Author: Samikhsya Bureau

ଭୁବନେଶ୍ବର : ପଶ୍ଚିମବଙ୍ଗରୁ ଆମ୍ପାନ ମୁକାବିଲା ପରେ ଫେରିଥିବା ଜଣେ ଏନ୍‌ଡିଆରଏଫ୍‌ ଯବାନ କରୋନା ଆକ୍ରାନ୍ତ ହେବା ପରେ ଅନ୍ୟ 389 ଜଣଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମୁଦ୍ରିକ ବାତ୍ୟା ଆମ୍ପାନରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତି ଘଟିବା ପରେ ଓଡିଶାରୁ 500 ଜଣ ଓଡ୍ରାଫ୍‌ ଏବଂ ଅଗ୍ନିଶମ କର୍ମୀଙ୍କ ସହିତ 10ଟି ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଥିଲା । ସଫେଇ ଏବଂ ଉଦ୍ଧାର କାର୍ଯ୍ୟ ଶେଷ କରି ଏହି ଟିମ୍‌ ଫେରିବା ପରେ ଜଣେ ଏନ୍‌ଡିଆରଏଫ୍‌ ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଯବାନ ଜଣକ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଅନ୍ୟ 389 ଜଣଙ୍କୁ 14 ଦିନିଆ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସହାକାରୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ କରୋନା ଅପଡେଟ ନେଇ କୋଭିଡ୍‌-19 ଓଡ଼ିଶାର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି । ଜୁନ ମାସ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବା୍ଗ୍‌ଚୀ ।  ଜୁନ୍‌ ହେଉଛି ଚତୁର୍ଥ ପର୍ଯ୍ୟାୟ, ଏହା ଓଡ଼ିଶାର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାକୁ 5ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ଉପରେ କରୋନା ପ୍ରଭାବ ପଡିଛି କି ନାହିଁ ତାହା 15 ଦିନରେ ଜଣାପଡିବ । ସେହି ଘାଟିଟି ପାରି ହୋଇଗଲେ ଆମ ସମସ୍ତଙ୍କ ଉପରୁ ବିପଦ ଟଳିବ ବୋଲି କହିଛନ୍ତି ବାଗ୍‌ଚୀ । ପ୍ରବୀଣଙ୍କ ମତରେ ସାରା ଦେଶରେ ଜୁନ୍‌ ବିସ୍ଫୋରଣ ଆକାର ନେଇପାରେ ବୋଲି ସୂଚନା ରହିଛି । ଚତୁର୍ଥ ପର୍ଯ୍ୟାୟ ଲଢେଇରେ ସାରା ରାଜ୍ୟବାସୀ ସେନାପତି ବୋଲି କହିଛନ୍ତି ବାଗ୍‌ଚୀ । ପ୍ରଥମ ତିନିଟି ପର୍ଯ୍ୟାୟ ଲଢେଇରେ କର୍ଣ୍ଣଧାର…

Read More

ନୂଆଦିଲ୍ଲୀ : ସିଲ୍‌ ହେଲା ଇଡି ମୁଖ୍ୟ କାର୍ଯ୍ୟାଳୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଜଣେ ସ୍ପେଶାଲ୍‌ ଡାଇରେକ୍ଟର ସ୍ତରର ଅଧିକାରୀଙ୍କ ସମେତ 5 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ଇଡି ମୁଖ୍ୟ କାର୍ଯ୍ୟାଳୟକୁ 48 ଘଣ୍ଟା ପାଇଁ ସିଲ୍‌ କରି ଦିଆଯାଇଛି । ଏହି ପାଞ୍ଚ କର୍ମଚାରୀ ଏବେ ଚିକିତ୍ସାଧୀନ ରହିଛନ୍ତି ।  ସେହିପରି ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । କରୋନା ବ୍ୟାପିବାକୁ ରୋକିବା ପାଇଁ ଇଡି ମୁଖ୍ୟ କାର୍ଯ୍ୟାଳୟକୁ ସପ୍ତାହରେ 2 ଥର ସାନିଟାଇଜ୍‌ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଡାକ ଦ୍ବାରା ଆସୁଥିବା ସମସ୍ତ ଚିଠିକୁ କର୍ମଚାରୀ ତଥା ଅଧିକାରୀଙ୍କ ହସ୍ତାନ୍ତର କରାଯିବା ପୂର୍ବରୁ ସାନିଟାଇଜ୍‌ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ।

