Author: Samikhsya Bureau

ନୂଆଦିଲ୍ଲୀ : କରୋନା ସମୟରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି ଏକ ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତ୍ରୀବ୍ରତା 3.5 ରହିଥିଲା । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ଅପରାହ୍ନ ପ୍ରାୟ 2ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିବା ପ୍ରକାଶ । (ଏଜେନ୍ସି)

Read More

ରାୟପୁର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ କୋମାକୁ ଯାଇଛନ୍ତି । ଗତକାଲି ଠାରୁ ଭେଣ୍ଟିଲେଟରରେ ରହିଥିବା ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହିତ ସେ କୋମାକୁ ଯାଇଥିବା ଜଣାପଡିଛି । ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୀଙ୍କୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଅବଜର୍ଭେସନ୍‌ରେ ରଖାଯିବ ବୋଲି ଜଣାପଡିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ହୃଦ୍‌ଘାତ କାରଣରୁ ନିଜ ବାସଭବନର ପଡିଆରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ଅଜିତ୍‌ ଯୋଗୀ । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ରାଜ୍ୟବ୍ୟାପୀ କରୋନା ସଙ୍କଟ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି । ଏହି ଗସ୍ତ ସମୟରେ କରୋନା ମୁକାବିଲାକୁ ନେଇ ପୋଲିସର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ଡିଜିପି ଏବଂ ଡିଆଇଜି । ଗଞ୍ଜାମ ଏବଂ ବ୍ରହ୍ମପୁର ଏସ୍‌ପିଙ୍କ ସହିତ ଆଲୋଚନା କରିଛନ୍ତି ଉଭୟୂ ଡିଜିପି ଏବଂ ଡିଆଇଜି । ଏହାପରେ ଗିରିସୋଲା ଗେଟରେ ଅନ୍ୟାନ୍ୟ ପୋଲିସ୍‌ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ଗର୍ଭବତୀ ମହିଳା ପୋଲିସଙ୍କୁ କର୍ତ୍ତବ୍ୟରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଖରାରେ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କୁ ଛତା ଏବଂ ଚଷମା ଯୋଗାଇ ଦେବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ନିୟମିତ ଭାବରେ ସାମଜିକ ଦୂରତ୍ବକୁ ମାନି କର୍ତ୍ତବ୍ୟ ପାଳନ କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ । ତେବେ ଏହି ବୈଠକରେ ପୋଲିସ୍ କର୍ମୀଙ୍କ…

Read More

ସୌଭାଗ୍ୟ ରଂଜନ ମହାନ୍ତି ଆଜିକାଲି ବାପା, ମାଆ ଏବଂ ସନ୍ତାନମାନଙ୍କ ସମ୍ପର୍କକୁ କେନ୍ଦ୍ର କରି କେତେ କଥା, କେତେ ଦୃଶ୍ୟ ଗାଁ ରୁ ସହର ଯାଏଁ-ସବୁଠି । କେଉଁଠି ଗୋଟିଏ  ଛାତ ତଳେ ଥାଇ ବି ଅଲଗା ହାଣ୍ଡି, ଆଉ କେଉଁଠି ସନ୍ତାନମାନଙ୍କ ମଧ୍ୟରେ ବାପା-ମାଆଙ୍କ ଭାଗ-ବଂଟା, କିଏ କେବେ କାହା ଘରେ ଖାଇବ । ଆଜି ତା ପିଣ୍ଡା, କାଲି ୟା ପିଣ୍ଡାରେ ଭାତ ଥାଳି । ଯେମିତିକି ମଣିଷ ନୁହଁନ୍ତି, ପଦାର୍ଥ । ଯେଉଁ ‘ମାଆ’ ଦଶମାସ ଦଶ ଦିନ ଧରି ଗର୍ଭ ଧାରଣ କରି ନିଜ ସନ୍ତାନକୁ ଦେଖାଇଥାଏ ପ୍ରଥମ ସୂର୍ଯ୍ୟଲୋକ । ଯାର ହାତ ଧରି କୁନି କୁନି ପାଦରେ ଚାଲିବା ଶିଖାଇ ଥାଏ, ନିଜେ ନଖାଇ ସନ୍ତାନକୁ ଖୁଆଇ ପିଆଇ ବଡ କରିଥାଏ । ଯେଉଁ ମାଆ ଶିଶୁର ଆଦ୍ୟଗୁରୁ ସାଜି ଶିକ୍ଷା ଦାନ କରିଥାଏ, ଯିଏ କି ଛୁଆ ପାଇଁ ସାଜିଥାଏ, କଲ୍ୟାଣମୟୀ,…

