ଭୁବନେଶ୍ବର : ସପ୍ତାହର ଦୁଇ ଦିନ ଅର୍ଥାତ୍ ଶନିବାର ଓ ରବିବାର ଦିନ ସଟ୍ଡାଉନ୍ ବେଳେ ଓମଫେଡ୍ ପ୍ରଡକ୍ଟ ବିକ୍ରି ନେଇ ସୂଚନା ରହିଛି। କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଜୁନ୍ 30 ପର୍ଯ୍ୟନ୍ତ ସପ୍ତାହର ପ୍ରତ୍ୟେକ ଶନି-ରବି ଦୁଇ ଦିନିଆ ସଟ୍ ଡାଉନ୍ କରିବାର ଘୋଷଣା କରିଛନ୍ତି । ଏହି ସଟ୍ଡାଉନ୍ ବେଳେ ଓମ୍ଫେଡ୍ କରିବ ହୋମ୍ ଡେଲିଭରି। ସଟ୍ଡାଉନ୍ ବେଳେ କିଏ ଓମଫେଡ୍ ପ୍ରଡକ୍ଟ ବିକିବେ ସେନେଇ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ବରରେ 26ଟି ରିଟେଲରଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ରହିଛି। କେବଳ ତାଲିକାରେ ସ୍ଥାନିତ ରିଟେଲର୍ ଓମଫେଡ୍ ଉତ୍ପାଦ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । 11ଟି ସହରର 23 ଜଣ ଏଜେଣ୍ଟଙ୍କ ତାଲିକା ଦେଇଛି ପଶୁ ସଂପଦ ବିଭାଗ । ସକାଳ ୮ଟାରୁ 11ଟା ସୁଦ୍ଧା ସର୍ବନିମ୍ନ 150 ଟଙ୍କାର ଅର୍ଡର ଦେବାକୁ…
Author: Samikhsya Bureau
ଭୁବନେଶ୍ବର : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଜୁନ୍ 30 ପର୍ଯ୍ୟନ୍ତ ସପ୍ତାହର ପ୍ରତେକ୍ୟ ଶନି-ରବି ଦୁଇ ଦିନିଆ ସଟ୍ ଡାଉନ୍ କରିବାର ଘୋଷଣା କରିଛନ୍ତି । ଏହି 11ଟି ଜିଲ୍ଲାରେ ଶନି ଓ ରବିବାର ମାଟ୍ରିକ ଖାତାଦେଖା ବନ୍ଦ ରହିବ ବୋଲି ସୂଚନା ରହିଛି । ଆଜିଠାରୁ ଜାରି ହୋଇଥିବା ସଟ୍ଡାଉନ୍ରେ ମଧ୍ୟ ସଟ୍ଡାଉନ୍ ଘୋଷିତ 11ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ବନ୍ଦ ରହିଛି । ସଟଡାଉନ୍ ପାଇଁ କାଲି ମଧ୍ୟ 11ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ହେବନି । ମାତ୍ର ଅନ୍ୟ ସବୁ ଜିଲ୍ଲାରେ ଶନି ଓ ରବିବାର ଖାତା ମୂଲ୍ୟାୟନ ହୋଇପାରିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୁମ୍ବାଇ : ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ତାଙ୍କର ପ୍ରଥମ ଓ୍ବେବ ସିରିଜ୍ର ଟ୍ରେଲ୍ର ମଧ୍ୟ ରିଲିଜ୍ ହୋଇସାରିଲାଣି। ସୁସ୍ମିତା ସେନ୍ ଆର୍ଯ୍ୟା ଶୀର୍ଷକ ଏକ ଓ୍ବେବସିରିଜ୍ରେ ନଜର ଆସିବେ । ଏହି ସିରିଜ୍ର କାହାଣୀରେ ସୁସ୍ମିତା ଆର୍ଯ୍ୟା ନାମ୍ନୀ ଏକ ମହିଳା ଚରିତ୍ରରେ ନଜର ଆସିବେ । ଯିଏ ନିଜ ପିଲା ଓ ସ୍ବାମୀଙ୍କ ସହିତ ରହୁଛନ୍ତି । ତାଙ୍କ ସ୍ବାମୀ ଅବୈଧ ଡ୍ରଗ୍ସ କାରବାରରେ ଲିପ୍ତ ରହିଛନ୍ତି । ସତ ସାମ୍ନାକୁ ଆସିଲା ପରେ ଆର୍ଯ୍ୟା ପରିସ୍ଥିତିକୁ ସମ୍ଭାଳିବାକୁ କ’ଣ କରୁଛନ୍ତି, ତାହା ଏହି ଓ୍ବେବସିରିଜ୍ରେ ଦେଖାଯାଇଛି । ଟ୍ରେଲ୍ରରେ ସୁସ୍ମିତାଙ୍କ ଚରିତ୍ରର ବିଭିନ୍ନ ରଙ୍ଗ ଦେଖିବାକୁ ମିଳିଛି । ନିଜ ସନ୍ତାନ ପାଇଁ ଜଣେ ଭଲ ମା’ ହେବା ସହିତ ଡନ୍ ହେବାର ଯାତ୍ରାକୁ ଖୁବ୍ ସୁନ୍ଦର ଭାବରେ ପରଦା ଉପରେ ଉପସ୍ଥାପନା କରିଛନ୍ତି ସୁସ୍ମିତା…
