ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥର କୁହୁଡି ଫାଣ୍ଡି ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମର ମଦନମୋହନ ସେଠୀ(୪୫) ବୋଲି ଜଣାପଡିଛି। ମାଛ ବ୍ୟବସାୟ କରିବା ପାଇଁ ବାଲୁଗାଁରୁ ଇଟାମାଟିକୁ ଫେରୁଥିବା ବେଳେ ଏକ ଅଜଣା କାର୍ ଫାଣ୍ଡି ସମ୍ମୁଖରେ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଫାଣ୍ଡି ପୋଲିସ ଖବର ପାଇ ଗୁରୁତର ଆହତ ମଦନମୋହଙ୍କୁ ନିଜ ଭ୍ୟାନରେ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା କାରର କୌଣସି ପତ୍ତା ମିଳିନାହିଁ। ପୋଲିସ୍ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।
Author: Samikhsya Bureau
ଭୁବନେଶ୍ବର : ବସ୍ ଯାତ୍ରୀଙ୍କ ପାଇଁ ଦୁଃସମ୍ବାଦ । ଶନି ଓ ରବିବାର ସମ୍ପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ମୋ ବସ୍ ଚଳାଚଳ ବନ୍ଦ ରହିବ । ଜୁନ୍ ମାସର ସମସ୍ତ ଶନିବାର ଏବଂ ରବିବାର ବସ୍ ଚଳାଚଳ ବନ୍ଦ ରହିବା ନେଇ ସିଆରୟୁଟି ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଓଲା, ଉବର ଏବଂ ଅଟୋ ସ୍ବତନ୍ତ୍ର ଅନୁମତିରେ ଚାଲିବା ନେଇ ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ମାସରେ 11ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ସରକାର ।
ଭୁବନେଶ୍ବର : ରାଜ୍ୟରେ ଆଉ 123 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 35 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ 22, ନୂଆପଡା ଓ ବଲାଙ୍ଗୀରରୁ 14 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ 10, କନ୍ଧମାଳରୁ 7, କୋରାପୁଟରୁ 5, କେନ୍ଦ୍ରାପଡାରୁ 4 ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ବର, ଢେଙ୍କାନାଳ ଓ ନୟାଗଡରୁ 3 ଜଣ ଲେଖାଏଁ, ଅନୁଗୁଳ, ମୟୁରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1604ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 994ରେ ପହଞ୍ଚିଛି ।
ଭୁବନେଶ୍ବର : ଓଡିଶା ଆସୁଥିବା ଏକ ଶ୍ରମିକ ସ୍ପେସିଆଲ୍ ଟ୍ରେନ୍ରେ ଆଉ ଜଣେ ମହିଳା ପ୍ରସବ କରିଛନ୍ତି । ଶୁକ୍ରବାର ସକାଳୁ ଟିଟଲାଗଡ ରେଳ ଷ୍ଟେସନ୍ରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉକ୍ତ ମହିଳା ଜଣକ ହେଉଛନ୍ତି ବଲାଙ୍ଗୀରର ଥୋଡିବାହାଲ ଗ୍ରାମର ମୀନା କୁମ୍ଭାର (19) । ମୀନା ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ଲିଙ୍ଗମପଲ୍ଲୀରୁ ବଲାଙ୍ଗୀର ଫେରୁଥିବା ବେଳେ ଟିଟିଲାଗଡରେ ଭୋର୍ 5.40ରେ ପ୍ରସବ ହୋଇଥିଲା । ଟିଟିଲାଗଡ ଷ୍ଟେସନ୍ରେ ନବଜାତକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ଜନନୀ ଆମ୍ବୁଲାନ୍ସରେ ମହିଳା ଏବଂ ନବଜାତ ଶିଶୁଙ୍କୁ ଡାକ୍ତରଖାନା ନିଆଯାଇଥିଲା । ନବଜାତର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତଟ ରେଳବାଇରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ଭାରତ ବର୍ଷରେ ଏହା 37 ତମ ଘଟଣା ।
