Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବସ ଚାଲିଲା, ବିମାନ ଉଡିଲା, ଟ୍ରେନ ଗଡିଲା; ହେଲେ ରଥ ଗଡିବାରେ ଅସୁବିଧା ହେଲା କେଉଁଠି ?
ବିଶେଷ ଖବର

ବସ ଚାଲିଲା, ବିମାନ ଉଡିଲା, ଟ୍ରେନ ଗଡିଲା; ହେଲେ ରଥ ଗଡିବାରେ ଅସୁବିଧା ହେଲା କେଉଁଠି ?

June 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବସ ଚାଲିଲା, ବିମାନ ଉଡିଲା, ଟ୍ରେନ ଗଡିଲା; ହେଲେ ରଥ ଗଡିବାରେ ଅସୁବିଧା ହେଲା କେଉଁଠି ?

ସଂପଦ ଦଳାଇ

ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଯଦି କରୋନା ଆକ୍ରାନ୍ତ ବଢୁଥିବା ବେଳେ ବସ ଚାଲିବାକୁ ଅନୁମତି ମିଳିଛୁ, ବିମାନ ଉଡିବାକୁ ଅନୁମତି ଦିଆଯାଉଛି, ଟ୍ରେନ ଗଡିପାରୁଛି, ତେବେ ରଥ ଗଡିବାରେ ବାଧା ଉପୁଜିଲା କାହିଁକି। ସେସବୁ କ୍ଷେତ୍ରରେ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ବି କୋର୍ଟ ଗଲେ ନାହିଁ। ହେଲେ ଯେତେବେଳେ ରଥ ଗଡିବା ସମୟ ଆସିଲା ସୁପ୍ରିମକୋର୍ଟକୁ ଆଢୁଆଳ କରି ଏହାକୁ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ। ଏହିପରି ପ୍ରଶ୍ନ ବର୍ତ୍ତମାନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦୋଳିତ କରିବାରେ ଲାଗିଛି।

ଏ ସଂପର୍କରେ ବିସ୍ତୁତ ତଥ୍ୟ ରଖିବା ପୂର୍ବରୁ ସୁପ୍ରିମ କୋର୍ଟରେ ହୋଇଥିବା ତର୍କବିତର୍କ ସଂପର୍କରେ ଆଲୋଚନା କରାଯାଇପାରେ। କୋଭିଡ19 ପାଇଁ ରଥଯାତ୍ରା ବନ୍ଦ କରାଯାଉ ବୋଲି ଓଡିଶା ବିକାଶ ପରିଷଦ ନାମକ ଏକ ସଂସ୍ଥା ତରଫରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟାର କରାଯାଇଥିଲା। ସେଥିପାଇଁ ପରିଷଦ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋସ୍ତଗୀ, ବରିଷ୍ଠ ଓକିଲ ରଂଜୀତ କୁମାର ପ୍ରମୁଖଙ୍କୁ ନିଯୁକ୍ତ ଦିଆଯାଇଥିଲା।

ହେଲେ ରାଜ୍ୟ ସରକାରଙ୍କ ତରଫରୁ ଦେଶର ନାମଜାଦା ଓକିଲ ହରିଶ ସାଲଭେଙ୍କ ସହିତ ବଛାବଛା 24 ଜଣ ଓକିଲଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ମାମଲା ତିନି ଜଣିଆ ଖଣ୍ଡପିଠ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋଡେ, ଜଷ୍ଟିସ ଦୀନେଶ ମାହେଶ୍ବରୀ ଏବଂ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କ କୋର୍ଟରେ ଶୁଣାଣି ହୋଇଥିଲା।

ତେବେ ଶୁଣାଣି ବେଳେ ସରକାରଙ୍କ ତରଫରୁ ଯେପରି ଯୁକ୍ତି କରିବା କଥା ତାହା ପରିଦୃଷ୍ଟ ହୋଇ ନ ଥିଲା। କାରଣ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନା କରୁଥିବା ଦେଶର ବରିଷ୍ଠ ଓକିଲ ହରିଶ ସାଲଭେ କୋର୍ଟରେ କହିଥିଲେ ଯେ, ଗତ ବର୍ଷ ରଥଯାତ୍ରାରେ ପ୍ରାୟ 20 ଲକ୍ଷ ଭକ୍ତ ଉପସ୍ଥିତ ଥିଲେ। ସେହିପରି ଚଳିତ ବର୍ଷ ମଧ୍ୟ ଏହି ରଥଯାତ୍ରାରେ ପ୍ରାୟ 20 ଲକ୍ଷ ଭକ୍ତ ଯୋଗ ଦେବାରେ ସମ୍ଭାବନା ଅଛି। ଯଦି ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଭକ୍ତ ବା ଲୋକ ଏକାଠି ହୁଅନ୍ତି ତେବେ ସେଠାରେ କୋଭିଡ19 ଭୁତାଣୁ ସଂକ୍ରାମଣ ହେବା ନିଶ୍ଚିତ। ସେଥିପାଇଁ ଚଳିତ ବର୍ଷ ଏହି ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି କୋର୍ଟଙ୍କୁ ସିଧାସିଧା ସାଲଭେ ଅବଗତ କରାଇଥିଲେ। ଆଉ କୌଣସି ଯୁକ୍ତି ନ ଥିବାରୁ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି ରାୟ ଶୁଣାଇ ଦେଇଥିଲେ।