ଭୁବନେଶ୍ବର : ଆଜି ଚିହ୍ନଟ 173 ଜଣ ଆକ୍ରାନ୍ତ 14ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 64 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 19, କଟକ ଓ ମୟୂରଭଞ୍ଜରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଓ ବଲାଙ୍ଗିରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ 10, ଖୋର୍ଦ୍ଧାରୁ 9, ନୂଆପଡାରୁ 8, ନୟାଗଡରୁ 7, ଭଦ୍ରକରୁ 4, କଳାହାଣ୍ଡିରୁ 2, ପୁରୀ ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 2781ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1604ଜଣ । ରାଜ୍ୟରେ 1167ଜଣ ସକ୍ରିୟ ମାମଲା ରହିଥିବାବେଳେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। କେଉଁ…
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 173 କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନୂତନ 173 ଆକ୍ରାନ୍ତଙ୍କ ମଧ୍ୟରେ 150 ଜଣ କ୍ବାରେଣ୍ଟିନ୍ କେନ୍ଦ୍ରରୁ ରହିଥିବାବେଳେ ଲୋକାଲ୍ କେସ୍ 23 ରହିଛି । ରାଜରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2781କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ଗତକାଲି ରେକର୍ଡ ସଂଖ୍ୟକ 123ଜଣ ସୁସ୍ଥ ହୋଇଥିବାବେଳେ ଆଜି ରେକର୍ଡ ସଂଖ୍ୟକ 173 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ରହିଛି ବୋଲି ସୂଚନା ରହିଛି । 14ଟି ଜିଲ୍ଲାରୁ 173ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି ।
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ବସଷ୍ଟାଣ୍ଡ ଯୋଗଧାରୀକୁ ସ୍ଥାନାନ୍ତରଣ ନିମନ୍ତେ ଶୁକ୍ରବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପ୍ରଶାସନ ଓ ବସ୍ ମାଲିକ ଆସୋସିଏସନ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଲେ ରାଜ୍ୟରେ ସାଧାରଣ ପରିବହନ ସେବା ଆରମ୍ଭ ହୋଇଥିବାରୁ ବର୍ତ୍ତମାନର ବସଷ୍ଟାଣ୍ଡ ଅଧିକ ଜନଗହଳି ହେବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲିଟି ଅଞ୍ଚଳରେ ଅଧିକ ଭିଡ କମାଇବା ପାଇଁ ସହରର ମଧ୍ୟ୍ୟ ଭାଗରେ ଥିବା ବସଷ୍ଟାଣ୍ଡକୁ ଯୋଗଧାରୀ ଠାରେ ହୋଇଥିବା ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରାଯିବ। ଏହାଦ୍ୱାରା ଟାଉନ୍ ଭିତରେ କୌଣସି ବସ୍ ନରହି କଲେଜ୍ ଛକ ଓ ଯୋଗଧାରୀଠାରେ ଲୋକମାନେ ଓହ୍ଲାଇବେ ଓ ଚଢିବେ। ସହରର ମଧ୍ୟଭାଗରେ ଥିବା ବସଷ୍ଟାଣ୍ଡରେ ଲୋକମାନେ ଓହ୍ଲାଇ ମିଠା ଦୋକାନ, ଫଳ ଦୋକାନ, ଲୁଗାଦୋକାନ ଆଦି ବିଭିନ୍ନ ଦୋକାନରେ…
