Author: Samikhsya Bureau

ନୂଆଦିଲ୍ଲୀ, କରୋନା ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୩୮୬ ରୋଗୀ ସୁସ୍ଥ ହେବା ସହିତ ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୨,୦୪,୭୧୦ରେ ପହଞ୍ଚିଛି । ଆରୋଗ୍ୟ ହାର ଶତକଡା ୫୩.୭୯କୁ ବୃଦ୍ଧି ହେବା ସହ ବର୍ତ୍ତମାନ ୧,୬୩,୨୪୮ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ପ୍ରତିଦିନ ଆରୋଗ୍ୟ ଏବଂ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଆସ୍ତେ ଆସ୍ତେ ବୃଦ୍ଧି ପାଉଛି । ଦେଶରେ କୋଭିଡ-୧୯ର ଉତ୍ତମ ପରିଚାଳନା ଯୋଗୁଁ ଏଭଳି ସୁଫଳ ମିଳୁଥିବା ଅନୁମାନ କରାଯାଉଛି । ନିରାପତ୍ତା ମୂଳକ ପଦକ୍ଷେପ ଯେପରିକି ଲକଡାଉନକୁ ତ୍ୱରାନ୍ୱିତ କରିବା, କୋଭିଡ ସମ୍ପର୍କରେ ଜନସାଧାରଙ୍କୁ ସଚେତନତା ଓ କେନ୍ଦ୍ର ତଥା ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ଵୟ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଛି । ଲଡକାଉନ ଯୋଗୁଁ ସରକାରଙ୍କୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଓ ନମୁନା ପରିକ୍ଷାକୁ ସୁସଂଯତ କରିବା ପାଇଁ ଯଥେଷ୍ଟ ସମୟ ମିଳିଥିଲା । ସମଯୋଚିତ…

Read More

ନୂଆଦିଲ୍ଲୀ, ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଏହି ପତ୍ରରେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ସହ 2024 ସୁଦ୍ଧା ପ୍ରତି ଘରକୁ ପାଇପ ଜଳ ସଂଯୋଗ ଦେବା ଏହି ମିଶନର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଏ ବାବଦରେ କମ ଅର୍ଥ ବିନିଯୋଗ କରିଥିବା ଓ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ଦର୍ଶାଇଛନ୍ତି । 2019-20ରେ 15.61 ଲକ୍ଷ ଘରକୁ ପାଇପ ସଂଯୋଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମାତ୍ର 4.37 ଲକ୍ଷ୍ୟ ଅର୍ଥାତ 27.97 ଭାଗ ପରିବାରକୁ ଏହା ଯୋଗାଇଦିଆଯାଇଛି । ଏଥିପାଇଁ କମ ଅର୍ଥ…

Read More

ନୂଆଦିଲ୍ଲୀ, ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା ଅର୍ଥ କୋଭିଡ-୧୯ ମହାମାରୀର ପ୍ରତିକୂଳ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିନିଯୋଗ କରାଯିବ। ଏଆଇଆଇବି ପକ୍ଷରୁ ଏହା ହେଉଛି ଭାରତକୁ ସର୍ବପ୍ରଥମ ବଜେଟ ସହାୟତା। ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ ମହାନିର୍ଦ୍ଦେଶକ (କାର୍ଯ୍ୟକାରୀ) ରଜତ ମିଶ୍ରା ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଖାରେ କହିଥିଲେ, “କରୋନା ଭୂତାଣୁ ମୁକାବିଲା ନିମନ୍ତେ ଏଆଇଆଇବି ପକ୍ଷରୁ ଏହି ସହାୟତା ପାଇଁ ଆମେ ଧନ୍ୟବାଦ ଜଣାଉଛୁ। କରୋନା ଭୂତାଣୁ କାରଣରୁ ମହିଳାଙ୍କ…

