ହାଇଦ୍ରାବାଦ : ତେଲେଙ୍ଗାନାର ଜଣେ ବିଧାୟକ କରୋନା ଦ୍ବାର ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି । ଶାସକ ଦଳ ଟିଆର୍ଏସ୍ର ଓ୍ବାରାଙ୍ଗଲ ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅର୍ଥମନ୍ତ୍ରୀ ଟି ହରିଶ୍ ରାଓ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି । ଟି ହରିଶ ରାଓଙ୍କ ପିଏ କରୋନା ପଜିଟିଭ୍ ସାବ୍ୟସ୍ତ ହେବା ପରେ ନିଜ ପରିବାର ସମେତ ହୋମ କ୍ବାରେଣ୍ଟିନ୍ରେ ରହିଛନ୍ତି । ସେହିପରି ଓ୍ବାରାଙ୍ଗଲ ବିଧାୟକଙ୍କ ପରିବାର ବର୍ଗ ଏବଂ କର୍ମଚାରୀଙ୍କୁ ମଧ୍ୟ କ୍ବାରେଣ୍ଟିନ୍ରେ ରଖାଯାଇଛି । (ଏଜେନ୍ସି)
Author: Samikhsya Bureau
କରାଚୀ : ପାକିସ୍ତାନୀ କ୍ରିକେଟର ସାହିଦ୍ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନର ଏହି 40 ବର୍ଷୀୟ କ୍ରିକେଟର ଶନିବାର ଦିନ କରୋନା ପଜିଟିଭ୍ ହୋଇଥିବା ନେଇ ଟ୍ବିଟ୍ କରିଛନ୍ତି । ଗୁରୁବାର ଠାରୁ ଅସୁସ୍ଥ ଥିବା ଆଫ୍ରିଦିଙ୍କ ରିପୋର୍ଟ ଆଜି ପଜିଟଗିଭ୍ ଆସିଥିଲା । ଏହା ସହିତ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଫ୍ୟାନ୍ ମାନଙ୍କୁ ଅନୁରୋଧ କରିବା ସହିତ ଇନ୍ସା ଆଲ୍ଲା ବୋଲି ଟ୍ବିଟ୍ କରିଥିଲେ ଆଫ୍ରିଦି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଅନ୍ୟତମ ପାକିସ୍ତାନ ଖେଳାଳି ତୌଫିକ୍ ଉମର୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଅଭିଯୋଗ ପରେ ପୀଡ଼ିତାଙ୍କୁ ବିବାହ କଲେ ପୋଲିସ୍ ଅଧିକାରୀ। କେନ୍ଦ୍ରାପଡା ଥାନାରେ ଏସ୍ଆଇ ଭାବରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଚାକିରି ଓ ବିବାହର ପ୍ରଲୋଭନ ଦେଖାଇ ଏକ ବର୍ଷ ଧରି ଶାରିରୀକ ସମ୍ପର୍କ ରଖି ଆସିଥିଲେ ବୋଲି ଯୁବତୀ ଜଣକ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ଅଭିଯୁକ୍ତ ପୋଲିସ୍ ଅଧିକାରୀ ଜଣକ ସମ୍ପୃକ୍ତା ଯୁବତୀଙ୍କୁ ବିବାହ କରିଛନ୍ତି । ଉଭୟ ପକ୍ଷ ଏହି ବିବାହରେ ରାଜିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଜନୈକ ଯୁବ ପୋଲିସ୍ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ କୁଜଙ୍ଗର ଜନୈକ ଯୁବତୀ। କେନ୍ଦ୍ରାପଡା ଥାନାରେ ଏସ୍ଆଇ ଭାବରେ କାର୍ଯ୍ୟରତ ଏହି ଏସ୍ଆଇ ଜଣଙ୍କ ଚାକିରି ଏବଂ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଏକ ବର୍ଷ ଧରି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସିଥିଲେ ବୋଲି ଯୁବତୀ ଜଣକ କୁଜଙ୍ଗ…
