ଜମ୍ମୁ : କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ଦୁଇଜଣ ସମ୍ପର୍କୀୟଙ୍କ ଅଚାନକ ମୃତ୍ୟୁ ହୋଇଛି । ଜମ୍ମୁର ସିଦ୍ଦରା ଅଞ୍ଚଳରେ କରୋନା ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହୋଇଥିବା ଦୁଇ ସମ୍ପର୍କୀୟଙ୍କ ଘଟଣାସ୍ଥଳରେ ଅଚାନକ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ପ୍ରଶାସନ ଏହି ଘଟଣାର କଡା ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ତିନି ସମ୍ପର୍କୀୟ ଅନ୍ତିମ ସଂସ୍କାର ପାଇଁ ତବୀ ନଦୀ କୂଳକୁ ସରକାରୀ ଆମ୍ବୁଲାନ୍ସରେ ଶବକୁ ନେଇ ଯାଇଥିଲେ । ସଂସ୍କାର ପାଇଁ ମୃତକଙ୍କ ପୁଅ ସହ ଦୁଇ ଭଣଜା ଉପସ୍ଥିତ ରହିଥିଲେ । କରୋନା ପ୍ରୋଟୋକଲ୍ ଅନୁସାରେ ସେମାନେ ପିପିଇ କିଟ୍ ମଧ୍ୟ ପରିଧାନ କରିଥିଲେ । ମୃତକଙ୍କ ସଂସ୍କାର ଚାଲିଥିବାବେଳେ ମୃତକଙ୍କ ପୁଅ ସମେତ ଦୁଇ ଭଣଜା ଅଚାନକ…
Author: Samikhsya Bureau
ଭୁବନେଶ୍ବର : ଆଜି ଚିହ୍ନଟ 165 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 11 ଜଣ କର୍ମଚାରୀ ରହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ 41 ଜଣ ରହିଥିବାବେଳେ ଗଜପତିରୁ 28 ଜଣ, କଟକରୁ 20 ଜଣ, ଖୋର୍ଦ୍ଧା ଓ ଯାଜପୁରରୁ 8 ଜଣ ଲେଖାଏଁ ରହିଛନ୍ତି । ପୁରୀରୁ 7 ଜଣ, ସୁନ୍ଦରଗଡରୁ 6ଜଣ, ନବରଙ୍ଗପୁର ଓ ମୟୂରଭଞ୍ଜରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର ଓ ଝାରସୁଗୁଡାରୁ 2 ଜଣ ଲେଖାଏଁ ରହିଥିବାବେଳେ କୋରାପୁଟ, ମାଲ୍କାନଗିରି, ଅନୁଗୁଳ, ନୟାଗଡ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 4,677କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ତିନି ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 165 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 140 ଜଣ ଚିହ୍ନଟ ହୋଇଥିବାବେଳେ 25ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 4,677କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1519 । ସୁସ୍ଥ ହୋଇଛନ୍ତି 3144ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 11ଜଣ । ସେହିପରି 3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ରୋହତକ : ହରିୟାଣାର ରୋହତକ ଜିଲ୍ଲାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରିବାର ବିରୋଧରେ ବିବାହ କରିବା ଏକ ଦମ୍ପତିକୁ ବେଶ୍ ମହାଙ୍ଗା ପଡିଛି । ପରିବାର ବିରୋଧରେ ବିବାହ କରିବା ଯୋଗୁଁ ଦମ୍ପତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ମୃତ ଯୁବତୀଙ୍କର ଭାଇ ଓ ତାଙ୍କର ଦୁଇ ସାଙ୍ଗ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଫରମାନା ଗ୍ରାମରେ ରହୁଥିବା ଦମ୍ପତି ପରିାବର ବିରୋଧରେ ବିବାହ କରିଥିଲେ ଏବଂ ସୁରକ୍ଷା ଦୃଷ୍ଟିରେ ଦୁହେଁ ରୋହତକକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । 19 ବର୍ଷୀୟା ଯୁବତୀ ଓ ତାଙ୍କ ସ୍ବାମୀକୁ ନେଇ ଯୁବତୀଙ୍କ ଭାଇ ମେହାମ କସ୍ବେ ଯାଇଥିଲେ । ସେଠାରେ ତା’ଙ୍କ ଭାଇଙ୍କଦୁଇ ସାଙ୍ଗ ଉଫସ୍ଥିତ ରହିଥିଲେ । ସେଠାରେ ଅଭିଯୁକ୍ତମାନେ ପ୍ରଥମେ ଯୁବତୀକୁ ଛୁରୀରେ ମାରିଥିବାବେଳେ ଦୁହେଁ…
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 13 ହଜାର 586 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 336ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ସର୍ବମୋଟ୍ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 80 ହଜାର 532ରେ ପହଞ୍ଚିଛି । ସେହିପରି ଦେଶରେ ସର୍ବମୋଟ ମୃ୍ତ୍ୟୁ ସଂଖ୍ୟା 12 ହଜାର 573ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ – 1 ଲକ୍ଷ 63ହଜାର 248 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 04 ହଜାର 711 ଜଣ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ 1 ଲକ୍ଷ 20 ହଜାର 504 ଆକ୍ରାନ୍ତ ହୋଇଥିବାବେଳେ 5751ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ 1969 ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ…
ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ୍ ସହ ଲଢେଇ କରି ସହିଦ ହୋଇଥିବା 20 ବୀର ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛି ଆମେରିକା । ଚୀନ୍ ସହ ମୁକାବିଲାରେ ସହିଦ ଯବାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ମାଇକ ପିମ୍ପୋଓ ଶୋକବାର୍ତ୍ତା ଜଣାଇଛନ୍ତି ।ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆମେ ଯବାନଙ୍କ ପରିବାର ଓ ପୂରା ଦେଶବାସୀଙ୍କ ସହ ରହିଛୁ ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ । ସୂଚନାଯୋଗ୍ୟ, ଏହି ସହିଦ ଯବାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ଯବାନ ରହିଛନ୍ତି । ଆଜି ଏହି ବୀର ସହିଦଙ୍କୁ ତାଙ୍କ ପୈତୃକ ମାଟିରେ ଶେଷ ସମ୍ମାନ ଦିଆଯାଉଛି । ଏହି ଦୁଇ ବୀରଙ୍କୁ ତାଙ୍କ ନିଜ ଗ୍ରାମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ପ୍ରମୁଖ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସହିଦ ନୁଦୁରାମ ସୋରେନଙ୍କ ମୟୂରଭଞ୍ଜ ରାଇରଙ୍ଗପୁରସ୍ଥିତ ବଡଚମ୍ପାଉଦା ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ…
