Author: Samikhsya Bureau

କାନପୁର:  କୁଖ୍ୟାତ ଅପରାଧୀ ବିକାଶ ଦୁବେ ପ୍ରକୃତରେ ଏନକାଉଣ୍ଟରରେ ମଲା ନା ତାକୁ ମାରି ଦିଆଗଲା, ସେ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ। ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ କାଠଗଡ଼ାରେ। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି। STF କମାଣ୍ଡୋଙ୍କ କବଜାରୁ କିପରି ଖସିଗଲା ବିକାଶ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ବିକାଶ ଭଳି କୁଖ୍ୟାତ ଅପରାଧୀ ହାତରେ ହାତକଡୀ ଥିଲା କି ନାହିଁ ତାହା ବି ଏବେ ତଦନ୍ତ ସାପେକ୍ଷ। ଯଦି ହାତକଡୀ ଥିଲା ତେବେ ସେ କିପରି କମାଣ୍ଡୋଙ୍କ ବନ୍ଧୁକ ଛଡାଇ ନେଇ ପାରିଲା ? କାରଟି ଓଲଟି ଯିବା ପରେ 3 ଜଣ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ବିକାଶ ଖସିଗଲା କେମିତି? ବିକାଶକୁ ରାଜନୈତିକ ଆଶ୍ରୟ ଦିଆଯାଉଥିଲା କି? ଏଥିପାଇଁ ପ୍ରମାଣ ନଷ୍ଟ କରିବା ସକାଶେ ତାକୁ ମାରିଦେଇ ଏନକାଉଣ୍ଟରର ରୂପ ଦିଆଗଲା କି ?…

Read More

ଭୁବନେଶ୍ବର : ଆଜି ଦିନକ ପାଇଁ ବିଧାନସଭାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି  ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ପରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।ନୀଳଗିରି ବିଧାୟକ ପଜିଟିଭ୍‌ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି । ସଟ୍‌ଡାଉନ୍‌ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

Read More

କାନପୁର: ଆଠ ଦିନରେ ସଫା ହେଲା କାନପୁର ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ଠିକ 8 ଦିନ ପୂର୍ବେ ଜୁଲାଇ 2 ଏବଂ 3 ତାରିଖ ରାତିରେ କାନପୁରରେ ବିକାଶ ଦୁବେ ଓ ତା’ର ସହଯୋଗୀମାନେ 8 ଜଣ ପୋଲିସ କର୍ମଚାରୀଙ୍କୁ ଘେରି ଅତର୍କିତ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ। ସେହି ଏନକାଉଣ୍ଟରରୁ ଆରମ୍ଭ କାହାଣୀ ଏନକାଉଣ୍ଟରରେ ଶେଷ ହୋଇଛି। ନିହତ ହୋଇଛି ଦେଶରେ ଚହଳ ପକାଇଥିବା ଅପରାଧ ସମ୍ରାଟ ଉତ୍ତର ପ୍ରଦେଶ କାନପୁରର ବିକାଶ ଦୁବେ। ଗତକାଲି ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳୀ ମନ୍ଦିରରୁ ଗିରଫ ହୋଇଥିଲା most wanted ଅପରାଧୀ ବିକାଶ। ଉତ୍ତର ପ୍ରଦେଶ ଏସ ଟି ଏଫ ତାକୁ ସେଠାରୁ କାନପୁର ଆଣୁଥିବା ବେଳେ ଆଜି ସକାଳୁ ହିନ୍ଦୀ ଫିଲ୍ମର କାହାଣୀ ଭଳି ଘଟିଥିବା ଘଟଣାରେ ପୋଲିସ ଗୁଳିରେ ନିହତ ହୋଇଛି କୁଖ୍ୟାତ ଅପରାଧୀ ବିକାଶ ଦୁବେ। ପୂର୍ବରୁ କାନପୁର ଘଟଣା ପରେ ପରେ ପୋଲିସ ଏନକାଉଣ୍ଟରରେ…

