ଭୁବନେଶ୍ବର : ଆଜି ରାଜ୍ୟରେ 167 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 18ଟି ଜିଲ୍ଲାରୁ 167 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଗଞ୍ଜାମରୁ 30 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ 19ଜଣ, ମୟୂରଭଞ୍ଜରୁ 14 ଜଣ, ବାଲେଶ୍ବରରୁ 13ଜଣ, ଢେଙ୍କାନାଳରୁ 9 ଜଣ, ଖୋର୍ଦ୍ଧାରୁ 8 ଜଣ, କେନ୍ଦ୍ରାପଡାରୁ 7 ଜଣ, ରାୟଗଡା ଓ ଯାଜପୁରରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଓ କଟକରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ନୟାଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ, ବଲାଙ୍ଗିର, କଟକ, ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି 167 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 150ଜଣ ଚିହ୍ନଟ ହୋଇଥିବାବେଳେ 17ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1583। ସେହିପରି ସୁସ୍ଥ ହୋଇଛନ୍ତି 3863 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 15 ଜଣ । ସେହିପରି 6 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗ୍ରାମରେ ଗୋଟିଏ ପରିବାରର 6 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପୂର୍ବରୁ ଏହି ପରିବାରରେ 2 ଜଣ କରୋନା ପଜିଟିଭ୍ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଥିଲେ । କିନ୍ତୁ ଏହି ପରିବାରର ଆଉ 6ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ପରିବାରର ଜଣେ ବ୍ୟକ୍ତି ତାମିଲନାଡୁରୁ ଫେରିଥିଲେ । କ୍ବାରେଣ୍ଟାଇନ୍ ସେଣ୍ଟରରେ 7 ଦିନ ରହିବା ପରେ ସେ ଘରକୁ ଫେରିଥିଲେ । କିନ୍ତୁ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଗତ 16 ତାରିଖରେ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା । ଗୋଟିଏ ପରିବାରର ଛଅ ଜଣ ପଜିଟିଭ୍ ଜଣାପଡିବା ପରେ ଉକ୍ତ ଗ୍ରାମକୁ କଣ୍ଟେନେମଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୁରୀ : ସରିଛି ପହଣ୍ଡି । ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡିବିଜେ ନୀତି ହୋଇଛି । ଧାଡି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ତିନି ଠାକୁର । ଜଗତର ନାଥ ଜଗନ୍ନାଥ ଟାହିଆ ହଲାଇ ରତ୍ନବେଦୀରୁ ଓହ୍ଲାଇଆସିଛନ୍ତି ବଡଦାଣ୍ଡକୁ । ତାଳଧ୍ବଜ ରଥରେ ରାଧାକୃଷ୍ଣ, ନନ୍ଦିଘୋଷ ରଥରେ ମଦନମେହନ ଦର୍ପଦଳନରେ ବିଜେ ହୋଇଛନ୍ତି ଶ୍ରୀ ସୁଦର୍ଶନ । କରୋନା କଟକଣା ପାଇଁ ବିନା ଭକ୍ତରେ ଚଳିତ ଥର ରଥଯାତ୍ରା ଅନୁଷ୍ଠିତ ହେଉଛି । କିନ୍ତୁ ଜଗତର ନାଥ ଲୀଳାମୟ କଳାଠାକୁରଙ୍କ ଅପରୂପ ଦର୍ଶନ ଭକ୍ତମାନେ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ । ଗତକାଲି ରଥଯାତ୍ରାର ନୀତି ନିର୍ଘଣ୍ଟ ମୁତାବକ ଆଜି ମଧ୍ୟାହ୍ନ 12ଟାରୁ ରଥଟଣା ହେବ ବୋଲି ଜଣାପଡିଛି । ଏହା ପୂର୍ବରୁ ଚାରମାଳଫିଟା, ଘୋଡ଼ା…