ନୂଆଦିଲ୍ଲୀ : ଭାରତର ହୁ ହୁ ହୋଇ କରୋନା ସଂକ୍ରମଣ ମାମଲା ବଢୁଛି । କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 9887 ଆକ୍ରାନ୍ତ ହୋଇଥିବାବେଳେ 294ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 6,642ରେ ପହଞ୍ଚିଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 36 ହଜାର 657କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 15 ହଜାର 942 ଆକ୍ଟିଭ୍ କେସ୍ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 14 ହଜାର 73 ଜଣ । ବିଶ୍ବରେ ସବୁଠୁ ଅଧିକ କରୋନା ପ୍ରଭାବିତ ଦେଶ ଆମେରିକା, ବ୍ରାଜିଲ୍, ରୁଷ୍, ବ୍ରିଟେନ୍ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ସେହିପରି ସଂକ୍ରମିତ ହାର ବୃଦ୍ଧିରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଭାରତରେ ପାଞ୍ଚୋଟି ଦେଶରେ ସର୍ବାଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି ।…
ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳର ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ଗୋଟିଏ ଗ୍ରାମର ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ ୨୭ ଓ ୨୮ ବର୍ଷ ବୋଲି ଜଣାପଡିଛି। ମୃତକ ଦ୍ବୟ ହେଉଛନ୍ତି ରମେଶ ଦେହେରୀ ଓ ଲଖନ ମହାତୋ। ଦୁହେଁ ଝାରସୁଗୁଡାରୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁସାରେ ଲଖନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଓଡି ୨୩ଏଚ-୩୭୮୩ ନମ୍ବର ଟ୍ରକ୍ଟି ଧକ୍କା ଦେଇଥିଲା।
କେଦାର ମିଶ୍ର ଆମେ ଯାହା କିଛି କରୁଛୁ ଆପଣମାନଙ୍କ ଜୀବନ ରକ୍ଷା ପାଇଁ କରୁଛୁ, ତେଣୁ ଆପଣମାନେ ଆମ କଥା ମାନିବାକୁ ବାଧ୍ୟ- ଏମିତି ଏକ ଧାରଣା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ଦେଖିବାକୁ ମିଳୁଛି। ସରକାର ଭାବୁଛନ୍ତି, ଜୀବନ ବଞ୍ଚାଇବାକୁ ଯାଇ ଯାହା କିଛି କାଲେ ମଧ୍ୟ ଲୋକେ ଚୁପ ରହିବେ। କିଛିକାଂଶରେ ତାହା ସତ୍ୟ ମଧ୍ୟ। କରୋନାଜନିତ ମୃତ୍ୟୁ ଭୟ ଆମ ଲୋକଙ୍କୁ ଅଧିକ ଭୟାଳୁ କରି ଦେଇଛି। ଆମେରିକା, ଇଟାଲୀ, ଫ୍ରାନ୍ସ,, ବ୍ରାଜିଲ , ଇଂଲଣ୍ଡ ଭଳି ଦେଶରେ ମରିଥିବା ଲୋକମାନଙ୍କ ସଂଖ୍ୟା ଦେଖିଲେ ଏ ଭୟ ସ୍ଵାଭାବିକ। ତେବେ ଜୀବିକା ବଦଳରେ ଜୀବନ ବଞ୍ଚାଇବାରେ ଆମେ ସତରେ ସଫଳ ହୋଇଛୁ କି? ଶେଷତମ ତଥ୍ୟ ଅନୁଯାୟୀ ଇରାନ ପରେ ଭାରତରେ ଏସିଆ ମହାଦେଶର ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ପାଖାପାଖି ୬୫୦୦ କରୋନା ଆକ୍ରାନ୍ତ ଭାରତୀୟ ଇତି ମଧ୍ୟରେ ମୃତ୍ୟୁ ବରଣ…
