Author: Samikhsya Bureau

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ଭାଇରସ୍‌ ଯୋଗୁଁ ଏପର୍ଯ୍ୟନ୍ତ 33 ଲକ୍ଷ 8 ହଜାର 233ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଲକ୍ଷ 35 ହଜାର 105ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 10 ଲକ୍ଷ 42 ହଜାର 826 ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ବ୍ରିଟି୍‌ଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସଂକ୍ରମିତ ହୋଇ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ରୁଷ୍‌ର ପ୍ରଧାନମନ୍ତ୍ରୀ ମିଖାଇଲ୍‌ ମିସୁସ୍ତିନ୍‌ ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେ ଏହି ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ସେ ଏବେ ସେଲ୍ଫ ଆଇସୋଲେସନ୍‌ ରହିବା ସହିତ ଏନେଇ ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ୍‌ଙ୍କୁ ଭିଡିଓ କନଫରେନସିଂ ଜରିଆରେ ଅବଗତ କରାଯାଇଛନ୍ତି । ଏବେ ମିଖାଇଲ୍‌ଙ୍କ କାର୍ଯ୍ୟ ଆଣ୍ଡ୍ରେ ବେଲେସୋଓ୍ବେ ସମ୍ଭାଳିବେ । ରୁଷ୍‌ରେ ସଂକ୍ରମିତଙ୍କ ସଂଖ୍ୟା 1,06,498ରେ ପହଞ୍ଚିଛି । ସେହିପରି ଦେଶରେ 1,073ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ…

Read More

ମୁଜାଫରନଗର : ଦେଶରେ କରୋନା ମୁକାବିଲା ଲାଗି ଲକ୍‌ ଡାଉନ ଜାରି ରହିଛି । କିନ୍ତୁ ଏହି ଲକ୍‌ ଡାଉନ୍‌ ସମୟରେ ବହୁ ଜାଗାରେ ଅଜବ ଅଜବ ଘଟଣା ମାନ ଘଟୁଥିବାର ଦେଖାଯାଉଛି। କେହି କେହି ପୋଲିସ୍‌ ଆଖିରେ ଧୂଳି ଦେଇ ନିଜ କାମ କରୁଛନ୍ତି । ଏମିତି ଏକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗରରୁ ସାମ୍ନାକୁ ଆସିଛି । ଏଠାରେ ଖୌତଲୀ ବିଧାନସଭା କ୍ଷେତ୍ରରୁ ଜଣେ ଯୁବକ ବିବାହ କରିବା ପାଇଁ କି ପ୍ରକାର ଫନ୍ଦି କରିଛନ୍ତି, ତାହା ଏବେ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ବିବାହ କରିବା ପାଇଁ ଯୁବକ ଜଣକ ନିଜକୁ ମିଛରେ ରୋଗୀ ଭାବେ ଅବିହିତ କରିଥିଲା  ଏବଂ ଆମ୍ବୁଲାନ୍ସ ସାହାଯ୍ୟରେ ଗାଜିଆବାଦର ଶହୀନଗର ଯାଇ ବଧୂକୁ ନେଇକି ଆସିଲା । ଯୁବକ ଜଣକ ନିଜ ପିତା ଓ ଜଣାଶୁଣା ଆମ୍ବୁଲାନ୍ସ ଡ୍ରାଇଭର ସାହାଯ୍ୟରେ ଏପରି କାମ କରିପାରିଛି । ତେବେ…

Read More

ଭୁବନେଶ୍ବର : ରାଜ୍ୟରୁ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 20କୁ ବୃଦ୍ଧି  ହୋଇଥିବାବେଳେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 143କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ 101 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 41 ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟରେ ଏଯାବତ୍‌ 34 ହଜାର 133 ଆରଟି ପିସିଆର ଟେଷ୍ଟ ହୋଇଛି ବୋଲି ସୂଚନା ରହିଛି।

Read More

ନୂଆଦିଲ୍ଲୀ : ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ୍‌ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ଘୁଞ୍ଚାଇ ଦେଇଛି । କୋଭିଡ୍‌-19 ମହାମାରୀ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ଦୃଷ୍ଟିର ରଖି ପରୀକ୍ଷା ନିମେନ୍ତ ଅନଲାଇନ ଆବେଦନ ଦାଖଲ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଏନଟିଏକୁ ପରାମର୍ଶ ଦେଇଥିଲେ । ଏହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ ପରୀକ୍ଷାର ଆବେଦନ ସମୟ ସୀମାକୁ ଏକ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ନ୍ୟାସନାଲ କାଉନସିଲ ଫର ହୋଟେଲ ମ୍ୟାନେଜମେଣ୍ଟ ପାଇଁ ଆବେଦନ ସମୟ ସୀମା ଆଜି ଶେଷ ହେଉଥିବା ବେଳେ ଏବେ ତାହାକୁ ମେ 15 ଯାଏ ବୃଦ୍ଧି କରାଯାଇଛି। ସେହିପରି ଇଗ୍‌ନୋ ପିଏଚଡି ପ୍ରବେଶିକା ପରୀକ୍ଷା, ଆଇସିଏଆର-2020, ଜେଏନ୍‌ୟୁ ପ୍ରବେଶିକା ପରୀକ୍ଷା-2020 ଆବେଦନ ତାରିଖକୁ ମେ…

Read More

କଟକ : କଟକ ଚାଉଳିଆଗଞ୍ଜ ଓଭରବ୍ରିଜ୍‌ ନିକଟରେ ଆମ୍ବୁଲାନ୍ସ ଓଲଟି ପଡିଥିଲା । ଆମ୍ବୁଲାନ୍ସଟି ଡିଭାଇଡରରେ ପିଟି ହୋଇ ଓଲଟି ପଡିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଯାଜପୁରରୁ ଭୁବନେଶ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ଯାଉଥିଲା । ଦୁର୍ଘଟଣାରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । ଆମ୍ବୁଲାନ୍ସରେ ଥିବା ତିନି ଜଣଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ପଠାଗଲା । ଦୁର୍ଘଟଣା ପରେ ରାସ୍ତାକୁ ସିଲ୍‌ କରି ସାନିଟାଇଜ୍‌ କରିଛି ପ୍ରଶାସନ । ଦୁର୍ଘଟଣାଗସ୍ତ ଆମ୍ବୁଲାନ୍ସକୁ ମଧ୍ୟ ସାନିଟାଇଜ୍‌ କରାଯାଇଛି । ସାନିଟାଇଜ୍‌ କାରଣରୁ ଆମ୍ବୁଲାନ୍ସରେ କରୋନା ଆକ୍ରାନ୍ତ ଥିବା ସନ୍ଦେହ । ଆମ୍ବୁଲାନ୍ସରେ ଯାଜପୁରର କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି ।

Read More

ପିଣ୍ଟୁ  ବିଷୋୟୀ ବେଗୁନିଆପଡା : ବେଗୁନିଆପଡା ବ୍ଳକ ଅନ୍ତର୍ଗତ କୋଦଳାଠାରେ ଗତକାଲି ପୋଖରୀରେ ବୁଡି ଜଣେ 64 ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଥିଲେ। ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୃତ୍ୟୁ ବ୍ୟକ୍ତିଙ୍କ ଘରକୁ ଯାଇ ଆର୍ଥିକ ସହାୟତା ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବ୍ୟକ୍ତି ଜଣକ ପୋଖରୀକୁ ଗାଧେଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଫେରିବାରେ ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ପୋଖରୀରେ ଏକ ମୃତ୍ୟୁ ଶରୀର ଭାସୁଥିବା ଖବର ପାଇ ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Read More

ଉତ୍ତରପ୍ରଦେଶ : କରୋନା ପାଇଁ ସାରା ଭାରତରେ ଲକ୍‌ ଡାଉନ ଜାରି ରହିଥିବାବେଳେ ସମ୍ପତ୍ତି ବିବାଦ ଯୋଗୁଁ ଜଣେ ଯୁବକ ନରହନ୍ତା ପାଲଟିଛି। ସମ୍ପତ୍ତି ଲୋଭରେ ଯୁବକ ଜଣକ ଛଅ ଜଣଙ୍କୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ତୀକ୍ଷ୍ଣ ହତିଆର ସାହାଯ୍ୟରେ ପରିବାରର ସମସ୍ତ ଛଅ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବରେ ବେକ କାଟି ହତ୍ୟା କରିଛି। ଅଭିଯୁକ୍ତ ଜଣକ ଏତେ ସମ୍ପତ୍ତି ଲୋଭରେ ମାତ୍ରାରେ ଅନ୍ଧ ହୋଇ ଯାଇଥିଲେ ଯେ, ଦୁଇ ନିରୀହ ଶିଶୁଙ୍କୁ ମଧ୍ୟ ଛାଡି ନଥିଲେ। ଏହି ସାମୂହିକ ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଲକ୍ଷ୍ନୌର ବନ୍ଥରା ଥାନା ଅଞ୍ଚଳରେ ଏହି ସାମୂହିକ ହତ୍ୟାକାଣ୍ଡ ଘଟିଛି। ଗୌଦୋଲୀ ଗ୍ରାମରେ ଅଜୟ ନାମକ ଜଣେ ଯୁବକ ତୀକ୍ଷ୍ଣ ଅସ୍ତ୍ର ଦ୍ବାରା ନିଜ ମା-ବାପା, ଭାଇ-ଭାଉଜ, ଝିଆରୀ-ପୁତୁରାର ବେକ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଇଛନ୍ତି  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ଦ୍ବୟ ରାଉରକେଲାର ବୋଲି ସୂଚନା ରହିଛି । ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା 41କୁ ବୃଦ୍ଧି ହୋଇଛି । ଆଜି ଯାଜପୁରରୁ 17 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତ ସଂଖ୍ୟା 142ରେ ପହଞ୍ଚିଛି ।

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2000 ଟପି ଥିବାବେଳେ 39ଜଣଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ କରୋନା ପ୍ରଭାବରେ ପ୍ରଭାବିତ ହୋଇଥିବା 60ଟି ଜିଲ୍ଲା ମଧ୍ୟରୁ 8ଟି ଜିଲ୍ଲା କରୋନା ମୁକ୍ତ ହୋଇଛନ୍ତି । ସେହିପରି 15ଟି ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ମାମଲା ଆସିନାହିଁ । ଏହି 60ଟି ଜିଲ୍ଲା ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ 2134ଜଣଙ୍କର ଯାଞ୍ଚ ରିପୋର୍ଟ ପଜିଟିଭ୍‌ ମିଳିଛି । ଏଠାରେ 1105ଜଣ ତବଲିଗ୍‌ ଜମାତ ସହ ସମ୍ପର୍କିତ ରହିଥିଲେ । 52ଟି ଜିଲ୍ଲାରେ ଏବେବବି 1585ଟି ଆକ୍ଟିଭ କେସ୍‌ ରହିଛି । ତେବେ କରୋନାମୁକ୍ତ ଜିଲ୍ଲାରେ ରହିଛି – ଲଖ୍‌ମୀପୁର-ଖିରି, ଶାହାଜାହାଁପୁର, ହାଥରସ୍‌, ହରଦୋଇ, ମହାରାଜଗଞ୍ଜ, ବାରାବାଙ୍କି, କୌଶାମ୍ବୀ ଓ ଭଦୋହୀ। ରାଜ୍ୟରେ 91,182 ଜଣ ସର୍ଭେଲାନ୍ସରେ 28 ଦିନ ଅତିବାହିତ କରିଛନ୍ତି। ପ୍ରାୟ 1,31,404ଜଣଙ୍କୁ କଡା ନଜରରେ ରଖାଯାଇଛି । 11,748ଣଙ୍କୁ ଇନଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟିନ୍‌ରେ ରଖାଯାଇଛି…

Read More

ବରଗଡ, ବରଗଡ ଜିଲ୍ଲାରେ କରୋନା ପାଇଁ ହୋଇଥିବା ଲକ ଡାଉନ ସମୟରେ ପୋଲିସମାନେ କିପରି କାର୍ଯ୍ୟ କରୁଛନ୍ତି ତାହାର ତଦାରଖ କରୁଛନ୍ତି ଡିଜିପି ଅଭୟ। ସେ ବରଗଡ ଜିଲ୍ଲାର ବରଗଡ ଟାଉନ ଥାନାକୁ ଯାଇ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି।

Read More

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡକଫର ମୋନା ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 1-କୋଭିଡ୍‌-୧୯ ପରିସ୍ଥିତିରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନଜାତି ଏବଂ ଅନ୍ୟମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନର୍ସରୀ ଚାରା ପ୍ରସ୍ତୁତି ଓ ବ୍ୟାପକ ବନୀକରଣ ପାଇଁ ପଦକ୍ଷେପ ନିଆଯାଇଛି । ଚଳିତ ଜୁନ୍‌ ମାସ ସୁଦ୍ଧା ୨ ଲକ୍ଷ ହେକଫର ଅଞ୍ଚଳରେ ବନୀକରଣ ପାଇଁ ଲକ୍ଷ୍ୟ…

Read More

ଭୁବନେଶ୍ବର : ଏବେ  ବାହାର ରାଜ୍ୟରେ ରହୁଥିବା ଘରବାହୁଡା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରାଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ । ଲକ୍ ଡାଉନ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାମିଲନାଡୁର ଓଡ଼ିଶା ଫେରିବାକୁ ଚାହୁଁଥିଲା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରି ଆସିପାରିବେ ସେ ଦିଗରେ ସହଯୋଗ ଯୋଗାଇ ଦେବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କୁ ଅନୁରୋଧ କରିଥିଲେ । ତାମିଲନାଡୁ ସରକାର ମଧ୍ୟ ଏ ଦିଗରେ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଚେନ୍ନାଇର ଗୁରୁ ନାନକ…

Read More

ଭୁବନେଶ୍ୱର,  ଆଜି ବିଭିନ୍ନ ଦାବୀ ନେଇ ରାଜଧାନୀ ଅଟୋ ଚାଳକ ସଂଘ ଏବଂ ଅଟୋ ମହାସଂଘର ପକ୍ଷରୁ ମିଳିତ ଭାବରେ ରେଳୱେ ଷ୍ଟେସନ ଅଟୋ ଷ୍ଟାଣ୍ଡ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବର୍ତ୍ତମାନ ଲକ ଡାଉନ ପରିସ୍ଥିତିରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ସରକାର ସହଯୋଗ କରୁଛନ୍ତି। ହେଲେ ଅଟୋ ଚାଳକଙ୍କ ପାଇଁ ଏ ପର୍ଯ୍ୟନ୍ତ କୈଣସି ପଦକ୍ଷେପ ନିଆଯାଇ ନାହିଁ। ସରକାର ତୁରନ୍ତ ଏହା ଉପରେ ଚିନ୍ତ କରନ୍ତୁ ବୋଲି ସଂଘ ତରଫରୁ ଦାବୀ କରାଯାଉଛି। ଏହି ବିକ୍ଷୋଭରେ ଶାରରୀକ ଦୂରତା ବଜାୟରଖି ରାଜଧାନୀ ଆଟୋ ଚାଳକ ସଂଘ ସଭାପତି ସୁର ଜେନା, ଅଟୋ ମହାସଂଘ କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତ, ଅନ୍ୟତମ ସଂପାଦକ ବିଜୟ କୁମାର ପଟ୍ଟନାୟକ, ଏବଂ ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନା ରାଜଧାନୀ ଅଟୋ ଚାଳକ ସଂଘର ରାଧାକାନ୍ତ ଶତପଥୀ ଓ ଦୀପକ…

Read More

ଭୋପାଳ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବାବେଳେ ଭୋପାଳର ଏକ ହସ୍ପିଟାଲରେ ବହୁ ସଂଖ୍ୟାରେ କରୋନା ରୋଗୀ ସୁସ୍ଥ ହୋଇଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଭୋପାଳରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଭୋପାଳର ଚିରାୟୁ ହସପିଟାଲରେ 20 ଦିନ ମଧ୍ୟରେ ପ୍ରାୟ 200ରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଏଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ବିଶେଷ ପ୍ରକାରର ପ୍ରସ୍ତୁତି କରାଯାଇଛି । ଇନ୍ଦୋର ରୋଡ୍‌ରେ ଅବସ୍ଥିତ ଚିରାୟୁ ହସ୍ପିଟାଲରେ ମାର୍ଚ୍ଚ ମାସରେ କୋଭିଡ୍‌-19 ହସ୍ପିଟାଲ ନିର୍ମାଣ କରାଯାଇଥିଲା । ଚିରାୟୁ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସ୍ପତନ୍ତ୍ର ସ୍ଥାନ ସଂରକ୍ଷିତ କରାଯାଇଛି । ଏଠାରେ ବହୁ ସତର୍କତା ସହ ରୋଗୀଙ୍କ ଚିକିତ୍ସା କରାଯାଉଛି । ଏଠାରେ ଆକ୍ରାନ୍ତଙ୍କ ଡାଏଟ୍‌ ଚାର୍ଟ ସହ ବ୍ୟାୟାମ ମଧ୍ୟ କରାଯାଉଛି । ଏଠାରେ ଔଷଧ ସମେତ ଅନ୍ୟାନ୍ୟ ଉପକରଣ ପ୍ରଚୁର ମାତ୍ରାରେ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: କରୋନା ପାଇଁ ଲକ ଡାଉନ ସମୟରେ ଖାଦ୍ୟ ସାମଗ୍ରୀରୁ ବଞ୍ଚିତ ହୋଇଥିବା ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଲ୍‌ କାର୍ଯ୍ୟକ୍ରମ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକରେ ଏହାର ଶୁଭାରମ୍ଭ କରିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର କେତେଜଣକୁ ମିଲ କାର୍ଯ୍ୟକ୍ରମ ତରଫରୁ ପ୍ରଦାନ କରାଯାଇଥିବା କିଟକୁ ବିଧାୟିକା ପ୍ରଦାନ କରିଥିଲେ। କେହି ଗରିବ ଅସହାୟ ଯେଭଳି ଖାଦ୍ୟ ପାଇବାରୁ ବଞ୍ଚିତ ନ ରହୁ ସେଥିପାଇଁ ଏ ପ୍ରୟାସ ବୋଲି ବିଧାୟିକା ମତ ପ୍ରକାଶ କରିଥିଲେ। ଏହି ସମୟରେ ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜାଳ ଭୂୟାଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦଶ ହଜାର, ଦିଗାପଡା ସରପଞ୍ଚ ପୂଜା ପରିଡ଼ା ମିଲ କାର୍ଯ୍ୟକ୍ରମକୁ ଦଶ ହଜାର, ସମାଜସେବୀ ଗୌରାଙ୍ଗ ଚରଣ ସାହୁ ମିଲକୁ ଦଶ ହଜାର, କାଲିମେଖି ସରପଞ୍ଚ ମମତା ପୋଲ।ଇ ପାଞ୍ଚ ହଜାର, ଶାଙ୍କୁଡ଼ା ସରପଞ୍ଚ ସନ୍ତୋଷ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କରୋନାକୁ ନେଇ ଏବେ ସାରା ବିଶ୍ୱରେ ଲଢେଇ ଚାଲିଛି। ଆଉ ଏହାକୁ ମୁକାବିଲା କରିବା ଲାଗି ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସାମାଜିକ ଦୂରତା ବଜାୟ ରଖିବା। ପ୍ରଶାସନ ପକ୍ଷରୁ ମଧ୍ୟ ଲକ ଡାଉନକୁ କଡା କଡି କରାଯାଉଛି। ତେବେ ଏହି ଯୁଦ୍ଧରେ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଦ୍ଧା ପାଲଟିଛନ୍ତି। ତେବେ ଏହି କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଗଣ ମାଧ୍ୟମ ପ୍ରତିନିଧି। ସେଥିପାଇଁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି। କାହିଁକି ନା ଦିନ ରାତି ଏକ କରି ରାଜ ରାସ୍ତାରେ ଠିଆ ହୋଇ ସାମ୍ବାଦିକ ମାନେ ଲୋକଙ୍କ ନିକଟରେ ପ୍ରତ୍ୟକ ଦିନ ଟିକ୍ ନିଖ ଖବର ପହଂଚାଉଛନ୍ତି। ଆଉ ଏହି ଖବର ପ୍ରସାରଣ ଭିତରେ ଭୁଲି ଯାଇଥାନ୍ତି…

Read More

ନାଗପୁର : କେନ୍ଦ୍ର ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରୁ ଏକ ଭିଡିଓ କନଫରେନ୍ସ ଜରିଆରେ ବ୍ୟାଙ୍କ ଅଫ ସ୍କିମ, ଆଇଡିଆ, ଇନୋଭେସନ ଆଣ୍ଡ ରିସର୍ଚ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ । ଏହି ପୋର୍ଟାଲ http://ideas.msme.gov.in/ରେ ଉପଲବ୍ଧ ହେବ । ଏହି କନଫରେନ୍ସରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଚିବ ଡଃ ଅରୁଣ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ପୋର୍ଟାଲରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମସ୍ତ ପ୍ରକାର ସ୍କିମକୁ ଆକ୍ସେସ କରାଯାଇପାରିବ । ଆଇଡିଆର କ୍ରାଉନ ସୋର୍ସିଙ୍ଗ ସହିତ ସେସବୁର ମୂଲ୍ୟାୟନ ଓ ରେଟିଂ ବ୍ୟବସ୍ଥା ଏହି ପୋର୍ଟାଲର ବିଶେଷତ୍ଵ । ଏହାମଧ୍ୟ ଭେଞ୍ଚର କ୍ୟାପିଟାଲ ଓ ବିଦେଶୀ ସହଯୋଗ ଆଦି ପାଇଁ ସହାୟକ ହୋଇପାରିବ…

Read More

ହାଇଦ୍ରାବାଦ୍‌ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦି ଗୀତରେ ନନାଚି ଏକ ତେଲୁଗୁ ଗୀତରେ ନାଚିଛନ୍ତି । ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର ଗୀତ ବୁଟ୍ଟା ବୋମ୍ମାରେ ନିଜ ପତ୍ନୀ କାଣ୍ଡିସ୍‌ ଓ୍ବାର୍ଣ୍ଣରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି । ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଓ୍ବାର୍ଣ୍ଣର ଏହି ଭିଡିଓକୁ ସେୟାର କରିଥିବା ବେଳେ ଏହାକୁ ଭାରତୀୟ ଦର୍ଶକ ପସନ୍ଦ କରିଥିଲେ । https://www.instagram.com/p/B_mINrppW7d/?utm_source=ig_embed&utm_campaign=embed_video_watch_again ଏହାପରେ ଆଲା ବୈକୁଣ୍ଠପୁରମଲୋ ଫିଲ୍ମର ନାୟକ ତଥା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଓ୍ବାର୍ଣ୍ଣରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତେଲୁଗୁ ଗୀତରେ ନାଚିବାର ଓ୍ବାର୍ଣ୍ଣରଙ୍କ ଏହି ପ୍ରୟାସକୁ ଅଲ୍ଲୁ ଅର୍ଜୁନ୍‌ ପ୍ରଶଂସା କରିଛନ୍ତି ।

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ 9ଟି ରାଜ୍ୟରେ କରୋନ ସ୍ଥିତି ଦୃଢ ସ୍ଥିତିରେ ରହିଛି । ଜାତୀୟ ଦ୍ବିଗୁଣିତ ହାର 11.3 ରହିଥିବା 9ଟି ରାଜ୍ୟରେ ଦ୍ବିଗୁଣିତ ସଂଖ୍ୟା ଅଧିକ ରହିଛି । ହିମାଚଳ ପ୍ରଦେଶ ଏହି ତାଲିକାର ଶୀଷ ସ୍ଥାନରେ ରହିଛି । ହିମାଚଳ ପ୍ରଦେଶରେ ଦ୍ବିଗୁଣିତ ହେବା ପାଇଁ ସର୍ବାଧିକ 191.6 ଦିନ ରହିଥିବା ବେଳେ ଛ ତିଶଗଡରେ ଏହି ସଂଖ୍ୟା 89.7 ରହିଛି । ତେଲେଙ୍ଗାନାରେ ଏହି ସଂଖ୍ୟା 70.8 ରହିଥିବା ବେଳେ ଆସାମରେ 59 ଦିନ ରହିଛି । ସେହିପରି କେରଳ 37.5, ଉତ୍ତରାଖଣ୍ଡ 30.3, ହରିୟାଣା 24.4, ଲଦାଖ 24.2, କର୍ଣ୍ଣାଟକ 21.6 ଏହା ପଛକୁ ରହିଛି । 11ରୁ 20 ମଧ୍ୟରେ ଦ୍ବିଗୁଣିତ ହେଉଥିବା 6ଟି ରାଜ୍ୟ ରହିଛନ୍ତି । ପଞ୍ଜାବ 19.5, ତାମିଲନାଡୁ 19.1, ରାଜସ୍ଥାନ 17.8, ଓଡିଶା 13,…

Read More

ବ୍ରହ୍ମପୁର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଚିକିତ୍ସାଳୟ ପରିସରରେ Human Sanitization Machine ଅବସ୍ଥାପିତ କରାଯାଇଅଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ଓ ରୋଟାରି କ୍ଲବ ସଦସ୍ୟ ମାନେ ଉପସ୍ଥିତରେ ହେଲା ଉଦଘାଟିତ। ଏହି ମେସିନ ଦେଇ ଗଲେ ଆପଣଙ୍କ ସାରା ଦେହ ହେବ ସଂକ୍ରାମଣ ମୁକ୍ତ

Read More