Read More

ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା । ଏହି ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 34 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି ହୋଇଛି । ଚାରି ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ମୃତକଙ୍କ ବୟସ ଯଥାକ୍ରେମ 41, 58, 58 ଓ 32 ବର୍ଷ ବୋଲି ଜଣାପଡିଛି । ତେବେ ଚାରି ମୃତକଙ୍କ ମଧ୍ୟରୁ ଜଣଙ୍କୁ ଛାଡି ଅନ୍ୟ ଦୁଇଜଣଙ୍କର ଡାଇବେଟିସ୍‌ଥିବାବେଳେ ଜଣଙ୍କର ହାଇପର୍ଟେନସନ୍‌ ଥିଲା ବୋଲି ସୂଚନା ରହିଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 86, ସୁନ୍ଦରଗଡରୁ 62, ଖୋର୍ଦ୍ଧାରୁ 59, କଟକରୁ 55, କେଉଁଝରରୁ 32, ଗଜପତିରୁ 30, ମାଲ୍‌କାନଗିରିରୁ 18,  ନୟାଗଡରୁ 16, ବଲାଙ୍ଗିର ଓ ମୟୂରଭଞ୍ଜରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 11, ବାଲେଶ୍ବରରୁ 9,  କୋରାପୁଟ, କେନ୍ଦ୍ରାପଡା ଓ ଜଗତସିଂହପୁରର 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ, ଢେଙ୍କାନାଳରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ତିନି ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ, କନ୍ଧମାଳ ଓ ସମ୍ବଲପୁରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ ଜଣେ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  ରେକର୍ଡ ସଂଖ୍ୟକ  755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 508 ଜଣ ଚିହ୍ନଟ ହୋଇଥିବାବେଳେ 247ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 11ହଜାର 956ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 476ଜଣ । ସେହିପରି ସୁସ୍ଥ ହୋଇଛନ୍ତି 7ହଜାର407ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 52ଜଣ । ସେହିପରି15ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବେନଶ୍ବର : ମାଓ ପ୍ରଭାବିତ ଏସ୍‌ଆର୍‌ଇ ଜିଲ୍ଲା ତାଲିକାରୁ ବାଦ୍‌ ପଡିଛି ପାଞ୍ଚୋଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ, ନୟାଗଡ ।  ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ (ଏସ୍‌ଆର୍‌ଇ) ତାଲିକାରୁ ବାଦ୍‌ ପଡିଲା 5ଟି ଜିଲ୍ଲା। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ରହିଛି । ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ପଦକ୍ଷେପ ନିଆଯାଇଛି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

Read More

ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦିନକରେ 26 ହଜାର 500ରୁ ଅଧିକ ଆକ୍ରାନ୍ତ ସହଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 93ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 21 ହଜାର 604 ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ24 ଘଣ୍ଟାରେ 26 ହଜାର 506 ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି । ଏହା ସହ 475  ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 93 ହଜାର 802ରେ ପହଂଚିଛି ।  ଭାରତରେ 21 ହଜାର 604 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 4…

Read More

ଗଂଜାମ, କରୋନା ସଚେତନତା ପାଇଁ ଗଂଜାମ ପୋଲିସ ତରଫରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ। ଜିଲ୍ଲାର ବଡଗଡ ପୋଲିସ ଲୋକମାନେ କିପରି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବେ ସେଥିପାଇଁ କରିଛନ୍ତି ପ୍ରଚାର। ହାତରେ ପ୍ଲାକାଡ ଏବଂ ମାଇକ ଦ୍ବାରା ଦେଇଛନ୍ତି ଏହି ସଚେତନତା ବାର୍ତ୍ତା।

