Author: Samikhsya Bureau

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଭୁବନେଶ୍ୱରର ସମ୍, କିମସ୍ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆଜିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। କଟକ ଏସସିବି ମେଡିକାଲକୁ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାମ କରିବ । ରାଜ୍ୟରେ ଦୈନିକ ପରୀକ୍ଷଣ 9 ହଜାରକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଟାଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ଅନେକ ଜୀବନ ବଞ୍ଚିପାରିବ।  ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ । କୋଭିଡ୍‌ ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ସେହିପରି 5ଟି ଫୋକସ୍‌ ଜିଲ୍ଲାର ତଦାରଖ ବ୍ୟବସ୍ଥା ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ହେଉଛି । ଦେଶରେ ଆଜି ପୁଣି 29 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 36 ହଜାରରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 24 ହଜାର ପାର ହେଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 29 ହଜାର 429 ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 582ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 36 ହଜାର 181ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 24 ହଜାର 309କୁ ପହଞ୍ଚିଛି । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 92 ହଜାର 332ଜଣ ସୁସ୍ଥ ହୋଇଛନ୍ତି। ମୋଟ…

Read More

କେଦାର ମିଶ୍ର କଂଗ୍ରେସର ଦୁଇଜଣ ପ୍ରଭାବଶାଳୀ ଯୁବ ନେତା ହଠାତ ବିଜେପିମୁହାଁ ହେବା, କରୋନା ମହାମାରୀ ସମୟର ସବୁଠୁ ବଡ ଖବର। କଂଗ୍ରେସ କ୍ଷମତାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ଘନିଷ୍ଠ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ମାସରେ ଅକସ୍ମାତ ବିଜେପିରେ ଯୋଗଦେଲେ ଓ କଂଗ୍ରେସରୁ ତାଙ୍କର ବିଦାୟ ସହିତ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଲା। ତାର ଠିକ ତିନିମାସ ପରେ ରାଜସ୍ଥାନରେ କଂଗ୍ରେସର ଅନ୍ୟ ଜଣେ ପ୍ରଭାବଶାଳୀ ଯୁବନେତା ତଥା ରାଜସ୍ଥାନ କଂଗ୍ରେସ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ  ସଚିନ ପାଇଲଟ ଏବେ ବିଦ୍ରୋହୀ ସାଜିଛନ୍ତି। ତାଙ୍କର ବିଦ୍ରୋହ ସହିତ ରାଜସ୍ଥାନରେ କଂଗ୍ରେସ ସରକାରର ପତନ ଘଟିବ କି ନାହିଁ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ଉଭୟ ସିନ୍ଧିଆ ଓ ପାଇଲଟ, କଂଗ୍ରେସର କ୍ଷମତା କେନ୍ଦ୍ର ସହିତ ଅନ୍ତରଙ୍ଗ ଥିଲେ। ପାରିବାରିକ ଭାବରେ ଏମାନେ ଗାନ୍ଧୀ ପରିବାର ସହିତ ପିଢୀ ପରେ ପରେ…

Read More

ପାରାଦୀପ : କରୋନା ସଂକ୍ରମଣ ଭୟ ଯୋଗୁଁ ରାହାମା ବଜାର ବନ୍ଦ । ଆସନ୍ତା 17 ତାରିଖ ଯାଏଁ ରାହାମା ବଜାରକୁ ବନ୍ଦ କଲା ପ୍ରଶାସନ । କୁଜଙ୍ଗ ବ୍ଲକର ସାଇଲୋ ଓ ତାଳପଡା ପଞ୍ଚାୟତକୁ ଆସନ୍ତା 17 ତାରିଖ ଯାଏଁ ସଟ୍‌ଡାଉନ୍‌ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଦୁଇ ପଞ୍ଚାୟତକୁ ସଟ୍‌ଡାଉନ୍‌ କରିଛନ୍ତି ଦୁଇ ସରପଞ୍ଚ ।

