Author: Samikhsya Bureau

ଭୁବନେଶ୍ବର : ସୁରତରୁ ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ରେ ସୋରଡା ଅଞ୍ଚଳର ସୁରତ ଫେରନ୍ତା ରହିଥିବାର ସୂଚନା ରହିଛି। ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲରେ ପିଟି ହୋଇଛି ବସ୍‌ଟି । ଡ୍ରାଇଭର ସମେତ ତିନି ଜଣ ଯାତ୍ରୀ ଆହତ ସୂଚନା ରହିଛି । ଘଟଣାସ୍ଥଳରେ ଏସ୍‌ଡିପିଓ ଉପସ୍ଥିତ ରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ  ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଏନ୍‌ଏଚ୍‌ ନାଗପୁରଠାରେ ଏକ ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପାଞ୍ଚ ଜଣ ଆହତ ହୋଇଥିଲା ।

Read More

ଭୁବନେଶ୍ବର: ସୁରତ ଫେରନ୍ତାଙ୍କଠାରେ କରେନା ପଜିଟିଭ୍‌ ମିଳିଛି।  ଓଡ଼ିଶା ଫେରିଥିବା ଦୁଇ ସୁରତ୍‌ ଫେରନ୍ତାଙ୍କୁ କରୋନା। ଆଜି ଗଞ୍ଜାମରେ ଚିହ୍ନଟ ହୋଇଥିବା ଦୁଇ କରୋନା ବ୍ୟକ୍ତି ସୁରତ ଫେରନ୍ତା ବୋଲି ସୂଚନା ରହିଛି। ଦୁଇ କରୋନା ଆକ୍ରାନ୍ତଙ୍କ ବୟସ 17 ଓ 22 ବର୍ଷ। ପୂର୍ବରୁ କୌଣସି ଲକ୍ଷଣ ନଥିଲା, ସାମ୍ପଲ୍‌ ସଂଗ୍ରହ ପରେ ପଜିଟିଭ୍‌ ଜଣାପଡିଛି। ସମ୍ପ୍ରତି ରାଜ୍ୟରେ କୋଲକତା ଫେରନ୍ତା ଚିନ୍ତା ବଢାଉଥିବାବେଳେ ନିକଟରେ ତାମିଲନାଡୁର ଦୁଇ ଫେରନ୍ତାଙ୍କ ନିକଟରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଆଜି ସକାଳୁ ରାଜ୍ୟରେ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡାର ଆଉ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160ରେ ପହଞ୍ଚିଛି।

Read More

ଭୁବନେଶ୍ବର : ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନ୍‌ଏଚ୍‌ର ନାଗପୁର ଅମରାବତୀଠାରେ ପ୍ରବାସୀ ଓଡ଼ିଆ ବସ୍‌ ଓଲଟି ପଡିଛି । ବସ୍‌ରେ ଥିବା 50 ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ 5 ଆହତ । ସମସ୍ତ 5 ଆହତ ଅମରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି । ରାତିରେ ଏନ୍ଏଚ୍‌ ଉପରକୁ କୌଣସି ଜନ୍ତୁ ଆସିଯିବାରୁ ଦୁର୍ଘଟଣା ହୋଇଥିବାର ସୂଚନା ରହିଛି । ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ସେହିପରି ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଲାଯାଉଛି । ଟ୍ରେନ୍‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଅଣାଯାଉଛି । ଏହା ମଧ୍ୟରେ ଏକ ଅଘଟଣ ହୋଇଥିବାର ସୂଚନା ରହିଛି । କୋଟାରୁ ହଟିଆ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସ୍ବତନ୍ତ୍ର ଟ୍ରେନ୍‌ରୁ ଜଣେ ବ୍ୟକ୍ତି ଡେଇଁପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ଲକ୍‌ ଡାଉନ୍‌ରେ ଫସିଥିବା ଶ୍ରମିକ, ଛାତ୍ର ଆଦିଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି । କୋଟାରୁ ହଟିଆ ଯାଉଥିବା ଏକ ସ୍ବତନ୍ତ୍ର ଟ୍ରେନ୍‌ରୁ  ଓଡ଼ିଶାର ରାଉରକେଲା ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଡେଇଁ ପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନ୍‌ରୁ ଡେଇଁ ପଡିଥିବା ବ୍ୟକ୍ତି ଜଣକ ଭୁଲ୍‌ ପ୍ରକ୍ରିୟାରେ ପଞ୍ଜିକରଣ କରି…

