Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଉ 114 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ 30 ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ 23, ଗଞ୍ଜାମରୁ 17, କଟକରୁ 11, ମୟୂରଭଞ୍ଜରୁ 10, ଗଜପତିରୁ8, ବରଗଡରୁ 5, ନୟାଗଡରୁ 4, ବଲାଙ୍ଗିରରୁ 3 ଜଣ ରହିଛନ୍ତି । ବାଲେଶ୍ବର, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ 2708 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରେ 186ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3909ରେ ପହଞ୍ଚିଥିବାବେଳେ ଆଜି ଜଣକର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି । ସେହିପରି…

Read More

ମୁମ୍ବାଇ : ବଲିଉଡରୁ ପୁଣି ଏକ ଦୁଃଖଦ ଖବର ମିଳିଛି । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। 34 ବର୍ଷ ବୟସରେ ଏହି  ଅଭିନେତା ଜଣକ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିବାର ଖବର ମିଳିଛି। ତେବେ କେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ତାହା ସମ୍ପର୍କରେ ଜଣାପଡିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ଜୀ ଟିଭିର ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ର ମାନବ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିବା ସୁଶାନ୍ତ ସିଂହ ରାଜପୁତ୍‌ ବଲିଉଡ୍‌ରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ । ସୁଶାନ୍ତ ‌ ଫିଲ୍ମ ‘କାଇ ପୋଚେ’ରୁ ବଲିଉଡ୍‌ କ୍ୟାରିଅର ଆରମ୍ଭ କରିଥିବାବେଳେ ସେ ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ପିକେ’, ‘ଧୋନୀ : ଦ ଅନ୍‌ଟୋଲ୍ଡ…

Read More

ଚେନ୍ନାଇ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଏବେ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି ।ଚେନ୍ନାଇର ରାଜୀବ ଗାନ୍ଧି ଗର୍ଭର୍ଣ୍ଣମେଣ୍ଟ ଜେନେରାଲ୍‌ ହସ୍ପିଟାଲର 10 ଦିନ ଭିତରେ ପ୍ରାୟ 90 ଜଣ ଡାକ୍ତର ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନାରହିଛି । ତେବେ ଏହି ଡାକ୍ତରଙ୍କ ମଧ୍ୟରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ମାନେ ମଧ୍ୟ ସାମିଲ୍‌ ରହିଛନ୍ତି । ଡାକ୍ତରଙ୍କ ଅଭାବ ଯୋଗୁଁ ପ୍ରାୟ 300 ଡାକ୍ତରଙ୍କୁ ବିଭିନ୍ନ ହସ୍ପିଟାଲରୁ ସ୍ଥାନାନ୍ତରିତ କରାଯାଇଛି । କରୋନା ଓ୍ବାର୍ଡ ପାଇଁ ହସ୍ପିଟାଲରେ ଆଉ 500 ଶଯ୍ୟା ପ୍ରସ୍ତୁତକରାଯାଉଛି । ସେହିପରି ରାଜ୍ୟର ସରକାରୀ ହସ୍ପିଟାଲରେ କରୋନା ଓ୍ବାର୍ଡରେ କାମ କରୁଥିବା ଡାକ୍ତର ଓ ନର୍ସମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ସୂଚନାଯୋଗ୍ୟ, ଦେଶରେ ଏବେ ସୁଦ୍ଧା ଏକ…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 16ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14ଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବାବେଳେ 2ଟି ଲୋକାଲ୍‌ କେସ୍‌ ରହିଛି ବୋଲି  ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ। ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା 14 ଜଣଙ୍କମଧ୍ୟରେ ପଟିଆ ଶ୍ରୀବିହାରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ଜଣେ 31ବର୍ଷୀୟ ବ୍ୟକ୍ତିଙ୍କ ସମେତ 65 ବର୍ଷୀୟ ବୟସ୍କ ସହ 58 ବର୍ଷୀୟ ମହିଳା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର ବୋଲି ଜଣାପଡିଛି । ଜୟଦେବ ବିହାରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ 71ବର୍ଷୀୟ ମହିଳାଙ୍କ ସହ ଜଣେ 71 ବର୍ଷୀୟ ପୁରୁଷ ରହିଛନ୍ତି। ଆମେରିକାରୁ ଫେରିଥିବାର ଜଣାପଡିଛି । ଏମାନେ ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ସେହିପରି ଚାରି ନମ୍ବର ଶାସ୍ତ୍ରୀ ନଗରରୁ ଦୁଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲାପାଳ। ଆଜି ରାଜ୍ୟରୁ 186 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରୁ 11 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ 7 ଜଣ ଫେରିଥିବାବେଳେ ଆନ୍ଧ୍ରପ୍ରଦେଶରୁ ଜଣେ, ତେଲେଙ୍ଗାନାରୁ ଜଣେ ଫେରିଛନ୍ତି । ସେହିପରି ଗୁଜୁରାଟ ଓ ହରିୟାଣାରୁ ଜଣେ ଲେଖାଏଁ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ ଆକ୍ରାନ୍ତ ଟିଏମ୍‌ସିରେ ରହିଥିଲେ ବୋଲି ସୂଚନା ରହିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବିରିଡିରୁ 7 ଜଣ ରହିଛନ୍ତି । ସେହିପରି ରଘୁନାଥପୁରରୁ 2 ଜଣ ଓ ନୂଆଗାଁରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥା ଆରମ୍ଭ କରାଯାଇଛି।…

