Author: Samikhsya Bureau

ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ନୂଆ 24 ଜଣ ଓ କଟକ ସହରରୁ 59 ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ କ୍ବାରାଣ୍ଚାଇନରେ ଥିବା 20 ଜଣ ଏବଂ ଲୋକାଲ କେସ୍ ଭାବେ 4 ଜଣ ଚିହ୍ନଚ ହୋଇଛନ୍ତି। ମଞ୍ଚେଶ୍ବରରେ ଥିବା ଏକ ସମ୍ବାଦପତ୍ର କାର୍ଯ୍ୟାଳୟ ନିକଟରୁ ସର୍ବାଧିକ 9 ଜଣ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ, ଏୟାରପୋର୍ଟ, ଶୈଳଶ୍ରୀ ବିହାର, ବରମୁଣ୍ଡା, ନୟାପଲ୍ଲି, ଖଣ୍ଡଗିରି ଅଞ୍ଚଳରୁ ଏସବୁ ପଜିିଟିଭ ଚିହ୍ନଟ ହୋଇଛନ୍ତି । ଲୋକାଲ କେସ୍ ଭାବେ ଏକ ଘରୋଇ ହସପିଚାଲରୁ ତିନି ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରର 15 ଜଣ ସୁସ୍ଥ ହୋଇଛନ୍ତି ।

Read More

ଭୁବନେଶ୍ୱର: ଜିଓ ପ୍ଲାଟ୍‌ଫର୍ମସ୍‌ରେ ପୁଣି ୧୮୯୪.୫୦ କୋଟି ଟଙ୍କାର ପୁଞ୍ଜିନିବେଶ । ଇଣ୍ଟେଲ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ କରିବ ପୁଞ୍ଜି ବିନିଯୋଗ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଗୁରୁବାର ଏହା ଘୋଷଣା କରାଯାଇଛି । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି । ଇଣ୍ଟେଲ୍ କ୍ୟାପିଟାଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଜିଓ ପ୍ଲାଟଫର୍ମସ୍‌ରେ ନିକଟରେ ପୁଞ୍ଜିନିବେଶ କରିଥିବା ବିଶ୍ୱର ବିଶିଷ୍ଟ ନିବେଶକମାନଙ୍କ ତାଲିକାରେ ଏବେ ଇଣ୍ଟେଲ୍ ସାମିଲ୍ ହୋଇଛି । ଏହି ନିବେଶକମାନେ ଜିଓ ପ୍ଲାଟଫର୍ମସରେ ମୋଟ ୧,୧୭,୫୮୮.୪୫ କୋଟି…

Read More

ଲେହ, ଅଚାନକ ଲଦାଖ ଗସ୍ତ କରି ସୀମା ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଆଉ ବିସ୍ତାରବାଦୀ ଚଳିବନି ବୋଲି କହି ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଇତିହାସ ବିସ୍ତାରବାଦୀଙ୍କ ପରାଜୟ ଦେଖିଛି ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ବ ଯୁଦ୍ଧ ହେଉ କି ଶାନ୍ତି ବିଶ୍ବ ଆମ ଯବାନଙ୍କ ଧୈର୍ଯ୍ୟ ଓ ବୀରତ୍ବ ବହୁବାର ଦେଖିଛି। ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମାଟିର ସାହସୀ ବୀର ଭାବେ ବର୍ଣ୍ଣନା କରିବା ସହ କହିଛନ୍ତି ଯେ, ଶତ୍ରୁ ଭାରତୀୟ ଯବାନଙ୍କ ପରାକ୍ରମ ଦେଖି ଆସିଛି। ନିମୁ କ୍ୟାମ୍ପସରେ ଯବାନମାନଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, ଲଦାଖ ଆମର ମସ୍ତକ। ଏହା ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ। ଏଠାରେ ଅବସ୍ଥାପିତ ଆପଣମାନେ ଯେଉଁ ତ୍ୟାଗ ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଯେଉଁମାନେ ଦେଶମାତୃକାର ସେବାରେ ଆତ୍ମବଳି ଦେଇଛନ୍ତି, ସେମାନେ ଆମର ନମସ୍ୟ…

