Author: Samikhsya Bureau

କେଦାର ମିଶ୍ର ଭାରତରେ ଯେତେବେଳେ ଭ୍ରଷ୍ଟାଚାରର ଇତିହାସ ଲେଖାହେବ, ସେତେବେଳେ ୨୦୧୪ ମସିହାକୁ ଏକ ଲକ୍ଷ୍ମଣରେଖା ଭାବରେ ବିବେଚନା କରାଯିବ। ୨୦୧୪ ପୂର୍ବରୁ ଭ୍ରଷ୍ଟାଚାରର ଅଭିଯୋଗ ଆସିଲା ମାତ୍ରେ ସମ୍ପୃକ୍ତ ସରକାରଙ୍କୁ ଏଥିଲାଗି ଦାୟୀ କରା ଯାଉଥିଲା। ଅନେକ ସମୟରେ ଅଭିଯୋଗ ଆସିବା କ୍ଷଣି ମନ୍ତ୍ରୀମାନେ ଇସ୍ତଫା ଦେଉଥିଲେ। ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିଯୋଗ ଆଧାରରେ ଇସ୍ତଫା ଦେଇଛନ୍ତି କିମ୍ବା ସେମାନଙ୍କୁ ଦଳର ହାଇକମାଣ୍ଡ ବିଦା କରିଛନ୍ତି। ୯୯% ଅଭିଯୋଗ ଅଦାଲତରେ ପ୍ରମାଣିତ ହୋଇପାରି ନାହିଁ। ଅଭିଯୁକ୍ତମାନେ ଛାଡ ପାଇଛନ୍ତି, ହେଲେ ଭ୍ରଷ୍ଟାଚାରକୁ ନେଇ ଲୋକଙ୍କ ମନରେ ଯେଉଁ ଛାପ ତିଆରି ହୋଇଛି, ତାହା ଦୂର ହୋଇନାହିଁ। ଏ ପ୍ରସଙ୍ଗରେ ଦୁଇଟି ବଡ ଉଦାହରଣ ହେଉଛି ଅଶି ଦଶକର ବୋଫୋର୍ସ ଏବଂ ଏହି ଦଶକର ୨-ଜି ଘୋଟାଲା। ଏହି ଦୁଇଟି ଯାକ ମାମଲାରେ କଂଗ୍ରେସ ସରକାର ଅପଦସ୍ତ ହୋଇଥିଲେ। ଏହି ଅଭିଯୋଗ ଆଧାରରେ ସରକାର ଲୋକପ୍ରିୟତା ହରାଇଥିଲେ। ହେଲେ ଅଦାଲତରେ ଏହି…

Read More

Amritsar: A municipal worker sprays disinfectant at Gufa Wala Mandir in Delhi’s Preet Vihar as it gears up to reopen for devotees from tomorrow as part of Unlock 1.0 or phased relaxation during the fifth phase of the nationwide lockdown imposed to mitigate the spread of coronavirus, on June 7, 2020. (Photo: IANS)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଇନଜୀବୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଆଇନଜୀବୀ ଲଳିତ ମଙ୍ଗରାଜ ନିର୍ମାଣ ଶ୍ରମିକଙ୍କ ପାଇଁ ଖାଇବା ନେଇ ଯାଉଥିବା ବେଳେ ତହସିଲଦାର ସିପକ ପାତ୍ର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଶ୍ରୀ ମଙ୍ଗରାଜ ଏବଂ ତାଙ୍କର କିଛି ଆଇନଜୀବୀ ବନ୍ଧୁ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଆଇନଜୀବୀଙ୍କ ଅଭିଯୋଗମ ଅନୁଯାୟୀ ସେ, ହେଲମେଟ ଏବଂ ମାସ୍କ ପିନ୍ଧି ନିର୍ମାଣ ଶ୍ରମିକଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ତହସିଲଦାରଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ରହିଥିବା ସତ୍ତ୍ବେ ତହସିଲ୍‌ଦାର ତାଙ୍କ ନିକଟରୁ 500 ଟଙ୍କାର ଜରିମାନା ଆଦାୟ କରିଥିଲେ । ଏହି କାଗଜ ପତ୍ର ଆପଣ କୋର୍ଟରେ ଦେଖାଇବେ ବୋଲି ତହସିଲଦାର କହିଥିଲେ । ଏହି ଘଟଣା ପରେ ଓକିଲଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟ ଦେଖିବାକୁ ମିଳିଲାଣି । ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉକ୍ତ ଅଂଚଳଗୁଡ଼ିକୁ ନିଜ ଅକ୍ତିଆରରେ ନେଇଛି । ଗୋଷ୍ଠୀ ସଂକ୍ରମଣର ଭୟ ଥିବା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତର ୧୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଓ ୨୨ ଟି ଗ୍ରାମକୁ ବଫର ଜୋନ୍ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି । ବାଦପଲ୍ଲୀ ପଂଚାୟତରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଘୋଡ଼ାପଡ଼ା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ସାନବଳ, ନୂଆପଲ୍ଲୀ, ଛକାସିଂ, ଦେବୀଝର ପ୍ରଭୃତି ୯ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଏହି ପଞ୍ଚାୟତର ମରେଇ ନୂଆଗାଁ, ନଲସିଙ୍ଗ, ଖାସୁଲା, ସୋରିଷପାଟଗଞ୍ଜର,…