କେଦାର ମିଶ୍ର ମାଦଳା ପାଞ୍ଜି ହେଉଛି ଓଡିଶା ଇତିହାସର ଏକ ଚଳନ୍ତି ଦସ୍ତାବିଜ। ଏଥିରେ କେବଳ ଶ୍ରୀମନ୍ଦିର ଘଟଣାବଳି ଲିପିବଦ୍ଧ ହୁଏନାହିଁ, ଏଥିରେ ଓଡିଶାର ରାଜନୈତିକ ଓ ସାମାଜିକ ଇତିହାସ ମଧ୍ୟ ସ୍ଥାନ ପାଇଥାଏ। ଏବେ ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ଲେଖା ହେଉଛି କି ନାହିଁ କେଜାଣି, ହେଲେ ବର୍ତ୍ତମାନ ସମୟର ଇତିହାସକରମାନେ ଯେତେବେଳେ ଏ ବର୍ଷର ରଥଯାତ୍ରା ବିଷୟରେ ଲେଖିବେ ସେତେବେଳେ ସେମାନଙ୍କୁ ଏକ ଭିନ୍ନ ଅଧ୍ୟାୟ ପୂରା ଲେଖିବାକୁ ପଡିବ। ୧୭୩୩ ମସିହା ପରଠୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କଦାପି ବନ୍ଦ ହୋଇନାହିଁ। କରୋନା ମହାମାରୀର କଥା ଆଜି ଉଠୁଛି ଓ ସେହି ଆଧାରରେ ରଥଯାତ୍ରା ବନ୍ଦ କରିବାର ଯୁକ୍ତି ଉଠିଛି। ଗତ ଜୁନ ୧୮ ତାରିଖ ଦିନ ଦେଶର ସର୍ବୋଚ୍ଚ ଅଦାଲତ ଯେତେବେଳେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ଆଦେଶ ଦେଲେ ସେତେବେଳେ ତାଙ୍କ ପାଖରେ ଏକମାତ୍ର ଯୁକ୍ତି ଥିଲା ଯେ, ଏଥିରେ ୧୦…
ପୁରୀ : ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। କରୋନା କଟକଣା ମଧ୍ୟରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା କରିବା ପାଇଁ ଅନୁମତି ମିଳିଛି । ତେବେ ଶ୍ରୀମନ୍ଦିରର 1143 ଜଣ ସେବାୟତଙ୍କ କୋଭିଡ୍-19 ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସେବାୟତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଜଣଙ୍କୁ ଛାଡି ଅନ୍ୟ ସମସ୍ତ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସଂକ୍ରମିତ ଚିହ୍ନଟ ହେବା ପରେ ସଂପୃକ୍ତ ସେବାୟତଙ୍କୁ ରଥଯାତ୍ରା ରୀତିନୀତି ଅନୁଷ୍ଠିତ ପୂର୍ବରୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି ।
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଜି ପୂର୍ବାହ୍ନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ବାଣପୁର ମା ଭଗବତୀ ମନ୍ଦିର ସମ୍ମୁଖରେ ପ୍ଲାକାଡ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଦେଶର ଜନତା ଅର୍ଥନୈତିକ କ୍ଷେତ୍ରରେ ଚୀନ୍ କୁ ଜବାବ୍ ଦେବା ପାଇଁ ଚୀନ୍ ସାମଗ୍ରୀକୁ ବର୍ଜ୍ଜନ କରିବା ପାଇଁ ନଗର ସମ୍ପାଦକ ବିକାଶ କୁମାର ସେଠୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଲଦାଖର ଗଲାୱାନ ଉପତ୍ୟକାରେ ଚୀନ ଓ ଆମ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ସୈନିକ ସହିଦ ହେବା, ୫୦ ରୁ ଅଧିକ ଆହତ ହେବା ଖବର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ ତଥା କ୍ରୁଦ୍ଧ କରିଛି।…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେ ଇନ୍ଦ୍ରାବତୀ କମାଣ୍ଡ ଏରିଆ ଉନ୍ନୟନ ଏଜେନ୍ସି ( କାଡା) ତରଫରୁ ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରିଥାନ୍ତି। ହେଲେ ଜୁନାଗଡ ଠାରେ ଅବସ୍ଥାପିତ କାଡା ବିଭାଗ କନିଷ୍ଠ ଯନ୍ତ୍ରୀ କିଛି ଠିକାଦାରଙ୍କ ସହିତ ମିଳିମିଶି ସମାନଙ୍କ ସହିତ ପାର୍ଟନରସିପ କରୁଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ କାଡା ବିଭାଗ ପକ୍ଷରୁ ବିଭିନ୍ନ ପାଣି ପଂଚାୟତ ମାନଙ୍କ ଅଂଚଳରେ ଚାଷୀ ମାନଙ୍କ ସୁବିଧା ପାଇଁ କରନାଳ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଯେଉଁ ପାଣିପଂଚାୟତ ଗୁଡିକର କାର୍ଯ୍ୟକର୍ତ୍ତାମାନେ ସଂପୃକ୍ତ ଜେଇଙ୍କ ଇଚ୍ଛା ଅନୁସାରେ ଓ ଜେଇ-ଠିକାଦାର ମିଳିତ ଗୋଷ୍ଠୀକୁ ସୁହାଇବା ଭଲି କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି ନାହିଁ। ସେହି ପାଣିପଂଚାୟତ ପାଇଁ ଅନୁଦାନ ଯୋଗାଇଦେବାର ବ୍ୟବସ୍ଥା କିମ୍ବା କୌଣସି ଏଷ୍ଟିମେଟ ପ୍ରସ୍ତୃତ କରୁନଥିବାର ଅଭିଯୋଗ ହେଉଛି। ଯେଉଁ ପାଣିପଂଚାୟତ ଗୁଡିକ…
