Author: Samikhsya Bureau

କଟକ : କଟକ ଜିଲ୍ଲାପାଳଙ୍କ ଅଫିସ୍‌ରେ କରୋନା ସ୍ଥିତି ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ କରୋନା ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ପ୍ରତିକ୍ରିୟା ରଖିଛନ୍ତି । ଶିଶୁ ଭବନ, ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ଏସ୍‌ଓପି ଜାରି କରିଛନ୍ତି । ଏହି ତିନି ହସ୍ପିଟାଲର କର୍ତ୍ତୃପକ୍ଷ ସ୍ବତନ୍ତ୍ର ଏସ୍‌ଓପିକୁ କଡାକଡି ପାଳନ କରିବେ । କଟକ ମେଡିକାଲରେ ଯେପରି ପୂର୍ବପରି ସଂକ୍ରମଣ ନ ବ୍ୟାପେ ଦୃଷ୍ଟି ଦିଆଯିବ ବୋଲି ସୂଚନା ଦେଇଛନ୍ତି ସୌରଭ ଗର୍ଗ । ଲକ୍‌ଡାଉନ୍‌ ଚାଲିଛି । ଏହି ସମୟରେ କଟକ ସହର ଓ ମେଡ଼ିକାଲ ଉପରେ ସ୍ବତନ୍ତ୍ର ଦୃଷ୍ଟି ରହିବ । ସ୍ବତନ୍ତ୍ର ଟିମ୍‌ ଦ୍ବାରା କଟକ ସହରରେ ସର୍ଭେଲାନ୍ସ କରାଯିବ । ସ୍ବତନ୍ତ୍ର ଟିମ୍‌ ଦ୍ବାରା କଟକ ସହରରେ ସର୍ଭେଲାନ୍ସ କରାଯିବ ବୋଲି ସୂଚନା ଦେଇଛନ୍ତି ସୌରଭ ଗର୍ଗ ।

Read More

ଭୁବନେଶ୍ବର, ଜାତୀୟ ଗ୍ରୀନ ଟ୍ରିବୁନାଲର ବିଶେଷଜ୍ଞ ସଦସ୍ୟ ତଥା ପୂର୍ବତନ ଡିଜି(ଜଙ୍ଗଲ) ସିଦ୍ଧାନ୍ତ ଦାସଙ୍କୁ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି(ଓରେରା) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ପଦ ଗତ ମେ ମାସରୁ ଖାଲି ପଡିଥିଲା। ଦାସଙ୍କ ନିଯୁକ୍ତି ସଂକ୍ରାନ୍ତରେ ରାଜ୍ୟ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ନିଯୁକ୍ତି ଓ ତାଙ୍କ ଉପରେ ଆସ୍ଥା ରଖିଥିବା ପାଇଁ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ବାରା ସେ ଓଡ଼ିଶାର ପ୍ରଗତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ଦିଗରେ ପ୍ରତ୍ୟକ୍ଷ ଭାବେ କାମ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: 22 ଦିନ ପାଇଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍‌। ଜୁଲାଇ 25ରୁ ଅଗଷ୍ଟ 15 ତାରିଖ ଯାଏଁ ସଟ୍‌ଡାଉନ୍‌ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଇଓସିଏଲ୍‌ ତୈଳ ବିଶୋଧାନାଗାର ସଟ୍‌ଡାଉନ୍‌ ନେଇ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମେଣ୍ଟୋନାନ୍ସ କାର୍ଯ୍ୟ ପାଇଁ ସଟ୍‌ଡାଉନ୍‌ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 2018 ମାର୍ଚ୍ଚ ପରଠାରୁ ଏଯାବତ୍‌ ମେଣ୍ଟେନାନ୍ସ ହୋଇନି। ଏବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ମେଣ୍ଟେନାନ୍ସ କାର୍ଯ୍ୟରେ ଆଇଓସିଏଲ୍‌ ଆଖପାଖ ଗାଁରେ 7 ଶହରୁ 8 ଶହ ଲୋକ ବି କାମ କରିବେ। ସଟ୍‌ଡାଉନ୍‌ ବେଳେ ଭିଡ ଏଡାଇବାକୁ ଆଇଓସିଏଲ୍‌ ପାଖରେ 144 ଲାଗିବ  ବୋଲି ସୂଚନା ରହିଛି। ଆଇଓସିଏଲ୍‌ ସଟ୍‌ଡାଉନ୍‌ ସମୟରେ କରୋନା ଗାଇଡଲାଇନ୍‌ ପାଳନ ହେବା ସହ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଆଇଓସିଏଲ୍‌ରେ ରହିଥିବା ପ୍ରଫେସନାଲ୍‌ ଟେକ୍ନିକାଲ୍‌ ଇଞ୍ଜିନିୟରମାନଙ୍କର ସ୍ବାବ ଟେଷ୍ଟ କରାଯାଉଛି।…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ରାଜଧାନୀ ହଜରତଗଞ୍ଜ  କୋତବାଲୀ ଅଞ୍ଚଳର ବିଧାନସଭା ସାମ୍ନା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ସାମ୍ନାରେ ମା’   ଝିଅ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି । ଦୁହେଁ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ । ପୋଲିସ୍‌ ଦୁହିଁଙ୍କ ବଞ୍ଚାଇବାକୁ ପ୍ରୟାସ କରିଥିଲା । ମା’ ଝିଅଙ୍କୁ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ଦୁହେଁ ଆମେଠିରେ ବୋଲି ସୂଚନା ରହିଛି । ଦୁହେଁ ଅତ୍ୟନ୍ତ କଡା ସୁରକ୍ଷା ବଳୟରେ ରହିଥିବା ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ସ୍ଥାନରେ ଲୋକ ଭବନ  ଓ ବିଧାନ ଭବନ ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି ।  ଆମେଥିର ଜାମୋ ଅଞ୍ଚଳରେ ମହିଳାଙ୍କର ଜମି ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ଏନେଇ କୌଣସି ପ୍ରକାର ସହଯୋଗ ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି…