Read More

କେଦାର ମିଶ୍ର କରୋନା ମୁକାବିଲା ଲାଗି ବିଭିନ୍ନ ସମୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଭାରତ ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ପରି ଭାବରେ ପ୍ରତି ସପ୍ତାହ ରେ ନୂଆ ରଣନୀତି ବଦଳାଉଛନ୍ତି ଓ ନୂଆ ନୂଆ ତତ୍ତ୍ୱ ଦେଉଛନ୍ତି, ସେଥିରେ ଆମର ଏକମାତ୍ର ସିନେମା କଥା ମନେ ପଡୁଛି। ପ୍ରାୟ ବର୍ଷୈ ତଳେ ଗୋଟେ ସିନେମା ଥିଲା “ଅନ୍ଧାଧୁନ”। ଏହି ସିନେମାର ନାୟକ ଅନ୍ଧ ନୁହେଁ, ହେଲେ ସେ ବିଭିନ୍ନ ବାଧ୍ୟ ବାଧକତାରେ ଅନ୍ଧ ହେବାର ଅଭିନୟ କରୁଛି। ପୁରା ସିନେମାରେ ଆପଣ ବାରମ୍ବାର ଜାଣି ପାରୁ ନଥିବେ ଯେ କାହାଣୀ ଟି ସତରେ କେଉଁ ଆଡ଼କୁ ଯାଉଛି। ଆଜି ବାସ୍ତବରେ ଭାରତରେ କରୋନା ମୁକାବିଲା ର ସ୍ଥିତି ସେହି “ଅନ୍ଧାଧୁନ”ର କାହାଣୀ ପରି ଚାଲିଛି। ପ୍ରଥମ ରୁ କୁହାଗଲା, ଘରୁ ବାହାରିଲେ, ଆପଣଙ୍କୁ କରୋନା ଭୂତାଣୁ ମାଡି ବସିବ। ଆପଣଙ୍କୁ କରୋନା ଧରିଲାମାନେ ଆପଣ…

Read More

ରାଉରକେଲା : ରାଉରକେଲା ସହରରେ ବି ହେବ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଏହି ନିୟମ ଆସନ୍ତାକାଲିଠୁ ଜୁଲାଇ 31 ଯାଏଁ ଲାଗୁ ହେବ ବୋଲି ସୂଚନା ରହିଛି । ରାଉରେକଲା ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ସଟ୍‌ଡାଉନ୍ କଟକଣା ଲାଗୁ ହେବ । ତେବେ ଏହି ସମୟେର ସଟ୍‌ଡାଉନ୍‌ରେ ଔଷଧ ଦୋକାନ ଓ ମେଡିକାଲ ସେବା ଉପଲବ୍ଧ ରହିବ । ସେହିପରି ଗ୍ରୋସରୀ ଦୋକାନ ଓ କ୍ଷୀର କାଉଣ୍ଟର ସକାଳ 6ରୁ ଦିନ 2ଟା ଯାଏଁ ଦୋକାନ ଖୋଲିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଳାପାଳ ନିଖିଲ ପଓ୍ବନ କଲ୍ୟାଣ ।

Read More

କଟକ: କଟକରେ କମିଶନରେଟ୍ ପୁଲିସର ଜଣେ‌ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ଫାଣ୍ଡିର କାର୍ଯ୍ୟରତ ଥିବା ଜଣେ କନଷ୍ଟେବଲ ପଜିଟିଭ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି । କନଷ୍ଟେବଳ ଜଣକ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା 58 ଜଣ ପୁଲିସ୍‌ କର୍ମଚାରୀଙ୍କର ଆଜି ସ୍ୱାବ୍ ଟେଷ୍ଟ କରାଯିବ । ଏ ନେଇ ଡିସିପି ସୂଚନା ଦେଇଛନ୍ତି। ଅପରପକ୍ଷେ ଚୌଦ୍ୱାର ଜେଲ୍‌ରୁ ମଧ୍ୟ ଗତକାଲି  8 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ5 ଜଣ କଏଦୀ ଏବଂ 3 ଜଣ ବିଚାରାଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଚୌଦ୍ୱାର ଜେଲ୍ ଅଧିକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

Read More

କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍‌‌ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌‌ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ଟୋଲ୍‌ ପ୍ଲାଜାରୁ 25 କିଲୋମିଟର ଦୂରରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ପୋଲିସ୍‌ର ବନ୍ଧୁକ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି। ଏଥିରେ ବିକାଶ ନିହତ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ କାନପୁରରେ 8 ଜଣ ପୁଲିସ୍‌ କର୍ମୀଙ୍କୁ ହତ୍ୟା କରିବା ପରେ ବିକାଶ ଫେରାର ଥିଲା। ଗୁରୁବାର ସକାଳେ ପୁଲିସ୍‌ ଏନକାଉଣ୍ଟରରେ  ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଥିଲେ। ପୁଲିସ୍‌ ତାର 2…

