Author: Samikhsya Bureau

କଟକ, କରୋନା ମୁକାବିଲା ପାଇଁ ମଙ୍ଗଳବାରଠାରୁ କଟକରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ। ସବୁ ରୋଗୀଙ୍କର କୋଭିଡ ଟେଷ୍ଟ ପରେ ନୂଆ ରୋଗୀ ଆଡମିଶନ କରିବାକୁ ସ୍ଥିର ହୋଇଛି। ମଙ୍ଗଳବାରଠାରୁ ଗୁରୁତର ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସସିବି ଓ କ୍ୟନସର ହସ୍ପିଟାଲରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ବସିଥିବା ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସଟଡାଉନ ବେଳେ ଜରୁରୀ ନଥିଲେ ହସ୍ପିଟାଲ ଆଉଟଡୋର ନଆସିବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ସଟଡାଉନ ସମୟରେ ଦୁଇ ହସ୍ପିଟାଲକୁ ବିଶୋଧନ କରାଯିବ। ବୈଠକ ପରେ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ କଟକ ସହରରେ 8 ତାରିଖ ଯାଏଁ ସଟ୍ ଡାଉନ୍ ଲାଗୁ କରାଯାଇଛି।

Read More

ଭୁବନେଶ୍ବର, ମିଳିତ ଜାତିସଂଘରେ ନୀତି ଅଧିକାରୀ ଭାବେ ଯୋଗଦେଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ଶ୍ରେଷ୍ଠ ଗ୍ରାଜୁଏଟ ବିବେଚିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିବା ପରେ ଏବେ ଜୁଲାଇ ୧ରୁ ଜାତିସଂଘର ନୀତି ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପଦରେ ନିଯୁକ୍ତି ପାଇବାରେ ସେ ପ୍ରଥମ ଓଡ଼ିଆ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ୨୦୧୮ରେ ୟୁଏନ୍‌ ମିସନ୍‌ରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ। ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍‌ଡ ସେ‌କ୍ରାମେଣ୍ଟ ହାଇସ୍କୁଲ୍‌ ଓ ଭୁବନେଶ୍ବରର କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ସ୍କୁଲ୍‌ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି…

Read More

ଚଣ୍ଡିଗଡ଼, ପଂଜାବର ଲୁଧିଆନା ସେଣ୍ଟ୍ରାଲ ଜେଲରେ 26 ଜଣ ଅନ୍ତେବାସୀ ରବିବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷା ପୂର୍ବରୁ ସେମାନଙ୍କ ନିକଟରେ କୋଭିଡ-19ର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ ଜେଲର ଏକ ସ୍ବତନ୍ତ୍ର ବାରାକରେ ରଖାଯାଇଛି। ଏହି ଘଟଣା ଜଣା ପଡ଼ିବା ପରେ ଅନ୍ୟ 32 ଜଣ ଅନ୍ତେବାସୀଙ୍କୁ ନିକଟରେ ଥିବା ଅନ୍ୟ ଏକ ଜେଲର ସ୍ବତନ୍ତ୍ର ସେଲକୁ ପଠାଇ ଦିଆଯାଇଛି। (ଏଜେନସୀ)