Read More

Remembering the legendary leader & Iconic freedom fighter #NelsonMandela on his birth anniversary. Today is #MandelaDay . “Let’s reflect on ways to follow his call to “make of the world a better place.”  Sand Art Sudarsan Patnaik at Puri Beach ,India .

Read More

ନାଗପୁର :  କ୍ବାରେଣ୍ଟାଇନ୍‌ ବା ସଙ୍ଗରୋଧ କେନ୍ଦ୍ରରେ ରହି କରୋନାରୁ ସୁସ୍ଥ ହେବାକୁ ଉଦ୍ଦିଷ୍ଟ ହୋଇଥିବାବେଳେ କେହି କେହି ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସଙ୍ଗରୋଧ କେନ୍ଦ୍ରଗୁଡିକ କରୋନାର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଏହି କେନ୍ଦ୍ରରେ ନିଜ ପ୍ରେମୀ ସହ ଏକାଠି ରହିବାର ପ୍ଲାନ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା କନେଷ୍ଟବଳ । ମହାରାଷ୍ଟ୍ର ନାଗପୁର ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁଆସିଛି । ଯେଉଁଠାରେ ଜଣେ ମହିଳା କନେଷ୍ଟବଳ ନିଜ ପ୍ରେମିକକୁ ନିଜ ସ୍ବାମୀ ରୂପେ ପରିଚୟ ଦେଇ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଘଟଣାଟି ବେଶ୍‌ ରୋଚକ୍‌ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ବଜାଜ ନଗର ଥାନାରେ ଜଣେ ମହିଳା କନେଷ୍ଟବଳ ଓ  ତାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ୍‌…

Read More

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି ।  ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାରରୁ ଅଧିକ ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି 671 ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଗତ 24 ଘଣ୍ଟା ମଧ୍ୟରେ 34 ହଜାର 884 ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 38 ହଜାର 716ରେ ପହଞ୍ଚିଛି ।  ସେହିପରି ଦେଶରେ ମୃତକଙ୍କ ସଂଖ୍ୟା 26 ହଜାର 273ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ 6 ଲକ୍ଷ 53 ହଜାର 751 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 58 ହଜାର 692ଜଣ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି ତିନିଜଣଙ୍କ ମୁଣ୍ଡ ନେଇଛି କରୋନା । ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଗଜପତି ଜିଲ୍ଲାରୁ ଜଣେ ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଦୁଇଜଣ ରହିଛନ୍ତି । ଜଣେ 63 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 60 ବର୍ଷୀୟ ପୁରୁଷ । ସେହିପରି ଗଜପତି ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 48 ବର୍ଷ ମହିଳା  ବୋଲି ସୂଚନା ରହିଛି । ରାଜ୍ୟରେ ମୃତକଙ୍କ ସଂଖ୍ୟା 86କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 52କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ 591 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  25ଟି ଜିଲ୍ଲାରୁ ମୋଟ୍‌ 591 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 182 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 121, କଟକରୁ 38, ବରଗଡରୁ 35, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁରରୁ 22 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ 20, ଯାଜପୁରରୁ 19, ସୁନ୍ଦରଗଡରୁ 18, ବାଲେଶ୍ବରରୁ 13, ନୟାଗଡରୁ 11, ବଲାଙ୍ଗିର ଓ ଢେଙ୍କାନାଳରୁ 9 ଜଣ ଲେଖାଏଁ ରହିଛନ୍ତି । ମାଲ୍‌କାନଗିରି, କେନ୍ଦ୍ରାପଡାରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ପୁରୀ ଓ କେଉଁଝରର 6 ଜଣ ଲେଖାଏଁ ରହିଛନ୍ତି ।  ବୌଦ୍ଧ ଓ ଝାରସୁଗୁଡାରୁ 5 ଜଣ ଲେଖାଏଁ ରହିଛନ୍ତି । ସେହିପରି କୋରାପୁଟରୁ 4, ଭଦ୍ରକ ଓ ଦେବଗଡରୁ 3ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳ ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 591 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 394ଜଣ ଚିହ୍ନଟ ହୋଇଥିବାବେଳେ 197ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 16 ହଜାର 701କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 259ଜଣ । ସେହିପରି ସୁସ୍ଥ ହୋଇଛନ୍ତି 11 ହଜାର 330 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 83ଜଣ । ସେହିପରି 26 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ରାଇରଙ୍ଗପୁର :  ରାଇରଙ୍ଗପୁର ଟାଉନ୍‌ ଥାନାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଟ୍ରାକ୍ଟର ଦୁର୍ଘଟଣାଗସତ ହୋଇଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଟାଉନ୍‌ ଥାନା ପାତେପାଣି ଗାଁ ପାଖରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଟ୍ରାକ୍ଟରରେ ଚାପି ହୋଇ ଚାଳକର ମୃତ୍ୟୁ ହୋଇଥିବା ସ୍ଥଳେ 2 ଶ୍ରମିକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ଶ୍ରମିକ ରାଇରଙ୍ଗପୁର ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି ।

Read More

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଅଗଷ୍ଟ 31 ଯାଏଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ୍‌ ସ୍କୁଲ ବନ୍ଦ ରହିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ୍‌ ସ୍କୁଲ ଗୁଡିକ ଅଗଷ୍ଟ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେି ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁଚିଠି ଲେଖି ଅବଗତ କରାଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ । ପୂର୍ବରୁ ଏହି ସ୍ପେଶାଲ୍‌ ସ୍କୁଲକୁ ଜୁଲାଇ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି  ଏପରି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ପେଶାଲ୍‌ ସ୍କୁଲଗୁଡିକୁ ଅଗଷ୍ଟ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଓଡ଼ିଶାର 23ଟି ଜିଲ୍ଲାରେ ମୋଟ୍‌ 103ଟି ସ୍ପେଶାଲ୍‌ ସ୍କୁଲ ରହିଛି । (ଏଜେନ୍ସି)

Read More

ପିଣ୍ଟୁ ବିଷୋୟୀ କୋଦଳା – ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ । ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ସେହି ତୁଳନାରେ ବଢିବାରେ ଲାଗିଛି ।ରୋଗୀମାନଙ୍କୁ ବିଭି୍ନ୍ନ କୋଭିଡ ମେଡିକାଲ ନ ପଠାଇ ନିଜ ଅଞ୍ଚଳ ରେ ହିଁ ସେମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ 20ଶଯ୍ୟା ବିଶିଷ୍ଟ “କୋଭିଡ କେୟାର ହୋମ “ଗ୍ରୁହ ଉଦଘାଟିତ ହୋଇଛି । ସେଠାରେ 7ତାରିଖ ଠାରୁ 13ତାରିଖ ପର୍ଯନ୍ତ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଜନସାଧାରଣଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖିନ ହେବ ନାହିଁ ଏବଂ ପଜେଟିଭ ବାହାରିଲେ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ନ କରି ଏହି କୋଭିଡ କେୟାର ହୋମ ରେ ରଖିବା ପାଇଁ ନିଷ୍ପତ୍ତି ହୋଇ ଖାଇବା ମେନୁ , ଟିମ କର୍ମକର୍ତ୍ତାଙ୍କ ସମୟ ସାରଣୀ ଏବଂ ଗୁରୁତ୍ଵପୂର୍ଣ୍ଣ ବିଭାଗ ର ଯୋଗାଯୋଗ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓପିଡିକୁ ସାମୟିକ ବନ୍ଦ ହୋଇଥିବା ନେଇ ଏକ ଗୁଜବ ପ୍ରକାଶିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ସିଡିଏମ୍‌ଓ ବିଶ୍ବରଞ୍ଜନ ପତି। ନିକଟରେ ବାଲୁଗାଁଠାରୁ ଏକ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାସ୍ଥଳେ ସମ୍ପୃକ୍ତ ବ୍ୟକ୍ତି  ଜଣକ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। ଏହା ଜଣାପଡିବା ପରେ ଗତକାଲି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡିକୁ କିଛି ସମୟ ପାଇଁ ବନ୍ଦ ରଖି ସାନିଟାଇଜେସନ୍‌ କରାଯାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ବାଲୁଗାଁ ଓପିଡି ବନ୍ଦ ହୋଇଛି ବୋଲି ନ୍ୟୁଜ୍‌ ପ୍ରସାରଣ କରିଥିଲେ। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମନରେ ନାନା ପ୍ରକାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ  ବାଲୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଓପିଡି ବନ୍ଦ ହେବା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ସିଡିଏମ୍‌ଓ। ଏପରି ନ୍ୟୁଜ୍‌ ପ୍ରସାର କରି ଜନସାଧାରଣଙ୍କୁ ଭୟଭୀତ କରାନ୍ତୁ ନାହିଁ…

Read More

କନ୍ଦର୍ପ ବେହେରା ରେଢାଖୋଲ:  ସାରା ବିଶ୍ୱରେ କରୋନା କାୟାବିସ୍ତାର କରି ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍‌ଡିଭିଜନ ଏଥିରୁ ବାଦ୍ ପଡି ନ ଥିବା ଜଣା ପଡିଛି। ବାହାର ରାଜ୍ୟରେ ଶ୍ରମିକ ଭାବରେ କାମ କରୁଥିବା ଲୋକମାନେ ରାଜ୍ୟକୁ ପଳାଇ ଆସିବାରୁ ଏହି ରୋଗ ବ୍ୟାପିବାରେ ଲାଗିଛି । ରେଢାଖୋଲ ସବଡିଭିଜନରେ ଗୋଟିଏ ଦିନରେ ୭ କରୋନା ରୋଗୀ ଚିହ୍ନଟ ହେବା ପରେ ଆଜି ରେଢାଖୋଲ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ପ୍ରକାଶ ଯେ- ରେଢାଖୋଲ ଏନ୍‌ଏସିର ଜଣେ କର୍ମଚାରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ରେଢାଖୋଲ ଡାକ୍ତରଖାନାର ୧୦୮ ର ଜଣେ କର୍ମଚାରୀ , ରେଢାଖୋଲର ଜଣେ ୧୨ ବର୍ଷର ବାଳକ, ରେଢାଖୋଲର ଜଣେ ସ୍ଥାନୀୟ ବାସିନ୍ଦା ଥିବା ଜଣା ପଡିଛି । ଠିକ୍ ସେଇ ପରି ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରେଢାଖୋଲ ବ୍ଲକ୍ ର ୨ ଜଣ ଥିବା ବେଳେ ନାକଟିଦେଉଳ ବ୍ଲକ…