Read More

ଭୁବନେଶ୍ବର, କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । କପୁରତଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ କୋଚ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏଥିରେ ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହାକୁ ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ। ଏହି କୋଚରେ ହ୍ୟାଣ୍ଡ ରେଲ୍ ଓ ଲ୍ୟାଚେସ୍ ଉପରେ ତମ୍ବାର ଆବରଣ ଦିଆଯାଇଛି । ଡବା ଭିତରେ ପ୍ଲାଜାମା ବାୟୁ ବିଶୋଧକ ବ୍ୟବସ୍ଥା ଓ ଟାଇଟାନିଅମ ଡାଇଅକ୍ସାଇଡ କଲେଇ (କୋଟିଂ) କରାଯାଇଛି, ଯାହା କରୋନା ଭୂତାଣୁକୁ ନଷ୍ଟ କରିବା ସହିତ ଯାତ୍ରୀମାନଙ୍କୁ ନିରାପଦ ରଖିପାରିବ । ଏହି କୋଚ୍‌ର ବିଭିନ୍ନ ସୁବିଧା ସୁଯୋଗ ଯାହା ରଖାଯାଇଛି ସେଗୁଡିକ ହେଲା ୧. ହ୍ୟାଣ୍ଡ୍ ଫ୍ରି ସୁବିଧା- ଏହି ନୂଆ କୋଚ୍‌ରେ ଏଣିକି ଆଉ ହାତରେ ପାଣି…

Read More

ମୁମ୍ବାଇ: ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି।  ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।  ତତ୍କାଳ ଭାବେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମହାରାଷ୍ଟ୍ର ସରକାରରେ ଥିବା ବାଲାସାହେବ ଥେରାଟ୍‌ ଟୁଇଟ୍‌ ଜରିଆରେ ନିଲମ୍ବନ ପତ୍ରର ପ୍ରେସରିଲିଜ୍‌ ଜାରି କରିଛନ୍ତି । ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବାରୁ ସଞ୍ଜୟ ଝାଙ୍କୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ହଟିବାକୁ ପଡିଥିଲା ।  ଗତ କିଛି ଦିନ ତଳେ ଏକ ସ୍ତମ୍ବରେ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ ସଞ୍ଜୟ । ଏହା ପରେ କଂଗ୍ରେସ ଓ ଝାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ…

Read More

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବେ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବାହାର ଜିଲ୍ଲାର 5 ଅଧିକାରୀଙ୍କୁ ଗଞ୍ଜାମ ପଠାଯାଇଛି । 4 ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ ପଠାଯାଇ ଥିବା ବେଳେ ଲହୁଣୀପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଇନ୍ତି ସରକାର। ଏହି 5 ଅଧିକାରୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବେ । 5ଜଣ ଓଏଏସ୍ ଅଧିକାରୀଙ୍କ ସହିତ 32ଜଣ ଓଆରଏସ୍‌ ଅଧିକାରୀଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି । 20ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ଏତଦ୍‌ବ୍ୟତୀତ 100 ଜଣ  ଏଏମ୍‌ଓ ଓ ଏଚ୍‌ଏମ୍‌ଓଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି । ଏଏମ୍‌ଓ ଓ ଏଚ୍‌ଏମ୍‌ଓଙ୍କୁ 16…

Read More

ପାଟଣାଗଡ : ଖପ୍ରଖୋଲ ବ୍ଲକ ଭୁରୁସିବାଂଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଘରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଜାଡିବା ବେଳେ ଏହି ଦୁର୍ଘଟଣା ଘଟିଛି । ସ୍ବାମୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

Read More

ଭୁବନେଶ୍ବର, ଜୁଲାଇ 6ରେ ଜାରି ହୋଇଥିବା ୟୁଜିସିର ନୂତନ ଗାଇଡଲାଇନ୍ ୨୦୨୦କୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବା ସହ ଏହାର ପ୍ରତ୍ୟାହାର ଦାବି କରୁଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏବଂ ଓ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟର ମଞ୍ଜୁରୀ ନେଇ ୟୁଜିସି ଗତ ଜୁଲାଇ ୬ ତାରିଖର ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ପାଇଁ ଆସିଥିବା ନିଷ୍ପତ୍ତି ପିଲାଙ୍କୁ ମାନସିକ ଚାପ ଦେଇଛି। ୟୁଜିସିର ଏହି ନୀତି ଧନୀ- ଗରିବ ଛାତ୍ର ବିଭାଜନ, ଅମାନବୀୟ, ଦାୟିତ୍ବହୀନତା, ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି ଛାତ୍ର କଂଗ୍ରେସ ମତ ଦେଇଛି। ଗତ ମାର୍ଚ୍ଚ ମାସରୁ ପରୀକ୍ଷା ହେବ , ହେବ ନାହିଁ, ଏପରି ଭାବରେ ବାରମ୍ବାର ମତ ବଦଳେଇବା, ବାରମ୍ବାର ନୂତନ ଗାଇଡଲାଇନ୍ ଆଣିବା ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ସହ ସେମାନଙ୍କ ମନୋବଳକୁ ନଷ୍ଟ କରୁଛି। ଅନେକ ରାଜ୍ୟ ଏହାକୁ ବିରୋଧ କରୁଥିବା ବେଳେ…