Read More

ଭୁବନେଶ୍ବର, ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରୁ ଆଉ 290 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 99 ଓ ଗଜପତିରୁ 56 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ାରୁ 33, କଟକ ଓ ନବରଙ୍ଗପୁରରୁ 16 ଲେଖାଏଁ ସୁସ୍ଥ ହୋଇଥିବାର ସୂଚନା ମିଳିଛି। ବାଲେଶ୍ବରରୁ 15,ସମ୍ବଲପୁରରୁ 11, ଖୋର୍ଦ୍ଧାରୁ 10 ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରୁ 8, କେନ୍ଦୁଝର ଓ ପୁରୀରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁରରୁ 5 ଓ ନୟାଗଡ଼ରୁ 3 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବରଗଡ଼ ଓ କୋରାପୁଚରୁ 2 ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ଆଜିଯାଏଁ ରାଜ୍ୟରେ ମୋଟ 6 ହଜାର 224 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ : 1984 ମସିହାର ଶିଖ୍‌ ଦଙ୍ଗା ମାମଲାରେ 10 ବର୍ଷର କାରଦାଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ ତିହାର ଜେଲ୍‌ରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା । ମହେନ୍ଦ୍ର ପାଲମ୍‌ ବିଧାନସଭା କ୍ଷେତ୍ରରୁ ବିଧାୟକ ହୋଇଥିଲା । ଏବଂ 84 ମସିହା ଦଙ୍ଗା ମାମଲାରେ ସିବିଆଇ ଦ୍ବାରା ତଦନ୍ତ କରାଯିବା ଯିବା ପରେ ଏକ ମାମଲାରେ ସେ ଦୋଷୀ ହୋଇଥିଲେ। କୋର୍ଟ ତାଙ୍କୁ 10 ବର୍ଷ ପାଇଁ ସଜ୍ଜା ଶୁଣାଇଥିଲେ । ତେବେ ତିହାର୍‌ ଜେଲ୍‌ରେ ଏହା ହେଉଛି କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ ମହେନ୍ଦ୍ର ଯାଦବ ତିହାଡ ଜେଲ୍‌ର ସବ୍‌ ଜେଲ୍‌ ମଣ୍ଡୋଲୀ ଜେଲ୍‌ରେ ଜେଲ ନମ୍ବର 14ରେ ବନ୍ଦୀ ରହିଥିଲେ । ପୂର୍ବରୁ ଏହି ଜେଲ୍‌ରେ କ୍ବଓ୍ବର ସିଂ ନାମକ ଜଣେ କଏଦୀର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ…

Read More

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ଅରେଞ୍ଜ ଆଉ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଦେବଗଡ଼ମୟୂରଭଞ୍ଜ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡିରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଭଦ୍ରକ ଓ ଯାଜପୁରରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Read More

ଭୁବନେଶ୍ବର : ଖଣ୍ଡଗିରି, ଉଦୟଗିରି ସମେତ 9ଟି ଐତିହ୍ୟ କୀର୍ତ୍ତିରାଜି ଏବେ ଖୋଲିବନି ବୋଲି ସୂଚନା ରହିଛି । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ଖୋଲିବନି ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ସମସ୍ତ କୀର୍ତ୍ତିରାଜିକୁ ନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଏଏସ୍‌ଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଦେଇଛନ୍ତି । ଆସନ୍ତା 6ରୁ ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ କହିଥିଲେ ଏଏସ୍‌ଆଇ ଓଡ଼ିଶା ସର୍କଲ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଅନ୍‌ଲକ୍‌ 2.0ରେ ଧାର୍ମିକ ଅନୁଷ୍ଠାନକୁ ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶ୍ରାବଣ ମାସରେ ଆୟୋଜିତ…

Read More

କଟକ : କଟକ ସହରରେ ଆଜି 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 46 ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ 28 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ତିନି କରୋନା ଯୋଦ୍ଧା ରହିଛନ୍ତି । ହୋମ୍‌  କ୍ବାରେଣ୍ଟାଇନ୍‌ରୁ ମାଳିସାହିରୁ ସର୍ବାଧିକ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଣିକ ଘୋଷ ବଜାରରୁ11 ଜଣ, ସିଡିଏରୁ 3 ଜଣ, ବମ୍ଫକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି । ନୂତନ 74ଜଣ ଚିହ୍ନଟ ପରେ କଟକ ସହରରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 190ରେ ପହଞ୍ଚିଛି । କଟକ ସହରରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧ କଟକ ସହରରେ 166ଟି ସକ୍ରିୟ ମାମଲା ରହିଛି ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 19 ପଜିଟିଭ୍‌ ମଧ୍ୟରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ 9 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 8 ଜଣ ଓ 2 ଜଣ କୋଭିଡ୍‌ ଯୋଦ୍ଧା ଅଛନ୍ତି ବୋଲି ସୂଚନା ଦେଇଛି ବିଏମ୍‌ସି । କଳ୍ପନା ଛକ ନିକଟ ଏକ ସରକାରୀ ଅଫିସ୍‌ର 2 କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ୍‌ ମଧ୍ୟରୁ ବଡଗଡ ନେତାଜୀ କ୍ଲବ ପାଖ ଜଣେ 27 ବର୍ଷୀୟ ଯୁବକ ସଂକ୍ରମିତହୋଇଥିବାର ସୂଚନା ରହିଛି । ଭରତପୁର ତେଲୁଗୁସାହିର ଜଣେ 60 ବର୍ଷୀୟା ମହିଳା ସଂକ୍ରମିତ ହୋଇଥିବାବେଳେ ଘାଟିକିଆର ଜଣେ 21ବର୍ଷୀୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ୍‌ 4 ଏସ୍‌ସିପିସିଆର୍‌ ଅଫିସ୍‌ ପାଖରେ ଜଣେ 24 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ଘାଟିକିଆ ସିଇଟି କଲେଜ ପାଖର ଜଣେ ବ୍ୟାଙ୍କ…