ପୁରୀ : ସୁପ୍ରିମ୍କୋର୍ଟଙ୍କ ରଥଯାତ୍ରାକୁ ଅନୁମିତ ମିଳିବା ପରେ ରଥଯାତ୍ରା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପୁରୀ ସହର ଏବେ ଚଳଚଞ୍ଚଳ ହୋଇପଡିଛି । ରଥଖଳାରୁ ସମସ୍ତ ରଥକୁ ସିଂହଦ୍ବାରା ସମ୍ମୁଖକୁ ଅଣାଯାଇଛି । ସେବାୟତମାନେ ଖୁବ୍ ଆନନ୍ଦ ଉଲ୍ଲାସର ସହିତ ରଥଗୁଡିକୁ ସିଂହଦ୍ବାରା ସମ୍ମୁଖକୁ ଆଣିଛନ୍ତି । ତେବେ ରଥଯାତ୍ରା ପାଇଁ ରାଜ୍ୟ ସରକାର ବେଶ୍ କଡା ପକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ୍-19 ମହାମାରୀକୁ ଦୃ୍ଷ୍ଟିରେ ରଖି ରଥଯାତ୍ରା ପାଇଁ ପୁରୀ ସହରକୁ ବୁଧବାର ଦିନ 2ଟ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । ପୁରୀ ଲୋକଙ୍କୁ ବଡଦାଣ୍ଡକୁ ଆସିବାକୁ ବାରଣ କରାଯାଇଛି । ସେହିପରି ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ ବୋଲି ସୂଚନା ଦିଆଯାଇଛି ।
ବାଣପୁର/ ବାଲୁଗାଁ: ବାଣପୁର-ବାଲୁଗାଁରେ ଦେଶୀ ମଦ ବନ୍ୟାକୁ ରୋକିବାକୁ ବିଭିନ୍ନ ରାସ୍ତା ଆପଣେଇବା ପରେ ଶେଷରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରସ୍ଥ ହୋଇଛନ୍ତି ମା ଭଗବତୀ ମହିଳା ବିକାଶ ମଞ୍ଚର ସଦସ୍ୟ ଓ ଏହାର ଆବାହକ। ଆଜି ଯୁବ ସମାଜସେବୀ ତଥା ମଞ୍ଚର ଆବାହକ ଲଲାଟେନ୍ଦୁ ଶତପଥୀ ଓ ଚିଲିକା ରିପୋର୍ଟର ଆସୋସିଏସନର ସମ୍ପାଦକ ଅମିତାଭ ପାଟ୍ଟଯୋଶୀ, ମନୋଜ କୁମାର ଜେନା ପ୍ରମୁଖଙ୍କ ସହ ମହିଳା କର୍ମକର୍ତ୍ତା ସବିତା ଦାସ, ରୀନା ଶ୍ରୀଚନ୍ଦନ, କଳ୍ପନା ମହାରଣା, ବବିନା ତ୍ରିପାଠୀ, କବିତାରାଣୀ ମହାପାତ୍ର, ସୁପ୍ରଭା ସାସମଲ ବାଲୁଗାଁ ଥାନାରେ ପୂର୍ବ ନିର୍ଧାରିତ ସମୟ ଅନୁସାରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଥିଲେ। ଉପଖଣ୍ଡ ଅଧୀକ୍ଷକ ଶ୍ରୀ ଏସ କେ ଦାସ ପ୍ରାୟ ଏକ ଘଣ୍ଟା ଧରି ଏହି ବିଷୟରେ ଆଲୋଚନା କରିଥିଲେ। ମଞ୍ଚ ତରଫରୁ ଏନେଇ ଏକ ଦାବି ପତ୍ର ମଧ୍ୟ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା। ପୋଲିସ୍ ଓ ଅବକାରୀ…
ପୁରୀ : ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଆଜି ରାତି 9ଟାରୁ ବୁଧବାର ଦିନ 2ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି । କର୍ଫ୍ୟୁ ଭଳି କଟକଣା ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ପୁରୀ ସହରର ସବୁ ପ୍ରବେଶ ପଥକୁ ସିଲ୍ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ 50 ପ୍ଲାଟୁନ୍ ପୋଲିସ୍ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ଡିଜିପି । ଅତି ଆବଶ୍ୟକ ନଥିଲେ କାହାକୁ ସହର ଭିତରକୁ ଛଡା ଯିବନି। ସୂଚନାଯୋଗ୍ୟ, କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ । ଏକାଧିକ ସର୍ତ୍ତ ସହିତ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ବିନା ଭକ୍ତରେ ରଥଯାତ୍ରା କରାଯାଇପାରିବ। ରଥଯାତ୍ରାକୁ ନେଇ ସୁପ୍ରିମ୍କୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ମିଳିବା ପରେ ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସଠାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁ୍ଷ୍ଠିତ ହୋଇଛି। ଏହି ବୈଠକରେ…
