Author: Samikhsya Bureau

ଭୁବନେଶ୍ବର : ଆସନ୍ତା କାଲି ଠାରୁ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । କରୋନା କାରଣରୁ ବନ୍ଦ ରହିଥିବା ଡିଏଲ୍‌ ଟେଷ୍ଟ ପୁଣି ଥରେ ଆରମ୍ଭ ହେବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତା କାଲି ସକାଳ 7ଟାରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ଆରମ୍ଭ କରାଯିବ । ସାମାଜିକ ଦୂରତ୍ବ ସହିତ ଏହି ଟେଷ୍ଟ ଆରମ୍ଭ କରାଯିବ । ମାସ୍କ ଏବଂ ସାମାଜିକ ଦୂରତ୍ବକୁ ବାଧ୍ୟତା ମୂଳକ କରାଯାଇଛି । ସେହିପରି 18 ତାରିଖରୁ ଡିଏଲ୍‌ ପାଇଁ ସ୍ଲଟ୍‌ ବୁକିଂ ଆବେଦନ କରାଯାଇପାରିବ ଏବଂ ଲର୍ଣ୍ଣିଂ ଲାଇସେନ୍ସ 22 ତାରିଖରୁ ସ୍ଲଟ୍‌ ବୁକିଂ ଆରମ୍ଭ କରାଯିବ ।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ସାମାଜିକ ଦୂରତ୍ୱ ଅବଲମ୍ବନ କରି ହିତାଧିକାରୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସହ ଯୋଜନା ସଂପର୍କରେ ଅବଗତ କରିଛନ୍ତି । ସୁମଣ୍ଡଳ ରାଜସ୍ବ ନିରୀକ୍ଷକଙ୍କ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ୧୫ ଜଣ ଭୂମିହୀନ ହିତାଧିକାରୀ ବସୁନ୍ଧରା ଯୋଜନାରେ ପଟ୍ଟା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥିମଧ୍ୟରୁ ୧୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ବେଳେ ୪ ଜଣ ହିତାଧିକାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ପଟ୍ଟା ଦିଆଯାଇପାରି ନାହିଁ । ପରବର୍ତ୍ତୀ ସମୟରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରଭାତ କୁମାର ପରିଡା କହିଛନ୍ତି । କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନଙ୍କ ସମେତ କୋଦଳା ତହସିଲଦାର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ରୁପ୍ରା ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା, ରୁପ୍ରା ପଞ୍ଚାୟତ ସରପଞ୍ଚ, ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରର ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ସାମାଜିକ ଦୂରତା ବଜାୟ ରଖାଯାଇ ରକ୍ତଦାନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ 43 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ନେହେରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ ମିଲନ ଭୋଇ, ହେମସାଗର ସାହୁ, ରୁପ୍ରା ପଞ୍ଚାୟତ ସରପଞ୍ଚ ବିଶାଖା ମାଝୀ, ସମାଜସେବୀ କିଶୋର ସାହୁଙ୍କ ସମେତ ଭବାନୀପାଟଣା ରକ୍ତ…

Read More

ଭୁବନେଶ୍ବର : ରାଜ୍ୟରେ ରହିଥିବା 6ଟି ବିଶ୍ବ ବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି । କରୋନା ସ୍ଥିତି କାରଣରୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସମସ୍ତ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ବୁଧବାର ଏନେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ଜିଏମ୍‌ ୟୁନିଭର୍ସିଟି, ଫକୀରମୋହନ ୟୁନିଭର୍ସିଟି, ଉତ୍ତର ଓଡିଶା ୟୁନିଭର୍ସିଟି, ଉତ୍କଳ ୟୁନିଭର୍ସିଟି, ଖଲ୍ଲିକୋଟ ୟୁନିଭର୍ସିଟି ଏବଂ ରମାଦେବୀ ୟୁନିଭର୍ସିଟିର କୁଳପତି ମାନଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରାଯାଇଛି । କାର୍ଯ୍ୟକାଳ ଅବଧି ବୃଦ୍ଧି ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯାଇଥିବା ବେଳେ ଆଜି ଏହାକୁ ମଞ୍ଜୁରୀ ମିଳିଥିଲା ।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି 6 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ 38 ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର ଏମ୍ସ ହସ୍ପିଟାଲର 3 ଜଣଙ୍କ କର୍ମଚାରୀଙ୍କ ସମେତ ଜଣେ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । 3 ଜଣ କର୍ମଚାରୀଙ୍କ ବୟସ ଯଥାକ୍ରମେ 37, 30 ଏବଂ 31 ରହିଛି । ସେହିପରି ଛାତ୍ରୀ ଜଣକର ବୟସ 24 ବର୍ଷ ରହିଛି । ପୋଖରୀପୁଟରୁ ଚିହ୍ନଟ ଯୁବକଙ୍କ ବୟସ 35 ବର୍ଷ ରହିଥିବା ବେଳେ ସେ ନିକଟରେ କନ୍ଧମାଳରୁ ଫେରିଥିଲେ ।

