Author: Samikhsya Bureau

ଲକ୍ଷ୍ନୌ : ଜମ୍ମୁ କାଶ୍ମୀରର ହଣ୍ଡଓ୍ବାରାରେ ଶହୀଦଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିହତ ରାଷ୍ଟ୍ରୀୟ ରାଇଫଲ୍‌ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମାଙ୍କ ପାଇଁ ଯୋଗୀ ଏହି ସହୟତା ରାଶି ଘୋଷଣା କରିଛନ୍ତି । ସହକାରୀ ମୁଖ୍ୟ ସଚି ଅବିନାଶ ଅଓ୍ବସ୍ଥି ଏହି ସହାୟତା ସମ୍ପର୍କରେ ଘୋଷଣା କରିବା ସହିତ ଶର୍ମାଙ୍କ ପତ୍ନୀଙ୍କୁ 40 ଲକ୍ଷ ଟଙ୍କା ଏବଂ ପରିବାରକୁ 10 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ରାଇଫଲ୍‌ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମା ବୁଲନ୍ଦସହରର ସ୍ୟାନା ସହରର ବାସିନ୍ଦା ଅଟନ୍ତି । ଏହା ସହିତ ଶହୀଦଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଶୁତୋଷ ଶର୍ମାଙ୍କ ସ୍ମୃତିରେ ଏକ ଗୌରବ ଦ୍ବାର ନିର୍ମାଣ କରାଯିବା ନେଇ ମଧ୍ୟ ଯୋଗୀ ଘୋଷଣା କରିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ/ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟର ମୁରଲୀ ବିଜୟଙ୍କ ଡିନର ପ୍ରସ୍ତାବରେ ରାଜି ହୋଇଛନ୍ତି ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଏଲିସ୍‌ ପେରୀ । କିଛି ଦିନ ପୂର୍ବରୁ ଏକ ଟ୍ବିଟ୍ଟର ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଏଲିସ୍‌ ପେରୀଙ୍କ ସହିତ ରାତ୍ରଭୋଜନରେ ଯିବାର ପ୍ରସ୍ତାବ ଦେଇଥିଲେ । ନିକଟରେ ଲକ୍‌ଡାଉନ୍‌ ସମୟରେ ସୋନୀ ସ୍ପୋର୍ଟସ୍‌ ସହିତ ନିଜର ସାକ୍ଷାତକାର ସମୟରେ ପୂର୍ବତନ ଭାରତୀୟ ଓପ୍‌ନରଙ୍କ ରାତ୍ରଭୋଜନ ଅନୁରୋଧକୁ ଗ୍ରହଣ କରିଛନ୍ତି । ତେବେ ଯଦି ବିଜୟ ବିଲ୍‌ ପେମେଣ୍ଟ କରନ୍ତି ତେବେ ସେ ଡିନରରେ ଯିବେ ବୋଲି ପେରୀ ସର୍ତ୍ତ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ମହିଳା ଦଳ 6ଟି ବିଶ୍ବକପ୍‌ରେ ବିଜୟୀ ହୋଇଥିବା ବେଳେ ଏଲିସ୍‌ ପେରୀ 5ଟି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରିଛନ୍ତି । https://twitter.com/i/status/1256546478027350017

Read More

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସୀମା ସୁରକ୍ଷା ବଳର ଜନୈକ କନେଷ୍ଟବଳ ନିଜର ଉପରିସ୍ଥ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଡ୍ୟୁଟିକୁ ନେଇ ନିଜ ଉପରିସ୍ଥ ଅଧିକାରୀଙ୍କ ସହିତ ବଚସା ପରେ ଏପରି କାଣ୍ଡ ଭିଆଇଛନ୍ତି କନେଷ୍ଟବଳ ଶିବ୍‌ ଚନ୍ଦର । ରବିବାର ଡ୍ୟୁଟିରେ ବିଳମ୍ବରେ ପହଞ୍ଚିବାରୁ ସବ୍‌ ଇନ୍ସପେକ୍ଟର ଆରପି ସିଂ ଚନ୍ଦରଙ୍କୁ ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଚନ୍ଦର ନିଜ ସରକାରୀ ବନ୍ଧୁକରୁ ଗୁଳି କରି ସିଂଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ।