ଭୁବନେଶ୍ବର : ଖୋର୍ଦ୍ଧା ପୋଲିସକୁ ବଡ ସଫଳତା । ଖେର୍ଦ୍ଧାର 16 ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପିଆଜ ଟ୍ରକରୁ ଜବତ ହୋଇଛି 5 କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ପୋଲିସ୍ ପକ୍ଷରୁ ମିଳିତ ଭାବରେ ଏହି ଚଢାଉ କରାଯାଇଥିଲା । 5 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଆନ୍ଧ୍ରରୁ ଆସିଥିବା ଏକ ପିଆଜ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏନ୍ସିବି ଏବଂ ପୋଲିସ୍ ପକ୍ଷରୁ ଖୋର୍ଦ୍ଧା ନିକଟସ୍ଥ ରାଜପଥରେ ଟ୍ରକ୍କୁ ଜବତ କରାଯାଇଥିଲା ।
ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ବହୁତ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁବା ନେଇ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ସେହିପରି ଆଜି 7ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଗଜପତି ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ 15 ଦିନ ମଧ୍ୟରେ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ମେ 28ରେ ନିଜ ନିଷ୍ପତ୍ତିର ଏକ ସପ୍ତାହ ମଧ୍ୟରେ ଦ୍ବତିୟ ନିଷ୍ପତ୍ତି ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ନିଷ୍ପତ୍ତିରେ ସମସ୍ତ ପ୍ରବାସୀଙ୍କୁ ମାଗଣାରେ ନିଜ ବାସସ୍ଥାନରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରାର ଭଡା ସହିତ ଖାଦ୍ୟ ଏବଂ ପାନୀୟ ମାଗଣା ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ କରୋନାର କରାଳ ଛାୟା । ଭାରତରେ ମଧ୍ୟ କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ମୁକାବିଲା ଭାରତରେ ଜାରି ରହିଛି ଲକ୍ଡାଉନ୍। ଯଦିଓ ଏବେ ଭାରତରେ ଅନ୍ଲକ୍ 1.0 ଜାରି ହୋଇଛି, ତଥାପି ଭାରତରେ ଏବେ ସୁଦ୍ଧା ସବୁ ସହଜ ହୋଇନାହିଁ । କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବାବେଳେ ସ୍କୁଲ,କଲେଜ ଆଦି ବନ୍ଦ ରହିଛି । ଦୀର୍ଘ ତିନି ମାସ ଧରି ଭାରତରେ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିଥିବାବେଳେ ଜୁନ୍ 8 ତାରିଖରେ ଏହି ସମସ୍ତ ଅନୁଷ୍ଠାନକୁ ଖୋଲିବା ପାଇଁ ଅନୁମତି ମିଳିଛି । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ଅନେକ କିଛି ପରିବର୍ତ୍ତନ ହୋଇଥିବାସ୍ଥଳେ ଆମର ପୂଜାବିଧି ଓ ତଥା ଆସ୍ଥା ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି । କରୋନା ପାଇଁ ବିଶ୍ବଦେବତା ଶ୍ରୀଜୀଉଙ୍କ ରୀତିନୀତିରେ ମଧ୍ୟ ବହୁ ପରିବର୍ତ୍ତନ ହୋଇଛି । ପ୍ରଥମଥର ପାଇଁ ଜଗନ୍ନାଥ ମହାପ୍ରଭୁ…
ଭୁବନେଶ୍ବର : ଶନି ଓ ରବି ସଟ୍ ଡାଉନ୍ ନେଇ କମିଶନରେଟ୍ ପୋଲିସର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଏହି ସମୟରେ କେଉଁମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ ସେନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ମେଡିକାଲ୍, ନର୍ସିଂହୋମ୍ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ। ପୋଲିସ୍ ଦେଇଥିବା ପୁରୁଣା ପାସ୍ ଦେଖାଇପାରିବେ ମେଡିସିନ୍ ଷ୍ଟୋର ଷ୍ଟାଫ୍। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ। ଟେଲିକମ୍, ମିଡିଆ, ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ଆଇଡି କାର୍ଡ ଦେଖାଇବେ ବୋଲି ସୂଚନା ରହିଛି । ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ ବୋଲି ସୂଚନା ରହିଛି। ସେହିପରି କଳ କାରଖାନା, ହୋଟେଲ୍ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ। ଷ୍ଟେସନ୍,…
