ଭୁବନେଶ୍ବର, ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ରେଜଲ୍ଟ। ICSE ଦଶମ ପାସ୍ ହାର 99.33 ପ୍ରତିଶତ ରହିଥିବା ବେଳେ ISC ଦ୍ବାଦଶ ପାସହାର 96.84 ପ୍ରତିଶତ ରହିଛି। ଆଭେରେଜ ମାର୍କିଂ ଆଧାରରେ ଏହି ରେଜଲଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ICSE ଓ ISC ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ମିଳିପାରିବ ବୋଲି ସୂଚନା ଦିଆଯାଇଛି।
Author: Samikhsya Bureau
କାନପୁର, କାନପୁର ସୁଟ୍ ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ସହ ଏନକାଉଣ୍ଟର ପରେ ଘଟଣା କିପରି ଥିଲା ତାହାର ବିସ୍ତୃତ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଏଡିଜେ (ଆଇନ ଏବଂ ଶୃଙ୍ଖଳା) ପ୍ରଶାନ୍ତ କୁମାର। ଆଜି ସକାଳୁ ଘଟଣା ଘଟିବା ପରଠାରୁ ବିଭିନ୍ନ ପୋଲିସ ଅଧିକାରୀ ଯାହା କହି ଆସୁଥିଲେ, ପ୍ରଶାନ୍ତ କୁମାର ତାହାକୁ ହିଁ ଦୋହରାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କିଛି ବି ନୂଆ ତଥ୍ୟ ଦେଇନାହାନ୍ତି। ସଡ଼କ ଦୁର୍ଘଟଣା ପରେ ବିକାଶ ଦୁବେ କିପରି ଖସିବାକୁ ଉଦ୍ୟମ କରିଥିଲା ଏବଂ ସେ କିପରି ପୋଲିସ ଗୁଳିର ଶିକାର ହୋଇଥିଲା ତାହା ହିଁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଏଡିଜେ ପ୍ରଶାନ୍ତ କୁମାର। ଏଥିସହିତ ବିକେରୁ ସୁଟ୍ ଆଉଟ୍ ଘଟଣାରେ ଏବେ ବି ଆଉ କେତେଜଣ ଫେରାର ଅଛନ୍ତି ଏବଂ କେତେ ଜଣ ଜେଲରେ ଅଛନ୍ତି ସେ ନେଇ ସୂଚନା ଦେଇଥିଲେ। ଆଜି ସକାଳୁ ହିଁ…
ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଗଜପତିବାସୀଙ୍କୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଜପତି ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନାହିଁ। ଏପରିକି ଗଞ୍ଜାମ ଜିଲ୍ଲାରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ଯିବାକୁ ମନା କରାଯାଇଛି। ଦୈନିକ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯାତାୟତ ଉପରେ ରୋକ୍ ଲଗାଯିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ହେଲେ ମାଲ ପରିବହନ ଓ ଅତ୍ୟାବଶ୍ୟକ ସେବା ବାବଦ ପରିବହନକୁ ଅନୁମତି ଦିଆଯାଇଛି।
ସୀତାରାମ ଅଗ୍ରଓ୍ବାଲ ଚିଲିକା : ରାଜ୍ୟରେ କରୋନା ସ୍ଥିତି ବେଶ୍ ଜଟିଳ ରହିଥିବାବେଳେ କରୋନା ଯୋଦ୍ଧାମାନେ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ କରୋନା ଯୋଦ୍ଧାଙ୍କୁ ନେଇ ସ୍ଥାନୀୟ ପ୍ରଶାସନ କେତେ ଦୂର ଯତ୍ନଶୀଳ, ତାହା ପ୍ରଶ୍ନର ବିଷୟ ପାଲଟିଛି । ଖୋର୍ଦ୍ଧା ଜିଲ୍ଲାର ଜଣେ କରୋନା ଯୋଦ୍ଧା ତଥା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଏହାର ସୂଚନା ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକ ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଟିଏମ୍ସିରେ କାର୍ଯ୍ୟରତ ଥିଲେ । ଗତ ଜୁଲାଇ 6 ତାରିଖରେ ସେ ଜ୍ବର ଥଣ୍ଡାରେ ପୀଡ଼ିତ ହେବା ପରେ ଏମ୍ସ ହସ୍ପିଟାଲକୁ ଚିକିତ୍ସା ନିମେନ୍ତ ଆସିଥିଲେ । କିନ୍ତୁ ତାଙ୍କୁ ସେଠାରୁ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାର ସୂଚନା ଦେଇଛନ୍ତି ସରପଞ୍ଚ…