Read More

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲାର 40 ବର୍ଷୀୟା ମହିଳା ବୋଲି ଜଣାପଡିଥିବାବେଳେ ସେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି। ପୂ୍ର୍ବରୁ ଗତ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଜଣକ 18 ବର୍ଷୀୟା ଯୁବତୀ ଥିବାବେଳେ ସେ କୋଲକତାରୁ ଫେରିଥିଲେ। ସେହିପରି ରାଜ୍ୟର 16ଟି ଜିଲ୍ଲାରେ ଏବେ କରୋନା ବ୍ୟାପି ସାରିଲାଣି।

Read More

କେଦାର ମିଶ୍ର ଆମ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ନାମରେ ଶାସନ ଚାଲେ। ଯଦିଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ବାସ୍ତବ କ୍ଷମତାର ଅଧିକାରୀ, ହେଲେ ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ବିଲ ଆଇନରେ ପରିଣତ ହୋଇପାରେ ନାହିଁ। ବାସ୍ତବରେ ରାଷ୍ଟ୍ରପତିଙ୍କର ହିଁ ସରକାର, ଯାହାକୁ ରାଷ୍ଟ୍ରପତିଙ୍କ ତରଫରୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ମନ୍ତ୍ରୀମଣ୍ଡଳ ପରିଚାଳନା କରନ୍ତି। ଯେହେତୁ ଗଣତନ୍ତ୍ର ଲୋକଙ୍କର ଶାସନ ଲୋକ ପ୍ରତିନିଧିଙ୍କ ଦ୍ଵାରା ଗଠିତ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ମାନିବାକୁ ରାଷ୍ଟ୍ରପତି ବାଧ୍ୟ। ରାଷ୍ଟ୍ରପତିଙ୍କ ନାମରେ ସରକାର ଚାଲେ ବୋଲି ସଂସଦର ବଜେଟ ଅଧିବେଶନ ଆରମ୍ଭରେ  ରାଷ୍ଟ୍ରପତି ହିଁ ନିଜ ସରକାରର ଆଭିମୁଖ୍ୟ ଉପସ୍ଥାପନ କରିଥାନ୍ତି। କେନ୍ଦ୍ର ସରକାରର ଏହି ଢାଞ୍ଚା ରାଜ୍ୟ ଗୁଡିକରେ ମଧ୍ୟ ଲାଗୁ ହୋଇଥାଏ। ରାଷ୍ଟ୍ରପତିଙ୍କ ପରି ରାଜ୍ୟ ଶାସନରେ ରାଜ୍ୟପାଳ ମୁଖ୍ୟ। ତାଙ୍କ ନାମରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଦ୍ଵାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ରାଜ୍ୟ ଶାସନ କରନ୍ତି। ତେବେ ରାଷ୍ଟ୍ରପତି…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ଦୁଇ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।  ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 159କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ କେସ୍‌ 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 56ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି।ଏଯାବତ୍‌ ରାଜ୍ୟର 16ଟି ଜିଲ୍ଲାକୁ କରୋନା ବ୍ୟାପିସାରିଛି।