Read More

ଭଞ୍ଜନଗର : ପ୍ରବାସୀଙ୍କୁ ନେଇ ବେଶ୍‌ ସମସ୍ୟା ଦେଖାଦେଉଛି । କେଉଁଠାରେ ପ୍ରବାସୀମାନେ କ୍ବାରେଣ୍ଟିନ୍‌ ସମସ୍ୟା ପାଇଁ ଅନଶନ କରୁଥିବାବେଳେ କେଉଁଠାରେ କ୍ବାରେଣ୍ଟିନ୍‌ ସେଣ୍ଟରଠାରେ ପ୍ରବାସୀଙ୍କୁ ଅନୁମତି ମିଳୁନାହିଁ। ଭଞ୍ଜନଗରଠାରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ରହି ନ ପାରି ଜଙ୍ଗଲରେ ରହିଛନ୍ତି ପ୍ରବାସୀ । ବିଂଜଗିରି ଗାଁ ନିକଟ ଜଙ୍ଗଲରେ ଦୁଇ ଦିନ ହେଲା ଏକୁଟିଆ ରହୁଛନ୍ତି । ପ୍ରଶାସନ କିମ୍ବା ସରପଞ୍ଚ ତାଙ୍କ କଥା ବୁଝୁନଥିବା ପ୍ରବାସୀଙ୍କ ଅଭିଯୋଗ। ଦୁଇଦିନ ହେଲା କିଛି ଖାଇନଥିବା ବେଳେ ଜଙ୍ଗଲରେ ପଡିଥିବା କହିଛନ୍ତି ପ୍ରବାସ । ଦୁଇଦିନ ତଳେ ଚେନ୍ନାଇରୁ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରେ ବ୍ରହ୍ମପୁର ଆସିଥିଲେ । ଗାଁକୁ ଯାଇଥିଲେ ବି ଲୋକେ ଗାଁରେ ପୂରାଇ ଦେଇନଥିଲେ ।  ସରପଞ୍ଚ ନ ବୁଝିବାରୁ, ଗାଁ ଲୋକେ ବିରୋଧ କରିବାରୁ ଜଙ୍ଗଲରେ ରହିଥିଲେ।

Read More

ବ୍ରହ୍ମପୁର: ଯଦି ସରକାରୀ ଘୋଷଣାନାମାକୁ ଯିବା ତେବେ ବିଶ୍ୱ ବ୍ୟାପୀ କରୋନା ମହାମାରୀ ସମୟରେ ଏ ମହିଳା ଜଣକ ହେଉଛନ୍ତି ଜଣେ କୋଭିଡ୧୯ ଯୋଦ୍ଧା। ନାମ ସର୍ମିଷ୍ଠା କୁମାରୀ ପଣ୍ଡା, ଏବଂ ସେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଥିବା ଗୋଟିଏ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଉପରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକରଣ ହୋଇଥିବା ସମସ୍ତ ପ୍ରାକ ଶିକ୍ଷା ଗ୍ରହଣ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କର ଦାୟିତ୍ୱ ନ୍ୟସ୍ତ ରହିଛି । ହେଲେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲେ ଏହି କର୍ମୀ ଜଣକ ମଧ୍ୟ ୭ମାସର ଗର୍ଭବତୀ ଅଟନ୍ତି। କେନ୍ଦ୍ର ଅଧୀନରେ ଥିବା ଗର୍ଭବତୀ ପ୍ରସୂତି ମହିଳା ମାନଙ୍କ ଯାବତୀୟ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଆଦି କରିବା ସହିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି। ଲକ ଡାଉନ ସଟ ଡାଉନ ଭଳି…

