ଭୁବନେଶ୍ବର, ଜୁଲାଇ ୨୩, ୨୫ ଓ ୨୯ ତାରିଖକୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ, ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗର ଯେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସୂଚିତ କରାଯାଉଅଛି ଯେ, ସରକାରୀ ଓ ବେସରକାରୀ ପରିବହନ ବନ୍ଦ ସହିତ ପଶ୍ଚିମ ବଙ୍ଗକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଅଛି। ଯାତ୍ରୀମାନେ ଏଥିପ୍ରତି ଧ୍ୟାନଦେଇ ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଉଅଛି। ବର୍ତ୍ତମାନ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୁଇଟି ଟ୍ରେନ ଯଥା ୦୨୭୦୪- ଭୁବନେଶ୍ୱର-ହାଓଡ଼ା ଏବଂ ୦୨୨୦୨- ଭୁବନେଶ୍ୱର-ସିଆଲଦା ସ୍ୱତନ୍ତ୍ର ଟ୍ରେନ ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗକୁ ଚଳାଚଳ କରୁଛି। ଏହା ବ୍ୟତୀତ, ଦୁଇଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଯଥା ୦୨୨୪୬-ଯଶୋବନ୍ତପୁର-ହାଓଡ଼ା ଏବଂ ୦୨୭୦୪- ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପଶ୍ଚିମ ବଙ୍ଗକୁ ଯାତ୍ରା କରୁଛି। ଉପରୋକ୍ତ ଟ୍ରେନର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି…
Author: Samikhsya Bureau
ଭୁବନେଶ୍ବର, ଭାରତୀୟ ଜନତା ପାର୍ଟି ଆଜି ତାର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ରାଜ୍ୟ ଶାଖା ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନଜର ପକାନ୍ତୁ କାହାକୁ କେଉଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି
ଜୟପୁର: ବିଜେପିରେ ଯୋଗ ଦେବାକୁ ଦଳରୁ ବହିଷ୍କୃତ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କୁ ଟଙ୍କା ଯାଚିଥିଲେ ବୋଲି ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକ ଗିରିରାଜ ସିଂହ ମଲିଙ୍ଗାଙ୍କ ବିରୁଦ୍ଧରେ ସଚିନ ପାଇଲଟ ଲିଗାଲ ନୋଟିସ ଦେଇଛନ୍ତି । ମଲିଙ୍ଗାକୁ ନୋଟିସ ପଠାଇବା ସହ ପାଇଲଟଙ୍କ ଆଇନଜୀବୀ ତାଙ୍କୁ 7 ଦିନ ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ଦାବି ଜଣାଇଛନ୍ତି । କେବଳ ଏତିକି ନୁହେଁ ନୋଟିସରେ ଏକ ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି 7 ଦିନ ମଧ୍ୟରେ ମଲିଙ୍ଗା କ୍ଷମା ପ୍ରାର୍ଥନା ନ କରନ୍ତି, ତାହାଲେ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରାଯିବା ନେଇ ଚେତାବନୀ ଦିଆଯାଇଛି । ରାଜସ୍ଥାନର ବାଡିରୁ ନିର୍ବାଚିତ ବିଧାୟକ ମଲିଙ୍ଗା ସୋମବାର ଦିନ କହିଥିଲେ ଯେ, ସଚିନ ପାଇଲଟଙ୍କ ସହ ତାଙ୍କର ଦୁଇ ତିନିଥର ଭେଟ ହୋଇଥିଲା । ମାଲିଙ୍ଗାଙ୍କ ଅନୁସାରେ ଏହି ସମୟରେ…
