Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ୍‌ କେୟାର ହୋମ୍‌ : ନବୀନ ପଟ୍ଟନାୟକ
ବିଶେଷ ଖବର

ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ୍‌ କେୟାର ହୋମ୍‌ : ନବୀନ ପଟ୍ଟନାୟକ

June 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ବିଗତ ତିନି ମାସ ମଧ୍ୟରେ କରୋନା ଦ୍ବାରା ଜନଜୀବନ ଗଭୀର ଭାବରେ ପ୍ରଭାବିତ । ସମସ୍ତ ବର୍ଗ ଏବଂ କ୍ଷେତ୍ର ଏହା ଦ୍ବାରା ପ୍ରଭାବିତ । ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାରୁ ସତର୍କତା ହିଁ ଏଥିରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ । ଏହା ସହିତ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଏବଂ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ବାରା ହିଁ ଏ ରୋଗକୁ ନିୟନ୍ତ୍ରଣ କରିପାରିବ ।

ଓଡିଶା ବାସୀଙ୍କ ସହଯୋଗରେ କରୋନା ନିୟନ୍ତ୍ରଣ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି । ବିଗତ ସମୟରେ ରାଜ୍ୟରେ 10 ହଜାର ଶଯ୍ୟାର କୋଭିଡ୍‌ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ଉପକରଣ ପ୍ରସ୍ତୁତ ରଖାଯିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା ଯାହାଫଳରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ମୃତ୍ୟୁହାର କମ୍‌ ରହିଛି । ଓଡିଶା ବାହାରେ ରହିଥିବା ପ୍ରାୟ 5 ଲକ୍ଷରୁ ଅଧିକ ପ୍ରବାସୀ ରାଜ୍ୟକୁ ଫେରିଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସରପଞ୍ଚ ମାନଙ୍କ ସହାୟତାରେ ଏହି ଟିଏମ୍‌ସି ଗୁଡିକୁ ସଠିକ୍‌ ଢଙ୍ଗରେ ପରିଚାଳନା କରାଯାଉଛି ।

କରୋନା ଲଢେଇରେ ଜୁନ୍‌ ମାସ ସବୁଠାର ଗୁରୁତ୍ବପୂର୍ଣ୍ଣ । ଲକ୍‌ଡାଉନ୍‌ ଧୀରେ ଧୀରେ ଖୋଲୁଥିବା ବେଳେ ଗମନାଗମନ ବଢିଛି । ଜୀବନ ସହିତ ଜୀବିକା ମଧ୍ୟ ଆଗକୁ ବଢିବ ତେଣୁ ଏହି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଗୋଷ୍ଠୀ ସଚେତନତା ସହିତ ପରିଚାଳନାର ବିକେନ୍ଦ୍ରୀକରଣ ବର୍ତ୍ତମାନ ଜରୁରୀ ହୋଇ ପଡିଛି । ପ୍ରବାସୀ ମାନଙ୍କ ଆଗମନ ଧୀରେ ଧୀରେ କମୁଥିବାରୁ ଅନେକ ଟିଏମ୍‌ସିର କାର୍ଯ୍ୟକାଳ ଶେଷ ହେଲାଣି । ଅଳ୍ପ କେତେକ କ୍ଲଷ୍ଟରରେ ଟିଏମ୍‌ସି ଖୋଲା ରହିଥିବା ବେଳେ ପ୍ରବାସୀଙ୍କୁ ସେଠାରେ ରଖାଯିବ । କୋଭିଡ୍‌ ସଚେତନତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଘରଘର ବୁଲି ସର୍ବେକ୍ଷଣ ଆରମ୍ଭ କରାଯାଇଥିବା ବେଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିହ୍ନଟର ପ୍ରୟାସ ଜାରି ରଖାଯାଇଛି । ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କ ସ୍ବତନ୍ତ୍ର ଭାବରେ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ 10-20 ଜଣଙ୍କ ରହିବାର ବ୍ୟବସ୍ଥା କରାଯିବ । ଏହା ଦ୍ବାରା ଗ୍ରାମାଞ୍ଚଳରେ ପ୍ରାୟ 70 ହଜାର ଲୋକଙ୍କର ରହିବାର ବ୍ୟବସ୍ଥା କରାଯାଇପାରିବ । ଥଣ୍ଡା, ଜ୍ବର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ବଦଳରେ ପ୍ରଥମେ କୋଭିଡ୍‌ କେୟାର ହୋମ୍‌କୁ ନିଆଯିବ । କରୋନା ପରୀକ୍ଷଣ ପରେ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ଅନ୍ୟଥା ଘରେ ରହି ଚିକିତ୍ସିତ ହେବେ । ଏହାର ପରିଚାଳନା ପାଇଁ ଓ୍ବାର୍ଡସ୍ତରୀୟ କମିଟି ଗଠନ କରାଯିବ । ଓ୍ବାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍‌ଏମ୍‌ ଏବଂ ଏସ୍‌ଏଚ୍‌ଜି ସଦସ୍ୟା ମାନେ ଏହି କମିଟିର ସଦସ୍ୟ ରହିବେ । କୋଭିଡ୍‌ କେୟାର ହୋମ୍‌ ପରିଚାଳନା ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯିବ । ଏହାର ପରିଚାଳନା ଦାୟିତ୍ବ ପୂର୍ବପରି ସରପଞ୍ଚଙ୍କ ଉପରେ ନ୍ୟସ୍ତ କରାଯିବ ।

ସହରାଞ୍ଚଳରେ ଓ୍ବାର୍ଡ କମିଟି ଗୁଡିକ ଓ୍ବାର୍ଡ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ ଏବଂ ସେଥିରେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବକ ମାନେ ସଦସ୍ୟ ରହିବେ । ସେମାନେ ଘରକୁ ଘରକୁ ବୁଲି ଜନସାଧାରଙ୍କ ଠାରୁ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସହରାଞ୍ଚଳ ବସ୍ତି ଉପରେ ଅଧିକ ଫୋକସ୍‌ କରିବା ସହିତ ବଡ ବସ୍ତି ଗୁଡିକରେ କୋଭିଡ୍‌ କେୟାର ହୋମ୍‌ ସ୍ଥାପନ କରାଯିବ । କରୋନା ଲଢେଇରେ ପ୍ରତିଟି ଲୋକ ହେଉଛି ଜଣେ ଜଣେ ଯୋଦ୍ଧା । ଏ ଯୁଦ୍ଧର ସଫଳତା ପାଇଁ ଆପଣ ମାନଙ୍କର ସମସ୍ତଙ୍କମ ସକ୍ରିୟ ସହଯୋଗ ଆବଶ୍ୟକ । ଏ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ପଡିବ । ସତର୍କ ଏବଂ ସଚେତନ ରହିଲେ ଆମେ ଏହି ଲଢେଇରେ ନିଶ୍ଚୟ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.