Read More

ଭୁବନେଶ୍ୱର: ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୬୦୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ନୂଆ ୬୦୯ ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୯୮୬୪ରେ ପହଞ୍ଚି ଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼ରୁ ୧୩୫ଜଣ, ଖୋର୍ଦ୍ଧାରୁ ୩୭ଜଣ, କଟକରୁ ୩୨ଜଣ, ବାଲେଶ୍ୱରରୁ ୨୫ଜଣ, କେନ୍ଦୁଝରରୁ ୨୩ଜଣ, ମୟୁରଭଞ୍ଜରୁ ୧୮ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରରୁ ୮ଜଣ, ବରଗଡ଼ ଓ ଜଗତସିଂହପୁରରୁ ୭ଜଣ ଲେଖାଏଁ, ଯାଜପୁରରୁ ୬ଜଣ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀରରୁ ୩ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Read More

ଭୁବନେଶ୍ବର, କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା। ଏଭଳି ଆଚରଣ ଖୋଦ୍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା କୋଭିଡ ମାର୍ଗଦର୍ଶିକାର ଉଲ୍ଲଂଘନ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ବ କଟକଣାକୁ ଉପହାସ କରୁଛି। ସେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବା ପାଇଁ ଅନୁରୋଧ ସତ୍ତ୍ବେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରୁଛନ୍ତି, ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ। ଓଡ଼ିଶାରେ ବିଜେପି…

Read More

ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ ଦେଶ ଏବର୍ଷ ଅଗଷ୍ଟ 15ରେ ଦେଖିବ ଭିନ୍ନ ଧରଣର ସ୍ବାଧୀନତା ଦିବସ ସମାରୋହ। ଦେଶର ଇତିହାସରେ ଐତିହାସିକ ଲାଲକିଲ୍ଲାରେ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ପାଳନ ହେବ ସ୍ବାଧୀନତା ଦିବସ ସମାରୋହ। କୋଭିଡ-19 ମହାମାରୀ ଦୃଷ୍ଟିରୁ ଦେଶର ଜାତୀୟ ରାଜଧାନୀରେ ଆଗାମୀ ସ୍ବାଧୀନତା ଦିବସ ସମାରୋହକୁ କାଣ୍ଟଛାଣ୍ଟ କରାଯିବାକୁ ଆପାତତଃ ସ୍ଥିର ହୋଇଥିବା ଜଣାଯାଇଛି। ବିଗତ ବର୍ଷ ତୁଳନାରେ ଏବର୍ଷ ମାତ୍ର 20 ପ୍ରତିଶତ ଭିଭିଆଇପି ଏବଂ ଅନ୍ୟାନ୍ୟ ଅତିଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ଲାଲକିଲ୍ଲାରେ ଉପସ୍ଥିତ ରହିବେ। ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ଏଏସଆଇ ମହା ନିର୍ଦେଶକ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ଗତ ସପ୍ତାହରେ ଲାଲକିଲ୍ଲା ପରିଦର୍ଶନ କରିଥିଲେ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିରକ୍ଷା ସଚିବ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କରୋନା କାରଣରୁ ଏବର୍ଷ ସମାରୋହରେ ସବୁ କିଛି କାର୍ଯ୍ୟକ୍ରମରେ ପରିବର୍ତ୍ତନ…

Read More

ଭୁବନେଶ୍ବର, କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ପଜିଟିଭ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ତାଙ୍କର ପରୀକ୍ଷା କରାଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସିଡିଏମଓ ତାଙ୍କୁ ସୂଚନା ଦେଇଥିବା ସେ କହିଛନ୍ତି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କଠାରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଥିଲେ । ଏଯାବତ ରାଜ୍ୟରେ ତିନି ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Read More