ନୂଆଦିଲ୍ଲୀ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ପାଇଁ ଅଗଷ୍ଟ 5 ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ। । ଏହା ବୁଧବାର ଦିନ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିବେ । ଏହି ସମାରୋହରେ ପ୍ରାୟ ୨୦୦ ଲୋକ ଯୋଗ ଦେବେ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରକାଶ କରିଛି। କୋଭିଡ – ୧୯ ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସହ ଭୂମିପୂଜା ସମ୍ପନ୍ନ କରିବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ପୂର୍ବରୁ ଅଗଷ୍ଟ 3 କିମ୍ବା 5 ତାରିଖରେ ଭୂମି ପୂଜା ହୋଇପାରେ ବୋଲି ଆପାତତଃ ସ୍ଥିର ହୋଇଥିଲା। ଭୂମି ପୂଜା ପାଇଁ ସର୍ବାଧିକ 200 ଲୋକଙ୍କୁ ଆମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ…
ଅମ୍ରାବତୀ (ଆନ୍ଧ୍ରପ୍ରଦେଶ) , ଦୁଇ ମାସ ତଳେ ହାଇକୋର୍ଚଙ୍କ ଆଦେଶ ଅନୁଯାୟୀ ଏନ.ରମେଶ କୁମାରଙ୍କୁ ରାଜ୍ୟର ମୁଖ୍ୟ ନିର୍ବାଚନ କମିସନର (ଏସଇସି) ଭାବେ ପୁନଃ ଅବସ୍ଥାପିତ କରିବାକୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଏସଇସି ଭାବେ ପୁନଃ ଅବସ୍ଥାପିତ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିବା କଥା ରମେଶ କୁମାରଙ୍କ ନିକଟକୁ ଏକ ପତ୍ର ଲେଖି ରାଜ୍ୟପାଳଙ୍କ ସଚିବ ଜଣାଇ ଦେଇଛନ୍ତି।
ଗୁଆହାଟୀ: ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପରେ ବୁଧବାର ହଠାତ ଏକ ଭୟଙ୍କର ବିସ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ୩ ଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅଏଲ ଇଣ୍ଡିଆର 5 ନମ୍ବର ତୈଳ କୂପଠାରେ ବିସ୍ଫୋରଣ ଘଟିଛି। ଏଠାରେ ଜୁନ୍ ମାସ 9 ତାରିଖରେ ନିଆଁ ଲାଗିଛି। ଏପରିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି । ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସିଂଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ…
କଟକ, ଭୁବନେଶ୍ବର ପରେ କଟକ ସହରରେ ବି କରୋନା କାୟା ବିସ୍ତାର କରିବା ଆରମ୍ଭ କରିଛି। ଆଜି ଦିନକରେ କଟକ ସହରରୁ ଆଉ 54 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 11 ସରକାରୀ କ୍ବାରେଣ୍ଟିନ, 41 ହୋମ୍ କ୍ବାରେଣ୍ଟିନ ଏବଂ 2 ଲୋକାଲ କଣ୍ଟାକ୍ଟ କେସ୍ ରହିଛନ୍ତି। ସହରର କେବଳ ଖଟବିନ ସାହିରୁ 32 ଜଣ ପଜିଟିଭ ବାହାରିଥିବା ବେଳେ ଶଙ୍କରପୁର ପରିଡା ସାହିରୁ 8 ଜଣ ବାହାରିଛନ୍ତି। ମଣିସାହୁ ଛକ, ଥୋରିଆ ସାହି, ସୂତାହାଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର 32 ଜଣ ବାହାରିଥିବା ଖଟବିନ ସାହି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି।
ରମେଶ ମହାନ୍ତି ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାରୁ ଆଜି ନୂଆ 34 ଜଣ କରୋନା ସଂକ୍ରମିତ ଚିହ୍ମଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏଯାବତ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା 608ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ମୋଟ 387 ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 219 ଜଣ ଆକ୍ଟିଭ କେସ୍ ରହିଛି। ଜିଲ୍ଲାର ବାଲିକୁଦା ବ୍ଲକରୁ 11, ଜଗତସିଂହପୁରରୁ 14, କୁଜଙ୍ଗରୁ 5, ପାରାଦୀପରୁ 2, ରଘୁନାଥପୁର ଏବଂ ନୂଆଗାଁରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ଜଣାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ/ୱାସିଂଟନ,ବୁଧବାର ଦିନ ଏକ ଆକସ୍କିକ ଘଟଣାରେ ହୋଷ୍ଟନରେ ଥିବା ଚୀନ ତାର ବାଣିଜ୍ୟ ଦୂତାବାସକୁ ତୁରନ୍ତ 72 ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ ଆମେରିକା ତାଗିଦ୍ କରିଛି। ଚୀନ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମସର ସମ୍ପାଦକ ହୁ ଝିନ୍ ସୋସିଆଲ ମିଡିଆରେ ଏହାକୁ ସ୍ବୀକାର କରିବା ସହ କହିଛନ୍ତି, ଏହା ଆମେରିକାର ପାଗଳାମି ପଦକ୍ଷେପ। ଆମେରିକାର ଏହା ଏକତରଫା ପଦକ୍ଷେପ ବୋଲି ବର୍ଣ୍ଣନା କରି ଚୀନ କହିଛି, ବେଜିଂ ଏହାର କଡା ଜବାବ ଦେବ। ଆମେରିକା ଯଦି ଏହି ନିଷ୍ପତ୍ତିର ପୁନଃବିଚାର ନକରେ ତେବେ ପରିସ୍ଥିତି ବିଷମୟ ହେବ ବୋଲି ଚୀନ କଡା ଜବାବ ଦେଇଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ ଦୂତାବାସରେ ଚୀନର କିଛି ଅଧିକାରୀ କେତେକ କାଗଜପତ୍ର ପୋଡି ଦେଇଥିବା ହୋଷ୍ଟନ ପୋଲିସ ପାଖରେ ଖବର ପହଞ୍ଚିଛି। କିନ୍ତୁ ପୋଲିସକୁ ଦୂତାବାସର ଅଧିକାରୀମାନେ ଭିତରକୁ ଛାଡିନଥିଲେ। ତେବେ ଚୀନ ପାଲଟା ଅଭିଯୋଗ କରିଛି ଯେ, ଆମେରିକା ସୁରକ୍ଷା କର୍ମଚାରୀ…
ନୂଆଦିଲ୍ଲୀ, 1985ରେ ରାଜା ମାନସିଂହଙ୍କୁ ହତ୍ୟା ସମ୍ପର୍କିତ ଏକ ମାମଲାରେ ଉତ୍ତର ପ୍ରଦେଶ ମଥୁରାରେ ଥିବା ଏକ ସ୍ଥାନୀୟ ଅଦାଲତ 11 ଜଣ ପୋଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଚିତ କରିଛନ୍ତି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଜଣେ ଡିଏସପି ରହିଛନ୍ତି। 35 ବର୍ଷ ତଳର ଏହି ପୁରୁଣା ମାମଲରେ ଦଣ୍ଡବିଧାନ କରିବା ଦିନକ ପୂର୍ବରୁ ଜିଲ୍ଲା ଜଜ୍ ସାଧାନ ରାଣୀ ଠାକୁର ସମସ୍ତ ଅଭିଯୁକ୍ତଙ୍କୁ ହତ୍ୟା ଘଟଣା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ଅବଶ୍ୟ ସେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦୋଷରେ ଛାଡ କରି ଦେଇଛନ୍ତି। ମାମଲାର ବିଚାର ସମୟରେ ଚାରିଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଆଇପିସିର 302, 148 ଏବଂ 149 ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ରାଜା ମାନସିଂହଙ୍କୁ ହତ୍ୟା କରାଯିବାର 35 ବର୍ଷ ପରେ ଏହି ରାୟ ପ୍ରକାଶ ପାଇଛି। ରାଜା ମାନସିଂହ ରାଗରେ ତତ୍କାଳୀନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କ…
ନୂଆଦିଲ୍ଲୀ: ରାଜ୍ୟସଭାକୁ ନବ ନିର୍ବାଚିତ 45 ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରୁ 36 ଜଣ ସାଂସଦ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ଏବଂ ଉପ-ନିର୍ବାଚନରେ 20ଟି ରାଜ୍ୟରୁ 61 ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଏଥିରୁ 45 ଜଣ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଶରଦ ପାୱାର, ଦିଗବିଜୟ ସିଂ ଓ ରାମଦାସ ଅଠାୱାଲେଙ୍କ ସମେତ 12 ଜଣ ସିଟିଂ ସାଂସଦ ଅଛନ୍ତି । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅଫିସରେ ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଇଥିଲା । ଆଜି ଶପଥ ନେଇଥିବା ସଦସ୍ୟମାନେ…