ଏସବୁକୁ ଅନୁଧ୍ୟାନ କଲେ ଏହା ସୂଚାଇ ଦେଉଛି ଯେ, ରଥଯାତ୍ରା ବନ୍ଦ କରିବା ପାଇଁ ଯେପରି ପୂର୍ବ ନିର୍ଦ୍ଧାରିତ ଥିଲା। କାରଣ କୋର୍ଟରେ କେହି ବି ହେଲେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢି ନ ଥିଲେ। କୋଭିଡ19 କଟକଣା ମଧ୍ୟରେ କିପରି ରଥଯାତ୍ରା ହୋଇପାରିବ ତାହା କୁହାଯାଇ ନ ଥିଲା। ଗୋଟିଏ ପଟେ କୋଭିଡ19 କଟକଣା, ଅନ୍ୟପଟେ ଜଗନ୍ନାଥ ସଂସ୍କୃତି ଏବଂ ସାଢେ ଚାରି କୋଟି ଓଡିଆଙ୍କ ପ୍ରାଣ। ଏପରି ପରିସ୍ଥିତରେ କୋଭିଡ19 କଟକଣା ଭିତରେ ରଥଯାତ୍ରା କରିବାରେ କୌଣସି ଅସୁବିଧା ନ ଥିଲା। ସାମାଜିକ ଦୂରତା ରଖି ରଥଯାତ୍ରା କରାଯାଇ ପାରେ ବୋଲି କୋର୍ଟଙ୍କୁ ଅବଗତ କରାଯାଇ ପାରିଥାଆନ୍ତା। ହେଲେ ତାହା କରାଯାଇ ନ ଥିଲା।

କୋର୍ଟରେ କେହି ବି ଯୁକ୍ତି କଲେ ନାହିଁ ଯେ, ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ଯେପରି କଟକଣା ସହିତ ପାଳନ କରାଗଲା ସେହିପରି ରଥଯାତ୍ରା ମଧ୍ୟ କରାଯାଇ ପାରିବ। ହେଲେ ସେ ସବୁ ଉପସ୍ଥାପିତ ନ କରି ଗତ ବର୍ଷ 20 ଲକ୍ଷ ଭକ୍ତ ଆସିଥିଲେ ଏଥର ମଧ୍ୟ ସେହିପରି ଭକ୍ତ ଆସିବେ ବୋଲି କୋର୍ଟରେ ତଥ୍ୟ ରଖିବାକୁ ଜଗନ୍ନାଥ ପ୍ରେମୀ ହଜମ କରିପାରୁ ନାହାଁନ୍ତି। କିପରି କଟକଣା ଭିତରେ ରଥଯାତ୍ରା କରାଯାଇପାରିବ ସେପରି ଦୃଢ ଯୁକ୍ତି ଖଣ୍ଡପିଠଙ୍କ ପାଖରେ ରଖାଯାଇ ନ ଥିଲା। ଫଳରେ ରଥଯାତ୍ରା ବନ୍ଦ କରିବାକୁ କୋର୍ଟ ନିଶ୍ଚିତ ରାୟ ଦେବେ ଏଥିରେ ସନ୍ଦେହ ନାହିଁ।

ତେବେ ଚଳିତ ବର୍ଷ ଜଗନ୍ନାଥ ଇତିହାସରେ ଏକ ନୂଆ ଉଦାହରଣ ସୃଷ୍ଟି ହେଲା, ଯାହା ଶହଶହ ବର୍ଷ ଧରି ହୋଇ ନ ଥିଲା। କୋର୍ଟଙ୍କ ରାୟ ଉପରେ କାହାର କହିବାର ଅଧିକାର ନାହି ସତ, ହେଲେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ଆଘାତ ସୃଷ୍ଟି ହେଲା ତାହା ସବୁଦିନ ପାଇଁ ଜଗନ୍ନାଥ ସଂସ୍କୃତିରେ ଲିପିବଦ୍ଧ ହୋଇ ରହିଗଲା।

ରଥଯାତ୍ରା ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.