Read More

ପିଣ୍ଟୁ ବିଶୋୟୀ କୋଦଳା: ଗଞ୍ଜାମ ଜିଲ୍ଳା ପ୍ରଶାସନ, କୋଦଳା ଏନ୍ଏସି ଏବଂ ତହସିଲର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ। ନିୟୋଜିତ ହୋଇଥିବା ପାଞ୍ଚ ଜଣିଆ ଆୟୁଷ ଡାକ୍ତର ଟିମ୍ ସହିତ ପନ୍ଦର ଜଣିଆ ଅଙ୍ଗନୱାଡି କର୍ମୀ ସେମାନଙ୍କ ସହାୟିକା ସହିତ ପ୍ରତ୍ୟେକ ସାହିରେ ଘର ଘର ବୁଲି ଲୋକଙ୍କ ସ୍କ୍ରିନିଙ୍ଗ ସହିତ ବ୍ଲଡ ପ୍ରେସର, ଡାଇବେଟିସ, ପଲସ, କରୋନା ସଂକ୍ରମିତ ପାଇଁ ଉଦ୍ଧିଷ୍ଟ ଲକ୍ଷଣ ତଦାରଖ କରିବା ସହିତ ସେମାନଙ୍କ ରେକର୍ଡ ପଞ୍ଜିକରଣ କରାଯାଉଛି। କୋଦଳା ଗୋହିରିନାଳ ସାହିଠାରେ ଆୟୁଷ ଡାକ୍ତର ସଞ୍ଜୟ କୁମାର ସାହୁ ଓ ଅଙ୍ଗନୱାଡି କର୍ମୀ ସବିତା ପାଢ଼ୀ ନିଜ ଟିମ୍ ସହିତ ସ୍କ୍ରିନିଙ୍ଗ ଟେଷ୍ଟ କରୁଥିବା ସମୟରେ ଅଚାନକ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହିତ ସେଠାରେ ପହଂଚି ସ୍କ୍ରିନିଙ୍ଗ ଟେଷ୍ଟ କାର୍ଯ୍ୟର ତଦାରଖ କରିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବିଷୟରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ସ୍ୱଳ୍ପ ବର୍ଷାରେ କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର ସହର। ବାଣପୁର ଏନ.ଏ. ସି ଗଠିତ ହେବାଠାରୁ ଆଜି ଯାଏଁ ସହରରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇପାରି ନାହିଁ। ଯାହା ଫଳରେ ଅସରାଏ ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ପାଣି ଜମିଯାଉଛି। ସହର ବାସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ଏକ ରୋଚକ ଉଦାହରଣ ଆଜି ଦେଖିବାକୁ ମିଲିଥଲା ବାଣପୁର ଏନ.ଏ.ସି ରେ। ଆଜି ପୂର୍ବାହ୍ନ ପାଖାପାଖି ଏଗାର ଘଟିକାରେ ସ୍ୱଳ୍ପ ସମୟ ପାଇଁ ବାଣପୁରରେ ବହୁ ଜୋରରେ ବର୍ଷା ହୋଇଥିଲା ଯାହାଫଳରେ ବର୍ଷା ଛାଡ଼ିବାପରେ ସହରରେ ବିଭିନ୍ନ ରାସ୍ତା ଯଥା ବାଣପୁର ଥାନାଠୁ ଗାଲୁଆ ଛକ ଏବଂ ପେଟ୍ରୋଲ ପମ୍ପ ଠାରୁ ଚିଆଙ୍କ ସାହି ଶଙ୍ଖ ଯାଏଁ ଆଣ୍ଠୁଏ ଉଚ୍ଚାରେ ଜଳ ଜମା ହୋଇଯାଇଥିଲା। ବହୁ ପଥିକ ଏବଂ ଯାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏପରିକି ଜଣେ…