ନୂଆଦିଲ୍ଲୀ: କରୋନା ଭାଇରସ ସମଗ୍ର ବିଶ୍ୱକୁ ଗ୍ରାସିଥିବା ବେଳେ ଭାରତର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଏହି ନିର୍ବାଚନ ରଣାଙ୍ଗନରେ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତା ଅବତୀର୍ଣ୍ଣ ହୋଇଛନ୍ତି। ମଧ୍ୟପ୍ରଦେଶରେ 3 ଆସନରେ 4 ଜଣ ଆଶାୟୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବିଜେପି ଓ କଂଗ୍ରେସର 2-2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ମଧ୍ୟପ୍ରଦେଶ କଂଗ୍ରେସର ବୈଠକରେ ଦଳର ପ୍ରାୟ 6 ଜଣ ବିଧାୟକ ସାମିଲ୍ ହେବା ପରେ ଏବେ ଏଠାରେ ରାଜନୈତିକ ସଂକଟ ଦେଖାଦେଇଛି । ମଧ୍ୟପ୍ରଦେଶର ତିନୋଟି ଆସନରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂ ସୋଲଙ୍କୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ କଂଗ୍ରେସ ପକ୍ଷରୁ ଦିଗ୍ବିଜୟ ସିଂହ ଓ ଫୁଲ ସିଂହ ବରୈୟା ରହିଛନ୍ତି । ସେହିପରି ଗୁଜୁରାଟର 4ଟି ଆସନରେ 5ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ବିଜେପି ପକ୍ଷରୁ 3ଜଣ…
ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 12ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ 40 ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ରାୟଗଡ଼ାରୁ କଟକ ଯାଉଥିବାବେଳେ ଖ୍ରୀଷ୍ଟପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ର ସାମ୍ନା ପଟୁ ଏକ ଟ୍ରକ୍ ଚାଲି ଆସିବାରୁ ଦୁର୍ଘଟଣା ଘଟିଥିଲା । ତେବେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
କେଦାର ମିଶ୍ର ଯଦି ସୁପ୍ରିମ କୋର୍ଟରେ ଉଭୟ ମୁଦେଇ ଓ ମୁଦାଲାଙ୍କ ଓକିଲ କହନ୍ତି ଯେ ରଥଯାତ୍ରାରେ ୧୦ ଲକ୍ଷ ଲୋକଙ୍କର ସମାଗମ ହେବ, ତାହେଲେ ସୁପ୍ରିମ କୋର୍ଟ ଆଜିର ପରିସ୍ଥିତିରେ ରଥଯାତ୍ରା ପାଇଁ ଅନୁମତି ଦେବେ କେମିତି? ଆଜି ହୁଏତ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ରଥଯାତ୍ରା ବନ୍ଦ ହୋଇଛି। ତେବେ ଅସଲ କାରଣ ହେଉଛି, ଓଡିଶା ସରକାର ଏହି ଯାତ୍ରା ବନ୍ଦ ହେବା ସପକ୍ଷରେ ସୁପ୍ରିମ କୋର୍ଟରେ ସ୍ପଷ୍ଟ ମତ ରଖିଛନ୍ତି। ସୁପ୍ରିମ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ଓଡିଶା ରାଜ୍ୟ ସରକାର ଗତ ୧, ଜୁନ,୨୦୨୦ ଏବଂ ୭,ଜୁନ,୨୦୨୦ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି, ସେଥିରେ ଏ ପ୍ରକାର ଧାର୍ମିକ ଅନୁଷ୍ଠାନ ହୋଇପାରିବ ନାହିଁ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରାକରଙ୍କ ଗୃହ ବିଭାଗର ୩୦/୦୫/୨୦୨୦ ନିର୍ଦ୍ଦେଶନାମାରେ ମଧ୍ୟ…
ସଂପଦ ଦଳାଇ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଯଦି କରୋନା ଆକ୍ରାନ୍ତ ବଢୁଥିବା ବେଳେ ବସ ଚାଲିବାକୁ ଅନୁମତି ମିଳିଛୁ, ବିମାନ ଉଡିବାକୁ ଅନୁମତି ଦିଆଯାଉଛି, ଟ୍ରେନ ଗଡିପାରୁଛି, ତେବେ ରଥ ଗଡିବାରେ ବାଧା ଉପୁଜିଲା କାହିଁକି। ସେସବୁ କ୍ଷେତ୍ରରେ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ବି କୋର୍ଟ ଗଲେ ନାହିଁ। ହେଲେ ଯେତେବେଳେ ରଥ ଗଡିବା ସମୟ ଆସିଲା ସୁପ୍ରିମକୋର୍ଟକୁ ଆଢୁଆଳ କରି ଏହାକୁ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ। ଏହିପରି ପ୍ରଶ୍ନ ବର୍ତ୍ତମାନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦୋଳିତ କରିବାରେ ଲାଗିଛି। ଏ ସଂପର୍କରେ ବିସ୍ତୁତ ତଥ୍ୟ ରଖିବା ପୂର୍ବରୁ ସୁପ୍ରିମ କୋର୍ଟରେ ହୋଇଥିବା ତର୍କବିତର୍କ ସଂପର୍କରେ ଆଲୋଚନା କରାଯାଇପାରେ। କୋଭିଡ19 ପାଇଁ ରଥଯାତ୍ରା ବନ୍ଦ କରାଯାଉ…
ଭୁବନେଶ୍ବର, ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ପାଳନ କରିଯିବ। ତେବେ ରଥନିତି ବାହାରେ ନ କରି ମନ୍ଦିର ପରିସରରେ କିପରି କରାଯିବ ତାହା ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରିତ କରିବା ପାଇଁ ରାଜ୍ୟ କ୍ୟାବିନେଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହେଉଥିବା ରଥଯାତ୍ରା କମିଟ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ। ସେସବୁକୁ ତଦାରଖ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ କ୍ୟାବିନେଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି କ୍ୟାବିନେଟ ବୈଠକ ଆରମ୍ଭରେ ଲଦାଖରେ ସହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଆଡଭୋକେଟ ଜେନେରାଲ ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂପର୍କରେ କ୍ୟାବିନେଟକୁ ଅବଗତ କରାଇଥିଲେ। ଏହାପରେ କ୍ୟାବିନେଟ ବାହାର ରଥଯାତ୍ରା ବନ୍ଦ କରି ମନ୍ଦିର ପରିସରରେ କରିବା ପାଇଁ ପ୍ରଶାସନକୁ ନିଦ୍ଦେଶ…
ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୩୯୮ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀର ଏକ ଫାର୍ମ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ଏବଂ ସୋନିପତରେ ଅବସ୍ଥିତ ‘ଜଗତ୍ ଏଗ୍ରୋ କମୋଡିଟିସ୍ ପିଭି ଲିମିଟେଡ୍’ ର ନିର୍ଦ୍ଦେଶକ ସାନ୍ତ ଲାଲ ଅଗ୍ରୱାଲ, ସୁଧା ପାୱା ଏବଂ ଅନ୍ୟାନ୍ୟ ବେସରକାରୀ କମ୍ପାନୀ ତଥା ଅନ୍ୟାନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଜେନ୍ସି ଏକ ମାମଲା ରୁଜୁ କରିଛି। ସିବିଆଇ ଅନୁଯାୟୀ, ଏସବିଆଇ (ଲିଡ ବ୍ୟାଙ୍କ) ଏବଂ ପିଏନବିକୁ ନେଇ ଗଠିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ପୂର୍ବ ଷ୍ଟେଟ ବ୍ୟାଙ୍କ ଅଫ୍ ପଟିଆଲା) ନେତୃତ୍ୱ ନେଇଥିବା ସଂଗଠନକୁ ୩୯୮.୩୫ କୋଟି ଟଙ୍କା ଠକିଛି। ଅଭିଯୋଗ ଅନୁଯାୟୀ, ଅଧିକ ଋଣ ସୁବିଧା ପାଇବା, କମ୍ପାନୀର ମୁଦ୍ରାସ୍ଫୀତି ଆର୍ଥିକ ଦାଖଲ, ଆକାଉଣ୍ଟ୍ ବୁକ୍ ଏବଂ ସିକ୍ୟୁରିଟି ପ୍ରଦାନ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଭବାନୀପାଟଣା ସ୍ଥିତ ଓଡ଼ିଶା ବ୍ଲଡ଼ ବ୍ୟାଙ୍କ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୋଲିସ ଏଡ୍-ପୋଷ୍ଟର ମହିଳା ଆରକ୍ଷୀ ଜାହ୍ନବୀ ସାହୁ, ୯ମ ଆଇ ଆର୍ ବି ଏନ୍ ର ହାବିଲଦାର ଅମିତ୍ ବିଶ୍ଵାଳ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ଼-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସ୍ଥାନୀୟ ସମାଜସେବୀ ସରୋଜ ଭୋଇ, ଆଦିତ୍ୟ ସା, କୁନାଲ ଅଗସ୍ତି, ବିକାଶ ମୁଣ୍ଡ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଳକ ଅନ୍ତର୍ଗତ ଶିଙ୍ଗେଶ୍ଵର ପଞ୍ଚାୟତର ଘିଅଖଲା ଗ୍ରାମର କରୋନା ମୃତକଙ୍କ ପରିବାରକୁ ସାହା ହେଲା “ସମାଜର ଦର୍ପଣ” ସ୍ବେଚ୍ଛାସେବୀ ସଂଗଠନ। ଗତ ମେ ମାସ ୨୬ ତାରିଖରେ ଘିଅଖଲା ଗ୍ରାମର ଗଣେଶ ଜୁଝାରସିଂଙ୍କ ସମ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳ ମୃତ୍ୟୁ ହୋଇଥିଲା। କିନ୍ତୁ ଏଯାବତ ସରକାର କରୋନା ମୃତକ ପରିବାରଙ୍କ ପାଇଁ କିଛି ଅନୁକମ୍ପାମୂଳକ ସହାୟତା ଘୋଷଣା କରିନାହାନ୍ତି। ଏଭଳି ସମୟରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ସହାୟତାର ହାତ ବଢେଇଛନ୍ତି। ଆଜି ବାଣପୁରସ୍ଥିତ “ସମାଜର ଦର୍ପଣ “ ସ୍ବେଚ୍ଛାସେବୀ ସଂଗଠନର ଯୁବ କର୍ମକର୍ତ୍ତାମାନେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣେଇବା ସହ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଘଟଣାନୁସାରେ ମୃତକ ଗଣେଶ ଜୂଝାରସିଂ ଗତ ମାସ ୧୬ ତାରିଖରେ ସ୍ଵାସ୍ଥ୍ୟଗତ ସମସ୍ୟା ହେତୁ ଭୁବନେଶ୍ଵରସ୍ଥିତ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଭର୍ତ୍ତି ହେବା ପରଦିନ ସେ କୋଭିଡ ପଜିଟିଭ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ମେଗା ନିଯୁକ୍ତି ଯୋଜନା ଆରମ୍ଭ କରିବେ। ଏହି ମେଗା ନିଯୁକ୍ତି ଯୋଜନା ବିହାରର ଖଗରିଆ ଜିଲ୍ଲାରୁ ୨୦ ଜୁନ୍ ଶନିବାର ଦିନ ଆରମ୍ଭ ହେବ। ସେହି ଅନୁଯାୟୀ, ୬ ଟି ରାଜ୍ୟର ୧୧୬ ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର ଯୋଜନା କରିଛି। ସମ୍ପ୍ରତି, କୋଭିଡ -୧୯ ମହାମାରୀ ହେତୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସହରାଞ୍ଚଳ ତଥା ଶିଳ୍ପ କେନ୍ଦ୍ରରୁ ନିଜ ରାଜ୍ୟକୁ ଫେରି ଆସିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ଚାକିରୀ ଯୋଗାଇବା ପାଇଁ ୨୫ ଟି ଯୋଜନା ଏକାଠି କରାଯାଇଛି। ଏହି ଯୋଜନାରେ ସମ୍ପୃକ୍ତ ସମୁଦାୟ ପରିମାଣ ପ୍ରାୟ ୫୦,୦୦୦ କୋଟି ଟଙ୍କା ଯାହାକି ରୋଜଗାର ଅଭିଯାନ ପାଇଁ ବ୍ୟବହୃତ ହେବ ଏବଂ ଏହା ଅତି…
ଭୁବନେଶ୍ବର: ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୭ ଜଣ କରୋନା ଆକ୍ରାନ୍ତ। କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଏବଂ ଗଞ୍ଜାମରୁ ୧୬ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ କନ୍ଧମାଳରୁ ୧୪ ଜଣ, ମୟୂରଭଞ୍ଜରୁ ୯ ଜଣ, ଯାଜପୁରରୁ ୭ ଜଣ, ପୁରୀରୁ ୫ ଜଣ, ନୟାଗଡରୁ ୪ ଜଣ, କେନ୍ଦ୍ରାପଡାରୁ ୩ ଜଣ, ବରଗଡ ଏବଂ କେନ୍ଦୁଝରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୯୭ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥ ହୋଇଥିବା ସଂଖ୍ୟା ୩୧୪୪ ରେ ପହଞ୍ଚିଛି। ତେବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୪୫୧୨ ରହିଥିବାବେଳେ ସୁସ୍ଥ ହେଲେ ୩୧୪୪ ଜଣ ଏବଂ ଚିକିତ୍ସିତ ହେଉଛନ୍ତି ୧୩୫୪ ଜଣ।
ଭୁବନେଶ୍ବର: ଆଜି ଭୁବନେଶ୍ବର ସହରାଞ୍ଚଳରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୯ ଜଣଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନ ଏବଂ ୫ ଜଣ ଲୋକାଲ କେଶ ବୋଲି ବିଏମସି ପ୍ରକାଶ କରିଛି। ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ଏବଂ ଭୀମପୁରରୁ ଦୁଇ ଜଣ କ୍ଵାରେଣ୍ଟିନରେ ଥିଲେ। ଅନ୍ୟ ଜଣେ ସାଲିଆ ସାହିରୁ ଚିହ୍ନଟ ହୋଇଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ମଧ୍ୟ କ୍ଵାରେଣ୍ଟିନରେ ଥିଲେ। ସେହିପରି ୫ ଜଣ ଲୋକାଲ କେଶ ମଧ୍ୟରୁ ତିନି ଜଣ କୋଭିଡ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛି। ଏହି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା କର୍ମଚାରୀ। ଆଉ ବାକି ଦୁଇ ଜଣ ଲୋକାଲ କେଶ ଗୋଟିଏ ପରିବାରର ଗାଡକଣ ମହିମାନଗରର ବୋଲି ସୂଚନା ରହିଛି। ଏହି ଦୁଇ ଜଣ ପୂର୍ବ ଆକ୍ରାନ୍ତ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ।
ଭୁବନେଶ୍ବର, ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଦେବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉପରେ ଚଡକ ପଡିଛି। ଏପରି ରାୟ ବର୍ତ୍ତମାନ ସାରା ବିଶ୍ବର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମଙ୍କୁ ଆଘାତ ଦେଇଛି। ଫଳରେ ପରବର୍ତ୍ତି ପଦକ୍ଷେପ କଣ କରାଯିବ ସେ ନେଇ ଆଜି ରାଜ୍ୟ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକ ଆଜି ସଂଧ୍ୟା 7ଟା 45 ମିନଟରେ କରାଯିବ ବୋଲି କୁହାଯାଇଛି। ପୂର୍ବରୁ ଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହି ବୈଠକ ସହିତ ରଥଯାତ୍ରା ବନ୍ଦ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହି ବୈଠକରେ ଆଡଭୋକେଟ ଜେନରାଲ, ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ, ଉନ୍ନୟନ କମିଶନର, ଆଇନ ବିଭାଗର ପ୍ରିନସପାଲ ସଚିବ ଏବଂ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଯୋଗଦେବା ପାଇଁ ଡକା ଯାଇଛି।
