Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର: ମା କାଳିଜାଇ ଟେଣ୍ଟ ଆଣ୍ଡ ସାଉଣ୍ଡ ଲାଇଟ ମଙ୍ଗଳ ମାଲିକ ସଂଗଠନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ବାଲୁଗାଁର ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ ଜେନା, ସିଏସ୍‌ଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କୁ ମଧ୍ୟ ସମ୍ମାନିକ କରାଯାଇଥିଲା। ଚିଲିକା ରିପୋର୍ଟସ ଆସୋସିଏସନ୍‌ର ସଭାପତି ସୁନୀଲ ସୁବୁଦ୍ଧିଙ୍କ ସମେତ ସଭ୍ୟ ସେକ ମଇନୁଲ୍‌ ହକ୍‌ ଏବଂ ସୀତାରାମ ଅଗ୍ରଓ୍ବାଲଙ୍କୁ ମା କାଳିଜାଇ ଟେଣ୍ଟ ଆଣ୍ଡ ସାଉଣ୍ଡ ଲାଇଟ ମଙ୍ଗଳ ମାଲିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗଠନର ସଭାପତି ଦିଲୀପ କୁମାର ମହାନ୍ତି, ସମ୍ପାଦକ ଲକ୍ଷ୍ମୀଧର ପ୍ରଧାନ ଏବଂ ଉପ ସଭାପତି…

Read More

ସମୀକ୍ଷା ବ୍ୟୁରୋ କୁଜଙ୍ଗ: ଦେଶ ବ୍ୟାପୀ କରୋନା ଲଢେଇରେ ସାମିଲ ହୋଇଥିବା କରୋନା ଯୋଦ୍ଧାଙ୍କୁ ଜଗତସିଂହପୁର ଆରଏସ୍‌ଏସ୍‌, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡାକ୍ତର,ପୋଲିସ୍‌ ଅଧିକାରୀ, ସାମ୍ବାଦିକ, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ, ଡ. ସ୍ମୃତିରଞ୍ଜନ ମହାପାତ୍ର, କୁଜଙ୍ଗ ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା, ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ସମ୍ପର୍କ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସଭାପତି ସ୍ନେହାଶିଷ ଦାଶ ଏବଂ ଜିତେନ୍ଦ୍ର ଦାସ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତିତ ରାଷ୍ଟ୍ରୀୟ କଳା ମଞ୍ଚ ଅଖିଳ ଭାରତୀୟ ପ୍ରମୁଖ ତନ୍ମୟ କୁମାର ଦାଶ, ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ, ସମିତି ସଭ୍ୟ ପଦ୍ମନାଭ ସାହୁ, ଅଗପାଳ ସରପଞ୍ଚ ମେନକା ବେହେରା, ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ବେହେରା, ସାମ୍ବାଦିକ ବିଭୂତି ଭୂଷଣ ଦାସ…

Read More

ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 289ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରୀନ୍‌ ଜୋନ୍‌ରେ ରହିଥିବା ନୟାଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ 40 ବର୍ଷର ପୁରୁଷ ଏବଂ ସେ ନିକଟରେ ସୁରତରୁ ଫେରି କ୍ବାରେଣ୍ଟାଇନ୍‌ରେ ଥିଲେ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 289ରେ ପହଞ୍ଚିଥିବା ବେଳେ ତାମଧ୍ୟରୁ 68 ଜଣ ସୁସ୍ଥ ହେଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 288ରେ ପହଞ୍ଚିଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଆକ୍ରାନ୍ତଙ୍କ ବୟସ 26 ଏବଂ ସେ ସୁରଟ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 84ରେ ପହଞ୍ଚିଛି । ତେବେ ଏହି ସମୟରେ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 5 ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରର 4ଜଣ ଏବଂ ଯାଜପୁରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ଏହା ସହିତ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 68ରେ ପହଞ୍ଚିଛି ।

