ରମେଶ ମହାନ୍ତି ଜଗତସିଂହପୁର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ବ୍ଳକ ପ୍ରଶସାନ ପର୍ଯ୍ୟନ୍ତ ସମସ୍ତେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ସେଥିପାଇଁ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖାଯାଉଛି । ପରବର୍ତୀ ସମୟରେ ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇ ନେଗେଟିଭ ରିପୋର୍ଟ ଆସିଲେ ହୋମ କ୍ୱାରେଣ୍ଟିନରେ ରଖିବା ସହିତ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ନିୟମ ରହିଛି । ହୋମ କ୍ୱାରେଣ୍ଟିନରେ ରହିବା ସମୟରେ ପରିବାରରୁ ଅଲଗା ରହିବା ସହିତ ଗୋଟିଏ ଘରେ ରହିବାର ନିୟମ ରହିଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜଣେ ପ୍ରବାସୀ ନିଜ ରାଜ୍ୟକୁ ଫେରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ତାଙ୍କର ହୋମ କ୍ୱାରେଣ୍ଟିନ ପାଇଖାନାରେ ବିତୁଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ ନାଉଗାଁ ବ୍ଲକ ଜାମୁଗାଁ ପଂଚାୟତର…
Author: Samikhsya Bureau
ଲଦାଖ : ଲଦଖର ଗଲଓ୍ବାନ୍ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ 5 ଜଣ ଚୀନ୍ ଯବାନଙ୍କ ପ୍ରାଣହାନି ଘଟିଛି । ସେହିପରି 11 ଜଣ ଚୀନ୍ ସୈନ୍ୟ ଆହତ ହୋଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଶହୀଦ ଯବାନଙ୍କୁ ନେଇ ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇଥିବା ବେଳେ ଚୀନ୍ ପକ୍ଷରୁ ନୀରବତା ଅବଲମ୍ବନ କରାଯାଉଛି । ତେବେ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ 5 ଜଣ ଚୀନ୍ ଯବାନ ପ୍ରାଣ ହରାଇଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ସରକାରୀ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ଚୀନ୍ ରାଷ୍ଟ୍ରଦୂତ ଭାରତକୁ ସମାଲୋଚନା କରିଥିଲେ । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଆଜି ସକାଳେ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ 9 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟକରେ ତିର୍ତ୍ତୋଲ ବ୍ଲକ୍ରୁ 7 ଜଣ ଏବଂ ନାଉଗାଁ ବ୍ଲକ୍ରୁ 2ଜଣ ରହିଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ତିର୍ତ୍ତୋଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହାରାଷ୍ଟ୍ର, 3 ଜଣ ତାମିଲନାଡୁ, ପଶ୍ଚିମବଙ୍ଗ ଓ ହରିୟାଣାରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍ ସେଣ୍ଟରରେ ରହିଥିଲା । ସେହିପରି ନାଉଗାଁରୁ ଚିହ୍ନଟ ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ଦୁଇ ଆକ୍ରାନ୍ତ ଜଗତସିଂହପୁର ଆସିବା ପୂର୍ବରୁ ସମ୍ରେ ନିଜର କରୋନା ପରୀକ୍ଷଣ କରାଇଥିଲେ ଏବଂ ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ତିର୍ତ୍ତୋଲ ବ୍ଳକରୁ ବାହାରିଥିବା 7ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟରା ପଞ୍ଚାୟତରୁ 5ଜଣ ଓ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 2ଜଣ ବୋଲି…