Read More

ଭୁବନେଶ୍ବର, ଆଜି ଭୁବନେଶ୍ବର ମହାନଗର ତରଫରୁ ରାଜଧାନୀର ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନ ଉପରେ ଚଢାଉ କରାଯାଇଛି। ଅଭିଯୋଗ ଥିଲା ଯେ ଏହି ଦୋକାନୀ ଗ୍ରାହକଙ୍କୁ ଖାଦ୍ୟ ପ୍ୟାକେଟ ନ ଦେଇ ସେହିଠାରେ ଖାଇବାକୁ ଦେଉଛନ୍ତି। ଅଭିଯୋଗ ପରେ ବିଏମସିର ଚଢାଉ

Read More

ନୂଆଦିଲ୍ଲୀ, ଭାରତକୁ ଜାପାନର ଦୃଢ ସମର୍ଥନ ଘୋଷଣା । ଲଦାଖ ସୀମାରେ ଚୀନ୍ ସହିତ ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ଜାପାନଠାରୁ ସମର୍ଥନ ପାଇଛି ଭାରତ । ପ୍ରକୃତ ନିୟନ୍ତ୍ରଣ ରେଖା ବା (ଏଲଏସି)ରେ ସ୍ଥିତାବସ୍ଥା ବଦଳାଇବା ପାଇଁ ଚୀନ କରୁଥିବା ଏକପାଖିଆ ଉଦ୍ୟମକୁ ଜାପାନ ଦୃଢ ବିରୋଧ କରିଛି । ଏଥିପାଇଁ ଚୀନକୁ ଜାପାନ କଡ଼ା ଭାଷାରେ ନିନ୍ଦା କରିଛି । ଗତ ମାସରେ ଚୀନ ସେନାର ଆକ୍ରମଣରେ 20 ଜଣ ଭାରତୀୟ ଯବାନ ସହିଦ ହେବା ପରଠାରୁ ଦୁଇ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିିଛି  । ନୂଆଦିଲ୍ଲୀରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସନ୍ତୋଷୀ ସୁଜୁକି ଶୁକ୍ରବାର ଦିନ କହିଛନ୍ତି ଯେ, ଲଦାଖରେ ଭାରତ-ଚୀନ ବିବାଦର ଶାନ୍ତିପୂର୍ଣ୍ଣ ସମଧାନ ପାଇଁ ଭାରତ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଭାରତୀୟ ବୈଦେଶିକ ସଚିବଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି । ଏହି ଆଲୋଚନା ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ସୁଜୁକି…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତରେ ଜଣେ ମହିଳା କରୋନା ରୋଗୀ ଚିହ୍ନଟ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ନାକଟିଦେଉଳ ବ୍ଲକର ଡଇଁଚା ପଂଚାୟତ ଅନ୍ତର୍ଗତ ତେରବେଡା ଗ୍ରାମର ନୂଆଁସାହିରେ ଦିଲ୍ଲୀ ଫେରନ୍ତା ଜନୈକା ଜଣେ ମହିଳା ଠାରେ କରୋନା ପଜିଟିଭ୍ ରହିଥିବା ଗତକାଲି ଚିହ୍ନଟ ହୋଇଥିବା ଜଣାପଡିଛି ଯା ଫଳରେ ଏ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ତେରବେଡା ନୂଆଁସାହିର ମହିଳା ଜଣଙ୍କ ଦିଲ୍ଲୀରେ ଶ୍ରମିକ ଭାବରେ କାମ କରୁଥିଲେ। କିଛି ଦିନ ତଳେ ଦିଲ୍ଲୀରୁ ଟ୍ରେନରେ ଭୂବନେଶ୍ୱର ଦେଇ ନିଜ ଘରକୁ ଫେରିଥିଲେ। କିନ୍ତୁ ମହିଳା ଜଣଙ୍କ ପଂଚାୟତ କତୃପକ୍ଷଙ୍କୁ କିଛି ବି ନ ଜଣାଇ ଘରକୁ ରେଢାଖୋଲରୁ ଏକ ଟେମ୍ପୁ ସାହାଯ୍ୟରେ ଫେରିଥିଲେ। ସେ ସିଧାସଳଖ କ୍ଵାରେଣ୍ଟିନ ସେଣ୍ଟରକୁ ନ ଯାଇ ନିଜ ଘରେ ଦିନ ୧୨ ଟାରୁ ତା ପରଦିନ ୧୨…