Read More

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । ଗାଇଡ୍‌ଲାଇନ୍‌ :  1. ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ 2. ଲଗାତାର 4 ଦିନ ଯାଏଁ ଅକ୍ସିଜେନରେ ସ୍ଥିରତା ଆସିଲେ ଡିସଚାର୍ଜ ହେବେ 3. ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ ହୋଇପାରିବେ । 4. ମଧ୍ୟମ ଧରଣର ଲକ୍ଷଣ ଥିଲେ 7 ଦିନ ଯାଏଁ ମନିଟରିଂ 5. 3 ଦିନ ଯାଏଁ ଜ୍ୱର ଓ 4 ଦିନ ଯାଏଁ ଅକ୍ସିଜେନର ସ୍ଥିରତା ମନଟରିଂ ହେବ 6. ଜ୍ୱର ଭଲ ହୋଇଗଲେ ଓ ଅକ୍ସିଜେନ ନେବାରେ ସ୍ଥିରତା ଆସିଗଲେ ଡିସଚାର୍ଜ 7. ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ନାହିଁ 8. ସାମାନ୍ୟ…

Read More

କୋଲକାତା : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଥମିବାର ନାଁ ନେଉନାହିଁ । ପରିସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ‘କରୋନା’ ଶବ୍ଦ ଶୁଣିବା ମାତ୍ରେ ଭୟଭୀତ ହୋଇଯାଉଛନ୍ତି । ମାତ୍ର ପଶ୍ଚିମବଙ୍ଗର ଆରାମବାଗର ତୃଣମୂଳ କଂଗ୍ରେସ ସାଂସଦ ଅପରୂପା ପୋଦ୍ଦାର ନିଜର ନବଜାତ କନ୍ୟାର ନାମ ‘କରୋନା’ ରଖିଛନ୍ତି । ସୂଚନା ମୁତାବିକ, ଗୁରୁବାର ସକାଳ 9.27ରେ ସେ ହୁଗଳି ଜିଲ୍ଲାର ଶ୍ରୀରାମପୁର ସ୍ଥିତ ଏକ ନର୍ସିଂହୋମ୍‌ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସେ ଓ ତାଙ୍କର ସ୍ୱାମୀ ନବଜାତ କନ୍ୟାର ଡାକନାମ ‘କରୋନା’ ରଖିଛନ୍ତି । ଅପରୂପାଙ୍କ ଅନୁସାରେ ଆଜି ପୂରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢ଼େଇ କରୁଛି । ଏପରି ସମୟରେ ଲୋକମାନେ ‘କରୋନା’କୁ ଡରିବା ନୁହେଁ, ତା’ ସହ ଲଢ଼ିବା କଥା । ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଝିଅର ନାମ ‘କରୋନା’…

Read More

ରମେଶ ମହାନ୍ତି ଜଗତସିଂହପୁର : ଗ୍ରୀନ୍‌ ଜୋନ୍‌ରେ ରହିଥିବା ଜଗତସିଂହପୁର ଜିଲ୍ଲାରୁ 5ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ଏହା ଏବେ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହୋଇଛି । ବାହାର ରାଜ୍ୟ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । 3 ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ଚାରିଟି ଜିଲ୍ଲା ଏବଂଅନ୍ୟ ରାଜ୍ୟରୁ ଜଗତସିଂହପୁରକୁ  ସମୁଦାୟ 302 ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କଠାରେ ପଜିଟିଭ୍‌ ବାହାରଯିବା ପରେ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ ପୂର୍ବରୁ କ୍ବାରେଣ୍ଟାଇନରେ ରହିଥିଲେ । ବାହାର ଜିଲ୍ଲା ଓ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକରୁ 47ଜଣ, ରଘୁନାଥପୁର ବ୍ଲକରୁ 25 ଜଣ, ବିରିଡି ବ୍ଲକରୁ 10 ଜଣ, କୁଜଙ୍ଗରୁ 20 ଜଣ ବାଲିକୁଦା ବ୍ଲକରୁ 37 ଜଣ, ଏରସମାରୁ 36 ଜଣ, ନାଉଗାଁରୁ 47 ଜଣ, ତିର୍ତ୍ତୋଲ୍‌ 56 ଜଣ ଓ ଜଗତସିଂହପୁର ମ୍ୟୁନିସପାଲିଟିରୁ…