Read More

ଭୁବନେଶ୍ବର : ଆଜି ଆଉ 112 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  112 ମଧ୍ୟରେ  ସର୍ବାଧିକ 33 ଜଣ କେନ୍ଦ୍ରାପଡାରୁ ସୁସ୍ଥ ହୋଇଥିବାବେଳେ ବଲାଙ୍ଗିରରୁ 16, ଯାଜପୁରରୁ 11, ସୁନ୍ଦରଗଡରୁ 10, ଜଗତସିଂହପୁରର 8, ଗଞ୍ଜାମରୁ 7, ଖୋର୍ଦ୍ଧାରୁ  7, କଟକ ଓ ସୁବର୍ଣ୍ଣପୁରରୁ 4 ଜଣ ଲେଖାଏଁ  ସୁସ୍ଥ ହୋଇଥିବାର ସୂଚନା ରହିଛି । ବାଲେଶ୍ବର, ପୁରୀ ଓ ସମ୍ବଲପୁରରୁ ତିନି ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୟାଗଡରୁ 2 ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାଏ ରାଜ୍ୟରେ ମୋଟ 1716 ଆକ୍ରାନ୍ତ ସୁସ୍ଥ ହେଲେଣି । ଆଜି ରାଜ୍ୟରେ 173 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2,781 ଛୁଇଁଛି ।

Read More

ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାର ବାତ୍ୟା ଅମ୍ପାନ୍ କ୍ଷତିଗ୍ରସ୍ତ ପାରାଦ୍ବୀପ, କୁଜଙ୍ଗ ଓ ଏରସମା ଅଞ୍ଚଳ ପରିଦର୍ଶନ କଲେ ଭାରତ ସରକାରଙ୍କ କେନ୍ଦ୍ରୀୟ ପ୍ରତିନିଧି ଦଳ। ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରୀୟ ପ୍ରତିନିଧିର ଅମରିଶପାଲ୍ ସିଂ ଭାରତ ସରକାରଙ୍କ କେନ୍ଦ୍ରୀୟ ମନ୍ତ୍ରଣାଳୟର ସୁପରିଟେଣ୍ଡିଂ ଇଂଜିନିୟରଙ୍କ ନେତୃତ୍ୱରେ ନିର୍ଦ୍ଦେଶକ, ଶକ୍ତି ମନ୍ତ୍ରଣାଳୟର ଶ୍ରୀ ଏନ୍.ଆର୍.ଏଲ୍.କେ ପ୍ରସାଦ ଓ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ ଏବଂ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଓଡ଼ିଶା ସରକାରଙ୍କ ସେଣ୍ଟ୍ରାଲ ଫ୍ଲଡ୍ ଡିଭିଜନ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଜେ.କେ ତ୍ରିପାଠୀ ଜିଲ୍ଲାରେ ଅମ୍ପାନ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ କେନ୍ଦ୍ରୀୟ ପ୍ରତିନିଧି ଦଳ ପାରାଦ୍ବୀପ ମାଛଧରା ବନ୍ଦର ପରିଦର୍ଶନ କରି କ୍ଷତିଗ୍ରସ୍ତ ଡଙ୍ଗା ଓ ମତ୍ସ୍ୟଜୀବୀଙ୍କୁ ଭେଟି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏହାପରେ କୁଜଙ୍ଗ ବ୍ଲକର ପାରାଦ୍ବୀପଗଡ ପଞ୍ଚାୟତର ଚାନ୍ଦିନୀ ଗ୍ରାମ,ନୁଆଗଡ ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