Read More

କେଦାର ମିଶ୍ର ଓଡିଶା ସରକାର ପୁଣିଥରେ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ଆସନ୍ତା ଦୁଇ ସପ୍ତାହ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଲକ ଡାଉନ ଘୋଷଣା ପୂର୍ବରୁ ସ୍ଵାଭାବିକ ଭାବରେ ସରକାରୀ ଅଧିକାରୀମାନେ ଯାହା କହିଛନ୍ତି, ତାହା ଗତ ଚାରିମାସ ହେଲା ଆମେ ଶୁଣି ଆସୁଛୁ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ହେଲେ ସେଥିସହିତ ଦେଶରେ “ଅନଲକ” ପ୍ରକ୍ରିୟା ମଧ୍ୟ ଅବ୍ଯାହତ ରହିଛି। ଜୁନ ଓ ଜୁଲାଇ ମାସରେ ସାରା ଦେଶରେ “ଅନଲକ” ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ସରକାର ଏହି ଦୁଇ ମାସ ଏକ ପ୍ରକାର ମନମୁଖି ଶୈଳୀ ରେ ୧୦ ଟି ଜିଲ୍ଲାକୁ ୧୨ ଦିନ ପୂରା ଶତ ଡାଉନ କରି ରଖିଥିଲେ। ପ୍ରବାସୀ ଶ୍ରମିକଙ୍କ ଆସିବା ପରେ ସେମାନଙ୍କର ସଠିକ ପରୀକ୍ଷା ନ କରିବା, ସଙ୍ଗରୋଧ ବ୍ୟବସ୍ଥାର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆସନ୍ତାକାଲି  ଠାରୁ ୨୪ ଜୁଲାଇ ଯାଏଁ ସକାଳ ୯ ଘଟିକାରୁ ଦିବା ୩ ଘଟିକା ଯାଏଁ ବାଲୁଗାଁ ସରଳାପଦର ଛକରୁ ବାଲୁଗାଁ ବଜାର ଦେଇ ବଡକୁଳ ବଜାର ଯାଏଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଉକ୍ତ ସମୟରେ ବାଲୁଗାଁ ୧୧କେଭି ଫିଡ଼ରର ସିଷ୍ଟମ ଇମ୍ପ୍ରୁଭମେଣ୍ଟ କାମ ହେବ ବୋଲି ଟି.ପି.ସି.ଓ.ଡ଼ି.ଲ ବାଲୁଗାଁ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଏବଂ ଏହାସହିତ ବାଲୁଗାଁ ସହରର ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ସମୀକ୍ଷା ନିୟୁଜ ଜରିଆରେ ନିବେଦନ କରିଛନ୍ତି। ଅନୁରୂପଭାବେ ଏହା ସମ୍ବନ୍ଧରେ ଆଜି ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଲୁଗାଁ ଜନସାଧାରଣଙ୍କୁ ଅବଗତ କରାଇଦିଆଯାଇଛି ବୋଲି ଟି.ପି.ସି.ଓ.ଡ଼ି.ଲ ବାଲୁଗାଁ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଆଜି ଭବାନୀପାଟଣା କଲେଜ ଛକ ଠାରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ ସିଇ ଆର୍ ଟି) ବିପକ୍ଷରେ ବିକ୍ଷୋଭ କରାଯାଇଛି। ଏନ୍ ସିଇ ଆର୍ ଟି ଦ୍ବାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ବିଜ୍ଞାନ(ଇଭିଏସ୍) ପୁସ୍ତକ ଓ ନବମ ଶ୍ରେଣୀର ଅର୍ଥଶାସ୍ତ୍ର ର ଫୁଡ ସିକ୍ୟୁରିଟି ଅଫ୍ ଇଣ୍ଡିଆ ବିଷୟରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲ ତଥ୍ୟ ଦେଇ ଅନାହାର ର ଭୂଖଣ୍ଡ ସ୍ବରୂପ ଚିତ୍ରଣ ଘଟଣା କୁ ନେଇ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୄତ୍ୱରେ ତିବ୍ର ପ୍ରତିବାଦ ଜଣାଇବା ସହ ଏହି ପାଠ୍ୟ ପୁସ୍ତକ ଗୁଡିକରେ କଳାହାଣ୍ଡି ସମ୍ପର୍କରେ ରଚିତ ଅଧ୍ୟାୟ କୁ ଶିଘ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏ ନେଇ ସମସ୍ତ ତଥ୍ୟ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଧେଶ୍ୟରେ…

Read More

ଭୁବନେଶ୍ୱର, ଆଜି ରାଜ୍ୟରେ 453 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 220 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼ 41, ନବରଙ୍ଗପୁର 33, ଖୋର୍ଦ୍ଧା 28, ବଲାଙ୍ଗିର 26, କେନ୍ଦୁଝର 17,ବାଲେଶ୍ବର 15,ଜଗତସିଂହପୁର ଓ ମାଲକାନଗିରିରୁ 13 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ଗଜପତିରୁ 10 ଲେଖାଏଁ, ଅନୁଗୁଳରୁ 9, କେନ୍ଦ୍ରାପଡ଼ା 6, କୋରାପୁଟ 4, କଟକ 3, ଭଦ୍ରକରୁ 2 ଜଣ ସୁସ୍ଥ ହୋଇଛନ୍ତି। ମୟୂରଭଂଜ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ମୋଟ 11 ହଜାର 330 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ଏହି ସୂଚନା ଦେଇଛି।

Read More