Read More

ଟୋକିଓ, ଜାପାନ ଜଳରାଶିରେ ଚୀନ ଯୁଦ୍ଧ ଜାହାଜ। ଏହାକୁ ନେଇ ଚୀନ ନିକଟରେ ଜାପାନ ଦୃଢ ପ୍ରତିବାଦ ଜଣାଇଛି । ପୂର୍ବ ଚାଇନା ସମୁଦ୍ର ନିକଟ ବିବାଦୀୟ ଦ୍ବୀପ ନିକଟ ଜାପାନ ଜଳରାଶିକୁ ଚୀନ ତଟ୍ଟରକ୍ଷୀ ବାହିନୀର ଦୁଇଟି ଜାହାଜ ପ୍ରବେଶ କରିବା ନେଇ ଆପତ୍ତି ଉଠାଇଛି ଜାପାନ । ଗୁରୁବାର ଦିନ ସେନକାକୁ ଦ୍ବୀପ ପାଖାପାଖି ଅଞ୍ଚଳରେ ଚୀନର ଦୁଇଟି ଯୁଦ୍ଧ ଜାହାଜ ଦେଖିବାକୁ ମିଳିଥିଲା । ଏକ ଜାପାନୀ ମାଛଧରା ବୋଟ ଆଡକୁ ସେମାନେ ଆସୁଥିବା ଖବର ମିଳିବା ପରେ ଜାପାନ ତୁରନ୍ତ ଚୀନ ତାର ଯୁଦ୍ଧ ଜାହାଜ ଫେରାଇ ନେବାକୁ ଦାବି କରିଛି । ଜାପାନ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଚୀନ ଜାହାଜ ଉପରେ କଡ଼ା ନଜର ରଖାଯାଇଛି । ଜୁନ 22 ପରେ ପ୍ରଥମ ଥର ପାଇଁ ଚୀନ ଜାହାଜ ଜାପାନ ଜଳରାଶି ଭିତରକୁ ପ୍ରବେଶ କରିଥିବା ଖବର ମିଳିଛି  । (ଏଜେନସୀ)

Read More

ଭୁବନେଶ୍ବର: ରାଜ୍ୟରେ ଏଣିକି ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ବଳରାମ ଯୋଜନାରେ ଚାଷୀଙ୍କୁ ମିଳିବ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ଏଥିପାଇଁ ପ୍ରତି ପଞ୍ଚାୟତରେ ଋଣ ପାଇନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟ କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ପୂର୍ବରୁ କୃଷି ସମବାୟ ବ୍ୟାଙ୍କରୁ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଥିଲା। ଏଥିସହିତ ଏବେ ଭାଗ ଚାଷୀ ଏବଂ ଭୂମିହୀନଙ୍କୁ ମଧ୍ୟ ଋଣ ମିଳିବ ବୋଲି ସୂଚନା ରହିଛି। ଏହା ଫଳରେ ରାଜ୍ୟର ୧୪ ହଜାର ଚାଷୀ ଏହି ଯୋଜନାରୁ ଉପକୃତ ହୋଇପାରିବେ।