Read More

କୋଲକାତା : କରୋନା ବିପର୍ଯ୍ୟୟ ସମୟରେ ମାନବ ଆୟୁଷ ଦିନକୁ ଦିନ କମ ହେଉଥିବା ବେଳେ ପଶ୍ଚିମବଙ୍ଗରେ ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି । ଦୀର୍ଘ 42 ଦିନର ଲଢେଇ ପରେ କରୋନାକୁ ହରାଇବାରେ ସକ୍ଷମ ହୋଇଛନ୍ତି ପଶ୍ଚିମବଙ୍ଗର ନିତାଇ ଦାସ । ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିତାଇ ଦାସ 38 ଦିନ ଧରି ଭେଣ୍ଟିଲଟରରେ ରହିଥିଲେ । ଡାକ୍ତର ମାନଙ୍କ ସୂଚନା ଅନୁଯାୟୀ 52 ବର୍ଷୀୟ ନିତାଇଙ୍କ ସ୍ବାସ୍ଥ୍ୟାବସ୍ଥା ଏତେ ଖରାପ ଥିଲାକି ତାଙ୍କ ବଞ୍ଚିବାର ଆଶଙ୍କା କମ୍‌ ରହିଥିଲା । ମାତ୍ର ନିତାଇଙ୍କ ଆତ୍ମବିଶ୍ବାସ ହିଁ ତାଙ୍କୁ ବଞ୍ଚିବାରେ ସହାୟତା କରିଛି ବୋଲି ଆମ୍ରି ଆଇସିୟୁ ବିଭାଗ ମୁଖ୍ୟ ସାସ୍ବତୀ ସିହ୍ନା ମତ ଦେଇଛନ୍ତି । କରୋନା ସଂକ୍ରମିତ ନିତାଇଙ୍କର ପୂର୍ବରୁ ଶ୍ବାସକ୍ରିୟା ସମସ୍ୟା ରହିଥିଲା ଯେଉଁଥିପାଇଁ ତାଙ୍କ ବେକରେ କଣା କରାଯାଇ ଏକ ପାଇପ୍ ଜରିଆରେ ଶ୍ବାସକ୍ରିୟା କରାଉଥିଲେ ଡାକ୍ତର । ଶୁକ୍ରବାର ହସ୍ପିଟାଲରୁ…

Read More

ନୂଆଦିଲ୍ଲୀ : ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ 60 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 87 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5400 ଲୋକ ପ୍ରାଣ ହରାଇଛନ୍ତି । 87729 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,759,967 ଛୁଇଁଥବା ବେଳେ 5429 ଜଣଙ୍କ ମୃତ୍ୟୁ ସହ ସମୁଦାୟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 59 ହଜାର 474ରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ 12 ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ 67 ହଜାର 146 ଜଣଙ୍କ ପ୍ରାଣହାନି ଘଟିଛି ।

Read More

ଭୁବନେଶ୍ବର : ଚଳିତ ମେ ମାସ 20 ତାରିଖରୁ ମେଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବାକୁ ଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମେ 19 ସୁଦ୍ଧା ପରୀକ୍ଷା ନୀରିକ୍ଷକ ସମସ୍ତ ସ୍କୁଲରେ ପହଞ୍ଚିବା ସହିତ ଖାତା ଦେଖା ଆରମ୍ଭ କରିବେ । ଖାତା ମୂଲ୍ୟାୟନ ନେଇ ବୈଠକ ଅନୁଷ୍ଠିତ ହେବ ପରେ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ପରୀକ୍ଷା ଖାତା ମୂଲ୍ୟାୟନ ସମୟରେ ସାମାଜିକ ଦୂରତ୍ବର ଧ୍ୟାନ ରଖାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More

ପୁରୀ : ରଥ ନିର୍ମାଣକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ୍‌ ସିଗନାଲ୍‌ ମିଳିଯିବା ପରେ ରଥ କାମ ଆରମ୍ଭ ହୋଇଛି। ତେବେ କରୋନାକୁ ଦୃଷ୍ଟିର ରଖି  ରଥ କାମରେ ନିୟୋଜିତ ହୋଇଥିବା ସେବାୟତଙ୍କୁ ନିୟମିତ ସଚେତନ କରାଯିବା ସହ ସେବାୟତଙ୍କ ପରିବାରର କୋଭିଡ୍‌ ଟେଷ୍ଟ ହେବ  ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ରଥ କାମ ଶେଷ ଯାଏଁ ପ୍ରତ୍ୟେହ କର୍ମଚାରୀ କରୋନା ସମ୍ପର୍କରେ ସଚେତନ କରାଯିବ। ବିଶ୍ବକର୍ମା ଓ ଭୋଇ ସେବାୟତଙ୍କୁ ସଚେତନ କରିବେ ସ୍ବାସ୍ଥ୍ୟ ଅଧିକାରୀ। ପୁରୀ ଏଡିଏମ୍‌ଓଙ୍କ ନେତୃତ୍ବାଧୀନ ଡାକ୍ତରୀ ଟିମ୍‌ ସଚେତନ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 4ଟି ସ୍ବାସ୍ଥ୍ୟ ଟିମ୍‌ ଗଠନ କରାଯାଇଛି। ରଥ ଖଳା, ଭକ୍ତ ନିବାସରେ ରହିବେ ସ୍ବତନ୍ତ୍ର ହେଲଥ ଟିମ୍‌। ମୋବାଇଲ୍‌ ଟିମ୍‌ ମଧ୍ୟ ନିୟୋଜିତ ହେବ, ଆକ୍ଟିଭ୍‌ ସର୍ଭେଲାନ୍ସ କରିବେ।

Read More

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକର ତମିଆ ନିକଟରେ ଥିବା ସୁକତେଲ ବ୍ରିଜ ଭାଙ୍ଗିବା ଘଟଣାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଶାସନ ନିଲମ୍ବିତ କରିଛି। ରାଜ୍ୟ ସରକାର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଷାନଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କର ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ 29 ତାରିଖରେ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ ଭୁଶୁଡ଼ିବାରୁ 2 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ଓ ଜଣେ ଗୁରୁତର ହୋଇଥିଲେ ।

Read More

ଭୁବନେଶ୍ବର : ଆଜି ଚିହ୍ନଟ 17ଜଣଙ୍କ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର ।  ଜଣକୁ ଛାଡି ସମସ୍ତ 16  ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ରହିଛି ।  ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବାର ସୂଚନା ରହିଛି ।  17ରୁ 16 ଜଣ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। ଚିହ୍ନଟ 17 ଜଣଙ୍କ ମଧ୍ୟରେ ଗଞ୍ଜାମରୁ 12, ଭଦ୍ରକର 1, ରାଉରକେଲାରୁ ଜଣେ ଓ  ମୟୂରଭଞ୍ଜରୁ ତିନି ଜଣ ପଜିଟିଭ୍‌ ରହିଛନ୍ତି। ରାଉରକେଲା ଆକ୍ରାନ୍ତ ଜଣକ କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି ।ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାନୁଯାୟୀ, ରାଜ୍ୟରେ ମୋଟ 287 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 222 ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ 2 ଜଣ ପ୍ରାଣ ହରାଇଛନ୍ତି।

Read More

ନୂଆଦିଲ୍ଲୀ : ମେ 15 ସୁଦ୍ଧା ଉଡିବ ଘରୋଇ ବିମାନ। ଗ୍ରୀନ୍‌ ଜୋନ୍‌ରେ ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି। ଗ୍ରୀନ୍‌ ଜୋନ୍‌ରେ ବିମାନ ସେବା ସହଜ, ଏନେଇ ଯୋଜନା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ । ମେ 15 ପୂର୍ବରୁ ଘରୋଇ ବିମାନ ଚଳାଚଳ ପାଇଁ ଯୋଜନା ହେଉଛି। ଏନେଇ କିଛି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମେଟ୍ରୋ ସହରରେ ବିମାନ ଚଳାଚଳ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା। ସବୁ ମେଟ୍ରୋ ରେଡ୍‌ ଜୋନ୍‌ରେ ଅଛି ବୋଲି କହିଛନ୍ତି ମନ୍ତ୍ରୀ ହରଦୀପ। ରେଡ୍‌ ଜୋନ୍‌ରେ ଥିଲେ ବି ମେଟ୍ରାରେ ବିମାନ ସେବାକୁ ସମ୍ପୂର୍ଣ୍ଣ ଏଡାଇ ହେବନି ବୋଲି କହିଛନ୍ତି ମନ୍ତ୍ରୀ। ଲକ୍ ଡାଉନ୍‌ ଯୋଗୁ ମାର୍ଚ୍ଚ 24ରୁ ବିମାନ ସେବା ବାତିଲ୍‌ ହୋଇଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: କିଛିଦିନ ହେଲା ରାଜ୍ୟ ବାହାରୁ ରେଢାଖୋଲ ଉପଖଣ୍ଡକୁ ଫେରିଥିବା ପ୍ରବାସୀ ମାନଙ୍କର ସ୍ୱାବ୍ ଟେଷ୍ଟ ନେଗେଟିଭ ବାହାରିଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡରୁ ମୋଟ ୬୬ ଜଣଙ୍କର ସ୍ୱାବ୍ ଟେଷ୍ଟ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା ସେଥିମଧ୍ୟରୁ ରେଢାଖୋଲ ବ୍ଲକର ୨୩ ଜଣ ଓ ନାକଟିଦେଉଳ ବ୍ଲକର ୧୭ ଜଣଙ୍କର ସ୍ୱାବ୍ ଟେଷ୍ଟ ନେଗେଟିଭ୍ ବାହାରିଥିବା ବେଳେ ବାକି ଜୁଜୁମୁରା ବ୍ଲକରୁ ମଧ୍ୟ ନେଗେଟିଭ୍ ବାହାରିଥିବା ରେଢାଖୋଲ ଏସଡିଏମ୍‌ଓ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ରେଢାଖୋଲ ବ୍ଲକର ଏନ୍‌ଏସି, ଚାରମାଳରେ ପ୍ରବାସୀମାନେ ରହୁଥିବା ବେଳେ ନାକଟିଦେଉଳ ବ୍ଲକର ଡଇଁଚା ହାଇସ୍କୁଲ ଠାରେ ୧୭ଜଣ ସୁରତ ଫେରନ୍ତା ପ୍ରବାସୀ କ୍ୱାରେନଟାଇନରେ ରହୁଛନ୍ତି । ସେମାନଙ୍କର ସବୁ ପ୍ରକାର ବନ୍ଦୋବସ୍ତ ରାଜ୍ୟସରକାର ବହନ କରୁଛନ୍ତି । ରେଢାଖୋଲ ଅଂଚଳରେ ଏ ଖବର ଶୁଣିବା ମାତ୍ରକେ ଲୋକ ମାନଙ୍କ ମଧ୍ୟରେ ଯେଉଁ…

Read More

ଲକ୍ଷ୍ନୌ: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକମାନେ । ଲକ୍‌ ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସହରରେ ଫସି ରହିଛନ୍ତି ଶ୍ରମିକମାନେ । ଖାଦ୍ୟ ଓ କାମ ଅଭାବରୁ ଏବେ ଘର ମୁହାଁ ହୋଇଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।  କେହି କେହି ଚାଲି ଚାଲି ତ କେହି ସାଇକେଲ୍‌ରେ । ଏହି ଯିବା ବାଟରେ ତାଙ୍କୁ ବହୁ କଷ୍ଟ କରିବାକୁ ପଡୁଥିବାବେଳେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତକାଲି ରେଳ ଧାରଣାରେ ଶ୍ରମିକମାନେ ନିଜ ଗ୍ରାମକୁ ଯାଉଥିବାବେଳେ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବା ଫଳରେ 15 ଜଣ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହିପରି ଏକ ଆଉ ଏକ ଶ୍ରମିକ ପରିବାରଙ୍କ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।  ଲକ୍‌ ଡାଉନ୍‌ ଯୋଗୁଁ କାମ ଓ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବେଶ୍‌ ଘାରିଛି। କରୋନା ସ୍ଥିତିକୁ ଦେଖି ବିଭିନ୍ନ ଦେଶରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଲକ୍‌ଡାଉନ୍ ୩.୦ ଜାରି କରାଯାଇଛି। ଅପିତୁ ଏହି ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଟି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତନ କରାଯାଇଛି। ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କାମ ଧନ୍ଦା ନ ପାଇଁ ଶ୍ରମିକମାନେ ଏବେ ନିଜ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ଜଗତସିଂହପୁରପୁରରେ କାମ କରୁଥିବା…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସକାଳେ 14 ଜଣ ଚିହ୍ନଟ ହୋଇଥିବାବେଳେ ଏବେ ତିନି ଜଣ  ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରେ ଏହି ତିନି ନୂଆ ଆକ୍ରାନ୍ତଙ୍କୁ ମିଶାଇ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 287ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବଢିବାରେ ଲାଗିଛି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି। ଗଞ୍ଜାମରୁ ସର୍ବାଧିକ ରୋଗୀ 83ଜଣ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଯାଜପୁର ଓ ଖୋର୍ଦ୍ଧା। ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରେ 32 ଜଣ ସୁସ୍ଥ…

Read More

କେଦାର ମିଶ୍ର ଆଜି ସକାଳର ସବୁଠୁ ବଡ ଖବର ଥିଲା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଏକ ରେଳ ଧାରଣାରେ ଶୋଇ ପଡିଥିବା ୧୫ ଜଣ ଶ୍ରମିକଙ୍କ ଉପରେ ରେଳଗାଡି ମାଡି ଗଲା। ସେଥିରେ ସେମାନେ ପ୍ରାଣ ହରାଇଛନ୍ତି। ରେଳଗାଡି କୁ ଦୋଷ ଦେଇ ଲାଭ ନାହିଁ। ସେ ତ ଲୁହାରେ ତିଆରି ମେସିନ। ହେଲେ ଏ ଦେଶରେ ଚାଲିଥିବା ସରକାର ବି ଲୁଆରେ ତିଆରି ମେସିନ କି? ମଣିଷମାନେ ଆମ ଦେଶର ସରକାର ଚଳାଉଛନ୍ତି ନା ମେସିନ ମାଧ୍ୟମରେ ଆମର ସରକାର ଚାଲିଛି? ରେଳ ଧାରଣାରେ ଶୋଇ ପଡିଥିବା ଏ ଶ୍ରମିକମାନଙ୍କର ଏକମାତ୍ର ଦୋଷ ହେଉଛି ଏମାନେ ଗରିବ ଓ ନିରକ୍ଷର। ଏମାନେ ଭାବିଲେ ରେଳ ଚାଲୁନି, ତେଣୁ ରେଳ ଧାରଣାରେ ଶୋଇପଡିଲେ। ମଣିଷ କେତେ ଅସହାୟ ହେଲେ ଯାଇ ରେଳ ଧାରଣାରେ ଶୋଇପଡେ? ଗତ ମାର୍ଚ୍ଚ ୨୪ ତାରିଖରୁ ହଜାର ହଜାର ଶ୍ରମିକ ଏମିତି ବାଟ ଚାଲୁଛନ୍ତି। ସେମାନଙ୍କ ପାଇଁ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି 14 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 12, ସୁନ୍ଦରଗଡରୁ ଜଣେ ଓ ଭଦ୍ରକରୁ ଜଣେ ରହିଛନ୍ତି । ଏବେ ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 284କୁ ବୃଦ୍ଧି ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବାବେଳେ ସୁନ୍ଦରଗଡରେ  ଆକ୍ରାନ୍ତଙ୍କ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ସେହିପରି ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଛି ।

Read More

ଭୁବନେଶ୍ବର, ପସନ୍ଦ ଆପଣଙ୍କର ରୋଷେଇ ଆମର, ଏପରି ଏକ ସ୍ଲୋଗାନ ନେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆରମ୍ଭ କଲା ଅନଲାଇନ ଖାଦ୍ୟ ଯୋଗାଣ ସେବା। ପାନ୍ଥନିବାସ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏଣିକି ଅନଲାଇନରେ ଉପଲବ୍ଧ କରାଇବା ପାଇଁ କରାଯାଇଛି ଏହି ବ୍ୟବସ୍ଥା। ସେଥିପାଇଁ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ସ୍ବୁଗି ଓ ଜୋମାଟୋ ସହିତ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି। ବୁଝାମଣା ଅନୁସାରେ ଏହି ଅନଲାଇନ ଯୋଗାଣ ସଂସ୍ଥା ପାନ୍ଥନିବାସ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଡୋର ଟୁ ଡୋର ସେବା ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ ଓଟିଡିସି ଭୁବନେଶ୍ବର, କଟକ, ପୁରୀ ଓ ରାଉରକେଲାରେ ଏହି ବ୍ୟବସ୍ଥା ଆରମ୍ଭ କରିବ ବୋଲି ନିଷ୍ପତି ହୋଇଛି। ଏଥିରେ ଓଡିଶାର ପାଂରପାରିକ ଖାଦ୍ୟ, ନିରାମିଷ ଓ ଆମିଷ ଖାଦ୍ୟ ଯୋଗାଣ କରାଯିବ। ଏପରିକି ସ୍ବତନ୍ତ୍ର ପୂଜା ଦିନମାନଙ୍କରେ ପିଠା, ପୋଡପିଠା, କାକରା ପିଠା ପ୍ରଭୃତି ମଧ୍ୟ ପ୍ରଦାନ କରାଯିବ। ବର୍ତ୍ତମାନ…

Read More