Author: Samikhsya Bureau

ଭୁବନେଶ୍ବର : ଭୁବନେଶ୍ବରର ଚିହ୍ନଟ 2 ଆକ୍ରାନ୍ତ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ପଟିଆର ଗୋଟିଏ ପରିବାରର ଏହି ଦୁହେଁ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 8 ବର୍ଷୀୟ ଝିଅ ରହିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି । ଦୁହେଁ ଗୋଟିଏ ପରିବାରର ବୋଲି ଜଣାପଡିଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି । ଦୁହେଁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ, ଦିଲ୍ଳୀରୁ ଫେରିଥିଲେ ବୋଲି ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 88କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ଆକ୍ଟିଭ୍‌ କେସ୍‌ 34 ଥିବାବେଳେ ସୁସ୍ଥ ହୋଇଛନ୍ତି 51 ଓ ମୃତ୍ୟୁବରଣ କରିଛନ୍ତି ତିନି ଜଣ ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁରର ଆଜି ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଦୁହେଁ ବାହାର ରାଜ୍ୟ ଫେରନ୍ତା ହୋଇଥିବାବେଳେ ଟିଏମ୍‌ସିରେ ରହିଥିଲେ ବୋଲି ସୂଚନା ରହିଛି। ଆଜି ଜଗତସିଂହପୁର ଜିଲ୍ଲାରୁ ବାହାରିଥିବା ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ଏରସମା ବ୍ଲକର ଅନ୍ୟଜଣେ କୁଜଙ୍ଗ ବ୍ଲକର ବୋଲି ସୂଚନା ରହିଛି। ଉକ୍ତ ୨ଜଣ ଆକ୍ରାନ୍ତ ଗୁଜୁରାଟ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନୂତନ ଦୁଇ ଆକ୍ରାନ୍ତଙ୍କ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ହୋଇଛି। ସେହିପରି ଜିଲ୍ଲାରେ ୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହେଲେଣି ୪୯ଜଣ।

Read More

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର 18 ଆକ୍ରାନ୍ତଙ୍କ ତଥ୍ୟ ଦେଲେ ଜିଲ୍ଲାପାଳ । 18 ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପୁରୁଷ ଥିବାବେଳେ ତିନି ଜଣ ମହିଳା ଥିଲେ । ରାଉରକେଲା ସରକାରୀ ହସ୍ପିଟାଲର 2 ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ରିପୋର୍ଟ ପଜିଟିଭ୍‌ ମିଳବା ପରେ ଦୁଇ ଡାକ୍ତର କ୍ବାରେଣ୍ଟିନ୍‌ରେ ରହିଛନ୍ତି। କରୋନା ଚିହ୍ନଟ ପରେ ହସ୍ପିଟାଲ ସାନିଟାଇଜ୍‌ କାର୍ଯ୍ୟ କରାଯାଇଛି । ରାଉରକେଲା ସ୍ପେଶାଲ୍‌ ଜେଲ୍‌ କ୍ବାରେଣ୍ଟିନ୍‌ କେନ୍ଦ୍ରର 6 ଅନ୍ତେବାସୀ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ରାଜ୍ୟରେ ଆଜି 75 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି ।

Read More

ଭୁବନେଶ୍ବର : ଆଜି 16ଟି ଜିଲ୍ଲାରୁ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ଚତୁର୍ଥ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି । ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ 18 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 7, କଟକ ଓ ବଲାଙ୍ଗିରରୁ 5, ନୟାଗଡରୁ 4 ଜଣ ଚିହ୍ନଟ ହୋଇଛନ୍ତି । ସୋନପୁର ଓ କେନ୍ଦ୍ରାପଡାରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କୋରାପୁଟରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର, ଗଞ୍ଜାମ, ପୁରୀ, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 598 396 198…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ଆଉଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ମୃତକଙ୍କ ବୟସ 55 ବର୍ଷ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ଜନିତ ଏହା ହେଉଛି ଚତୁର୍ଥ ମୃତ୍ୟୁ । ପୂର୍ବରୁ ରାଜ୍ୟରେ କରୋନା ଯୋଗୁଁ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି । ଏହି ନୂତନ ଆକାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ 18ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 7ଜଣ ଚିହ୍ନଟ ହୋଇଛନ୍ତି ।  ବଲାଙ୍ଗିର ଓ କଟକରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୋନପୁର, କେନ୍ଦ୍ରାପଡାରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ଚାରିଜଣ ଚିହ୍ନଟ ହୋଇଛନ୍ତି ।  ଢେଙ୍କାନାଳ, କୋରାପୁଟରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ପୁରୀ, ନୂଆପଡା, କେଉଁଝର, ଗଞ୍ଜାମ ଆଦିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ  ହୋଇଥିବା 75 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ 72 ଜଣ ଚିହ୍ନଟ ହୋଇଥିବାବେଳେ ତିନୋଟି ଲୋକାଲ୍‌ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ…