Read More

କାବୁଲ : ଆଫଗାନିସ୍ତାନରେ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 16 ଜଣଙ୍କ ପ୍ରାଣହାନି ଘଟିଛି । ବୁଧବାର ଦିନ ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳରେ ରହିଥିବା ଏକ କୋଇଲା କାରଖାନାରେ ବିସ୍ଫୋରଣ ଘଟି 16 ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି । ସମୁଦାୟ 30 ଜଣ ଶ୍ରମିକ ଦୁର୍ଘଟଣା ସମୟରେ ଖଣିରେ ଉପସ୍ଥିତ ଥିଲେ । 14 ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ 16 ଜଣ ଶ୍ରମିକ ଫସି ରହିଥିଲେ । ଫସି ରହିଥିବା 16 ଶ୍ରମିକଙ୍କ ମଧ୍ୟରୁ 6 ଜଣଙ୍କୁ ଉଦ୍ଧାର କରାଯାଇଥବା ବେଳେ ଅନ୍ୟ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଖଣିର ବୈଧତା ଶେଷ ହୋଇଥିବା ବେଳେ ଦୁଇ ବର୍ଷ ଧରି ବେଆଇନ୍‌ ଭାବରେ ଖନନ ଜାରି ରହିଥିବା ଜଣାପଡିଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ 149 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2282କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା 149 ଜଣଙ୍କ ମଧ୍ୟରୁ ଗଞ୍ଜାମରୁ 57, ଖୋର୍ଦ୍ଧାରୁ 26, ବଲାଙ୍ଗୀରରୁ 11, ଜଗତସିଂହପୁରରୁ 8, ବାଲେଶ୍ୱରରୁ 7, ଯାଜପୁରରୁ 70, ନୟାଗଡ଼ରୁ 7, ଭଦ୍ରକରୁ 5, କେନ୍ଦ୍ରାପଡ଼ାରୁ 5, ପୁରୀରୁ 5, ସୁନ୍ଦରଗଡ଼ରୁ 4, କେନ୍ଦୁଝରରୁ 3, କଟକରୁ 2 ଏବଂ ବୈାଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1106 ରହିଛି ।