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଶପଥ ନେଇଛନ୍ତି ଓଡ଼ିଶାର 4 ନବ ନିର୍ବାଚିତ ରାଜ୍ୟସଭା ସାଂସଦ । ଓଡ଼ିଆରେ ଶପଥ ନେଲେ 4 ସାଂସଦ । ସାଂସଦ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ଶପଥ ନେଇଛନ୍ତି । ରାଜ୍ୟସଭା ଭିତରେ ସମୁଦାୟ 62 ସାଂସଦଙ୍କ ସହିତ ଏମାନେ ଶପଥ ନେଇଛନ୍ତି । ଓଡ଼ିଶାରୁ ଖାଲି ପଡିଥିବା 4ଟି ରାଜ୍ୟସଭା ଆସନ ପାଇଁ ବିଜେଡିର ଏହି 4 ଜଣ ସାଂସଦ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଉପସ୍ଥିତିରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ସୂଚନାଥାଉ କି, କରୋନା ପାଇଁ ବିଳମ୍ବରେ ଶପଥ ପାଠ କରାଯାଇଛି । ରାଜ୍ୟର 4 ସାଂସଦ ମାର୍ଚ୍ଚ 11 ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।
ସମ୍ବଲପୁର : ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗୀତ ନାଁରେ ଗାଁର ନାମକୁ ନାମିତ କରାଯାଇଛି । ବିଖ୍ୟାତ ଲୋକ ସଙ୍ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ । ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ‘ବିଲୁଙ୍ଗ’ର ନାମ ପରିବର୍ତ୍ତନ କରାଯାଇ ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁଜ ସଂକେତ ପରେ ନାଁ ବଦଳିଛି । ଗ୍ରାମ ନାମ ରଙ୍ଗବତୀ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ମିତ୍ରଭାନୁ ଗୌନ୍ତିଆଙ୍କ ରଚିତ ରଙ୍ଗବତୀ ଗୀତ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି । ଜିତେନ୍ଦ୍ର ହରିପାଲ ଏବଂ କ୍ରୀଷ୍ଣା ପଟେଲ ‘ରଙ୍ଗବତୀ’ ଗୀତ ଗାଇ ପ୍ରସିଦ୍ଧ ପାଇଥିଲେ। ରଙ୍ଗବତୀ ଗୀତଟି 2007 ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ର ଓଡ଼ିଶା…
ଭୁବନେଶ୍ବର, ଆଜି ଭୁବନେଶ୍ବରରୁ 91 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 72 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ରହିଥିବାବେଳେ 19 ଜଣ ଲୋକାଲ୍ କେସ୍ ରହିଛି । ତେବେ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ବର ସ୍ଥିତ ଏକ ଅଟାକଳରୁ 26ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଆଇଆରସି ଭିଲେଜ ଗଣପତି ନଗର ବସ୍ତିରୁ 14 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜମହଲ ଛକର ଏକ ନିର୍ମାଣ ସଂସ୍ଥାର 9 କର୍ମଚାରୀ ପଜିଟିଭ୍ ହୋଇଛନ୍ତି । ନୟାପଲ୍ଲୀ ବସ୍ତୁର ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 99 ଜଣ ସୁସ୍ଥ ହୋଇଛନ୍ତି । ନୂତନ 91 ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 1343ରେ ପହଞ୍ଚିଛି।…