Read More

କନ୍ଦର୍ପ ବେହେରା ରେଢାଖୋଲ: ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀଙ୍କୁ ରାଜ୍ୟ ସରକାର କଳା ,ସଂସ୍କୃତି ଓ ମାନବ ସଂବଳ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଂଚଳବାସୀ ଅଭିନନ୍ଦନ ଜଣାଇଛନ୍ତି।ରେଢାଖୋଲ ବିଧାୟକ ଏହି ଦାୟିତ୍ୱ ପାଇଁ ମନୋନୀତ ହୋଇଥିବାରୁ ରେଢାଖୋଲ ଅଂଚଳରେ ଖୁସିର ଲହରି ଖେଳି ଯାଇଛି। ଏହି ପଦବୀ ପାଇବା ପରେ ନାକଟିଦେଉଳ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ଓ ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ , ଜାମୁଜୋରୀ ସମିତି ସଭ୍ୟ ସାଗର ସାହୁ ଇଂ ରୋହିତ ପୂଜାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କଳା , ସଂସ୍କୃତି ଓ ମାନବ ସଂମ୍ବଳ ଭଳି ଏକ ବିଭାଗକୁ ଇଂ ରୋହିତ ପୂଜାରୀ ସୂଚାରୁ ରୂପେ ପରିଚାଳନା କରିବେ ବୋଲି ଅଂଚଳବାସୀ ଆଶା କରିଛନ୍ତି। ଜଣେ ଦକ୍ଷ ଯୁବ ନେତା ଭାବରେ ରେଢାଖୋଲ ବିଧାନସଭା ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବରେ…

Read More

ଓଡିଶାର ବିଶିଷ୍ଟ କଥାଶିଳ୍ପୀ ତଥା ଆଲୋଚକ ମନୋଜ କୁମାର ପଣ୍ଡାଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି। ବଲାଙ୍ଗୀର ସ୍ଥିତ ତାଙ୍କ ବାସଭବନରେ ଆଜି ଅକସ୍ମାତ ହୃଦଘାତରେ ତାଙ୍କର ପରଲୋକ ଘଟିବା ଖବର ଓଡିଆ ସାହିତ୍ୟ ଜଗତକୁ ସ୍ତବ୍ଧ କରି ଦେଇଛି। ଏକ ଭିନ୍ନ ଧାରାର କଥାଶିଳ୍ପୀ ଭାବରେ ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ରହିଥିଲା। ଶ୍ରୀ ପଣ୍ଡା ୪,ଅକ୍ଟୋବର,୧୯୫୪ ରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଗଳ୍ପ ସଂକଳନ “ହାଡ ବଗିଚା” ଏକ ଭିନ୍ନ ସ୍ବାଦର ଗଳ୍ପ ସଂକଳନ ଭାବରେ ବେଶ ଚର୍ଚ୍ଚିତ ହୋଇଥିଲା। ପରେ ପରେ “ବର୍ଣ୍ଣ ବଗିଚା” ଓ “ଶବ୍ଦ ବଗିଚା” ନାମରେ ତାଙ୍କର ଅନ୍ୟ ଦୁଇଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଥିଲା। ତାଙ୍କର କଥାବସ୍ତୁ ଓ ଶୈଳୀ ସ୍ଵାତନ୍ତ୍ର୍ୟ ତାଙ୍କୁ ଜଣେ ଭିନ୍ନ କଥାଶିଳ୍ପୀ ର ମର୍ୟାଦା ଦେଇଥିଲା। ଭାଷା ଓ ବୈଜ୍ଞାନିକ ଅବବୋଧ ସମ୍ପର୍କରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଲେଖିଥିଲେ।…

Read More

ଭୁବନେଶ୍ବର, କୋଭିଡ ପରେ ରାଜ୍ୟରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ମିଳିତ ଭାବେ ଏହାର ଆୟୋଜନ କରିବେ। ଗତକାଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭିଡିଓ କନଫରେନସିଂରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ ଦେବ ପ୍ରମୁଖ ଭାଗ ନେଇଥିଲେ। କୋଭିଡ ପରବର୍ତ୍ତୀ ସମୟରେ କରୋନା ଯୋଗୁଁ କ୍ଷତିଗ୍ରସ୍ତ ଚଳଚ୍ଚିତ୍ର ଶିଳ୍ପର କିପରି ପୁନରୁଦ୍ଧାର କରାଯାଇ ଏହାକୁ ସୁବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଭିଡ କଟକଣା ଯୋଗୁଁ ପ୍ରଭୂତ କ୍ଷତି ସହିଥିବା ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା…

Read More

ଭୁବନେଶ୍ବର, କାଲିଠୁ ଶସ୍ତା ହେବ ମଦ। ରାଜ୍ୟରେ କାଲିଠାରୁ ମଦ ଦର 30 ପ୍ରତିଶତ କମିବ। ସ୍ବତନ୍ତ୍ର କୋଭିଡ ଫିକୁ 50 ପ୍ରତିଶତରୁ 15 ପ୍ରତିଶତକୁ କମାଇଲା ଅବକାରୀ ବିଭାଗ। ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ସରକାର 15 ପ୍ରତିଶତ କୋଭିଡ ଫି ନେବେ। ପଡ଼ୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ସୁଦ୍ଧା ସରକାର ମଦ ବିକ୍ରି ବାବଦରୁ 200 କୋଟି ଟଙ୍କାର କୋଭିଡ ଫି ପାଇଛନ୍ତି।

Read More

ଭୁବନେଶ୍ବର, ଓଡ଼ିଆ ଝିଅ ଅଙ୍କିତା ମହାରଣା ଏବେ ଅପସରା ରାନୀ ନାଁରେ ବଲିଉଡରେ ବେଶ୍ ପରିଚିତ। ଡେରାଡୁନରେ ଜନ୍ମିତ ଅପସରା ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିବା ପରେ  ଆଗକୁ ବଲିଉଡର ବେଶ୍ ଜଣାଶୁଣା ନିର୍ଦେଶକ ରାମଗୋପାଳ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି। ହେଲେ ଏହା ପୂର୍ବରୁ ଅପସରାଙ୍କ କିଛି ନଗ୍ନ ଫଟୋ ସହିତ ଓଡ଼ିଶା ସମ୍ପର୍କରେ ନିଜର ଅଜ୍ଞତା ନେଇ ରାମଗୋପାଳ ତାଙ୍କ ଟ୍ବିଟର ପେଜରେ କରିଥିବା ପୋଷ୍ଟକୁ ନେଇ ଏବେ ଓଡ଼ିଶାରେ ସିନେ ଓ ସଂସ୍କୃତି ପ୍ରେମୀଙ୍କ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାମଗୋପାଳଙ୍କ ଟ୍ବିଟର ପେଜରେ ଥିବା ଅପସରାଙ୍କର କିଛି ହଟ୍ ଫଟୋକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବଲିଉଡରେ ଏହା କିଛି ନୂଆ କଥା ନୁହେଁ। କିନ୍ତୁ ରାମଗୋପାଳ ଅପସରାଙ୍କ ଓଡ଼ିଶା କନେକ୍ସନ ନେଇ ଯେଉଁ ଟୀକା ଟିପ୍ନଣୀ ଦେଇଛନ୍ତି ତାହାକୁ ନେଇ ସୃଷ୍ଟି ହୋଇଛି ଝଡ଼।…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସବୁ ଦିନ ପରି ଆଜି ବି ଗଂଜାମ ଜିଲ୍ଲାରୁ ସର୍ବାଧିକ 100 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତି 67, କଟକ 42, ଯାଜପୁର 32, ଦେବଗଡ଼ 19, କୋରାପୁଟ 18, ଖୋର୍ଦ୍ଧା 15, ବରଗଡ଼ ଓ ଭଦ୍ରକରୁ 14 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବାଲେଶ୍ବରରୁ 12, କେନ୍ଦୁଝର ଓ ମାଲକାନଗିରିରୁ 10 ଲେଖାଏଁ, ଜଗତସିଂହପୁର 9, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ 7 ଜଣ ଲେଖାଏଁ ସୁସ୍ଥ ହୋଇଥିବା ଜଣାଯାଇଛି। କନ୍ଧମାଳରୁ 6, ନୟାଗଡ଼ ଓ ସମ୍ବଲପୁରରୁ 5 ଲେଖାଏଁ, ନବରଙ୍ଗପୁର 4,କେନ୍ଦ୍ରାପଡ଼ା , ଢେଙ୍କାନାଳରୁ 2 ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Read More