Read More

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏହା ସହିତ ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ । ପୂର୍ବରୁ ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ନିଷ୍ପତିକୁ ଉପରାଜ୍ୟପାଳ ପରିବର୍ତ୍ତନ କରିଥିଲେ । ଉପରାଜ୍ୟପାଳଙ୍କ ନିଷ୍ପତିକୁ ଆକ୍ଷରିକ ଭାବେ ଦିଲ୍ଲୀ ସରକାର ପାଳନ କରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି । ଆସନ୍ତା ଜୁଲାଇ ସୁଦ୍ଧା ଦିଲ୍ଲୀରେ 1.5 ଲକ୍ଷ ଶଯ୍ୟା ପ୍ରସ୍ତୁତ କରିବେ ବୋଲି କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି । ବିଭିନ୍ନ ଷ୍ଟାଡିୟମ୍‌ ଏବଂ ହୋଟେଲ୍‌କୁ ହସ୍ପିଟାଲ ଭାବରେ ବ୍ୟବହାର କରାଯିବା ନେଇ କେଜ୍ରିଓ୍ବାଲ ମତ ରଖିଥିଲେ । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦିଗପହଣ୍ଡି ପଟୁ ଆସୁଥିବା ଜଗଦଳପୁର ଗ୍ରାମର ତ୍ରିଲୋଚନ ଦାଶ (୨୩) ଏବଂ ବ୍ରହ୍ମପୁରର ରୋହିତ ବେହେରା (୨୨) ବାଇକ୍‌ରେ ଆସୁଥିବାବେଳେ ଫାଷ୍ଟଗେଟ୍ ନିକଟରେ ରାସ୍ତା ପାଶ୍ୱର୍ ଡ଼ିଭାଇଡ଼୍‌ରକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଛିଟିକି ପଡ଼ିଥିଲେ । ଟ୍ରାଫିକ୍ ଥାନା ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ଟ୍ରାଫିକ୍ ଡ଼ିଏସ୍‌ପି ସାର୍ଥକ ରାୟ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଶ୍ରୀମନ୍ଦିର ସେବାୟତଙ୍କୁ ମିଲିବ ମାସ୍କ । ବୟନିକା କିମ୍ବା ଅନ୍ୟ ଏସଏଚଜି ସହ ମିଶି ମାସ୍କ ବ୍ୟବସ୍ଥା କରାଯିବ । ପ୍ରାୟ 5 ହଜାର ମାସ୍କ ପ୍ରସ୍ତୁତ କରାଯିବ । 2 ଦିନ ଭିତରେ ଏହି ମାସ୍କର ଡିଜାଇନ ଚୁଡାନ୍ତ କରାଯିବ । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ସେବାୟତଙ୍କ ସୁରକ୍ଷା ଆମ ଦାୟିତ୍ୱ । ଏହା ସହ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ପ୍ରଥମ କିସ୍ତି ଭଳି ଦ୍ୱିତୀୟ କିସ୍ତିରେ ମଧ୍ୟ 5 ହଜାର ଟଙ୍କା ପ୍ରଦାନ କରାଯିବ । ଏହାସହ ମୁଖ୍ୟ ପ୍ରଶାସକ କହିଛନ୍ତି ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ସବ୍‌ଜେଲ୍‌ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ସକାଳୁ ସବ୍‌ଜେଲ୍‌ ନିକଟରୁ ଏକ ମୃତ ଶରୀର ଉଦ୍ଧାର କରାଯାଇଥିଲା । ମୃତକଙ୍କ ନାମ ନାରାୟଣ ପାତ୍ର(40) ବୋଲି ଜଣାପଡିଛି । ଚାଉଳରେ ପଡୁଥିବା କୀଟନାଶକ ପିଇ ନାରାୟଣ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସକାଳ 9.30 ମିନିଟ୍‌ ସମୟରେ ନାରାୟଣଙ୍କ ଶବ ଦେଖିବାକୁ ମିଳିଥିଲା । ବାଣପୁର ଥାନା ଏଏସ୍‌ଆଇ ବସନ୍ତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣା ପଡୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ । ନାରାୟଣଙ୍କ ନିକଟରେ ରହିବା ପାଇଁ ଘର ନଥିବା ବେଳେ ସବ୍‌ଜେଲ୍ ରୋଡ୍‌ରେ ଏକ ଅସ୍ଥାୟୀ କୁଡିଆ ଘରେ ସେ ଅବସ୍ଥାନ କରୁଥିଲେ । ଦିନ ମଜୁରୀରୁ ସମଗ୍ର ପରିବାର ଚଳୁଥିବା…

Read More

ଶ୍ରୀନଗର : ଜମ୍ମୁକାଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ବିଗତ 4 ଦିନ ମଧ୍ୟରେ 14 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ବୁଧବାର ସକାଳୁ ସୋପିଆଁରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ5 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋପିଆଁର ସୁଗୋ ହେଧାମାରେ ବୁଧବାର ଘଟିଥିବା ଏନ୍‌କାଉଣ୍ଟରରେ ସକାଳୁ 2 ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ପରେ ଆହୁରି ତିନି ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସେନା ପକ୍ଷରୁ ରବିବାର ଦିନ 5 ଜଣ ଆତଙ୍କୀ ଏବଂ ସୋମବାର ଦିନ 4 ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । (ଏଜେନ୍ସି)

Read More

ମେଲବୋର୍ଣ୍ଣ : ଜଣ ପ୍ରଫେସନାଲ ମୋଟରକାର ରେସର ରିନି ଗ୍ରେସୀ ଶେଷରେ ଅଶ୍ଳୀଳ ସିନେମା ଇଣ୍ଡଷ୍ଟ୍ରୀରେ ପାଦ ଥାପିଛନ୍ତି । ତେବେ ମେଲବୋର୍ଣ୍ଣର ଏହି ରେସର୍‌ ଜଣକ ଏହାକୁ ନେଇ ଦୁଃଖ ପ୍ରକାଶ କରିନାହାନ୍ତି । ଅର୍ଥାଭାବ କାରଣରୁ ସେ ଏହି ପଦକ୍ଷେପ ନେଇଥିବା ରେନି କହିଛନ୍ତି । ଦୁଇ ଦୁଇ ଥର ଅଷ୍ଟ୍ରେଲିଆନ୍‌ ମୋଟୋ ଜିପିରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ରେନୀ ସଫଳତା ହାସଲ କରିପାରି ନଥିଲେ । ଏପରି ପରସ୍ଥିତିରେ ବାଧ୍ୟ ହୋଇ ଅଶ୍ଲୀଳ ଫିଲ୍ମ ଦୁନିଆକୁ ଆପଣେଇ ନେଇଥିଲେ ରେନୀ । ତେବେ କାର୍‌ ରେସିଂ ତାଙ୍କର ସ୍ବପ୍ନ ଥିଲା ମାତ୍ରୀ ଏହି ଇଣ୍ଡଷ୍ଟ୍ରୀ ତାଙ୍କୁ ପରିଚୟ ଏବଂ ଅର୍ଥ ପ୍ରଦାନ କରିଛି ବୋଲି ରେନୀ ମତ ଦେଇଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ବରୁଣ ଶର୍ମାଙ୍କ ମ୍ୟାନେଜର ରହିଥିବା ଦିଶା ଶୈଲାନ ଆତ୍ମହତ୍ୟା କରିଛନ୍ତି । ସୋମବାର ମଲାଡ ସ୍ଥିତ ନିଜ ବାସଭବନର 14 ତମ ମହଲା ଉପରୁ ଡେଇଁ ଦିଶା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସୁଶାନ୍ତ ଓ ବରୁଣଙ୍କ ସମେତ ଏକାଧିକ ବଲିଉଡ ଷ୍ଟାର ଦୁଃଖ ପ୍ରକାଶ କରିଛନ୍ତି । ସୁଶାନ୍ତ ଏହି ଘଟଣା ପରେ ନିଜ ଇନ୍‌ଷ୍ଟାଗ୍ରାମରେ ଶୋକ ପ୍ରକାଶ କରିଥିବା ବେଳେ ବରୁଣ ଦିଶାଙ୍କ ସହିତ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଅନ୍ୟାନ୍ୟ ଅଭିନେତ୍ରୀଙ୍କ ମଧ୍ୟରେ ଋଚା ଚଢ୍ଢା, ସୋନାକ୍ଷୀ ସିହ୍ନା, ମୌନୀ ରୟ ଏବଂ ନୁଶରତ୍‌ ଭରୁଚା ପ୍ରମୁଖ ଦୁଃଖ ପକାଶ କରିଥିଲେ । ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଶା ବିଗତ କିଛି ଦିନ ହେବ ମାନସିକ ଦୁସ୍ଥିତି ମଧ୍ୟ ଦେଇ ଗତି କରୁଥିଲେ । ଦିଶାଙ୍କ ବନ୍ଧୁ…