Read More

ଭୁବନେଶ୍ବର, ରାଜ୍ୟରେ ଆଉ ଦୁଇ ଜଣଙ୍କ ଜୀବନ ନେଲା ମହାମାରୀ କରୋନା। ଫଳରେ ମୋଟ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଗଂଜାମ ଜିଲ୍ଲାରେ ଆଉ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଲେ ୬୬ ବର୍ଷ ବୟସ୍କ ବୃଦ୍ଧ। ସେ ହାଇପର ଟେନସନରେ ମଧ୍ୟ ପୀଡିତ ଥିଲେ। ଅନ୍ୟ ଜଣଙ୍କର ବୟସ ହେଲା ୪୦ ବର୍ଷ। ସେ ମଧୁମେହ ରୋଗରେ ପୀଡିତ ଥିଲେ। ଏହି ଦୁଇ ଜଣଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି।

Read More

ନୂଆଦିଲ୍ଲୀ: ଏବର୍ଷ ଶେଷ ବେଳକୁ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି ଭାରତର ବାମହାତୀ ସ୍ପିନ ବୋଲର କୁଲଦୀପ ଯାଦବ। ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତିନିଟି ଟି-ଟ୍ବେଣ୍ଚି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଉଭୟ ଦଳ ମଧ୍ୟରେ ଚାରି ଟିକିଆ ଟେଷ୍ଟ ସିରିଜ ଖେଳାଯିବ। ଏହାପରେ ଦୁଇ ଦଳ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଅନ୍ତର୍ଜାତୀୟ ସିରିଜ ଖେଳିବେ। କରୋନା ଯୋଗୁଁ ସିରିଜ ହେବା ନେଇ ଅନିଶ୍ଚିତତା ଥିଲେ ସୁଦ୍ଧା ଅଷ୍ଚ୍ରେଲିଆ ସିରିଜ ପାଇଁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତି ଆବଶ୍ୟକ ବୋଲି ଏକ ସାକ୍ଷାତକାରରେ କୁଲଦୀପ କହିଛନ୍ତି। ୨୦୧୯ରେ ଭଲ ପ୍ରଦର୍ଶନ କରି ପାରିନଥିବା କୁଲଦୀପ ଏବେ ନିଜ ଫର୍ମକୁ ନେଇ ବେଶ ଚିନ୍ତିତ।

Read More

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ତୃତୀୟ ଲିଙ୍ଗୀ। ଏଣିକି କିନ୍ନରମାନଙ୍କୁ ମଧ୍ୟ ଏହି ଯୋଜନାରେ ପେନସନ ମିଳିବ । ଏହି  ଯୋଜନାରେ 6 ହଜାର କିନ୍ନର ଉପକୃତ ହେବେ । ବୟସାନୁସାରେ କିନ୍ନରମାନେ 5 ଶହରୁ 9 ଶହ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇବେ  । ଏହି ଯୋଜନାରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଥିବା ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା। ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରାଯାଇ ପାରିବ। ମଧୁବାବୁ ପେନସନ ଯୋଜାନାରେ ହିତାଧିକାରୀଙ୍କୁ ମିଳିବ ଆଗୁଆ ଚାରି ମାସର ଟଙ୍କା। ଏହି ଯୋଜନାରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ଏହାସହିତ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ଏକ ହଜାର ଟଙ୍କାର ସହାୟତା।