ପୁରୀ, ବର୍ତ୍ତମାନ ଚାରିଆଡେ ଖୋଲା ରହିଛି। ଟ୍ରେନରେ ହଜାର ହଜାର ଲୋକେ ଏକାଠି ଆସୁଛନ୍ତି। ଏ କଥା ସରକାର ଦେଖୁଛନ୍ତି। ସେଠାରେ କୌଣସି ସାମାଜିକ ଦୂରତା ରହୁ ନାହିଁ, ତେବେ ରଥଯାତ୍ରା ବେଳକୁ ଏପରି କାହିଁକି ପଦକ୍ଷେପ ନିଆଗଲା। ଏହିପରି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ରାଜ୍ୟ ସରକାର ପ୍ରାୟତଃ ନିଷ୍ପତି କରିଛନ୍ତି ଯେ ସାମାଜିକ ଦୂରତା ରଖି ରଥଯାତ୍ରା ସଂପର୍କିତ ସମସ୍ତ କାର୍ଯ୍ୟ କରିବେ। ସେହି ଅନୁସାରେ ବର୍ତ୍ତମାନ କୋଭିଡ19ର ସମସ୍ତ କଟକଣା ସହିତ ରଥ କାମ ଚାଲିଛି। ଏପରିକି ସ୍ନାନଯାତ୍ରାକୁ ମଧ୍ୟ ଠିକ୍ ଭାବରେ ପାଳନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତି ଜଗନ୍ନାଥଙ୍କ ପ୍ରେମୀଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି ବୋଲି ସେବାୟତମାନେ କହିଛନ୍ତି।
ନୂଆଦିଲ୍ଲୀ, କୋଭିଡ 19 କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରାଯାଉ। ଏହିପରି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଜି ରଥଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଥିଲା। ଏହାକୁ ବନ୍ଦ କରାଯାଉ ବୋଲି ଓଡିଶା ବିକାଶ ପରିଷଦ ତରଫରୁ ଏକ ମାମଲା ଦାୟର କରାଯାଇଥିଲା। ତାହାକୁ ଗ୍ରହଣ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଫଳରେ ଏଥର ରଥଯାତ୍ରା ନେଇ ଯେଉଁ ସନ୍ଦେହ ଥିଲା ତାହା ଏକ ପ୍ରକାରର ଦୂର ହୋଇଛି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ରଥଯାତ୍ରା ହେଉଛି ଏକ ବଡ ଧାର୍ମିକ ପର୍ବ। ଏହି ପର୍ବରେ ବହୁ ଲୋକଙ୍କର ଆବଶ୍ୟକତା ରହିଛି। ଫଳରେ ସରକାର ଯେଉଁ କୋଭିଡ19 କଟକଣା କରିଛନ୍ତି ତାହା ପାଳନ ହୋଇପାରିବ ନାହିଁ। ମୁଖ୍ୟତଃ ସାମାଜିକ ଦୂରତା ରଖି ଏହାକୁ ପାଳନ କରିବା ସମ୍ଭବ ନୁହେଁ। ସେଥିପାଇଁ ଚଳିତ ବର୍ଷ ଏହାକୁ ସ୍ଥିଗତ କରାଯାଉ…
ଭୁବନେଶ୍ବର, ଆଜି ରାଜ୍ୟର କରୋନା ଆକ୍ରାନ୍ତ 174 ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ କୁହାଯାଇଛି। ତେବେ ଏମାନଙ୍କ ମଧ୍ୟରୁ 146 ହେଉଛନ୍ତି କ୍ବାରଣ୍ଟାଇନ କେନ୍ଦ୍ରରୁ ବୋଲି ଜଣାପଡିଛି। ଆଉ 28 ଜଣ ହେଉଛନ୍ତି ସ୍ଥାନୀୟ ବୋଲି କୁହାଯାଇଛି। 18 ଟି ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ 1-କେଉଁଝର-5 2-ଯାଜପୁର -9 3-ନବରଂଗପୁର-7 4-ଖୋର୍ଦ୍ଧା-10 5-କୋରାପୁଟ-6 6-ଗଂଜାମ-56 7-ପୁରୀ-16 8-ବାଲେଶ୍ବର-34 9-କେନ୍ଦ୍ରାପଡା-7 10-କଳାହାଣ୍ଡୀ-6