Read More

ମୁମ୍ବାଇ : ଜିଓରେ 5600 କୋଟି ଟଙ୍କା ନିବେଶ କରିବାକୁ ଯାଉଛି ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟୀ (ଏଡିଆଇଏ) । ଏଡିଆଇଏ ଜିଓରେ 5683.50 କୋଟି ଟଙ୍କା ନିବେଶ କରିବାକୁ ଯାଉଛି । ଏହି ନିବେଶ ନେଇ ରବିବାର ଜିଓ ପକ୍ଷରୁ ଘୋଷଣା କରାଯାଇଛି । ଏହି ନିବେଶ ସହିତ ଏଡିଆଇଏ ଜିଓରେ 1.16 ପ୍ରତିଶତର ଅଂଶଧନ ଅଧିଗ୍ରହଣ କରିଛି । ଏହି ନିବେଶ ସହିତ ଜିଓର ସମୁଦାୟ ନିବେଶ 97,885.65 କୋଟି ଟଙ୍କାରେ ପହଞ୍ଚିଛି । ଜିଓରେ ନିବେଶ କରିଥିବା କମ୍ପାନୀ ଗୁଡିକ ମଧ୍ୟରେ ଫେସ୍‌ବୁକ୍‌, ସିଲ୍ଭର୍‌ ଲେକ୍‌, ଭିଷ୍ଟା ଇକ୍ବିଟି ଏବଂ ଜେନେରାଲ୍‌ ଆଟଲାଣ୍ଟିକ୍‌, କେକେଆର ଏବଂ ମୁବାଦଲା ଅନ୍ତର୍ଭୁକ୍ତ । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନାକୁ ନେଇ ଏବେବି ରହିଛି ସାମାଜିକ କଟକଣା। ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ଅନେକ ସାମଜିକ କଟକଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି କୋଟବିଦ୍ୟାଧରପୁର ଗ୍ରାମ। କରୋନାରୁ ସୁସ୍ଥ ହୋଇଥିବା ଦୁଇ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ୍‌ଏସିର କୋଟବିଦ୍ୟାଧରପୁର ଗ୍ରାମରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ଦୁଇ ସ୍ବାସ୍ଥ୍ୟ କର୍ମୀ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମର୍ଥନ ପ୍ରଦାନ କରାଯାଇଛି। ଗ୍ରାମବାସୀଙ୍କ ଏହି ପଦକ୍ଷେପ ଉକ୍ତ ଅଞ୍ଚଳରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ବାଣପୁର ସରକାରୀ ଡାକ୍ତରଖାନାର ଦୁଇ ଜଣ ସ୍ବାସ୍ଥ୍ୟକର୍ମୀ ଗତ ୨୯ ମେରେ କୋଭିଡ ପଜ଼ିଟିଭ ହେବା ପରେ ସେମାନଙ୍କୁ ଭୁବନେଶ୍ଵରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ସଂପୂର୍ଣ କୋଟବିଦ୍ୟାଧରପୁର ଗ୍ରାମ ଓ କଲେଜ…