Read More

କୋଚି: ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହା ପ୍ରମାଣିତ ହୋଇ ଯାଇଛି କେରଳ ରାଜଧାନୀ କୋଚିରେ। ଜନ୍ମ କଲା ପିତା ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏହି ଖବର ପଢିଲେ ଆପଣ ଜାଣିପାରିବେ। ଗତ ମାସରେ ବାପା ସାଇଜୁ ଥୋମାସ ତାର ୫୪ ଦିନର ଝିଅକୁ ତା ମୁଣ୍ଡରେ ଆଘାତ ଦେଇ ତାକୁ ଖଟ ଉପରୁ ତଳକୁ ଫୋପାଡି ଦେଇଥିଲା। ଫଳରେ କୁନି ଝିଅଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୧୭ ତାରିଖରେ ଘଟିଥିଲା ଏହି ଘଟଣା। ଚିକିତ୍ସା ପରେ ଜୀବନ ଫେରି ପାଇଥିବା ଶିଶୁଟିକୁ ପୋଲିସ ଏବେ ଚାଇଲଡ କେୟାର ହୋମକୁ ପଠାଇଦେଇଛି। ଶିଶୁଟି ଏବେ ତା ମାଆ ଠାରୁ ଖିର ଖାଇବା ବି ଆରମ୍ଭ କରିଛି। ଅଭିଯୁକ୍ତ ପିତା ଥୋମାସକୁ ପୋଲିସ ଗିରଫ କରି ନେଇଛି। କାନୁର ବାସିନ୍ଦା ଥୋମାସ ତାଙ୍କର ନେପାଳୀ ପତ୍ନୀଙ୍କ ସହ…

Read More

ଲେହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଲେହ ଗସ୍ତ। ଲାଇନ ଅଫ ଆକଚୁଆଲ କଣ୍ଚ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ହଠାତ୍ ଲେହରେ ପହଞ୍ଚି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଗୋଟିଏ ପଟେ ଏହା ସୀମାନ୍ତରେ ଦିନ ରାତି ଏକ କରି ଦେଇଥିବା ଭାରତୀୟ ଯବାନଙ୍କ ମନୋବଳ ବଢାଇବା ସହିତ ଶତ୍ରୁ ରାଷ୍ଟ୍ର ଚୀନ୍ ସହିତ ପୂରା ବିଶ୍ବକୁ ଏକ ବଡ଼ ବାର୍ତ୍ତା ଦେଇଛି। ମୋଦି ଶୁକ୍ରବାର ସକାଳେ ଲେହରେ ପହଞ୍ଚି ଆଗୁଆ ଘାଟୀରେ ମୁତୟନ ସେନା ବାହିନୀର ଯବାନ ଓ କମାଣ୍ଡରମାନଙ୍କ ସହ ସୀମାରେ ଥିବା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଲେହ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପରୋକ୍ଷରେ ଚୀନକୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ଭାରତ କୌଣସି ବି ପରିସ୍ଥିତିରେ ପଛକୁ ହଟିବାର ପ୍ରଶ୍ନ ହିଁ ଉଠୁନାହିଁ। ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ଭାରତୀୟ ମିଳିତ ସେନା ବାହିନୀର ମୁଖ୍ୟ ବିପିନ ରାଓତ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ବାଣପୁର-ବାଲୁଗାଁ ଅଞ୍ଚଳରେ ଅନଲକର ସୁଯୋଗ ନେଇ ଚୋରା ଦେଶୀ ମଦବେପାରୀ ସେମାନଙ୍କ ଚୋରା ପସରା ଖୋଲିଥିବାବେଳେ ଗତ କିଛିଦିନ ହେବ ଅବକାରୀ ବିଭାଗ ଲାଗି ସେମାନଙ୍କ ପସରାର ଫସର ଫାଟିଯାଉଛି। ଗତକାଲି ଅବକାରୀ ବିଭାଗ ବାଲୁଗାଁରୁ ୫୧ ଲିଟର ଦେଶୀ ମଦ ସହ ଦୁଇ ମଦ ବେପାରୀଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ପାଖରୁ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୨ ଲିଟର ଦେଶୀ ମଦ ସହ ଗୋଟେ ମଟରସାଇକେଲ ଜବତ ହୋଇଥିବାର ସୂଚନା ଦେଇଛନ୍ତି ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ। ଗିରଫ ଦୁଇଜଣ ହେଲେ ରମେଶ ଚନ୍ଦ୍ର ଶବର ଓ ଶ୍ରୀଧର ଶବର। ଉଭୟଙ୍କ ଘର ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଡ଼ିହ ଗ୍ରାମର। ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଅବକାରୀ…

