ଭୁବନେଶ୍ବର : ରାଜ୍ୟରେ କ୍ବାରେଣ୍ଟିନ୍ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକର କୋରକୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଜଣକ ଗତକାଲି କୋଲକାତାରୁ ଫେରିଥିଲେ । ଗତକାଲି ଫେରିବା ପରେ କୋରକୋରା କ୍ବାରେଣ୍ଟିନ୍ କେନ୍ଦ୍ରରେ ସେ ରହିଥିଲେ । ନୋଡାଲ ଅଫିସର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ସହିତ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବାର ନିଷ୍ପତ୍ତି ନିଆଯାଇଛି ।
Author: Samikhsya Bureau
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ବୁଧବାର ସୋପିଆନ୍ରେ ଘଟିଥିବା ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସୋପିଆନ୍ର ସୁଗୁ ଅଞ୍ଚଳରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ବିଗତ ତିନି ଦିନ ମଧ୍ୟରେ 11 ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ସୁଗୁରେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯିବା ଫଳରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ଚିଲିକା: ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହି ନିଷ୍ପତ୍ତିକୁ ଭୃକ୍ଷେପ କରୁନାହାନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟରୁ ଜରିମାନା ଆଦାୟ କରିଛନ୍ତି ଚିଲିକା ତହସିଲଦାର। ନିକଟରେ କାର୍ଯ୍ୟରେ ଯୋଗ ଦେଇଥିବା ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ବରେ ବାଲୁଗାଁ ଏନ.ଏ.ସି ତରଫରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରାଯାଇଥିବା ବେଳେ ଏକ ମଲ୍ ଏବଂ ଲେଡିଜ୍ କର୍ଣ୍ଣର ଉପରେ ମଧ୍ୟ ଚଢାଉ କରାଯାଇଥିଲା। ଏହି ଚଢାଉରେ ୪ ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଥିଲା। ତହସିଲଦାରଙ୍କ ସହିତ ଏହି ଚଢାଉରେ ଏନ.ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବରିଷ୍ଠ ରାଜସ୍ୱ ସହାୟକ ସନ୍ତୋଷ ପଟ୍ଟନାୟକ, ବାଲୁଗାଁ ଏନ.ଏ.ସି ଟାକ୍ସ…
ନୂଆଦିଲ୍ଲୀ : କରୋନା କାରଣରୁ କ୍ରିକେଟ୍ ଖେଳ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ପୁନର୍ବାର ଏହାକୁ ଆରମ୍ଭ କରିବାର ପ୍ରକ୍ରିୟା ଆରମ୍ଭ କରିଛି ଆଇସିସି । ଅନୀଲ କୁମ୍ବଲେଙ୍କ ନେତୃତ୍ବାଧୀନ ଆଇସିସି ପରିଚାଳନା କମିଟି ପକ୍ଷରୁ କିଛି ସଂଶୋଧନର ପ୍ରସ୍ତାବ ଦିଆଯାଇଛି । ସିଇସି ପକ୍ଷରୁ ଏହି ନୂତନ ଗାଇଡ୍ଲାଇନ୍ ମଙ୍ଗଳବାର ଦିନ ଜାରି କରାଯାଇଛି । ତେବେ ଏହି ନୂତନ ନିୟମ କେବଳ ଟେଷ୍ଟ କ୍ରିକେଟ୍ ପାଇଁ ଲାଗୁ କରାଯାଇଛି । କୋଭିଡ୍ 19 ସବ୍ଷ୍ଟିଚ୍ୟୁଟ୍ : ପ୍ରତ୍ୟୋକ ଟିମ୍ ପାଇଁ ଜଣେ କୋଭିଡ୍ 19 ସବ୍ଷ୍ଟିଚ୍ୟୁଟ୍ ରଖାଯିବ । ଏହି ସବ୍ଷ୍ଟିଚ୍ୟୁଟ୍ ଡାକ୍ତର ଜଣକ ଟିମ୍ର ପ୍ରତ୍ୟୋକ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ । ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ଓ୍ବିଣ୍ଡିଜ୍-ଇଂଲଣ୍ଡ ସିରିଜ୍ରେ ପ୍ରଥମ ଥର ପାଇଁ ଏହି ନିୟମର ପ୍ରଚଳନ କରାଯିବ । ଛେପ ବ୍ୟବହାର ଉପରେ ରୋକ୍ : ବୋଲିଂ ପୂର୍ବରୁ…