Read More

ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିବା ପରେ 4 ମେ’ 2020ରୁ ଆଉ ଦୁଇ ସପ୍ତାହ ଲାଗି ଲକଡାଉନ ଅବଧିକୁ ବୃଦ୍ଧି କରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅରେଞ୍ଜ ଜୋନରେ ଲୋକ ଏବଂ ଯାନବାହାନର ଚଳାଚଳ ନେଇ ସନ୍ଦେହକୁ ଦୂର କରିବା ଲାଗି ଗୃହ ବିଭାଗ ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ତାହା ହେଲା ଅରେଞ୍ଜ ଜୋନଗୁଡିକରେ ଦେଶସାରା ବନ୍ଦ ରହୁଥିବା କାର୍ଯ୍ୟକଳାପ ସହିତ ଜିଲ୍ଲା ମଧ୍ୟରେ ଏବଂ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ ରହିବ । ଏଥିସହିତ ଆଉ ଦୁଇଟି କାର୍ଯ୍ୟକୁ ମଧ୍ୟ କଟକଣା ସହିତ ଅନୁମତି ଦିଆଯାଇଛି । ସେଗୁଡିକ ହେଉଛି – ଡ୍ରାଇଭର ଏବଂ ଦୁଇଜଣ ପାସେଞ୍ଜରଙ୍କୁ ନେଇ ଟାକସି ଓ କେବ ଚଳାଚଳକୁ ଅନୁମତି ଅନୁମତି ମିଳିଥିବା କାର୍ଯ୍ୟ ପାଇଁ ଉଭୟ ବ୍ୟକ୍ତି ଓ ଯାନବାହନକୁ ଆନ୍ତଃଜିଲ୍ଲା ଚଳାଚଳ ପାଇଁ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ :ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ପୌରପାଳିକା ଅନ୍ତର୍ଗତ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ କରୋନାର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ପାରାଦ୍ୱୀପଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାରାଦ୍ୱୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ ଚେକ୍‌ ପ୍ରଦାନ କରିଥିଲେ । ଏହି ଅବସରରେ ସେକ୍ରେଟାରୀ ସ୍ୟୋମ୍ୟକାନ୍ତ ମହାନ୍ତି, ମାର୍ଗଦର୍ଶକ  ବରିଷ୍ଟ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ଓ ସଦସ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ମହାମାରୀ କରୋନା ଅବସରରେ ଟ୍ରଷ୍ଟର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଉଚ୍ଚପ୍ରଶଂସା କରିବା ସହ ଟ୍ରଷ୍ଟର ସଭାପତିଙ୍କୁ ଧନ୍ୟବାଦ ଜଣାଇଥିଲେ।

Read More

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ୍‌19ର 790ଟି ମାମଲା ସାମ୍ନାକୁ ଆସିଥିବାବେଳେ 36ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଲଗାତାର ଭାବରେ ବଢୁଥିବା କରୋନା ମାମଲା ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର ଟପିସାରିଛି । ମହାରାଷ୍ଟ୍ରରେ କଣ୍ଟେନମେଣ୍ଟ, ହଟ୍‌ସ୍ପଟ୍‌ ଜୋନ୍‌ ଓ ଲକ୍‌ଡାଉନକୁ ଶକ୍ତ ରୂପେ ପାଳନ କରାଯିବା ପରେ ମଧ୍ୟ ଲଗାତାର ଭାବରେ ମାମଲା ବୃଦ୍ଧି ପାଉଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 8351ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଏଠାରେ ମୃତ୍ୟୁସଂଖ୍ୟା 332 ରହିଛି । ଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରୁ 539 କରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଦୁଇ ହଜାର ଲୋକେ ସୁସ୍ଥ ହୋଇଥିବାବେଳେ ଏହି ସୁସ୍ଥ…