ନୂଆଦିଲ୍ଲୀ, ଓଡ଼ିଶା,ବିହାର, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହାଛଡ଼ା ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚମ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ୍, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁ ଓ ପୁଦ୍ଦୁଚେରୀର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଗଡ଼ ଓ ପୂର୍ବ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ଗା‌‌ଙ୍ଗେୟ ପଶ୍ଚିମ ବଙ୍ଗ, ଆସାମ, ମେଘାଳୟ, ଗୁଜରାଟ, ଉକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଓ…

Read More

ପାଟନା, ଜୁଲାଇ ୧୬ରୁ ୩୧ ତାରିଖ ଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଏହା ଘୋଷଣା କରିଛନ୍ତି। ଟୁଇଟର୍ ହ୍ୟାଣ୍ଡଲ୍‌ରେ ମୋଦୀ କହିଛନ୍ତି ଯେ, ସମସ୍ତ ମୁନିସପାଲ୍, ଜିଲ୍ଲା, ସବ୍-ଡିଭିଜନ୍ ଏବଂ ବ୍ଲକ୍ ମୁଖ୍ୟାଳୟସ୍ତରରେ ଲକ୍‌ଡାଉନ୍ ବଳବତ୍ତର ରହିବ। ଏଥିନିମନ୍ତେ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯିବ। ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଲକ୍‌ଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ୟ ଏକ ଘଟଣାରେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ୭୫ ଜଣ ଦଳୀୟ ନେତା ଏବଂ କର୍ମଚାରୀ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେଣୁ, ଗତକାଲି ପାଟନାସ୍ଥିତ ବିଜେପି ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ୧୦୦ ଜଣ ନେତା ଓ କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣଙ୍କର…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା/ବାଣପୁର:  ଦେଶରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଉଛି। କରୋନକୁ ପ୍ରତିହତ କରିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିଲେ ସୁଦ୍ଧା କରୋନା ମହାମାରୀ କମିବାର ନାଁ ଧରୁନାହିଁ। ଓଡ଼ିଶାରେ ଗତ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟ ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଦୁଇ ନମ୍ବରରେ ଥିବା ବେଳେ ଏହା ଅନ୍ତର୍ଗତ ଚିଲିକା ଏବଂ ବାଣପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏଠାରେ ଲୋକାଲ୍‌ କେସ୍‌ ପ୍ରଶାସନର ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଗତ କାଲି ଉଭୟ ବାଣପୁର ଏବଂ ଚିଲିକା ବ୍ଲକର ଚାରିଗୋଟି ପଞ୍ଚାୟତରୁ ଲୋକାଲ୍‌ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରୁ ଆଜି ଚାରିଗୋଟି ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସମ୍ପୃକ୍ତ ପଞ୍ଚାୟତର…

Read More

ଜଗତସିଂହପୁର, କରୋନା ଭୂତାଣୁ କୋଭିଡ୍‌-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡିକୁ ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ଅଥବା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ହ୍ୱାଟସ୍‌ଅପ୍ ମାଧ୍ୟମରେ ଜଣାଇଲେ ଏହାର ତୁରନ୍ତ ସମାଧାନ କରାଯିବ । ସଂପୃକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ଡ୍ରପ୍ ବାକ୍ସ ମାଧ୍ୟମରେ ମଧ୍ୟ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ସଂପର୍କରେ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହି ବ୍ୟବସ୍ଥା ଜନସାଧାରଣ ଓ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅତ୍ୟାବଶ୍ୟକ ଅଟେ । ଜିଲ୍ଲାର ବୁଦ୍ଧିଜୀବୀ, ଜନସାଧାରଣ, ସମାଜର…

