Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼ କାଳିଆମ୍ବ ଗାଁରେ ଦୁଃଖୀ ଜାନିର ଅନାହାର ମୃତ୍ୟୁ ! ପ୍ରାଶାସନିକ ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲା ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ
ଆଜିର ଖବର

ନୟାଗଡ଼ କାଳିଆମ୍ବ ଗାଁରେ ଦୁଃଖୀ ଜାନିର ଅନାହାର ମୃତ୍ୟୁ ! ପ୍ରାଶାସନିକ ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲା ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ

July 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଓ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଯେତେବେଳେ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି, ସେସମୟରେ ନୟାଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କ ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କିତ ଖବରକୁ ନେଇ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଂଚାୟତର କାଳିଆମ୍ବ ଗାଁରେ ଏକାକୀ ରହୁଥିଲେ 46 ବର୍ଷୀୟ ଆଦିଆସୀ ମହିଳା ଦୁଃଖୀ ଜାନି। ହେଲେ ତିନି ଦିନ ପେଟକୁ ଦାନା ମୁଠିଏ ନ ପାଇ ଅନାହାରରେ ରହିବା ପରେ ଗତ ଜୁନ୍ 24 ତାରିଖ ଦିନ ଆଖି ବୁଜି ଦେଇଥିଲେ ଦୁଃଖୀ ଜାନି।

ଏହି ଖବର କିଛି ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ ହେବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ତରଫରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏ ନେଇ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଜୁଲାଇ 3ରେ ସମ୍ପୃକ୍ତ ଅଞ୍ଚଳକୁ ଯାଇଥିଲେ। ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର ସମୀତ ପଣ୍ଡା, ଓଡ଼ିଶା ଶ୍ରମଜୀବୀ ମଞ୍ଚର ସାମାଜିକ କର୍ମୀ ଲକ୍ଷ୍ମୀଧର ସିଂହ ଏବଂ ଇଣ୍ଡିଜେନସ ପିପୁଲସ ଫୋରମର ଅର୍ଥନୀତିଜ୍ଞ ଡଃ ମନୋଜ ଦାଶ ଏବଂ ସାମ୍ବାଦିକ ରାଜେଶ ମହାପାତ୍ରଙ୍କୁ ନେଇ ଏକ ଚାରି ଜଣିଆ ଦଳ ପ୍ରକାଶିତ ଖବରର ସତ୍ୟତା ନେଇ ଯାଞ୍ଚ କରିଥିଲେ।

ଏହି ଦଳ ଦୁଃଖୀ ଜାନି ରହୁଥିବା କାଳିଆମ୍ବ ଗାଁକୁ ଯାଇ ମୃତକଙ୍କ କିଛି ଦୂର ସମ୍ପର୍କୀୟ, ସାହି ପଡୋଶୀ, ଆଶା ଓ ଅଙ୍ଗନବାଡି କର୍ମୀ, ଜାକେଡା ପଞ୍ଚାୟତର ସରପଞ୍ଚ, ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନୂଆଗାଁ ବିଡିଓଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବା ସହ ଏହାକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ମୁତାବକ ନିୟମିତ କ୍ଷୁଧା ଓ ଅନାହାରରେ ରହୁଥିବାରୁ ଦୁଃଖୀ ଜାନିର ମୃତ୍ୟୁ ଘଟିଛି। ମରିବାର ତିନିଦିନ ସେ କିଛି ବି ଆହାର ପାଇନଥିଲା। ସରକାରୀ ନିୟମ ପ୍ରଣୟନର ତୃଟି ହେଉ ବା ସ୍ଥାନୀୟ ପ୍ରଶାସନର ଅବହେଳା ହେଉ ଗରିବ କଲ୍ୟାଣ ଓ ଖାଦ୍ୟ ସୁରକ୍ଷା ଦିଗରେ ଏକାଧିକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ଏଥିରୁ ଦୁଃଖି ଜାନି ପାଖରେ କିଞ୍ଚିତ ବି ପହଞ୍ଚି ପାରିନଥିଲା।

ସେ ଅସହାୟ ଅବସ୍ଥାରେ ଏକୁଟିଆ ରହୁଥିଲେ ସୁଦ୍ଧା ତା ପାଖରେ କୌଣସି ସରକାରୀ ଯୋଜନାର କାର୍ଡ ନଥିଲା। କାହିଁକି ଯେ ତାର ଅନ୍ନପୂର୍ଣ୍ଣା କାର୍ଡ ରଦ୍ଦ ହୋଇଥିଲା ତାହା ବି ଜଣାପଡୁନାହିଁ। ଫଳରେ ସାଧାରଣ ବଣ୍ଟନ ଯୋଜନାରୁ ବି ବଞ୍ଚିତ ଥିଲା। ସ୍ଥାନୀୟ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟ ସେ ସାମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ପେନସନରୁ ବି ବଞ୍ଚିତ ହୋଇଥିଲା। ଦୁଃଖୀ ରେସନ ନମ୍ବର ପାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ଓ ଡାଲି କାହିଁକି ଯେ ପାଉନଥିଲା ତାହା ବି ସନ୍ଦେହ ଘେରରେ ରହିଛି। ଏପ୍ରିଲରୁ ଜୁନ ମାସ ପାଇଁ ସେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 10 କେଜି ଚାଉଳ ପାଇଥିଲା।

ଏହି ଘଟଣାରେ ବିନା ପୋଷ୍ଟ ମର୍ଟମରେ ମହିଳାଙ୍କ ଶେଷକୃତ୍ୟ କରାଯାଇ ଓଡ଼ିଶା ରିଲିଫ କୋଡର ନିର୍ଦିଷ୍ଟ ନିୟମାବଳିର ଉଲ୍ଲଂଘନ କରାଯାଇଥିବା ତଥ୍ୟ ଅନୁସନ୍ଧାନକାରୀ ଦଳ ମଧ୍ୟ ଜାଣିବାକୁ ପାଇଛି। ସରକାର ମଧ୍ୟ ଏ ଘଟଣାକୁ ଅତି ହାଲୁକା ଭାବେ ନେବା ଏବଂ କାହିଁକି ଓ କାହାପାଇଁ ମହିଳା ଜଣଙ୍କ ହିତାଧିକାରୀ ଭାବେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଲେ ତାହାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବାକୁ ଏହି ଦଳ ସୁପାରିସ କରିଛି। ଏବେ କରୋନା ମହାମାରୀ ସଂକଟ ସମୟରେ ଦୁଃଖୀ ଭଳି ଥିବା ଅନେକ ଅସହାୟଙ୍କୁ ଚିହ୍ନଟ କରିବାକୁ ପ୍ରଶାସନ ଏକ ସ୍ବତନ୍ତ୍ର ଅଭିଯାନ କରିବା ଉଚିତ। ଫଳରେ ରାଜ୍ୟରେ ଦୁଃଖୀ ଜାନି ଘଟଣାରେ ଯେପରି ପୁନରାବୃତ୍ତି ନଘଟେ ସେ ଦିଗରେ ପ୍ରସ୍ତୁତ ରହିବାକୁ ପ୍ରତିନିଧି ଦଳ ରିପୋର୍ଟରେ ପ୍ରସ୍ତାବ ରଖିଛି।

ନୟାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.