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ଏହି 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ପକ୍ଷରୁ ଟ୍ବିଟ୍ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ସତ୍ୟନଗରରୁ ଚିହ୍ନଟ 36 ବର୍ଷୀୟ ପୁରୁଷ ଏବଂ ନିରାଙ୍କରୀ ନଗରରୁ ଚିହ୍ନଟ ପୁରୁଷଙ୍କର ଦିଲ୍ଲୀ ଯାତ୍ରାର ଇତିହାସ ରହିଛି । ପଟିଆର ଶ୍ରୀବିହାରରୁ ଚିହ୍ନଟ ହୋଇଥିବା 25 ବର୍ଷୀୟ ମହିଳା ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଡୁମଡୁମାର ଏଚ୍ବି କଲୋନୀରୁ ଚିହ୍ନଟ 37 ବର୍ଷୀୟ ପୁରୁଷ ମଧ୍ୟ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି 24 ବର୍ଷୀୟ ଅନ୍ୟ ପୁରୁଷ ଆକ୍ରାନ୍ତ ଜଣ କେନ୍ଦ୍ର ସରକାରଙ୍କ ଅଧୀନରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ।
ନୂଆଦିଲ୍ଲୀ : ଗୁଜରାଟରେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଗୁଜରାଟ ବିଜେପିକୁ ଆକ୍ରମଣ କରିଛନ୍ତି ରାହୁଲ । ଦେଶରେ ଗୁଜରାଟ ମଡେଲକୁ ଉପସ୍ଥାପନ କରୁଥିବା ଲୋକ ରୋଗ ନିୟନ୍ତ୍ରଣରେ ଏହି ମଡେଲର ବିଫଳତାକୁ ମଧ୍ୟ ନଜରରେ ରଖନ୍ତୁ ବୋଲି ରାହୁଲ ଟ୍ବିଟ୍ କରିଛନ୍ତି । ଗୁଜରାଟରେ କରୋନା ମୃତ୍ୟୁ ହାର 6.25 ପ୍ରତିଶତ ରହିଥିବା ବେଳେ, ମହାରାଷ୍ଟ୍ରରେ 3.73 ପ୍ରତିଶତ, ରାଜସ୍ଥାନରେ 2.32, ପଞ୍ଜାବ 2.17, ପୁଡୁଚେରୀରେ 1.98, ଝାରଖଣ୍ଡରେ 0.5 ଏବଂ ଛତିଶଗଡରେ 0.35 ପ୍ରତିଶତ ରହିଛି । ଏହି ସମସ୍ତ ରାଜ୍ୟ ମାନଙ୍କ ସମ୍ମୁଖରେ ଗୁଜରାଟ ମଡେଲର ମୁଖା ଖୋଲି ଯାଇଛି ବୋଲି ରାହୁଲ ଟ୍ବିଟ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟରେ ସମୁଦାୟ 24,055 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1505ରେ ପହଞ୍ଚିଛି । (ଏଜେନ୍ସି)
ଲଦାଖ : ଲଦାଖ ସୀମାରେ ଚୀନ୍ ସେନା ସହିତ ମୁକାବିଲାରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସୋମବାର ରାତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା । ଲଦାଖର ଗଲଓ୍ବାଁ ଉପତ୍ୟାକାରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ଏହି ଯବାନ ମାନେ ଶହୀଦ ହୋଇଛନ୍ତି । ଶହୀଦ ସୈନିକଙ୍କ ମଧ୍ୟରେ ଜଣେ କଲୋନେଲ ଏବଂ ଦୁଇ ଜଣ ଯବାନ ରହିଛନ୍ତି । ଗଲଓ୍ବାନରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ସ୍ଥଳସେନା ମୁଖ୍ୟ ଏମ୍ ଏମ୍ ନରାଓ୍ବଣେ ମତ ଦେଇଥିଲେ । ତେବେ ଗତକାଲିର ଘଟଣା ପରେ ସୀମାରେ ପୁନର୍ବାର ଉତ୍ତେଜନା ଦେଖାଦେଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା କାରଣରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜୈନଙ୍କ ଆରୋଗ୍ୟ କାମନା କରିଥିଲେ । ଆଜି ଦ୍ବିପ୍ରହରରେ ଜୈନ୍ଙ୍କ ସ୍ବାବ୍ ଟେଷ୍ଟ ରିପୋର୍ଟ ଆସିଥିବା ବେଳେ ଏହା ନେଗେଟିଭ୍ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାର ରହିଛି । ମହାରାଷ୍ଟ୍ର ଏବଂ ତାମିଲନାଡୁ ପଛକୁ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । (ଏଜେନ୍ସି)