କନ୍ଦର୍ପ ବେହେରା ରେଢାଖୋଲ : ଚାରମାଳ ନିକଟରେ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି । ଚାରମାଳ ଥାନା ଚୁଡାପୁର ଗ୍ରାମରେ ବୁଲୁ ବେହେରା(୨୨) ନାମକ ଯୁବକ ବିଷ ପାନ କରି ଆତ୍ମହତ୍ୟା କରିଛି । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ,ପିଲାଟି ମାନସିକ ଭାରସାମ୍ୟ ହରାଇ ବିଷ ପାନ କରିଥିବା କହୁଥିବା ବେଳେ ଏହା ପ୍ରେମ ଜନିତ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ବିଷ ପାନ କରିଥିବା ଯୁବକର ଘର ରେଢାଖୋଲ ଥାନା ବୁର୍ଡା ପଂଚାୟତର ଜାମୁନାଳୀ ଗ୍ରାମର ବୋଲି ଜଣା ପଡିଛି । ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ରେଢାଖୋଲ ଥାନା ଛତ୍ରପୁର ଗ୍ରାମରେ ମଧ୍ୟ ବାପାର ଗାଳି ସହ୍ୟ କରି ନପାରି ୧୬ ବର୍ଷର ଜଣେ ପିଲା ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲା ।
ଭୁବନେଶ୍ବର : ଭୁବନେଶ୍ବର ଏମ୍ସର 4 ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଏହି 4 ଡାକ୍ତର ପଜିଟିଭ୍ ହୋଇଥିବା ଜଣାପଡିଛି । ଏମ୍ସର ନିର୍ଦ୍ଦେଶକ ବି ଗୀତାଞ୍ଜଳୀ ଏହି ସୂଚନା ଦେଇଛନ୍ତି । ସଂକ୍ରମିତ ହୋଇଥିବା 4 ଡାକ୍ତରଙ୍କ ମଧ୍ୟରେ 3 ଜଣ ବରିଷ୍ଠ ଡାକ୍ତର ରହିଥିବା ବେଳେ ଜଣେ ଜୁନିୟର ଡାକ୍ତର ରହିଛନ୍ତି । 3 ବରିଷ୍ଠ ଡାକ୍ତର ସର୍ଜରୀ, ପାଥୋଲୋଜୀ ଏବଂ ମେଡିସିନ୍ ବିଭାଗର ରହିଥିବା ବେଳେ ଜୁନିୟର ଡାକ୍ତର ଜଣକ ଚର୍ମରୋଗ ବିଭାଗର ଅଟନ୍ତି । 4 ଡାକ୍ତରଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ସେମାନଙ୍କୁ ହୋମ କ୍ବାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜଣେ ଜୁନିୟର ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।
ରମେଶ ମହାନ୍ତି ଜଗତସିଂହପୁର : ଆଜି ଅପରାହ୍ନରେ ରାଜ୍ୟରେ 140 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ 11 ଜଣ ଆକ୍ରାନ୍ତ ରହିଛନ୍ତି । ସୁସ୍ଥ ହୋଇଥିବା 11 ଜଣ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାକୁ ମିଶାଇ ଜଗତସିଂହପୁରରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା 68ରେ ପହଞ୍ଚିଛି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 29 ରହିଥିବା ନେଇ ଜିଲ୍ଲାପାଳ ଟ୍ବିଟ୍ କରିଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ ସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଲିଆ ଛକ, କେଏନ୍ପୁର, ଆଚୁଲି, ସିକୁଳା ଏବଂ ଖଲିକୋଟ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇଥିଲା । ଚଢ଼ାଉରେ ୨୭୩.୬୦୦ ଲିଟର ପୋଚ, ୧୭.୮୨୦ ଲିଟର ବିଦେଶୀ ମଦ, ୧୦ ଲିଟର ଦେଶୀ ମଦ ସହ ୩ଟି ଗାଡ଼ି ଜବତ ହୋଇଛି । ଏହା ସହ ୯ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଚଢ଼ାଉରେ ପୁରୁଷୋତ୍ତମପୁର ଏବଂ ଛତ୍ରପୁର ଅବକାରୀ ଥାନା ଇନିସ୍ପେକକ୍ଟର, ପୁରୁଷୋତ୍ତମପୁର, ଛତ୍ରପୁର ଓଆଇସି ଏବଂ ପୁରୁଷୋତ୍ତମପୁର ତହସିଲ୍ଦାର ଉପସ୍ଥିତ ଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସିନ୍ଧିଆଙ୍କ ସହିତ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ବିଗତ 4 ଦିନ ଧରି ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଦିନ ରିପୋର୍ଟ ଆସିବା ପରେ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କରୋନା ରିପୋର୍ଟ ଆସିଛି । କେଜ୍ରିଓ୍ବାଲଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି କେଜ୍ରିଓ୍ବାଲଙ୍କ ଅସୁସ୍ଥତା ପରେ ତାଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଥିବା ବେଳେ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । କରୋନା ସନ୍ଦେହ କରାଯାଇଥିବା ବେଳେ ମଙ୍ଗଳବାରର ରିପୋର୍ଟ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ଗତକାଲି କରୋନା ସନ୍ଦେହ କରାଯିବା ପରେ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ କେଜ୍ରିଓ୍ବାଲ । (ଏଜେନ୍ସି)
ଭୁବନେଶ୍ବର : ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟର 60 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି ଏବଂ ଚଳିତବର୍ଷ 96ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି । ଚାଷୀଙ୍କ କଥା ବୁଝିବାକୁ ପ୍ରତି ସୋମବାର ପଞ୍ଚାୟତ ଖୋଲିବ । ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆମେ ପଦକ୍ଷେପ ନେଇଛୁ । ଜଳ, ପୋକ ସମସ୍ୟା ପାଇଁ ମଧ୍ୟ ଚାଷୀ ସହାୟତା ନେଇପାରିବେ ବୋଲି ସେ କହିଛନ୍ତି । 6ଟି ବିଭାଗର କର୍ମଚାରୀ ବ୍ଲକ ସ୍ତରରେ କାମ କରୁଛନ୍ତି । ଏହାସହ ପ୍ରତି ଜିଲ୍ଲାରେ ନୋଡ଼ାଲ୍ ଅଫିସର କାର୍ଯ୍ୟ କରୁଛନ୍ତି । ନିଜ ଜମିରେ ଜଳାଶୟ ପାଇଁ ମୋ ପୋଖରୀ ଯୋଜନା ଚାଲିଛି । ଚାଷୀଙ୍କ ପାଇଁ 5ଲକ୍ଷ କୁଇଣ୍ଟାଲ ବିହନ ଯୋଗାଇ ଦିଆଯିବ । ଫସଲ ବୀମାରେ 30 ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ…
ବବୁଲୁ ସାହୁ ଆମପାଣି : ସରକାରଙ୍କ ପକ୍ଷରୁ ମହିଳା ସଶକ୍ତୀକରଣ ନେଇ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ଏହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି । ଦୀର୍ଘ 10 ବର୍ଷ ଧରି ଏକତ୍ର ରହିବା ସତ୍ତ୍ବେ ମଧ୍ୟ ମହିଳାଙ୍କୁ ଧୋକା ଦେଇ ଦ୍ବିତୀୟ ବିବାହ କରିଛନ୍ତି ଯୁବକ । କଳାହାଣ୍ଡିର ଆମପାଣି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ପୋଲିସ୍ର ନିଷ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମପାଣି ଗ୍ରାମର ଦୟାମଣି ବାଗ୍ ନାମ୍ନୀ ମହିଳା ଜଣକ 10 ବର୍ଷ ପୂର୍ବେ ବିମଳା ଗ୍ରାମର ଡମ୍ବରୁଧର ବାଗଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିବା ବେଳେ ଉଭୟ ଚେନ୍ନାଇ ପଳାଇଥିଲେ । ସେଠାରେ 7 ବର୍ଷ ଏକତ୍ର ରହିବା ପରେ ଓଡିଶା ଫେରିଥିଲେ । ଓଡିଶାରେ ତିନି ବର୍ଷ ଏକତ୍ର ରହିବା ପରେ…
ନୂଆଦିଲ୍ଲୀ : ଲକଡାଉନ ସମୟରେ ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ର ଘୋଷଣା କରିଥିବାବେଳେ ଗାଡି ଚାଳକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଆସନ୍ତା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍ ପ୍ରମାଣପତ୍ରର ବୈଧତା ବୃଦ୍ଧି ନେଇ ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିଲେ ବି ଏବେ ଏଥିପାଇଁ ଜରିମାନା ଆଦାୟ କରାଯିବ ନାହିଁ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ ।