Read More

ଚଣ୍ଡୀଗଡ : ପଞ୍ଜାବ-ହରିୟାଣାର ରାଜଧାନୀ ତଥା କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡୀଗଡ ପ୍ରଶାସନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କର୍ଫ୍ୟୁକୁ ହଟାଯାଇ ଅଡ୍‌ଇଭିନ୍‌କୁ ଜାରି କରାଯିବ। ରାଜ୍ୟରେ ଜାରି କରାଯାଇଥିବା କର୍ଫ୍ୟୁକୁ ଆସନ୍ତା ମେ ତିନି ତାରିଖରୁ ଉଠାଇଦିଆଯିବ । ମେ ତିନି ତାରିଖ ରାତ୍ରିରୁ କର୍ଫ୍ୟୁ ସମାପ୍ତ ହୋଇଯିବ କିନ୍ତୁ ଲକ୍ ଡାଉନ୍‌ ମେ 17 ପର୍ଯ୍ୟନ୍ତ ଚାଲୁ ରହିବ। ସେହିପରି ମେ 4 ତାରିଖରୁ ବଜାର ଓ ଗାଡିରେ ଅଡ୍‌ ଇଭିନ୍‌ ଫର୍ମୁଲା ଲାଗୁ କରାଯିବ । ମେ ଚାରି ତାରିଖଠାରୁ ଇଭିନ୍‌ ନମ୍ବର ଦୋକାନ ଓ ଇଭିନ୍‌ ନମ୍ବର ଗାଡି ଚାଲୁ ହେବ । ସେହିପରି ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏଥିପାଇଁ କୌଣସି ପାସ୍‌ ଆବଶ୍ୟକତା ପଡିବ ନାହିଁ ବୋଲି ସୂଚନା ଦିଆଯାଇଛି । ମେ 17 ପର୍ଯ୍ୟନ୍ତ ସପିଂ ମଲ୍‌ ବନ୍ଦ ରହିବ । ଚଣ୍ଡୀଗଡରେ ଏପର୍ଯ୍ୟନ୍ତ 88ଟି ମାମଲା…

Read More

ଭୁବନେଶ୍ବର : କଳିଙ୍ଗା ଘାଟି ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ପ୍ରତିକ୍ରିୟା ଦେଇ ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଘାଟିରେ 40ରୁ ଅଧିକ ବେଗରେ ଗାଡି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । ଘାଟି ରାସ୍ତାରେ ଗାଡି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ସୂଚନାଯୋଗ୍ୟ, ସୁରତରୁ 60ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆଙ୍କୁ ଧରି ଗଞ୍ଜାମ ଆସୁଥିବା ଏକ ବସ୍‌ ଆଜି କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଭଞ୍ଜନଗର ହସ୍ପିଟାଲରେ ଗୁରୁତରଙ୍କର ମୃତ୍ୟୁ ହୋଇଛି । ବସ୍‌ଟି ଗୁଜୁରାଟର ହୋଇଥିବାବେଳେ ବସ୍‌ ନମ୍ବର…

Read More

ବସ୍ତି: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପଠାଇବା ଲାଗି ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଇଛି। ସେହିପରି ବସ୍‌ରେ ମଧ୍ୟ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ସରକାରୀ ବସ୍‌ରେ ପଠାଯାଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି।  ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାକୁ ଫେରିଥିବା 7 ପ୍ରବାସୀ ଶ୍ରମିକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବାର ବସ୍ତି ଜିଲ୍ଲା ଡିଏମ୍‌ ସୂଚନା ଦେଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍‌ (ଡିଏମ୍‌) ଆଶୁତୋଷ ନିରଞ୍ଜନଙ୍କ ଅନୁସାରେ, କରୋନା ପଜିଟିଭ୍‌ ମିଳିଥିବା ସାତ ଜଣ ଶ୍ରମିକ ମହାରାଷ୍ଟ୍ରରୁ ସରକାରୀ ବସ୍‌ରେ ବସ୍ତିରେ ପହଞ୍ଚିଥିଲେ। ସେମାନଙ୍କୁ ହରୈୟା କ୍ଷେତ୍ରର ସେଲ୍ଟର ହୋମ୍‌ରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ସେମାନଙ୍କୁ ଏବେ ମୁଣ୍ଡରଓ୍ବା ଅଞ୍ଚଳରେ ଥିବା କମ୍ୟୁନିଟି ସେଣ୍ଟର ହେଲଥ ସେଣ୍ଟରକୁ ସ୍ଥାନାନ୍ତର ରଖାଯାଇଛି। ଜିଲ୍ଲାରେ ମୋଟ…