ପୁରୀ : ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା 5ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସଠାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁ୍ଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି କହିଛନ୍ତି । ରଥଯାତ୍ରା ଭଲଭାବରେ ହେବା ସହିତ ଭକ୍ତଶୂନ୍ୟ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି କୋଭିଡ କଟକଣା ସହ ସୁପ୍ରିମ୍କୋର୍ଟଙ୍କ ସର୍ତ୍ତ ଅନୁସାରେ ରଥଯାତ୍ରା କରାଯିବ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ । ଏହି ବୈଠକରେ ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏତଦ୍ବ୍ୟତୀତ ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମ୍ବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ଉପସ୍ଥିତ ରହିଛନ୍ତି ।
ନୂଆଦିଲ୍ଲୀ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟିଛି । ରଥଯାତ୍ରାରେ ବଡ ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ । ରଥଯାତ୍ରା ମାମଲା ଉପରେ ସୁପ୍ରିମ୍କୋର୍ଟ ପୁନର୍ବାର ଶୁଣାଣି କରି କଡା କଟକଣା ଭିତରେ ଭକ୍ତଶୂନ୍ୟ ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି । କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ । ଏକାଧିକ ସର୍ତ୍ତ ସହ ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଶ୍ରୀମନ୍ଦିର ପରିଚାଳନା ସମିତି, ରାଜ୍ୟ ଓ କେନ୍ଦ୍ର ସମନ୍ବୟରେ ଏହି ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସ୍ବାସ୍ଥ୍ୟ ସମସ୍ୟା ସହ କୌଣସି ସାଲିସ୍ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯଦି ପରିସ୍ଥିତି ଖରାପ ହୁଏ, ତେବେ ରାଜ୍ୟ ସରକାର ଏନେଇ କଟକଣା ବା ଯାତ୍ରା ବନ୍ଦ କରିପାରିବେ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ । ରଥଯାତ୍ରା ପୁରୀରେ ଲକ୍ଷାଧିକ ଭକ୍ତଙ୍କ…
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟରେ ଜାରି ରହିଛି ରଥଯାତ୍ରା ମାମଲାର ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠରେ ଏହି ଗୁରୁତ୍ବପୂର୍ଣ୍ଣ ଶୁଣାଣି ଚାଲିଛି । ଭିଡିଓ କନଫରେନ୍ସିଂରେ ଏହି ଶୁଣାଣି ଚାଲିଛି । ରଥ ପାଇଁ ସୁପ୍ରିମ୍କୋର୍ଟରେ ବହୁ ବରିଷ୍ଠ ଓକିଲ ଲଢୁଛନ୍ତି । ରଥପାଇଁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ଲଢେଇ କରୁଛନ୍ତି । ପୂର୍ବତନ ସଲିସିଟର ଜେନେରାଲ୍ ହରିଶ୍ ସାଲ୍ଭେ ମଧ୍ୟ ଲଢେଇ କରୁଛନ୍ତି । ଆଜି ଶୁଣାଣି ସମୟରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରସଙ୍ଗ ମଧ୍ୟ ଉଠିଛି । ତେବେ ଏହି ରଥଯାତ୍ରା ସମୟରେ ଯେପରି ସଂକ୍ରମଣ ଯେମିତି ନ ବ୍ୟାପିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ରାଜ୍ୟ ସରକାର ଏନେଇ ତ୍ବରିତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଜେଆଇ ।