Read More

ହିମାଚଳ ପ୍ରଦେଶ : କେରଳର ମଲ୍ଲାପୁରମ୍‌ଠାରେ ଏକ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ଦେଶରେ ପୁଣି ଆଉ ଏକ ନିରୀହ ଜୀବକୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାକୁ ସାରା ଦେଶ କ୍ରୋଧରେ ଜର୍ଜରିତ ହେଉଥିବାବେଳେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ମଣିଷ ତା’ର ଏହି ଅମାନବୀୟ କାର୍ଯ୍ୟରୁ ନିଜକୁ ମୁକ୍ତ କରିପାରୁନାହିଁ । ନିରୀହ ପ୍ରାଣୀମାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରି ଚାଲିଛି । କେରଳ ଗର୍ଭବତୀ ହାତୀକୁ ଅତ୍ୟନ୍ତ ଅମାନୁଷିକ ଭାବେ ବାଣଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ପରେ ଏବେ ହିମାଚଳ ପ୍ରଦେଶରେ ଏକ ଗର୍ଭବତୀ ଗାଈକୁ ବିସ୍ଫୋରକ ପଦାର୍ଥ ଖୁଆଇଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ହିମାଚଳ ପ୍ରଦେଶ ଜିଲ୍ଲା ବିଳାସପୁରର ଝଣ୍ଡୁତା ଅଞ୍ଚଳରେ ଏକ ଗର୍ଭିଣୀ ଗାଈକୁ କେହି ଜଣେ ବିସ୍ଫୋରକ ପଦାର୍ଥ ଖୁଆଇ ଥିବାବେଳେ ଗାଈଟି ଗୁରୁତର ହୋଇପଡିଛି ।…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜୁନ୍‌ 30 ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । 48 ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓ ଟିମ୍‌ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାର ସବୁ ଅଞ୍ଚଳ ବୁଲି ଦେଖିଛନ୍ତି । ଏହି କ୍ରମରେ ମଧ୍ୟାହ୍ନରେ ବାଣପୁର ଓ ବାଲୁଗାଁ ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଓ ତାଙ୍କ ଟିମ୍‌।  ଏହି ଅଞ୍ଚଳରେ ସଟଡାଉନ୍‌ ନିୟମ ବେଶ୍‌ କଡାକଡି ରୂପେ ପାଳନ ହେଉଥିବାରୁ ଜିଲ୍ଲାପାଳ ଏଥିରେ ସନ୍ତୁଷ୍ଟ ରହିଥିବାର ସୂଚନା ରହିଛି । ଏହି ଦୁଇ ଅଞ୍ଚଳରେ ସଟ୍‌ ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଦୋକାନ ବଜାର ବନ୍ଦ…

Read More

ପୁରୀ : ଗତକାଲି ଶ୍ରୀମନ୍ଦିରରେ ଶେଷ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମାନବୀୟ ଲୀଳାର ପ୍ରତୀକ ମହାପ୍ରଭୁ ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ଶ୍ରୀଜିଉ ମହାସ୍ନାନ କରି ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି। ଏହା ପରେ ମହାପ୍ରଭୁ ଚିକିତ୍ସା ପାଇଁ ଅଣସର ଘରକୁ ଯାଇଛନ୍ତି । ଅଣସର ଘରେ 15ଦିନ ଧରି ଅସୁସ୍ଥ ଭଗବାନଙ୍କ ଗୁପ୍ତ ସେବା କରିବେ ସେବାୟତ । ଜ୍ୟେଷ୍ଠପୂର୍ଣ୍ଣମାରେ ଚତୁର୍ଦ୍ଧାମୂର୍ତ୍ତି ଦିବ୍ୟସ୍ନାନ କରିବାପରେ ପ୍ରବଳ ଜ୍ୱରରେ ମହାପ୍ରଭୁ ଅଣସର ଘରେ ବିରାଜ କରନ୍ତି । ତେବେ ଏହି ଅଣସର ପିଣ୍ଡିରେ ଠାକୁରଙ୍କର ବିଶେଷ ନୀତି କରାଯାଇଥାଏ । ସ୍ନାନ ପୂର୍ଣ୍ଣମା ରାତିରେ ପହଣ୍ଡି ସରିବା ପରେ ପୂର୍ବରୁ ପଥରରେ ନିର୍ମାଣ କରାଯାଇଥିବା ସିଂହାସନ ଉପରେ ଚତୁର୍ଦ୍ଧାମୁରତିଙ୍କୁ ସେଠାରେ ବିଜେ କରାଯାଇଥାଏ । ଏହାର ଦୁଇ ଦିନ ପରେ ଆରମ୍ଭ ହୋଇଥାଏ ଗୁପ୍ତ ନୀତି । ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ ।…

