Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସରକାର କରୋନା ସମୟରେ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ମୃ୍ତ୍ୟୁ ହେଲେ 15 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ବଡ ଘୋଷଣା କରିଛନ୍ତି। କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହରିୟାଣା ସରକାର ମଧ୍ୟ ସାମ୍ବାଦିକଙ୍କ ପାଇଁ ବୀମା ରାଶିର ଘୋଷଣା କରିଥିଲେ।

Read More

ମୁମ୍ବାଇ : ଆଜି ଆରବିଆଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ 50 ହଜାର କୋଟିର ସ୍ବତନ୍ତ୍ର ଅର୍ଥରାଶି ଘୋଷଣା କରାଯାଇଛି । 50 ହଜାର କୋଟି ଟଙ୍କାର ଏହି ସ୍ବତନ୍ତ୍ର ଫଣ୍ଡ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ 90 ଦିନ ମଧ୍ୟରେ ସମସ୍ତ ବ୍ୟାଙ୍କରେ ଏହି ଅର୍ଥରାଶି ନିମନ୍ତେ ଆବେଦନ କରିପାରିବେ । ସୋମବାରରୁ ଶୁକ୍ରବାର ଛୁଟିଦିନ ବ୍ୟତିରେକ ଏହି ଅର୍ଥରାଶି ନିମନ୍ତେ ଆବେଦନ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି । ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଫ୍ରାଙ୍କ୍‌ଲିନ୍ ଟେମ୍ପଲ୍‌ଟନ୍ ବିଗତ ସପ୍ତାହରେ ନିଜର 6ଟି ଫଣ୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଆରବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଦିନଥିଲା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳ ପାନର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବମ୍ବେ ଠାରୁ ବାଙ୍ଗାଲୋର, କଲିକତା ଠାରୁ କେରଳ ପର୍ଯ୍ୟନ୍ତ ଥିଲା। ପାନଚାଷୀ ରାଜ୍ୟ ବାହାରକୁ ପାନ ପଠାଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଆସୁଥିଲେ। ହେଲେ କରୋନା ମହାମାରୀ ପାନଚାଷୀଙ୍କ ମୁଣ୍ଡରେ ଚଡକ ପକାଇଦେଇଛି। ଉଜୁଡିବାକୁ ବସିଛି ପାନଫସଲ, ପାନଚାଷୀ ଏବେ ହା ହତାଶ ଭିତରେ କାଳକାଟୁଛନ୍ତି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ବ୍ଲକ ଅନ୍ତର୍ଗତ ସମୁଦ୍ରକୂଳିଆ ଅଞ୍ଚଳରେ ପାନଚାଷ ବହୁଳ ଭାବରେ କରାଯାଇଥାଏ। ଏଠାରେ କରାଯାଉଥିବା ପାନ ବମ୍ବେ(ମୁମ୍ବାଇ),ବାଙ୍ଗାଲୋର, କଲିକତା ପରି ଦେଶର ବିଭିନ୍ନ ବଡବଡ ସହରରେ ଲୋକପ୍ରିୟତା ତଥା ଚାହିଦା ଥିବାରୁ ପ୍ରତିଦିନ ଟ୍ରେନ,ଟ୍ରକ୍ ଓ ବସ ଯୋଗେ ଲକ୍ଷ ଲକ୍ଷ ଟଙ୍କାର ପାନ ଚାଲାଣ ହେଉଥିଲା। ଚାଷୀ ମଧ୍ୟ ଭଲ ଦିପଇସା ରୋଜଗାର କରୁଥିଲେ। ପାନଚାଷ ଉପରେ ନିର୍ଭର କରି…

Read More

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍‌ ଲାଇନ୍‌ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍‌ଡାଉନ୍‌ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।

Read More

ନୂଆଦିଲ୍ଲୀ : 9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଓଡିଶା, ତାମିଲନାଡୁ, ବିହାର , ମେଘାଳୟ, ମିଜୋରାମ, ଗୁଜରାଟ, ପୁଡୁଚେରୀ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କରୋନା ଆତଙ୍କ ସତ୍ତ୍ବେ ସମଗ୍ର ଦେଶ ଲକ୍‌ଡାଉନ୍‌ ନିୟମକୁ ମାନିବାରୁ ଦେଶରେ କରୋନା ମୁକାବିଲା ସଠିକ୍‌ ଦିଗରେ ଯାଉଛି ବୋଲି ମୋଦି ସନ୍ତୋଷ ପ୍ରକାଶ କରିଥିଲେ । ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ପ୍ରତିକ୍ରିୟା ନିଆଯିବା ସହିତ ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ପ୍ରବାସୀ ଶ୍ରମିକଙ୍କୁ ଫେରାଇବାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ସୋମବାର ସକାଳ 10ଟାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥିଲେ । (ଏଜେନ୍ସି)

Read More

ହରପ୍ରସାଦ ବିଷୋୟୀ ବେଗୁନିଆପଡା: କରୋନା ମହାମାରୀ ପାଇଁ ଯୋଦ୍ଧା ସାଜିଥିବା ବେଗୁନିଆପଡା ବ୍ଲକର ଯୋଦ୍ଧାଙ୍କୁ ଆର୍ଟ ଅଫ୍‌ ଲିଭିଂ ଫାଉଣ୍ଡେସନ୍‌ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଏହି କରୋନା ଯୋଦ୍ଧା ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଥାନା ଅଧିକାରୀ ଦିପ୍ତୀରଂଜନ ବେହେରା, ବ୍ଲକ୍‌ର ସମସ୍ତ ଡାକ୍ତର, ସମସ୍ତ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଅଧିକାରୀ ଓ ସାମ୍ବାଦିକଙ୍କ କାର୍ଯ୍ୟ ଯୋଗୁଁ ବେଗୁନିଆପଡା ବ୍ଲକ କରୋନା ସଂକ୍ରମଣରୁ ମୁକ୍ତି ପାଇଛି । ଆର୍ଟ ଅଫ୍‌ ଲିଭିଂ ଫାଉଣ୍ଡେସନ୍‌ର ସଦସ୍ୟ ଦେବାଶିଷ ମହାରଣା, ଲିପୁନ ଦୋରା, ଶଙ୍କର ନାହାକ, ସନ୍ତୋଷିନୀ ମହାରଣା, ମାମା ନାହାକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କରୋନା…

Read More

କଟକ : ଛାତ୍ରଛାତ୍ରୀଙ୍କୁ ନବମ ଓ ଦଶମ ପୁସ୍ତକ ବିକ୍ରି ପ୍ରସଙ୍ଗରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଆଜିଠୁ ବିଭିନ୍ନ ଜୋନ୍ସକୁ ବହି ପଠାଯାଉଛି ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଲକ୍ ଡାଉନ ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଜୟପୁର ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଜୋନ୍‌ରେ ବହି ବିକ୍ରି ନିଷ୍ପତ୍ତି ନିଆଯାଇଛି।

Read More

ନୂଆଦିଲ୍ଲୀ :  ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 27 ହଜାର 892ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 872ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 6185ଜଣ।  ଏବେ ଅଧିକାଂଶ ରାଜ୍ୟରେ କରୋନା ମହାମାରୀର ମାତ୍ରା କମ୍‌ ଦେଖାଯାଉଛି । ଦେଶର 32ଟି ରାଜ୍ୟ ମଧ୍ୟରୁ କେବଳ 7ଟି ରାଜ୍ୟର 80 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସାତୋଟି ରାଜ୍ୟରେ 84.3 ପ୍ରତିଶତ କରୋନା ଜନିତ ମୃତ୍ୟୁ ହୋଇଛି ।  ଏହି ସମସ୍ତ ରାଜ୍ୟରେ ମୋଟ୍‌ 22,321ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 736ଙ୍କର ମୃତ୍ୟୁ ହୋଇଛି । କରୋନା ଯୋଗୁଁ ଭାରତର ସ୍ଥିତି ବେଶ୍‌ ଜଟିଳ ରହିଛି । ତେବେ ଭାରତର 32ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ମାତ୍ର ସାତୋଟି ରାଜ୍ୟରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଦେଶର…