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ କୁଜଙ୍ଗ ବ୍ଲକର ହୋଇଥିବାବେଳେ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା ହୋଇଥିବାର ସୂଚନା ରହିଛି । ଆଜି ଜଣେ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 209ରେ ପହଞ୍ଚିଥିବାବେଳେ 130 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 79ଟି ଆକ୍ଟିଭ୍ କେସ୍ ରହିଛି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ 143 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 137ଜଣ ଚିହ୍ନଟ ହୋଇଥିବାବେଳେ 6ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5303କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 11 ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ସମସ୍ତ ପଜିଟିଭ୍ ହୋମ୍ କ୍ବାରେଣ୍ଟିନ୍ରୁ ରହିଥିବାର ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ମଞ୍ଚେଶ୍ବର ଅଞ୍ଚଳରୁ 6 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ସମସ୍ତ ଆକ୍ରାନ୍ତଙ୍କ ନିଜ ଘର ଉତ୍ତରପ୍ରଦେଶରେ ହୋଇଥିବାବେଳେ ସେମାନେ ମଞ୍ଚେଶ୍ବର ଅଞ୍ଚଳର ପ୍ରତିଦିନ ନ୍ୟୁଜ୍ ଅଫିସ୍ ପାଖରେ କାର୍ଯ୍ୟ କରନ୍ତି । ଗତ 16 ତାରିଖରେ ଏମାନେ ଉତ୍ତରପ୍ରଦେଶରୁ ଫେରିଥିଲେ । ଏହି ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 33, 40, 55, 30, 21 ଓ 22 ବର୍ଷ ବୋଲି ଜଣାପଡିଛି । ସେହିପରି ବାଣୀବିହାର ଅଞ୍ଚଳରୁ ଜଣେ 33 ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ନିଜ ଘର ପଶ୍ଚିମବଙ୍ଗ ହୋଇଥିବାବେଳେ ସେ ଏଠାରେ ନିର୍ମାଣ କାର୍ଯ୍ୟ କରନ୍ତି । ସେ 11ତାରିଖରେ ପଶ୍ଚିମବଙ୍ଗରୁ…
କାନପୁର : ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ରାଜ୍ୟ ସରକାରୀ ବାଳିକା ସୁରକ୍ଷା ଗୃହରେ ରହୁଥିବା 57 ନାବାଳିକାଙ୍କ ମଧ୍ୟରୁ 7ଜଣ ଗର୍ଭବତୀ ହୋଇଥିବାର ସୂଚନା ରହିଛି । ଏହି ସାତ ଜଣଙ୍କ ମଧ୍ୟରୁ ଜଣେ ଏଚଆଇଭି ଗ୍ରସ୍ତ ହୋଇଥିବାର ସୂଚନା ରହିଛି। ଏହି ଖବର ଆସିବା ପରେ ସ୍ଥାନୀୟ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। ଏତଦ୍ବ୍ୟତୀତ ଏଠାରେ ରହିଥିବା 57 ଜଣ ନାବାଳିକାମାନେ କରୋନା ସଂକ୍ରମିତ ହୋଇଥିବାର ମଧ୍ୟ ସୂଚନା ରହିଛି । ତେବେ ଏନେଇ କାନପୁର ଜିଲ୍ଲାଧିକାରୀ ବ୍ରହ୍ମାଦେବ ରାମ ତିଓ୍ବାରୀ କହିଛନ୍ତି ଯେ, ଏହି ବାଳିକାମାନେ ଏହି ସୁରକ୍ଷା ଗୃହକୁ ଆସିବା ପୂର୍ବରୁ ଗର୍ଭବତୀ ଥିଲେ । ସଂକ୍ରମିତ ହୋଇଥିବା ପାଞ୍ଚଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଲାଲା ଲାଜପତ ରାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ତିନି ଜଣ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯୋଗୀ ସରକାରଙ୍କୁ…
ବାଲୁଗାଁ : ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟୀ ସହର ବାଲୁଗାଁର ଗାନ୍ଧୀ ଛକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଶନି, ରବି ସଟ ଡାଉନ ଥିବା ବେଳେ ଆଜି ଗାନ୍ଧୀ ଛକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ଏକ ଘଣ୍ଟା ଧରି ସହ ସହ ଗାଡ଼ି ଅଟକି ରହିଥିଲା । ଏପରିକି ସାମାଜିକ ଦୂରତ୍ୱର ଖୋଲାଖୋଲି ଉଲଙ୍ଘନ ଦେଖିବାକୁ ମିଳିଥିଲା । ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏନ.ଏ.ସି ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନଥିବାରୁ ଆଗକୁ କରୋନା ସଂକ୍ରମଣ ଏଠାରେ ବୃଦ୍ଧି ପାଇବାର ଆଶଙ୍କା ଅଛି ।