ଭୁବନେଶ୍ବର/ନୂଆଦିଲ୍ଲୀ : ରଥ ଯାତ୍ରାକୁ ନେଇ ଆଶା ଓ ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଆସନ୍ତା 18 ତାରିଖରେ ସୁପ୍ରିମକୋର୍ଟରେ ବିଚାର କରାଯିବ । ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ମଙ୍ଗଳବାର ଜଣାପଡିଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିବେ । ଓଡିଶା ବିକାଶ ପରିଷଦ ପକ୍ଷରୁ ଦାୟର କରାଯାଇଥିବା ମାମଲା ଏବଂ ଅନ୍ୟ ଦୁଇ ମାମଲାର ବିଚାର ଏକତ୍ର କରାଯିବ ବୋଲି ଜଣାପଡିଛି । ମୂଳ ମାମଲା ସହିତ ଦୁଇଟି କ୍ୟାଭେଟ୍ର ଶୁଣାଣି କରାଯିବ ।
ଭୁବନେଶ୍ବର : ତୈଳଦର ବୃଦ୍ଧିର ପ୍ରଭାବ ଆଜି ଦେଖିବାକୁ ମିଳିଛି । ମଙ୍ଗଳବାରୁ ସରକାର ବସ୍ଭଡା ବଢାଇବାର ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ଭଡ଼ା କିମି ପିଛା 3 ପଇସା ବଢିଛି । ସାଧାରଣ ବସରେ କିମି ପିଛା 67 ପଇସା ଥିଲା ଯାହାକି 70 ପଇସା ହୋଇଯାଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା 70 ଯାହାକି 73 ପଇସାରେ ପହଁଚିଛି। ଏତଦ୍ ବ୍ୟତୀତ ଡିଲକ୍ସ କିମି ପିଛା ଥିଲା 95 ପଇସା ଯାହାକି 1 ଟଙ୍କା ଏକ ପଇସାକୁ ବୃଦ୍ଧି ପାଇଛି ଏବଂ ଏସି ଡିଲକ୍ସ 1.17ଟଙ୍କାରୁ ବୃଦ୍ଧି ପାଇ 1.23 ଟଙ୍କାରେ ପହଞ୍ଚିଛି ।
ଭୁବନେଶ୍ବର : ରଥଯାତ୍ରା ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପ୍ରଦାନ କରାଯାଇଛି । ରଥଯାତ୍ରାକୁ ନେଇ ଅନିଶ୍ଚିତତଦା ଲାଗି ରହିଥିବା ବେଳେ ସରକାର ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି । ପୁରୋହିତ ସିଦ୍ଧେଶ୍ବର ମହାପାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଅନୁକୂଳ ପାଇଁ ମଙ୍ଗଳବାର ଅନୁମତି ପତ୍ର ପ୍ରଦାନ କରାଯାଇଛି । ଅନୁମତି ପତ୍ର ମିଳିବା ପରେ ପ୍ରତିକ୍ରିୟା ପ୍ରକାଶ କରି ସିଦ୍ଧେଶ୍ବର କହିଛନ୍ତି ବର୍ତ୍ତମାନ ପରସ୍ଥିତିରେ ରଥଯାତ୍ରା ହେବା ନେଇ କେବଳ ଆଶା ରଖିବା ଉଚିତ୍ ।
ଭୁବନେଶ୍ବର : ରାଜ୍ୟରେ ମୌସୁମୀ କାରଣରୁ ବର୍ଷା ଜାରି ରହିଥିବା ବେଳେ 19 ତାରିଖ ସୁଦ୍ଧା ଏକ ଲଘୁଚାପର ଆଶଙ୍କା କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ 3/4 ଦିନ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ବର୍ଷା ସ୍ବାଭାବିକ ରହିଛି । ସେହିପରି ମଙ୍ଗଳବାର 7ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି ।
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 108 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 108 ଜଣଙ୍କ ମଧ୍ୟରୁ 95 ଜଣ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟୁ ହୋଇଥିବା ବେଳେ 13 ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଏହା ସହିତ ପଶ୍ଚିମବଙ୍ଗ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ 16 ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ମାଲକାନଗିରିରୁ ସର୍ବାଧିକ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 7, କେନ୍ଦ୍ରାପଡାରୁ 9 ଏବଂ ଅନୁଗୁଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ 4, କଟକରୁ 1, ଜଗତସିଂହପୁରରୁ 9, ଗଞ୍ଜାମରୁ 8, ପୁରୀରୁ 15, ଗଜପତିରୁ 7, ସୁନ୍ଦରଗଡରୁ 2, କଳାହାଣ୍ଡି ଏବଂ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଆମ୍ପାନ ପରବର୍ତ୍ତୀ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ସବ୍ଡିଭିଜନ୍ରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍ଡାଉନ୍ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ। କେବଳ ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଅନ୍ୟ ସମୟରେ ଖୋଲା ରହିବ। ସାଧାରଣ ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସମୀକ୍ଷା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ବିଏମ୍ସିରେ ଏହି ଲକ୍ଡାଉନ୍ ଲାଗୁ କରାଯିବ ନାହିଁ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହି ଲକ୍ଡାଉନ୍ ୪ ଦିନ ରହିବା ନେଇ ଗୁଜବ ପ୍ରଚାର କରାଯାଇଥିଲା।
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଉଥରେ ଆଲୋଚନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ 3.30ରେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଆଲୋଚନା କରିବୋ । ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ପର୍ଯ୍ୟନ୍ତ ଏହି ଆଲୋଚନା କରାଯିବ । ଏହି ଆଲୋଚନାରେ ଅନଲକ୍ 1.0 ସମ୍ପର୍କରେ ଆଲୋଚନା କରାଯିବ ଏବଂ ହୁଏତ କେନ୍ଦ୍ର ସରକାର ଲକ୍ଡାଉନ୍କୁ ସଶକ୍ତ କରିବାର ନିଷ୍ପତ୍ତି ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 10667 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 9900 ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 325 ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 43 ହଜାର 91 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ 180012 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 9900 ଜଣଙ୍କର ପରଲୋକ ଘଟିଛି । ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 153178 ରହିଛି ।
କେଦାର ମିଶ୍ର ବସ ଚାଲୁଛି, ହେଲେ ଲୋକ ବସରେ ବସିବାକୁ ଭୟ କରୁଛନ୍ତି। ଦୋକାନ ଖୋଲିଛି, ହେଲେ ଅତ୍ୟାବଶ୍ୟକ ନ ପଡିଲେ, କେହି ଦୋକାନକୁ ଯାଉ ନାହାନ୍ତି। କେହି କେହି କହିପାରନ୍ତି, ରଜ ସମୟରେ ବଜାର ଏତେ ଭିଡ ହେଲା ଯେ ସରକାର ବାଧ୍ୟ ହୋଇ ଭୁବନେଶ୍ବରର ମୁଖ୍ୟ ବଜାରକୁ ସିଲ କରିଦେଲେ। ତେବେ ଏ ଭିଡ ବି ଭୟ ଯୋଗୁଁ। କାଳେ ଆଗକୁ ଦୋକାନ ନ ଖୋଲିବ, କାଳେ ପୁଅ ଝିଅ ନୂଆ ଲୁଗା ଖଣ୍ଡେ ପିନ୍ଧିପାରିବେନି, ସେଇ ଆଶଙ୍କାରୁ ଏ ଭିଡ। ବଜାରକୁ ବାହାରିବା ଆଗରୁ ଲୋକଙ୍କ ଭିତରେ କରୋନା ଭୟ ଠୁ ବେଶୀ ଭୟ ପୋଲିସକୁ। ଏବେ ପୋଲିସ ବାବୁମାନେ ସବୁଠି ହାତରେ ଚାଲାଣ ଧରି ଠିଆ ହୋଇଛନ୍ତି। ଭଲକି ମୁଖା ବାନ୍ଧି ନାହାନ୍ତି ତ ଜରିମାନା ଦିଅନ୍ତୁ। ରାସ୍ତାରେ ପାନ ଖାଇ ଚାଲୁଛନ୍ତି ତ, ଜରିମାନା ଦିଅନ୍ତୁ। ଦୋକାନୀ ପାଖରୁ ବରା ସିଙ୍ଗଡା କିଣି ଖାଉଛନ୍ତି…
ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା। ସୋପିଆଁରେ ମଙ୍ଗଳବାର ଘଟିଥିବା ଏହି ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳୁ ସୋପିଆଁର ତୁର୍କଓ୍ବାଙ୍ଗାନ ଅଞ୍ଚଳରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନ୍କାଉଣ୍ଟର ଘଟିଥିବା ନେଇ ରିପୋର୍ଟ ମିଳିଛି। ତିନି ଆତଙ୍କବାଦୀଙ୍କ ପରିଚୟ ମିଳି ନଥିବା ବେଳେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁରର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଭୀମପୁର କ୍ରୀଡା ସଂଘ(ବିଏସ୍ଏ)। ଅଗ୍ନି ବିପନ୍ନ ପରିବାରକୁ ଭୀମପୁର କ୍ରୀଡା ସଂଘ ପକ୍ଷରୁ ସହାୟତାର ହାତ ବଢାଯାଇଥିବା ବେଳେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। ଗ୍ୟାସ୍ ସିଲିଣ୍ଡର, ବାସନ ସାମଗ୍ରୀ, ପନିପରିବା, କପଡା ଏବଂ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୩ ତାରିଖରେ ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡପାଟଣା ସାହିର ବାଉରୀ ବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୁର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିଲା। କ୍ରୀଡା ସଂଘର ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।
ଲଲାଟେନ୍ଦୁ ଶତପଥୀ ପିଲାବେଳ କଥା ମୋର ମନେ ଅଛି ଯେବେ କେହି ଗାଁରେ ମାତାଲ ଅବସ୍ଥାରେ ଟହଲି ଟହଲି ଆସି ଦାଣ୍ଡରେ ଅଭଦ୍ର ଭାଷାରେ ଚିଲ୍ଲାଏ, ଲୋକ ତାଟି କବାଟ ବନ୍ଦ କରି ଦିଅନ୍ତି। ମନ ଭିତରେ ଏକ ଅଜଣା ଆତଙ୍କ ଉଙ୍କି ମାରୁଥାଏ। ସମସ୍ତେ ନିଜ ଘରେ ରହି କେବଳ ସେ ମଦୁଆକୁ ଦେଖନ୍ତି। ବେଶୀରେ ବେଶୀ ସାଇ ପଡିଶା କିଏ ଜଣେ ଅଧେ ବାହାରକୁ ଆସି ତାକୁ ଆକଟ କରିବାକୁ ସାହସ କରନ୍ତି। ଗାଁ ପାଖ ମଦ ଭାଟିର ପାଖ ରାସ୍ତା ସତେ ଯେମିତି ଏକ ଅସାମାଜିକ ଲୋକଙ୍କ ଚରାଭୂଇଁ ଓ ସ୍କୁଲ କଲେଜ୍ ଗଲା ବେଳେ ମନରେ ବେଶୀ ଭୟ। ସେ ପରିବାରର ଲୋକେ ସାମାଜିକ ସ୍ତରରେ ପାଉଥିବା ଯନ୍ତ୍ରଣାକୁ ମୁଁ ଅନୁଭବ କରିଛି। ହେଲେ ଆଜି ଦୁଇ ଦଶନ୍ଧି ଭିତରେ ସବୁ କିଛି ବଦଳି ଯାଇଛି। କିଛି ବର୍ଷ ତଳେ ଛୋଟ ଏଇ ସହରରେ ଗୋଟେ…
ମୁମ୍ବାଇ : ଦେଶବ୍ୟାପୀ କରୋନା ସଙ୍କଟ ଯୋଗୁଁ ଚାକିରୀରୁ ଛଟେଇ ଦେଖିବାକୁ ମିଳୁଥିବା ବେଳେ ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କ ବେତନ ବଢାଇଛି । ସାହାରା ଗ୍ରୁପ୍ ପକ୍ଷରୁ ସୋମବାର ଦିନ ଏହିପରି ଏକ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ସମସ୍ତ କର୍ମୀଙ୍କ ବେତନ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ କମ୍ପାନୀ ତରଫରୁ କୌଣସି ଛଟେଇ କରାଯିବ ନାହିଁ ବୋଲି ମଧ୍ୟ ଘୋଷଣା କରାଯାଇଛି । ସୋମବାର କମ୍ପାନୀ ପକ୍ଷରୁ ଏହାର 4 ଲକ୍ଷ 5 ହଜାର 874 କର୍ମଚାରୀଙ୍କ ବେତନ ବଢାଯାଇଥିବା ବେଳେ 4808 ଜଣଙ୍କୁ ପ୍ରମୋଶନ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାହାରା ଗ୍ରୁପ୍ର ବିଭିନ୍ନ ବ୍ୟବସାୟରେ ଅନ୍ୟୁନ 14 ଲକ୍ଷ ଲୋକ ନିଯୁକ୍ତ ଅଛନ୍ତି । (ଏଜେନ୍ସି)
ଚିଲିକା, ବିଶ୍ବ ପ୍ରସିଦ୍ଧ ଲୁଣା ହ୍ରଦ ଭିତରେ ଥିବା କାଳିଜାଈର ଶୋଭାରାଶି ବର୍ତ୍ତମାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। କାରଣ ବନ ବିଭାଗ ଏହି ପର୍ଯ୍ୟଟନ ସ୍ଥଳର ଉନ୍ନୟନ ହାତକୁ ନେଇ ସୌନ୍ଦର୍ଯ୍ୟକରଣ କରିଛି। ଆକାଶମାର୍ଗରୁ ନିଆଯାଇଥିବା କାଳିଜାଈ ପାହାଡର ଏକ ଫଟୋ