ରମେଶ ମହାନ୍ତି ଜଗତସିଂହପୁର : ରଜ ପାଇଁ ବିଭିନ୍ନ ଜିଲ୍ଲାରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ କଟକଣା ଜାରି କରାଯାଇଛି । ଏହି କ୍ରମରେ ସାଂସ୍କୃତିକ ପର୍ବ ପାଳନ ବେଳେ 7ରୁ ଅଧିକ ଉପସ୍ଥିତ ରହିବେନି। ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ ମାନିବେ, ମୁହଁରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଅତି କମ୍ରେ 6 ଫୁଟର ଦୂରତା ରକ୍ଷା କରିବେ ନେଇ ନିର୍ଦ୍ଦେଶ ଜାରି ରହିଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଶାସନ ତରଫରୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୂର୍ବରୁ ଗଞ୍ଜାମ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏନେଇ କଡା କଟକଣା ଜାରି କରାଯାଇଛି। ସୂଚନାଯୋଗ୍ୟ, ଆଜି ଜିଲ୍ଲାରେ ନୂତନ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 143ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 86 ଜଣ…
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ତହସିଲ୍ ତରଫରୁ ବଂଶାଜାଲ ଗ୍ରାମପଂଚୟତର ସରପାଳ ଗ୍ରାମରେ ପଥରଖାଦାନ ଲିଜ୍ ଦେବାକୁ ନୋଟିସ ଜାରି ହେବା ପରେ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶ ଯେ, ରେଢାଖୋଲ ତହସିଲର ବଂଶାଜାଲ ପଂଚାୟତର ସରପାଳ ଗ୍ରାମ ନିକଟରୁ ୧୦୦ ମିଟରେ ଦୂରରେ ରେଢାଖୋଲ ତହସିଲ ପଥରଖାଦାନ ଲିଜ୍ ଦେବାକୁ ନୋଟିସ୍ ଜାରି କରିଛି । ଏଠାରେ ପଥର ଖାଦାନ ହେଲେ ଗ୍ରାମରେ ଚାଷ ଜମି ପଥର ଗୁଣ୍ଡରେ ନଷ୍ଟ ହେବା ସହ ନିକଟସ୍ଥ ଜଙ୍ଗଲରେ ପଥର ଗୁଣ୍ଡ ପଡି ନଷ୍ଟ ହୋଇଯିବ । ଯା ଫଳରେ ସେଇ ଜଙ୍ଗଲରେ ଗାଈ ଗୋରୁମାନେ ଚରିପାରିବେ ନାହିଁ । ସେଠାରେ ପଥର ବ୍ଲାଷ୍ଟିଙ୍ଗ ହୋଇ ଘରଦ୍ୱାର ଭାଙ୍ଗିଯିବାର ସଂଭାବନା ରହିଛି ବୋଲି ଗ୍ରାମବାସୀ ଲିଖିତାକାରରେ ରେଢାଖୋଲ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏପରିକି ସରପାଳ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ସର୍ଟସର୍କିଟ୍ ଯୋଗୁଁ ୪ ବଖରା ଘର ନଷ୍ଟ ହେବା ସହିତ ଆସବାବପତ୍ର ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡପାଟଣା ସାହିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସର୍ଟ ସର୍କିଟ୍ ଯୋଗୁଁ ଉକ୍ତ ଗ୍ରାମର ବାଉରୀ ବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗି ତାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ ଆସବାବପତ୍ର ମଧ୍ୟ ପୋଡି ନଷ୍ଟ ହୋଇଛି। ଆଜି ସକାଳ ସମୟରେ ନିଆଁଲାଗିଥିବାବେଳେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇଟି ଦମକଳ ଗାଡି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବାବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୃକ୍ତ ପରିବାରଙ୍କ ୪ଟି ଆଜବେଷ୍ଟସ୍ ଘର ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଆସବାବପତ୍ର ନଷ୍ଟ ହୋଇଛି। ଗରିବ ପରିବାରଙ୍କୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ହୋମ୍ କ୍ବାରେଣ୍ଟିନ୍ରେ ଥିବାବେଳେ ଜଣେ ଲୋକାଲ୍ କେସ୍ ବୋଲି ଜଣାପଡିଛି । ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ଦୁଇ ଆକ୍ରାନ୍ତ ମଧ୍ୟରେ ଜଣେ 27 ବର୍ଷୀୟ ଯୁବକ ରହିଛନ୍ତି । ଭୁବନେଶ୍ବର ବିମାନ ବନ୍ଦର ନିକଟସ୍ଥ ଭୀମପୁରର ବାସିନ୍ଦା ହୋଇଥିବା ଏହି ଯୁବକ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିବାର ଜଣାପଡିଛି । ସେହିପରି ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ଅନ୍ୟ ଜଣେ ଆକ୍ରାନ୍ତଙ୍କ ବୟସ 36 ବର୍ଷ ହୋଇଥିବାବେଳେ ସେ କଳିଙ୍ଗ ଷ୍ଟୁଡିଓ ନିକଟସ୍ଥ ଭରତପରୁରୁ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ନିକଟରେ ଦିଲ୍ଲୀରୁ ଫେରିଥିଲେ । ଅନ୍ୟ ଜଣେ ଆକ୍ରାନ୍ତ ଲୋକାଲ୍ କେସ୍ ହୋଇଥିବାର ସୂଚନା ଦେଇଛି ବିଏମ୍ସି । ଡୁମାଡୁମାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ବୟସ 48 ବର୍ଷ ବୋଲି ଜଣାପଡିଛି। ସେ ନିକଟରେ ଗଞ୍ଜାମରୁ ଫେରିଥିବାର…
ପଞ୍ଜାବ : ଦେଶରେ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଥିବାବେଳେ ଅନ୍ଲକ୍ 1.0 ଆରମ୍ଭ ହୋଇଛି । ଅନଲକ୍ 1.0ରେ ଦେଶରେ କରୋନା ମାମଲା ବେଶ୍ ବଢିଥିବାର ଦେଖାଯାଉଛି । ଏନେଇ ରାଜ୍ୟ ସରକାରମାନେ କଟକଣାକୁ ଆହୁରି କଡାକଡି କରିବା ଆରମ୍ଭ କରିଦେଇଛନ୍ତି । ଅନ୍ଲକ୍ 1.0 ଜାରି ହେବାର ପ୍ରଥମ ଦିନରୁ ଓଡ଼ିଶା ସରକାର ରାଜ୍ୟର କରେନା ପ୍ରଭାବିତ 11ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି କ୍ରମରେ ଏବେ ପଞ୍ଜାବ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ପରି ନୀତି ଆପଣାଉଥିବାର ଜଣାପଡିଛି । ପଞ୍ଜାବ ସରକାର ପୁଣି ଥରେ ଲକ୍ ଡାଉନ୍ ବଢାଇବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏବେ ପଞ୍ଜାବ ସରକାର ସପ୍ତାହନ୍ତ ଓ ବିଶେଷ ଛୁଟି ଦିବସ ଗୁଡିକରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ର ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ୍ରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ପଞ୍ଜାବରେ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା 13 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲାପାଳ। ଆଜି ରାଜ୍ୟରେ ସର୍ବାଧିକ 225 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରୁ 13 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଗୁଜୁରାଟରୁ ଜଣେ ଫେରିଥିବାବେଳେ ମହାରାଷ୍ଟ୍ରରୁ 5 ଜଣ,ହରିୟାଣାରୁ ଜଣେ, ତାମିଲନାଡୁରୁ 3 ଜଣ ଓ ଦିଲ୍ଲୀରୁ ତିନିଜଣ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦାରୁ 7 ଜଣ ରହିଥିବାବେଳେ ନୂଆଗାଁରୁ ଜଣେ ପାରାଦୀପ୍ ମ୍ୟୁନିସ୍ପାଲଟିରୁ ଜଣେ ଓ ତିର୍ତ୍ତୋଲରୁ 4 ଜଣ ରହିଛନ୍ତି। ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ତାଙ୍କୁ କିମସ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥ ଆରମ୍ଭ କରାଯାଇଛି। ଖବର ନେବାରୁ ଜଣାଯାଇଛି ତିର୍ତ୍ତୋଲ ବ୍ଲକରୁ ବାହାରିଥିବା 4ଜଣ ଆକ୍ରାନ୍ତ ମଧ୍ୟରୁ କନିମୁଳ ପଞ୍ଚାୟତରୁ…
