ହାଇଦ୍ରାବାଦ: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲିଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ରବିବାର ରାତିରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଅବସ୍ଥା ସ୍ଥିର ବୋଲି ବର୍ଣ୍ଣନା କରିଛନ୍ତି। ଅଲି ଜୁନ୍ ୨୫ ରେ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ହରିଥା ହରାମ ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କରୋନାଭାଇରସ୍ ଦ୍ଵାରା ସଂକ୍ରମିତ ହୋଇଥିବା ସେ ହେଉଛନ୍ତି ପ୍ରଥମ ମନ୍ତ୍ରୀ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ତିନିଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। (ଏଜେନ୍ସି)
Author: Samikhsya Bureau
କରାଚି: କରାଚିରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ବନ୍ଧୁକ ଓ ଗ୍ରେନେଡ୍ ଆକ୍ରମଣରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଆହତ ହୋଇଛନ୍ତି। ଚାରିଜଣ ମାଓବାଦୀ ପିଏସଏକ୍ସ ବିଲଡିଂ ଉପରେ ଆକ୍ରମଣ କରି ଗୁଳି ଚଳାଇଛନ୍ତି। ସମସ୍ତ ଚାରି ଆତଙ୍କିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମାଓବାଦୀମାନେ ବିଲ୍ଡିଂର ମୁଖ୍ୟ ଫାଟକରେ ଗ୍ରେନେଡ ଆକ୍ରମଣ କରି ଅନ୍ଧାଧୁନ ଗୁଳି ଚଳାଇବା ପରେ ବିଲ୍ଡିଂ ଉପରେ ଆକ୍ରମଣ କରିଥିଲେ। ଆହତମାନଙ୍କ ମଧ୍ୟରେ ପିଏସେକ୍ସ ବିଲଡିଂ ବାହାରେ ଅବସ୍ଥାପିତ ଜଣେ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି। ପୋଲିସ ଏବଂ ରେଞ୍ଜର୍ସ କର୍ମଚାରୀଙ୍କ ଦ୍ୱାରା ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ପିଏସେକ୍ସ ବିଲଡିଂ ଭିତରେ ଥିବା ଲୋକଙ୍କୁ ପଛପଟରୁ ସ୍ଥାନାନ୍ତର କରାଯାଉଥିଲା। ପିଏସଏକ୍ସର ନିର୍ଦ୍ଦେଶକ ଅବିଦ୍ ଅଲି ହବିବ କହିଛନ୍ତି ଯେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସେମାନେ ଆମର ପାର୍କିଂ ଅଞ୍ଚଳରୁ ଯାଇ…
କନ୍ଦର୍ପ ବେହେରା ରେଢାଖୋଲ: ପଣସ ଖାଇବାକୁ ଯାଇ ଶେଷରେ ଭାଲୁର ଜୀବନ ଯିବା ଭଳି ଘଟଣା ଘଟିଛି ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବିନ୍ଧପୁର ଗ୍ରାମରେ। ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଜାମୁଯୋରୀ ପଂଚାୟତର ବିନ୍ଧପୁର ଗ୍ରାମର ଢିପସାହିରେ ଥିବା ଏକ ପଣସ ଗଛକୁ ରାତିରେ ଏକ ଭାଲୁ ପଣସ ଖାଇବାକୁ ଆସିଥିଲା। ପଣସ ଖାଇବା ଲୋଭରେ ସେ ବିଦ୍ୟୁତ ତାରଟିକୁ ଦାନ୍ତରେ କାମୁଡି ଦେବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗଛ ତଳକୁ ପଡି ମୃତ୍ୟୁବରଣ କରିଥିଲା। ସକାଳୁ ବିନ୍ଧପୁର ଗ୍ରାମବାସୀ ଦେଖି ଜଙ୍ଗଲ ବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ ଯାଇଥିଲା। ଭାଲୁର ମୃତ ଦେହକୁ ଜଙ୍ଗଲ ବିଭାଗ ଜବତ କରିଛି। ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରି ନ ଥିଲା। ନାକଟିଦେଉଳ ରେଞ୍ଜ ଅଧିନରେ ବହୁଗ୍ରାମରେ ବିଦ୍ୟୁତ୍ ତାର ବହୁତ ପାଖରେ ଥିବାରୁ ବହୁଧନ…
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ୩୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦୮୬ ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୪ହଜାର ୭୪୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୧ ଜଣ। ସେହିପରି ୭ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୯ ହଜାର ୪୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୦ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୧୦ ହଜାର ୧୨୦ଆକ୍ଟିଭ ମାମଲା ରହିଥିବାବେଳେ ମୋଟ୍ ୩ ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬,୪୭୫କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୬୪ ହଜାର ୬୨୬ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ୪୨୯କୁ ବୃଦ୍ଧି ହୋଇଛି।
