ସୀତାରାମ ଅଗ୍ରଓ୍ବାଲ ବାଣପୁର : ଓଡିଶାର ଗଣମାଧ୍ୟମ ସଂସ୍ଥାନ ଓଟିଭି ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଓଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ସର୍ବେଭବନନ୍ତୁ ଶୁଖିନଃ, ସ୍ବାମୀ ସୁଧାନନ୍ଦ ସରସ୍ବତୀ ଏବଂ ଓଟିଭିର କର୍ମକର୍ତ୍ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁଧାନନ୍ଦ ସରସ୍ବତୀ ସନାତନ ଧର୍ମର ନିନ୍ଦା କରିବା ସହିତ, ଅଷ୍ଟାଦଶ ପୁରାଣର ରଚୟିତା ଦ୍ବୈପାୟନ ବ୍ୟାସଙ୍କୁ ଅସମ୍ମାନ କରିଛନ୍ତି । ଏହାକୁ ବିରୋଧ କରି ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ଚିଲିକା ଶାଖା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଚିଲିକା ଶାଖାର ସଭାପତି ଅକ୍ଷୟ କୁମାର ପଣ୍ଡା ବାଣପୁର ଥାନା ଅଧିକାରୀଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଝିମିଟି ଖେଳରୁ ମହାଭାରତ, ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀର ରତ୍ନମାଳୀ ସାହିରେ । ଛୋଟପିଲାଙ୍କ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ଭୟଙ୍କର ରୂପ ନେଇଛି । ଏହି ଆକ୍ରମଣରେ ସ୍ବାମୀ ସ୍ତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ରତ୍ନମାଳୀ ସାହିରେ ଦୁଇ ପିଲା ଖେଳୁଥିବା ସମୟରେ ଉଭୟଙ୍କମ ମଧ୍ୟରେ ଝଗଡା ହୋଇଥିଲା । ତେବେ ଏହି ଘଟଣାରେ ଉଭୟ ପରିବାରର ସମ୍ପୃକ୍ତି ପରେ ଝଗଡା ଭୟଙ୍କର ରୂପ ଗ୍ରହଣ କରିଥିଲା । ଏହି ଯୁକ୍ତିତର୍କରେ ଉତ୍ୟକ୍ତ ମୂଳିଆ ବେହେରା ନାମକ ଯୁବକ ନିଜ ପଡୋଶୀ ପାଣ୍ଡବ ବେହେରାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପାଣ୍ଡବ ବେହେରା ଗୁରୁତର ହୋଇଥିବା ବେଳେ ତାଙ୍କ ପତ୍ନୀ ସବିତା ବେହେରା ମଧ୍ୟ ଆହତ ହୋଇଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିଲା । ପାଣ୍ଡବଙ୍କ ଅବସ୍ଥା ଗୁରୁତର ହେବାରୁ…
କନ୍ଦର୍ପ ବେହେରା ରେଢାଖୋଲ :ଗତକାଲି ରେଢାଖୋଲ ବଣିଆଁବନ୍ଧରେ ଭାଲୁ ମଣିଷ ଲଢେଇରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଥିଲା । ଦୁଇ ଜଣ ବ୍ୟକ୍ତି ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନକୁ ବଂଚାଇ ଦେଇଥିଲେ । ଆହତ ହୋଇଥିବା ବ୍ୟକ୍ତିଜଣଙ୍କ କୌଶଳ କ୍ରମେ ଗାଁକୁ ପଳାଇବାରେ ସକ୍ଷମ ହୋଇଥିଲେ । ରେଢାଖୋଲ ଅଂଚଳରେ ଏଇ ଘଟଣାଟି ଚାଂଚଲ୍ୟ ସୃଷ୍ଟି କରିଛି । ରେଢାଖୋଲ ଅଂଚଳ ହେଉଛି ଅରଣ୍ୟାଚ୍ଛାଦିତ୍ୟ ଅଂଚଳ । ରେଢାଖୋଲ ଅଂଚଳରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଏବେ ଭାଲୁ ମଣିଷ ଲଢେଇ ଚାଲିଛି । ଏଇ କିଛି ବର୍ଷ ହେଲା ରେଢାଖୋଲ ଉପଖଣ୍ଡରେ ହାତୀ ଆକ୍ରମଣରେ ବହୁ ଧନ ଜୀବନ ଗଲାଣି । ଏବେ ଭାଲୁ ଆକ୍ରମଣରେ ମଧ୍ୟ ଦୁଇ ଜଣଙ୍କୁ ଜୀବନ ହାରିବାକୁ ପଡିଛି । ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି…
ଇସଲାମାବାଦ : କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଅବସ୍ଥା ଗୁରୁତର ହୋଇଛି । ରସିଦଙ୍କୁ ଏବେ ରାୱଲପିଣ୍ଡି ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଭେଣ୍ଟିଲେଟରରେ ରଖାଯାଇଥିବାର ସୂଚନା ମିଳିଛି । କିଛି ଦିନ ତଳେ ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ ଏବଂ ନିଜେ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେ ସେଥିରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଦେହରେ କରୋନା ଜନିତ କିଛି ଲକ୍ଷଣ ପ୍ରକାଶ ପାଇନାହିଁ । କିନ୍ତୁ ସେ କରୋନା ପଜିଟିଭ୍ ବାହାରିଛନ୍ତି । ସେ ହୋମ କ୍ୱାରେଣ୍ଟିନରେ ରହିବାକୁ ସ୍ଥିର କରିଥିଲେ ।
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂପୁରରୁ 4 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ତିର୍ତ୍ତୋଲ ବ୍ଲକରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ଏବଂ ନାଉଗାଁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରି ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ତିର୍ତ୍ତୋଲର ଦୁଇ ଆକ୍ରାନ୍ତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଫେରନ୍ତା ହୋଇଥିବା ବେଳେ ବାଲିକୁଦାର ଆକ୍ରାନ୍ତ ଜଣକ ଉତ୍ତର ପ୍ରଦେଶରୁ ଏବଂ ନାଉଗାଁ ଆକ୍ରାନ୍ତ ଜଣକ ହରିୟାଣାରୁ ଫେରିଥିଲେ । 4 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଲକ୍ଷଣ ବିହୀନ ଥିବା ବେଳେ ଜଣଙ୍କ ଠାରେ ରୋଗର ଲକ୍ଷଣ ରହିଥିଲା । ସମସ୍ତ 4 ଆକ୍ରାନ୍ତ ଟିଏମ୍ସିରୁ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଏହା ମଧ୍ୟରୁ 86 ଜଣ…
ଭୁବନେଶ୍ବର : ରାଜ୍ୟରେ ଆଉ 146 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ସର୍ବାଧିକ 26 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ 23, ଗଞ୍ଜାମରୁ 18, ମୟୁରଭଞ୍ଜରୁ 13, ଗଜପତିରୁ 12, ଭଦ୍ରକ ଓ ବଲାଙ୍ଗୀରରୁ 11 ଜଣ, କନ୍ଧମାଳ,କୋରାପୁଟ ଓ ରାୟଗଡାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଳାହାଣ୍ଡିରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁର ଓ ନୟାଗଡରୁ 3 ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଷଓ ପୁରୀରୁ 2 ଜଣ ଲେଖାଏଁ ଏବଂ ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 2854ରେ ପହଞ୍ଚିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ପୁଣି ମାତିଲେ ଚୋର ଓ ଡକାୟତ । ଗତକାଲି ସ୍ଥାନୀୟ ହିଲପାଟଣାରେ ଏକ କ୍ଷୀର ବ୍ୟବସାୟୀଙ୍କ ଘରୁ ଡକାୟତ ଓ ହତ୍ୟା ପରେ ଆଜି ପୁଣି ଏକ ମହିଳାଙ୍କ ବେକରୁ 30 ଗ୍ରାମ ଓଜନର ସୁନା ଚେନ ଲୁଟି ନେଇଛନ୍ତି ଲୁଟେରା । ଏକ କଳା ପଲ୍ସରରେ ଆସି ବଡବଜାର ଥାନା ଅନ୍ତର୍ଗତ କେ ସାବିତ୍ରୀ ନାମକ 71 ବର୍ଷୀୟା ମହିଳାଙ୍କ ଠାରୁ ଚେନ ଲୁଟି ନେଇଛନ୍ତି । ପ୍ରେମନଗର ହରୀକୃଷ୍ନ ନଗର ପ୍ରଥମ ଗଳିରେ ରହୁଥିବା ସାବିତ୍ରୀ ଫୁଲ ତୋଳିବା ପାଇଁ ଯାଇଥିବା ବେଳେ ଏହି ଅଭାବନୀୟ କାଣ୍ଡ ଘଟିଛି । ଲୁଟେରାଙ୍କ ଲୁଟ ପ୍ରୟାସ ସମୟରେ ସାବିତ୍ରୀ ତଳେ ପଡି ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ମାମଲା ରୁଜୁ କରାଯିବା ପରେ ପୋଲିସ୍ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବର : ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିବା ସହିତ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି ଅଭିଯୁକ୍ତ । ଉଦଳାରେ ଏହି ଛାତିଥରା ଘଟଣା ଘଟିଛି । ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ କଟାମୁଣ୍ଡ ସହିତ ଥାନାରେ ଆତ୍ମମସମର୍ପଣ କରିଛି । ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ନୂଆସାହିରେ ଅଭବାନୀୟ ଘଟଣା ଘଟିଛି । ଏହି ଘଟଣା ପରେ ପୋଲିସର ତଦନ୍ତ ଜାରି ରହିଛି ।
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଜି ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 5 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ହୋମ୍ କ୍ବାରେଣ୍ଟିନ୍ରେ ରହିଥିବା ବେଳେ 2 ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ଦୁଇ ସ୍ଥାନୀୟ ଆକ୍ରାନ୍ତ ହେଉଛନ୍ତି ମହିଳା । ନୟାପଲ୍ଲୀ ବେହେରା ସାହିର ଜଣେ 37 ବର୍ଷୀୟ ମହିଳା ରହିଥିବା ବେଳେ ଅନ୍ୟ ଜଣେ 28 ବର୍ଷୀୟା ମହିଳା ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ । ସେହିପରି ହୋମ୍ କ୍ବାରେଣ୍ଟିନ୍ରେ ରହିଥିବା 3 ଜଣ ଚିନ୍ତାମଣିଶ୍ବର, ପଟିଆ ଏବଂ କୋଳଥିଆର ବୋଲି ଜଣାପଡିଛି । 5 ଜଣଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 127ରେ ପହଞ୍ଚିଛି ।
କୋଲକାତା : ରବିବାର କୋଲକାତାରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡି ବିବାଦକୁ ନେଇ ଦୁଇ ଶିଶୁଙ୍କୁ 4 ମହଲାରୁ ତଳକୁ ଫିଙ୍ଗି ଦେଇଥିଲା ଜନୈକ 55 ବର୍ଷୀୟ ବ୍ୟକ୍ତି । ଘଟଣା ସ୍ଥଳରେ ଦୁଇ ବର୍ଷର ଶିଶୁ ପ୍ରାଣ ହରାଇଥିବା ବେଳେ 6 ବର୍ଷର ଶିଶୁଟି ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଶିବ କୁମାର ଗୁପ୍ତା ନାମକ ଏହି 55 ବର୍ଷୀୟ ବ୍ୟକ୍ତିଙ୍କର ଦୁଇ ଶିଶୁଙ୍କ ପିତା ସହିତ କିଛି ଜମି ଜମା ସମସ୍ୟା ରହିଥିଲା । ଏଥିରେ ଉତ୍କ୍ଷିପ୍ତ ଶିବ ଗୁପ୍ତା 4 ମହଲା ଉପରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଇଥିଲେ । କିଛି ଦିନ ପୂର୍ବରୁ ମଧ୍ୟ ଗୁପ୍ତାଙ୍କର ଝଗଡା ହୋଇଥିଲା । ରବିବାର ରାତିରେ ଦୁଇ ଶିଶୁ ଖେଳୁଥିବା ସମୟରେ ଉତ୍କ୍ଷିପ୍ତ ଗୁପ୍ତା ଉଭୟଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ । ଦୁଇ ବର୍ଷର ଶିଶୁ ଘଟଣାସ୍ଥଳରେ ପ୍ରାଣ…
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ସୋମବାର ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଫାଶୀ ଦେବା କାରଣରୁ ଶ୍ବାସରୁଦ୍ଧ ହୋଇଥିବା ନେଇ ରିପୋର୍ଟ ଆସିଛି । ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇନଥିବା ବେଳେ ଶରୀରରେ ବିଷକ୍ରିୟାର ପ୍ରଭାବ ରହିଛି କି ନାହିଁ ଏହାର ପରୀକ୍ଷଣ ଜାରି ରହିଛି । ମୁମ୍ବାଇର ଡ. ଆରଏନ୍ କୁପର ମ୍ୟୁନିସିପାଲ ଜେନେରାଲ୍ ହସ୍ପିଟାଲର ଏକ ତିନି ଜଣିଆ ଡାକ୍ତରୀ ଦଳ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ପାକିସ୍ତାନରୁ ଦୁଇ ଜଣ ଭାରତୀୟ ଉଚ୍ଚାୟୁକ୍ତ ନିଖୋଜ ହୋଇ ଯାଇଛନ୍ତି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଉଚ୍ଚାୟୁକ୍ତ ନିଖୋଜ ହୋଇଯାଇଛନ୍ତି । ଦୁଇ ଅଧିକାରୀ ଇସଲାମାବାଦରୁ କିଛି ଘଣ୍ଟା ଧରି ନିଖୋଜ ହୋଇଥିବା ଜଣାପଡିଛି । ସରକାରୀ ଭାବରେ କୌଣସି ସୂଚନା ମିଳିନଥିଲେ ମଧ୍ୟ ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ସୂଚନା ମିଳିବା ପରେ ପାକିସ୍ତାନ ସରକାରଙ୍କ ସହିତ ଭାରତ ସରକାର ଯୋଗାଯୋଗ କରିଥିବା ଜଣାପଡିଛି । ଭାରତୀୟ ଉଚ୍ଚାୟୁକ୍ତ ଗୌରବ ଆଲୁଓ୍ବାଲିଆ ଏହି ଘଟଣା ଉପରେ ନଜର ରଖିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଭାରତରେ ଗୁପ୍ତଚର ବୃତ୍ତି ଅଭିଯୋଗରେ କିଛିଦିନ ତଳେ ଦୁଇ ପାକିସ୍ତାନୀ ଅଧିକାରୀଙ୍କୁ ପାକିସ୍ତାନ ଫେରାଇ ଦିଆଯାଇଥିଲା । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଜଣେ କଳାକାରର କେବେ ମୃତ୍ୟୁ ହୋଇନଥାଏ । ସେ ତା’ର ପ୍ରତିଟି ଚରିତ୍ର ଭିତରେ ପୁନର୍ଜୀବନ ପାଇଥାଏ । ଯଦିଓ ସେ ଆମ ଗହଣରେ ନଥା‘ନ୍ତି କିନ୍ତୁ ତାଙ୍କର ପ୍ରତ୍ୟେକ ସ୍ବାକ୍ଷରରେ ସେ ସର୍ବଦା ଜୀବିତ ରହିଥାନ୍ତି । ଆଜି ଆମ ଗହଣରୁ ଜଣେ ଉଦୀୟମାନ ଯୁବ କଳାକାର ସୁଶାନ୍ତ ସିଂହ ରାଜପୁତ୍ ବିଦାୟ ନେଇଛନ୍ତି । କିନ୍ତୁ ସେ ପଛରେ ଛାଡି ଯାଇଛନ୍ତି ତାଙ୍କର ଅମ୍ଳାନ ସ୍ବାକ୍ଷର । ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜିର ମୁମ୍ବାଇଠାରେ ଅନ୍ତିମ ସଂସ୍କାର ହେବ । ବିହାରରୁ ତାଙ୍କ ପରିବାର ମୁମ୍ବାଇ ଆସି ପହଞ୍ଚୁଛନ୍ତି । ବଲିଉଡ୍ର ଜଣେ ଉଦୀୟମାନ ତାରକାଙ୍କ ଏପରି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । କେବଳ ଅଭିନୟ ନୁହେଁ, ପାଠରେ ମଧ୍ୟ ବେଶ୍ ସଫଳତା ହାସଲ କରିଥିଲେ ସୁଶାନ୍ତ । କିନ୍ତୁ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇ ସାରା…
ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଗଣେଶ ମାର୍କେଟ କମ୍ପଲେକ୍ସ ସିଲ୍ କରାଯାଇଛି । ଲକ୍ଡାଉନ୍ରେ ଖୋଲା ରହିଥିବାର ପ୍ରଶାସନ ସିଲ୍ କରିଛି । ଜିଲ୍ଲାରେ ଗତକାଲିଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ କରାଯିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି । ସେହିପରି ସକାଳ 7ଟାରୁ ଅପରାହ୍ନ 12ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲାଯାଇପାରିବ ବୋଲି ନିର୍ଦ୍ଦେଶ ରହିଛି । ଜିଲ୍ଲାରେ ବସ୍, ଅଟୋ ଆଦି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ସୂଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର : କରୋନା ମହାମାରୀ ପାଇଁ ଫିକା ପଡିଛି ଓଡିଆଙ୍କ ମୁଖ୍ୟପର୍ବ ରଜ।ଜଗତସିଂହପୁର ଜିଲ୍ଲାରେ ଦୁଇଦିନିଆ ସଟ୍ ଡାଉନ୍ ଯୋଗୁଁ ସବୁଆଡେ ଖାଁଖାଁ ଲାଗୁଥିବା ବେଳେ ରଜମୌଜରେ ଡୋରିବନ୍ଧା ହୋଇଛି।ତଥାପି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନେ ଯେପରି ଦୁଃଖୀ ନହେବେ ସେଥିପାଇଁ ସେମାନଙ୍କୁ ସରପଞ୍ଚ ଦେଇଛନ୍ତି ରଜଭେଟି।ସ୍ୱତନ୍ତ୍ର ଖାଦ୍ୟପେୟ ସାଙ୍ଗକୁ ନୂଆବସ୍ତ୍ର ଦେଇ ରଜ ପାଳିଲେ ସରପଞ୍ଚ।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ। ଉକ୍ତ ଗରାମ ପଞ୍ଚାୟତର ଭଗବତୀ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ-୧୯ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ପହିଲି ରଜ ଉପଲକ୍ଷେ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ସରପଞ୍ଚ ବନଜା ବାସିନୀ ଦାସ ସ୍ୱତନ୍ତ୍ର ଖାଦ୍ୟପେୟର ବନ୍ଦୋବସ୍ତ କରିବା ସହ ନୂଆବସ୍ତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି। ସରପଞ୍ଚଙ୍କ ଏପରି ଉଲ୍ଲେଖନୀୟ ଅବଦାନକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିବା…
ଭୁବନେଶ୍ବର : ଆଜି ଚିହ୍ନଟ 146 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 9 ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି । 15ଟି ଜିଲ୍ଲାରୁ 146 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ସର୍ବାଧିକ 48 ଜଣ ଚିହ୍ନଟ ହୋଇଥିବାବେଳେ କଟକ ଓ ଭଦ୍ରକରୁ 19 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଓ ବାଲେଶ୍ବରରୁ 8 ଜଣ ଲେଖାଏଁ ରହିଥିବାବେଳେ ଖୋର୍ଦ୍ଧାରୁ 7 ଜଣ, ଅନୁଗୁଳରୁ 6 ଜଣ, ରାୟଗଡାରୁ 5, ଜଗତସିଂହପୁର, ସୁନ୍ଦରଗଡ ଓ ନୟାଗଡରୁ 4 ଜଣ ଲେଖାଏଁ ରହିଛନ୍ତି । ସେହିପରି ସୋନପୁରରୁ 2 ଜଣ, ସମ୍ବଲପୁର, ଢେଙ୍କାନାଳ ଓ ଝାରସୁଗୁଡାରୁ ଜଣେ ଲେଖାଏଁ ରହିଛନ୍ତି । ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 690 595 89 6 0 ଖୋର୍ଦ୍ଧା 362 236 120 4 2 କଟକ 342 139 202…
ଭୁବନେଶ୍ବର : ରାଜ୍ୟରେ ଆଜି146 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 128ଜଣ ଚିହ୍ନଟ ହୋଇଥିବାବେଳେ 18ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 4,055କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1333 । ସେହିପରି ସୁସ୍ଥ ହୋଇଛନ୍ତି 2708 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 11ଜଣ । ସେହିପରି 3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କନ୍ଦର୍ପ ବେହେରା ରେଢାଖୋଲ : ଗତକାଲି ରେଢାଖୋଲ ବଣିଆଁବନ୍ଧରେ ଭାଲୁ ମଣିଷ ଲଢେଇରେ ୨ ଜଣବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଥିଲା। ଦୁଇ ଜଣ ବ୍ୟକ୍ତି ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନକୁ ବଂଚାଇଦେଇଥିଲେ। ଆହତ ହୋଇଥିବା ବ୍ୟକ୍ତିଜଣଙ୍କ କୌଶଳ କ୍ରମେ ଗାଁକୁ ପଳାଇବାରେ ସକ୍ଷମ ହୋଇଥିଲେ। ରେଢାଖୋଲ ଅଂଚଳରେ ଏଇ ଘଟଣାଟି ଚାଂଚଲ୍ୟ ସୃଷ୍ଟି କରିଛି । ରେଢାଖୋଲ ଅଂଚଳ ହେଉଛି ଅରଣ୍ୟାଚ୍ଛାଦିତ୍ୟ ଅଂଚଳ। ରେଢାଖୋଲ ଅଂଚଳରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଏବେ ଭାଲୁ ମଣିଷ ଲଢେଇ ଚାଲିଛି। ଏଇ କିଛି ବର୍ଷ ହେଲା ରେଢାଖୋଲ ଉପଖଣ୍ଡରେ ହାତୀ ଆକ୍ରମଣରେ ବହୁ ଧନ ଜୀବନ ଗଲାଣି। ଏବେ ଭାଲୁ ଆକ୍ରମଣରେ ମଧ୍ୟ ଜୀବନ ହାରିବାକୁ ପଡିଛି ଦୁଇ ଜଣଙ୍କର। ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗତକାଲି ବଡବାହାଳ ରେଞର ବଣିଆଁବନ୍ଧର ୫ ଜଣ ନିକଟସ୍ଥ ଟାଲ ଗ୍ରାମ…
ନୂଆଦିଲ୍ଲୀ : ଦେଶରେ କରୋନା ହୁ ହୁ ହୋଇ ବଢିଚାଲିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 11 ହଜାର 502 ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 325ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ 434ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 9 ହଜାର 520ରେ ପହଞ୍ଚିଛି । ସେହିପରି 69 ହଜାର 798ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତ ମାମଲା 100ରୁ ଏକ ଲକ୍ଷ ହେବା ପାଇଁ ମାତ୍ର 64 ଦିନ ଲାଗିଛି । ସେହିପରି ଦୁଇ ଲକ୍ଷ ପାଇଁ 15 ଦିନ ଓ ମାତ୍ର ଦଶ ଦିନ ଭିତରେ ତିନି ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି । ଦେଶରେ ଏବେ 49.9 ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଦେଶରେ ପଚାଶ ପ୍ରତିଶତ ମାମଲା ଦେଶର ପାଞ୍ଚୋଟି ସହରରୁ…
ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଡାକ୍ତରଙ୍କର ପାଇପ୍ରୁ ଖସି ପଡିବା ଯୋଗୁଁ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଯୁବ ଡାକ୍ତର ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ହଷ୍ଟେଲେ ଯାଇଥିଲେ । ପ୍ରେମିକାଙ୍କ ସହ ଦେଖା କରି ହଷ୍ଟେଲ୍ର ପାଇପ ପଟେ ଆସୁଥିବାବେଳେ ଗୋଡ ଖସି ଯାଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ଇନ୍ଦୋରର ଇଣ୍ଡେକ୍ସ ମେଡ଼ିକାଲ କଲେଜରେ ଏହି ଘଟଣାଟି ଘଟିଥିବାର ସୂଚନା ରହିଛି । ଜଣେ ଡାକ୍ତର ତାଙ୍କ ପ୍ରେମିକାକୁ ପ୍ରେମିକାକୁ ଦେଖା କରି ହଷ୍ଟେଲ୍ର ତୃତୀୟ ମହଲାରୁ ପାଇପ ଯୋଗେ ତଳକୁ ଆସୁଥିବାବେଳେ ଖସିଯାଇ ମୃତ୍ୟୁବରଣ କରିଛନ୍ତି। ଡାକ୍ତର ଓ ତାଙ୍କ ପ୍ରେମିକା ଏକାଠି ଏମ୍ବିବିଏସ୍ ପଢି ଥିବାବେଳେ ଡାକ୍ତର ଜଣକ ଇଣ୍ଡେକ୍ସ ହସପିଟାଲରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ଲକ୍ଡାଉନ୍ରୁ…
ମୁମ୍ବାଇ: ଭାରତରେ କରୋନା ସ୍ଥିତି ଅଣାୟତ୍ତ ରହିଛି । ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଏଠାରେ ଏବେ ଏକ ଲକ୍ଷରୁ ଅଧିକ ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇରୁ ପ୍ରାୟ 57 ହଜାରରୁ ଅଧିକ ସଂକ୍ରମିତ ମାମଲା ରହିଛି । ତେବେ କରୋନା ସହିତ ଯୁଦ୍ଧ କରୁଥିବା ଏହି ସହରରେ ଏବେ ଲୋକଲ ଟ୍ରେନ୍ର ଆରମ୍ଭ କରାଯିବା ନେଇ ସୂଚନା ରହିଛି । କରୋନା କଟକଣା ଭିତରେ ଆଜିଠୁ ମୁମ୍ବାଇରେ ଲୋକାଲ୍ ଟ୍ରେନ୍ ଗଡୁଛି । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲଓ୍ୱ । ତେବେ ଟ୍ରେନ୍ରେ ସାଧାରଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ନାହିଁ । କେବଳ ଜରୁରୀକାଳୀନ ସେବାରେ…

