ବାଥ୍‌ରୁମ୍‌ ଭିଡିଓ ଲିକ୍ ପରେ‌ ନିଜକୁ ନିଆଁ ଲଗାଇଲେ ନାବାଳିକା : ଅଭିଯୁକ୍ତ ଗିରଫ

Published: Jun 16, 2020, 7:25 pm IST

ଭେଲୋର୍‌ : ଜଣେ ନାବାଳିକା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝିଅଟି ଗାଧୋଇବା ସମୟର ଭିଡିଓ ଲିକ୍‌ ହେବାରୁ ନାବାଳିକା ଜଣକ ଏହି ରାସ୍ତା ଆପଣାଇଥିଲେ । 15 ବର୍ଷୀୟା ଝିଅଟି ଗାଧୋଉଥିବା ସମୟର ଭିଡିଓ ଉତ୍ତୋଳନ କରି 3 ପଡୋଶୀ ଯୁବକ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ । ଏଥିରେ ମର୍ମାହତ ନାବାଳିକା ଜଣକ ଆତ୍ମହତ୍ୟାର ରାସ୍ତା ବାଛି ନେବା ସହିତ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା ।

ନାବାଳିକାର ଶରୀରର 90 ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି । ନାବାଳିକାର ବୟାନ ଅନୁଯାୟୀ ପୋଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି । ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଧମକ ଦେଇ ଅଭିଯୁକ୍ତ ମାନେ ଫାଇଦା ନେବାର ଚେଷ୍ଟା କରିବାରୁ ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ପଡୋଶୀ ମାନେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । (ଏଜେନ୍ସି)

Related posts