Read More

ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ 80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ 22 ବର୍ଷୀୟ ମହିଳା । ତେବେ ଏହା ସହିତ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ମହିଳାଙ୍କ ବିରୋଧରେ ଚୋରିର ଅଭିଯୋଗ ଆଣିଛନ୍ତି । ଘଟଣାଟି ଏହିପରିକି, ହାଇଦ୍ରାବାଦର ବଞ୍ଜାରା ହିଲ୍‌ସରେ ରହୁଥିବା ଉକ୍ତ 80 ବର୍ଷର ବୃଦ୍ଧଙ୍କ ଘରେ ରହୁଥିବା ଉକ୍ତ 22 ବର୍ଷୀୟା ମହିଳା ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହା ସହିତ ତାଙ୍କର ମହଙ୍ଗା ଘଣ୍ଟା ଚୋରି କରିଥିବା ନେଇ ବୃଦ୍ଧ ଜଣକ ମହିଳା ଏବଂ ତାଙ୍କର ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବଞ୍ଜାରା ହିଲ୍‌ସ ଇନ୍ସପେକ୍ଟର କଳିଙ୍ଗ ରାଓଙ୍କ ଅନୁଯାୟୀ, ନିଜର ବିବାହ ବିଚ୍ଛେଦ ପରେ ନିଜର ପୁରୁଷ ବନ୍ଧୁଙ୍କ ସହିତ ମହିଳା ଜଣଙ୍କ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଏପ୍ରିଲ୍ 3 ତାରିଖରେ ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କୁ ମଦ୍ୟପାନ କରିବାକୁ ଦେଇ…

Read More

ଅନୁଗୁଳ : ଆଜି ପ୍ରଥମଥର ପାଇଁ ଅନୁଗୁଳ ଜିଲ୍ଲାରେ 13 କରୋନା ପଜଟିଭ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେବା ସ୍ବରୂପ ଅନୁଗୁଳ ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୋଜ ମହାନ୍ତି । ରାଜ୍ୟରେ ଆଜି  ଚିହ୍ନଟ ହୋଇଥିବା 58 ଜଣ କରୋନା ପଜିଟିଭଙ୍କ ମଧ୍ୟରୁ କେବଳ ଅନୁଗୁଳ ଜିଲ୍ଲାରୁ 13 ଜଣ ପଜଟିଭ ରହିଛନ୍ତି। ଜିଲ୍ଲାରେ 13 ଜଣ ପଜିଟିଭ୍‌ ବାହାରିବା ପରେ ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ର ଘୋଷଣା କରିବା ସହ ରେଡ୍‌ ଜୋନ ଭଳି କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୂଚନାଯୋଗ୍ୟ ଯେ, ଆଜି ଅନୁଗୁଳରୁ ଚିହ୍ନଟ ହୋଇଥିବା 13 ଜଣଙ୍କ ମଧ୍ୟରୁ 11ଜଣ ସୁରତ ଫେରନ୍ତା ରହିଥିବାବେଳେ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି। ଅପରପକ୍ଷରେ ଅନ୍ୟ ଜଣେ କରୋନା ଆକ୍ରାନ୍ତ ସ୍ଥାନୀୟ ବ୍ୟକ୍ତି ବୋଲି ମଧ୍ୟ ସୂଚନା…

Read More

ମୁମ୍ବାଇ : ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ କଂଗ୍ରେସ ଦୁଇ ପ୍ରତ୍ୟାଶୀଙ୍କୁ ଅବତୀର୍ଣ୍ଣ କରାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଚିନ୍ତା ବଢାଇଛି। ଏହି ନିର୍ବାଚନରେ ଶିବସେନା ତରଫରୁ ଉଦ୍ଧବ ଠାକ୍‌ରେ ଓ ନିଲମ୍ ଗୋରେ ପ୍ରାର୍ଥୀ ହୋଇଛନ୍ତି। ନିଲମ୍ ଗୋରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ରୂପେ ଅବସ୍ଥାପିତ ହୋଇଛନ୍ତି। ସେହିରି ଏନ୍‌ସିପି ମଧ୍ୟ ଏହି ଦୁଇଟି ଆସନରେ ନିଜ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି  ଚଳାଇଛି। ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ମଧ୍ୟ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରବୀଣ ଦଦକେ, ଗୋପିଚନ୍ଦ୍ର ପଡଲ୍‌କର, ଅଜିତ ଗୋପେଛଡେ ଓ ରଣଜିତ୍‌ ସିଂହ ପାଟିଲ୍‌କୁ ନିଜ ପ୍ରାର୍ଥୀ ରୂପେ ଠିଆ କରାଇଛି। ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମହା ମେଣ୍ଟ ‘ମହାବିକାଶ ଅଘାଡି’ ସରକାରର ଶାସନ ଚାଲିଛି। ଯଦି ଏନ୍‌ସିପି ଏହି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କୁ ଠିଆ କରାଯାଏ ତେବେ 9 ବିଧାନସଭା ପରିଷଦ ଆସନ ପାଇଁ…

Read More

ଗାଙ୍ଗଟକ୍‌ : ସିକ୍କିମ୍‌ ସୀମାରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ଝଗଡା ଲାଗିଛି । ରବିବାର ଲାଗିଥିବା ଏହି ଝଗଡାରେ ଉଭୟ ପକ୍ଷର ପ୍ରାୟ 11 ଜଣ ଯବାନ ଆହତ ହୋଇଛନ୍ତି । ରବିବାର କୌଣସି କାରଣରୁ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ଲାଗିବା କାରଣରୁ 4 ଜଣ ଭାରତୀୟ ଯବାନ ଏବଂ 7 ଜଣ ଚୀନ୍‌ ଯବାନ ଆହତ ହୋଇଛନ୍ତି । ନାକୁ ଲା ନିୟନ୍ତ୍ରଣ ରେଖା ନିକଟରେ ଉଭୟ ପକ୍ଷର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଏହି ଝଗଡା ଆରମ୍ଭ ହୋଇଥିଲା । 5 ହଜାର ମିଟରର ଏହି ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷର ସେନା ପରସ୍ପର ସହିତ ଲଢେଇ କରିବା ସହିତ ହାତହାତି ଯାଏଁ କଥା ଯାଇଥିଲା । ପ୍ରାୟ 150ରୁ ଅଧିକ ସେନା ପରସ୍ପର ସହିତ ଲଢେଇ କରିଥିଲେ । ଉଲ୍ଳେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ସ୍ଥଳସେନା ମୁଖ୍ୟ ଏମ୍‌…

Read More

ନୂଆଦିଲ୍ଲୀ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ର ହାତ ମୁଣ୍ଡ ଉପରୁ ଚାଲିଗଲେ ମଣିଷ ଅସହାୟ ପାଲଟିଯାଏ। ମା’ ଆଉ ସନ୍ତାନର ସମ୍ପର୍କ ଅନନ୍ୟ। ମା ପାଇଁ ଜଣେ ସନ୍ତାନ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି । ମା’ର ମୃତ୍ୟୁଖବର ସହ୍ୟ କରିନପାରି ଜଣେ ଯୁବତୀ ନିଜ ଜୀବନ ଶେଷ କରିଦେଇଛି । ମିଳିଥିବା ସୂଚନା ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀର ଏମ୍‌ସ୍‌ଠାରେ 23 ବର୍ଷୀୟ ଜଣେ ଯୁବତୀ ମା’ଙ୍କ ମୃତ୍ୟ ଖବରକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି।  ଯୁବତୀଙ୍କ ମା’ଙ୍କ କ୍ୟାନସରରେ ପୀଡିତ ଥିବାବେଳେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ରହିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ମାଙ୍କ ମୃତ୍ୟୁ ଖବରକୁ ସହ୍ୟ କରି ନପାରି ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଶନିବାର ସକାଳୁ କର୍ମଚାରୀମାନେ ଏମ୍‌ସର ଛାତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର  :  ଆଜି ଏମ୍‌କେସିଜିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଏମ୍‌କେସିଜିରେ ପ୍ରସୂତି ବିଭାଗ ଡାକ୍ତରଙ୍କୁ ରୋଗଙ୍କ ସମ୍ପର୍କୀୟ ଆକ୍ରମଣ କରିଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କାନ ଛିଣ୍ଡାଇଥିବାର ସୂଚନା ରହିଛି । ରାଗରେ ଡାକ୍ତରଙ୍କ କାନକୁ କାମୁଡିକୁ ଛିଣ୍ଡାଇଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଲେବର ରୁମ୍‌ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଡାକ୍ତରଙ୍କୁ ଆକ୍ରମଣ ନେଇ ଏମ୍‌କେସିଜିରେ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ ପ୍ରସୂତି ରୁମ୍‌କୁ ନେଇ ଗଣ୍ଡଗୋଳ ଘଟି ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି କାଣ୍ଡ ଘଟାଇଛନ୍ତି। ଏପରି ଅମାନୁଷିକ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାରିଣୀ ମହାପାତ୍ର। ଡାକ୍ତର ଶଖିଲ ଖାନ ଏମକେସିଜି ମେଡିକାଲର ଲେବର ରୁମରେ କାର୍ଯ୍ୟରତ ଥିବା ବେଳେ ଜୋର ଜବରଦସ୍ତ କିଛି ଲୋକ ରୁମ ଭିତରକୁ ପ୍ରବେଶ କରୁଥିଲେ ଏହାକୁ ନେଇ ପ୍ରଥମେ ବଚସା…

