Author: Samikhsya Bureau

ନୀଳଗିରି : ଆଜି ଭୋର୍‌ରୁ  ଭାଲୁ ଆକ୍ରମଣରେ 5 ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବାଉଁଶବଣିଆ ଅଂଚଳରୁ ଆସିଥିବା ୨ଟି ଭାଲୁ 5 ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।  ଔପଦା ବ୍ଲକ ଅନ୍ତର୍ଗତ ବାଉଁଶବଣିଆରେ ୨ଟି ଭାଲୁ ଜଙ୍ଗଲକୁ ଫେରୁଥିବା ବେଳେ ସେମାନଙ୍କ ହାବୁଡରେ ପଡ଼ିଯାଇଥିଲେ ୫ ଜଣ ଲୋକ । ଭାଲୁ ଆକ୍ରମଣରେ 5 ଜଣ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Read More

ଆସିକା : ବିଲରେ କାମ କରିବାବେଳେ ବୋମା ଫୁଟି ତିନିଜଣ ଗୁରୁତର ହୋଇଛନ୍ତି । କବି ସୂର୍ଯ୍ୟନଗର ଥାନା ବାଉଁଶିଆ ନୂଆପଲ୍ଲୀର ତିନିଜଣ ଗୁରୁତର ହୋଇଛନ୍ତି । ବିସ୍ଫୋରଣରେ ହୋଇଥିବା ଗୁରୁତରଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ତେବେ ବିଲରେ କିଏ, କାହିଁକି ବୋମା ଲୁଚାଇ ରଖିଥିଲା ତାହା ସମ୍ପର୍କରେ କିିଛି ଜଣାପଡିନି ।

Read More

କେଦାର ମିଶ୍ର   ଯେଉଁ ଭୟ ଆମେ ଆରମ୍ଭରୁ କରୁଥିଲେ, ସେ ଭୟ ଏବେ ସାକାର ହେବା ଆରମ୍ଭ କଲାଣି। ବର୍ତ୍ତମାନ ସମୟରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ହେଉଥିବାର ଖବର ଏବେ ମିଳୁଛି।  ଯୁଦ୍ଧ କରିବାକୁ ଗଲାବେଳେ ଖୋଦ ସେନାପତି ଯଦି ଅସୁରକ୍ଷିତ, ତା ହେଲେ କାହା ଭରସାରେ ଆମେ ଯୁଦ୍ଧ ଲଢିବା? କୋଭିଡ-୧୯ ବା କରୋନା ଭୂତାଣୁ ବିରୋଧୀ ସଂଗ୍ରାମରେ ଯେଉଁମାନେ ଆମର ଆଗୁଆ ଯୋଦ୍ଧା ସେମାନେ କେତେ ଦୂର ସୁରକ୍ଷିତ? ସରକାର ଏହି ସଂଗ୍ରାମର ମୁଖ୍ୟ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କେତେ କଣ ସୁବିଧା ଯୋଗାଇଛନ୍ତି। ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆମେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ୫ ଟା ସମୟରେ ୫ ମିନିଟ ତାଳି ଓ ଥାଳି ବଜେଇ, କୀର୍ତ୍ତନ କରି କୃତଜ୍ଞତା ଜଣାଇଛୁ। ପୁଣି ଏପ୍ରିଲ ୫ ତାରିଖରେ ୯ ଟାରେ ୯ ମିନିଟ ଯାଏ…

Read More

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ସକାଳ 6ଟା 55 ମିନିଟରେ ଏହି ଭୂକମ୍ପ ହୋଇଥିବାର ସୂଚନା ରହିଛି । ରିକ୍ଟର ସ୍କେଲରେ ଝାଡ଼ଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା 4.7 ଥିବା ବେଳେ ହାମ୍ପିରେ ଏହା 4 ରହିଥିବାର ଜଣାଯାଇଛି । ତେବେ ଏହି ଦୁଇ ଅଞ୍ଚଳରେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରିନାହିଁ । ଗତକାଲି ନୋଏଡାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.2 ଥିଲା । ଗୋଟିଏ ସପ୍ତାହରେ ନୋଏଡାରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ବିଗତ କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି ।