ନୂଆଦିଲ୍ଲୀ : ଆମେରିକା ଓ ବ୍ରାଜିଲ୍ ପରେ ଭାରତ ପ୍ରଭାବିତ ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ 26 ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଛି । ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏପର୍ଯ୍ୟନ୍ତ 21 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଲାଣି । ସେହିପରି ପ୍ରାୟ ଆଠ ଲକ୍ଷ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ କରୋନାର ପ୍ରକୋପକୁ ଦେଖି କିଛି ରାଜ୍ୟ ନିଜ ପ୍ରଦେଶରେ ପୁନର୍ବାର ଲକ୍ଡାଉନ୍ ଜାରି କରିବା ନେଇ ଘୋଷଣା କରିଛନ୍ତି । ତେବେ ପୁନର୍ବାର ଲକ୍ଡାଉନ୍ ଜାରି ହୋଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟରେ ଲକ୍ଡାଉନ୍କୁ ନେଇ କ’ଣ ସବୁ ନିୟମ କରାଯାଇଛି । ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜୁଲାଇ 10 ତାରିଖ ରାତ୍ରି 10ଟାରୁ…
କଟକ : କଟକ ମହାନଗର ଅଞ୍ଚଳରୁ ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସିଏମ୍ସି । ଚିହ୍ନଟ 16ରୁ 13 ସରକାରୀ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାବେଳେ 2 ଜଣ ଲୋକାଲ୍ କଣ୍ଟାକ୍ଟ କେସ ରହିଥିବାବେଳେ ଜଣେ ପେଡ୍ କ୍ବାରେଣ୍ଟାଇନ୍ରୁ ରହିଛନ୍ତି । ଏସ୍ସିବି ଆଇସୋଲେସନରୁ ତିନି ଜଣ ରହିଥିବାବେଳେ ସମ୍ ହସ୍ପିଟାଲ ଆଇସୋଲେସନ୍ରୁ 2. କ୍ୟାନସର ହସ୍ପିଟାଲ ଲିଙ୍କ୍ରୁ ଆଉ 4 ଜଣ ଚିହ୍ନଟ ହୋଇଥିବାବେଳେ କଟକ ସଦରରୁ ଆଉ ତିନି ଚିହ୍ନଟ ହୋଇଛନ୍ତି । ଏମ୍ସ୍ ଆଇସୋଲେସନ୍ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି । ସିଡିଏ ସେକ୍ଟର 11ରୁ ଜଣେ ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ମଙ୍ଗଳାବାଗ ବଢେଇ ସାହି ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁରରୁ 5 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଆଜି ଚିହ୍ନଟ 5 ପଜିଟିଭ୍ଙ୍କ ମଧ୍ୟରେ ବାଲିକୁଦାରୁ 3 ଜଣ, ତିର୍ତ୍ତୋଲରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ସମସ୍ତ ପାଞ୍ଚ ପଜିଟିଭ୍ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ସମସ୍ତ 5 ପଜିଟିଭ୍ ଟିଏମ୍ସିର ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 373ରେ ପହଞ୍ଚିଛି। ସେହିପରି 281 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା 92ଟି ସକ୍ରିୟ ମାମଲା ରହିଛି।
କେନ୍ଦୁଝର : ହାତୀଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଡବିଲ ଫରେଷ୍ଟର, ଗୁଆଲୀ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ଦାୟିତ୍ବରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କଲେ କେନ୍ଦୁଝର ଡିଏଫ୍ଓ । ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ 2 ଦିନ ପୂର୍ବେ ଏକ 4 ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ।
ନୂଆଦିଲ୍ଲୀ : ବାହୁବଳୀ ସୁପରଷ୍ଟାର୍ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମର ଟାଇଟଲ୍ ସହ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଏହି ଫିଲ୍ମର ନାମ ‘ରାଧେ ଶ୍ୟାମ୍’ ରହିଛି । ଏହି ଫିଲ୍ମରେ ପ୍ରଭାସ ଓ ପୂଜା ହେଗେଡଙ୍କ ଜବରଦସ୍ତ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ଭାଷାରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ପୋଷ୍ଟର ରିଲିଜ୍ କରାଯାଇଛି । ’ରାଧେଶ୍ୟାମ୍’‘ ଚାରୋଟି ଭାଷାରେ ରିଲିଜ୍ ହେବାକୁ ରହିଛି । ଏହା 2021 ମସିହାରେ ରିଲିଜ୍ ହେବ ବୋଲି ସୂଚନା ରହିଛି । ପ୍ରଭାସ ଏହି ଫିଲ୍ମରେ ପୋଷ୍ଟରକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରୁଛି । ରିଲିଜ୍ ହୋଇଥିବା ପୋଷ୍ଟରରେ ପ୍ରଭାସ ବେଶ୍ ହ୍ୟାଣ୍ଡସମ୍ ଲାଗୁଥିବାବେଳେ ପୂଜା ରେଡ୍ ଗାଉନ୍ରେ ବେଶ୍ ଗ୍ଲାମର୍ସ ଲାଗୁଛନ୍ତି । ଏହି ପୋଷ୍ଟରରେ ପୂଜା ଓ ପ୍ରଭାସ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବାର ପୋଜ୍ ଦେଇଛନ୍ତି । ସେହିପରି ରିଲିଜ୍ ହୋଇଥିବା ପୋଷ୍ଟରର ବ୍ରାକ୍ଗ୍ରାଉଣ୍ଡରେ ବନ୍ୟା…
କାନପୁର: କୁଖ୍ୟାତ ଅପରାଧୀ ବିକାଶ ଦୁବେ ପ୍ରକୃତରେ ଏନକାଉଣ୍ଟରରେ ମଲା ନା ତାକୁ ମାରି ଦିଆଗଲା, ସେ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ। ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ କାଠଗଡ଼ାରେ। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି। STF କମାଣ୍ଡୋଙ୍କ କବଜାରୁ କିପରି ଖସିଗଲା ବିକାଶ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ବିକାଶ ଭଳି କୁଖ୍ୟାତ ଅପରାଧୀ ହାତରେ ହାତକଡୀ ଥିଲା କି ନାହିଁ ତାହା ବି ଏବେ ତଦନ୍ତ ସାପେକ୍ଷ। ଯଦି ହାତକଡୀ ଥିଲା ତେବେ ସେ କିପରି କମାଣ୍ଡୋଙ୍କ ବନ୍ଧୁକ ଛଡାଇ ନେଇ ପାରିଲା ? କାରଟି ଓଲଟି ଯିବା ପରେ 3 ଜଣ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ବିକାଶ ଖସିଗଲା କେମିତି? ବିକାଶକୁ ରାଜନୈତିକ ଆଶ୍ରୟ ଦିଆଯାଉଥିଲା କି? ଏଥିପାଇଁ ପ୍ରମାଣ ନଷ୍ଟ କରିବା ସକାଶେ ତାକୁ ମାରିଦେଇ ଏନକାଉଣ୍ଟରର ରୂପ ଦିଆଗଲା କି ?…
ଭୁବନେଶ୍ବର : ଆଜି ଦିନକ ପାଇଁ ବିଧାନସଭାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଆଜି ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ପରେ ସଟ୍ଡାଉନ୍ ଘୋଷଣା କରାଯାଇଛି ।ନୀଳଗିରି ବିଧାୟକ ପଜିଟିଭ୍ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି । ସଟ୍ଡାଉନ୍ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।
କାନପୁର: ଆଠ ଦିନରେ ସଫା ହେଲା କାନପୁର ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ଠିକ 8 ଦିନ ପୂର୍ବେ ଜୁଲାଇ 2 ଏବଂ 3 ତାରିଖ ରାତିରେ କାନପୁରରେ ବିକାଶ ଦୁବେ ଓ ତା’ର ସହଯୋଗୀମାନେ 8 ଜଣ ପୋଲିସ କର୍ମଚାରୀଙ୍କୁ ଘେରି ଅତର୍କିତ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ। ସେହି ଏନକାଉଣ୍ଟରରୁ ଆରମ୍ଭ କାହାଣୀ ଏନକାଉଣ୍ଟରରେ ଶେଷ ହୋଇଛି। ନିହତ ହୋଇଛି ଦେଶରେ ଚହଳ ପକାଇଥିବା ଅପରାଧ ସମ୍ରାଟ ଉତ୍ତର ପ୍ରଦେଶ କାନପୁରର ବିକାଶ ଦୁବେ। ଗତକାଲି ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳୀ ମନ୍ଦିରରୁ ଗିରଫ ହୋଇଥିଲା most wanted ଅପରାଧୀ ବିକାଶ। ଉତ୍ତର ପ୍ରଦେଶ ଏସ ଟି ଏଫ ତାକୁ ସେଠାରୁ କାନପୁର ଆଣୁଥିବା ବେଳେ ଆଜି ସକାଳୁ ହିନ୍ଦୀ ଫିଲ୍ମର କାହାଣୀ ଭଳି ଘଟିଥିବା ଘଟଣାରେ ପୋଲିସ ଗୁଳିରେ ନିହତ ହୋଇଛି କୁଖ୍ୟାତ ଅପରାଧୀ ବିକାଶ ଦୁବେ। ପୂର୍ବରୁ କାନପୁର ଘଟଣା ପରେ ପରେ ପୋଲିସ ଏନକାଉଣ୍ଟରରେ…
ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା । ଏହି ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 34 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି ହୋଇଛି । ଚାରି ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ମୃତକଙ୍କ ବୟସ ଯଥାକ୍ରେମ 41, 58, 58 ଓ 32 ବର୍ଷ ବୋଲି ଜଣାପଡିଛି । ତେବେ ଚାରି ମୃତକଙ୍କ ମଧ୍ୟରୁ ଜଣଙ୍କୁ ଛାଡି ଅନ୍ୟ ଦୁଇଜଣଙ୍କର ଡାଇବେଟିସ୍ଥିବାବେଳେ ଜଣଙ୍କର ହାଇପର୍ଟେନସନ୍ ଥିଲା ବୋଲି ସୂଚନା ରହିଛି ।
ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 86, ସୁନ୍ଦରଗଡରୁ 62, ଖୋର୍ଦ୍ଧାରୁ 59, କଟକରୁ 55, କେଉଁଝରରୁ 32, ଗଜପତିରୁ 30, ମାଲ୍କାନଗିରିରୁ 18, ନୟାଗଡରୁ 16, ବଲାଙ୍ଗିର ଓ ମୟୂରଭଞ୍ଜରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 11, ବାଲେଶ୍ବରରୁ 9, କୋରାପୁଟ, କେନ୍ଦ୍ରାପଡା ଓ ଜଗତସିଂହପୁରର 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ, ଢେଙ୍କାନାଳରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ତିନି ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ, କନ୍ଧମାଳ ଓ ସମ୍ବଲପୁରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 508 ଜଣ ଚିହ୍ନଟ ହୋଇଥିବାବେଳେ 247ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 11ହଜାର 956ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 476ଜଣ । ସେହିପରି ସୁସ୍ଥ ହୋଇଛନ୍ତି 7ହଜାର407ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 52ଜଣ । ସେହିପରି15ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବେନଶ୍ବର : ମାଓ ପ୍ରଭାବିତ ଏସ୍ଆର୍ଇ ଜିଲ୍ଲା ତାଲିକାରୁ ବାଦ୍ ପଡିଛି ପାଞ୍ଚୋଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ, ନୟାଗଡ । ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ (ଏସ୍ଆର୍ଇ) ତାଲିକାରୁ ବାଦ୍ ପଡିଲା 5ଟି ଜିଲ୍ଲା। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ରହିଛି । ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ପଦକ୍ଷେପ ନିଆଯାଇଛି । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଡିଜିପି ଅଭୟ ।
ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦିନକରେ 26 ହଜାର 500ରୁ ଅଧିକ ଆକ୍ରାନ୍ତ ସହଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 93ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 21 ହଜାର 604 ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ24 ଘଣ୍ଟାରେ 26 ହଜାର 506 ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି । ଏହା ସହ 475 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 93 ହଜାର 802ରେ ପହଂଚିଛି । ଭାରତରେ 21 ହଜାର 604 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 4…
ଗଂଜାମ, କରୋନା ସଚେତନତା ପାଇଁ ଗଂଜାମ ପୋଲିସ ତରଫରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ। ଜିଲ୍ଲାର ବଡଗଡ ପୋଲିସ ଲୋକମାନେ କିପରି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବେ ସେଥିପାଇଁ କରିଛନ୍ତି ପ୍ରଚାର। ହାତରେ ପ୍ଲାକାଡ ଏବଂ ମାଇକ ଦ୍ବାରା ଦେଇଛନ୍ତି ଏହି ସଚେତନତା ବାର୍ତ୍ତା।
କେଦାର ମିଶ୍ର କରୋନା ମୁକାବିଲା ଲାଗି ବିଭିନ୍ନ ସମୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଭାରତ ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ପରି ଭାବରେ ପ୍ରତି ସପ୍ତାହ ରେ ନୂଆ ରଣନୀତି ବଦଳାଉଛନ୍ତି ଓ ନୂଆ ନୂଆ ତତ୍ତ୍ୱ ଦେଉଛନ୍ତି, ସେଥିରେ ଆମର ଏକମାତ୍ର ସିନେମା କଥା ମନେ ପଡୁଛି। ପ୍ରାୟ ବର୍ଷୈ ତଳେ ଗୋଟେ ସିନେମା ଥିଲା “ଅନ୍ଧାଧୁନ”। ଏହି ସିନେମାର ନାୟକ ଅନ୍ଧ ନୁହେଁ, ହେଲେ ସେ ବିଭିନ୍ନ ବାଧ୍ୟ ବାଧକତାରେ ଅନ୍ଧ ହେବାର ଅଭିନୟ କରୁଛି। ପୁରା ସିନେମାରେ ଆପଣ ବାରମ୍ବାର ଜାଣି ପାରୁ ନଥିବେ ଯେ କାହାଣୀ ଟି ସତରେ କେଉଁ ଆଡ଼କୁ ଯାଉଛି। ଆଜି ବାସ୍ତବରେ ଭାରତରେ କରୋନା ମୁକାବିଲା ର ସ୍ଥିତି ସେହି “ଅନ୍ଧାଧୁନ”ର କାହାଣୀ ପରି ଚାଲିଛି। ପ୍ରଥମ ରୁ କୁହାଗଲା, ଘରୁ ବାହାରିଲେ, ଆପଣଙ୍କୁ କରୋନା ଭୂତାଣୁ ମାଡି ବସିବ। ଆପଣଙ୍କୁ କରୋନା ଧରିଲାମାନେ ଆପଣ…
ରାଉରକେଲା : ରାଉରକେଲା ସହରରେ ବି ହେବ ସପ୍ତାହାନ୍ତ ସଟ୍ଡାଉନ୍ । ଏହି ନିୟମ ଆସନ୍ତାକାଲିଠୁ ଜୁଲାଇ 31 ଯାଏଁ ଲାଗୁ ହେବ ବୋଲି ସୂଚନା ରହିଛି । ରାଉରେକଲା ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ସଟ୍ଡାଉନ୍ କଟକଣା ଲାଗୁ ହେବ । ତେବେ ଏହି ସମୟେର ସଟ୍ଡାଉନ୍ରେ ଔଷଧ ଦୋକାନ ଓ ମେଡିକାଲ ସେବା ଉପଲବ୍ଧ ରହିବ । ସେହିପରି ଗ୍ରୋସରୀ ଦୋକାନ ଓ କ୍ଷୀର କାଉଣ୍ଟର ସକାଳ 6ରୁ ଦିନ 2ଟା ଯାଏଁ ଦୋକାନ ଖୋଲିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଳାପାଳ ନିଖିଲ ପଓ୍ବନ କଲ୍ୟାଣ ।
କଟକ: କଟକରେ କମିଶନରେଟ୍ ପୁଲିସର ଜଣେ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ଫାଣ୍ଡିର କାର୍ଯ୍ୟରତ ଥିବା ଜଣେ କନଷ୍ଟେବଲ ପଜିଟିଭ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି । କନଷ୍ଟେବଳ ଜଣକ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା 58 ଜଣ ପୁଲିସ୍ କର୍ମଚାରୀଙ୍କର ଆଜି ସ୍ୱାବ୍ ଟେଷ୍ଟ କରାଯିବ । ଏ ନେଇ ଡିସିପି ସୂଚନା ଦେଇଛନ୍ତି। ଅପରପକ୍ଷେ ଚୌଦ୍ୱାର ଜେଲ୍ରୁ ମଧ୍ୟ ଗତକାଲି 8 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ5 ଜଣ କଏଦୀ ଏବଂ 3 ଜଣ ବିଚାରାଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଚୌଦ୍ୱାର ଜେଲ୍ ଅଧିକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