ନୂଆପଡା : ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ 7 ବର୍ଷର ଶିଶୁକନ୍ୟା ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆନ୍ଧ୍ରରୁ ଫେରି ଚଲାନାପଡା ଟିଏମ୍ସିରେ ରହିଥିଲେ ପରିବାରର 5 ସଦସ୍ୟ । ଖଡିଆଳ ବ୍ଲକ ଝୋଲାପଥର ଗ୍ରାମର ଏକ ପରିବାର ଟିଏମ୍ସିରେ ରହିଥିଲେ । ରାତିରେ ଝିଅକୁ ଜ୍ବର ହେବାରୁ ମେଡ଼ିକାଲ ନେବାକୁ କହିଥିଲେ ପିତାମାତା । ଟିଏମ୍ସି ଅଧିକାରୀ ମେଡ଼ିକାଲ ନ ପଠାଇବାରୁ ଝିଅର ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି ପିତାମାତା । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ରେଗେଡା ଟିଏମ୍ସିରେ ମଧ୍ୟ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଅସୁସ୍ଥ ଶିଶୁପୁତ୍ରଟିକୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁବରଣ କରିଥିଲା ।
ବଲାଙ୍ଗିର: ବଲାଙ୍ଗିରରେ ଡବଲ ମର୍ଡର ହୋଇଛି । ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁତୁରା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ୀଙ୍କୁ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କାଲି ରାତିରେ ପୁତୁରା ସେମାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା। କୂଅ ଭିତରେ ଏବେ ବି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଛି। ପୋଲିସ୍ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚୁରା କରୁଛି ।
ଭୁବନେଶ୍ବର : କରେନା ସଂକ୍ରମଣ ରୋକିବାକୁ ଆଜି କାଲି ଦୁଇ ଦିନ ଧରି 11 ଜିଲ୍ଲାରେ ସଟ୍ଡାଉନ୍ ଜାରି କରାଯାଇଛି । ଏହି ସଟ୍ଡାଉନ୍କୁ କଡାକଡି ପାଳନ ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଓ ଚେକିଂ ମଧ୍ୟ କରାଯାଉଛି । ତେବେ ସ୍ବାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯା‘ଆସ ପାଇଁ ଅନୁମତି ମିଳିଛି । ତେବେ ଏହି 48 ଘଣ୍ଟିଆ ସଟ୍ଡାଉନ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିବ । ସେହିପରି ପୋଲିସ୍ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଜମାଟୋ, ସ୍ବିଗି ଭଳି ହୋମ୍ ଡେଲିଭରୀକୁ ଅନୁମତି ରହିଥିବାବେଳେ ଲୋକମାନେ ପାସ୍ ଦେଖାଇ ଯା’ ଆସ କରିପାରିବାର ଅନୁମତି ରହିଛି । ଦୁଇ ଦିନିଆ ସଟ୍ଡାଉନ୍ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର । ଏହି ସମସ୍ତ ଜିଲ୍ଲାରେ ଜୁନ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଦୁଇଟି ନକଲି ଗୁଟ୍ଖା କାରଖାନା ଠାବ କରିବା ସହିତ 25 ଲକ୍ଷ ଟଙ୍କାର ନକଲି ଗୁଟ୍ଖା ଜବତ କରିଛି ପୋଲିସ୍ । ଗଞ୍ଜାମର ବାଲିସାହି ଏବଂ ବାଘୁଆପାଲି ଗ୍ରାମରେ ରହିଥିବା ଏହି ଦୁଇଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରାଯିବା ସହିତ ବିପୁଳ ପରିମାଣରେ ଗୁଟ୍ଖା ଜବତ କରାଯାଇଛି । ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗଙ୍ଗାପୁର ପୋଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ ମାଛ ଏବଂ ଶାମୁକା ବ୍ରାଣ୍ଡର ବିପୁଳ ଗୁଟ୍ଖା ସହିତ କଞ୍ଚାମାଲ ଏବଂ କଞ୍ଚାମାଲ ଜବତ କରାଯାଇଥିଲା । ଜବତ ଗୁଟ୍ଖାର ମୂଲ୍ୟ 25 ଲକ୍ଷରୁ ଅଧିକ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
କରାଚୀ : କରୋନା କବଳରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ । ଦାଉଦ ଏବଂ ତା’ସ୍ତ୍ରୀ କରୋନା ପଜିଟିଭ୍ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଘଟଣା ପରେ ଦାଉଦର ସମସ୍ତ ଗାର୍ଡ ଓ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି । ସେହିପରି କରାଚୀର ଆର୍ମି ହସ୍ପିଟାଲରେ ଦାଉଦକୁ ଭର୍ତ୍ତି କରାଯାଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି । ଦାଉଦ୍ ପାକିସ୍ତାନରେ ଲୁଚି ରହିଥିବା ନେଇ ନିୟମିତ ଖବର ପ୍ରକାଶ ପାଉଥିବା ବେଳେ ପାକିସ୍ତାନ ପକ୍ଷରୁ ସର୍ବଦା ଏହାକୁ ଖଣ୍ଡନ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପାକିସ୍ତାନର ପ୍ରତିକ୍ରିୟା ମିଳିନଥିବା ବେଳେ ଦାଉଦ୍ର ଭାଇ ଅନୀସ୍ ଇବ୍ରାହିମ୍ ଏହାକୁ ଖଣ୍ଡନ କରିଛି । (ଏଜେନ୍ସି)
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ଜୁନାଗଡ ତହସିଲରେ ଲଘୁ ଖଣିଜ ଲିଜ୍ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ ଆସିଛି । ଜୁନାଗଡ ଅନ୍ତର୍ଗତ ଏକାଧିକ ପଥର ଖାଦାନ ଏବଂ ବାଲିଘାଟ ନିଲାମର ଲିଜ୍ ପ୍ରଦାନରେ ଅନିୟମିତତାର ଅଭିଯୋଗ କରାଯାଇଛି । ଦାୟିତ୍ବରେ ରହିଥିବା ଅଧିକାରୀ ଏବଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ମଧୁଚନ୍ଦ୍ରିକା କାରଣରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି । କୌଣସି ନିଲାମୀ ପାଇଁ ବିଜ୍ଞାପନର ବହୁଳ ପ୍ରସାରଣ କରାଯାଏ ଯାହା ଫଳରେ ଏକାଧିକ ଲୋକ ବିଡିଂରେ ଅଂଶଗ୍ରହଣ କରିଥାନ୍ତି । ତେବେ ବାଲିଘାଟ ନିଲାମ ପାଇଁ ପ୍ରକାଶ କରାଯାଇଥିବା ବିଜ୍ଞାପନରେ କୌଣସି ନମ୍ବର ଅଥବା ତାରିଖ ନଥିଲା । ଲକ୍ଡାଉନ୍ କାରଣରୁ ଖବରକାଗଜ ଆସୁନଥିବାରୁ ଅନ୍ଲାଇନ୍ରେ ଏହି ବିଜ୍ଞାପନକୁ ସ୍ପଷ୍ଟ ଭାବରେ ପ୍ରକାଶନ କରାଯାଇନଥିଲା । ଏପରିକି ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଚାର ପ୍ରସାର ପାଇଁ ପଠାଯିବାର ଉଲ୍ଲେଖ ଥିବା