Read More

ତିନସୁକିଆ : ଆସାମରେ ରହିଥିବା ତେଲଖଣିରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ଆସାମର ତିନିସୁକିଆ ଜିଲ୍ଲାରେ ଘଟିଥିବା ଅଗ୍ନିକାଣ୍ଡରେ 2 ଜଣ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 2 ଜଣ ଅଗ୍ନିଶମ ଅଧିକାରୀଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ତିନିସୁକିଆର ବାଘଜନରେ ରହିଥିବା ଅଏଲ ଇଣ୍ଡିଆ ଲିମିଟେଡ୍‌ର ଏହି ତେଲଖଣିରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି କରାଯାଇଛି ବୋଲି ଆସାମ ପରିବେଶ ମନ୍ତ୍ରୀ ଶୁକ୍ଲବୈଦ୍ୟ ପ୍ରକାଶ କରିଛନ୍ତି । ଏହା ସହିତ ସିଙ୍ଗାପୁରରୁ ଏକ ବିଶେଷଜ୍ଞ ଦଳ ମଧ୍ୟ ଆସାମରେ ପହଞ୍ଚିଛନ୍ତି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ସକାଳୁ ରାଜ୍ୟରେ 110 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଜଗତସିଂହପୁରରୁ 33 ଜଣ ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । 33 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 130ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 68 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 62 ରହିଛି । ସମସ୍ତ ଆକ୍ରାନ୍ତ ମାନେ ଲକ୍ଷଣ ବିହୀନ ରହିଥିବା ବେଳେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ 8 ଜଣ ଆକ୍ରାନ୍ତ ରହିଥିବା ବେଳେ କୁଜଙ୍ଗରୁ 3 ଜଣ ଆକ୍ରାନ୍ତ ରହିଛନ୍ତି । ନାଉଗାଁରୁ 18 ଜଣ ଆକ୍ରାନ୍ତ ରହିଥିବା ବେଳେ ରଘୁନାଥପୁର ଏବଂ ତିର୍ତ୍ତୋଲରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

Read More

ଚେନ୍ନାଇ : କରୋନାରେ ପ୍ରାଣ ହରାଇଛନ୍ତି ଡିଏମ୍‌କେ ବିଧାୟକ ଜେ ଅମ୍ବଝାଗନ । ବୁଧବାର ନିଜର 62 ତମ ଜନ୍ମ ଦିବସରେ ଅମ୍ବଝାଗନ ପ୍ରାଣ ହରାଇଛନ୍ତି । ଚେନ୍ନାଇର କ୍ରୋମ୍‌ପେଟ୍‌ର ରେଲା ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିବା ଅମ୍ବଝାଗନ୍‌ ପ୍ରାଣ ହରାଇଛନ୍ତି । ଜୁନ୍‌ 2ରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବିଧାୟକଙ୍କର ଶ୍ବାସକ୍ରିୟାରେ ସମସ୍ୟା ରହିଥିଲା । ଅମ୍ବଝାଗନଙ୍କ ପରଲୋକ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସାମି ଶୋକ ପ୍ରକାଶ କରିଥିବା ବେଳେ ଡିଏମ୍‌କେ ସଭାପତି ଏମ୍‌ କେ ଷ୍ଟାଲିନ୍‌ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 110 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 97 ଜଣ କ୍ବାରେଣ୍ଟିନ୍‌ରେ ରହିଥିବା ବେଳେ 13 ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଗତ ସିଂହପୁରରୁ ସର୍ବାଧିକ 33 ଜଣ ଆକ୍ରାନ୍ତ ରହିଥିବା ବେଳେ କଟକରୁ 20 ଏବଂ ଖୋର୍ଦ୍ଧାରୁ 14 ଜଣ ଆକ୍ରାନ୍ତ ରହିଛନ୍ତି । ରାୟଗଡାରୁ 4, ଝାରସୁଗୁଡାରୁ 1, ନୟାଗଡରୁ 4, ବରଗଡରୁ 2, ଭଦ୍ରକରୁ 1, କଳାହାଣ୍ଡିରୁ 1, ଗଜପତିରୁ 11, ପୁରୀରୁ 7, ବଲାଙ୍ଗୀରରୁ 1, କେନ୍ଦ୍ରାପଡାରୁ 1, ମୟୁରଭଞ୍ଜରୁ 4, କୋରାପୁଟଳ କେନ୍ଦୁଝର ଏବଂ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3250ରେ ପହଞ୍ଚିଛି । ଏହା ମଧ୍ୟରୁ 2133 ଜଣ ସୁସ୍ଥ ହୋଇଥିବା ବେଳେ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ଅର୍ଥନୀତି ସମ୍ପୂର୍ଣ୍ଣ ତଳକୁ ଖସିଥିବା ବେଳେ ସେନସେକ୍ସ ମଧ୍ୟ ତଳୁଆ ରହିଥିଲା । ମାତ୍ର ବୁଧବାର ନିବେଶକଙ୍କ ପାଇଁ ଖୁସି ଖବର । ବୁଧବାର ସେନସେକ୍ସ 200 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀ 69 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 285 ପଏଣ୍ଟ ଉପରକୁ ଉଠିଥିବା ବେଳେ ଏହା 34142 ପଏଣ୍ଟରେ ପହଞ୍ଚିଛି । ନିଫ୍‌ଟୀ ଏହି ସମୟରେ ସ୍ଥିର ରହିଥିବା ବେଳେ 69 ପଏଣ୍ଟ ଉପରକୁ ଉଠିବା ସହିତ ଏହା 10115.70 ପଏଣ୍ଟରେ ପହଞ୍ଚିଛି । ଭାରତୀ ଇନ୍‌ଫ୍ରାଟେଲ୍‌ ଅଂଶଧନ ମୂଲ୍ୟରେ 2.23 ପ୍ରତିଶତ ଉପରକୁ ଉଠିଥିବା ବେଳେ ଶ୍ରୀ ସିମେଣ୍ଟର ଅଂଶଧନ ମୂଲ୍ୟରେ 1.92 ପ୍ରତିଶତ ଏବଂ ଏଚ୍‌ଡିଏଫ୍‌ସି ଅଂଶଧନ ମୂଲ୍ୟରେ 1.83 ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଟାଟା ଷ୍ଟିଲ୍‌, ଟାଟା ମୋଟର୍ସ ଏବଂ ଜେଏସ୍‌ଡବ୍ଲ୍ୟୁର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏହି ସମୟରେ…

