ଭୁବନେଶ୍ବର : ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି । ସାବିତ୍ରୀ ରଥଙ୍କ ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଓଡ଼ିଶା ହାଇକୋର୍ଟରେ 15 ଜଣ ବିଚାରପତି ଅଛନ୍ତି। ସାବିତ୍ରୀ ରଥଙ୍କ ଶପଥ ଗ୍ରହଣ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା 16ରେ ପହଞ୍ଚିବ।
Author: Samikhsya Bureau
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଆସନ୍ତା 11 ତାରିଖରୁ 12 ତାରିଖ ଭିତରେ ଓଡ଼ିଶା ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଜୁନ୍ 17 ବେଳକୁ ସମଗ୍ର ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ନୂଆଦିଲ୍ଲୀ : 15 ଦିନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ଅନୁଯାୟୀ ଲକଡାଉନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ବିରୋଧରେ ଦାୟର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ବିଚାର କରାଯିବା ଉଚିତ୍। ଏହି ଗୁରୁତ୍ବପୂର୍ଣ୍ଣ ଆଦେଶରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଶ୍ରମିକ ମାନେ ଫେରିବା ପାଇଁ ଯଦି ଅଧିକ ଟ୍ରେନର ଚାହିଦା ହେଉଛି ତେବେ ରେଳବାଇ ଏହାକୁ 24 ଘଣ୍ଟା ମଧ୍ୟରେ ବ୍ୟବସ୍ଥା କରିବ। ଏଥିସହ ଶ୍ରମିକମାନଙ୍କ ପାଇଁ ଯେକୌଣସି ଯୋଜନା ପ୍ରସ୍ତୁତ କରାଯାଇଛି, ଶ୍ରମିକ ମାନଙ୍କ ନିକଟରେ କିଭଳି ଏହି ଯୋଜନା ପହଁଞ୍ଚିବ ସେ ନେଇ ରେଳବାଇ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରିବ । ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଯୋଜନାବଦ୍ଧ…
ଭୁବନେଶ୍ବର : ଆଜି ଚିହ୍ନଟ 146 ଙ୍କ ମଧ୍ୟରେ ଭୁବନେଶ୍ବରରୁ ଅଛନ୍ତି ଚାରିଜଣ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଯୁବକ ଥିବାବେଳେ ଜଣେ ଯୁବତୀ ରହିଛନ୍ତି । ଆକ୍ରାନ୍ତ ସମସ୍ତ ଚାରିଜଣ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁରର 28ବର୍ଷୀୟ ଯୁବକ ରହିଥିବାବେଳେ ସେ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ । ଅନ୍ୟ ଜଣେ ଯୁବକ ଡୁମୁଡୁମା ଅଞ୍ଚଳର ହୋଇଥିବାବେଳେ ତାଙ୍କ ବୟସ 29ବର୍ଷ ବୋଲି ଜଣା ପଡିଛି । ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସେହିପରି ପଟିଆରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ 34 ବର୍ଷୀୟ ଜଣେ ପୁରୁଷ ଥିବାବେଳେ 26 ବର୍ଷୀୟା ମହିଳା ରହିଛନ୍ତି । ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଦୁହେଁ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ବର : ବାତ୍ୟା ଆମ୍ଫାନ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିବା ରାଜ୍ୟ ଅଗ୍ନିଶମ ବିଭାଗର 12 କର୍ମଚାରୀଙ୍କୁ କରୋନା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ଡିଜି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଓଡିଶା ଅଗ୍ନିଶମ ବାହିନୀର 376 ଜଣ କର୍ମଚାରୀ ଓ ଓଡ୍ରାଫର 271 ଜଣ କର୍ମଚାରୀ ପଶ୍ଚିମବଙ୍ଗ ଯାଇଥିଲେ । ଓଡିଶା ଫେରିବାପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏନଡିଆରଏଫ୍ର 61 ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଥିଲା । ଏବେ ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ୍ ଅର୍ଥାତ୍ ଅନ୍ଲକ୍ 1.0 ଆରମ୍ଭ ହୋଇଛି। ତେବେ ଲକ୍ଡାଉନ୍ରେ ଜାରି କରାଯାଇଥିବା ଅନେକ ଗୁଡିଏ କଟକଣାକୁ ଏହି ପର୍ଯ୍ୟାୟରେ କୋହଳ କରାଯାଇଛି । ନିକଟରେ ବହୁ ସରକାରୀ ତଥା ମନ୍ତ୍ରାଳୟର ବହୁ ଅଧିକାରୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଛି । ନିକଟରେ ପ୍ରତିରକ୍ଷା ସଚିବ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗତକାଲି ଶ୍ରମ ମନ୍ତ୍ରାଳୟ, ନିର୍ବାଚନ କମିଶନ, ପିଆଇବି କାର୍ଯ୍ୟାଳୟ ଆଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମଣ ବୃଦ୍ଧି ରୋକିବା ପାଇଁ ସରକାର ନୂଆ ନିୟମ ଜାରି କରିଛନ୍ତି । ସରକାରୀ ବିଭାଗ ଓ କର୍ମଚାରୀଙ୍କ ପାଇଁ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଜାରି ହୋଇଥିବା କଟକଣାକୁ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଧିକାରୀଙ୍କୁ ଏହି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ଲକ୍ ଡାଉନ ଜାରି ରହିଥିବା ସତ୍ତ୍ବେ ଦେଶୀ ମଦ ଚୋରା ଚାଲାଣ ଦେଉଥିବାର ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ ବିଟ୍ ହାଉସ୍ ପାଖରେ ଅବକାରୀ ବିଭାଗ ଚଢାଉ କରିଥିଲା। ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ନିନା ବେଉରା, ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ ବାରିକ ଓ ଟିମ୍ ଦ୍ୱାରା ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ ବିଟ ହାଉସ ପାଖରୁ ସାତ ଜଣଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସହ ୫ ଗୋଟି ବାଇକ ଜବତ କରାଯାଇଅଛି। ସୂଚନାଯୋଗ୍ୟ, ଲକ ଡାଉନ ସମୟରେ ବାଣପୁର ଅଞ୍ଚଳରେ ଚୋରା ଦେଶୀ ମଦ କରବାର ବୃଦ୍ଧି ପାଉଥିବା ସ୍ଥଳେ ଅବକାରୀ ବିଭାଗ ଓ ପୋଲିସ ସଜାଗ ରହିଛନ୍ତି ଓ ବାରମ୍ବାର ଚଢ଼ାଉ…
କେଦାର ମିଶ୍ର ଭାବିନିଅନ୍ତୁ, ଭାରତରେ କରୋନା ସଂକ୍ରମଣର ବିପଦ ଆଉ ନାହିଁ। ସତରେ ନାହିଁ, ହେଲେ ଭାବିବାରେ କିଏ କାହାକୁ ବା ଅଟକାଇ ପାରିବ!! ଗତ କିଛିଦିନ ହେଲା ଭାରତର ଶାସନ ଦାୟିତ୍ଵ ସମ୍ଭାଳିଥିବା ବିଜେପିର ରାଜନୈତିକ ଗତିବିଧି ଦେଖି ମନେ ହେଉଛି, ଆମେ ସତରେ ଗୋଟେ ମହାମାରୀକୁ ଆଉ ସାମ୍ନା କରୁନାହୁଁ। ଏବେ ତ ରାଜନୀତିର ମଇଦାନ ଖୋଲି ଯାଇଛି। ବିଜେପି ତରଫରୁ କୁହାଯାଉଛି, ଗୃହମନ୍ତ୍ରୀ ଭର୍ଚ୍ୟୁଆଲ ରାଲି କରୁଛନ୍ତି। ଅର୍ଥାତ ସବୁକିଛି କେବଳ ଇଣ୍ଟରନେଟ ଜରିଆରେ ପ୍ରସାରିତ ହେଉଛି। ଭଲକଥା, ଯେହେତୁ ଦେଶରେ ସାମାଜିକ ଦୂରତ୍ଵ ଏବଂ ଲକ ଡାଉନ ବ୍ୟବସ୍ଥା ଲାଗୁ ହୋଇଛି, ସେଥିରେ ହଜାର ହଜାର ଲୋକଙ୍କୁ ଡାକି ରାଲି କରିବା ସମ୍ଭବ ନୁହେଁ। ହେଲେ ନିଜ ଦଳର କାର୍ଯ୍ୟାଳୟ ସଭା କରିବାର ଅନୁମତି ଅଛି କି? ସାମାଜିକ ଦୂରତାର ନିୟମ ସମୟରେ ଯଦି ଶତାଧିକ କର୍ମକର୍ତ୍ତା ଏକାଠି ହୁଅନ୍ତି, ସେଥିରେ କରୋନା ସଂକ୍ରମଣ ବ୍ୟାପିବାର…
ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ବେଶ୍ ସଂକଟଜନକ ସ୍ଥିତିରେ ରହିଛି । ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇ ଚାଲିଛି । ସେହିପରି ଗତ ଚବିଶ ଘଣ୍ଟା ମଧ୍ୟରେ ଭାରତରେ ମୋଟ୍ 331 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9987 ନୂଆ କରୋନା ମାମଲା ଆସିଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 7 ହଜାର 466କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 66 ହଜାର 598କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ କେସ୍ 1 ଲକ୍ଷ 29 ହଜାର 917 ରହିଛନ୍ତି । ସୁସ୍ଥ ହୋଇଛନ୍ତି 1 ଲକ୍ଷ 29 ହଜାର 215 । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 88,528ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,169 ରହିଛି । ଗୁଜୁରାରେ ମୃତ୍ୟୁ ସଂଖ୍ୟା 1280, ଦିଲ୍ଲୀରେ 874, ମଧ୍ୟପ୍ରଦେଶରେ…
ଭୁବନେଶ୍ବର : ଆଜି ଚିହ୍ନଟ 146 ଜଣ ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶା ଫେରିଥିବା 61 ଜଣ ଏନଡିଆର୍ଏଫ୍ ଯବାନ୍ ରହିଛନ୍ତି । ସେହିପରି ଆଜି 17ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 19 ଜଣ ରହିଥିବାବେଳେ ଗଞ୍ଜାମରୁ 18, ଜଗତସିଂହପୁରର 8, ସୁନ୍ଦରଗଡଓ ବାଲେଶ୍ବର 7, ଦେବଗଡରୁ 5, କଳାହାଣ୍ଡି, ନୟାଗଡ, ମୟୂରଭଞ୍ଜରୁ ତିନି ଜଣ ଲେଖାଏଁ ରହିଥିବାବେଳେ କେନ୍ଦ୍ରାପଡା, କନ୍ଧମାଳ, କଟକ, କେଉଁଝରରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି ଯାଜପୁର, ଢେଙ୍କାନାଳ, ବଲାଙ୍ଗିର, ମାଲ୍କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମାଲ୍କାନଗିରି ଜିଲ୍ଲା କରୋନାମୁକ୍ତ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 146 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 127ଜଣ ଚିହ୍ନଟ ହୋଇଥିବାବେଳେ 19ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କ 3,140କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ 19ଜଣ ରହିଛନ୍ତି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1136, ସୁସ୍ଥ ହୋଇଛନ୍ତି 1993 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 9ଜଣ । ସେହିପରି 2 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଦେଇ ସାରା ରାଜ୍ୟରେ ପ୍ରଶଂସାର ପାତ୍ର ହୋଇଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିର କୋଟବିଦ୍ୟାଧରପୁର ଗ୍ରାମରେ ଆଜି ପୁଣି ଏକ ସଂସ୍କାରମୂଳକ କାର୍ଯ୍ୟ ନଜରକୁ ଆସିଛି । ଏହି ଗ୍ରାମର ଅଧିବାସୀମାନେ ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତିକରଣ କରିଛନ୍ତି । କିଛି ଲୋକମାନେ ସରକାରୀ ରାସ୍ତାକୁ କବଜା କରିଵା ଫଳରେ ଜନସାଧାରଣ ବିଭିନ୍ନ ପ୍ରକାର ଯାତାୟତର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କୋଟପୁର ଗ୍ରାମବାସୀମାନେ ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ଅନେକ ଦିନ ଧରି ଗ୍ରାମର ରାସ୍ତା ସଂକୀର୍ଣ୍ଣ ହେଇଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ତଳେ ଗ୍ରାମର ଜଣେ ସ୍ବାସ୍ଥ୍ୟ କର୍ମୀ କୋଭିଡ ଆକ୍ରାନ୍ତ ହେବା ଫଳରେ ସଂପୂର୍ଣ୍ଣ ଗ୍ରାମକୁ କଂଟେନମେଣ୍ଟ କରାଯାଇ ଗ୍ରାମକୁ ବିଶୋଧନ କରାଯାଇଥିଲା । ଏହି ସମୟରେ ରାସ୍ତା…