Read More

ତେଲେଙ୍ଗାନା :  ତେଲେଙ୍ଗାନାର ସାଙ୍ଗାରେଡ୍ଡିଠାରେ ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିବା 25 ଜଣ ଲୋକଙ୍କ ମଧ୍ୟରୁ 19 ଜଣଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ସମସ୍ତେ ଜୁନ୍‌10 ତାରିଖରେ ସାଙ୍ଗାରେଡ୍ଡିର ଜହୀରାବାଦଠାରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିଲେ । କରୋନା ଲକ୍ଷଣ ଦେଖାଯିବା ପରେ ଏହି ସମସ୍ତ ଲୋକଙ୍କ ଟେଷ୍ଟ କରାଯାଇଥିଲା । ଏହା ମଧ୍ୟରୁ 19 ଜଣଙ୍କ ଠାରେ କରୋନା ପଜିଟିଭ୍‌ ଆସିବାର ସୂଚନା ରହିଛି । ଏହି ସମସ୍ତଙ୍କୁ ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣକ ଜହୀରାବାଦର ଶାନ୍ତି ନଗର କଲୋନୀରେ ରହୁଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା । 55 ବର୍ଷୀୟା ଏହି…

Read More

ଗଞ୍ଜାମ: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ। ୧୪ ତାରିଖରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଜାରି ରହିବ ବୋଲି ସୂଚନା ରହିଛି। ତେବେ ଏହି ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ। ତେବେ ବସ୍‌, କାର ଓ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ। ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଏହି ସମୟରେ କେହି ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ତେବେ  ଶନି ଓ ରବିବାର ପୂର୍ବବତ୍‌ ସଟ୍‌ଡାଉନ ଜାରି ରହିବ। ସେହିପରି ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଆଜି ଜିଲ୍ଲାରୁ ଆଉ ଜଣକଙ୍କ କରୋନା…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ଆଉଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ମୃତକଙ୍କ ବୟସ 50ବର୍ଷ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ଜନିତ ଏହା ହେଉଛି ଷଷ୍ଠ ମୃତ୍ୟୁ ।ମୃତକଙ୍କ ଜଣକ କରୋନାରେ ଆକ୍ରାନ୍ତ ହେବା ସହିତ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।  ତାଙ୍କ ଠାରେ ଡାୟବେଟିସ୍‌ ଓ ହାଇପରଟେନସନ୍‌ ଓ କିଡ୍‌ନୀ ସମସ୍ୟା ମଧ୍ୟ ରହିଥିଲା । ପୂର୍ବରୁ ରାଜ୍ୟରେ କରୋନା ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଥିଲା ।  ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 4 ଜଣଙ୍କର ମୃତ୍ୟୁ ହୋଇଛି । କଟକରୁ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ 186 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 20ଟିଜିଲ୍ଲାରୁ ଆଜି ମୋଟ୍‌ 186 ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ 22 ଆକ୍ରାନ୍ତ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ 21, ବରଗଡଓ କଳାହାଣ୍ଡିରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ଗଜପତିର 15, ମୟୂରଭଞ୍ଜରୁ 13,  କଟକଓ ଯାଜପୁରରୁ 12 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁର ଓ କେନ୍ଦୁଝରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 7, ଗଞ୍ଜାମରୁ 4, ସୁନ୍ଦରଗଡରୁ 3,  ଢେଙ୍କାନାଳ, ଝାରସୁଗୁଡା ଓ ବଲାଙ୍ଗିରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡା, ଭଦ୍ରକ, ଅନୁଗୁଳ, ମାଲ୍‌କାନଗରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ  186 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା13 ଜଣ ଏନଡିଆର୍‌ଏଫ୍‌/ ଓଡ୍ରାଫ୍‌/ ଅଗ୍ନିଶମ କର୍ମଚାରୀ  ରହିଛନ୍ତି । …

Read More

ଭୁବନେଶ୍ବର : ରାଜ୍ୟରେ ଆଜି 186 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 171ଜଣ ଚିହ୍ନଟ ହୋଇଥିବାବେଳେ 15ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3,909କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1301 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 2594। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 10ଜଣ । ସେହିପରି3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂଖ୍ୟା ହୁହୁ ହୋଇ ବଢି ଚାଲିଛି । ଆଜି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9 ହଜାର ଟପିଛି । ଦେଶଣେ କରୋନା ମୃତ୍ୟୁ ସଂଖ୍ୟା 9 ହଜାର 195କୁ ବୃଦ୍ଧି ହୋଇଥିବାବେଳେ  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 20 ହଜାର 922ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ 24ଘଣ୍ଟାରେ ସର୍ବାଧିକ 11 ହଜାର 929 ଆକ୍ରାନ୍ତ ହୋଇଥିବାବେଳେ 311ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 1 ଲକ୍ଷ 49 ହଜାର 348 ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 62 ହଜାର 379 ଜଣ । ମହାରାଷ୍ଟ୍ରରେ 1 ଲକ୍ଷ 4 ହଜାର 568 ଜଣ ଆକ୍ରାନ୍ତ ରହିଥିବାବେଳେ 3ହଜାର830ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା…

Read More

ବିନିକା : ନିଜ ଜନ୍ମକଲା ମା’କୁ ପିଟି ପିଟି ହତ୍ୟା କରିଛି ପୁଅ । କାଠ ଫାଳିଆରେ ନିଜ ମା’କୁ ପିଟି ପିଟି ମାରି ଦେଇଛି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଅଭିଯୁକ୍ତ ପୁତ୍ରଙ୍କ ବୟସ 28ବର୍ଷ ହୋଇଥିବାବେଳେ ସେ ତାଙ୍କ ବୃଦ୍ଧା ମା’ଙ୍କୁ କାଠ ଫାଳିଆରେ ତାଙ୍କ ମୁଣ୍ଡ ଏକାଧିକ ପ୍ରହାର କରିଥିଲେ । ଯାହାଫଳରେ ବୃଦ୍ଧା ମା’ଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହିତ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବୃଦ୍ଧାଙ୍କ ବୟସ 62 ବର୍ଷ ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଗିରଫ କରିଛି ।

Read More

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୀର୍ଘ 22 ଘଣ୍ଟାର ଯାତ୍ରା ପରେ ବିଜୟ ମହାନ୍ତି ଭୁବନେଶ୍ବରରେ ପହଞ୍ଚିଛନ୍ତି ।  ଗତକାଲି ମଧ୍ୟାହ୍ନ ପ୍ରାୟ 12ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ବିଜୟ ମହାନ୍ତିଙ୍କୁ ଓଡ଼ିଶା ଆଣିବାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ। ହସ୍ପିଟାଲରେ ବିଜୟ ମହାନ୍ତି ପହଞ୍ଚିବା ପରେତାଙ୍କ ଶୁଭେଚ୍ଛମାନଙ୍କର ଭିଡ ଦେଖିବାକୁ ମିଳିଛି ।

Read More

ଭୁବନେଶ୍ବର : ଆଜି ହେଉଛି ପହିଲି ରଜ । ଓଡ଼ିଶାର ଲୋକପ୍ରିୟ ପର୍ବମାନଙ୍କ ମଧ୍ୟରୁ ଏହି ପର୍ବ ଅନ୍ୟତମ । ତିନି ଦିନବ୍ୟାପୀ ପାଳିତ ହେଉଥିବା ରଜ ପର୍ବ ଉପକୂଳବର୍ତ୍ତୀ ଓଡ଼ିଶାରେ ଏହା ବେଶ୍‌ ଲୋକପ୍ରିୟ । ସାମାଜିକ, ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବର ଗୁରୁତ୍ୱ ରହିଛି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରଜ ପର୍ବ ଉତ୍ସାହ ନାହିଁ । ସଟ୍‌ଡାଉନ୍‌ରେ ସଜବାଜ ହୋଇଥିବାବେଳେ ଲକ୍‌ ଡାଉନ୍‌ରେ ପାଳିତ ହେଉଛି ରଜ। ରଜ ସମୟରେ ଅଧିକ ଗହଳି ନ ହେବା ପାଇଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲାରେ ରଜ କଟକଣା ଜାରି ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରଜ କଟକଣା ଜାରି କରାଯାଇଛି । ଗାଁ ଠୁ ସହର ଯାଏଁ ସର୍ବସାଧାରଣ ସ୍ଥଳରେ ରଜ ଦୋଳି ନାହିଁ କି ଖେଳ ପ୍ରତିଯୋଗିତା ନାହିଁ । ସେହିପରି ରଜ ପର୍ବରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ…

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କରୋନା ଯୋଦ୍ଧା ଅଛନ୍ତି। ଗଞ୍ଜାମ ଜିଲ୍ଲାର ପୁଣି ତିନିଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଶେରଗଡ଼ର ଜଣେ,ଚିକିଟି ବ୍ଲକର ଦୁଇଜଣ ଏବଂ ସାନଖେମୁଣ୍ଡି ବ୍ଲକର ଜଣେ ବ୍ୟକ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।ଏହା ପୂର୍ବରୁ ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଥିଲେ।କରୋନା ଯୋଦ୍ଧାମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ତତ୍ ସହିତ କରୋନା ଯୋଦ୍ଧା ଆକ୍ରାନ୍ତ ହେବାକୁ ଭୟଭୀତ ନହୋଇ ସାଧାରଣ ଜନସାଧାରଣଙ୍କ ସେବାରେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଓ ଏସପି ଆହ୍ବାନ କରିବା ଜଣାପଡିଛି।

Read More

କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ କିଛିଦିନ ତଳେ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରି କହିଲେ ଯେ, କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତି ଉପୁଜିଛି। ଯେଉଁ କରୋନା ଆକ୍ରାନ୍ତମାନେ ପ୍ରାଣ ହରାଉଛନ୍ତି ସେମାନଙ୍କ ସହିତ ପଶୁ ଭଳି ବ୍ୟବହାର କରାଯାଉଛି ବୋଲି ସୁପ୍ରିମ କୋର୍ଟ ଅତ୍ୟନ୍ତ କ୍ରୋଧଭରା ଭାଷାରେ କ୍ଷୋଭ ପ୍ରକାଶ କରିଛନ୍ତି। ଗୋଟିଏ କଥା ସ୍ପଷ୍ଟ ଯେ, ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାହା ଦିନ ଆଲୁଅରେ ଜଳ ଜଳ ହୋଇ ଦିଶୁଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଏବଂ ଦିଲ୍ଲୀରେ ଯେହେତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ସେଠିକାର ଡାକ୍ତରଖାନା ଗୁଡିକର ଅବସ୍ଥା ସେଥିଲାଗି ଭୟାବହ। ଦିନ ଦିନ ଧରି ମୃତ ବ୍ୟକ୍ତିଙ୍କ ଶବ ପାଇଖାନାରେ ପଡି ରହୁଛି। ଶବ ଅଦଳ ବଦଳର ବିଭତ୍ସ ଖବର ମଧ୍ୟ ମିଳୁଛି। ଯେହେତୁ କରୋନା ଆକ୍ରାନ୍ତଙ୍କ ଦେଖାଶୁଣା ପାଇଁ…

Read More

ନୂଆଦିଲ୍ଲୀ, କୋଭିଡ-୧୯ ଭୂତାଣୁ ସଂକ୍ରମଣ ଏବଂ ତଦଜନିତ ଲକଡାଉନ କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିବ ବୋଲି ଦୁଇଟି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବିଶ୍ୱସ୍ତରୀୟ ରେଟିଂ ସଂସ୍ଥା ଫିଚର ଆକଳନ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ସାଢ଼େ ୯ ପ୍ରତିଶତ ରହିବ । ଏହି ଆର୍ଥିକ ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବ । ଦେଶରେ ମହାମାରୀ ଜନିତ ଆର୍ଥିକ ଦୁଃସ୍ଥିତିକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକଗୁଡ଼ିଏ ଯୁଗାନ୍ତକାରୀ ନିର୍ଣ୍ଣୟ ଫଳରେ ଦେଶର ଅଭିବୃଦ୍ଧି ହାର ପୁଣିଥରେ ଟ୍ରାକକୁ ଫେରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟସ୍ତରର ରେଟିଂ ଏଜେନ୍ସି ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସଂକ୍ରାନ୍ତରେ ଏଭଳି ସକାରାତ୍ମକ ଆକଳନ କରିବା ପରେ ବିଭିନ୍ନ ମହଲରେ ଉତ୍ସାହ…

Read More

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଟିପିଜି ଏହି ପୁଞ୍ଜିନିବେଶ କରିବ। ଟିପିଜିର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୯୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ। ଏହି ନିବେଶ ସହିତ ୨୦୨୦ ଏପ୍ରିଲ୍ ୨୨ ପରଠାରୁ ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ନିବେଶକ ଯଥା ଫେସବୁକ୍‌, ସିଲ୍‌ଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟ୍‌ଲାଟିଂକ୍‌, କେକେଆର୍‌, ମୁବାଦଲା ଓ ଟିପିଜି ଠାରୁ ଜିଓ ପ୍ଲାଟଫର୍ମସ୍ ହାସଲ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ୍ ପକ୍ଷରୁ ୧୨ ତାରିଖ ସକାଳ ୬ଟା ରୁ ୧୩ ତାରିଖ ସକାଳ ୬ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ତଥା କୋଭିଡ଼୍ ନିୟମ ଯାଞ୍ଚ କରି ମୋଟ ୧ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ ହୋଇଛି । ଗୋଟିଏ ରାତ୍ରିକାଳୀନ କର୍ଫ୍ୟୁ ଉଲ୍ଲଂଘନ କେସ, ଗୋଟିଏ ଅବକାରୀ କେସରେ ଦୁଇଜଣଙ୍କୁ ଗିରଫ, ୨୦ ଲିଟର ମଦ ଜବତ, ରାତ୍ରି କର୍ଫୁ ଉଲ୍ଲଂଘନରେ ୧୧ ଜଣକୁ ଅଟକ, ସର୍ବସାଧାରଣରେ ଛେପ ପକାଇବା ନେଇ ୩୫ ଜଣଙ୍କୁ, ୨୨୨ ଜଣ ମାସ୍କ ପିନ୍ଧିନଥିବା ନେଇ ଜୋରିମାନା ଆଦାୟ ହୋଇଛି । ଟ୍ରାଫିକ୍ ନିୟମ ଉଲ୍ଲଂଘନର ଚାଲାଣରେ ମୋଟ ୧ ଲକ୍ଷ ୧୯ ହଜାର ୪୦୦ ଟଙ୍କା ଜୋରିମାନା ଏବଂ ମାସ୍କ ପିନ୍ଧିନଥିବା ବାବଦକୁ ୪୪ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିବା ବ୍ରହ୍ମପୁର ପୋଲିସ୍ ପକ୍ଷରୁ ସୂଚନା ମିଳିଛି…

Read More

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଓଡିଶା ସରକାରର ବରିଷ୍ଠ ଅଧିକାରୀଙ୍କ ସହ ଇଡକୋର ସିଏମଡି, ଇପିକୋଲର ପ୍ରତିନିଧି ମଣ୍ଡଳି ଓ ନାଲକୋର ସିଏମଡିଙ୍କ ସହ ଅନୁଗୁଳ ଆଲୁମିନିୟମ ପାର୍କର କାର୍ଯ୍ୟକୁ ଆଗେଇ ନେବା ଏବଂ ପକଳ୍ପର କାମ ଶୀଘ୍ର ଶେଷ କରିବା ଦିଗରେ ଅଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାର ବିକାଶ ଏବଂ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଅନୁଗୁଳ ସ୍ଥିତ ଆଲୁମିନିୟମ ପାର୍କ ଆଲୁମିନିୟମ ଆଧାରିତ ଡାଉନଷ୍ଟ୍ରିମ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗକୁ ମଧ୍ୟ ବଢାଇବ । ସେହିପରି ଏହି ପ୍ରକଳ୍ପ ଆଲୁମିନିୟମ କ୍ଲଷ୍ଟର ତିଆରି କରିବାରେ ସାହାଯ୍ୟ କରିବା ସହ ରାଜ୍ୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ରାଜ୍ୟରେ ଖଣିଜ କ୍ଷେତ୍ରକୁ ବିକାଶ କରିବା ସହ ଓଡିଶାର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଦିନକୁ ଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକାଲ୍ କେସ ବାହାରୁଥିବାରୁ ଲୋକଙ୍କ ମଧ୍ୟରେ ଭୟସଞ୍ଚାର ହୋଇଛି । ପ୍ରବାସୀଙ୍କ ଆସିବା କମିଥିବାବେଳେ ସେମାନଙ୍କୁ ସେବା ଯୋଗାଉଥିବା ଯୋଦ୍ଧାଙ୍କ ଦେହରେ କରୋନା ଭୂତାଣୁ ଦେଖିବାକୁ ମିଳୁଛି । ତେବେ ଛତ୍ରପୁର ବ୍ଲକ୍‌ର ନରେନ୍ଦ୍ରପୁର ଏବଂ ଶ୍ରୀରାମଚନ୍ଦ୍ରପୁର ପଂଚାୟତରେ ଲୋକାଲ୍ କରୋନା ପଜିଟିଭ୍ କେସ ମିଳିଥିବାରୁ ଏହି ଦୁଇ ଅଂଚଳକୁ ଉଭୟ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୫ ଦିନ ପାଇଁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଶ୍ରୀରାମଚନ୍ଦ୍ରପୁରର ସରପଞ୍ଚ ରେବତୀ କୁମାର ପ୍ରଧାନ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଉକ୍ତ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ଗ୍ରାମର କୌଣସି ଲୋକ ବାହାରକୁ ଯିବନାହିଁ ଏବଂ କିଏବି ବାହାରକୁ ଆସିବ ନାହିଁ ବୋଲି ଧେଣ୍ଡୁରା ମାଧ୍ୟମରେ ସଚେତନ କରାଯାଇଛି । ଏହି ଗ୍ରାମରୁ ୩ ଜଣଙ୍କ…

Read More