ଭୁବନେଶ୍ୱର : ରାଜ୍ୟସରକାରଙ୍କ ଘୋଷଣାନୁଯାୟୀ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ ଡାଉନ ନିୟମ ଲାଗୁ ହେବାକୁ ଯାଉଛି । ଆସନ୍ତାକାଲି ଶନିବାର ରହିଥିବାରୁ ସଟଡାଉନ ନିୟମ କାଲିଠାରୁ ଲାଗୁ କରାଯିବ । ତେବେ ଏହି ସଟ୍ଡାଉନ୍କୁ ନେଇ ଏସ୍ଆରସିଙ୍କ ପକ୍ଷରୁ ଆଜି ଗାଇଡ୍ ଲାଇନ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ ସଟ ଡାଉନ ସମୟରେ ମେଡିକାଲ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେ କୌଣସି ଲୋକ ଯାତାୟତ କରିପାରିବେ । ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡିତ କର୍ମଚାରୀ ମଧ୍ୟ ସଟ ଡାଉନ ସମୟରେ ଯାଇପାରିବେ । ଏୟାରପୋର୍ଟ, ଷ୍ଟେସନ, ବସ୍ ଟର୍ମିନାଲ ସହ ଜଡିତ କର୍ମଚାରୀଙ୍କୁ ମଧ୍ୟ ଯିବା ଆସିବା ପାଇଁ ଅନୁମତି ରହିଥିବାବେଳେ ସ୍ୱିଗି, ଜୋମାଟୋ ଡେଲିଭରି ବଏଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ସୂଚନା ରହିଛି । ସେହିପରି ଖବର କାଗଜ ହକରଙ୍କୁ ସକାଳ 5ଟାରୁ 8ଟା ଯାଏଁ ବିକ୍ରି…
ସମୀକ୍ଷା ବ୍ୟୁରୋ କରୋନାର ପ୍ରକୋପ ସାରା ବିଶ୍ବରେ ଜାରି ରହିଛି । ଭାରତରେ ମଧ୍ୟ ଏହାର ସ୍ଥିତି ବେଶ୍ ସଂକଟଜନକ ଅବସ୍ଥାରେ ରହିଛି । କରୋନା ମୁକାବିଲା ପାଇଁ ଭାରତରେ 4ଟି ପର୍ଯ୍ୟାୟରେ ଲକ୍ ଡାଉନ୍ କରାଯାଇଥିବାବେଳେ ଏବେ ଅନଲକ୍ କରାଯାଉଛି । ଲକ୍ଡାଉନ୍ ଯୋଗୁଁ ଭାରତର ସିନେମା ଜଗତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ଫିଲ୍ମଗୁଡିକୁ ରିଲିଜ୍ ନ ହୋଇ ପଡି ରହିଥିବାବେଳେ ଅନେକ ବଡ ବଡ ଷ୍ଟାର୍ଙ୍କ ଫିଲ୍ମ ଅଧା ଶୁଟିଂ ହୋଇ ପଡି ରହିଛି । ପୁଣି କିଛି ଫିଲ୍ମ ଶୁଟିଂ ହେବାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି । ଯଦିଓ ଅନଲକ୍ 1.0ରେ ଫିଲ୍ମ ଓ ଧାରାବାହିକ ଶୁଟିଂକୁ ଅନୁମତି ଦିଆଯାଇଛି କିନ୍ତୁ ଏବେ ଫିଲ୍ମ ଶୁଟିଂରେ ବହୁତ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ସମୟ ସହ ତାଳ ଦେଇ ବଲିଉଡ୍ ବେଶ୍ ଆଗରେ ରହିଥିବାବେଳେ କରୋନା ପାଇଁ ବଲିଉଡ୍କୁ ଏବେ ଦୁଇରୁ…
ଭୁବନେଶ୍ବର : ଆଜି ଭୁବନେଶ୍ବରରେ 13 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 13 ଆକ୍ରାନ୍ତଙ୍କ ମଧ୍ୟରୁ 7 ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବାବେଳେ 6ଟି ଲୋକାଲ୍ କେସ୍ ରହିଛି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରେ ୟୁନିଟ୍ 4 ଅଞ୍ଚଳରୁ 2ଟି ଲୋକାଲ୍ କେସ୍ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା,ସାଲିଆସାହିରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛି । ସେହିପରି ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 81କୁ ବୃଦ୍ଧି ହୋଇଛି । ଏହି 81 ଆକ୍ରାନ୍ତଙ୍କ ମଧ୍ୟରୁ 51 ଜଣ ସୁସ୍ଥ ହୋଇଥିବାବେଳେ ତିନିଜଣ ମୃତ୍ୟୁବରଣ କରିଛନ୍ତି, 27ଟି ଆକ୍ଟିଭ୍ କେସ ରହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ । ସୂଚନାଯୋଗ୍ୟ, ଆଜି ରାଜ୍ୟରେ 130ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 2608କୁ…