Read More

ବାରିପଦା: ସାରା ବିଶ୍ବରେ କରୋନା ସଂକଟ ଜାରି ରହିଥିବାବେଳେ ମଣିଷ ଭିତରେ ମାନବିକତା ଉଭେଇ ଯାଉଥିବାର ଦେଖିବାକୁ ମିଳିଛି । ନିକଟରେ କେରଳରେ ଏକ ଗର୍ଭିଣୀ ହାତୀକୁ ଅମାନବୀୟ ଭାବେ ହତ୍ୟା କରାଯାଇଥିବାବେଳେ ପୁଣି ଆଉ ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ବାରିପଦାଠାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛେଳି ଚୋର ସନ୍ଦେହରେ ଜଣେ 50 ବର୍ଷୀୟ ବ୍ୟକ୍ତିକୁ ପିଟି ପିଟି କରି ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ପାଲବଣୀ ଗାଁର ରବୀ କାଳନ୍ଦୀ ବୋଲି ଜଣାପଡିଛି । ଗତ 25 ତାରିଖରେ ଜଣକ ଘରୁ ଛେଳି ଚୋରି ହୋଇଥିଲା । ଏଥିପାଇଁ ଗ୍ରାମବାସୀମାନେ ରବି କାଳନ୍ଦୀଙ୍କୁ ସନ୍ଦେହ କରିବା ସହ ଚୋରି ଅଭିଯୋଗରେ ତାଙ୍କୁ ବାଡିରେ ପିଟି ପିଟି ମାରିଥିଲେ ଲୋକେ । ଘଟଣାସ୍ଥଳରେ ବ୍ୟକ୍ତିଙ୍କର…

Read More

ଭୁବନେଶ୍ବର : ସପ୍ତାହର ଦୁଇ ଦିନ ଅର୍ଥାତ୍‌ ଶନିବାର ଓ ରବିବାର ଦିନ  ସଟ୍‌ଡାଉନ୍‌ ବେଳେ ଓମଫେଡ୍‌ ପ୍ରଡକ୍ଟ ବିକ୍ରି ନେଇ ସୂଚନା ରହିଛି। କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଜୁନ୍‌ 30 ପର୍ଯ୍ୟନ୍ତ ସପ୍ତାହର ପ୍ରତ୍ୟେକ ଶନି-ରବି ଦୁଇ ଦିନିଆ ସଟ୍‌ ଡାଉନ୍‌ କରିବାର ଘୋଷଣା କରିଛନ୍ତି । ଏହି ସଟ୍‌ଡାଉନ୍‌ ବେଳେ ଓମ୍‌ଫେଡ୍‌ କରିବ ହୋମ୍‌ ଡେଲିଭରି। ସଟ୍‌ଡାଉନ୍‌ ବେଳେ କିଏ ଓମଫେଡ୍‌ ପ୍ରଡକ୍ଟ ବିକିବେ ସେନେଇ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ବରରେ 26ଟି ରିଟେଲରଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ରହିଛି। କେବଳ ତାଲିକାରେ ସ୍ଥାନିତ ରିଟେଲର୍‌‌ ଓମଫେଡ୍‌ ଉତ୍ପାଦ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । 11ଟି ସହରର 23 ଜଣ ଏଜେଣ୍ଟଙ୍କ ତାଲିକା ଦେଇଛି ପଶୁ ସଂପଦ ବିଭାଗ । ସକାଳ ୮ଟାରୁ 11ଟା ସୁଦ୍ଧା ସର୍ବନିମ୍ନ 150 ଟଙ୍କାର ଅର୍ଡର ଦେବାକୁ…

