Author: Samikhsya Bureau

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ  ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ / ଓଡିଆରଏଫ୍‌/ଫାୟାର ସର୍ଭିସ୍‌ର 54 ଜଣ କର୍ମଚାରୀ ରହିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ 17 ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 15 ଜଣ,  ମୟୂରଭଞ୍ଜରୁ 9, କେଉଁଝରରୁ 8,  କଟକ ଓ ଗଜପତିରୁ 7 ଜଣ ଲେଖାଏଁ ରହିଛନ୍ତି ।   ଝାରସୁଗୁଡାରୁ 4,  ଢେଙ୍କାନାଳ, ଗଞ୍ଜାମ, ପୁରୀ ଜିଲ୍ଲାରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡା ଓ କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି । ଜିଲ୍ଲା ପଜିିଟିଭ୍‌ ସୁସ୍ଥ ଆକ୍ରାନ୍ତ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 652 498 150 4 0 ଯାଜପୁର 326 287 39 0 0 ଖୋର୍ଦ୍ଧା 307 183…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 136 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 134ଜଣ ଚିହ୍ନଟ ହୋଇଥିବାବେଳେ 2ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3,386କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1092 । ସେହିପରି ସୁସ୍ଥ ହୋଇଛନ୍ତି 2282ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 9ଜଣ । ସେହିପରି3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୋପାଳ : ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଜଣେ ତାନ୍ତ୍ରିକଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି । ତନ୍ତ୍ରିକଙ୍କ ମୃତ୍ୟୁ ହେବା ପରେ ତାଙ୍କର ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ଏବେ ନମୁନା ରିପୋର୍ଟ ଆସିବା ପରେ ଜଣାଯାଇଛି ଯେ, 23 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରତଲାମ ଜିଲ୍ଲାର ନୟାପୁରା ଅଂଚଳରେ ଜଣେ ତାନ୍ତ୍ରିକ ଝଡ଼ା ଫୁଙ୍କା କରିବା ସହ ଲୋକଙ୍କୁ ତାବିଜ ବାଣ୍ଟିଥାନ୍ତି । ବାବା ଅନେକ ସମୟରେ ଲୋକଙ୍କର ହାତକୁ ଚୁମ୍ବନ କରିଥାନ୍ତି ବୋଲି  ସ୍ଥାନୀୟ ଲୋକେ କହିଛନ୍ତି ।ବହୁ ଲୋକେ ତାନ୍ତ୍ରିକଙ୍କ ନିକଟକୁ ଯାଇଥାନ୍ତି ବୋଲି ସୂଚନା ରହିଛି । ଗତ 4 ତାରିଖରେ କରୋନା ଯୋଗୁଁ ତାନ୍ତ୍ରିକଙ୍କର ମୃତ୍ୟୁ ହୋଇଥିଲା । ନିୟମ ଅନୁସାରେ ବାବାଙ୍କ କଣ୍ଟାକ୍ଟ ହିଷ୍ଟ୍ରି ସଂଗ୍ରହ କରାଯାଇଥିଲା ।  ଏହା ପରେ 23 ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା । କରୋନା ପଜିଟିଭ…