ଭୁବନେଶ୍ବର : ଓଡ଼ିଶାରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଆଜି ନବୀନ ପଟ୍ଟନାୟକ ଭ୍ୟାକସିନ୍ ସମ୍ପର୍କରେ ଅଦର ପୁନାଓ୍ବାଲାଙ୍କ ସହ ଆଲୋଚନା କରିଛନ୍ତି । ସେରମ ଇନ୍ଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାଓ୍ବାଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । କରୋନା ଭ୍ୟାକସିନ୍ ସମ୍ପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ନବୀନ । ଭ୍ୟାକ୍ସିନର ସଫଳ ଅଗ୍ରଗତି ନେଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ଟୀକା ଯୋଗାଣରେ ସହଯୋଗ ଆଶା କରିଛନ୍ତି ନବୀନ । କ୍ଲିୟରାନ୍ସ ମିଳିବା ପରେ ଓଡ଼ିଶାକୁ ଆଗ ଟୀକା ମିଳିବା ନେଇ ଆଶା ପ୍ରକାଶ ପାଇଛି । ଟୀକା ଅଗ୍ରଗତିକୁ ନିରୀକ୍ଷଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପୁନାଓ୍ବାଲା ପ୍ରଶଂସା କରିଛନ୍ତି । ଅଗଷ୍ଟ ମଧ୍ୟଭାଗରେ ଟିକାର ପରବର୍ତ୍ତୀ ପରୀକ୍ଷଣ ହେବ ବୋଲି କହିଛନ୍ତି ପୁନାଓ୍ବାଲା। ଅକ୍ଟୋବର-ନଭେମ୍ବର ବେଳକୁ ଟୀକା ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ପୁନାଓ୍ବାଲା । ଟୀକା ପାଇଁ ସେରମ-ରାଜ୍ୟ ସରକାର…
ଫ୍ଲୋରିଡା : ଆମେରିକାର ଫ୍ଲୋରିଡାରେ ରହୁଥିବା ଜଣେ 20 ବର୍ଷୀୟ ଭାଇ ଓ 22 ବର୍ଷୀୟ ଭଉଣୀର ମାତ୍ର 11 ଦିନ ଭିତରେ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦୁଇ ଭାଇ ଭଉଣୀଙ୍କ ମା’ ମୋନେଟ୍ ହିକ୍ସ କହିଛନ୍ତି ଯେ, ପ୍ରଥେମ ତାଙ୍କ ପୁତ୍ର ବେରେନ୍ ପ୍ରଥମ ଜୁନ୍ 27 ରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ସାତ ଦିନ ପରେ ତାଙ୍କ ଭଉଣୀ 22 ବର୍ଷୀୟ ମିଚେଲା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲା । ହସ୍ପିଟାଲରେ ଭରତ୍ତି ହେବା ପରେ ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କର ଗୋଟେ କିଡ୍ନୀ ଖରାପ ହୋଇଥିଲା । ଜୁଲାଇ 8 ତାରିଖରେ ମିଚେଲାଙ୍କର ମୃତ୍ୟୁ ହୋଇଥିଲା । ତେବେ ମିଚେଲା ମୋଟାପା,…
ରାୟଗଡା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାକୁ ଆସନ୍ତା 7 ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ଜୁଲାଇ 29 ତାରିଖ ଯାଏଁ ସଟ୍ଡାଉନ୍ ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଆଜି ରାୟଗଡା ଜିଲ୍ଲାରୁ 96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 338ରେ ପହଞ୍ଚିଥିବାବଳେ 139 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ 2 ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ସୁଦ୍ଧା 197ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର, ଦେଶରେ କାରୋନା ମହାମାରି ପରିସ୍ଥିତିରେ ସବୁ ସ୍କୁଲଗୁଡିକ ଖୋଲିବା ପ୍ରାୟ ଅନିଶ୍ଚତତା ଭିତରେ ଗତି କରୁଛି । ଗୋଟିଏ ପଟେ ପିଲାଙ୍କ ସ୍ୱାସ୍ଥ୍ୟ-ସୁରକ୍ଷା ଚିନ୍ତା, ଅନ୍ୟପଟେ ସେମାନଙ୍କ ଶିକ୍ଷା-ସମସ୍ୟାକୁ ଆଧାର କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର ଶିକ୍ଷା ବିଭାଗ ମାଧ୍ୟମରେ ଅଭିଭାବକ ମାନଙ୍କ ୩-ସୂତ୍ରୀ ମତ ଲୋଡିଛନ୍ତି । ସେଗୁଡିକ ହେଲା (୧) ଅଗଷ୍ଟ/ସେପ୍ଟେମ୍ବର/ଅକ୍ଟୋବର ମାସ ମଧ୍ୟରୁ କେଉଁ ମାସରେ ସ୍କୁଲ ଖୋଲାଯିବ (୨) ସ୍କୁଲ ଖୋଲିବା ମାତ୍ରେ, ସ୍କୁଲ କର୍ତ୍ତୁପକ୍ଷଙ୍କ ଠାରୁ ଅଭିଭାବକ ମାନଙ୍କ ଆଶା (୩) ଅଭିଭାବକମାନଙ୍କ ନିଜସ୍ଵ ମନ୍ତବ୍ୟ ତେବେ ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ ଫୋରମ (ଓ.ପା.ଫ.) ତାହାର ଲିଖିତ ମନ୍ତବ୍ୟ ମାଧ୍ୟମ ରେ ଜଣାଇଛି କି, “ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟ ହେଉ କିମ୍ବା ବେସରକାରୀ ବିଦ୍ୟାଳୟ ଗୁଡିକର ସୁରକ୍ଷା ଦାଇତ୍ଵ ନିଜ ନିୟନ୍ତ୍ରଣ ଭିତରକୁ ନଆଣିଛନ୍ତି ଏବଂ କାରୋନା ସଂକ୍ରମଣ ସଂପୂର୍ଣ୍ଣ କାବୁ…