Read More

ଭୁବନେଶ୍ବର: ବିଶିଷ୍ଟ ସମାଲୋଚକ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଏବେ ଇଣ୍ଟରନେଟ୍‌ରେ। ଗୋଟିଏ କ୍ଲିକ୍‌ରେ ଆପଣ ପାଇପାରିବେ ଏହି ପ୍ରସିଦ୍ଧ ସମାଲୋଚନା ମୂଳକ ପତ୍ରିକାର ପୃଷ୍ଠା। ଭୁବନେଶ୍ୱରର ସୃଜନିକା ନିଆଁଖୁଣ୍ଟାର ସଂଖ୍ୟାଗୁଡ଼ିକୁ ଡିଜିଟାଇଜ୍ କରିଛି। ଏହା ଓଡ଼ିଆ ବିଭବ ୱେବ୍‌ସାଇଟ୍ (https://odiabibhaba.in)ରେ ଉପଲବ୍ଧ ହେବ। ଏଥିରୁ ଡାଉନ୍‌ଲୋଡ୍‌କରି ଯେକୌଣସି ବ୍ୟକ୍ତି ଏହାକୁ ଦେଖି ପାରିବେ। ୧୯୩୮ ମସିହାରେ ଏହି ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା। ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟରେ ହେଉଥିବା କାମ ବା ଘଟଣାର ଗଠନମୂଳକ ସମାଲୋଚନା କରିବା। ବହୁ କ୍ଷେତ୍ରରେ ରାଜନୀତିର ଭିତିରି କଥାକୁ ବେଶ ରୋଚକ ଢଙ୍ଗରେ ଏହି ପତ୍ରିକାରେ ପ୍ରକାଶ କରାଯାଉଥିଲା। ତେବେ ଏହି ପତ୍ରିକାକୁ ଡିଜିଟାଇଜ୍ କରିବା ପାଇଁ ଗୋଦାବରୀଶ ମହାପାତ୍ରଙ୍କ ପୁଅ ଭବାନୀଶଙ୍କର ମହାପାତ୍ରଙ୍କ ସହଯୋଗ ବିନା ସମ୍ଭବ ହୋଇ ପାରିନ‌ଥାନ୍ତା ବୋଲି ସୃଜନିକା ପକ୍ଷରୁ କୁହାଯାଇଛି। ଏବେ ନିଆଁଖୁଣ୍ଟା ବହୁ ସଂଖ୍ୟା ମିଳିପାରି ନାହିଁ। କୌଣସି ବ୍ୟକ୍ତି…