Read More

ସୀତାରାମ ଅଗ୍ରୱାଲ ଚିଲିକା : ଦେଶରେ ତାଲାବନ୍ଦ ସମୟରେ କମ୍ ହୋଇ ଯାଇଥିବା ରାସ୍ତା ଦୁର୍ଘଟଣାର ହାର ପୁଣି ବଢିବାରେ ଲାଗିଛି । ଟିକିଏ  କଟକଣା କୋହଳ ହେବାରୁ ଅମାନିଆ ବାଇକ ଆରୋହୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଟାଙ୍ଗୀ ଥାନା ଛକଡି ପୁର  ଗାଁ ନିକଟରେ ନିଜ ସାଇକେଲରେ କାନ୍ତ ମାର୍ଥା ୫୫ ବର୍ଷ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଏକ ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସାଇକେଲ ଆରୋହୀଙ୍କ ସହ ବାଇକ୍ ଆରୋହୀ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର କାନ୍ତ ମାର୍ଥାଙ୍କର ମେଡିକାଲରେ ମୃତ୍ୟୁ ହୋଇ ଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କସଂଖ୍ୟା 2 ଲକ୍ଷ 86 ହଜାର 579କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା 1 ଲକ୍ଷ 37 ହଜାର 448ଟି ଆକ୍ଟିଭ୍‌ କେସ ରହିଛି ।ସେହିପରି 1 ଲକ୍ଷ 41 ହଜାର 29 ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 102କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 94, 041ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,438କୁ ବୃଦ୍ଧି ହୋଇଛି । ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 1ହଜାର 347, ଦିଲ୍ଲୀରେ 984, ମଧ୍ୟପ୍ରଦେଶରେ 427 ଜଣଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆଜିଠାରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି। ସକାଳ 7ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ 22 ତାରିଖ ଠାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଯେଉଁମାନେ ଡିଏଲ୍ ପାଇଁ ସ୍ଲଟ୍‌ ବୁକିଂ କରିବେ, ସେମାନଙ୍କ ଟେଷ୍ଟ ଚଳିତ ମାସ 18 ତାରିଖରୁ ଆରମ୍ଭ ହେବ। ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତିଙ୍କ ଚଳିତ ମାସ 29ରୁ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ଦେବେ। ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ନିୟମ ପାଳନ ନେଇ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବାଣପୁରରେ ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ ଡାଉନ । ଲକ ଡାଉନ ସମୟରେ ବାଣପୁରରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଦେଶୀ ମଦ ବେପାରୀ ।  ବାରମ୍ବାର ଅବକାରୀ ବିଭାଗ ତଥା ପୋଲିସ ଦ୍ୱାରା ଚଢ଼ାଉ ଜାରିରହିଥିଲେ ମଧ୍ୟ କେତେଜଣ ଅମାନିଆ ଅଛନ୍ତି ଯାହାଙ୍କୁ  କିଛି ବି ଫରକ ପଡୁନି ଏବଂ ସରକାରୀ ନିୟମ ଓ କଟକଣାକୁ ଫୁ କରି ଉଡାଇଦେଉଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ବାଣପୁରରେ ଅବକାରୀ ବିଭାଗ କଡ଼ା ପାଟ୍ରୋଲିଂ କରୁଛି l ଦିନକ ତଳେ ଅବକାରୀ ବିଭାଗ ଦ୍ୱାରା 100 ଲିଟର ଦେଶୀ ମଦ ସହ 7 ଜଣ ବେପାରୀ ଧରା ପଡ଼ିଥିବା ବେଳେ ଆଜି ପୁଣିଥରେ ଅନୁରୂପ ଭାବେ ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ଚଢ଼ାଉ ବାଣପୁର ଥାନା ଅନ୍ତର୍ଗତ …

Read More

କେଦାର ମିଶ୍ର ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ ଯେ ପୃଥିବୀର ରାଜନୀତି ଓ ଅର୍ଥନୀତିକୁ ବଦଳାଇ ଦେଇପାରେ, କରୋନା ତାର ଏକ ବଡ ଉଦାହରଣ। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ଭୂତାଣୁ ଗୋଟେ ସମୟରେ ଚୀନର ଧନ ଜୀବନ ଉପରେ ପ୍ରଭାବ ପକାଇବ ଓ ଚୀନର ବିକଶିତ ଅର୍ଥନୀତି ସଂପୂର୍ଣ୍ଣ ଭୁଷୁଡି ପଡିବ ବୋଲି ପ୍ରଥମେ ଆକଳନ କରାଯାଉଥିଲା। ହେଲେ  ଏହା ଯେ ପୃଥିବୀର ଅର୍ଥନୀତିକୁ ମାରାତ୍ମକ ଭାବରେ ସ୍ଥାଣୁ କରିଦେବ ସେକଥା ୩ ମାସ ଆଗରୁ କେହି କଳ୍ପନା ମଧ୍ୟ କରି ନଥିଲେ। ପୃଥିବୀର ୨୧୫ ଦେଶରେ ପହଞ୍ଚି ସାରିଥିବା ଏ ଭୂତାଣୁର ଭୟରେ ୪ ଲକ୍ଷ ରୁ ଅଧିକ ଲୋକ ମୃତ୍ୟୁ ବରଣ କଲେଣି। ହେଲେ ତାଠୁ ବେଶୀ ଆକ୍ରାନ୍ତ ହୋଇଛି ପୃଥିବୀର ଅର୍ଥ ବ୍ୟବସ୍ଥା। ଏହା ପୂର୍ବରୁ ଅନ୍ତତଃ ଚାରିଥର ସଂକ୍ରାମକ ଭୂତାଣୁ ଭୟରେ ପୃଥିବୀର ଅର୍ଥନୀତି ବିପର୍ୟସ୍ତ ହୋଇଥିବାର ଉଦାହରଣ…