Read More

କେନ୍ଦୁଝର : ଆଜିଠୁ ବଡବିଲ୍‌ ସହରକୁ ସପ୍ତାହେ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସପ୍ତାହେ ପାଇଁ ବଡବିଲ୍‌କୁ ସଟ୍‌ଡାଉନ୍‌ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜି ବଡବିଲରୁ 11 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି । ଚିହ୍ନଟ ସମସ୍ତ 11 ଆକ୍ରାନ୍ତ ଲୋକାଲ୍‌ କେସ୍‌ ଥିବାର କହିଛନ୍ତି ଜିଲ୍ଲାପାଳ।  ଏହି ସଟ୍‌ଡାଉନ୍‌ ସମୟରେ ମାର୍କେଟ୍‌ କମ୍ପ୍ଲେକ୍ସ ବନ୍ଦ ରହିବ, ତେବେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Read More

ରାଉରକେଲା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କ୍ବାରେଣ୍ଟିନ୍‌ ନିୟମ କଡାକଡି ନେଇ ସ୍ପଷ୍ଟ କରିଛି ପ୍ରଶାସନ । ପୂର୍ବରୁ ଅନ୍ୟ ଜିଲ୍ଲାମାନଙ୍କୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ 14 ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଗତକାଲି 14ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲଗାଯାଇଥିଲା । ଏହି ଜିଲ୍‌ଲା ଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ଅତିରିକ୍ତ ଜିଲ୍ଲାପାଳ ଗତକାଲି ସୂଚନା ଦେଇଥିଲେ । ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି…

Read More

ଖୋର୍ଦ୍ଧା : ଖୋର୍ଦ୍ଧା ସବ୍‌ଡିଭିଜନ୍‌ ଅଧୀନ ସବୁ ଶୈବପୀଠରେ ଲାଗିଲା 144 ଧାରା । ଜୁଲାଇ 31 ଯାଏଁ 144 ଜାରି କଲେ ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର ଶୈବପୀଠରେ 144 ଧାରା ଜାରି ହୋଇଛି । ଜଳାଶୟରୁ ପାଣି ଉଠାଇ ରାସ୍ତାରେ ଯିବା, ଶିବ ମନ୍ଦିର ଯାଇ ଜଳାଭିଷେକ କରିବାକୁ ବାରଣ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ୍‌ ଯାତ୍ରାକୁ ସ୍ଥଗିତ କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନେଇ ଘୋଷଣା କରିଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ବୋଲବମ କାରଣରୁ ମନ୍ଦିରରେ ଭିଡ଼ ହୋଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ବୋଲବମ୍ ଯାତ୍ରାକୁ ବନ୍ଦ କରାଯାଇଛି।

Read More

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଆମେରିକା ଓ ବ୍ରାଜିଲ୍‌ ପରେ ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ଛଅ ଲକ୍ଷ ପାର୍‌ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 6 ଲକ୍ଷ 73 ହଜାର 165 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 19 ହଜାର 268କୁ ବୃଦ୍ଧି ହୋଇଛି । ସେହିପରି 4 ଲକ୍ଷ 90 ହଜାର ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ 24 ହଜାର 850 ନୂତନ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବାବେଳେ 613ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ଦେଶରେ ରିକଭରୀ ବା ସୁସ୍ଥ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଦେଶରେ ରିକଭରୀ ବା ସୁସ୍ଥ ରେଟ୍ ୬୦.୭୭ ପ୍ରତିଶତରେ…

Read More

ପାଟନାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ପାଣିରେ ଭାସୁଛି, କିଛି ସମୟ ପାଇଁ ଜନଜୀବନ ହେଲା ଅସ୍ତବ୍ୟସ୍ତ। ମୁଖ୍ୟତଃ ପାଟନା ସମେତ ବିଭିନ୍ନ ଜିଲ୍ଲାରେ ଏହି ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି।