Read More

ନୂଆଦିଲ୍ଲୀ : ଭାରତରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ଗତ 24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ 9,971ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 287ଜଣ ଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସେହିପରି ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 46 ହଜାର628କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା  6,929ରେ ପହଞ୍ଚିଛି ।  ଦେଶରେ 1ଲକ୍ଷ 20 ହଜାର 406ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 19 ହଜାର 293ଜଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 82,968ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2,969କୁ ବୃଦ୍ଧି ହୋଇଛି । ସେହିପରି ଗୁଜୁରାଟରେ 1,219ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 271ଜଣ, ମଧ୍ୟପ୍ରଦେଶରେ 399, ପଶ୍ଚିମବଙ୍ଗରେ 383, ଉତ୍ତରପ୍ରଦେଶ 257, ତାମିଲନାଡୁରେ 251, ରାଜସ୍ଥାନରେ 231,…

Read More

କେଦାର ମିଶ୍ର କରୋନା ଭୂତାଣୁର ମାରକ ଗୁଣ ନାହିଁ ବୋଲି ଆମେ କହିପାରିବା ନାହିଁ। ହେଲେ ଅନ୍ୟାନ୍ୟ  ମହାମାରୀ ତୁଳନାରେ ଏହାର ମାରକ ଗୁଣ ନିଶ୍ଚିତ ଭାବରେ କମ। ଯଦିଓ ଏହି ଭୂତାଣୁର ନିରାକରଣ ଲାଗି କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଟୀକା ଏଯାଏ ବାହାରି ନାହିଁ, ତଥାପି ଏଥିରୁ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ସାରା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସନ୍ଧ୍ୟା ସୁଦ୍ଧା ୬୮, ୭୯,୫୦୨ ଥିବା ବେଳେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଥିଲା ୩୩,୭୧, ୨୧୯ ଓ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୩, ୯୮,୭୩୭। ଏଥିରୁ ସ୍ପଷ୍ଟ ଯେ ପ୍ରାୟ ୫୦ ଭାଗ ଲୋକ ଆରୋଗ୍ୟ ଲାଭ କରି ସାରିଲେଣି। ମୋଟ ଆକ୍ରାନ୍ତ ୩୧, ୦୯, ୫୪୬ ଙ୍କ ଭିତରୁ ବର୍ତ୍ତମାନ ମାତ୍ର ୨% ଲୋକ ଭେଣ୍ଟିଲେଟରରେ ରହିଛନ୍ତି। ବାକି ୩୦ ଲକ୍ଷ ୫୫ ହଜାର…