Read More

ପୁରୀ : ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା । ଘୋଷଯାତ୍ରାର ପ୍ରଥମ ପର୍ବ ହେଉଛି ସ୍ନାନ ଯାତ୍ରା । ରତ୍ନ ବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରି ସାରିଛନ୍ତି । କରୋନା ମହାମାରୀ ଯୋଗୁ ସୀମିତ ସେବାୟତଙ୍କ ଉପସ୍ଥିତିରେ ସମ୍ପନ୍ନ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ବିଧାନ । ଜଗତର ନାଥ ଜଗନ୍ନାଥ ପ୍ରଥମ ଥର ପାଇଁ ବିନା ଭକ୍ତଙ୍କ ଉପସ୍ଥିତିରେ ସ୍ନାନମଣ୍ଡପରେ ଉଭା ହୋଇଛନ୍ତି । ସ୍ନାନଯାତ୍ରା ପାଇଁ ବିଳମ୍ବିତ ରାତ୍ରିର ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ଆସି ବିଜେ ହୋଇଛନ୍ତି ଚତୁଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ରାତି 1ଟା25ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ 1ଟା40ରେ ପହଣ୍ଡି ଆରମ୍ଭ ହୋଇଥିଲା ଏହା 3ଟା 10ରେ ସରିଥିଲା । 3ଟା 40ରେ ମଦନମୋହନ ବିଜେ ହୋଇଥିଲେ । ଭୋର୍‌ 4ଟା 20ରେ ମଙ୍ଗଳ ଆଳତୀ ହୋଇଥିବାବେଳେ 4ଟା 35ରେ ମଇଲମ ଓ ତଡପଲାଗି ବିଧି ଅନୁଷ୍ଠିତ…

Read More

କନ୍ଦର୍ପ ବେହେରା ରେଢାଖୋଲ : କିଛି ଦିନ ହେଲା ପଙ୍ଗପାଳ ଭାରତ ଭିତରକୁ ପଶିଆସି ଚାଷୀ ମାନଙ୍କର ବହୁ ଫସଲ ନଷ୍ଟ କରିଦେବା ସହ ମୂଲ୍ୟବାନ ଗଛ ସବୁ ନଷ୍ଟ କରିଦେଉଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଛତିଶଗଡ ,ବିହାର, ମଧ୍ୟପ୍ରଦେଶ ଦେଇ ପଙ୍ଗପାଳ ମାନେ ଓଡିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ଖବର ହସ୍ତଗତ ହୋଇଛି । ଆଜି ରେଢାଖୋଲ ରେଳଷ୍ଟେସନ ପାଖରେ ବହୁ ଗୁଡିଏ ଝିଟିକା କେତୋଟି ଗଛରେ ବସିଥିବାର ନଜରକୁ ଆସିବା ପରେ ଏହା ପଙ୍ଗପାଳ ବୋଲି ଲୋକମାନେ ଦାବି କରିଥିଲେ । ତେବେ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଝିଣ୍ଟିକା ପରି ଦେଖାଯାଉଥିବା ଏହି ଜୀବଟି ପଙ୍ଗପାଳ ନୁହେଁ ବରଂ ଏକ ପ୍ରକାର ଝିଣ୍ଟିକା ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି । ବର୍ଷା ଋତୁ ଆରମ୍ଭରେ ଏହି…