Read More

ମୁମ୍ବାଇ : ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରୁ ନିଖୋଜ ଜଣେ ବୟାଅଶୀ ବର୍ଷୀୟ ବୃଦ୍ଧାଙ୍କର ମୃତଦେହ ଶୌଚାଳୟରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ଜଣକ ଜଳଗାଓ ସରକାରୀ ଡାକ୍ତରଖାନାରୁ ଜୁନ 2 ତାରିଖରୁ ନିଖୋଜ ଥିଲେ। ବୃଦ୍ଧାଙ୍କର ମୃତଦେହ ବୁଧବାର ଶୌଚାଳୟରୁ ଉଦ୍ଧାର ହୋଇଛି । ତେବେ ଏହି ଘଟଣାକୁ ନେଇ ପୋଲିସ କହିଛି, ବୃଦ୍ଧାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା. ଏତଲା ହେବା ପରେ ଜୁନ 6 ତାରିଖରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା. ଏହି ଘଟଣା ନେଇ ପୁଲିସ ତଦନ୍ତ କରୁଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ  ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ ଭାରତରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । କରୋନା ଜନିତ ସର୍ବାଧିକ ମୃତ୍ୟୁ ମଧ୍ୟ…

Read More

ନୂଆଦିଲ୍ଲୀ : ଲଦାଖ ସୀମାରେ ଲାଗି ରହିଥିବା ସୀମା ବିବାଦକୁ ନେଇ ରାହୁଲ ଗାନ୍ଧୀଙ୍କ ଟ୍ବିଟକୁ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସମାଲୋଚନା କରିଛନ୍ତି । ସୀମା ବିବାଦକୁ ନେଇ ରାହୁଲଙ୍କ ଟ୍ବିଟ୍କୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କମର ପ୍ରସାଦ ବୁଧବାର ସମାଲୋଚନା କରିଛନ୍ତି । ରାହୁଲଙ୍କ ଟ୍ବିଟ୍‌କୁ ପିଲାଳିଆମୀ ବୋଲି କହିବା ସହିତ ସମାଲୋଚନା କରିଥିଲେ ରବିଶଙ୍କର ପ୍ରସାଦ । ଅର୍ଥନୀତି ଏବଂ ସୀମା ବିବାଦ ଉପରେ ରାହୁଲଙ୍କ ଜ୍ଞାନକୁ ନେଇ ବିତର୍କର ଆବଶ୍ୟକତା ରହିଛି ବୋଲି ପ୍ରସାଦ ମତ ଦେଇଥିଲେ । ଯଦି ରାହୁଲଙ୍କ ନିକଟର ସାମାନ୍ୟତମ ଜ୍ଞାନ ଥାନ୍ତା ତେବେ ସେ ଚୀନ୍‌କୁ ନେଇ ଯୁକ୍ତି କରି ନଥାନ୍ତେ ବୋଲି ପ୍ରସାଦ ଯୁକ୍ତି କରିଛନ୍ତି । ଏହା ପୂର୍ବରୁ ଅବସର ପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ୍‌ ଆର ଏନ୍‌ ସିଂ ମଧ୍ୟ ରାହୁଲଙ୍କୁ ସମାଲୋଚନା କରିଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ଆସନ୍ତା କାଲି ଠାରୁ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । କରୋନା କାରଣରୁ ବନ୍ଦ ରହିଥିବା ଡିଏଲ୍‌ ଟେଷ୍ଟ ପୁଣି ଥରେ ଆରମ୍ଭ ହେବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତା କାଲି ସକାଳ 7ଟାରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ଆରମ୍ଭ କରାଯିବ । ସାମାଜିକ ଦୂରତ୍ବ ସହିତ ଏହି ଟେଷ୍ଟ ଆରମ୍ଭ କରାଯିବ । ମାସ୍କ ଏବଂ ସାମାଜିକ ଦୂରତ୍ବକୁ ବାଧ୍ୟତା ମୂଳକ କରାଯାଇଛି । ସେହିପରି 18 ତାରିଖରୁ ଡିଏଲ୍‌ ପାଇଁ ସ୍ଲଟ୍‌ ବୁକିଂ ଆବେଦନ କରାଯାଇପାରିବ ଏବଂ ଲର୍ଣ୍ଣିଂ ଲାଇସେନ୍ସ 22 ତାରିଖରୁ ସ୍ଲଟ୍‌ ବୁକିଂ ଆରମ୍ଭ କରାଯିବ ।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ସାମାଜିକ ଦୂରତ୍ୱ ଅବଲମ୍ବନ କରି ହିତାଧିକାରୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସହ ଯୋଜନା ସଂପର୍କରେ ଅବଗତ କରିଛନ୍ତି । ସୁମଣ୍ଡଳ ରାଜସ୍ବ ନିରୀକ୍ଷକଙ୍କ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ୧୫ ଜଣ ଭୂମିହୀନ ହିତାଧିକାରୀ ବସୁନ୍ଧରା ଯୋଜନାରେ ପଟ୍ଟା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥିମଧ୍ୟରୁ ୧୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ବେଳେ ୪ ଜଣ ହିତାଧିକାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ପଟ୍ଟା ଦିଆଯାଇପାରି ନାହିଁ । ପରବର୍ତ୍ତୀ ସମୟରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରଭାତ କୁମାର ପରିଡା କହିଛନ୍ତି । କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନଙ୍କ ସମେତ କୋଦଳା ତହସିଲଦାର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ରୁପ୍ରା ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା, ରୁପ୍ରା ପଞ୍ଚାୟତ ସରପଞ୍ଚ, ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରର ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ସାମାଜିକ ଦୂରତା ବଜାୟ ରଖାଯାଇ ରକ୍ତଦାନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ 43 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ନେହେରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ ମିଲନ ଭୋଇ, ହେମସାଗର ସାହୁ, ରୁପ୍ରା ପଞ୍ଚାୟତ ସରପଞ୍ଚ ବିଶାଖା ମାଝୀ, ସମାଜସେବୀ କିଶୋର ସାହୁଙ୍କ ସମେତ ଭବାନୀପାଟଣା ରକ୍ତ…

Read More

ଭୁବନେଶ୍ବର : ରାଜ୍ୟରେ ରହିଥିବା 6ଟି ବିଶ୍ବ ବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି । କରୋନା ସ୍ଥିତି କାରଣରୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସମସ୍ତ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ବୁଧବାର ଏନେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ଜିଏମ୍‌ ୟୁନିଭର୍ସିଟି, ଫକୀରମୋହନ ୟୁନିଭର୍ସିଟି, ଉତ୍ତର ଓଡିଶା ୟୁନିଭର୍ସିଟି, ଉତ୍କଳ ୟୁନିଭର୍ସିଟି, ଖଲ୍ଲିକୋଟ ୟୁନିଭର୍ସିଟି ଏବଂ ରମାଦେବୀ ୟୁନିଭର୍ସିଟିର କୁଳପତି ମାନଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରାଯାଇଛି । କାର୍ଯ୍ୟକାଳ ଅବଧି ବୃଦ୍ଧି ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯାଇଥିବା ବେଳେ ଆଜି ଏହାକୁ ମଞ୍ଜୁରୀ ମିଳିଥିଲା ।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି 6 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ 38 ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର ଏମ୍ସ ହସ୍ପିଟାଲର 3 ଜଣଙ୍କ କର୍ମଚାରୀଙ୍କ ସମେତ ଜଣେ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । 3 ଜଣ କର୍ମଚାରୀଙ୍କ ବୟସ ଯଥାକ୍ରମେ 37, 30 ଏବଂ 31 ରହିଛି । ସେହିପରି ଛାତ୍ରୀ ଜଣକର ବୟସ 24 ବର୍ଷ ରହିଛି । ପୋଖରୀପୁଟରୁ ଚିହ୍ନଟ ଯୁବକଙ୍କ ବୟସ 35 ବର୍ଷ ରହିଥିବା ବେଳେ ସେ ନିକଟରେ କନ୍ଧମାଳରୁ ଫେରିଥିଲେ ।

Read More

କାବୁଲ : ଆଫଗାନିସ୍ତାନରେ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 16 ଜଣଙ୍କ ପ୍ରାଣହାନି ଘଟିଛି । ବୁଧବାର ଦିନ ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳରେ ରହିଥିବା ଏକ କୋଇଲା କାରଖାନାରେ ବିସ୍ଫୋରଣ ଘଟି 16 ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି । ସମୁଦାୟ 30 ଜଣ ଶ୍ରମିକ ଦୁର୍ଘଟଣା ସମୟରେ ଖଣିରେ ଉପସ୍ଥିତ ଥିଲେ । 14 ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ 16 ଜଣ ଶ୍ରମିକ ଫସି ରହିଥିଲେ । ଫସି ରହିଥିବା 16 ଶ୍ରମିକଙ୍କ ମଧ୍ୟରୁ 6 ଜଣଙ୍କୁ ଉଦ୍ଧାର କରାଯାଇଥବା ବେଳେ ଅନ୍ୟ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଖଣିର ବୈଧତା ଶେଷ ହୋଇଥିବା ବେଳେ ଦୁଇ ବର୍ଷ ଧରି ବେଆଇନ୍‌ ଭାବରେ ଖନନ ଜାରି ରହିଥିବା ଜଣାପଡିଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ 149 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2282କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା 149 ଜଣଙ୍କ ମଧ୍ୟରୁ ଗଞ୍ଜାମରୁ 57, ଖୋର୍ଦ୍ଧାରୁ 26, ବଲାଙ୍ଗୀରରୁ 11, ଜଗତସିଂହପୁରରୁ 8, ବାଲେଶ୍ୱରରୁ 7, ଯାଜପୁରରୁ 70, ନୟାଗଡ଼ରୁ 7, ଭଦ୍ରକରୁ 5, କେନ୍ଦ୍ରାପଡ଼ାରୁ 5, ପୁରୀରୁ 5, ସୁନ୍ଦରଗଡ଼ରୁ 4, କେନ୍ଦୁଝରରୁ 3, କଟକରୁ 2 ଏବଂ ବୈାଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1106 ରହିଛି ।