Read More

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ସଙ୍କଟମୟ ରୂପ ନେଉଛି କରୋନା । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 8852ଟି ନୂତନ ମାମଲା ସମ୍ମୁଖକୁ ଆସିଥିବା ବେଳେ 5129 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଗତ 24 ଘଣ୍ଟାମ ମଧ୍ୟରେ 241 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 7719ରେ ପହଞ୍ଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 780ରେ ପହଞ୍ଚି ଥିବା ବେଳେ 1,34,166 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,32,880ରେ ରହିଛି । ସେହିପରି ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 7,185,573ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 8 ହଜାର 954ରେ ପହଞ୍ଚିଛି । ବିଶ୍ବବ୍ୟାପୀ ବର୍ତ୍ତମାନ ସୁଦ୍ଧା 3,352,665 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)

Read More

କେଦାର ମିଶ୍ର ଓଡିଶାରେ ଏକ ଭର୍ଚ୍ୟୁଆଲ ଜନ ସମ୍ବାଦ ରାଲିକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ ଯେ ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ସରକାର ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସମ୍ପର୍କରେ ବିଜେପି ରାଜ୍ୟ ଶାଖା ତରଫରୁ ଏକ ଟୁଇଟ ମାଧ୍ୟମରେ କୁହା ଯାଇଛି ଯେ “ତ୍ରୟୋଦଶ ଅର୍ଥ ଆୟୋଗରେ କଂଗ୍ରେସ ସରକାର ଓଡିଶାକୁ ୭୯,୦୦୦ କୋଟି ଟଙ୍କା ଦେଇଥିଲେ l୨୦୧୪-୧୯ ମଧ୍ୟରେ ମୋଦୀ ସରକାର ଓଡିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତି lଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ସମେତ ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ମୋଦୀ ସରକାର ଓଡିଶାକୁ ପ୍ରଦାନ କରିଛନ୍ତି।”ଏହାର ମୋଟାମୋଟି ଅର୍ଥ ଏୟା ଯେ ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଓଡ଼ିଶାକୁ ବାର୍ଷିକ ହାରାହାରି ୧.୧୦ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସଂଖ୍ୟା ଦେଖିଲା ପରେ ରାଜ୍ୟର ଅର୍ଥନୀତି ଓ ରାଜନୀତି…

Read More