Read More

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଲକ୍ ଡାଉନ୍‌ ସମୟରେ ମାଲ୍‌ ପରିବହନ ପାଇଁ ଟ୍ରକ୍‌ ଚଳାଚଳ ହେଉଛି। କିନ୍ତୁ ସେମାନେ ଖାଇବା ପାଇଁ ହଇରାଣ ହରକତ ହେଉଛି। ବିଭିନ୍ନ ହୋଟେଲ୍‌ ଓ ଢାବା ଓ ମରାମତି ଦୋକାନ ବନ୍ଦ ରହୁଥିବାରୁ ସେମାନେ ଯିବା ଆସିବା କରିବା ସମୟରେ ହଇରାଣ ହେଉଛନ୍ତି। ଟ୍ରକ୍‌ ଚାଳକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଗ୍ୟାରେଜ୍‌ ଓ ଢାବା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଲକ୍ ଡାଉନ୍‌ ଯୋଗୁଁ ହଇରାଣ ହେଉଥିବା ଟ୍ରକ୍‌ ଚାଳକଙ୍କ ପାଇଁ ଆଶ୍ବସ୍ତି। ବିଭିନ୍ନ ସ୍ଥାନରେ ଖୋଲିବ ଅନୁମତିପ୍ରାପ୍ତ ଢାବା ଓ ଗାଡି ମରାମତି ଦୋକାନ। ବିଭିନ୍ନ ଜିଲ୍ଲାରେ 140 ଢାବା ଓ 223 ମରାମତି ଦୋକାନ ଖୋଲିବ। ରାସ୍ତା କଡରେ ଅଟକୁଥିବା ଟ୍ରକ୍‌ ଚାଳକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: ଗୋଷାଣୀ ନୂଆଗାଁ ଥାନା ନିକଟବର୍ତ୍ତୀ ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ଜଣେ ୬୦ ବର୍ଷ ବୟସ୍କ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଆଜ଼ି ସକାଳେ ନୀଳକଣ୍ଠଶ୍ୱେର ମନ୍ଦିର ପରିସର ଭିତରେ ଜଣେ ୬୦ ବର୍ଷର ବୃଦ୍ଧ ବେକ କାଟି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଛବିଲ ମହାରଣା ହୋଇଥିବାବେଳେ ସେ ବୃତ୍ତିରେ ଜଣେ ବଢେଇ ବୋଲି ଜଣାପଡିଛି। ସେ ପିଟାପିଟି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ନିଜ ହାତରେ ନିହଣ ଧରି ବେକ କାଟିଥିବାର ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି  ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜିକୁ ପଠାଇଛି।  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ବୃଦ୍ଧଙ୍କ ଆତ୍ମହତ୍ୟାରୁ ରହସ୍ୟ ଉଠିପାରେ ବୋଲି ଆଶା କରାଯାଉଛି। କରୋନା ଭାଇରସ୍‌ ସମୟରେ ସାରା ରାଜ୍ୟରେ ଲକ୍ ଡାଉନ୍‌ ଚାଲିଥିବାବେଳେ ଏବେ…

Read More

ଆନ୍ଧ୍ରପ୍ରଦେଶ : କରୋନା ଯୋଗୁଁ ଦେଶରେ ସ୍ଥିତି ଜଟିଳ ରହିଛି।  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ଏବେ କରୋନା ପହଞ୍ଚିଛି।  ଆନ୍ଧ୍ରପ୍ରଦେଶ ରାଜଭବନର ଚାରି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷୟା, ଜଣେ ନର୍ସ ଓ ଅନ୍ୟ ଜଣେ ଆଟେଣ୍ଟାଣ୍ଟ ରହିଛନ୍ତି। ପଜିଟିଭ୍‌ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଛି। ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି।  ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 31ରେ ପହଞ୍ଚିଛି। ସେହିପରି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ ସାଂସଦଙ୍କ ପରିବାରର 6ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। କୁର୍ନୁଲ ସାଂସଦ ଡ ସଞ୍ଜୀବ କୁମାରଙ୍କ 83 ବର୍ଷ ବୟସ୍କା ପିତା ଅତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦକୁ ସ୍ଥାନାନ୍ତର…