Read More

ଭୁବନେଶ୍ବର : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଜୁନ୍‌ 30 ପର୍ଯ୍ୟନ୍ତ ସପ୍ତାହର ପ୍ରତେକ୍ୟ ଶନି-ରବି ଦୁଇ ଦିନିଆ ସଟ୍‌ ଡାଉନ୍‌ କରିବାର ଘୋଷଣା କରିଛନ୍ତି । ଏହି 11ଟି ଜିଲ୍ଲାରେ ଶନି ଓ ରବିବାର ମାଟ୍ରିକ ଖାତାଦେଖା ବନ୍ଦ ରହିବ ବୋଲି ସୂଚନା ରହିଛି । ଆଜିଠାରୁ ଜାରି ହୋଇଥିବା ସଟ୍‌ଡାଉନ୍‌ରେ ମଧ୍ୟ ସଟ୍‌ଡାଉନ୍‌ ଘୋଷିତ 11ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ବନ୍ଦ ରହିଛି । ସଟଡାଉନ୍‌ ପାଇଁ କାଲି ମଧ୍ୟ 11ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ହେବନି । ମାତ୍ର ଅନ୍ୟ ସବୁ ଜିଲ୍ଲାରେ ଶନି ଓ ରବିବାର ଖାତା ମୂଲ୍ୟାୟନ ହୋଇପାରିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ମୁମ୍ବାଇ : ମିସ୍‌ ୟୁନିଭର୍ସ ତଥା ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଡିଜିଟାଲ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ତାଙ୍କର ପ୍ରଥମ ଓ୍ବେବ ସିରିଜ୍‌ର ଟ୍ରେଲ୍‌ର ମଧ୍ୟ ରିଲିଜ୍‌ ହୋଇସାରିଲାଣି। ସୁସ୍ମିତା ସେନ୍‌ ଆର୍ଯ୍ୟା ଶୀର୍ଷକ ଏକ ଓ୍ବେବସିରିଜ୍‌ରେ ନଜର ଆସିବେ । ଏହି ସିରିଜ୍‌ର କାହାଣୀରେ ସୁସ୍ମିତା ଆର୍ଯ୍ୟା ନାମ୍ନୀ ଏକ ମହିଳା ଚରିତ୍ରରେ ନଜର ଆସିବେ । ଯିଏ ନିଜ ପିଲା ଓ ସ୍ବାମୀଙ୍କ ସହିତ ରହୁଛନ୍ତି । ତାଙ୍କ ସ୍ବାମୀ ଅବୈଧ ଡ୍ରଗ୍ସ କାରବାରରେ ଲିପ୍ତ ରହିଛନ୍ତି । ସତ ସାମ୍ନାକୁ ଆସିଲା ପରେ ଆର୍ଯ୍ୟା ପରିସ୍ଥିତିକୁ ସମ୍ଭାଳିବାକୁ କ’ଣ କରୁଛନ୍ତି, ତାହା ଏହି ଓ୍ବେବସିରିଜ୍‌ରେ ଦେଖାଯାଇଛି । ଟ୍ରେଲ୍‌ରରେ ସୁସ୍ମିତାଙ୍କ ଚରିତ୍ରର ବିଭିନ୍ନ ରଙ୍ଗ ଦେଖିବାକୁ ମିଳିଛି । ନିଜ ସନ୍ତାନ ପାଇଁ ଜଣେ ଭଲ ମା’ ହେବା ସହିତ ଡନ୍‌ ହେବାର ଯାତ୍ରାକୁ ଖୁବ୍‌ ସୁନ୍ଦର ଭାବରେ ପରଦା ଉପରେ ଉପସ୍ଥାପନା କରିଛନ୍ତି ସୁସ୍ମିତା…

Read More

ଭୁବନେଶ୍ବର : ଆଜି ଚିହ୍ନଟ 173 ଜଣ ଆକ୍ରାନ୍ତ 14ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 64 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 19, କଟକ ଓ ମୟୂରଭଞ୍ଜରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଓ ବଲାଙ୍ଗିରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ 10, ଖୋର୍ଦ୍ଧାରୁ 9,   ନୂଆପଡାରୁ 8, ନୟାଗଡରୁ 7, ଭଦ୍ରକରୁ 4, କଳାହାଣ୍ଡିରୁ 2, ପୁରୀ ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2781ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1604ଜଣ । ରାଜ୍ୟରେ 1167ଜଣ ସକ୍ରିୟ ମାମଲା ରହିଥିବାବେଳେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। କେଉଁ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 173 କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନୂତନ 173 ଆକ୍ରାନ୍ତଙ୍କ ମଧ୍ୟରେ 150 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ରହିଥିବାବେଳେ ଲୋକାଲ୍‌ କେସ୍‌ 23 ରହିଛି । ରାଜରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2781କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ଗତକାଲି ରେକର୍ଡ ସଂଖ୍ୟକ 123ଜଣ ସୁସ୍ଥ ହୋଇଥିବାବେଳେ ଆଜି ରେକର୍ଡ ସଂଖ୍ୟକ 173 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ରହିଛି ବୋଲି ସୂଚନା ରହିଛି । 14ଟି ଜିଲ୍ଲାରୁ 173ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Read More