Read More

ସଞ୍ଜୟ କୁମାର କର ଖୋର୍ଦ୍ଧା : କୋଚିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ରାଜ୍ୟରେ ପହଞ୍ଚିଛନ୍ତି ପ୍ରବାସୀ ଓଡିଆ । ପ୍ରାୟ 1200 ଓଡିଆଙ୍କୁ ନେଇ କୋଚିର ଆଲୁଭାରୁ ଛାଡିଥିବା ଟ୍ରେନ୍‌ଟି ରବିବାର ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିଥିଲା । ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ରେ ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଇଛି । ବସ୍‌ ଯୋଗେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଜିଲ୍ଲାର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି । ଏହା ସହିତ ସରକାରଙ୍କ ଏହି ପଦକ୍ଷେପକୁ ପ୍ରବାସୀ ଶ୍ରମିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ମୋହନା ପୋଲିସ୍‌କୁ ମିଳିଛି ବଡ ସଫଳତା । ବିଗତ ଦିନରେ ଏକ ମୋବାଇଲ୍‌ ଦୋକାନରୁ ଚୋରି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସ୍‌ ସକ୍ଷମ ହୋଇଛି । ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଗତ 30ତାରିଖରେ ଏକ ମୋବାଇଲ ଦେକାନରୁ ଏବଂ ହାଇସ୍କୁଲରୁ ଚୋରି କରିଥିଲେ । ମୋବାଇଲ୍‌ ଦୋକାନରେ କଳକାକନା ବୁଲାଇବା ସହିତ ହାଇସ୍କୁଲ ପରିସରରୁ ଏକ କମ୍ପ୍ୟୁଟର ଚୋରି କରି ନେଇଥିଲେ । ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମୋବାଇଲ ଦୋକାନୀ ମୋହନା ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ୍‌ ଆଧାରରେ ମୋହନା ପୋଲିସ୍‌ ଚଢାଉ କରି ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ସମସ୍ତ ମୋବାଇଲ ସହିତ କମ୍ପ୍ୟୁଟର ଜବତ କରିଛି । ଆର. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍‌ ଚଢାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ସିଆରପିଏଫ୍‌ ମୁଖ୍ୟାଳୟରେ ଜନୈକ ଡ୍ରାଇଭର କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ମୁଖ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ଗତକାଲି 68 ଯବାନ ସଂକ୍ରମିତ ହୋଇଥିବା ବେଳେ ଆଜି ମୁଖ୍ୟାଳୟର ଜନୈକ ଡ୍ରାଇଭର୍‌ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଡ୍ରାଇଭର୍‌ ଜଣକ ସଂକ୍ରମିତ ହେବା ପରେ 40 ଜଣ ସିଆରପିଏଫ୍‌ ଯବାନ ଏବଂ ଦିଲ୍ଲୀର ସହକାରୀ ଡିଆଇଜିଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କେନ୍ଦ୍ରୀୟ ସୁରକ୍ଷା ବଳର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି ।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରି ପଳାୟନ କରିଥିବା ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଛନ୍ତି। ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ଏବଂ ଜନତା ହାଇ ସ୍କୁଲରେ ୫୬ ଜଣ ସୁରତ ଫେରନ୍ତା ରହିଥିବା ବେଳେ ଖାଦ୍ୟପାନୀୟ ମିଳୁନଥିବା ଅଭିଯୋଗ କରି ଗେଟ୍‌ ଡେଇଁ ପଳାୟନ କରିଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଖୋଜିବାର ପ୍ରୟାସ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ବିରୋଧ କାରଣରୁ ପ୍ରବାସୀ ଶ୍ରମିକ ମାନେ ଗାଁକୁ ପ୍ରବେଶ କରି ପାରିନଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଥିବା ବେଳେ ଆହୁରି କିଛି ଶ୍ରମିକ ଏବେବି ବାହାରେ ବୁଲୁଛନ୍ତି। ଉକ୍ତ ପ୍ରବାସୀଙ୍କ ସନ୍ଧାନ ଜାରି ରହିଥିବା ଜଣାପଡିଛି। ତେବେ କ୍ବାରେଣ୍ଟାଇନ୍‌ରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟ ସରକାର ଓ ପ୍ରଶାସନ…

Read More

ଭୁବନେଶ୍ବର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ରେ କହିଛନ୍ତି । ଆଜି କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ମତ ଦେଇଛନ୍ତି । ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଉପଯୁକ୍ତ ପାସ୍‌ ନଥିଲେ କିମ୍ବା ଆସୁଥିବା ବସ୍‌ରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରାଯାଉନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍‌କୁ ମିଳିଥିବା ରୁଟ୍‌ ବ୍ୟତିରେକ ଅନ୍ୟାନ୍ୟ ରୁଟ୍‌ରେ ଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରବାସୀ ବିଶୃଙ୍ଖଳିତ ହେଲେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ବସ୍‌ରେ ଆବଶ୍ୟକତା…

Read More

ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । କେନ୍ଦୁଝରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 162ରେ ପହଞ୍ଚିଛି । କେନ୍ଦୁଝରରୁ ଚିହ୍ନଟ ଏହି ବ୍ୟକ୍ତିଙ୍କ ବୟସ 30 ବର୍ଷ ହୋଇଥିବା ବେଳେ ସେ ହାଟଡିହି ଗ୍ରାମର ଅଟନ୍ତି । ଯୁବକ ଜଣକ କୋଲକାତା ଫରନ୍ତା ହୋଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଏକ ଏନ୍‌କାଉଣ୍ଟର ଘଟିଛି । ଏହି ଏନ୍‌କାଉଣ୍ଟର 5 ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ରବିବାର ଦିନ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ବିଗତ 20 ଘଣ୍ଟା ଧରି ଏନ୍‌କାଉଣ୍ଟର ପରେ 5 ଜଣ ଯବାନ ନିହତ ହୋଇଥିବା ନେଇ ଶ୍ରୀନଗରରେ ସେନାର ମୁଖପାତ୍ର ରାଜେଶ କାଲିଆ ସୂଚନା ଦେଇଛନ୍ତି । ଯବାନଙ୍କ ନାମ ପ୍ରକାଶ କରାଯାଇନଥିଲେ ମଧ୍ୟ ରାଷ୍ଟ୍ରୀୟ ରାଇଫଲ୍‌ସର କମାଣ୍ଡିଙ୍ଗ ଅଫିସର, ରାଜଓ୍ବରର ଜନୈକ ମେଜର, ଜଣେ ଲାନ୍ସ ନାଏକ, ଜଣେ ରାଇଫଲ୍‌ ମ୍ୟାନ ଏବଂ ଜମ୍ମୁ କାଶ୍ମୀର ଏସ୍‌ଓଜିର ଜଣେ ଅଫିସର ଶହୀଦ ହୋଇଛନ୍ତି । ହଣ୍ଡଓ୍ବାରାର ଚଞ୍ଜିମୁଲ୍ଲା ଗ୍ରାମରେ ସୁରକ୍ଷା ବଳଙ୍କ ସର୍ଚ୍ଚ ଅପରେସନ୍‌ ସମୟରେ ଏହି ଏନ୍‌କାଉଣ୍ଟର…