Read More

ମୁମ୍ବାଇ, ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ବନ୍ଦେ ଭାରତ ଏକ୍ସେପ୍ରେସ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଲଣ୍ଡନରୁ ଏକ ବିମାନ ଆସି ମୁମ୍ବାଇରେ ପହଁଞ୍ଚିଛି। ଆଜି ସକାଳେ ଲଣ୍ଡନରୁ 329 ଜଣ ଯାତ୍ରୀ ନେଇ ଏହି ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ଏୟାର ଇଣ୍ଡିଆ ବିମାନ AI-130 ରେ ଏହି ଯାତ୍ରୀମାନେ ଆସିଛନ୍ତି। ବିମାନ ବନ୍ଦରରେ କଡା ପରୀକ୍ଷା କରି ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଛି। ତେବେ ନିୟମ ଅନୁସାରେ ସେମାନେ 14 ଦିନ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ। ସେଥିପାଇଁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏହାପରେ ଆଉ ଦୁଇଟି ବିମାନ ବିଦେଶରେ ଫସିଥିବା ଭାରତୀୟମାନଙ୍କୁ ଆଣିବାର ଯୋଜନା ଚାଲିଛି। ଏହି ଦୁଇଟି ସିଙ୍ଗାପୁର ଏବଂ ଫିଲଫାଇନସରୁ ଆସିବ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍‌ ସତ୍ତ୍ବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମିଳିଥିବା ସୂଚନା ଅନୁସାରେ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 128 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 3277ଟି ନୂତନ ମାମଲା ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 62 ହଜାର 939ରେ ପହଞ୍ଚିଥିବାବେଳେ 2109ଜଣଙ୍କ ମୃତ୍ୟୁ ହୋଇଛି । 19 ହଜାର 358ଜଣ ସୁସ୍ଥ ହୋଇଛନ୍ତି । କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି : ଦେଶରେ ସର୍ବାଧିକ ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି। ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 472, ଦିଲ୍ଲୀରେ 68, ତାମିଲନାଡୁରେ 44, ରାଜସ୍ଥାନରେ 107, ମଧ୍ୟପ୍ରଦେଶରେ…

Read More

ଇନ୍ଦୋର : ଭୋପାଳରେ କରୋନା ଯୋଗୁଁ ପ୍ରଥମ କ୍ଲୀବଲିଙ୍ଗଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସେ କୋଲିପୁର ଅଞ୍ଚଳର ବୋଲି ଜଣାପଡିଛି । ନିଃଶ୍ବାସ ଜନିତ କଷ୍ଟ ଅନୁଭବ କରି ଦୁଇ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଶନିବାର ଦିନ ଭୋପାଳରେ କରୋନା ଯୋଗୁଁ ପ୍ରଥମ ତୃତୀୟ ଲିଙ୍ଗଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମଧ୍ୟପ୍ରଦେଶରେ କରୋନା ମାମଲା ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ବିଭାଗ ଅନୁସାରେ ମିଳିଥିବା ସୂଚନା ଅନୁସାରେ ଗତକାଲି କରୋନା ଜନିତ 11ଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 3,457କୁ ବୃଦ୍ଧି ହୋଇଥିବାବେଳେ ଶନିବାର ଦିନ କରୋନା ଯୋଗୁଁ 29 ଜଣଙ୍କର ମୃତ୍ୟୁ ହୋଇଛି । । ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା 211ରେ ପହଞ୍ଚିଛି । ସେହିପରି ରାଜ୍ୟର ହଟସ୍ପଟ୍‌ ଭାବେ ଚିହ୍ନିତ ଇନ୍ଦୋରରେ ଗତକାଲି 53ଟି କେସ୍‌ ସାମ୍ନାକୁ…