Read More

‌ଅହମ୍ମଦାବାଦ :ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ତଥା ଅହମ୍ମଦାବାଦ ନଗର ନିଗମର ପାର୍ଷଦ ବଦରୁଦ୍ଦିନ ଶେଖ୍‌ଙ୍କ ଗତକାଲି ରାତ୍ରିରେ ପରଲୋକ ହୋଇଛି । ବଦରୁଦ୍ଦିନ  କରୋନାରେ ସଂକ୍ରମିତ ହୋଇଥିଲେ । ଏସ୍‌ବିପି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କଂଗ୍ରେସ ଦଳର ବରିଷ୍ଠ ନେତା ଶକ୍ତି ସିଂ ଗୋହିଲ୍‌ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ବଦରୁଦ୍ଦିନ୍‌ କଂଗ୍ରେସ ପରିବାରର ଜଣେ ବରିଷ୍ଠ ସଭ୍ୟ ଥିବାବେଳେ 40 ବର୍ଷ ଧରି ଦଳ ସହ ଜଡିତ ରହିଥିଲେ । ବଦରୁଦ୍ଦିନ୍‌ ଶେଖ ବେହରାମପୁରାରୁ କଂଗ୍ରେସ ପାର୍ଷଦ ଥିଲେ ।  ଅପ୍ରେଲ୍‌ 15 ତାରିଖରେ ବଦରୁଦ୍ଦିନ୍‌ କରୋନା ସଂକ୍ରମିତ ହୋଇଥିଲେ ବୋଲି ସୂଚନା ମିଳିଥିଲା । ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । 8 ଦିନ ଧରି ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Read More

ଭୁବନେଶ୍ବର : ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ । 31 ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ରଫିକ୍‌ । ଭୁବନେଶ୍ବର ଲୋକସେବା ଭବନରେ ଶପଥ ନେଲେ ଜଷ୍ଟିସ୍‌ ରଫିକ୍‌ । ଜଷ୍ଟିସ୍‌ ରଫିକ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଶ୍ରୀଗଣେଣୀ ଲାଲ୍‌ । ଏହି ଶପଥ ଉତ୍ସବରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ପୋଲିସ ଡିଜି ଅଭୟ, ଆଡଭୋକେଟ୍‌ ଜେନେରାଲ୍‌ ଓ ଅନ୍ୟ ବିଚାରପତି ମଧ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍‌ ରହିଛନ୍ତି। କିଛି ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗ ସମ୍ପର୍କରେ ଲୁଚାଇଥିଲେ। ପରେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀର ବହୁ ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା କେଉଁ ହସ୍ପିଟାଲରେ କେତେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମସ୍‌ରେ ଦୁଇଟି ନର୍ସ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସଫଦରଗଞ୍ଜ ହସ୍ପିଟାଲରେ 7 ଜଣ ଡାକ୍ତର ଓ 2 ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ବାବୁ ଜଗଜୀବନ…

Read More

ଭୁବନେଶ୍ବର : ଆଜି  ଚିହ୍ନଟ ହୋଇଥିବା 5 ଜଣ ଆକ୍ରାନ୍ତ ତଥ୍ୟ ଜଣାପଡିଛି । ବାଲେଶ୍ବରର ପାଞ୍ଚ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଟୁଇଟ୍‌ ଯୋଗେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ଆକ୍ରାନ୍ତ ବାଲେଶ୍ବର କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି । 5 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ମହିଳା ଓ  ଜଣେ ପୁରୁଷ ଅଛନ୍ତି। ମହିଳାମାନଙ୍କ ବୟସ ଯଥାକ୍ରମେ 55, 22, 23 ଓ 29 ବର୍ଷ ରହିଛି । ଅନ୍ୟ ଜଣେ ଆକ୍ରାନ୍ତ 27 ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସମସ୍ତେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ । କାହାରିଠାରେ ବି ସାମାନ୍ୟତମ ଲକ୍ଷଣ ନଥିଲା  । ଏବେ ଏହି 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 108ରେ ପହଞ୍ଚିଥିବାବେଳେ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ…