ଭୁବନେଶ୍ୱର : ଚାକିରିରେ ଯୋଗ ଦେବା ପୂର୍ବଦିନ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ ଅଧିକାରୀ। ଏପରି ଅଭାବନୀୟ ଘଟଣା ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ 4ରେ ଘଟିଛି। ମୃତକ ହେଲେ ଅଭିଳାଶ ସ୍ୱରୂପ ମହାପାତ୍ର। ମିଳିଥିବା ସୂଚନା ଅନୁଯାୟୀ , ଅଭିଳାଷ ଆଜି ଭୁବନେଶ୍ୱରସ୍ଥିତ ଟ୍ରେଜେରି ଅଫିସ୍ରେ ଓଏଫଏସ୍ ଅଧିକାରୀ ଭାବେ ଆଜି ଯୋଗ ଦେଇଥାନ୍ତେ। ହେଲେ ଗତକାଲି ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି। ଅଭିଳାଷଙ୍କ ପ୍ରକୃତ ଘର ଟିଟିଲାଗଡରେ । କିନ୍ତୁ ସେ ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ରେ ପତ୍ନୀଙ୍କ ସହ ରହୁଥିଲେ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଖଣ୍ଡିଗିରି ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ…
ଶ୍ରୀନଗର : ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଂଚଳରେ ୩ ଜଣ ଆତଙ୍କବାଦୀକୁ ନିହତ କରାଯାଇଛି । ସୁରକ୍ଷା ବାହିନୀର ଯବାନମାନେ ଏହି ଅଜଣା ଆତଙ୍କବାଦୀମାନଙ୍କୁ ନିହତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ନିଦ୍ଦିଷ୍ଟସ୍ଥାନରେ ଏନକାଉଣ୍ଟର କରିଥିଲେ । ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-47 ବନ୍ଧୁକ ଦୁଇଟି ପିସ୍ତଲ ଜବତ କରାଯାଇଥିବା ସ୍ଥଳ ସେନା ପକ୍ଷରୁ ସୂଚନା ମିଳିଛି। ତେବେ ମୃତ ଆତଙ୍କବାଦୀଙ୍କର ଚିହ୍ନଟ ହୋଇନାହିଁ। ସୂଚନା ଯୋଗ୍ୟ, ଗତ ଶୁକ୍ରବାର ତ୍ରାଲରେ ସୁରକ୍ଷା ବାହିନୀର ଯବାନମାନେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିହତ କରିଥିଲେ ।
କେଦାର ମିଶ୍ର ଇତିହାସ ଅନେକ ସମୟରେ ବର୍ତ୍ତମାନ ସମୟର ଦର୍ପଣ ଭଳି ହଠାତ ଠିଆ ହୋଇପଡେ। ଲାଗେ, ସମୟ ସହିତ ଘଟନା ଓ ଚରିତ୍ରମାନେ ନିଜକୁ ପୁଣି ଥରେ ସମାନ ଭାବରେ ସାବ୍ୟସ୍ତ କରୁଛନ୍ତି। ଶହ ଶହ ବର୍ଷ ଧରି ସମାନ ଘଟନା ଯେମିତି ନିରନ୍ତର ଘଟି ଚାଲିଛି। ୨୦୨୦ ମସିହା ପୃଥିବୀର ଇତିହାସରେ ଗୋଟେ ଭୟଙ୍କର ବିପଦ ଧରି ଠିଆ ହୋଇଛି। ଏହି ବିପଦ ସମୟରେ ଶହେ ବର୍ଷ ତଳର ଗୋଟେ ଘଟନା କୁ ନେଇ ଆମେ ଚିନ୍ତା କରିବା। ଚଳିତ ବର୍ଷ କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଓଡିଶାର ପ୍ରସିଦ୍ଧ ପର୍ବ ରଥଯାତ୍ରା ପାଳିତ ହେବ କି ନାହିଁ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଭକ୍ତଙ୍କ ବିନା ଉପସ୍ଥିତିରେ, ଖାଁ ଖାଁ ବଡ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନଯାତ୍ରା ସମାପ୍ତ ହୋଇଛି। ଆଗକୁ ରଥଯାତ୍ରା ହେବ କି ନାହିଁ, ଯାତ୍ରା ହେଲେ ଭକ୍ତମାନେ ପୁରୀ ସହରକୁ ଆସିବେ…
ପୁରୀ, ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତି ତଥା ଯାନିଯାତ୍ରାରେ ଶ୍ରୀବିଗ୍ରହମାନେ ଲୋକକଲ୍ୟାଣ ନିମିତ୍ତ ତଥା ବିଭିନ୍ନ କାର୍ଯ୍ୟର ପ୍ରାରମ୍ଭ ନିମିତ୍ତ ଆଜ୍ଞା ବା ଆଦେଶ ପ୍ରଦାନ ପୂର୍ବକ ପ୍ରତିନିଧିମାନଙ୍କୁ ଶ୍ରୀଅଙ୍ଗରୁ ଯେଉଁ ମାଳ ଦେଇଥାନ୍ତି, ତାହାର ନାମ ହେଉଛି ଆଜ୍ଞାମାଳ।