Read More

ଭୁବନେଶ୍ବର :  ଆଜି ଚିହ୍ନଟ ହୋଇଥିବା 58 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 57 ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଞ୍ଜାମର ସମସ୍ତ 29 ଓ ମୟୂରଭଞ୍ଜ ଚିହ୍ନଟ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ରହିଛି। ସେହିପରି ବାଲେଶ୍ବରରୁ  ଚିହ୍ନଟ 15 ଆକାନ୍ତଙ୍କ ମଧ୍ୟରୁ 5 ଜଣ କର୍ଣ୍ଣାଟକ ଓ 10 ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଥିବାବେଳେ ଅନୁଗୁଳରୁ ଚିହ୍ନଟ 13 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣ ସୁରତ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 352ରେ ପହଞ୍ଚିଛି। ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ହୋଇଛି।

Read More

ମଧ୍ୟପ୍ରଦେଶ : ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଘରବାହୁଡା ଜାରି ରଖିଛନ୍ତି ପ୍ରବାସୀ । ତେବେ ଏହି ଘର ବାହୁଡା ସମୟରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁମୁଖରେ ପଡୁଥିବାର ଘଟଣା ଏବେ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ନରସିଂହପୁରର ଜିଲ୍ଲାରୁ ଆଜି ବିଳମ୍ବିତ ରାତ୍ରିରେ ଏକ ଟ୍ରକ୍‌ ଓଲଟିଯିବା ଫଳରେ ପାଞ୍ଚଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 13 ଜଣ ଶ୍ରମିକ ଗୁରୁତର ରୂପେ ଆହତ ହୋଇଛନ୍ତି । ଏହି ସମସ୍ତ ଶ୍ରମିକମାନେ ହାଇଦ୍ରାବାଦରୁ ଏକ ଆମ୍ବ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶର ଝାନ୍ସୀ ଯାଉଥିବାର ସୂଚନା ରହିଛି । ଲକ୍‌ ଡାଉନ୍‌ ଚାଲିଥିବା ସମୟରେ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଦେଶରେ ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକମାନେ ଖାଦ୍ୟ ଓ କାମ ନ ପାଇ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି…

Read More

କେଦାର ମିଶ୍ର ଶୁକ୍ରବାର ଦିନ ଓଡିଶା ସରକାର ଘୋଷଣା କଲେ ଯେ ଶିଳ୍ପସଂସ୍ଥାମାନଙ୍କର ଅନୁରୋଧକୁ ବିଚାର କରି କାରଖାନାମାନଙ୍କରେ ଶ୍ରମିକମାନଙ୍କର ଶ୍ରମ ସମୟକୁ ୮ଘଣ୍ଟାରୁ ୧୨ ଘଣ୍ଟା କୁ ବଢାଇ ଦିଆ ଯାଇଛି। ସେହି ଘୋଷଣା ଭିତରେ ବଡ ଦୟାବାନ ଦେଖାଇ ହେବାକୁ କୁହାଗଲା ଯେ ୬ ଘଣ୍ଟା ପରେ ଶ୍ରମିକମାନଙ୍କୁ ୩୦ ମିନିଟର ବିଶ୍ରାମ ଦିଆଯିବ। ହେଲେ ଏହି ୩୦ ମିନିଟ ୧୨ ଘଣ୍ଟା ଶ୍ରମ ସମୟର ଅନ୍ତର୍ଗତ ନୁହେଁ। ସର୍ବାଧିକ ୧୩ ଘଣ୍ଟା ଜଣେ ଶ୍ରମିକ କାରଖାନାରେ କାମ କରିବ। ଆଗରୁ ଆନ୍ତର୍ଜାତିକ ଶ୍ରମ ସଂଗଠନର ନିର୍ଣ୍ଣୟ ଅନୁସାରେ ଦୈନିକ ସର୍ବାଧିକ ୮ ଘଣ୍ଟା କାମ କରିବାର ନିୟମ ରହିଥିଲା। ଏହି ନିୟମ ସପକ୍ଷରେ କୁହା ଯାଉଛି ଯେ ,କରୋନା ଭୂତାଣୁକୁ ରୋକିବା ଲାଗି ଦେଶରେ ଯେଉଁ ଲକ ଡାଉନ ଚାଲିଛି, ସେଥିରେ ଘଟିଥିବା କ୍ଷତି ଭରଣା କରିବାକୁ ଶ୍ରମିକମାନଙ୍କୁ ଅଧିକ କାମ କରିବାକୁ ପଡିବ। କି ମହାନ…