Read More

ଭୁବନେଶ୍ବର : ଆଜି ରାଜ୍ୟର 469 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 4 ଜଣ ଏନ୍‌ଡିଆରଏଫ୍‌ ଯବାନ ରହିଛନ୍ତି । ସେହିପରି ଆଜି 20ଟି ଜିଲ୍ଲାରୁ 469ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ116 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 94, ସୁନ୍ଦରଗଡରୁ 66, ଖୋର୍ଦ୍ଧାରୁ 27, କେଉଁଝରଓ ଯାଜପୁରରୁ 25, ନୟାଗଡରୁ 24, ଭଦ୍ରକରୁ 16, ସମ୍ବଲପୁରୁର 13, ଗଜପତିରୁ 12, ଅନୁଗୁଳୁ 11, ବାଲେଶ୍ବର ଓ ପୁରୀରୁ 8, ମୟୂରଭଞ୍ଜରୁ 6, କେନ୍ଦ୍ରାପଡାରୁ 5 , ବଲାଙ୍ଗିରରୁ 3ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁର ଓ କଳାହାଣ୍ଡିରୁ 2 ଜଣ ଲେଖାଏଁ ରହିଥିବାବେଳେ ମାଲ୍‌କାନଗିରି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଜପତିର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ରହିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି। ସେହିପରି ବାଲେଶ୍ବରର ଜଣେ 40 ବର୍ଷୀୟା ପଜିଟିଭ୍‌ ମହିଳା ଅସହ୍ୟ ଛାତି ଯନ୍ତ୍ରଣା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଜପତି ଜିଲ୍ଲାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ମୃତକଙ୍କ ବୟସ 64 ବର୍ଷ ବୋଲି ସୂଚନା ରହିଛି। ମୃତକ ଜଣକ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଗତକାଲି ସର୍ବାଧିକ 5 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଦୁଇଜଣଙ୍କର…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 469 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 317ଜଣ ଚିହ୍ନଟ ହୋଇଥିବାବେଳେ 150ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 9ହଜାର 70କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 90ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 934ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 34ଜଣ । ସେହିପରି 9 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମର କର୍ମଚାରୀ କରୋନାରେ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଇଞ୍ଜିନିୟର ରହିଥିବାବେଳେ ଜଣେ ଡ୍ରାଇଭର ରହିଥିବାର ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତିନି ଆକ୍ରାନ୍ତଙ୍କ ବାହାର ଜିଲ୍ଲାର ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ସୂଚନା ରହିଛି । ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଇଞ୍ଜିନିୟରିଂ ବିଭାଗ ସିଲ୍‌ ହୋଇଛି । ଇଞ୍ଜିନିୟରିଂ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି । ଦିନକୁ ଦିନ ଜଟିଳ ହେଉଛି କରୋନା କଟକଣା। ସରକାରୀ କର୍ମଚାରୀ ଯେମିତି ସଂକ୍ରମିତ ନହୁଅନ୍ତି ସେଥିପାଇଁ ସାଧାରଣ ଲୋକଙ୍କୁ ଅଫିସ୍‌ ଆସିବାକୁ ବାରଣ କରାଯାଇଛି। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ଓ ସରକାରୀ କର୍ମଚାରୀମାନେ ଆକ୍ରାନ୍ତ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଏମ୍‌ସି ଅଫିସକୁ ଲୋକଙ୍କ ପ୍ରବେଶକୁ ମନା କରାଯାଇଥିବା ବେଳେ ଲୋକସେବା…

Read More

ଗାଜିଆବାଦ : ପ୍ରେମ ବିବାହ କରି ସାରା ଜୀବନ ସହ ସାଥ୍‌ ଦେବା ପାଇଁ କଥା ଦେଇଥିବା ପ୍ରେମୀ ଯୁଗଳ ବିବାହର ମାତ୍ର ଚାରି ଦିନ ପରେ ଆତ୍ମହତ୍ୟା କରିଛନ୍ତି । ଉତ୍ତରପ୍ରେଦଶ ଗାଜିଆବାଦଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ଉତ୍ତରପ୍ରଦେଶର ଗାଜିଆବାଦ ଥାନା ଅନ୍ତର୍ଗତ କବୀନଗରରେ ନବବିବାହିତ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଚାରି ବର୍ଷର ପ୍ରେମ ସମ୍ପର୍କରେ ଥିବା ଏହି ଦମ୍ପତି ବିବାହର ମାତ୍ର ଚାରି ଦିନ ପରେ ଏପରି ଚରମ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ପଙ୍ଖାରେ ଝୁଲି  ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଗାଜିଆବାଦରେ ଏକ ଘରୋଇ ଟ୍ୟୁସନ ସଂସ୍ଥାରେ ଶିକ୍ଷକ ବିଶାଳ ଓ ନୋଏଡାର ଏକ ଆଇଟି କଂପାନୀରେ ଏଚଆର ଟିମରେ କାର୍ଯ୍ୟରତ ନିଶାଙ୍କ ମଧ୍ୟରେ ୪ ବର୍ଷ ତଳେ ପ୍ରେମ ସଂପର୍କ…