Read More

ଭୁବନେଶ୍ବର:  ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।ମୋଟ ୧୯ଟି ରାଜ୍ୟରୁ ୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଜଣେ ଏନଡ଼ିଆରଏଫ ଯବାନ ରହିଛନ୍ତି। ସେହିପରି ଆଜି ଆକ୍ରାନ୍ତ ଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୮୩ ଜଣ ରହିଥିବା ବେଳେ କଟକରୁ ୮୧, ରାୟଗଡ଼ରୁ ୭୬, ଖୋରଧାରୁ ୨୬, ବରଗଡରୁ ୨୧, ବଲାଙ୍ଗୀରରୁ ୧୯, ମୟୂରଭଞ୍ଜରୁ ୧୦, ସମ୍ବଲପୁର ରୁ ୮, ଜଗତସିଂପୁର ଓ କେଉଁଝରରୁ  ୬ ଜଣ ଲେଖାଏଁ ରହିଥିବାବେଳେ  କଳାହାଣ୍ଡିରୁ ୫, କୋରାପୁଟ ରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର, ସୁନ୍ଦରଗଡ, ଢେଙ୍କାନାଳ ରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରପଡା ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ ସେହିପରି ଭଦ୍ରକ, ପୁରୀ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। 

Read More

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କେବଳ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୨୫ ଜଣ ଚିହ୍ନଟ ହୋଇଥିବାବେଳେ ୧୩୬ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର  ୫୬୭ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୫ ହଜାର ୫୦୨। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୭ଜଣ। ସେହିପରି ୯ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

କାନପୁର: ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟରେ ଆଠ ଜଣ ପୋଲିସ କର୍ମୀ ଶହୀଦ ଏବଂ ୬ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଜଣେ ସ୍ଥାନୀୟ ଅପରାଧୀ ବିକାଶ ଦୁବେ ଏବଂ ତାଙ୍କ ଗ୍ୟାଙ୍ଗ କାନପୁରର ଚୌବେପୁର ପୋଲିସ ସର୍କଲ ଅନ୍ତର୍ଗତ ବିକ୍ରୁ ଗ୍ରାମରେ ଗୁଳି ଚଳାଇବାରୁ ଜଣେ ସର୍କଲ ଅଧିକାରୀଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶୁକ୍ରବାର ଦିନ ମୃତକଙ୍କ ମଧ୍ୟରେ ସର୍କଲ ଅଫିସର ବିଲ୍ହାଉର ଏବଂ ବିଥୋରର ଷ୍ଟେସନ ଅଧିକାରୀ ଅଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ପ୍ରାୟ ୫୦ ଜଣ ପୋଲିସ କର୍ମୀଙ୍କୁ ନେଇ ବିକାଶ ଦୁବେଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ରାତି ପ୍ରାୟ ୩:୩୦ ସମୟରେ ଗାଁକୁ ଯାଇଥିଲେ। ଦୁବାଇ ଏବଂ ତାଙ୍କ ଲୋକମାନେ ସେମାନଙ୍କ ରାସ୍ତା ଅବରୋଧ କରିବା ପାଇଁ ଏକ ଜେସିବି ଠିଆ କରିଥିଲେ ଏବଂ…

Read More

ମୁମ୍ବାଇ, ବଲିଉଡର ପ୍ରଖ୍ୟାତ ତଥା ଲୋକପ୍ରିୟ କୋରିୟଗ୍ରାଫର ସରୋଜ ଖାନଙ୍କ ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସେ ଗତ ମାସରେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ତାଙ୍କୁ ମୁମ୍ବାଇସ୍ଥିତ ଗୁରୁ ନାନକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ କୋଭିଡ19 ପରୀକ୍ଷା ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲା। ସରୋଜ ବଲିଉଡ ଏବଂ କେତେକ ଆଞ୍ଚଳିକ ଭାଷାର ଚଳଚିତ୍ରରେ କୋରିୟଗ୍ରାଫର ଭାବେ କାମ କରିଛନ୍ତି। ସେ ପ୍ରାୟ ଦୁଇ ହଜାରରୁ ଅଧିକ ଗୀତରେ ନୃତ୍ୟ ସଂଯୋଜନା କରିଛନ୍ତି। ମୁଖ୍ୟତଃ ଶ୍ରୀଦେବୀ ଅଭିନିତ ନାଗୀନା, ମିଃ ଇଣ୍ଡିଆ, ମାଧୁରୀଙ୍କ ଅଭିନିତ ତେଜାବ ପ୍ରଭୃତି ଚଳଚିତ୍ର ପାଇଁ ସେ ବେଶ ଲୋକପ୍ରିୟ। ସରୋଜ ଖାନ 1974 ମସିହାରେ ଗୀତା ମେରା ନାମ ଚଳଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ବିୟୋଗରେ ପୁରା ଚଳଚିତ୍ର ଜଗତରେ ଶୋକର…

Read More

କେଦାର ମିଶ୍ର ମାର୍ଚ୍ଚ ୧୫ ତାରିଖରୁ ଓଡିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭୂତାଣୁର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ଦେଶର ଅନ୍ୟାନ୍ୟ  ରାଜ୍ୟ ତୁଳନାରେ ଓଡିଶାର ସଂକ୍ରମଣ ହାର ଅତ୍ୟନ୍ତ ନଗଣ୍ୟ ରହିଥିଲା। ଲକ ଡାଉନର ସଠିକ ଏବଂ ସକାରାତ୍ମକ ପ୍ରଭାବ ଯଦି କେଉଁ ରାଜ୍ୟରେ ସର୍ବାଧିକ ପଡିଥିଲା, ତାହା ଥିଲା ଓଡିଶା। ତେବେ ଲକ ଡାଉନ ସମୟରେ ଯାଜପୁର, ବାଲେଶ୍ଵର ଓ ଭଦ୍ରଖ ଜିଲ୍ଲାକୁ ପଶ୍ଚିମବଙ୍ଗରୁ କିଛି ଲୋକ ଫେରିଥିଲେ ଓ ସେମାନଙ୍କ ଭିତରୁ ଅନେକ କରୋନା ଆକ୍ରାନ୍ତ ବୋଲି ଜଣା ପଡିଥିଲା। ତେବେ ଲକ ଡାଉନ ନିୟମ ସାମାନ୍ୟ କୋହଳ ହେବାପରେ ଯେତେବେଳେ ଆମର ପ୍ରବାସୀ ଶ୍ରମିକମାନେ ଓଡିଶା ଫେରିବା ଆରମ୍ଭ କଲେ, ତା ପରଠୁ ହଠାତ ଓଡିଶାର ଚିତ୍ର ବଦଳିବା ଆରମ୍ଭ ହେଲା। ଆମର ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ସ୍ଵାଭାବିକ। ହେଲେ ଏହି ଶ୍ରମିକମାନେ ଯେଉଁ ରାଜ୍ୟରେ…

Read More

ନୂଆଦିଲ୍ଲୀ, 2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ । ପଦ୍ମ ପୁରସ୍କାର ପୋର୍ଟାଲ  https://padmaawards.gov.in ରେ ଏହି ସୁପାରିସ ଓ ନାମ ମନୋନୟନ କରାଯାଇପାରିବ । ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଆଦି ଦେଶର ଏହି ବେସାମରିକ ସର୍ବୋଚ୍ଚ ସମ୍ମାନ ପ୍ରଦାନ ବ୍ୟବସ୍ଥା 1954ରେ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଭେଷଜ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଂଜିନିୟରିଂ,  ଲୋକସେବା ବ୍ୟାପାର, ସିଭିଲ ସେବା, ବାଣିଜ୍ୟ ଏବଂ ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ…

Read More