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ବାହାରିଥିବା 8 ଜଣ ଆକ୍ରାନ୍ତଙ୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ମଧ୍ୟରେ ରଘୁନାଥପୁର ବ୍ଲକରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ବିରିଡି ବ୍ଲକର 5ଜଣଙ୍କ ମଧ୍ୟରୁ 4ଜଣ ଗୁଜୁରାଟ ଫେରନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ଏବଂ ତିର୍ତ୍ତୋଲ ବ୍ଲକରୁ 2ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତିର୍ତ୍ତୋଲ ବ୍ଲକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୃଷ୍ଣାନନ୍ଦପୁର ପଞ୍ଚାୟତର ହୋଇଥିବା ବେଳେ ଅନ୍ୟ ଜଣେ କୋଲର ପଞ୍ଚାୟତର ବୋଲି ଜଣାପଡିଛି । ଆକ୍ରାନ୍ତ ମାନଙ୍କୁ କିମ୍ସ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ନୂଆଦିଲ୍ଲୀ : କରୋନା କାରଣରୁ ଅର୍ଥନୀତି ଦୁସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ପେଟ୍ରୋଲ ଲିଟର ପିଛା 54 ପଇସା ଏବଂ ଡିଜେଲ ଲିଟର ପିଛା 58 ପଇସା ବୃଦ୍ଧି ଘଟାଯାଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ୍ ଲାଗୁ କରିଥିଲେ । ତେବେ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିନଥିବା ବେଳେ ମଙ୍ଗଳବାରର ମୂଲ୍ୟ ବୃଦ୍ଧିକୁ ସମାଲୋଚନା କରାଯାଇଛି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ସ୍ଥିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୩୨ହଜାର ୨ଶହ ୭୬ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏହା ସହିତ ଜନସାଧାରଣଙ୍କୁ ସାମାଜିକ ଦୂରତା, ମାସ୍କ, ସାବୁନରେ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ନିମନ୍ତେ ସଚେତନ କରାଯାଇଥିଲା । ସଭାପତି ରଘୁନାଥ ଜେନା, ଉପସଭାପତି ପ୍ରେମାନନ୍ଦ ପଢ଼ିଆରୀ, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅବଧୂତ ନାୟକ, ନିତ୍ୟାନନ୍ଦ ପଢ଼ିଆରୀ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଷ୍ଣୁ ଚରଣ ତ୍ରିପାଠୀ, ଦ୍ବାରିକା ନାଥ ପଣ୍ଡା, ଇଶ୍ବର ଚନ୍ଦ୍ର ନନ୍ଦ, ବିଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।
ମୋରାଦାବାଦ : ଅନୈତିକ ସମ୍ପର୍କ କାରଣରୁ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି । ଜଣେ ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ କାରଣରୁ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ଏହି ଘଟଣାଟି ଉତ୍ତର ପ୍ରଦେଶର ମୋରାଦାବାଦରେ ଘଟିଛି । ମୋରାଦାବାଦ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହତ୍ୟା କରିଥିବା ମହିଳାଙ୍କ ନାମ ଶବାନା । ଶବାନାଙ୍କ ସ୍ବାମୀ ଦୀର୍ଘ ଦିନ ହେବ ଆଉ ଜଣେ ମହିଳାଙ୍କ ସହିତ ଲିଭ୍ ଇନ୍ରେ ରହୁଥିଲେ । ଏହି ଘଟଣାରେ ଉତ୍କ୍ଷିପ୍ତ ଶବନା ଉକ୍ତ ମହିଳାଙ୍କୁ ଗୁଳି କରିଥିଲେ । ଏହି ଘଟଣା ପରେ ଶବାନାଙ୍କୁ ଗିରଫ କରାଯାଇଥିବା ନେଇ ମୋରାଦାବାଦ ଏସ୍ଏସ୍ପି ଅମିତ ପାଠକ ସୂଚନା ଦେଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ରାଜ୍ୟରେ ପ୍ରଥମ ଆଇଏଏସ୍ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି । 1987 ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଫିସର ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିନିବେଶ ବିଭାଗରେ କାର୍ଯ୍ୟ କରୁଥିବା ତୁହିନଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 140 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 146 ଆକ୍ରାନ୍ତ ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟକା 3 ହଜାର ଅତିକ୍ରମ କରିଥିବା ବେଳେ ଅପରାହ୍ନରେ 140 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ 140 ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ 24 ଜଣ ଆକ୍ରାନ୍ତ ରହିଛନ୍ତି । ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମରୁ 22, ନୂଆପଡାରୁ 21, ଯାଜପୁରରୁ 11 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 11, ଜଗତସିଂହପୁର 11, ସୁନ୍ଦରଗଡରୁ 8, ବଲାଙ୍ଗୀର ଓ ଭଦ୍ରକରୁ 7 ଜଣ ଲେଖାଏଁ, ଢେଙ୍କାନାଳରୁ 5 ସୁସ୍ଥ, ବରଗଡ, କେନ୍ଦ୍ରାପଡା ଓ ସମ୍ବଲପୁରରୁ 3 ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 2133ରେ ପହଞ୍ଚିଛି ।
ନୂଆଦିଲ୍ଲୀ : କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଜ୍ୟୋତିରାଦିତ୍ୟଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଧବୀଙ୍କ ଠାରେ ଜ୍ବର ଏବଂ ତଣ୍ଟି ଦରଜର ଲକ୍ଷଣ ଦେଖା ଦେଇଥିଲା । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନମୂନାର ରିପୋର୍ଟ ଆସିବା ବାକି ରହିଛି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କୁ ରହିବା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। କେତେକ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ହରକତ ତ ଆଉ କେଉଁଠି ଅନ୍ତେବାସୀଙ୍କୁ ମାଡମାରିବା ଭିଡିଓ ଭାଇରାଲ ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ମାତ୍ର ଆମେ ଏମିତି ଏକ ସଙ୍ଗରୋଧ କେନ୍ଦ୍ର କଥା ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯେଉଁଠି ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ପିଲାମାନଙ୍କର ଜନ୍ମଦିନ ପାଳନ ସହ କେନ୍ଦ୍ରରୁ ବିଦାୟ ବେଳେ ଅନ୍ତେବାସୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତର ଏ ହେଉଛି ଗାରିଆ ସଙ୍ଗରୋଧ କେନ୍ଦ୍ର।ଏହି ସଙ୍ଗରୋଧ କେନ୍ଦ୍ରରେ ରାଜ୍ୟ ବାହାରୁ ଆସିଥିବା ଏରସମା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରବାସୀ ଓଡ଼ିଆ ମାନଙ୍କୁ ରଖାଯାଇଛି। ରାଜ୍ୟର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଭିନ୍ନଭିନ୍ନ କଥାକୁ ନେଇ…