Read More

ନୂଆଦିଲ୍ଲୀ : ନିକଟରେ ଚର୍ଚ୍ଚାର ପରିସରକୁ ଆସିଥିବା ମିତ୍ରୋନ୍‌ ଏବଂ ରିମୋଭ୍‌ ଚାଇନିଜ୍‌ ଆପ୍‌କୁ ପ୍ଲେଷ୍ଟୋରରୁ ହଟାଇଛି ଗୁଗୁଲ୍‌ । ମିତ୍ରୋନ୍‌ ଆପ୍‌କୁ କିଛି ସୁଧାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ରିମୋଭ୍‌ ଚାଇନିଜ୍‌ ଆପ୍‌କୁ ହଟାଯାଇଛି । ମିତ୍ରୋନ୍‌ ଆପ୍‌ର ଟିକ୍‌ଟକ୍‌ ସହିତ ସାମଞ୍ଜସ୍ୟ କାରଣରୁ ଏହି ଆପ୍‌କୁ ବର୍ତ୍ତମାନ ହଟାଯାଇଛି । ଭବିଷ୍ୟତରେ ସୁଧାର ପରେ ପୁନର୍ବାର୍‌ ଆପ୍‌କୁ ପ୍ଲେଷ୍ଟୋରରେ ସ୍ଥାନିତ କରାଯିବ । ତେବେ ଯେହେତୁ ରିମୋଭ୍‌ ଚାଇନିଜ୍‌ ଆପ୍‌ ଦ୍ବାରା ଅନ୍ୟ ଆପକୁ ଡିଲିଟ୍‌ କରାଯାଉଛି ତେଣୁ ଏହି ଆପ୍‌କୁ ହଟାଯାଇଥିବା ନେଇ ଗୁଗୁଲ୍‌ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ ଗାଇଡ୍‌ଲାଇନ୍‌ସ ଉଲ୍ଲଂଘନ କରୁଥିବାରୁ ଏହି ଆପ୍‌କୁ ହଟାଯାଇଛି ଏବଂ ଏହି ଆପ୍‌କୁ ପୁନର୍ବାର ସ୍ଥାନିତ କରାଯିବ ନାହିଁ ବୋଲି ଗୁଗୁଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମିତ୍ରୋନ୍‌ ଆପ୍‌କୁ ଏକ ମାସ ମଧ୍ୟରେ 50 ଲକ୍ଷ ଲୋକ ଡାଉନ୍‌ଲୋଡ୍‌ କରିଥିଲେ ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରୁଥିବା ବେଳେ ଗୋଆରୁ ନିଜ ଖର୍ଚ୍ଚରେ ୪୧ ଜଣ ଶ୍ରମିକ କଳାହାଣ୍ଡିରୁ ଫେରିଥିବା ଜଣାପଡିଛି । ଗୋଆରୁ ୨ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ କରି ଗୋଆର ଏକ ଟ୍ରାଭେଲ ଏଜ ଏଜେନ୍ସିରୁ ଏକ ବସ ଯୋଗେ ଗୋଆରୁ ୪ତାରିଖ ସକାଳେ ଧର୍ମଗଡ ପହଂଚିଛନ୍ତି । ଧର୍ମଗଡ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଶ୍ରମିକ ମାନଙ୍କୁ ପର୍ଲାସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଛି । ଉକ୍ତ ଶ୍ରମିକ ମାନେ ଓଡିଶା ଫେରିବା ପାଇଁ ଅନଲାଇନରେ ଆବେଦନ କରିଥିଲେ । ସେମାନଙ୍କୁ ଫେରିବା ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ନିଜ ନିଜ ଘରୁ ଟଙ୍କା ମଗାଇ ବସଭଡା ଦେଇ ଘରକୁ ଫେରିଥିବା ଜଣାପଡିଛି ।