Read More

ପଶ୍ଚିମବଙ୍ଗ : ଭୋକ ଆଗରେ ବଳି ପଡିଲା ମାତୃତ୍ବ ଆଉ ମମତା । କରୋନା ମହାମାରୀ ସହ ଲଢେଇ ପାଇଁ ଭାରତରେ ଲକ୍‌ ଡାଉନ୍‌ ଜାରି ରହିଛି । ରୋଗ ସଂକ୍ରମଣରୁ ରକ୍ଷା ପାଇଁ ସାରା ଭାରତରେ ଗୋଟାଏ ପରେ ଗୋଟାଏ ହୋଇ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏହା ମଧ୍ୟରେ ଭୋକ ବନାମ ଜୀବନର ସଂଘର୍ଷ ଦେଖିବାକୁ ମିଳୁଛି । ରୋଗ ଦାଉରୁ ମଣିଷକୁ ବଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ଭୋକ କଷ୍ଟରୁ ମଣିଷକୁ ବଞ୍ଚାଇବା ସହଜ ହୋଇପାରୁନାହିଁ । ପେଟ ଭୋକ ପାଇଁ ଜଣେ ମା’ ତା’ ମାତୃତ୍ବର ମଧ୍ୟ ବଳି ଚଢାଉ ଦେଉଛି । ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀ ପୁର ଅଞ୍ଚଳରୁ । ମାତ୍ର ଅଢେଇ ମାସର ଶିଶୁ କନ୍ୟାକୁ ତା’ର ପିତାମାତା ମାତ୍ର ତିନି ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଶିଶୁ କନ୍ୟାଟିର…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରବାସୀଙ୍କ ସରକାରୀ କ୍ୱାରେଣ୍ଟିନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଠାରେ 7ଦିନ ବଦଳରେ 14 ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଜିଲ୍ଲାର ସବୁ ବ୍ଲକ୍‌ର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଟିଏମ୍‌ସିରେ 7 ଦିନ ରହି ଘରକୁ ଯିବା ପରେ ପଜିଟିଭ୍‌ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ଏହାସହ ଗ୍ରାମାଞ୍ଚଳରେ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ। ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାରୀ କ୍ୱାରେଣ୍ଟିନ୍‌ ସମୟ ସୀମା ୭ ଦିନରୁ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି। ତୁରନ୍ତ କ୍ବାରେଣ୍ଟିନ୍‌ ବୃଦ୍ଧି ସମୟ ଲାଗୁ ନେଇ ବିଡିଓମାନଙ୍କୁ ଜିଲ୍ଲାପାଳ ଚିଠି ଦେଇଛନ୍ତି । ସେହିପରି 14 ଦିନ କ୍ବାରେଣ୍ଟିନ୍‌ ପରେ 7 ଦିନ ଯାଏଁ ମଧ୍ୟ ଘରେ ସର୍ଭେଲାନ୍ସରେ ରହିବେ…

Read More

ବାରିପଦା : ରାଜ୍ୟରେ ହାତୀ ଉପଦ୍ରବ ଦେଖାଦେଇଛି । ନିକଟରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ତିନିରୁ ଉର୍ଦ୍ଧ୍ବ ଜୀବନ ନେଇଥିବାବେଳେ ଆଜି ପୁଣି ଏକ ବୃଦ୍ଧଙ୍କୁ ଦଳି ମାରିଛି ହାତୀ। ମିଳିଥିବା ସୂଚନା ଅନୁସାରେ ରାସଗୋବିନ୍ଦପୁର ରେଞ୍ଜ କୁକୁଡାଖଣ୍ଡି ଗାଁରେ ହାତୀ ଆକ୍ରମଣ କରିଛି । ଶୌଚ ହେବାକୁ ଯିବାବେଳେ ବୃଦ୍ଧଙ୍କୁ ହାତୀ ଦଳି ମାରିଦେଇଥିବାର ସୂଚନା ରହିଛି । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