ଗୁଜୁରାଟ : ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପର୍ବ ଜାରି ରହିଛି । ଏପର୍ଯ୍ୟନ୍ତ 8 ଜଣ ବିଧାୟକ କଂଗ୍ରେସ ହାତ ଛାଡି ସାରିଲେଣି । ଏହି ଦୁଇ ଦିନ ଭିତରେ ତିନି ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ବିଧାୟକଙ୍କ ମଧ୍ୟରେ କର୍ଜନରୁ ଅକ୍ଷୟ ପଟେଲ୍ ରହିଥିବାବେଳେ କପରଡାରୁ ଜୀତି ଚୌଧୁରୀ ଓ ମୋରବୀରୁ ବ୍ରିଜେଶ୍ ମେରଜା ରହିଛନ୍ତି । ବ୍ରିଜେଶ୍ ଆଜି ନିଜ ଇସ୍ତଫା ପତ୍ର ଦେଇଥିବାର ସୂଚନା ରହିଛି । ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସର ପାଞ୍ଚ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଗଡ୍ଢାରୁ ପ୍ରବୀଣ ମାରୁ, ଲିମ୍ପଡିରୁ ସୋମା ପଟେଲ୍, ଅବ୍ଡାସାରୁ ପ୍ରଦ୍ୟୁମ୍ନ ସିଂ ଜାଡେଜା, ଧାରୀରୁ ଜେବୀ କାକଡିଆ ଓ ଡାଙ୍ଗରୁ ମଙ୍ଗଲ୍ ଗାବିତ ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ…
ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାବାଙ୍କୀଠାରେ ଏକ ପରିବାରର ପାଞ୍ଚଜଣ ଲୋକ ଆତ୍ମହତ୍ୟା କରିଛନ୍ତି । କୋତବାଲୀ ଥାନା ଅଞ୍ଚଳର ସଫେଦାବାଦରେ ରହୁଥିବା ଏକ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ତିନି ଶିଶୁଙ୍କ ସମେତ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ପୋଲିସ୍ କହିବାନୁସାରେ ସ୍ବାମୀ ଜଣକ ପ୍ରଥମେ ସ୍ତ୍ରୀ ଓ ଛୁଆଙ୍କୁ ବିଷ ଖୁଆଇଥିଲେ, ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ଯୋଗୁଁ ସ୍ବାମୀ ଜଣକ ଏପରି ନିଷ୍ଠୁର ନିଷ୍ପତ୍ତି ନେଇଛନ୍ତି, ତାହା ଜଣାପଡିନାହିଁ । (ଏଜେନ୍ସି)
ସଞ୍ଜୟ କର ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋପିନାଥପୁର ଗ୍ରାମରେ ପୁଣି ହାତୀ ଆକ୍ରମଣରେ ୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ କାଲି ସନ୍ଧ୍ୟା ୭.୦୦ ଟା ସମୟ ରେ ଦନ୍ତା ହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ । ଫଳରେ ହାତୀଟି ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବକଙ୍କର ଛାତି, ମୁଣ୍ଡ, ଗୋଡ ଓ ହାତରେ ଗଭୀର ଆଘାତ ଲାଗିଥିବାର ସୂଚନାରହିଛି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଗୋଟିଏ ଶିଶୁ ରହିଛନ୍ତି ଲକ୍ଷ୍ନୌ- ପ୍ରୟାଗରାଜ ରାସ୍ତାରେ ପ୍ରତାପଗଡ ଜିଲ୍ଲାର ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ୱାଜିଦପୁରର ପାରାଗ ନାଗରରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳ ପ୍ରାୟ 5.30 ସମୟରେ ଟ୍ରକ୍ ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ଲକ୍ଷ୍ନୌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ପାଞ୍ଚଜଣ ପୁରୁଷ, ତିନିଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ସ୍ଥାନୀୟ ପୋଲିସ୍ର ସୂଚନାନୁସାରେ…