Read More

କେଦାର ମିଶ୍ର ଆଜି ଯେତେବେଳେ ଏକ ଭୟଙ୍କର ବିପଦକୁ ଆମେ ସାମ୍ନା କରୁଛେ, ସେତେବେଳେ ସେହି ବିପଦରୁ ରକ୍ଷା ପାଇବାକୁ ଆମକୁ ଏକମାତ୍ର ଔଷଧ ଭାବରେ ସାମାଜିକ ଦୂରତାର ଚିଠା ଧରେଇ ଦିଆ ଯାଇଛି। ସ୍ପର୍ଶ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମିତ ହେଉଥିବାରୁ ଏବେ ପରଷ୍ପର ଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ତେବେ ଶାରୀରିକ ଦୂରତାକୁ ଆମେ ସାମାଜିକ ଦୂରତା ବୋଲି କହୁଛେ କାହିଁକି? ଏହି ତଥାକଥିତ ସାମାଜିକ ଦୂରତାକୁ କଡାକଡି ଭାବରେ ଲାଗୁ କରିବାକୁ ଯାଇ ଆମ ଭିତରେ କ୍ରମଶଃ କେବଳ ସାମାଜିକ ଖାଇ ତିଆରି ହେଉଛି ତାହା ନୁହେଁ, ଏହା ଆମକୁ ଅନେକାଂଶରେ ଅମଣିଷ ଓ ଅସଭ୍ୟ କରି ଦେଉଛି। ସାମାଜିକ ଦୂରତା ପାଇଁ ଲକ ଡାଉନ ପାଳନ କରିବା ସମୟରେ ମାନବିକତାର ଛୋଟ ଛୋଟ ଦିଗ ପ୍ରତି ଆମେ ଯେଉଁ ଅବହେଳା କରିଛୁ, ସେଥିଲାଗି ଆମକୁ ଏକ ସମାଜ ଭାବରେ ଢେର ମୂଲ୍ୟ ଦେବାକୁ…

Read More

ଭୁବନେଶ୍ବର : 103 ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟସରକାର। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର 60 ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ମାର୍ଚ୍ଚ 22ରୁ ଏପ୍ରିଲ୍‌ 23 ଯାଏଁ ଲକ୍‌ ଡାଉନ୍‌ରେ ଘରେ ରହିଥିବାବେଳେ ଥଣ୍ଡା ହେବାରୁ ଏପ୍ରିଲ୍‌ 21ରୁ 23 ତାରିଖ ଯାଏଁ ଚିକିତ୍ସାଧୀନ ଥିଲେ । ରାଉରେକଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ତାଙ୍କ ସାମ୍ପଲ୍‌ ସଂଗ୍ରହ ହୋଇଥିଲେ । 25ରେ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟରୁ ସୂଚନା ମିଳିଛି । ଏହି ନୂତନ 5 ଜଣ ଚିହ୍ନଟ ହେବା ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 15କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍‌ ଆକାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଛି । ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ମୋଟ୍‌ 2287ଟି ନମୁନା ପରୀକ୍ଷା ହୋଇଛି । ଏଯାବତ୍‌ ମୋଟ୍‌ 25 ହଜାର 103ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଥିବାବେଳେ 72 ଜଣ ଚିକିତ୍ସାଧୀନ ରହିଛନ୍ତି । 35 ଜଣ ସୁସ୍ଥ ହୋଇଥିବାବେଳେ  ଜଣକର ମୃତ୍ୟୁ ଘଟିଛି ।

Read More

ନୂଆଦିଲ୍ଲୀ : ଦୁନିଆରେ କରୋନା ଭାଇରସ୍‌ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସାରା ବିଶ୍ବରେ ମୃତ୍ୟୁସଂଖ୍ୟା 2 ଲକ୍ଷ 6ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 29,94,731ରେ ପହଞ୍ଚିଛି ।  ଗତ 24 ଘଣ୍ଟା ମଧ୍ୟରେ 73,859ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା 3,751ରେ ବୃଦ୍ଧି ହୋଇଛି । ବିଶ୍ବର 210ଟି ଦେଶକୁ ସଂକ୍ରମିତ ହୋଇଛି । ସେହିପରି 878,701ଜଣସଂକ୍ରମଣ ମୁକ୍ତ ହୋଇଛନ୍ତି । ଏହି ମହାମାରୀ କରୋନା ଯୋଗୁଁ ବିଶ୍ବର ଶକ୍ତିଶାଳୀ ଦେଶଗୁଡିକର ସ୍ଥିତି ବିପନ୍ନ ହୋଇପଡିଛି। ଆମେରିକା ସ୍ଥିତି ଅସମ୍ଭାଳ ହୋଇ ପଡିଛି । ମୃତ୍ୟୁ ସଂଖ୍ୟା 55 ହଜାର 413ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 987,160ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା 2,26,629ରେ ପହଞ୍ଚିବାବେଳେ ମୃତ୍ୟୁ ସଂଖ୍ୟା 23,190ରେ ପହଞ୍ଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 1ଲକ୍ଷ 97 ହଜାର 675…