Read More

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ରହିଛି । ସେ ଲିଭର କ୍ୟାନସରରେ ପୀଡ଼ିତ ଥିବାବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ସୁବାସ ଚୌହାନ କିଛି ଦିନ ହେଲା  ଚିକିତ୍ସାଧିନ ଥିଲେ। ଗତ 5 ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। 2019 ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସଂଖ୍ୟା ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ସକାଳୁ ରାଜ୍ୟରେ 58  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଅନୁଗୁଳ ଜିଲ୍ଲାରୁ 13 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା 20କୁ ବୃଦ୍ଧି ହୋଇଛି ।  ପୁଣି ଗଞ୍ଜାମ ଜିଲ୍ଲାରୁ 29, ବାଲେଶ୍ବରରୁ 15 ଓ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118କୁ ବୃଦ୍ଧି ହୋଇଥିବାବେଳେ ବାଲେଶ୍ବର 42କୁ ଓ ମୟୂରଭଞ୍ଜ 8କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ 352ରେ ପହଞ୍ଚିଛି।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଯୋଗୁଁ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାର ସୂଚନା ରହିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 352କୁ ଛୁଇଁଛି । ଆଜି ରାଜ୍ୟରେ ଆଉ 58ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ରୋଗୀ 117 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି ।

Read More

ଟିଟିଲାଗଡ : ଟିଟିଲାଗଡ଼ ସହରରେ ଆସନ୍ତା କାଲି ସକାଳ ନଅଟାରୁ ରାତି 12ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ।  ଟିଟିଲାଗଡ ଉପଜିଲ୍ଲାପାଳ ଏହି କର୍ଫ୍ୟୁ ଜାରି କରିଛନ୍ତି । ଆସନ୍ତା କାଲି ମହାରାଷ୍ଟ୍ର ପାନଭିଲରୁ ସ୍ପେଶାଲ୍‌ ଟ୍ରେନ୍‌ ଟିଟିଲାଗଡ ଆସୁଥିବାରୁ ଏହି କର୍ଫ୍ୟୁ ଲଗାଯାଉଛି । ଟିଟିଲାଗଡ ଷ୍ଟେସନରେ ଶତାଧିକ ଶ୍ରମିକ ଓହ୍ଲାଇବା ସମ୍ଭାବନା ରହିଛି । ସମସ୍ତଙ୍କୁ ସୁରୁଖୁରୁରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ପହଞ୍ଚାଇବା ପାଇଁ କର୍ଫ୍ୟୁ ଜାରି କରାଯାଉଛି । କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଗଞ୍ଜାମ ଗସ୍ତରେ ସାତ ଜଣିଆ ଟିମ୍‌ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍‌ରେ ଡବ୍ଲୁଏଚ୍‌ଓର ପ୍ରତିନିଧି, ଆଇସିଏମ୍‌ଆର୍‌ ଓ ଆରଏମ୍‌ଆରସିର ପ୍ରତିନିଧି ସାମିଲ୍‌ ଅଛନ୍ତି । କଣ୍ଟେନମେଣ୍ଟ କଟକଣା, ସର୍ଭେଲାନ୍ସ, ସ୍ବାସ୍ଥ୍ୟ ସମୀକ୍ଷା କରିବେ । ସୁରତ ଫେରନ୍ତାଙ୍କ ପାଇଁ ଗଞ୍ଜାମରେ କରୋନା ମାଡି ଚାଲିଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏହି ସାତଜଣିଆ ଟିମ୍ କରୋନା ସ୍ଥିତି ନୀରିକ୍ଷଣ କରିବା ସହ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି

Read More