Read More

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ଆଜି ପୁଣିଥରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କରୋନାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କରୋନା ବିରୋଧରେ ଜାରି ରହିଥିବା ଲଢେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଲଢେଇ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବା ଔଷଧ ବାହାରି ନଥିବାରୁ ଲୋକେ ସଚେତନ ରହିବା ଏହି ଭୂତାଣୁରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଆସନ୍ତା ଜୁନ୍‌ 10 ସୁଦ୍ଧା ମୌସୁମୀ ରାଜ୍ୟରେ ପ୍ରବେଶ କରିବ । ଏହି ସମୟରେ ବର୍ଷା କାରଣରୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି । କରୋନା ଲଢେଇରେ ଜୁନ୍‌ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତେଣୁ ଲୋକେ ଏହାକୁ ହାଲୁକା ଭାବରେ ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ମଧ୍ୟକୁ 5 ଲକ୍ଷରୁ ଅଧିକ ଓଡିଆ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଜେପିର ସଭାପତି ଭାବେ ପୂର୍ବତନ ସଭାପତି ତଥା ବରିଷ୍ଠ ଓକିଲ ଦେବେନ୍ଦ୍ର ମହାନ୍ତିଙ୍କୁ ମନୋନୀତ କରାଯାଇଛି । ଶ୍ରୀ ମହାନ୍ତି ଏହାପୂର୍ବରୁ କଳାହାଣ୍ଡି ଜିଲ୍ଲା ବିଜେପିର ଏକକ ସାଧାରଣ ସଂପାଦକ ଭାବେ 1997-2000 ପର୍ଯ୍ୟନ୍ତ ଦାୟିତ୍ୱ ତୁଳାଇଥିଲେ ଏବଂ 2012-15 ପର୍ଯ୍ୟନ୍ତ ବିଜେପି ଜିଲ୍ଲା ସଭାପତି ଭାବେ ସଫଳତାର ସହ ଦାୟିତ୍ୱ ତୁଳାଇ ସାରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ନିଷ୍ଠାର ସହ 2009ରୁ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇନଜୀବି ଦେବେନ୍ଦ୍ର ମହାନ୍ତିଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ରାଜ୍ୟ ସଭାପତି ସମୀର ମହାନ୍ତି ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ପରେ ଶ୍ରୀ ମହାନ୍ତିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀ ମହାନ୍ତି କଳାହାଣ୍ଡି ଜିଲ୍ଲା ବାର ସଂଘର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଳାଇବାର ଅଭିଜ୍ଞତା ରହିଛି ।

Read More

ନୂଆଦିଲ୍ଲୀ : ଏଲ୍ଏନ୍‌ଜିପି ହସ୍ପିଟାଲ ସମ୍ମୁଖରେ ପ୍ରାଣ ହରାଇଛନ୍ତି ଜଣେ କରୋନା ଆକ୍ରାନ୍ତ । ଏହି ଘଟଣାକୁ ନେଇ ମୃତକଙ୍କ ଝିଅ ଟ୍ବିଟ୍ଟରରେ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରାଯାଇଛି । ଜୁନ୍‌ 2 ତାରିଖରେ ଅମନପ୍ରୀତ୍‌ ନାମକ ମହିଳା ଜଣକ ସକାଳ 8ଟାରେ ନିଜ ପିତାଙ୍କ ଅସୁସ୍ଥତାର ପୋଷ୍ଟ କରିଥିଲେ । ମୋ ପିତାଙ୍କୁ ଭୟଙ୍କର ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା । ମାତ୍ର ଏଲ୍‌ଏନ୍‌ଜିପି ହସ୍ପିଟାଲକୁ ପ୍ରବେଶ କରି ହେଉନାହିଁ । ଏହାର ଏକ ଘଣ୍ଟା ପରେ 9.08 ମିନିଟରେ ସମାନ ଆକାଉଣ୍ଟରୁ ତାଙ୍କ ପିତାଙ୍କ ପରଲୋକ ହୋଇଥିବା ନେଇ ଟ୍ବିଟ୍‌ କରିଥିଲେ । ଦିଲ୍ଲୀ ସରକାର ତାଙ୍କ ପିତାଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଛନ୍ତି ବୋଲି ମହିଳା ଜଣକ ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ । ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ବିଜେପି ବିଧାୟକ କପିଲ୍‌ ମିଶ୍ରା ।…

Read More

ପୁରୀ, ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା। ଏହି ଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରା ମନ୍ଦିରରୁ ବାହାରି ସ୍ନାନବେଦୀରେ ସ୍ନାନ କରନ୍ତି। ହେଲେ ଚଳିତ ବର୍ଷ କୋଭିଡ19 ର କଟକଣା ପାଇଁ ଏକ ଭିନ୍ନ ପ୍ରକାରର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ତାହା ହେଲା ଏଥର ତିନିଠାକୁର ବିନା ଭକ୍ତରେ ସ୍ନାନ କରିବେ। ଏହି ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଛି। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ନିଆଯାଇଛି କଡା ପଦକ୍ଷେପ। ଆଜିଠାରୁ ପୁରୀ ବଡଦାଣ୍ଡରେ ଲାଗୁ କରାଯାଇଛି 144 ଧାରା। ଫଳରେ ସେଠାରେ କେହି ଏକାଠି ହୋଇପାରିବେ ନାହିଁ। ମୁଖ୍ୟତଃ କୋଭିଡ19 କଟକଣା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ ନାହିଁ ଭାବି ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଭକ୍ତମାନେ ପ୍ରଭୃଙ୍କୁ ଦେଖିବା ପାଇଁ ଯେଉଁ ପ୍ରବଳ ଆବେଗ ରହିଛି ତାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ। ସେଥିପାଇଁ ବଡଦାଣ୍ଡରେ…