Read More

ବେଗୁନିଆପଡା :ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ପହଞ୍ଚିଛି । ଏହି ବସରେ  ୭୦ ଜଣ ଓଡ଼ିଆ ଶ୍ରମିକ ଆସିଥିବାର ସୂଚନା ରହିଛି ।  ସମସ୍ତ ଶ୍ରମିକ ମାନେ ସୁରତ ଡାଇମଣ୍ଡ ନଗରରୁ ଆସିଛନ୍ତି । ଉକ୍ତ ଶ୍ରମିକ ମାନେ ବେଗୁନିଆପଡା ବ୍ଳକ ଚନ୍ଦନପୁର ପଞ୍ଚାୟତ ସ୍ଥିତ ସଂଗରୋଧ କେନ୍ଦ୍ରରେ ରହିବେ ବୋଲି ସୂଚନା ମିଳିଛି। ଚନ୍ଦନପୁର ସରପଞ୍ଚ ମଧୁସୁଦନ ସାହୁ, ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।

Read More

ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍‌ ଦୁର୍ଘଟଣାଗସ୍ତ ହୋଇଛି।  ସୁରତରୁ ଗଞ୍ଜାମ ଆସୁଥିବାବେଳେ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ବସ୍‌ ଓଲଟିଥିବାର ଖବର ରହିଛି। ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡିଛି। ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ରହିଥିବାର ଖବର ରହିଛି। ଘଟଣାସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍‌ଟିରେ 60ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିଲେ। ପୋଲିସ୍‌ 40 ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଚାପି ହୋଇ ରହିଥିବାର ଆଶଙ୍କା ରହିଛି। ଯାତ୍ରୀଙ୍କ ମଧ୍ୟରେ 4 ମହିଳା ଓ ଦୁଇ ଶିଶୁ ରହିଛନ୍ତି। ଗୁରୁତର ଆହତଙ୍କୁ ଭଞ୍ଜନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ଗୁଜୁରାଟର ହୋଇଥିବାବେଳେ ବସ୍‌ ନମ୍ବର ହେଉଛି ଜିଜେ18ଏକ୍ସ 2693 ।

Read More

ଭୁବନେଶ୍ବର : ରାଜ୍ୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ଆକ୍ରାନ୍ତ ବଢୁଥିବାବେଳେ ଏହା ସରକାରଙ୍କ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଅପରପକ୍ଷରେ ରାଜ୍ୟ ସରକାର ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇବ ଆଣିବାର ବନ୍ଦୋବସ୍ତ କରିଛନ୍ତି । ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଗାଡ଼ିରେ ଫେରୁଥିବା ପ୍ରବାସୀଙ୍କ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 12ଟି ବର୍ଡର ଚେକ୍‌ ପଏଣ୍ଟ (ବିସିପି) ଲାଗି ଏସ୍‌ଓପି ଜାରି କରିଛନ୍ତି ସରକାର। କେବଳ ସ୍ଥିରୀକୃତ ବର୍ଡର ଚେକ୍‌ ପଏଣ୍ଟ ଦେଇ ଲୋକେ ପ୍ରବେଶ କରିପାରିବେ ବୋଲି ସୂଚନା ରହିଛି। ଅତିକମ୍‌ରେ ପୋଲିସ୍‌ ଇନସ୍ପେକ୍ଟର ରାଙ୍କର ଅଫିସର ଦାୟିତ୍ବରେ ରହିବେ । ଆରଟିଓ, ପରିବହନ କମିଶନରଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍‌ ସହଯୋଗ କରିବେ।  ଏଥିପାଇଁ ପରିବହନ କମିଶନର କମ୍ପ୍ୟୁଟର, ପ୍ରିଣ୍ଟର, ଡାଟା ଏଣ୍ଟ୍ରି ଅପରେଟର ଆଦି ଯୋଗାଇଦେବେ।…

Read More

ଭୁବନେଶ୍ବର : ମହିଳାଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଚାରି ବର୍ଷ ବିତିଯାଇଛି । ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ସରକାର ତିନି ମାସ ପର୍ଯ୍ୟନ୍ତ ମାଗଣା ଉଜ୍ଜ୍ୱଳା ଗ୍ୟାସ୍‌ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାରିବର୍ଷ ମଧ୍ୟରେ ସମଗ୍ର ଦେଶରେ ୨୭ କୋଟି ୮୫ ଲକ୍ଷ ଉଜ୍ଜ୍ବଳା ହିତାଧିକାରୀ ରହିଥିବା ବେଳେ ଓଡିଶାରେ ୨୬.୬ ଲକ୍ଷ ହିତାଧିକାରୀ ରହିଛନ୍ତି । ଲକ୍‌ଡାଉନ୍‌ ସମୟରେ ଏପ୍ରିଲ ୨୦୨୦ରେ ୪.୫୩ କୋଟି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ପ୍ରଦାନ କରାଯାଇଛି ।

Read More

ନୂଆଦିଲ୍ଲୀ : ଦିଲ୍ଲୀର କାପସହେଡାର ଏକ ବିଲିଡିଂରେ 41ଜଣଙ୍କଠାରେ କରୋନା ସଂକ୍ରମିତ ମିଳିଛନ୍ତି । ଦକ୍ଷିଣ ପଶ୍ଚିମ ଜିଲ୍ଲାର ଜିଲ୍ଲାଧିକାରୀ ଅଫିସରୁ ଏହି ସୂଚନା ମିଳିଛି । ଏହି ବିଲିଡିଂରୁ ଅପ୍ରେଲ୍‌ 18ରୁ ପ୍ରଥମ କରୋନା ମାମଲା ଆସିଥିଲା । ପ୍ରାୟ 14 ଦିନ ପରେ ଶନିବାର ଦିନ ବଡ ସଂଖ୍ୟାରେ କରେନା ପଜିଟିଭ୍‌ ଏଠାରୁ ଚିହ୍ଟ ହୋଇଛନ୍ତି । ଏହି ଲୋକମାନଙ୍କର ସାମ୍ପଲ୍‌ ଅପ୍ରେଲ୍‌ 20 ଓ 21 ତାରିଖରେ ନିଆଯାଇଥିଲା । ଏଠାରୁ ପ୍ରଥମ କେସ୍‌ ଆସିବା ପରେ ଅପ୍ରେଲ୍‌ 19 ତାରିଖରୁ ଏହି ବିଲିଡିଂକୁ ସିଲ୍‌ କରିଦିଆଯାଇଥିଲା । ଏଠାରେ ଜନଂସଖ୍ୟା ଅଧିକ ରହିଥିବାରୁ ସଂକ୍ରମଣ ହେବାର ବହୁତ ବିପଦ ରହିଛି । ଅପ୍ରେଲ୍‌ 20 ତାରିଖରେ 95 ଜଣଙ୍କର ସାମ୍ପଲ୍‌ ଓ ଅପ୍ରେଲ 20 ତାରିଖରେ 80 ଜଣଙ୍କର ସାମ୍ପଲ୍‌ ପରୀକ୍ଷା ହେବାକୁ ନିଆଯାଇଥିଲା । ନୋଏଡାର ଏନ୍‌ଆଇବି ଲ୍ୟାବ୍‌ରେ ସାମ୍ପଲ୍‌ର ପରୀକ୍ଷା କରାଯାଉଛି ।…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଶନିବାର ଦିନ ସୁରତର ଭାଗଲ ଅଞ୍ଚଳରୁ ବେଗୁନିଆପଡା ବ୍ଲକକୁ 58 ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସୁରତରୁ ବୁଧବାର ଦିନ ନିଜସ୍ଵ ଖର୍ଚ୍ଚରେ ବସରେ ବାହାରିଥିଲେ ଏହି 58 ପ୍ରବାସୀ ଓଡିଆ । ଏହି ପ୍ରବାସୀ ଶ୍ରମିକଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧମେଖ ସ୍ଥିତ ହାଇସ୍କୁଲ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଗଂଜାମ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷାରେ ଅଣାଯାଇଥିଲା। ଏମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକର 39ଜଣ, କବିସୂର୍ଯ୍ୟନଗର ବ୍ଲକର 3ଜଣ, ଖଲ୍ଲିକୋଟ ବ୍ଲକର 14 ଜଣ, ପୁରୁଷୋତ୍ତମ ବ୍ଲକ ଏବଂ ଗଂଜାମ ବ୍ଲକର ଜଣେ ଲେଖାଏଁ ପ୍ରବାସୀ ରହିଥିବା ଜଣାପଡିଛି। ସ୍କୁଲ ପରିସରରେ ସେମାନଙ୍କ ପଞ୍ଜିକରଣ ପରେ ରୁମକୁ ପଠାଯାଇଥିଲା। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ବେଦବର ପ୍ରଧାନ, ସରପଞ୍ଚ ହୃଷିକେଶ ମେହେଣ।, ନୋଡାଲ ଅଫିସର ମଳୟ କୁମାର ବେହେରା, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ତତ୍ୱବାଧାନରେ ସମସ୍ତଙ୍କୁ…