ବ୍ରହ୍ମପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟର ରେକର୍ଡ ସଂଖ୍ୟାକ 225 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ କରୋନା ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେଉଥିବାର ସୂଚନା ମିଳିଛି । ଆଜି ସକାଳୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁଇ ମହିଳା ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିବାବେଳେ ଏବେ ଦୁଇ ବରିଷ୍ଠ ପୋଲିସ୍ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଛତ୍ରପୁର ଏସ୍ଡିପିଓ ଓ ଆଇଆଇସି ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଗଞ୍ଜାମ ଏସ୍ପି ଟୁଇଟ୍ ଯୋଗେ ସୂଚନା ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଭୟଙ୍କ କର୍ତ୍ତବ୍ୟନିଷ୍ଠା ଓ ସେବାକୁ ମଧ୍ୟ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ଏସ୍ପି ।
ଭୁବନେଶ୍ବର : ଲୋକେ ହେଉନଥିବାରୁ ବସ୍ ସେବା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଏସ୍ଆରଟିସି ବସ୍ ଚଳାଚଳ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । 66 ରୁଟ୍ରୁ 20ଟି ରୁଟ୍ରେ ଲୋକେ ହେଉନାହାନ୍ତି । ଏହି ରୁଟ୍ଗୁଡିକରେ ଅତିବେଶୀରେ 5 ଜଣ ଲୋକେ ହେଉଛନ୍ତି । କ୍ଷତିରେ ବସ୍ ଚାଲିବା ସମ୍ଭବପର ହେଉନଥିବାରୁ ବାଧ୍ୟ ହୋଇ ଏହି ରୁଟ୍ରେ ବସ୍ ସେବା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ସେହିପରି ଅନିଶ୍ଚିତତା ଭିତରେ ରହିଛି ଅନ୍ତଃରାଜ୍ୟ ବସ୍ଚଳାଚଳ ସେବା ।ଏବେ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ହୋଇନି । ଏନେଇ ମଧ୍ୟ କୌଣସି ରାଜ୍ୟ ସହିତ କଥାବାର୍ତ୍ତା ହୋଇନଥିବାର ଜଣାଇଛନ୍ତି ପରିବହନ ମନ୍ତ୍ରୀ । ସେହିପରି ରଥଯାତ୍ରା ପାଇଁ ବସ୍ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ…
ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବରେ ସଙ୍କଟ ବଢୁଛି। ଭାରତରେ ମଧ୍ୟ ସ୍ଥିତି ଗମ୍ଭୀର । ଦେଶରେ ଉଦବେଗଜନକ ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି 11 ହଜାର 458 ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ3 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 9ହଜାର ନିକଟତର ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁଯାୟୀ ଗତ 24 ଘଣ୍ଟାରେ 11 ହଜାର 458 ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହା ସହ 386 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 3 ଲକ୍ଷ 8ହଜାର 933ରେ ପହଂଚିଛି । ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା 8 ହଜାର 884ରେ ପହଞ୍ଚିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 45 ହଜାର 779 ଜଣ…
କେଦାର ମିଶ୍ର ଆସନ୍ତା ଜୁନ ୧୯ ତାରିଖରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କର ନିର୍ବାଚନ ପ୍ରଚାର ପୁଣି ଆରମ୍ଭ କରିବେ। ଆମେରିକାର ଟୁଲ୍ସା ନାମକ ଏକ ସହରରେ ଟ୍ରମ୍ଫ ତାଙ୍କର ରାଲି ଆୟୋଜନ କରୁଛନ୍ତି। ଟୁଲ୍ସା ସହର, ୧୯୨୧ ମସିହାରେ କୃଷ୍ଣାଙ୍ଗ ଓ ଶ୍ଵେତାଙ୍ଗଙ୍କ ମଧ୍ୟରେ ଏକ ଭୟଙ୍କର ଗୃହାଯୁଦ୍ଧ ର ମୂକ ସାକ୍ଷୀ। ଜର୍ଜ ଲଏଡଙ୍କ ହତ୍ୟା ପରେ ଆଜି ଯେତେବେଳେ ଆମେରିକାର ଜନ ଆନ୍ଦୋଳନ ବ୍ୟାପକ ହେଉଛି, ସେହି ସମୟରେ ଟ୍ରମ୍ଫ ନିଜକୁ ପୁଣିଥରେ ରାଷ୍ଟ୍ରପତି ଭାବେ ଦେଖିବାକୁ ଅତ୍ୟନ୍ତ ବ୍ୟାକୁଳ। ୨୧ ଲକ୍ଷ ଆମେରିକୀୟ ଯେ ଆଜି କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ଏବଂ ଲକ୍ଷେ ଷୋହଳ ହଜାର ଲୋକଙ୍କର ଜୀବନ ଚାଲି ଗଲାଣି, ଏହା ରାଜନୀତି ପାଇଁ ଖୁବ ବେଶୀ ବଡ କଥା ନୁହେଁ। ମାନବୀୟ ସଂବେଦନା ମରି ଯାଇଥିବା ସମୟର ଏକ ଦାରୁଣ ଚିତ୍ର ଆମେ ଆମେରିକାରେ ଦେଖୁଛୁ। ରାଷ୍ଟ୍ରପତି ନିର୍ବାଚନ ପାଇଁ…
ଗୁଜୁରାଟ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିଚାଲିଛି । କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ମଧ୍ୟ ରହିଛି । ଅନଲକ ପ୍ରର୍ଯ୍ୟାୟରେ ପ୍ରତିଦିନ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ମଧ୍ୟ କରୋନା ମାମଲା ଦ୍ରୁତ ଏବଂ ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି । ଅହମ୍ମଦାବାଦରେ ମଧ୍ୟ ମୃତ୍ୟୁ ହାର ଅଧିକ ରହିଛି । ଅହମ୍ମଦାବାଦରେ ମୃତ୍ୟୁ ହାର ବର୍ତ୍ତମାନ 7.1% ରହିଛି । ଅହମ୍ମଦାବାଦ ବର୍ତ୍ତମାନ ଦେଶରେ କରୋନାର ଡେଥସ୍ପଟ ଭାବେ ଚିହ୍ନିତ ହୋଇଛି । ଅହମ୍ମଦାବାଦରେ ପ୍ରତି 100ଟି ମାମଲା ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହେଉଥିବାର ସୂଚନା ମିଳିଛି । ଗତ ମାସଠାରୁ ଅହମ୍ମଦାବାଦଠାରେ ମୃତ୍ୟୁ ଦର ବଢିବାରେ ଲାଗିଛି । ଏଥିପାଇଁ ଏବେ ଏହି ସହରକୁ କରୋନା ଡେଥସ୍ପଟ ଭାବରେ ବିବେଚନା କରାଯାଇଛି । କାରଣ ଗତ ମାସ ପୂର୍ବରୁ ଏଠାରେ ମୃତ୍ୟୁ…