Read More

ଭୁବନେଶ୍ବର, ଭୁବନେଶ୍ବରରେ କମିବାର ନାଁ ନେଉନି କରୋନା। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ରାଜଧାନୀର ସବୁ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଆଜି ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ 51 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 35 ଓ ଲୋକାଲ କଣ୍ଟାକ୍ଟ କେସ୍ 16 ବୋଲି ବିଏମସି ସୂଚନା ଦେଇଛି। ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର 7ମ ବାଟାଲିଅ ନିକଟରୁ 2 ଲୋକାଲ କେସ୍ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ବ୍ୟକ୍ତି, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ 2 ମହିଳା ଲୋକାଲ କଣ୍ଟାକ୍ଟରେ ପଜିଟିଭ ହୋଇଛନ୍ତି। ଖାରବେଳ ନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ, ୟୁନିଟ-6 ଗଙ୍ଗନଗର ଅଞ୍ଚଳରୁ 2 ଯୁବକ, ଶାସ୍ତ୍ରୀନଗରରୁ ଜଣେ ମହିଳା, ଝାରପଡ଼ାର ଜଣେ ଯୁବକ, ନୟାପଲ୍ଲୀର ଜଣେ ଯୁବତୀଙ୍କ…

Read More

ଭୁବନେଶ୍ବର, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଓ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଯେତେବେଳେ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି, ସେସମୟରେ ନୟାଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କ ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କିତ ଖବରକୁ ନେଇ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଂଚାୟତର କାଳିଆମ୍ବ ଗାଁରେ ଏକାକୀ ରହୁଥିଲେ 46 ବର୍ଷୀୟ ଆଦିଆସୀ ମହିଳା ଦୁଃଖୀ ଜାନି। ହେଲେ ତିନି ଦିନ ପେଟକୁ ଦାନା ମୁଠିଏ ନ ପାଇ ଅନାହାରରେ ରହିବା ପରେ ଗତ ଜୁନ୍ 24 ତାରିଖ ଦିନ ଆଖି ବୁଜି ଦେଇଥିଲେ ଦୁଃଖୀ ଜାନି। ଏହି ଖବର କିଛି ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ ହେବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ତରଫରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏ ନେଇ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଜୁଲାଇ…

Read More

ଭୁବନେଶ୍ବର, କୋଭିଡ ରୋଗୀଙ୍କ ସୁବିଧା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିବା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି। କୋଭିଡ ଯୋଦ୍ଧାମାନଙ୍କ ମନୋବଳ ଯେପରି ଅତୁଟ ରହିବ ସେଥିପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକନିସିଆନ ଓ ଅଧିକ ଆମ୍ବୁଲାନ୍‌ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ କୋଭିଡ ଯୋଦ୍ଧାମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ପାଇଁ ସେ…

Read More

ଜୟପୁର, ମଧ୍ୟ ପ୍ରଦେଶ ଭଳି ଠିକ୍ ରାଜସ୍ଥାନରେ ଯେଉଁଭଳି ଭାବେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା ଯାହାର କେନ୍ଦ୍ର ବିନ୍ଦୁ ସାଜିଥିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ସମସ୍ତେ ଭାବୁଥିଲେ କିଛି ନା କିଛି ରାଜନୈତିକ ଓଲଟପାଲଟ ହେବ। କିନ୍ତୁ କିଏ ଜାଣିଥିଲା ଯେ, ପାଇଲଟଙ୍କ ଜାତକରେ ନାହିଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ। ଏକଥା ଆମେ କହୁନାହୁଁ, ଏହା କହିଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ଜଣାଶୁଣା ଜ୍ୟୋତିଷକାର ନଟବରଲାଲ ପୁରୋହିତ। ଜ୍ୟୋତିଷକାରଙ୍କ ଗଣନା କହିଛି ଅଶୋକ ଗେହଲଟ୍ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ସେ କହିଛନ୍ତି ଗେହଲଟଙ୍କ ଜାତକରେ ବର୍ତ୍ତମାନର ସମୟ ବହୁତ ଭଲ ରହିଛି ଓ ତାଙ୍କର ରାଜପକ୍ଷ ଯୋଗ ରହିଛି। ଯାହା ଫଳରେ ତାଙ୍କୁ କେହି ବି ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପାରିବେ ନାହିଁ। ଅନ୍ୟପକ୍ଷରେ ପାଇଲଟଙ୍କ ଜାତକରେ ସୂର୍ଯ୍ୟ ଓ ଶନିଙ୍କ ପ୍ରଭାବ ରହିଛି ଯାହା କି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ଦୂରେଇ ରଖୁଛି। ସେ…

Read More