Read More

କରାଚୀ/ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ପାକ୍‌ ଟିଭି ଆଙ୍କର ଅଲୀ ସଲିମ୍‌/ ବେଗମ ନଓ୍ବାଜିସ୍‌ । ଆମେରିକୀୟ ବ୍ଲଗର୍‌ ସିନ୍ଥିଆ ଡନ୍‌ ରିଚିଙ୍କ ସହିତ ଇମ୍ରାନ୍‌ ଶାରିରୀକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ ବୋଲି ସଲିମ୍‌ ଅଭିଯୋଗ କରିଛନ୍ତି । ସିନ୍ଥିଆ ତାଙ୍କୁ ଏହା ଜଣାଇଥିବା ନେଇ ସଲିମ୍‌ ପ୍ରକାଶ କରିଛନ୍ତି । ଉଭୟ ଇମ୍ରାନ୍‌ ଏବଂ ସିନ୍ଥିଆ ପୂର୍ବରୁ ଘନିଷ୍ଠ ଥିଲେ ଏବଂ ଇମ୍ରାନ୍‌ ସିନ୍ଥିଆଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବାର ପ୍ରୟାସ କରୁଥିଲେ ବୋଲି ଅଲୀ ସଲିମ୍‌ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ ବ୍ଲଗର୍‌ ସିନ୍ଥିଆ ଡନ୍‌ ରିଚି ଗତକାଲି ନିଜ ଫେସ୍‌ବୁକ୍‌ ଲାଇଭ୍‌ରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପାକିସ୍ତାନର ରାଷ୍ଟ୍ରପତି ଭବନରେ ଗୃହମନ୍ତ୍ରୀ ରହମାନ୍‌ ମଲିକ୍‌ ତାଙ୍କର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସିନ୍ଥିଆ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍‌ ରାଜା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରଗାରରେ କରୋନା ସଂକ୍ରମିତ ଦୁଇ କଏଦୀକୁ ନେଇ ବର୍ତ୍ତମାନ ବ୍ରହ୍ମପୁର ମଣ୍ଡଳ କାରଗାର ସହ ଜରଡ଼ା ଥାନା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଘଟଣାରୁ ପ୍ରକାଶ ଜରଡ଼ା ଥାନା ପୋଲରାଜପୁର ଗ୍ରାମରେ ଏକ ହତ୍ୟା ମାମଲା ନେଇ ଗତ 3 ତାରିଖରେ ଅଭିଯୋଗ ହୋଇଥିଲା । ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରି ମେଡ଼ିକାଲ୍ ପରୀକ୍ଷଣ ପାଇଁ ପଠାଇଥିଲା । ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯିବା ପରେ ଦୁହିଁଙ୍କୁ ମଣ୍ଡଳ କାରଗାରକୁ ବିଚାରଧୀନ ବନ୍ଦୀ ହିସାବରେ ପଠାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଜେଲ୍ ପରିସରରେ ଏବଂ ଜରଡ଼ା ଥାନାରେ ଆତଙ୍କ ଖେଳିଯାଇଛି । ଏନେଇ ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବାରୁ ସଂକ୍ରମଣର କୌଣସି ଆଶଙ୍କା ନାହିଁ । ଏପଟେ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି…

Read More

ନୂଆଦିଲ୍ଲୀ : ନୋଇଡାରେ ଜଣେ ଗର୍ଭବତୀ ଆମ୍ବୁଲାନ୍ସରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 8 ମାସର ଗର୍ଭବତୀ ମହିଳା ଜଣଙ୍କ ଦୀର୍ଘ 13 ଘଣ୍ଟା ଧରି ଆମ୍ବୁଲାନ୍ସରେ ଯାତ୍ରା କରିବା ପରେ ଶେଷରେ ପ୍ରାଣ ହରାଇଥିଲେ । ମହିଳାଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ନ ମିଳିବା କାରଣରୁ ସେ ଆମ୍ବୁଲାନ୍ସରେ ପ୍ରାଣ ହରାଇଥିବା ନେଇ ସ୍ବାମୀ ଅଭିଯୋଗ କରିଛନ୍ତି । ପ୍ରାରମ୍ଭିକ ଭାବରେ ଶିବାଲିକ ହସ୍ପିଟାଲକୁ ଯାଇଥିବା ନୀଲମ ଏବଂ ବିଜେନ୍ଦର ପ୍ରାୟ 8ଟି ହସ୍ପିଟାଲକୁ ଯାଇଥିବା ବେଳେ କୌଣସି ହସ୍ପିଟାଲରେ ସ୍ଥାନ ମିଳିନଥିଲା । ଶେଷରେ ଜିଆଇଏମ୍‌ସ ହସ୍ପିଟାଲରେ ମହିଳାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ସେ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ନୋଇଡାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । (ଏଜେନ୍ସି)

Read More

ମୁମ୍ବାଇ : ବିଶାଖାପଟ୍ଟନମ୍‌ ଗୁପ୍ତଚର ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ଏନ୍‌ଆଇଏ । ଏହି ଘଟଣାରେ ପୂର୍ବରୁ 11 ଜଣ ନୌସେନା ଅଧିକାରୀଙ୍କ ସମେତ 15 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଛି । ମୁମ୍ବାଇର 53 ବର୍ଷୀୟ ଅବ୍‌ଦୁଲ୍‌ ରେହମାନ୍‌ ଅବ୍‌ଦୁଲ୍‌ ଜବ୍ବାର ଶେଖ୍‌କୁ ଏନ୍‌ଆଇଏ ଶନିବାର ଦିନ ଗିରଫ କରିଛି । ପୂର୍ବରୁ ଅବ୍‌ଦୁଲ୍‌ର ପତ୍ନୀ ଶହିସ୍ତା କ୍ବିସାରକୁ ଏନ୍‌ଆଇଏ ଗିରଫ କରିଥିଲା । ଅବ୍‌ଦୁଲ୍‌ ଘରୁ ଏନ୍‌ଆଇଏ ବିଭିନ୍ନ ପ୍ରକାରର ଡିଜିଟାଇଡ୍‌ ଡିଭାଇସ୍‌ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଉଲ୍ଲେଖଯୋଗ୍ୟ ଯେ, ଅବଦୁଲ୍‌ର ପତ୍ନୀ ଶହିସ୍ତା ଜଣେ ପାକିସ୍ତାନୀ ନାଗରିକ । (ଏଜେନ୍ସି)