ସମୀକ୍ଷା ବ୍ୟୁରୋ ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କର ପବିତ୍ର ଘୋଷ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ପୂରା ଜୋରସୋର୍ରେ ଚାଲିଛି । ସ୍ନାନଯାତ୍ରାରେ ମହପ୍ରଭୁ ସ୍ନାନ ସାରି ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିଥିବାବେଳେ ତାଙ୍କୁ ଓଷୁଅ ଲାଗି ହୋଇଛି । ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେଉଛନ୍ତି । ସୁସ୍ଥ ହେବା ପରେ ମହାପ୍ରଭୁ ଭାଇ ଭାଉଣୀଙ୍କୁ ସାଙ୍ଗରେ ଧରି ନଅ ଦିନ ଲାଗି ରଥରେ ମାଉସୀ ଘରକୁ ଯାତ୍ରା କରିବେ। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ସମ୍ପର୍କରେ ଆମର ଏକ ସ୍ବତନ୍ତ୍ର ପ୍ରସ୍ତୁତି । ଗତକାଲି ତିନି ରଥର ତାଗ ବାଡିଆ ଶେଷ ହୋଇ ପଟା ବଡିଆ ଆରମ୍ଭ ହୋଇଥିଲା। ଆଜି ରଥର ମଧ୍ୟ ଭରକୁ ଛାଡି ଚାରିପଟ ପଟା ପଡିବା କାମ ଚାଲିଛି । ମଝି ଅଂଶ ସିଂହାସନ ପାଇଁ ଜଗତ ପୃଷ୍ଠ ସେଣି ପଡିଲା ପରେ ପଟା…
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଟି ଜିଲ୍ଲାରୁ ୨୨୫ ଆକ୍ରାନ୍ତ ମଧ୍ୟରେ କଟକରୁ ସର୍ବାଧିକ ୯୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୨୦, ଖୋରଧାରୁ ୧୯, କନ୍ଧମାଳ ଓ ପୁରୀରୁ ୧୫ ଜଣ ଲେଖାଏଁ ରହିଛନ୍ତି। ଜଗତସିଂପୁରରୁ ୧୩, ବଲାଙ୍ଗିରରୁ ୧୨, ମୟୂରଭଞ୍ଜରୁ ୯, ଢେଙ୍କାନାଳରୁ ୭, ଭଦ୍ରକରୁ ୫, କେନ୍ଦ୍ରାପଡାରୁ ୪, କଳାହାଣ୍ଡିରୁ ୩, ବାଲେଶ୍ଵରରୁ ୨, ଅନୁଗୁଳ ଓ ସୁନ୍ଦରଗଡ ରୁ ୧ ଲେଖାଏଁ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୩୬ଜଣ ଚିକିତ୍ସାଧୀନ ଥିବାବେଳେ ୨,୪୭୪ଜଣ ସୁସ୍ଥ ହୋଇଛନ୍ତି। ତେବେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :…
ଭୁବନେଶ୍ବର : ରାଜ୍ୟରେ ଆଜି ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୯୬ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨୩୬। ସୁସ୍ଥ ହୋଇଛନ୍ତି ୨୪୭୪। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୧୦ଜଣ। ସେହିପରି ୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆନ୍ଧ୍ରପ୍ରଦେଶ : ଦେଶରେ କରୋନା ମାମଲା ଦିନକୁ ଦିନ ବଢୁଚାଲିଛି । ଏହା ମଧ୍ୟରେ ଦେଶରେ ଅନ୍ଲକ୍ 1,0 ଜାରି ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟ ରାଜ୍ୟ ଭିତରକୁ ଯିବାକୁ ମଧ୍ୟ ଅନୁମତି ମିଳିଛି । କିନ୍ତୁ ସଂକ୍ରମଣ ମାମଲା ବୃଦ୍ଧି ହେତୁ ରାଜ୍ୟସ୍ତରୀୟ କଟକଣା ଜାରି ରହିଛି । ଓଡ଼ିଶା ସରକାର ସପ୍ତାହକୁ ଦୁଇ ଦିନିଆ ସଟ୍ଡାଉନ୍ ଜାରି କରିଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଏକ ନୂତନ କଟକଣା ଜାରି କରିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ନିଜର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜ୍ୟ ବାହାରକୁ ଯାତ୍ରା କରିବା ଉପରେ କଟକଣା ଜାରି କରିଛନ୍ତି। କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶାନାମାରେ ଆଂଚଳିକ କାର୍ଯ୍ୟରେ ଜଡ଼ିତ ପଦାଧିକାରୀଙ୍କୁ ଛାଡ଼ି ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଯେ ରାଜ୍ୟ ଭିତରେ ମଧ୍ୟ…
ଭବାନୀପାଟଣା: ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍ଓ ସୂଚନା ଦେଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ 7ଦିନ କ୍ୱାରେଣ୍ଟିନ୍ରେ ରହିବା ପରେ ଘରେ ଆଉ 7ଦିନ ହୋମ୍ କ୍ୱାରେଣ୍ଟିନ୍ରେ ରହିଥିଲେ। ହୋମ୍ କ୍ୱାରେଣ୍ଟିନ୍ରେ ଥିବା ସମୟରେ ପ୍ରବାସୀ ଜଣକ ପ୍ରୋଟୋକଲ୍ ଭାଙ୍ଗି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ। ସେଠାରେ ଦୁଇ ମହିଳା ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କରୋନା ଟେଷ୍ଟ୍ କରାଯିବା ପରେ ସମ୍ପୃକ୍ତ ପ୍ରବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କର ଚିକତ୍ସା କରିଥିବା ଦୁଇ ମହିଳା ଡାକ୍ତରଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଦୁଇ ଡାକ୍ତରଙ୍କୁ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇ ସେମାନଙ୍କର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ରାଜ୍ୟ ସରକାର ସମସ୍ତ ସରପଞ୍ଚଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦେବା ସହ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ କିଛି ଅସାମାଜିକ ଯୁବକ ଏଭଳି ଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ସରପଞ୍ଚ ପ୍ରଭାତି ନାୟକକୁ ଗତ ୮ ତାରିଖ ଦିନ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବାରୁ ଆଜି ସେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିବାକୁ ଆସିଥିଲେ । ସୂଚନାଯୋଗ୍ୟ ଗତ ୮ ତାରିଖ ଦିନ ସରପଞ୍ଚ ଶ୍ରୀମତୀ ନାୟକ ପଦ୍ମପୁର ସଂଗରୋଧ କେନ୍ଦ୍ରକୁ ନିଜର ଡ଼୍ୟୁଟି ସାରି ନିଜର ଜଣେ ସଂପର୍କୀୟଙ୍କ ସହ ବାଇକ୍ରେ ଫେରୁଥିଲେ । ଏହି ସମୟରେ ପଦ୍ମପୁର ଗ୍ରାମର କିଛି ଗୁଣ୍ଡା ସଂପ୍ରଦାୟର ମଦ୍ୟପ ଲୋକ ଶଙ୍କର ଦାସ, ଫକିର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ସଦରଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଇଟା ବୋଝେଇ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଇନ୍ଦ୍ରାବତିରୁ ଯାତ୍ରୀ ନେଇ ବ୍ରହ୍ମପୁର ଅଭିମୁଖେ ଆସୁଥିବା ମା’ ଆଦିଶକ୍ତି ନାମକ ଏକ ଘରୋଇ ବସ୍ ଏବଂ ବ୍ରହ୍ମପୁର ପଟୁ ଯାଉଥିବା ଏକ ଇଟା ବୋଝେଇ ଟ୍ରାକ୍ଟରଟିର ବାଘଝରି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ରକଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ଖବରପାଇ ସଦରଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଏମ୍କେସିଜିରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