Read More

ଭୀଷ୍ମ ସାହୁ କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତର ବଡ ଚିଚିଙ୍ଗ ଗ୍ରାମରେ ଶନିବାର ଦିନ କୂଅରେ ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଶନିବାର ୧୧ଟା ସମୟରେ ଉକ୍ତ ଗ୍ରାମର ଗୁଡ଼ ସାହୁଙ୍କ ପୁଅ ପଙ୍କଜ ସାହୁ (୧୯) ପ୍ରତିଦିନ ଭଳି ବିଲରେ ଥିବା କୂଅକୁ ଗାଧେଇବାକୁ ଯାଇଥିଲେ । ମାତ୍ର ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଉକ୍ତ କୂଅକୁ ଯାଇ ଖୋଜିବା ପରେ ପଙ୍କଜଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ଗ୍ରାମର ଦୁଇଜଣ ଯୁବକ ସନ୍ତୋଷ ଗହୀର ଓ ବିଶ୍ୱ ଝାଙ୍କରଙ୍କ ସହଯୋଗରେ କୂଅରୁ ମୃତଦେହ ଉଦ୍ଧାର କରି ସ୍ଥାନୀୟ ସରପଞ୍ଚ ନର୍ଲା ଥାନାକୁ ଜଣାଇବା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ନର୍ଲା ତହସିଲଦାର ଓ ନର୍ଲା ପୋଲିସ ଘଟଣା ସ୍ଥଳକୁ ଯାଇ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରାଥମିକ ତଦନ୍ତ ସାରି ମୃତ ଦେହକୁ ଶବ…

Read More

ବବ୍‌ଲୁ ସାହୁ କଳାହାଣ୍ଡି : କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର କାଉଡୋଳା ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ୱେବ ମିଡ଼ିଆରେ କାର୍ଯରତ ସାମ୍ବାଦିକ ଯୋଗୀନ୍ଦ୍ର କୁମାର ବାରିକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମହେଶ ଦାଶ ସାମାନ୍ୟ ଆହତ ହୋଇଛନ୍ତି । ସାମ୍ବାଦିକ ଜଣଙ୍କ ଘର ଲଡୁଗାଁ ଏବଂ ସେ କାମରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେହିପରି ଅନ୍ୟ ଯୁବକ ଜଣକ ଜୁନାଗଡ଼ ବ୍ଲକ ହିଂଲିବାହାଳି ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ କାଉଡୋଳା ଗାଁର ଅନ୍ୟ ଜଣେ ସାମ୍ବାଦିକ ବସନ୍ତ ସରବୁ ଓ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି ।