ବେଳେ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ରହିଥିବା ସୁବ୍ରତ ବାଗ୍ଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଗତ କିଛି ଦିନ ହେବ କୋଭିଡ୍ ଅପ୍ଡେଟ୍ରେ ବାଗ୍ଚୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶୁକ୍ରବାର ବାଗ୍ଚୀ ଏହି ଅର୍ଥ ପ୍ରଦାନ କରିଛନ୍ତି। ନିଜ ପତ୍ନୀ ସୁସ୍ମିତା ବାଗଚୀଙ୍କ ସହିତ ବାଗ୍ଚୀ ମୁଖ୍ୟ ଶାସନ ସଚିବଙ୍କୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ଅର୍ଥରାଶି ବଲାଙ୍ଗୀର ଜିଲ୍ଲାରେ କୋଭିଡ୍ ମୁକାବିଲାରେ ଖର୍ଚ୍ଚ କରାଯିବ।
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଏବଂ କ୍ରିକେଟ୍ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଚୟନକର୍ତ୍ତା କିରଣ ମୋରେ ମତ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ଧୋନୀ ବର୍ତ୍ତମାନ ପ୍ରସ୍ତୁତ ବୋଲି ମୋରେ ପ୍ରକାଶ କରିଛନ୍ତି । ଏହା ସହିତ ଖୁବ୍ ଶୀଘ୍ର ଧୋନୀ ବ୍ଲୁ ଜର୍ସି ସହିତ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମୋରେ ଭବିଷ୍ୟବାଣୀ କରିଛନ୍ତି । ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା । ଧୋନୀଙ୍କ ନିକଟରେ ଆହୁରି 2-3 ବର୍ଷର କ୍ରିକେଟ ବାକି ରହିଛି ଏବଂ ସେ ନିଶ୍ଚିତ ଭାବରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମୋରେ କହିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ମଲ୍ଲାପୁରମରେ ଘଟିଥିବା ହାତୀ ମୃତ୍ୟୁକୁ ନେଇ ବିଜେପି ସାଂସଦ ମାନେକା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯୁବ କଂଗ୍ରେସ , 4ଟି ସ୍ବେଚ୍ଛାସେବୀ ସଙ୍ଗଠନ ଏବଂ ଗୋଟିଏ ବ୍ୟକ୍ତିଗତ ଅଭିଯୋଗକୁ ନେଇ ସମୁଦାୟ 6ଟି ମାମଲା ରୁଜୁ କରାଯାଇଛି । ମଲ୍ଲାପୁରମ୍ର ନାମକୁ ମାନେକା ଖରାପ କରୁଛନ୍ତି ବୋଲି ଅଭିଯୋଗ କରି ଏହି 6ଟି ଅଭିଯୋଗ କରାଯାଇଛି । ଗୋଟିଏ ନୀରିହ ପଶୁର ମୃତ୍ୟୁକୁ ନେଇ ମାନେକା ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ମାନେକାଙ୍କ ଅଫିସିଆଲ ଓ୍ବେବ୍ସାଇଟ୍ ହ୍ୟାକ୍ କରାଯାଇଥିବା ନେଇ ମାନେକା ସୂଚନା ଦେଇଛନ୍ତି । ମାନେକାଙ୍କ ଓ୍ବେବ୍ସାଇଟ୍ରେ କଫିନ୍ ଡ୍ୟାନ୍ସର ଗୀତ ବାଜୁଥିବା ଜଣାପଡିଛି । (ଏଜେନ୍ସି)
କର୍ଣ୍ଣାଲ : ହରିୟାଣାରେ ବିଜେପି ନେତ୍ରୀଙ୍କ ଅଶାଳୀନ ବ୍ୟବହାର ସମ୍ମୁଖକୁ ଆସିଛି । ହରିୟାଣାର ବିଜେପି ବିଧାୟକ ପ୍ରାର୍ଥୀ ତଥା ଟିକ୍ଟକ୍ ଷ୍ଟାର ସୋନାଲି ଫୋଗତ ଜଣେ ବଜାର କମିଟି ସମ୍ପାଦକଙ୍କୁ ଚପଲରେ ମାଡ ମାରିଛନ୍ତି । ହିସାରର ବଲସାମଣ୍ଡ ମଣ୍ଡିରେ ବଜାର କମିଟି ସମ୍ପାଦକ ସୁଲତାନ ସିଂଙ୍କୁ ଚପଲରେ ମାଡ ମାରିଥିଲେ । ତେବେ ଉକ୍ତ ଘଟଣା ଘଟିବା