Read More

ଅସିତ ମହାନ୍ତି ଆମ ନାଟ୍ୟ ଜଗତରେ ‘ଜଣେ ରାଜା ଥିଲେ’। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ ତାଙ୍କର ଆଜିର ବିଦାୟ, ବିଦାୟ ନୁହେଁ; ତାଙ୍କ ସ୍ମୃତିର ଗୋଟିଏ ତେଜିୟାନ୍ ତାରିଖ ମାତ୍ର। ଖୁବ୍ ସଂକ୍ଷେପରେ କୁହାଯାଇପାରେ ଯେ ‘ଜନନୀ’ ରୁ ‘ବାନପ୍ରସ୍ଥ’ ହେଉଛି ବିଜୟ ମିଶ୍ରଙ୍କ ଜୀବନ-ମଞ୍ଚ। ଯଦି ଚଳଚ୍ଚିତ୍ର ଓ ଟେଲିଭିଜନକୁ ଦେଖିବା, ତେବେ କହିପାରିବା ଯେ ‘ଜନନୀ’ ରୁ ‘ଶ୍ରୀଜଗନ୍ନାଥ’ ହେଉଛି ତାଙ୍କ ଜୀବନର ପରଦା-ପ୍ରସ୍ଥ। କାରଣ ‘ଜନନୀ’ ତାଙ୍କର ପ୍ରଥମ ନାଟକ, ‘ବାନପ୍ରସ୍ଥ’ ଶେଷ ସାହିତ୍ୟ ପୁରସ୍କାରପ୍ରାପ୍ତ ନାଟକ ଏବଂ ‘ଶ୍ରୀଜଗନ୍ନାଥ’ ଶେଷ ସଫଳ ମେଗା ଧାରାବାହିକ। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ‘ଜନନୀ”ର ରଚନା କାଳ ୧୯୬୦, ଆଉ ‘ବାନପ୍ରସ୍ଥ’ ପାଇଁ ସେ ପାଇଥିଲେ ୨୦୧୩ ମସିହାର ସାହିତ୍ୟ ଅକାଦେମି…

Read More

ପୁରୀ, ଇତିହାସ ରଚିଲା ଚଳିତ ଶତାଦ୍ଦୀରେ ଶ୍ରୀମନ୍ଦିରର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ନିତି। କରୋନା ପାଇଁ ଚଳିତ ଶତାଦ୍ଦୀର ଶ୍ରୀମନ୍ଦିରର ପୂଜା ନିତିରେ ଘଟିଛି ବଡ ପରିବର୍ତ୍ତନ, ଯାହା କେବେ ହୋଇ ନ ଥିଲା। ଚଳିତ ବର୍ଷ ରଥକାଠ ଅନୁକୂଳ ଏବଂ ଚନ୍ଦନ ଯାତ୍ରା ଦୁଇଟି ନିତି ଶ୍ରୀମନ୍ଦିର ବେଢା ଭିତର ହୋଇଛି। କରୋନା ପାଇଁ ସାମାଜିକ ଦୂରତ୍ବ ରଖାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କାରଣ ଏହି ନିତି କରିବା ପାଇଁ ହେଲେ ବହୁ ସେବକଙ୍କର ଏକତ୍ର ହେବାର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ସବୁ କରିବା ସମ୍ଭବ ନ ଥିବାରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଏହି ଦୁଇ ନିତି ମନ୍ଦିର ଭିତରେ କେବଳ ବିଧି ପାଳନ କରାଯାଇଛି। ଏଥର କେମିତି ହେଲା ଠାକୁରଙ୍କ ଚନ୍ଦନ ଯାତ୍ରା ନିତି ସାଧାରଣତଃ ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିରରେ ଥିବା 10 ଚଳନ୍ତି ପ୍ରତିମା ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରଣୀକୁ…

Read More