Read More

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏହା ସହିତ ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ । ପୂର୍ବରୁ ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ନିଷ୍ପତିକୁ ଉପରାଜ୍ୟପାଳ ପରିବର୍ତ୍ତନ କରିଥିଲେ । ଉପରାଜ୍ୟପାଳଙ୍କ ନିଷ୍ପତିକୁ ଆକ୍ଷରିକ ଭାବେ ଦିଲ୍ଲୀ ସରକାର ପାଳନ କରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି । ଆସନ୍ତା ଜୁଲାଇ ସୁଦ୍ଧା ଦିଲ୍ଲୀରେ 1.5 ଲକ୍ଷ ଶଯ୍ୟା ପ୍ରସ୍ତୁତ କରିବେ ବୋଲି କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି । ବିଭିନ୍ନ ଷ୍ଟାଡିୟମ୍‌ ଏବଂ ହୋଟେଲ୍‌କୁ ହସ୍ପିଟାଲ ଭାବରେ ବ୍ୟବହାର କରାଯିବା ନେଇ କେଜ୍ରିଓ୍ବାଲ ମତ ରଖିଥିଲେ । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦିଗପହଣ୍ଡି ପଟୁ ଆସୁଥିବା ଜଗଦଳପୁର ଗ୍ରାମର ତ୍ରିଲୋଚନ ଦାଶ (୨୩) ଏବଂ ବ୍ରହ୍ମପୁରର ରୋହିତ ବେହେରା (୨୨) ବାଇକ୍‌ରେ ଆସୁଥିବାବେଳେ ଫାଷ୍ଟଗେଟ୍ ନିକଟରେ ରାସ୍ତା ପାଶ୍ୱର୍ ଡ଼ିଭାଇଡ଼୍‌ରକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଛିଟିକି ପଡ଼ିଥିଲେ । ଟ୍ରାଫିକ୍ ଥାନା ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ଟ୍ରାଫିକ୍ ଡ଼ିଏସ୍‌ପି ସାର୍ଥକ ରାୟ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଶ୍ରୀମନ୍ଦିର ସେବାୟତଙ୍କୁ ମିଲିବ ମାସ୍କ । ବୟନିକା କିମ୍ବା ଅନ୍ୟ ଏସଏଚଜି ସହ ମିଶି ମାସ୍କ ବ୍ୟବସ୍ଥା କରାଯିବ । ପ୍ରାୟ 5 ହଜାର ମାସ୍କ ପ୍ରସ୍ତୁତ କରାଯିବ । 2 ଦିନ ଭିତରେ ଏହି ମାସ୍କର ଡିଜାଇନ ଚୁଡାନ୍ତ କରାଯିବ । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ସେବାୟତଙ୍କ ସୁରକ୍ଷା ଆମ ଦାୟିତ୍ୱ । ଏହା ସହ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ପ୍ରଥମ କିସ୍ତି ଭଳି ଦ୍ୱିତୀୟ କିସ୍ତିରେ ମଧ୍ୟ 5 ହଜାର ଟଙ୍କା ପ୍ରଦାନ କରାଯିବ । ଏହାସହ ମୁଖ୍ୟ ପ୍ରଶାସକ କହିଛନ୍ତି ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ସବ୍‌ଜେଲ୍‌ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ସକାଳୁ ସବ୍‌ଜେଲ୍‌ ନିକଟରୁ ଏକ ମୃତ ଶରୀର ଉଦ୍ଧାର କରାଯାଇଥିଲା । ମୃତକଙ୍କ ନାମ ନାରାୟଣ ପାତ୍ର(40) ବୋଲି ଜଣାପଡିଛି । ଚାଉଳରେ ପଡୁଥିବା କୀଟନାଶକ ପିଇ ନାରାୟଣ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସକାଳ 9.30 ମିନିଟ୍‌ ସମୟରେ ନାରାୟଣଙ୍କ ଶବ ଦେଖିବାକୁ ମିଳିଥିଲା । ବାଣପୁର ଥାନା ଏଏସ୍‌ଆଇ ବସନ୍ତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣା ପଡୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ । ନାରାୟଣଙ୍କ ନିକଟରେ ରହିବା ପାଇଁ ଘର ନଥିବା ବେଳେ ସବ୍‌ଜେଲ୍ ରୋଡ୍‌ରେ ଏକ ଅସ୍ଥାୟୀ କୁଡିଆ ଘରେ ସେ ଅବସ୍ଥାନ କରୁଥିଲେ । ଦିନ ମଜୁରୀରୁ ସମଗ୍ର ପରିବାର ଚଳୁଥିବା…

Read More