ପୁରୀ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯାଇଥିଲା । ପରେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୋଡ଼ କରି ରଖାଯାଇଛି। ରଥଯାତ୍ରା ପାଇଁ ପୁରା ପୁରୀ ଜିଲ୍ଲାରେ ର୍କଫ୍ୟୁ ଲାଗୁ କରାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି। ଆସନ୍ତା 1 ତାରିଖ ବୁଧବାର ଦିନ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ସେଦିନ ସକାଳ ଆଠଟାରେ ବାହୁଡା ପହଁଣ୍ଡି କରାଯିବ। ସେହିପରି ଛେରାପହଁରା ଦିନ 10ଟା 30 ରେ କରାଯିବ ବୋଲି ନିଷ୍ପତି କରାଯାଇଛି।
ନୂଆଦିଲ୍ଲୀ/ଭୁବନେଶ୍ବର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି। ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ ନିଜ ଗାଁର ପାଞ୍ଚ ଜଣଙ୍କୁ ପୁରୀ ଶ୍ରୀମନ୍ଦିର ଦର୍ଶନରେ ନିଅନ୍ତୁ। ମନ୍ଦିର ଖୋଲିବା ପରେ ନିଜ ଖର୍ଚ୍ଚରେ ସଦସ୍ୟମାନେ ଏହି କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇ ଏହା ଆହ୍ୱାନ କରିବା ସହ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ କହିଛନ୍ତି ପ୍ରଧାନ। ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା…
କନ୍ଦର୍ପ ବେହେରା ରେଢାଖୋଲ: ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି। ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି। ଏମିତି ଏକ ଘଟଣା ଘଟିଛି ଯାହାକି କମ୍ ବୟସର ବାଳିକାକୁ ବାପଘର ବାହାଘର କରିଦେବା ସମୟରେ ଚାଇଲଡ୍ ଲାଇନ୍ ଦ୍ୱାରା ଧରା ପଡି ଶେଷରେ ବାହାଘର ବନ୍ଦ ହେବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ। ପ୍ରକାଶ ଯେ, ରେଢାଖୋଲ ସବ୍ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନଙ୍କ ସହ ହେବାର ଥିଲା। ବରପକ୍ଷ ମଧ୍ୟ ପହଂଚି ସାରିଥିଲେ। ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବଲିଉଡର ଲୋକପ୍ରିୟ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କୁ ପୋଲିସ ଜେରା କରିଛି। ୟଶ ରାଜ ଫିଲ୍ମସ୍ ସହିତ ଜଡିତ ଶାନୁ ଶର୍ମାଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ଜେରା କରାଯାଇଥିବା ଟାଇମ୍ସଫିଣ୍ଡିଆ ଡଟ୍ କମ୍ ରିପୋର୍ଟରରୁ ଜଣାପଡିଛି। ଡେପୁଟି କମିଶନର ଅଭିଷେକ ତ୍ରିମୁଖେ କହିଛନ୍ତି ଯେ ୟଶ ରାଜ ଫିଲ୍ମ ସହ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ଜେରା କରାଯାଇଥିଲା। ଅନ୍ୟ କିଛି ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ଅଧିକ ପ୍ରଡ଼କ୍ସନ ହାଉସର ପ୍ରତିନିଧୀଙ୍କୁ ପୋଲିସ ପଚରାଉଚରା କରିବ। ଆଦିତ୍ୟ ଚୋପ୍ରା ପ୍ରଡ଼କ୍ସନ ବ୍ୟାନର ଦ୍ୱାରା ସମର୍ଥିତ “ଶୁଦ୍ଧ ଦେଶୀ ରୋମାନ୍ସ” ଏବଂ “ଡିଟେକ୍ଟିଭ୍ ବ୍ୱମକେଶ ବକ୍ସି!” ରେ ସେ ସୁଶାନ୍ତଙ୍କ ସହ କାମ କରିଥିଲେ। ପୂର୍ବରୁ ୟଶ ରାଜ ଫିଲ୍ମସ୍ ର ଦୁଇଜଣ ପୂର୍ବତନ ବରିଷ୍ଠ ଅଧିକାରୀ ଆଶିଷ ସିଂ ଏବଂ ଆଶିଷ…
ବାରିପଦା, ନିଜର ଜନ୍ମ ଦିନରେ ବିଧାୟକ, ବିଜେଡି ସାଧାରଣ ସମ୍ପାଦକ ଏବଂ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବାରିପଦା ରଘୁନାଥପୁର ହରିହର ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।
Minister F&ARD, Dr. Arun Kumar Sahoo visited Omfed Corporate Office. Honourable Minister reviewed the progress of Omfed and provided many valuable inputs in implementing new strategies for increasing the marketing & the milk procurement.