ସମୟରେ ପୋଲିସ୍ କର୍ମୀ ଉପସ୍ଥିତ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିନଥିବା ବେଳେ ପୋଲିସକୁ ସୁଲତାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ସୋନାଲି । ଏହା ସହିତ ତୁମେ ବଞ୍ଚିବା ଅନୁଚିତ ବୋଲି ମଧ୍ୟ ସୋନାଲି କହୁଥିବାର ନଜର ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋନାଲୀ ଫୋଗତ 2019 ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ମଣ୍ଡି ଆଦମପୁରରୁ ନିର୍ବାଚନ ଲଢିଥିବା…
କନ୍ଦର୍ପ ବେହେରା ରେଢାଖୋଲ : ମହାମାରୀ କରୋନା ସାରାବିଶ୍ୱ ଅର୍ଥନିତିକୁ ଦୋହଲାଇ ଦେଇଥିବା ବେଳେ ଏକ ଅନନ୍ୟ ଉପାୟରେ ସଚେତନତା ସୃଷ୍ଟି କରିଛନ୍ତି ରେଢାଖୋଲର ଯୁବ ଚିତ୍ରଶିଳ୍ପୀ ସୁଧିର ସ୍ୱାଇଁ । ପୂର୍ବରୁ ଅନେକ ସମୟରେ ନୂତନ ଶୈଳୀରେ ରାସ୍ତା ପାଶ୍ୱର୍ରେ ଜନସଚେତନତା ସୃଷ୍ଟି ପାଇଁ ଚିତ୍ର ଆଙ୍କି ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି । ସାରା ବିଶ୍ୱ ଏବେ ଲକଡାଉନରେ ଥିବା ବେଳେ କାନ୍ ଭାସରେ କରୋନା ଠାରୁ ଜନସାଧାରଣ କିପରି ଦୂରେଇ ରହିବେ ସେ ସଂପର୍କରେ ଏକ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ସୁଧୀର । ରେଢାଖୋଲ ମାଟିର କବି ସନ୍ଥକବିଙ୍କ ପ୍ରତିଛବି ମାଧ୍ୟମରେ ମାକ୍ସ ଏବଂ ସାନିଟାଇଜର ବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି ପାଇଁ ସେ ଚିତ୍ର ମାଧ୍ୟମରେ ଏ ପ୍ରୟାସ ଜାରି ରଖିଛନ୍ତି । ଭୀମଭୋଇଙ୍କ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ବାଣୀକୁ ମଧ୍ୟ ଭିନ୍ନ ଶୈଳୀରେ କାନ୍ଭାସରେ ପ୍ରଦର୍ଶିତ କରିଛନ୍ତି ।…
ରମେଶ କୁମାର ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡବିଶୁନପୁର ପଞ୍ଚାୟତ ବଉଳପୁର ଗ୍ରାମରେ ଜଣେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ବୁଧବାର ଦିନ ୧:୩୦ବେଳେ ନାବାଳିକା ଜଣଙ୍କ ଘରର ଅନତି ଦୂରରେ ଥିବା ଚିଙ୍ଗୁଡ଼ି ଘେରି ବନ୍ଧରେ ଏକୁଟିଆ ଶୌଚ ପାଇଁ ଯାଇଥିବା ବେଳେ ନିକଟସ୍ଥ ଦୁର୍ଗାପୁର ଗ୍ରାମର ଜନୈକ କାମାନ୍ଧ ଯୁବକ ଏହି କାଣ୍ଡ ଘଟାଇଥିଲା। ଚିଙ୍ଗୁଡ଼ି ଘେରି ଘରେ ପୂର୍ବରୁ ଉପସ୍ଥିତ ଥିବା ୧୬ ବର୍ଷୀୟ କାମାନ୍ଧ ଯୁବକ ଜଣକ ନାବାଳିକାକୁ ଏକୁଟିଆ ପାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲା। ଉକ୍ତ ଯୁବକ କବଳରୁ ଖସିଆସି ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏସଂପର୍କରେ ପରିବାର ପକ୍ଷରୁ ଏରସମା ଥାନାରେ ଏତଲା ଦିଆଯିବା ସହ ନାବାଳିକାକୁ ଚିକିତ୍ସା କରାଯାଇଥିଲା। ଘଟଣାକୁ ନେଇ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଦେଖାଯାଇଥିବା…

