆଇପିଏଲ୍ 2020ର କିଏ ଟାଇଟଲ୍ ପ୍ରାୟୋଜକ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାକୁ ଶେଷ କରି ଆଇପିଏଲ୍ 2020 ଟାଇଟଲ୍ ପ୍ରାୟୋଜକର ବାଜି ମାରିନେଇଛି ଡ୍ରିମ୍ -11 । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ୍ । ଆଇପିଏଲ୍2020ର ଟାଇଟଲ୍ ପ୍ରାୟୋଜକ ବାବଦକୁ 222 କୋଟି ଦେବ ଡ୍ରିମ୍ -11 । ଆଇପିଏଲ୍ 2020ର ଟାଇଟଲ୍ ପ୍ରାୟୋଜକ ପାଇଁ ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ସହ ପତଞ୍ଜଳି ଓ ଅନଲାଇନ୍ ସପିଂ କମ୍ପାନୀ ଆମାଜନ୍ ମଧ୍ୟ ଏହି ଦୌଡ଼ରେ ରହିଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଡ୍ରିମ୍ -11ଏହି ବାଜି ମାରି ନେଇଛି । ସୂଚନାଯୋଗ୍ୟ, ଭିଭୋ ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍କୁ 440 କୋଟି ଟଙ୍କା ଆଇପିଏଲ୍ ବୋର୍ଡକୁ ପ୍ରଦାନ କରିଥାଏ।…
ଝାଡଖଣ୍ଡ : ଝାଡଖଣ୍ଡରେ ଷରେଇକଳା – ଖରସୁଆଁ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଅନ୍ଧବିଶ୍ବାସ ସାମ୍ନାକୁ ଆସିଛି । ଏଠାରେ ଜଣେ ଶାଶୁ ନିଜ ବୋହୂ ଘରୁ ନିଖୋଜ ହୋବ ପରେ ଶାଶୁ ଜଣକ ନିଜ ଜିଭ କାଟି ଭଗବାନଙ୍କ ଶିବ ଶଙ୍କର ଫଟୋ ସାମ୍ନାରେ ଅର୍ପଣ କରିଛନ୍ତି । ଏପରି କରିବା ଦ୍ବାରା ତାଙ୍କ ବୋହୂ ଘରକୁ ଫେରିଆସିବେ ବୋଲି ଶାଶୁ ଜଣକ କହିଛନ୍ତି । ଏହା ପରେ ମହିଳା ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସଢେଇକଳା ଖରସୁଆଁ ଜିଲ୍ଲାର ଆରଆଇଟି ପୋଲିସ୍ ଷ୍ଟେସନର ଏନ୍ଆଇଟି ପରିସରରେ ଘଟିଛି । ପୋଲିସ ସୂଚନାନୁସାରେ ସମ୍ପୃକ୍ତା ମହିଳା ଜଣକ ବୋହୂ ଅଗଷ୍ଟ 14 ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ସନ୍ତାନ ସହିତ କୁଆଡେ ପଳାଇଯାଇଛନ୍ତି । ଏହା ପରେ ବୋହୂଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କର ଠିକଣା ନ ମିଳିବା ପରେ ଶାଶୁ ଜଣକ ଏପରି…
ଜମ୍ମୁକାଶ୍ମୀର : ପ୍ରାୟ ପାଞ୍ଚ ମାସ ପରେ ରବିବାର ଦିନ ମାତା ବୈଷ୍ଣୋଦେବୀଙ୍କର ଯାତ୍ରା ଆରମ୍ଭ ହୋଇଛି । କିନ୍ତୁ ଏହି ଯାତ୍ରା ଆରମ୍ଭ ରୁ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ବୈଷ୍ଣୋ ଦେବୀ ମନ୍ଦିର ପରିସରରେ କରୋନା ବ୍ୟାପିବାରେ ଲାଗିଛି । ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସୋମବାର ସନ୍ଧ୍ୟାରେ ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ 22ଟି ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ରବିବାର ଦିନ ପ୍ରାୟ 20ଟି ସଂକ୍ରମଣ ମାମଲା ସାମ୍ନକୁ ଆସିଥିଲା । ମିଳିଥିବା ସୂଚନା ଅନୁସାରେ ମନ୍ଦିର ପରିସରର ତିନି ପୂଜାରୀ, ଚାରି ପୋଲିସ୍ କର୍ମୀ, ମାତା ବୈଷ୍ଣୋଦେବୀ ସ୍ରାଇନ୍ ବୋର୍ଡର ଆଟେଣ୍ଡାଣ୍ଟ ଓ ସୁରକ୍ଷା କର୍ମୀ ସାମିଲ୍ ରହିଛନ୍ତି । ମନ୍ଦିର ପରିସରରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ସ୍ରାଇନ୍ ବୋର୍ଡ ଭବନରେ ହିଁ କୋଭିଡ୍ କେୟାରର ବ୍ୟବସ୍ଥା ଆରମ୍ଭକରିବା…
ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଥର ଗଣେଶ ପୂଜା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ । ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି ବୋଲି ସୂଚନା ଦେଇଛନ୍ତି । କୋଭିଡ୍ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ । ଦରକାର ପଡିଲେ ସଟ୍ଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଣେଶ ଉତ୍ସବ ଅନୁଷ୍ଠିତ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଜାରି କରିଛନ୍ତି । ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ ।…
ଗୌତମବୁଦ୍ଧନଗର : ସବୁଠୁ ବିଶ୍ବସ୍ତ ପ୍ରାଣୀ ହେଉଛନ୍ତି କୁକୁର । କୁକୁରକୁ ସମେସ୍ତ ଘରେ ପୋଷିବାକୁ ଭଲପାଇଥାନ୍ତି । ତେବେ ଆପଣ ଯଦି କୁକୁର ପ୍ରେମୀ ତେବେ ଜାଣି ରଖନ୍ତୁ ଏବେ କୁକୁରକୁ ପାଳିବା ବଡ ମହଙ୍ଗା ସାବ୍ୟସ୍ତ ହେବ । ଏଥିପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି । ତେବେ ଆସନ୍ତୁ ଜାଣିବା କୁକୁର ପାଇଁ କେଉଁଠି ଓ କ’ଣ ଯୋଜନା ପ୍ରସ୍ତୁତ ହୋଇଛି । ନୋଏଡା ପ୍ରାଧିକରଣ ଏବେ କୁକୁର ପାଳନକୁ ନେଇ ଏକ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଏବେ କୁକୁର ପାଳିବା ପାଇଁ ଏକ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ରେଜିଷ୍ଟ୍ରେସନ ଫିସ୍ 500ଟଙ୍କା ରହିଛି । ଏହାସହିତ ଏହି ରେଜିଷ୍ଟ୍ରସେନକୁ ପ୍ରତ୍ୟେକ ବର୍ଷ ନବୀକରଣ କରିବାକୁ ପଡିବ । ଯଦି କେହି ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ନକରନ୍ତି ତେବେ ସମ୍ପୃକ୍ତ ମାଲିକଙ୍କୁ ଜରିମାନା ଦେବାକୁ ପଡିବ । ଏହି ଯୋଜନାକୁ ପେଟ୍…