Read More

ଭୁବନେଶ୍ବର : ଲକ୍‌ଡାଉନ୍‌ ପ୍ରଭାବରେ ଅନେକ ଲୋକ ଅନାହାରରେ ରହୁଥିବା ବେଳେ ଏହି ବ୍ୟକ୍ତିଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ସେନାର ଜନୈକ ଯବାନ୍‌ । ଭାରତୀୟ ସେନାର ଲେଫ୍ଟନାଣ୍ଟ କଲୋନେଲ୍‌ କପିଲ୍‌ ଜୋହରୀ ଏବଂ ଡିଆରଡିଓର ମିଳିତ ଉଦ୍ୟମରେ ଦୈନିକ 2 ଶହ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ରହିଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ ଏବଂ ଅନ୍ୟାନ୍ୟ କ୍ଷୁଦ୍ଧାର୍ଥ ବ୍ୟକ୍ତିଙ୍କୁ ଦୈନିକ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଲକ୍‌ଡାଉନ୍‌ ପରଠାରୁ ପ୍ରତ୍ୟେକ ଦିନ 200 ବ୍ୟକ୍ତିଙ୍କୁ ଖାଦ୍ୟପଦାର୍ଥ ପ୍ରଦାନ କରାଯାଉଥିବା ନେଇ ଲେଫ୍ଟନାଣ୍ଟ କଲୋନେଲ୍‌ କପିଲ୍‌ ଜୋହରୀ ପ୍ରକାଶ କରିଛନ୍ତି । ଡିଆରଡିଓ ବ୍ୟତିତ ଅନ୍ୟତମ ସଂସ୍ଥା ଡିଫେନ୍ସ ସିକ୍ୟୁରିଟି କର୍ପସ୍‌ (ଡିସିଏସ୍‌) ମଧ୍ୟ ରନ୍ଧାଖାଦ୍ୟ ପ୍ରଦାନରେ ସହାୟତା କରୁଥିବା ଜଣାପଡିଛି ।

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୋଭିଡ ୧୯ ସମୟରେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ତିନିଟି ବ୍ଲକର ପ୍ରବାସୀ ଓଡ଼ିଆ ମାନଙ୍କ ସୁବିଧା ପାଇଁ ଆଗକୁ ବଢିଛନ୍ତି ବିଧାୟକ ବିଷ୍ଣୁ ଦାସ । ତିର୍ତ୍ତୋଲର ତିନି ବ୍ଲକ୍‌ର ବିଡିଓଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ପରେ ସେମାନଙ୍କୁ କିଭଳି କ୍ବାରେଣ୍ଟାଇନ୍‌ରେ ରଖାଯିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ବିଧାୟକ ବିଡିଓଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ସମସ୍ତ ପଞ୍ଚାୟତର କ୍ବାରେଣ୍ଟାଇନ୍‌ ବ୍ୟବସ୍ଥାର ତଦାରଖ ସ୍ବୟଂ ବିଧାୟକ ନିଜେ କରିବେ ବୋଲି ବିବୃତି ଦେଇଛନ୍ତି । ବିଧାୟକଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଜୁ ଜୟନ୍ତୀ ସମୟରେ ଏହି ତିନୋଟି ବ୍ଲକ୍‌ରେ ରକ୍ତଦାନ କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ।

Read More