Read More

ମଲ୍ଲାପୁରମ୍‌ : ପୂର୍ବତନ ଫୁଟ୍‌ବଲର୍‌ ଏ ହମସାକୋୟା କରୋନା ଭାଇରସ୍‌ରେ ପ୍ରାଣ ହରାଇଛନ୍ତି । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ଭାରତୀୟ ଖେଳାଳି ହମସାକୋୟା ଶନିବାର ପ୍ରାଣ ହରାଇଛନ୍ତି । ଏହା ସହିତ କେରଳର କରୋନା ମୃତ୍ୟୁ ସଂଖ୍ୟା 15ରେ ପହଞ୍ଚିଛି । ମେ 21ରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ହମସାକୋୟାଙ୍କୁ ପରପ୍ପାନ୍‌ଗାଡିର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହମସାକୋୟାଙ୍କ ପରଲୋକ ଘଟିଥିବା ବେଳେ ତାଙ୍କ ପରିବାରର ଆଉ 5 ଜଣ ସଦସ୍ୟ ହସ୍ପିଟାଲରେ ରହିଛନ୍ତି । ପ୍ରାରମ୍ଭିକ ଭାବରେ ହମସାକୋୟାଙ୍କ ପତ୍ନୀ ଏବଂ ପୁଅ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ବୋହୁ ଏବଂ ନାତି କରୋନା ଆକ୍ରାନ୍ତ ହୋଇଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ସୋମବାର ଠାରୁ ରାଜ୍ୟର 66ଟି ରୁଟ୍‌ରେ ସରକାରୀ ବସ୍‌ ଗଡିବ ବୋଲି ଜଣାପଡିଛି । ଓଆରସିଟିସି ପକ୍ଷରୁ ଏହି ସମସ୍ତ ବସ୍‌ ଚଳାଚଳ କରିବ ବୋଲି ପରିବହନ ବିଭାଗ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସୋମବାର ଠାରୁ 22ଟି ସହରର 66ଟି ରୁଟ୍‌ରେ 96ଟି ବସ୍‌ ଚଳାଚଳ କରିବ । ବସ୍‌ରେ କେହିବି ଛିଡା ହୋଇ ଯାଇପାରିବେ ନାହିଁ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରଖାଯାଇଛି ।  ପ୍ରାରମ୍ଭିକ ଭାବରେ 96 ଟି ବସ୍‌ ଚଳାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଅଧିକ ବସ୍‌ ଚଳାଚଳ କରାଯିବ ବୋଲି ବୋଥ୍ରା ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ୱର / ମୁମ୍ବାଇ : ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ମେ ୪ରେ ସିଲଭର ଲେକ୍ ଦ୍ୱାରା ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କାର ନିବେଶ ଘୋଷଣା କରାଯାଇଥିଲା । ଏହି ଅତିରିକ୍ତ ନିବେଶ ପରେ ସିଲଭର ଲେକ୍ ଏବଂ ଏହାର ସହ-ନିବେଶକାରୀଙ୍କ ଦ୍ୱାରା ଜିଓ ପ୍ଲାଟ୍‌ଫର୍ମସ୍‌ରେ ମୋଟ ପୁଞ୍ଜିନିବେଶ ପରିମାଣ ୧୦୨୦୨.୫୫ କୋଟି ଟଙ୍କାରେ ପହଞ୍ଚିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ସିଲଭର୍ ଲେକ୍‌ର ଏହି ପୁଞ୍ଜିନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୦୮ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । (ଏଜେନ୍ସି)

Read More