ନୟାଗଡ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏବଂ ଜଣେ ଷ୍ଟାଫ୍ ନର୍ସ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସୋମବାର ବିଳମ୍ବିତ ରାତିରେ ଜଣାପଡିଛି । ଏହି ଦୁଇ ମେଡିକାଲ ଷ୍ଟାଫଙ୍କ ସହ ରଣପୁର ଅଞ୍ଚଳର ଜଣେ ପ୍ରବାସୀ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ସୂଚନା ଦେଇଛନ୍ତି । ପୂର୍ବରୁ ଏମାନଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ପଠା ଯାଇଥିଲା ବେଳେ ଗତକାଲି ଏମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହି ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି । ପୂର୍ବରୁ ମଧ୍ୟ ଜଣେ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାଙ୍କ ବର୍ତ୍ତମାନ ଚିତ୍କିସା ଜାରି ରହିଛି । ପୂର୍ବରୁ ତିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ନର୍ସଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।…
ଭୁବନେଶ୍ୱର: କଟକ ମୁଣ୍ଡଳୀ ଏନ୍ଡିଆରଏଫ୍ କ୍ୟାମ୍ପର 50 ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଯବାନ୍ମାନେ ଆମ୍ପାନ୍ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ତିନି ଦିନ ପୂର୍ବରୁ ଏହି ଯବାନ ମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । କିନ୍ତୁ ଗତକାଲି ଆଉ 49ଙ୍କଠାରେ ଏନ୍ଡିଆରଏଫ୍ ଯବାନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ଏନ୍ଡିଆରଏଫ୍ ଡିଜି । ପଶ୍ଚିମବଙ୍ଗରୁ ଆସି କ୍ବାରେଣ୍ଟିନ୍ରେ ରହିଥିଲେ । ଏମାନଙ୍କ ପାଖରେ କୌଣସି କରୋନା ଲକ୍ଷଣ ନଥିଲା । ସୂଚନାଯୋଗ୍ୟ, 167 ଜଣ ଏନ୍ଡିଆରଏଫ୍ ଯବାନ ଆମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ । ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟିନ୍ରେ ଥିଲେ।
ଉଦଳା: କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମଧ୍ୟ ଘରକୁ ଆସିପାରିଲାନି। ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି ପରିବାର ଲୋକ। ଏମିତି ଏକ ଦୁଃଖଦ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଉଦଳାର ଡିହିରାକଳ ଗାଁର ଜଣେ ତିରିଶ ବର୍ଷୀୟ ଯୁବକ ରୋଜଗାର ପାଇଁ ଗତ ମାର୍ଚ୍ଚ ମାସରେ ହରିୟାଣା ଯାଇଥିଲେ। ସେଠାରୁ ଫେରିଥିଲେ ତାଙ୍କର ବାହାଘର ହୋଇଥାନ୍ତା। ବାହାଘର ମୁକୁଟ ସାଙ୍ଗକୁ ବାହାଘର ଲାଗି ସବୁକିଛି ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ଲକ୍ଡାଉନ୍ ପାଇଁ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଯୁବକ ଜଣକ ଘରକୁ ଫେରି ପାରିଲେନି। 8ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ତେବେ ମେଡିକାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।…
ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ଅର୍ଜୁନଙ୍କ ପରଲୋକ ନେଇ ପୁଅ ଅଭିମନ୍ୟୁ ସୂଚନା ଦେଇଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅର୍ଜୁନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା। ସେ ୮ ଥର ସଂସଦକୁ ନିର୍ବାଚିତ ହୋଇଥିବାବେଳେ ଦୁଇ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ସହିତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ସେ ଜଳସଂପଦ ମନ୍ତ୍ରୀ ଥିଲେ ଏବଂ ବିଜେଡ଼ି ସଂସଦୀୟ ଦଳର ନେତା ମଧ୍ୟ ରହିଥିଲେ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତ ଶାଳିଜଙ୍ଗା ଆଦିବାସୀ ସାହିର ଭୁମିହିନ ଥିବା ବାବୁଲା ସିଂ ଗତ ଚାରିବର୍ଷ ପୁର୍ବେ କିଛି ଜାଗା କିଣିଥିଲେ। ଏବେ ସେହି ଜାଗାରେ ବାବୁଲା ଘର ତୋଳୁଥିବା ସମୟରେ ତାଙ୍କ ସାହିର କିଛି ଲୋକ ଘର ନତୋଳିବା ପାଇଁ ଧମକ ଦେବା ସହିତ ତିଆରି ହୋଇଥିବା ଘରକୁ ଭାଙ୍ଗିଦେଇଥିବା ନେଇ ନାଉଗାଁ ଥାନାରେ ଅଭିଯୋଗ ହୋଇଛି। ସଙ୍ଗବଦ୍ଧ ହୋଇ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବାବୁଲା ସିଂ ଙ୍କ କହିବା ଅନୁସାରେ ଉକ୍ତ ଘଟଣାକୁ ନେଇ ସେ ୫.୦୬.୨୦୨୦ ରେ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରୁପାୟ…
ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କର ଦୁଇ ଦୁଇଥର ଅନ୍ତିମ ସଂସ୍କାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଲୋକନାୟକ ହସ୍ପିଟାଲର ମୌଲାନା ଆଜାଦା ଶବଗୃହରେ ଦୁଇ କରୋନା ଆକ୍ରାନ୍ତଙ୍କ ମୃତଦେହ ବଦଳି ଯାଇଥିଲା। ଦୁହିଁଙ୍କ ନାମ ମୋଇନୁଦ୍ଦିନ ଥିବା ଯୋଗୁଁ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଏହି କାରଣ ହେତୁ ଜଣେ ପୁଅ ତାଙ୍କ ପିତାଙ୍କୁ ଦୁଇଥର ଅନ୍ତିମସଂସ୍କାର କରାଇଥିଲେ। ମୃତ ଦେହ ବଦଳି ଯାଇଥିବା ଯୋଗୁଁ ଜଣେ ପୁତ୍ରକୁ ପିତାଙ୍କ ଦୁଇ ଦୁଇଥର କବର ଦେବାକୁ ପଡିଛି। ଦୁହିଁଙ୍କ ନାମ ସମାନ ଥିବାରୁ ଏପରି ସମସ୍ୟା ଉପୁଜିଥିଲା। ଜଣେ ପୁରୁଣା ଦିଲ୍ଲୀବାସୀ ହୋଇଥିବାବେଳେ ତାଙ୍କ ବୟସ 50 ବର୍ଷ ଥିଲା ବୋଲି ଜଣାପଡିଛି। ସେ ଜୁନ୍ 4 ତାରିଖରେ ହାଇ ବ୍ଲଡ୍ ପ୍ରେସର ଯୋଗୁଁ ଏଲଏନ୍ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ତା’ର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ରିପୋର୍ଟ କରୋନା ଟେଷ୍ଟ ପାଇଁ…
ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସ୍ଥାନୀୟ ସରପଞ୍ଚଙ୍କ ଉପରକୁ ଗୁଳି ଚଳାଇଥିବା ଘଟଣା ସାମ୍ନାକୁ ଆସିଛି। ଅନନ୍ତନାଗର ଲୋକବୋନ୍ ହାଲ୍କାର ସରପଞ୍ଚ ଅଜୟ ପଣ୍ଡିତଙ୍କ (୪୦)ଉପରକୁ ଗୁଳି ଚଳାଇଛନ୍ତି ବୋଲି ଅଧିକାରୀ କହିଛନ୍ତି। ଅଜୟ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୁରକ୍ଷା ବଳଙ୍କ ଦ୍ୱାରା ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। (ଏଜେନ୍ସି)
ଭୁବନେଶ୍ବର: ବନ୍ଦେ ଉତ୍କଳ ଜନନୀ ଅବଧି ନେଇ ସଂସ୍କୃତି ସଚିବ ସୂଚନା ଦେଇଛନ୍ତି। ୨ ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ। ରାଜ୍ୟ ସଙ୍ଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ସଙ୍ଗୀତ ଗାନର ଅବଧିକୁ ହ୍ରାସ କରାଯାଇଛି। ପୂର୍ବରୁ ଏଇ ସଙ୍ଗୀତଗାନ ତିନି ମିନିଟ ହେବ ବୋଲି ସୂଚନା ରହିଥିଲା। ତେବେ ଗୀତର ସମସ୍ତ ୬ ଟି ପଦ ପୂର୍ବବତ୍ତ ରଖାଯାଇଛି। ସମସ୍ତ ୬ ଟି ପଦର ଗାନ କରାଯିବ। ଧାଡିର ପୁନରାବୃତ୍ତି ହେବନି ବୋଲି ସୂଚନା ରହିଛି। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ବୋଲାଯିବ ବୋଲି ସୂଚନା ରହିଛି। ଏହା ସରକାରୀ ଢାଞ୍ଚା ହେବ, ସେଥିରେ ପରିବର୍ତ୍ତନ ହେବନି। ସେହି ଢାଞ୍ଚା ରେ ସମସ୍ତେ ଗାନ କରିବେ ବୋଲି କହିଛନ୍ତି ସଂସ୍କୃତି ସଚିବ।