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ( ଆରଏମସି) ରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବୀ କରିବାରୁ ଆଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ଅଭିଯୋଗକାରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି। ଦୁର୍ନୀତିଗ୍ରସ୍ତ ହିସାବ ରକ୍ଷକଙ୍କୁ ସୁରକ୍ଷା ଦେବାକୁ ଯାଇ ଧର୍ମଗଡ ଉପଜିଲ୍ଲାପାଳ କୌଣସି ଆପତ୍ତି ଅଭିଯୋଗ ଶୁଣିବାକୁ ରାଜିନଥିବା ଅଭିଯୋଗ ହେଉଛି। ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପତ୍ର ସଂଖ୍ୟା ୧୬୧୧ ତା.୧୬.୦୫.୨୦୨୦ ରେ ସାଂପ୍ରତିକ କୋଭିଡ-୧୯ ସ୍ଥିତିରେ କୌଣସି ବିଷୟରେ ପତ୍ରାଳାପ ନକରିବାକୁ ଅଭିଯୋଗକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଆଗାମୀ ଦିନରେ ଯଦିଓ ସେଭଳି ଅଭିଯୋଗ ପତ୍ର ଦାଖଲ କଲେ ବିପର୍ଯ୍ୟୟ ପରିଚାଳାନା ଆଇନର ଧାରା ୫୧-୬୦ ତଥା କୋଭିଡ-୧୯ ରେଗୁଲେସନ ଆଇନ ୨୦୧୦ ଏବଂ ଆଇପିସି ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି। ଅଭିଯୋଗକାରୀଙ୍କ ପକ୍ଷରୁ ନିଜର ସୁରକ୍ଷା ପାଇଁ ଏସଂପର୍କରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆପତ୍ତି କରିଥିବା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ସହର ଅନ୍ତର୍ଗତ ୱାର୍ଡ ନଂ.୧୦ ଅଧିନସ୍ଥ ଅର୍କାବାହାଲିପଡାକୁ ଜିଲ୍ଲାପ୍ରଶାସନ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜଣାପଡିଛି। ଅର୍କାବାହାଲିପଡାର ଜଣେ ୫୮ ବର୍ଷୀୟ ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଠଟି ରାସ୍ତା ସଂଲଗ୍ନ ହେଉଥିବା ଅର୍କାବାହାଲିପଡାର ୩ କି.ମି. ବ୍ୟାସାର୍ଦ୍ଧ ଅଂଚଳକୁ ପ୍ରଶାସନ ପକ୍ଷରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଜଣକ ଗତ ୧୭ ଜୁନ ଠାରୁ ୨୬ ଜୁନ ମଧ୍ୟରେ ଦୁଇଥର ଭୂବନେଶ୍ୱରସ୍ଥିତ ସମ ହସପିଟାଲ ଓ ଥରେ ବିସମକଟକସ୍ଥିତ ମିଶନାରୀ ହସପିଟାଲକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ଜଣାପଡିଛି। ଗତ ୨୬ ତାରିଖ ଦିନ ସମ ହସପିଟାଲରେ କୋଭିଡ ସନ୍ଦିଗ୍ଧ ଭାବେ ସ୍ୱାବ ପରୀକ୍ଷା କରାଯାଇ ଭୂବନେଶ୍ୱର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବାର ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ ବାହାରିବା ପରେ ତାଙ୍କ…
ପିଣ୍ଟୁ ବିଶୋୟୀ ବେଗୁନିଆପଡା: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଶନିବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ। ପଜିଟିଭି ଥିବା ଅଞ୍ଚଳକୁ ସତର୍କ ରହିବା ସହ ଉକ୍ତ ଅଞ୍ଚଳ ପ୍ରତି ତୀକ୍ଷ୍ଣ ନଜର ରଖିବା ପାଇଁ କହିଥିଲେ। ଏଥି ସହିତ ଦୋକାନ ବଜାରରେ ଯେପରି ଜନ ଗହଳି ନ ହୁଏ ଏବଂ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର କରିବା ଆଦି ପ୍ରତି କଡା ନଜର ରଖିବା ପାଇଁ କହିଥିଲେ। ଏହି ସମୟରେ ବିଡ଼ିଓ ବେଦବର ପ୍ରଧାନ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ସି ଡି ପି ଓ ସଂଧ୍ୟାରଣୀ ପାଣିଗ୍ରାହୀ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଂଜନ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ 2 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡଙ୍ଗୀ । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା । ନର୍ସ ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ହସ୍ପିଟାଲର 52 ଜଣ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବାବେଳେ 2ଜଣଙ୍କର ପଜିଟିଭ୍ ଆସିଥିବାବେଳେ 50 ଜଣଙ୍କର ନେଗେଟିଭ୍ ଆସିଛି । ପଜିଟିଭ୍ ଜଣାପଡିବା ପରେ ଦୁଇ ନର୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ହସ୍ପିଟାଲରେ ନୂତନ ରୋଗୀଙ୍କ ଆଡ୍ମିସନ୍କୁ ରଦ୍ଦ କରାଯାଇଥିବାବେଳେ ଓପିଡିରେ ପରୀକ୍ଷା ପରେ କେବଳ ଗୁରୁତର ରୋଗୀଙ୍କ ଭର୍ତ୍ତି କରାଯିବ ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ ।
ଇଜିପ୍ଟ : ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସରଙ୍କୁ ବେଲି ଡ୍ୟାନ୍ସ କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ଇଜିପ୍ଟର ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସର ସାମା ଏଲ୍ ମୈସିଙ୍କୁ ବେଲି ଡ୍ୟାନ୍ କରିବାକୁ ନେଇ ଜରିମାନା ହୋଇଛି । ମୈସୀ ଅନୈତିକ ଓ ଉତ୍ତେଜିତ ନାଚ ଭିଡିଓ ପୋଷ୍ଟ କରିବା ବେଶ୍ ମହଙ୍ଗା ପଡିଛି। କାଇରୋ କୋର୍ଟ ଏନେଇ ତାଙ୍କ ଉପରେ 30ହଜାର ପାଉଣ୍ଡ ଅର୍ଥାତ୍ ପ୍ରାୟ 14 ଲକ୍ଷ ଟଙ୍କାର ଜରିମାନା ଲଗାଇଥିବାବେଳେ ତିନି ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ଲୋକଙ୍କ ଭିତରେ ଦୁର୍ବ୍ୟବହାର ତଥା ଅନୈତିକତା ସୃଷ୍ଟି କରିବା ବା ଉସୁକାଇବା ଅଭିଯୋଗରେ ମୈସୀଙ୍କୁ ଏହି ଦଣ୍ଡ ମିଳିଛି । ଅପ୍ରେଲ୍ ମାସରେ ସୋସିଆଲ ମିଡିଆରେ ଭିଡିଓ ଫଟୋର ଯାଞ୍ଚ କରିବା ପରେ ମୈସୀଙ୍କୁ ଗିରଫ କରାଯାଇଛି । ମୈସୀ ତାଙ୍କର ସମସ୍ତ ଭିଡିଓ ଲୋକପ୍ରିୟ ଭିଡିଓ ଆପ୍ ଟିକ୍ଟକ୍ରେ ସେୟାର କରିଥିଲେ । ସାର୍ବଜନିକ ରୂପେ…
ଭୁବନେଶ୍ବର : ରାଜ୍ୟରେ ଆଜି 137 ଜଣ ସୁସ୍ଥ ହୋଇଛନ୍ତି ବୋଲି ଟୁଇଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 33 ଜଣ ରହିଥିବାବେଳେ ଖୋର୍ଦ୍ଧାରୁ 29 ଜଣ, କଟକରୁ 22 ଜଣ, ବାଲେଶ୍ବରରୁ 13 ଜଣ, ଯାଜପୁରରୁ 9 ଜଣ, କଳାହାଣ୍ଡିରୁ 6 ଜଣ, ଭଦ୍ରକରୁ ଚାରି ଜଣ ଓ ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ବରଗଡ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ 2ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳୁ ବଲାଙ୍ଗିର, ଜଗତସିଂହପୁର ଓ ନୂଆପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4743ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଆଜି ରାଜ୍ୟରେ ନୂତନ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର614 କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ…