Read More

ନୂଆଦିଲ୍ଲୀ : ତବଲିଗି ଜମାତ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାକୁ ନେଇ ସମୁଦାୟ 2550 ଜଣ ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା କରାଯାଇଛି । ଆସନ୍ତା 10 ବର୍ଷ ପାଇଁ ଏହି ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଜାରି କରିଛି ଗୃହ ମନ୍ତ୍ରାଳୟ । ଦିଲ୍ଲୀ ପୋଲିସ୍‌ ପକ୍ଷରୁ ନୂତନ 12ଟି ଚାର୍ଜସିଟ୍‌ ଦାଖଲ କରାଯିବା ପରେ ସୋମ ବାର ଦିନ 541 ବିଦେଶୀ ନାଗରିକଙ୍କ ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ 2083 ଜଣ ବିଦେଶୀଙ୍କ ଉପରେ କଟକଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 13 ତାରିଖରେ ଦିଲ୍ଲୀର ପଶ୍ଚିମ ନିଜାମୁଦ୍ଦିନ୍‌ରେ ଏହି ତବଲିଗି ମକରଜ ଅନୁଷ୍ଠିତ ହୋଇଥିଲା । (ଏଜେନ୍ସି)

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ୍‌ରେ ପହଂଚିବା ପୂର୍ବରୁ ଜଣେ ସାତ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି ପିତାମାତାଙ୍କ ସହ ତେଲେଙ୍ଗାନାରୁ ଆସି ରେଗେଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସପିଟାଲରେ ପହଞ୍ଚିବା ପୂର୍ବରୁ ଶିଶୁଟିର ପ୍ରାଣହାନି ଘଟିଥିଲା । ଶିଶୁଟିକୁ ମୃତ ଅବସ୍ଥାରେ ରିସିଭ କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ପ୍ରେସ ରିଲିଜରେ ଜଣାଇଛନ୍ତି । ମୃତ ଶିଶୁର ସଂସ୍କାର କୋଭିଡ ପ୍ରୋଟୋକଲ ଅନୁସାରେ ତାର ପରିବାର ବର୍ଗ ଉପସ୍ଥିତିରେ କରାଯିବ ବୋଲି କୁହାଯାଇଛି । ସେହିପରି କଳାହାଣ୍ଡିରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣକ ଗୋଲାମୁଣ୍ଡା ବ୍ଲକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ତାଙ୍କୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ସ୍ନାନ ଯାତ୍ରା ପୂର୍ବରୁ ବାଣପୁର ତହସିଲଦାର ଏକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବାଣପୁରରେ ଅବସ୍ଥିତ ଶ୍ରୀ ଶ୍ରୀ ଚରଣ ଚକାଦେବ ଏବଂ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟି ଉଦ୍ଦେଶ୍ୟରେ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ମନ୍ମଥ ବେହେରା ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସମସ୍ତ ସେବାୟତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ମଧ୍ୟରେ ୨୦ ଜଣରୁ ଅଧିକ ଏକତ୍ରିତ ହୋଇପାରିବେ ନାହିଁ ଏବଂ ପ୍ରତ୍ୟେକ ସେବାୟତ ସାମାଜିକ ଦୂରତ୍ବ (୬ ଫୁଟ୍‌)ର ପାଳନ କରିବେ। ମନ୍ଦିର ପରିସରରେ କୌଣସି ସେବାୟତ ଛେପ ପକାଇପାରିବେ ନାହିଁ। ମଦ, ପାନ ଅଥବା ଗୁଟ୍‌ଖା ଖାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମନ୍ଦିର ପରିସରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବ। ସନ୍ଧ୍ୟା ୬ଟା ସୁଦ୍ଧା ଯାତ୍ରା ସମାପ୍ତ ହେବା…

Read More

ଭୁବନେଶର : ରାଜ୍ୟ ଆଡକୁ ମାଡି ଆସୁଥିବା ସାମ୍ଭବ୍ୟ ପଙ୍ଗପାଳ ବିପଦର ମୁକାବିଲା ନେଇ ମତ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟ ସରକାର ପଙ୍ଗପାଳ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । ରାଜ୍ୟ ସରକାର କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛନ୍ତି । ଅଗ୍ନିଶମ ବିଭାଗ ଠାରୁ ବଡ଼ ସ୍ପ୍ରେୟର ମେସିନ୍‌ର ବନ୍ଦୋବସ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ରାଜ୍ୟକୁ 3ଟି ଜୋନରେ ବିଭାଗ କରାଯାଇ ଏଥିପ୍ରତି ଦୃଷ୍ଟି ରଖାଯାଉଥିବା ନେଇ କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦୁଇ ମୁଖ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସଂଘ ପରିବାରର ଦୁଇ ପ୍ରମୁଖ ସହଯୋଗୀ ଡ. ସୁନୀଲ ଆମ୍ବେକର ଏବଂ ଡ. ଯୋଗେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତିତ ଦୁଇ ଜଣ ପାଚକ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଡ. ଆମ୍ବେକରଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସଂଘର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22132ରେ ପହଞ୍ଚିଛି । (ଏଜେନ୍ସି)

Read More

ସୁଧାଶ୍ରୀ ଦାଶ ପାଖାପାଖି ଅଢେଇ ମାସ ହେବ ମୁଁ ଘର ଭିତରେ ରହିଛି । ଯଦିଓ ମୋର ବୟସ ସେତେଟା ବେଶୀ ନୁହେଁ । ତଥାପି ଏପରି ଏକ ଅଜଣା ଓ ଅଦୃଶ୍ୟ ଭୟକୁ ସାମ୍ନା କରିବା ମୋ’ ପାଇଁ ନୂଆ । ତେବେ ଘରେ ରହୁଛି ବୋଲି ସୟମ ପାଉଛି ପଢିବା ଓ ଲେଖିବାକୁ । ଆଜିକାଲି ସୋସିଆଲ ମିଡିଆର ଅନେକ କିଛି କଣ୍ଟେଣ୍ଟ ରହୁଛି ପଢିବାକୁ । ସେସବୁକୁ ପଢିଲା ପରେ ଲାଗୁଛି, ଆଜି ସମେସ୍ତ ଯେପରି ଧରାଶାୟୀ ହୋଇ ପଡୁଛନ୍ତି । ସେ ଛୋଟ ରାଷ୍ଟ୍ର ହେଉ ବା ୟୁଏଇ ପରି ଧନୀରାଷ୍ଟ୍ର । କାହାର ପାଖରେ କିଛି ଉପାୟ ନାହିଁ । ଦୁବାଇରେ ପାଖାପାଖି ଦୁଇ ମାସ ହେବ ଲକ୍‌ ଡାଉନ୍‌ ଜାରି ରହିଛି । ତେବେ ଏହି ଦୁଇ ମାସ ଭିତରେ ମୁଁ ମୋ ପଡୋଶୀମାନଙ୍କ ସହ ମିଶିଛି । ସାମ୍‌ନାରେ ରହିଥିଲେ ମଧ୍ୟ…

Read More

ଥିରୁଅନନ୍ତପୁରମ୍‌ : କେରଳର ମଲ୍ଲାପୁରମ୍‌ରେ ଘଟିଥିବା ବର୍ବର ହାତୀ ମୃତ୍ୟୁ ମାମଲାକୁ ନେଇ ନିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକର୍ । ବାଣ ଖାଇବାକୁ ଦେଇ ପଶୁ ହତ୍ୟା କରିବା ଭାରତୀୟ ସଂସ୍କୃତିର ପରିଚୟ ନୁହେଁ ବୋଲି ଗୁରୁବାର ମତ ପ୍ରକାଶ କରି କହିଛନ୍ତି ଜାଭାଡେକର । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ୍‌ ସମ୍ମୁଖକୁ ଆଣିବାରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ଜାଭାଡେକର ଟ୍ବିଟ୍‌ କରିଛନ୍ତି । ଏହି ବର୍ବର କାଣ୍ଡ ପରେ ଜାତୀୟ ବନ୍ୟ ପ୍ରାଣୀ ଆଇନ୍‌ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଫିଲ୍ମ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 27 ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ…