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ହିଞ୍ଜିଳିକାଟୁ : ସାରା ବିଶ୍ବରେ କରୋନା ମହାମାରୀ ସଂପୂର୍ଣ୍ଣ ଜୀବନଜୀବିକାକୁ ପ୍ରଭାବିତ କରିଦେଇଛି । ଯାହା ଫଳରେ ମଣିଷର ଦୈନନ୍ଦିନ କାର୍ଯ୍ୟ ଶୈଳୀରେ ବେଶ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକି ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ କୁମାର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚିତ୍ର ଅଭିଳାଷ ଜାତୀୟ ସ୍ତରର ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି । ଏହି ଚଳଚିତ୍ରଟି ପଶ୍ଚିମବଙ୍ଗର ଲକଡାଉନ ଅନଲାଇନ ଫିଲ୍ମ ଫେଷ୍ଟିଭଲ କମିଟି ଦ୍ୱାରା ମନୋନୀତ ହୋଇ ଜାତୀୟସ୍ତର ଚଳଚିତ୍ର ମହୋତ୍ସବକୁ ମନୋନୀତ ହୋଇଛି । ନୃତ୍ୟମ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସ ଏହି ଡକ୍ୟୁମେଣ୍ଟାରୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କ୍ୟାମେରାମେନ ଟି. ଶ୍ରୀନିବାସ ଦାସ,ରବି ସାହୁ ଓ ଗୋପାଳ ମହାନ୍ତି ଏହି ଚଳଚିତ୍ରକୁ ଖୁବ ନିଖୁଣ ଭାବରେ ଚିତ୍ରତ୍ତୋଳନ କରି ବିଚାରକ ମଣ୍ଡଳୀକୁ ଆକୃଷ୍ଟ କରିଛନ୍ତି । ଏହି ଚଳଚିତ୍ରର ନିର୍ମାଣରେ ରଂଜନ କୁମାର ସାହୁ ସହ ନିର୍ଦ୍ଦେଶନା…

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷା ବଳଙ୍କ ସହିତ ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା । ସୋପିଆଁର ରେବାନ୍‌ରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଥିବା ବେଳେ 5 ଜଣ ଆତଙ୍କୀ ନିପାତ ହୋଇଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ସାମସଙ୍ଗ ପକ୍ଷରୁ ଏକ ନୂତନ ଫୋନ୍‌ ଲଞ୍ଚ କରିବା ନେଇ ଘୋଷଣା କରାଯାଇଛି । ରବିବାର କୋରିଆନ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ନୂତନ ଫୋନ୍‌ ଲଞ୍ଚ ନେଇ ଘୋଷଣା କରିଛି । ଆସନ୍ତା କାଲି କମ୍ପାନୀ ପକ୍ଷରୁ ଗାଲାକ୍ସି ସିରିଜ୍‌ର ଟାବ୍‌ ଏସ୍‌6 ଲାଇଟ୍‌ର ଲଞ୍ଚ ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବରୁ ଚୀନ୍‌ରେ ଏହି ମଡେଲ ଲଞ୍ଚ ହୋଇ ସାରିଥିବା ବେଳେ ଭାରତୀୟ ବଜାରରେ ଏହି ଫୋନ୍‌ର ମୂଲ୍ୟ 30 ହଜାର ଟଙ୍କା ମଧ୍ୟରେ ରହିବ । ଏହି ଟାବ୍ଲେଟ୍‌ରେ ଓ୍ବିଣ୍ଡୋଜ୍‌ 10 ରହିଥିବା ବେଳେ ସ୍କ୍ରିନ୍‌ ସାଇଜ୍‌ 10.4 ଇଞ୍ଚ ରହିଛି । 4 ଜିବି ରାମ୍‌ ଏବଂ 64/128 ଜିବି ରମ୍‌ ରହିଥିବା ଏହି ଫୋନ୍‌ରେ 7040 ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି । ପ୍ରଥମ ଥର ପାଇଁ ଏହି ଫୋନ୍‌ରେ 1 ଟେରାବାଇଟ୍‌(1024 ଜିବି)ର ମେମୋରୀ କାର୍ଡ ପଡିବାର ସୁବିଧା ରହିଛି ।…

Read More

ବେଙ୍ଗାଲୁରୁ : ମାତ୍ର 39 ବର୍ଷ ବୟସରେ କନ୍ନଡ ଅଭିନେତା ଚିରଞ୍ଜିବୀ ସାରଜାଙ୍କ ପରଲୋକ ହୋଇଛି । କନ୍ନଡ ସିନେମା ଜଗତର ପ୍ରତିଭାବନ ଅଭିନେତା ସାରଜା ରବିବାର ହୃଦଘାତରେ ପରଲୋକ ହୋଇଛି । ଶ୍ବାସକ୍ରୀୟାରେ ସମସ୍ୟା କାରଣରୁ ବେଙ୍ଗାଲୁରୁର ଜୟନଗରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ପାଖାପାଖି 25ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାରଜାଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣା ପରେ ଏକାଧିକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି । ଅଭିନେତ୍ରୀ ପ୍ରିୟାମଣି, ରଶ୍ମିକା ମନ୍ଦାନା, ବିଳାଶ ନାୟକ ଏବଂ କ୍ରିକେଟର ଅନୀଲ କୁମ୍ବଲେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସାରଜାଙ୍କ ଅଭିନୀତ ଶିବାର୍ଜୁନ ମାର୍ଚ୍ଚ 12 ତାରିଖରେ ରିଲିଜ୍‌ ହୋଇଥିଲା । ଚିରଞ୍ଜିବୀଙ୍କ ବ୍ୟତିତ ତାଙ୍କ ଦାଦା ଅର୍ଜୁନ୍‌ ସାରଜା ଏବଂ ଭାଇ ଧ୍ରୁବ ସାରଜା ମଧ୍ୟ ସିନେମା ଜଗତ ସହିତ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ଅଜୟ ମାକେନ୍‌ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କ ଜୀବନ ସହିତ କେଜ୍ରିଓ୍ବାଲ ଖେଳୁଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଦିଲ୍ଳୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ଟେଷ୍ଟିଂ କମ୍‌ କରି ଦିଆଯାଇଛି । ବର୍ତ୍ତମାନ ଦୈନିକ 4000 ଟେଷ୍ଟିଂ କରାଯାଉଥିବା ବେଳେ ପୂର୍ବରୁ 29 ମେ ରେ ସର୍ବାଧିକ 7649 ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ସରକାର ବିଜ୍ଞାପନରେ ବିପୁଳ ଖର୍ଚ୍ଚ କରୁଥିବା ବେଳେ ହସ୍ପିଟାଲରେ ଜାଗା ନପାଇ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 27564 ରହିଛି । (ଏଜେନ୍ସି)

Read More

ମୁମ୍ବାଇ : ପ୍ରବାସୀ ଶ୍ରମିକଙ୍କ ଘରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କୁ ଶିବସେନା ପକ୍ଷରୁ ସମାଲୋଚନା କରାଯାଇଛି । ଶିବସେନାର ମୁଖପତ୍ର ସାମ୍‌ନାରେ ସଞ୍ଜୟ ରାଉତ ସୋନୁଙ୍କୁ ସମାଲୋଚନା କରିଛନ୍ତି । ସୋନୁ ଜଣେ ଭଲ ଅଭିନେତା ଏବଂ ବର୍ତ୍ତମାନ ସେ କରୁଥିବା କାମ ମଧ୍ୟ ପ୍ରଶଂସନୀୟ ମାତ୍ର ଏହା ପଛରେ ଏକ ରାଜନୈତିକ ଅଭିସନ୍ଧି ରହିଥିବା ନଜର ଆସୁଛି ବୋଲି ସଞ୍ଜୟ ଲେଖିଛନ୍ତି । ଲକ୍‌ଡାଉନ୍‌ ସମୟରେ ସୋନୁ ମହାତ୍ମା ନାମକ ଜନୈକ ମହାନ ବ୍ୟକ୍ତି ସାଧାରଣ ଜନତାଙ୍କ ସହାୟତା ପାଇଁ ଆସିଗଲେ ବୋଲି କଟାକ୍ଷ କରିଛନ୍ତି ସଞ୍ଜୟ । ତେବେ ଶିବସେନାର ଏହି ପ୍ରୟାସକୁ ସୋସିଆଲ୍‌ ମିଡିଆରେ ସମାଲୋଚନା କରାଯାଇଛି । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ : ମଦ କାରଣରରୁ ଅନେକ ସ୍ଥାନରେ ସାମାଜିକ ବିଶୃଙ୍ଖଳା ଦେଖା ଦେଉଛି ତ କେଉଁଠି ପାରିବାରିକ ଝଗଡା । ଏପରି ଏକ ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେଢାଖୋଲରେ । ରେଢାଖୋଲର ଲୁହାପଙ୍କ ଗ୍ରାମରେ ଏକ ଅଭବାନୀୟ ଘଟଣା ଘଟିଛି । ମଦ ନିଶାରେ ଚୁର ପୁଅ ନିଜ ଘରେ ନିଆଁ ଲଗାଇ କେଉଁ ଆଡେ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମରେ । ଶନିବାର ସନ୍ଧ୍ୟାରେ ଗ୍ରାମର ବଲ୍ଲଭ ପ୍ରଧାନଙ୍କ ପୁଅ ବନ୍ଧୁଆ ପ୍ରଧାନ (୩୩) ଅତ୍ୟଧିକ ମଦ୍ୟପାନ କରି ବାପା ମାଙ୍କୁ ଗାଳି ଗୁଲଜ ଦେବା ସହ , ଘରେ ନିଆଁ ଲଗାଇ ସେଠାରୁ ଫେରାର ହୋଇଯାଇଛି । ଘରେ ନିଆଁ ଲାଗିବା ପରେ ସୌଭାଗ୍ୟ ବଶତଃ ବାପା ମା ଘର ଭିତରୁ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ ।…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 178 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 178 ଜଣ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1894ରେ ପହଞ୍ଚିଛି । ଆଜି ସକାଳୁ 75 ଜଣ ଆକ୍ରାନ୍ତ ହୋଇଥିବା ବେଳେ 178 ଜଣ ସୁସ୍ଥ ହେବା ରାଜ୍ୟ ପାଇଁ ଖୁସି ଖବର । ଏହା ସହିତ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 39 ଜଣ ଆକ୍ରାନ୍ତ ରହିଥିବା ବେଳେ ଗଜପତିରୁ 23 ଜଣ ଆକ୍ରାନ୍ତ ରହିଛନ୍ତି । ନୂଆପଡାରୁ 22, ଭଦ୍ରକରୁ 17, ନୟାଗଡରୁ 15, ଗଞ୍ଜାମରୁ 14, କେନ୍ଦ୍ରାପଡାରୁ 10 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ ଓ କନ୍ଧମାଳରୁ 9 ଜଣ ଲେଖାଏଁ, ସୁନ୍ଦରଗଡରୁ 6 ବାଲେଶ୍ବରରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି ।…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ଦେଶବ୍ୟାପୀ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରବିବାର ଏହି ଘୋଷଣା କରିଛନ୍ତି । ଅଗଷ୍ଟ ମାସ ପରେ ସ୍କୁଲ ଏବଂ କଲେଜ ଗୁଡିକ ସମ୍ପୂର୍ଣ୍ଣ ଭାବରେ ଖୋଲିବାକୁ ଯାଉଛି । ଜୁଲାଇ ପରଠାରୁ 33 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଆରମ୍ଭ ହେବାକୁ ଯାଉଛି । ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ଆସିବା ଉପରେ କଟକଣା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ 16 ତାରିଖରୁ ସ୍କୁଲ ବନ୍ଦ କରାଯାଇଥିବା ବେଳେ 33 କୋଟି ଛାତ୍ରଛାତ୍ରୀ ପାଠପଢା ଅପେକ୍ଷାରେ ରହିଛନ୍ତି । ସେହିପରି ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ ମାନଙ୍କରେ ସାମାଜିକ ଦୂରତ୍ବ ପାଳନ କରି ଜୁଲାଇ ପରଠୁ ପାଠପଢା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି…

Read More

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଆଜି ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ହୋଇଥିବା ଭିଡିଓ କନଫରେନ୍ସିଂରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ପ୍ରସ୍ତାବରେ ମୋହର ମରାଯାଇଛି। ଏହି ବୈଠକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ଗୋଟିଏ ମାତ୍ର ପ୍ରସ୍ତାବ ପାରିତ ହୋଇଛି। ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସାଢ ଚାରିକୋଟି ଓଡ଼ିଆଙ୍କ ପାଇଁ ଆଜି ଐତିହାସିକ ଦିବସ। ଓଡ଼ିଆ ଜାତିର ବହୁ ଦିନର ଦାବି ଆଜି ପୂରଣ ହୋଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ  ରଚିତ ସମ୍ପୂର୍ଣ୍ଣ ବନ୍ଦେ ଉତ୍କଳ ଜନନୀକୁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ୧୧ ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ୪୮ ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡ଼ା ପଞ୍ଚାୟତରେ ମତ୍ସ୍ୟଜୀବୀମାନେ ଏହି ନିୟମ ମାନୁ ନଥିବା ଦେଖିବାକୁ ମିଳିଛି। ଏପରିକି ମତ୍ସ୍ୟଜୀବୀମାନେ ମାଛ ଧରି ଆଣି କୂଳରେ ବ୍ୟବସାୟ କରୁ ଥିବା ବେଳେ ସାଧାରଣ ଖାଉଟି ଓ ମାଛ ବ୍ୟବସାୟୀଙ୍କର ଭିଡ଼ ଦେଖିବାକୁ ମିଳିଛି। ଏଠାରେ ମତ୍ସ୍ୟଜୀବୀ ସରକାରଙ୍କ ଘୋଷଣାକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ମଧ୍ୟ ଏଠାରେ ଭିଡ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତାକୁ ଉଲ୍ଲଂଘନ କରି ଏଠାରେ ବେପାର ଚାଲିଥିବାର ଦେଖାଯାଇଥିଲା। ଏଠାରେ ମତ୍ସ୍ୟଜୀବୀ, ମାଛ ବେପାରୀ…

Read More

ନୋଏଡା: ଉତ୍ତରପ୍ରଦେଶରରେ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ୮ ମାସ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା ନ ମିଳିବାରୁ ସେ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ  ଶେଷରେ ଆମ୍ବୁଲାନ୍ସ ଭିତରେ ତାଙ୍କର ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ଅନୁସାରେ ନୋଏଡାରେ ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଛି।  ବହୁ ସମୟ ଧରି ସେ ଗୋଟେ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲର ଚକ୍କର କାଟିଥିବାବେଳେ ଆମ୍ବୁଲାନ୍ସ ଭିତରେ ତାଙ୍କର ମୃତ୍ୟୁ ହୋଇଛି। ନୋଏଡାର ସରକାରୀ ହସ୍ପିଟାଲ ଓ ଘରୋଇ ହସ୍ପିଟାଲଗୁଡିକ ମହିଳାଙ୍କ ଚିକିତ୍ସା ଲାଗି ମନା କରିଥିବାବେଳେ ମହିଳାଙ୍କର ଆମ୍ବୁଲାନ୍ସରେ ହିଁ ଜୀବନ ଚାଲିଯାଇଛି। ମହିଳା ଜଣକ ଗାଜିଆବାଦ ବାସିନ୍ଦା ହୋଇଥିବାବେଳେ ସେ ନିଃଶ୍ବାସ ନେବା ପାଇଁ କଷ୍ଟ ଅନୁଭବ କରୁଥିଲେ। ସେ ପ୍ରଥମେ ଇଏସ୍‌ଆଇ ହସ୍ପିଟାଲ ଯାଇଥିଲେ। ଏହି ହସ୍ପିଟାଲ ତାଙ୍କୁ ଜିଲ୍ଲା ହସ୍ପିଟାଲ ରେଫର୍‌ କରିଥିଲେ। ପରେ ଜିଲ୍ଲା ହସ୍ପିଟାଲରୁ ଶାରଦା ହସ୍ପିଟାଲକୁ ଯାଇଥିଲେ।…

Read More