ଭୁବନେଶ୍ବର : ଆଜି ରାଜ୍ୟରେ ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 100 ଡେଇଁସାରିଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 20 ହଜାର ନିକଟତର ହୋଇଛି । ଆଜି ସର୍ବାଧିକ 1078ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁନଶ୍ଚ ଆଜି ସର୍ବାଧିକ 28ଟି ଜିଲ୍ଲାରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ପାଞ୍ଚଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତିକରୁଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି, ରାୟଗଡା, ସୁନ୍ଦରଗଡ ଆଦି ଜିଲ୍ଲାରେ କରୋନା ସ୍ଥିତି ଜଟିଳ ରହିଛି । ଜାଣନ୍ତୁ କେଉଁଠି କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ଆକ୍ଟିଭ୍ ମୃତ ମୃତ (ଅନ୍ୟାନ୍ୟ) ଗଞ୍ଜାମ 6362 4008 2287 62 5 ଖୋର୍ଦ୍ଧା…
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି ପାଞ୍ଚୋଟି ମୁଣ୍ଡ ନେଇଛି କରୋନା । ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନିଜଣ ଥିବାବେଳେ ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ ତିନି ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ପୁରୁଷ ଦ୍ବୟଙ୍କ ବୟସ ଯଥାକ୍ରମେ 60 ଓ 61 ବର୍ଷହୋଇଥିବାବେଳେ ମହିଳାଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି । ଗଜପତିର ମୃତକଙ୍କ ବୟସ 72 ବର୍ଷ ହୋଇଥିବାବେଳେ କନ୍ଧମାଳର 87 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଆଜି ରାଜ୍ୟରୁ ପାଞ୍ଚଟି ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି ହୋଇଛି। ଗଞ୍ଜାମରେ ସର୍ବାଧିକ 62କୁ ବୃଦ୍ଧି ହୋଇଛି । ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ…
ଭୁବନେଶ୍ବର : ଆଜି 28ଟି ଜିଲ୍ଲାରୁ ମୋଟ୍ 1078 ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 371 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 121, ରାୟଗଡାରୁ 96, ମାଲ୍କାନଗିରିରୁ 66, କଟକରୁ 57, ଜଗତସିଂହପୁରରୁ 35, ଝାରସୁଗୁଡାରୁ 34, ସୁନ୍ଦରଗଡରୁ 29, ପୁରୀରୁ 28, ବରଗଡରୁ 26, କେନ୍ଦ୍ରାପଡା ଓ ଗଜପତରୁ 24 ଜଣ ଲେଖାଏଁ ରହିଥିବାବଳେ ସମ୍ବଲପୁର ଓ ଯାଜପୁରରୁ 20ଜଣ ଲେଖାଏଁ ରହିଛନ୍ତି । ନବରଙ୍ଗପୁରରୁ 17, କେଉଁଝରରୁ 16, କଳାହାଣ୍ଡି ଓ କୋରାପୁଟରୁ 15 ଜଣ ଲେଖାଏଁ ରହିଛନ୍ତି । କନ୍ଧମାଳ ଓ ମୟୁରଭଞ୍ଜରୁ 13, ବାଲେଶ୍ବର ଓ ସୋନପୁରରୁ 10 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 6 ଜଣ ରହିଥିବାବେଳେ ନୟାଡରୁ 5, ବୌଦ୍ଧରୁ 3ଜଣ, ଢେଙ୍କାନାଳରୁର 2 ଜଣ ଓ ଅନୁଗୁଳୁ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ।