ପୁରୀ : ସବୁ ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ ଦେଇଛି ପୁରୀ ପ୍ରଶାସନ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଉଠିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ମ୍ୟୁନିସିପାଲଟି ପକ୍ଷରୁ ତୁରନ୍ତ ଜାଗା ଖାଲି କରିବାକୁ ଘୋଷଣା କରାଯାଇଛି । ଆଜି ସୁପ୍ରିମ୍କୋର୍ଟରେ ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି । ଏହି ମାମଲା ଏବେ ତିନି ଜଣିଆ ଖଣ୍ଡୀପଠକୁ ଯାଇଙଛି । ଅପରପକ୍ଷରେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରୁଦ୍ଧଦ୍ବାରା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ସାମିଲ୍ ହୋଇଥିଲେ । ପୁରୀ ପ୍ରଶାସନ ତତ୍ପର ହୋଇପଡିଛି । ଆଜି ସନ୍ଧ୍ୟାରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହେବ । ପୁରୀ…
ନୂଆଦିଲ୍ଲୀ : ନାଗପୁର ସ୍ଥିତ ଘରୁ ଶୁଣାଣି କରିବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେ । ଘରେ ବସି ଭିଡିଓ କନଫରେନସିଂରେ ଶୁଣାଣି କରିବେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ଏସ୍.ଏ. ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ଜଷ୍ଟିସ୍ ଦୀନେଶ ମାହେଶ୍ବରୀ ଏ ଏଏସ୍ ବୋପାନ୍ନ ରହିଛନ୍ତି । ରଥଯାତ୍ରାକୁ ନେଇ ସଲିସିଟର ଜେନେରାଲଙ୍କ ଯୁକ୍ତି ଉପସ୍ଥାପନା ପରେ ସୁପ୍ରିମ୍କୋର୍ଟ ରଥଯାତ୍ରା ମାମଲାର ପୁର୍ନଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ କରିବାକୁ ନେଇ ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ । ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍ ଦାଏର କରାଯାଇଥିଲା । ଏପରିକି ରାଜ୍ୟ ସରକାର ମଧ୍ୟ ଏହି ଏବେ ଏହି ମାମଲାର ପକ୍ଷଭୁକ୍ତ ହୋଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ରଥଯାତ୍ରା ମାମଲାର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ସମ୍ମତି ଦେଇଛନ୍ତି । ଏହି ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତିଙ୍କ ସମ୍ମତି ନେଇ ଜଣାଇଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ର । ଏବେ ଏହି ମାମଲା ତିନି ଜଣିଆ ଖଣ୍ଡପୀଠକୁ ଯାଇଛି । ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ବାଧୀନ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସିଲିସିଟର ଜେନେରାଲ୍ଙ୍କ ଯୁକ୍ତି ଉପସ୍ଥାପନ ପରେ ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରଦାନ କରିଛନ୍ତି ସୁପ୍ରିମ୍କୋର୍ଟ । ଆଉ କିଛି ସମୟ ପରେ ସୁପ୍ରିମ୍କେର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ । ସୂଚନାଯୋଗ୍ୟ, ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ କରିବାକୁ ନେଇ ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ । ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍ ଦାଏର କରାଯାଇଥିଲା । ଏପରିକି ରାଜ୍ୟ ସରକାର…