Read More

ଭୁବନେଶ୍ବର : ବଲାଙ୍ଗିରରୁ ଚିହ୍ନଟ ହୋଇଥିବା 147 ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରାଯାଇଛି । ବଲାଙ୍ଗିରର 147 ନମ୍ବର ଆକ୍ରାନ୍ତ ସାଙ୍ଗଙ୍କ ସହ କ୍ରିକେଟ୍‌ ଖେଳିଥିଲେ । ମାର୍ଚ୍ଚ 16-17ରେ ଟ୍ରେନ୍‌ରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ । ମାର୍ଚ୍ଚ 17ରେ ଷ୍ଟେସନରୁ ଅନ୍ୟ ଚାରିଜଣଙ୍କ ସହ ଗାଡିରେ ଘରକୁ ଯାଇଥିଲେ । ମାର୍ଚ୍ଚ 18ରୁ ଏପ୍ରିଲ୍‌ 5 ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ  । ଏପ୍ରିଲ୍‌ 6ରୁ 30 ତାରିଖ ପର୍ଯ୍ୟନ୍ତ ଗ୍ରାମରେ ଥିଲେ । ସାଙ୍ଗ ସହ ବହୁ ଥର କ୍ରିକେଟ ଖେଳିଥିଲେ ବୋଲି ସୂଚନା ମିଳିଛି । ଗ୍ରାମରେ ରହିବା ଭିତରେ ସଲେଇପାଲିର ଏକ ସେଲୁନ୍‌ରେ ଚୁଟି କାଟିଥିଲେ । ଲକ୍ଷଣ ନଥିଲା, ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ନମୁନା ସଂଗ୍ରହ ପରେ ପଜିଟିଭ୍‌ ମିଳିଛି । ମେ 1ରେ ନମୁନା ପଜିଟିଭ୍‌ ମିଳିବା ପରେ ବଲାଙ୍ଗିର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ନୂଆଦିଲ୍ଲୀ : ମହାମାରୀ କରୋନା ଯୋଗୁଁ ଲୋକପାଳ ସଦସ୍ୟ ଜଷ୍ଟିସ୍‌ ଅଜୟ କୁମାର ତ୍ରିପାଠୀଙ୍କ ଶନିବାର ଦିନ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା।  ଛତିଶଗଡର ହାଇକୋର୍ଟର ପୂର୍ବତନ ନ୍ୟାୟଧୀଶ ଏକେ ତ୍ରିପାଠୀଙ୍କୁ ଦୁଇ ଏପ୍ରିଲ୍‌ରେ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଲୋକପାଳର ଚାରି ନ୍ୟାୟିକ ସଦସ୍ୟ ମଧ୍ୟରୁ  ଅନ୍ୟତମ ରହିଥିଲେ। କରୋନା ଭାଇରସ୍‌ରେ ତାଙ୍କ ଝିଅ ମଧ୍ୟ ଏମ୍‌ସରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ତିନି ଦିନ ହେବ ଜଷ୍ଟିସ୍‌ ତ୍ରିପାଠୀ ଭେଣ୍ଟିଲେଟରରେ ରହିଥିଲେ। ଗତକାଲି ରାତ୍ରି ଆଠଟା ସମୟରେ ସେ ନିଃଶ୍ବାସ ତ୍ୟାଗ କରିଛନ୍ତି। ଜଷ୍ଟିସ୍‌ ତ୍ରିପାଠୀ ଗତବର୍ଷ ମାର୍ଚ୍ଚ ମାସରେ ଲୋକପାଳର ନ୍ୟାୟିକ ସଦସ୍ୟ ରୂପେ ନିଯୁକ୍ତ ହୋଇଥିଲେ। (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ଚିହ୍ନଟ ହୋଇଥିବା ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 161ରେ ପହଞ୍ଚିଛି । ଚିହ୍ନଟଙ୍କ ବୟସ 34 ବର୍ଷ ଏବଂ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଯୁବକ ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Read More

ଭୁବନେଶ୍ବର: କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍‌ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ। ଗତକାଲି କଳିଙ୍ଗ ଘାଟିରେ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ସେହି ଘାଟି ନିକଟରେ ଆଉ ଏକ ବସ୍‌ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ହୋଇଥିବା ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ହେଉଛି, ଡ୍ରାଭଭର ମାନେ ଅଭ୍ୟସ୍ତ ନୁହଁନ୍ତି। ଏଣିକି ସୁରତରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ଗୁଡ଼ିକ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି। ଗତ 24 ଘଣ୍ଟାରେ 3ଟି ବସ୍‌ ଦୁର୍ଘଟଣା ଘଟିଛି। ଗତକାଲି କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି…

Read More

ଖଲ୍ଲିକୋଟ : 2ଟି କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା। ବେଗୁନିଆପଡା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟରୁ ପଳାଇଲେ । ଖାଦ୍ୟ ଓ ପାନୀୟ ନ ମିଳିବା ଅଭିଯୋଗ ଆଣି କ୍ବାରେଣ୍ଟିନ୍‌ କେନ୍ଦ୍ର ଛାଡିଥିବାର ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ବୁଝାସୁଝା ଚାଲିଥିବା ସୂଚନା ରହିଛି। କାଲି 2ଟି ବସ୍‌ରେ ପ୍ରାୟ 100 ସୁରତ ଫେରନ୍ତା ଦୁଇ ସ୍କୁଲରେ ରହିଥିଲେ। ଶ୍ରମିକ ପଳାଇବା ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭ୍‌ଙ୍କ ସୁରତ ଫେରନ୍ତା ରହିଛନ୍ତି ।

Read More

ଭୁବନେଶ୍ବର, ସେଦିନ ଥିଲା 3 ତାରିଖ 2019 ମସିହା, ପ୍ରତିଟି ଓଡିଆଙ୍କ ମନରେ ସ୍ମୃତି ହୋଇ ରହିବ ଫନି ବାତ୍ୟାର ତାଣ୍ଡବ ଲିଲା। କେହି କେବେ ଭାବି ନ ଥିବା ଯେ, ଓଡିଶାରେ ବିଶେଷ କରି ଭୁବନେଶ୍ବରରେ ଫନି ତାଣ୍ଡବ ସୃଷ୍ଟି କରିବ। ଯଦି ମନେ ପଡେ ଲାଇନ ବନ୍ଦ, ପାଣି ବନ୍ଦ, ଖାଇବା ନାହିଁ, ଘର ଭିତରେ ବସିରହିଥିଲେ ସମସ୍ତେ, ରୁମ ଟାଙ୍କୁଳି ଯାଉଛି। ଠିକ୍ ବର୍ତ୍ତମାନ କରୋନା ଭୟରେ ଯେପରି ସମସ୍ତେ ଚୁପଚାପ। ପାର୍ଥକ୍ୟ ଏତିକି ସେତେବେଳେ ସବୁ ବନ୍ଦ ହୋଯାଇଥିଲା, ବର୍ତ୍ତମାନ ଖାଇବା ପିଇବା ପାଣିର ଅଭାବ ନାହିଁ। ସେଦିନର ସ୍ମୃତିକୁ ମନେ ପକାଇବା ପାଇଁ ଉପସ୍ଥାପିତ କରୁଛି ଫନି ତାଣ୍ଡବଲିଲାର କିଛି ଫଟୋ

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଢି ଚାଲିଛି। ମହାରାଷ୍ଟ୍ର ପରେ ଭାରତରେ ଦ୍ବିତୀୟ ହଟସ୍ପଟ୍‌ ଭାବରେ ଗୁଜୁରାଟ ଚିହ୍ନଟ ହୋଇଛି। ଦେଶରେ କରୋନା ସଂକ୍ରମିତ ମାମଲା 39 ହଜାର 980ରେ ପହଞ୍ଚିଛି। ସେହିପରି 1301ଜଣଙ୍କର ମୃତ୍ୟୁ ଘଟିଛ ।  ସେହିପରି ଦେଶରେ 10 ହଜାର 663 ଜଣ ସୁସ୍ଥ ହୋଇଛନ୍ତି।  ମହାରାଷ୍ଟ୍ରରେ ସର୍ବାଧିକ 12,296ଜଣ ଆକ୍ରାନ୍ତ ହୋଇଥିବାବେଳେ ଦ୍ବିତୀୟ ସର୍ବାଧିକ ଗୁଜୁରାଟରୁ ଚିହ୍ନଟ ହୋଇଛନ୍ତି। ଗୁଜୁରାଟରେ 5054ଜଣ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ବିଗତ 24 ଘଣ୍ଟା ମଧ୍ୟରେ କରୋନାରେ 83 ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ 521ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 262, ମଧ୍ୟପ୍ରଦେଶରେ 151, ରାଜସ୍ଥାନରେ 65, ଦିଲ୍ଲୀରେ 64, ଉତ୍ତରପ୍ରଦେଶର 43, ଆନ୍ଧ୍ରପ୍ରଦେଶରେ 33, ପଶ୍ଚିମବଙ୍ଗରେ 33, ତାମିଲନାଡୁରେ 29, ତେଲେଙ୍ଗାନା 28, କର୍ଣ୍ଣାଟକରେ 25, ପଞ୍ଜାବରେ 20, ଜମ୍ମୁ-କାଶ୍ମୀରରେ 8, ହରିୟାଣାରେ 4, କେରଳରେ…

Read More