Read More

କେଦାର ମିଶ୍ର ଏବେ କୁହା ଯାଉଛି, ଦେଶରେ ଜାତୀୟ  ବିପର୍ଯ୍ୟୟ  ପରିଚାଳନା ଆଇନ ଲାଗୁ ହୋଇଛି, ତେଣୁ ଯେ କୌଣସି ପ୍ରକାର ରାଜନୈତିକ ପ୍ରତିବାଦ, ରାଲି ଓ  ସମାବେଶ ଆୟୋଜନ କରିବା ବେଆଇନ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ଯେ କୌଣସି ପ୍ରକାର ଜଣ ସମାବେଶ ଆତ୍ମଘାତି, ଏ କଥା ସ୍ଵୀକାର କରିବାରେ ଅସୁବିଧା ନାହିଁ। ଦେଶରେ ଗତ କିଛି ମାସ ହେଲାଣି ଏକ ପ୍ରକାର ରାଜନୈତିକ ସ୍ଥାଣୁତା ଆସିବା ସେହି ଦୃଷ୍ଟିରୁ ସ୍ଵାଭାବିକ। ତେବେ ଏକ ଗଣତାନ୍ତ୍ରିକ ଦେଶରେ ପ୍ରତିବାଦ କରିବାର ଅଧିକାରକୁ ବେଆଇନ ବୋଲି କେତେଦିନ ଘୋଷଣା କରା ଯାଇପାରିବ? ଜନ ସ୍ଵାର୍ଥ ଓ ଲୋକଙ୍କ ଜୀବନ ରକ୍ଷା ପାଇଁ ଜନ ସମାବେଶକୁ ଅନୁମତି ନଦେବା ଯେମିତି ଜରୁରୀ, ଏମିତି ଏକ ବିପଜ୍ଜନକ ସମୟରେ ସରକାରଙ୍କର ଲୋକଙ୍କ ସ୍ଵାର୍ଥ ବିରୋଧୀ କୌଣସି ନିଷ୍ପତ୍ତି ନନେବା ମଧ୍ୟ ସେତିକି ଜରୁରୀ। ସରକାର ଗତ ତିନିମାସ ଭିତରେ ଅନେକ ନୀତିଗତ ନିଷ୍ପତ୍ତି…

Read More

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଓ ବିହାରରେ ଶନିବାର ବଜ୍ରପାତରେ 43 ଜଣଙ୍କର ମୃତ୍ୟୁ ହୋଇଛି । ବିହାରରେ 23 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଜଣ ଗୁରୁତର ଆହତ ଅଛନ୍ତି ।  ସୂଚନା ଅନୁସାରେ, ଆହ୍ଲାବାଦରେ 8ଜଣ, ମୀର୍‌ଜାପୁର୍‌ରେ 6ଜଣ, କୁଶାମ୍ବିରେ2ଜଣ, ଭଦୋହିରେ 6ଜଣ ଓ ଜୌନପୁରରେ ବଜ୍ରପାତ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  କ୍ଷତିପୂରଣ ରାଶିର ଘୋଷଣା କରିଛନ୍ତି। ସେହିପରି ବିହାରର ଭୋଜପୁର ଜିଲ୍ଲାରୁ 9, ସାରନ ଜିଲ୍ଲାରୁ 5, କଇମୁର ଜିଲ୍‌ଲାରୁ 3, ପାଟନାରୁ 2 ଓ ଜାହାନବାଦରୁ 2ଜଣ, ଗୟା ଓ  ବକ୍ସାର ଜିଲ୍ଲାରୁ ଜଣେ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ଭିତରେ ବିହାରରେ ବଜ୍ରପାତ ଯୋଗୁଁ 130 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି…

Read More