Read More

ସମୀକ୍ଷା ବ୍ୟୁରୋ ବରିଷ୍ଠ ଫିଲ୍ମ ନିର୍ମାତା ତଥା ଚିତ୍ରନାଟ୍ୟ ଲେଖକ ବାସୁ ଚାଟ୍ଟାର୍ଜୀ ଆଉ ନାହାନ୍ତି । ଗୁରୁବାର ଦିନ ମୁମ୍ବାଇଠାରେ ତାଙ୍କର ପରଲୋକ ହୋଇଛି। 93 ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ପାରିବାରିକ ସିନେମାର ମହାନାୟକ ଭାବେ ବାସୁ ଚାଟ୍ଟାର୍ଜୀ ସିନେପ୍ରେମୀଙ୍କୁ ଅନେକ ଚର୍ଚ୍ଚିତ ଫିଲ୍ମ ଉପହାର ଦେଇଛନ୍ତି । ଜଣେ କାର୍ଟୁନିଷ୍ଟ ତଥା ଅନୁବାଦକରୁ ଫିଲ୍ମ ନିର୍ମାତାର ଯାତ୍ରା ତାଙ୍କର ଅତ୍ୟନ୍ତ ହୃଦୟସ୍ପର୍ଶୀ । ରାଜସ୍ଥାନର ଅଜମେରରେ ଜନ୍ମ ଗ୍ରହଣ କରିଥିବା ବାସୁ ଚାଟ୍ଟାର୍ଜୀ ଭାରତୀୟ ସିନେମାର ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ଭାବେ ପରିଚିତି ହାସଲ କରିଥିଲେ । ମୁମ୍ବାଇର ଏକ ଖବରକାଗଜରେ କାର୍ଟୁନିଷ୍ଟ ତଥା ଅନୁବାଦକ ଭାବେ କାର୍ଯ୍ୟ କରୁଥିବା ବାସୁ ଭାରତୀୟ ସିନେମାରେ ନିଜର  ସ୍ବାକ୍ଷର ଛାଡିଯାଇଛନ୍ତି । 1969 ମସିହା ‘ସାରା ଆକାଶ’ ଜରିଆରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା କ୍ଷେତ୍ରକୁ ପଦାର୍ପଣ କରିଥିବା ବାସୁ ଚାଟ୍ଟାର୍ଜୀଙ୍କ ଏହି ଫିଲ୍ମଟି…

Read More

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ସାବତ ବାପାକୁ ଗୁଳି କରି ହତ୍ୟା କରିଛି ଜଣେ ଦଶମ ଶ୍ରେଣୀ ଛାତ୍ର । ସୁଲତାନପୁର ଅଞ୍ଚଳର କାଦିପୁର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି । ବୁଧବାର ପିଲାଟିର ମା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କ ପିତାର ମୃତ୍ୟୁ ବର୍ଷେ ତଳେ ହୋଇଥିବା ବେଳେ କିଛିମାସ ହେବ ମହିଳା ଜଣକ ଦ୍ବିତୀୟ ବିବାହ କରିଥିଲେ । ଏହି ବିବାହକୁ ନେଇ ଅଭିଯୁକ୍ତ ଅସନ୍ତୁଷ୍ଟ ଥିଲେ ଏବଂ ବାପା-ପୁଅଙ୍କ ମଧ୍ୟରେ ଏହି କାରଣରୁ ସର୍ବଦା ଯୁକ୍ତିତର୍କ ହୋଇଥାଏ । ମଙ୍ଗଳବାର ନିଜର ତିନି ସାଙ୍ଗଙ୍କ ସହ ମିଶି ନିଜ ସାବତ ବାପାକୁ ଗୁଳି କରି ହତ୍ୟାରିଥିଲା ପୁଅ । ଘଟଣାର ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।

Read More