Read More

ନୂଆଦିଲ୍ଲୀ, ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି। ଗତ 3 ତାରିଖ ଦିନ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି । କମିଟିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟତୀତ ଫାର୍ମାସ୍ୟୁଟିକାଲ ବିଭାଗ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏଥିରେ ଯୋଗଦେଇଥିବା ବେଳେ ଫାର୍ମାସ୍ୟୁଟିକାଲ ବିଭାଗ ଏଚସିକ୍ୟୁ ବଟିକା ଉପରୁ ରପ୍ତାନି କଟକଣା ଉଠାଇବା ପାଇଁ ସୁପାରିଶ କରିଥିଲା। ଗତକାଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ବୈଠକରୁ ଆହୁରି ଜଣାପଡିଛି ଯେ,  ଗତ ମାର୍ଚ୍ଚ ରୁ ମେ’ ମାସ ମଧ୍ୟରେ ଦେଶରେ ଏଚସିକ୍ୟୁ ବଟିକା ୟୁନିଟ 2 ରୁ 12କୁ ବୃଦ୍ଧି ପାଇବା ଫଳରେ ଏହାର ଉତ୍ପାଦନ ମାସିକ 10 ରୁ 30 କୋଟିକୁ ବୃଦ୍ଧି ପାଇଛି । ଦେଶରେ ଆବଶ୍ୟକତା…

Read More

ପୁରୀ,  ରଥଯାତ୍ରା ହେବ ବୋଲି ଆମେ ବର୍ତ୍ତମାନ ସୁଦ୍ଧା ଆଶା ରଖିଛୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଭ୍ୟୁ ପିଟିସନ ଦାଖଲ ହୋଇଛି। ସୋମବାର ଦିନ କୋର୍ଟ ଏହା ଉପରେ କିଛି ପୁନଃବିଚାର କରିପାରନ୍ତି ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଆଜି ପ୍ରାୟ ସାଢେ ତିନି ଘଣ୍ଟା ଧରି ଛତିଶା ନିଯୋଗ ବୈଠକ ପରେ ଗଜପତି ଏହା କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ସରକାର ଏହାର ପୁନଃବିଚାର ପାଇଁ ପକ୍ଷ ରଖନ୍ତୁ। ବିଭିନ୍ନ ଅନୁଷ୍ଠାନ ତରଫରୁ ପିଟିସନ ଦାଖଲ କରାଯାଇଛି। ଶନି ଓ ରବିବାର ଛୁଟି ଥିବାରୁ ସୋମବାର ଦିନ କୋର୍ଟ ତାଙ୍କ ରାୟକୁ ସଂଶୋଧନ କରିପାରନ୍ତି ବୋଲି ଗଜପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟରେ ଯେପରି ରଥଯାତ୍ରା ନେଇ ତଥ୍ୟ ଉପସ୍ଥାପନା କରାଗଲା ତାହା ଠିକ ନ ଥିଲା ବୋଲି ଗଜପତି କହିଛନ୍ତି। ରଥଯାତ୍ରା ବେଳେ 10 ରୁ 12 ଲକ୍ଷ ଭକ୍ତ ଯୋଗଦେବେ ବୋଲି କହିବା…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମଜୀବୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛୁକ ପ୍ରବାସୀ ଶ୍ରମଜୀବୀମାନଙ୍କୁ ୧୮୦୦୩୪୫୬୭୦୩ ହେଲ୍ପଲାଇନ୍‌/ଜିଲ୍ଲା କଣ୍ଟ୍ରୋଲ୍‌ ରୁମ୍‌କୁ କଲ୍‌ କରିବା କିମ୍ବା ପୋର୍ଟାଲ୍‌ରେ ପଂଜୀକରଣ କରିବାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଅନୁରୋଧ କରାଯାଇଛି। 1-ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଗ୍ନିଶମ ସେବା ସଂସ୍ଥାର ଦକ୍ଷତା ବୃଦ୍ଧି ନିମନ୍ତେ ଯୋଜନା ପ୍ରସ୍ତୁତି ହୋଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ଅତ୍ୟାଧୁନିକ ଯନ୍ତ୍ରପାତି କିଣିବେ। 2-ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିୟୋଜିତ କୋଭିଡ୍‌ ସଚେତକ ସେଚ୍ଛାସେବୀମାନଙ୍କ…

Read More

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଗଣ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ପ୍ରତିବାଦ କରିଥିଲେ। ୨୦୧୪ ମସିହାରେ ଯେତେବେଳେ ଅଶୋଧିତ ତୈଳର ଦାମ ୧୦୭ ଡଲାରୁ ବଢ଼ି ୧୩୫ ଡଲାର ଥିଲା ବେଳେ ପେଟ୍ରୋଲର ମୂଲ୍ୟ ୪୨ଟଙ୍କା ଥିଲାବେଳେ ଏବଂ ଡିଜେଲର ମୂଲ୍ୟ ୩୫ଟଙ୍କା ପାଖାପାଖି ଥିଲା। କିନ୍ତୁ ଆଜି ବିଶ୍ୱ ବଜାରରେ କଂଚା ତୈଳ୍ୟର ଦାମ ୪୦ ଡଲାରୁ ୩୭ ଡଲାରକୁ ଖସିଥିଲା ବେଳେ ପେଟ୍ରୋଲ ଦାମ ୭୮ଟଙ୍କା ଏବଂ ଡିଜେଲର ଦାମ ୭୫ ଟଙ୍କାରେ ପହଂଚିଛି । ଏହି ବିଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦାମ ପାଖାପାଖି ୭ଟଙ୍କାରୁ ୮ଟଙ୍କା ବୃଦ୍ଧି ଘଟିଛି। କରେନା ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର…

Read More

ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍‌ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି । ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଏହା ୧,୧୫,୬୯୩.୯୫ କୋଟି ଟଙ୍କା ଓ ରାଇଟସ୍ ଇସ୍ୟୁ ଜରିଆରେ ୫୩,୧୨୪.୨୦ କୋଟି ଟଙ୍କା ପୁଞ୍ଜି ହାସଲ କରିଛି । ସମଗ୍ର ବିଶ୍ୱରେ ଏତେ କମ୍ ସମୟରେ ଭିତରେ ସାମଗ୍ରିକ ଭାବେ ଏତେ ଅଧିକ ପୁଞ୍ଜି ହାସଲ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଭାରତୀୟ କର୍ପୋରେଟ୍ ଜଗତ ଇତିହାସରେ ମଧ୍ୟ ଏହି ଦୁଇ ପଦକ୍ଷେପ ଅବିଶ୍ୱସନୀୟ ଏବଂ ଏହା ନୂତନ ମାନଦଣ୍ଡ ସୃଷ୍ଟି କରିଛି । ଏହା ଏଥିପାଇଁ ଆହୁରି ଅଧିକ ଉଲ୍ଲେଖନୀୟ ହୋଇପଡ଼ିଛି କାରଣ କୋଭିଡ୍‌-୧୯ ମହାମାରୀ ଲାଗି ବିଶ୍ୱବ୍ୟାପୀ ଲକ୍‌ଡାଉନ୍ ସମୟରେ ଏହା ହାସଲ କରାଯାଇପାରିଛି । ପେଟ୍ରୋ-ରିଟେଲ୍ କ୍ଷେତ୍ରରେ ଯୌଥ ଉଦ୍ୟୋଗରେ ବିପିକୁ ବିକ୍ରି…

Read More

ପୁରୀ : ରଥଯାତ୍ରା କରିବା ପାଇଁ ପୁଣି ପିଟିସନ ଦାଏର କରାଯାଇଛି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଛି । ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ମୋଡିଫିକେସନ୍‌ ପିଟିସନ୍‌ ଦାଏର ହୋଇଛି । ଏଥିରେ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି । ଏନେଇ ପିଟିସନ ଦାୟର କରିଛନ୍ତି ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ । ପୁରୀ ସହରକୁ ସଟ୍‌ଡାଉନ୍‌ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ଏହି ଆବେଦନ କରାଯାଇଛି । ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତର ସର୍ବୋଚ୍ଚ ଅଦାଲତ ରଥଯାତ୍ରା ବନ୍ଦ ନେଇ ରାୟ ଦେଇଥିଲେ । ସେହିପରି ରାଜ୍ୟ କ୍ୟାବିନେଟ୍‌ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମନ୍ଦିର ଭିତରେ ରଥଯାତ୍ରା ବିଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିପରି ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ…

Read More

ପାଟନା : ପାଟନାର ଦୀଘାଘାଟଠାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ବିସର୍ଜନ କରାଯାଉଛି । ପଣ୍ଡିତଜୀଙ୍କ ପୂଜାର୍ଚ୍ଚନା ପରେ ତାଙ୍କ ପିତା କେକେ ସିଂହ ଓ ଦୁଇ ଭଉଣୀ ନଦୀରେ ତାଙ୍କ ଅସ୍ଥି ବିସର୍ଜନ କରୁଛନ୍ତି । ସୂଚନାଯୋଗ୍ୟ,  ଗତ ଜୁନ୍‌ 14 ତାରିଖରେ ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ମାନସିକ ଅବସାଦ କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ରହିଛି ।

Read More

ପାଟନା : ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ  ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଲଦାଖ ଗଲଓ୍ବାନ ଘାଟିରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କୁ ଶେଷ ସମ୍ମାନ ଜଣାଉଛନ୍ତି ।

Read More

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ  ଲଦାଖ ଗଲୱାନ ଘାଟିରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦ ଦୁଇ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନଙ୍କ ଶେଷ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

Read More

ନୂଆଦିଲ୍ଲୀ : ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ପୁଣିଥରେ ବିଗିଡଇଛି । ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସର୍ପୋଟରେ ରଖାଯାଇଛି । ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ  ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଦୁଇ ଦିନ ପୂର୍ବରୁ କରୋନା ଭାଇରସରେ ସଂକ୍ରମିତ ହୋଇଥିବାର ସୂଚନା ରହିଥିଲା । ଦିଲ୍ଲୀସ୍ଥିତ ରାଜୀବ ଗାନ୍ଧି ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଚିକିତ୍ସା କରାଯାଉଥିବାବେଳେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାର ସୂଚନା ରହିଛି । କିଛି ଦିନ ପୂର୍ବରୁ ଜ୍ବର ଓ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ  ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । କିନ୍ତୁ ଦୁଇ ଦିନ ପୂର୍ବରୁ ସତ୍ୟେନ୍ଦ୍ର ଜୈନ୍‌ଙ୍କ ପୁନର୍ବାର କରୋନା ଟେଷ୍ଟ କରାଯିବା ପରେ ପଜିଟିଭ୍‌ ମିଳିଥିଲା । କିନ୍ତୁ  ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା…

Read More

ମୁମ୍ବାଇ : ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଦ୍ବିତୀୟ ଓ୍ବେବସିରିଜ୍‌ ବୁଲ୍‌ବୁଲ୍‌ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ଅଲୌକିକ ପୃଷ୍ଠଭୂମିରେ ରଚିତ ଏହି ସିରିଜ୍‌ରେ ଅପରାଧ, ରହସ୍ୟ, ପ୍ରେମ ଓ  ପ୍ରତିଶୋଧର ଟୁଇଷ୍ଟ ଦେଖିବାକୁ ମିଳିବ । ଏହି ସିରିଜ୍‌ଟି ଆସନ୍ତା ଜୁନ୍‌ 24 ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ସିରିଜ୍‌ରେ ଅବିନାଶ ତିଓ୍ବାରୀ, ତୃପ୍ତି ଡିମ୍‌ରୀ, ପାଓଲି ଡେମ୍‌, ପରମବ୍ରତ୍‌ ଚାର୍ଟାର୍ଜୀ, ରାହୁଲ୍‌ ବୋଷ୍‌ ପ୍ରମୁଖ ନଜର ଆସିବେ । ଟ୍ରେଲରରେ ତୃପ୍ତି ବଙ୍ଗାଳୀ ବୋହୂ ଚରିତ୍ରରେ ବେଶ୍‌ ସୁନ୍ଦର ଲାଗୁଛନ୍ତି । ସେହିପରି ଅନ୍ୟ ଚରିତ୍ରମାନେ ମଧ୍ୟ ବେଶ୍‌ ବଳିଷ୍ଠ ଅଭିନୟ କରିଥିବାର ଜଣାପଡୁଛି । ପୂର୍ବରୁ ବୁଲ୍‌ବୁଲ୍‌ର ମୋସନ୍‌ ପୋଷ୍ଟରକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବାବେଳେ ସିରିଜ୍‌କୁ ଦେଖିବାକୁ ଅପେକ୍ଷା କରିଛନ୍ତି । ବଡ ମହଲରେ ଥିବା ରହସ୍ୟକୁ ଉନ୍ମୋଚନ କରି ଦର୍ଶକଙ୍କୁ କେତେ ଦୂର ଆକୃଷ୍ଟ କରିପାରୁଛି ତାହା ସିରିଜ୍‌ର…

Read More

ପ୍ରୟାଗରାଜ : ସାଧାରଣତଃ ଜଣେ ଝିଅ ଓ ପୁଅ ମଧ୍ୟରେ ବାହାଘର ହୋଇଥାଏ । କିନ୍ତୁ ପ୍ରୟାଗରାଜରେ ହୋଇଥିବା ଏକ ବିବାହକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । ନିଜ ପିତାର ଇଚ୍ଛା ପୂରଣ କରିବା ପାଇଁ କାଠ କଣ୍ଢେଇକୁ ବିବାହ କରିଛନ୍ତି ଜଣେ ଯୁବକ । ବାହାଘରର ସମସ୍ତ ରୀତି ଓ ନୀତି ଅନୁଯାୟୀ ଯୁବକ ଜଣକ କାଠ କଣ୍ଢେଇକୁ ବିବାହ କରିଛନ୍ତି । ପ୍ରୟାଗରାଜର ଘୁରୁପୁର ଥାନା ଅଞ୍ଚଳର ମନକବାର ଗ୍ରାମର 90 ବର୍ଷୀୟ ଶିବ ମୋହନଙ୍କ 9ଜଣ ପୁତ୍ର ଥିଲେ । ସମସ୍ତ ଛୋଟ ପୁତ୍ରର ନାମ ହେଉଛି ପଞ୍ଚରାଜ । ଯାହାଙ୍କ ବାହାଘର ହୋଇନଥିବାସ୍ଥଳେ ଅନ୍ୟ ସମସ୍ତ ଭାଇଙ୍କର ବାହାଘର ସରିଥିଲା । କିଛି କାରଣ ପାଇଁ ପଞ୍ଚରାଜଙ୍କ ବିବାହ ହୋଇପାରୁନଥିବା ସ୍ଥଳେ ବୃଦ୍ଧ ପିତାଙ୍କର ସାନ ପୁଅର ବାହାଘର ଦେଖିବା ପାଇଁ ଇଚ୍ଛା ରହିଥିଲା । ନିଜ ଜୀବନ କାଳ ଭିତରେ ସେ…

Read More

ପୁରୀ : ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ ହେବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା କରାଯାଇଥିଲା । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ବାହାରେ ରଥଯାତ୍ରା ହୋଇପାରିବନି ବୋଲି କୋର୍ଟ ଆଦେଶ ଦେବା ପରେ ଆଜି ପରିଚାଳନା କମିଟିରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହି ହେତୁ ଏବର୍ଷ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ମଧ୍ୟ ମଧ୍ୟ ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଗଜପତି । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏ ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି…

Read More

ଭୋପାଳ : ଆଜି ଦେଶର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଆଜି ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ମଣିପୁର, ମେଘାଳୟ ଓ ମିଜୋରାମ ଆଦି ରାଜ୍ୟର ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଛି । ମଧ୍ୟପ୍ରଦେଶର ତିନୋଟି ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଛି। କଂଗ୍ରେସର ପାର୍ଟିର ଦୁଇ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ସତ୍ତ୍ବେ ପିପିଇ କିଟ୍‌ ପିନ୍ଧି ଭୋଟ୍‌ ଦେବାକୁ ଆସିଥିବାର ନଜର ଆସିଛି । ଆଜି ପ୍ରାୟ ଦିନ ଗୋଟାଏ ସୁଦ୍ଧା କଂଗ୍ରେସର ବିଧାୟକ କୁଣାଲ ଚୌଧୁରୀ ପିପିଇ କିଟ୍‌ ପିନ୍ଧି ଭୋଟ୍‌ ଦେଉଥିବାର ଦେଖାଯାଇଥିଲା।  ବିଧାୟକ ଜଣକ ଭୋଟ୍‌ ଦେଇ ସାରିବା ପରେ ପୂରା ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି । ସେହିପରି ମେନ୍‌ ଗେଟ୍‌କୁ ସାନିଟାଇଜ୍‌ କରାଯାଇଛି ମଧ୍ୟପ୍ରଦେଶରେ 3 ଆସନରେ 4 ଜଣ ଆଶାୟୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ବିଜେପି ଓ କଂଗ୍ରେସର 2-2…

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଆକ୍ରାନ୍ତ ଜଣକ ହରିୟାଣାରୁ ଫେରିଥିବାବେଳେ  ଆକ୍ରାନ୍ତ ଜଣକ ନୂଆଗାଁର ବୋଲି ସୂଚନା ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା 175ରେ ପହଞ୍ଚିଛି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତ 86 ଜଣ ରହିଥିବାବେଳେ 89 ଜଣ ସୁସ୍ଥ ହୋଇଛନ୍ତି ।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବର ସହରର 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 7 ଜଣଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନ ଏବଂ 3ଜଣ ଲୋକାଲ କେଶ ବୋଲି ବିଏମସି ପ୍ରକାଶ କରିଛି। ହୋମ କ୍ବାରେଣ୍ଟିନ୍‌ରେ ଥିବା ସମସ୍ତ ଚାରି ଆକ୍ରାନ୍ତମାନେ ହେଉଛନ୍ତି ରେଳ କର୍ମଚାରୀ । ଏହି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 38, 30, 34 ଓ 31 ବର୍ଷ ବୋଲି ଜଣାପଡିଛି । ଏହି ଆକ୍ରାନ୍ତମାନେ ଦିଲ୍ଲୀ ଯାତ୍ରା କରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ତିନି ଲୋକାଲ କେସ୍‌ ମଧ୍ୟରେ ଜଣେ 31 ବର୍ଷୀୟା ମହିଳା ରହିଛନ୍ତି। ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତ ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତ ମଧ୍ୟରେ 45 ବର୍ଷୀୟା ଜଣେ ମହିଳାଙ୍କ ସମେତ 10 ବର୍ଷୀୟ ଏକ ବାଳକ…

Read More

ଜମ୍ମୁ :  ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଆଜି ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ 8 ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଅବନ୍ତିପୋରା ମୌଜାର ପମ୍ପୋରରେ ଭାରତୀୟ ସେନାରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ଖବର ପାଇ ଭୟରେ ଆତଙ୍କବାଦୀମାନେ ଏକ ମସଜିଦରେ ଲୁଚିଯାଇଥିଲେ । ପ୍ରଥମେ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଥିଲେ । ଏହାର କଡ଼ା ଜବାବ୍ ଦେଇଥିଲେ ଭାରତୀୟ ସୁରକ୍ଷା କର୍ମୀ । ଫଳରେ ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଏବଂ ସେନାର ଗୁଳିମାଡରେ ସୋଫିଆନରେ 5 ଓ ପାମ୍ଫୋରରେ 3 ଆତଙ୍କବାଦୀ ନିହତ ହୋଇଥିବା ନେଇ ଜଣାପଡିଛି । ମୃତ ଆତଙ୍କବାଦୀମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସହ ଏକେ-47 ଓ ଇନସାସ ରାଫଲ ଜବତ ହୋଇଛି । (ଏଜେନ୍ସି)

Read More