କେରଳ : କେରଳରେ ଗର୍ଭବତୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ମାମଲାରେ ଜଣକୁ ଗିରଫ କରାଯାଇଛି । ଜଙ୍ଗଲ ମନ୍ତ୍ରୀ କେ ରାଜୁ ଏହା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ବନ ବିଭାଗ ଏହାର କଡା ତଦନ୍ତ କରୁଥିବାବେଳେ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ହତ୍ୟାକାରୀଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସୂଚନାଯୋଗ୍ୟ, କେରଳରେ ମଲ୍ଲପୁରମ୍ ଜିଲ୍ଲାର ଏକ ଗ୍ରାମରେ ଏକ ଗର୍ଭିଣୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ । ଏହା ବାରୁଦଟି ହାତୀର ମୁହଁରେ ଫାଟି ଯିବାରୁ ହାତୀଟି ଯନ୍ତ୍ରଣାରେ ଛଟପଟ ହୋଇ ବେଲିଆର ନଦୀକୁ ଚାଲିଯାଇଥିଲା । ତିନି ଦିନ ପର୍ଯ୍ୟନ୍ତ ହାତୀଟି ପାଣି ଭିତରେ ଛିଡା ହୋଇଥିଲା । କିନ୍ତୁ ବାରୁଦର ବିଷ ଯୋଗୁଁ ନା ହାତୀ ବଞ୍ଚିଲା ନା ଶାବକ ।…
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର 63 ବର୍ଷୀୟ ବ୍ୟକ୍ତି ହୋଇଥିବାର ସୂଚନା ରହିଛି । ରାଜ୍ୟରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ 130 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1117 ରହିଛି । ସେହିପରି ରାଜ୍ୟରେ 1481ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 130 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 130 ଆକ୍ରାନ୍ତଙ୍କ ମଧ୍ୟରୁ 124 କ୍ବାରେଣ୍ଟିନ୍ କେନ୍ଦ୍ରର ହୋଇଥିବାବେଳେ 6ଟି ଲୋକାଲ୍ କେସ୍ ରହିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା 130 ଆକ୍ରାନ୍ତ 21ଟି ଜିଲ୍ଲାର । କଟକରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ 22 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ 12, ସୁନ୍ଦରଗଡ ଓ ଗଜପତିରୁ 7 ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 6, ବରଗଡ ଓ ଭଦ୍ରକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 6, ବରଗଡ ଓ ଭଦ୍ରକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, କନ୍ଧମାଳ ଓ କଳାହାଣ୍ଡିରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡା,…
ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 26 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 26 ହଜାର 770 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 6 ହଜାର 348 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 1, 09,462 ଜଣ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 9 ହଜାର 851ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍ନାମକୁ ଆସିଥିବାବେଳେ 273ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ …

